ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୩୯ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୩୯ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୩୮୮୬ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ଖୋର୍ଦ୍ଧା ଜିଲ୍ଲାର ସର୍ବାଧିକ ୯ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ନୟାଗଡ, ବରଗଡ, କଟକ ଜିଲ୍ଲାରୁ ୫ ଜଣ ଲେଖାଏଁ, ସମ୍ବଲପୁର ଓ ସୁନ୍ଦରଗଡ ଜିଲ୍ଲାରୁ ୩ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ସେହିଭଳି ଗଞ୍ଜାମ, କେନ୍ଦ୍ରାପଡା, ମୟୂରଭଞ୍ଜ, ସୋନପୁର ଜିଲ୍ଲାରୁ ୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୪୭୦ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୮ ଲକ୍ଷ ୬୩ ହଜାର ୮୨୪ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୩୨…
Author: Samikhsya Bureau
ମହାପ୍ରଭୃଙ୍କ ରଥଯାତ୍ରା ପାଇଁ ଦ୍ରୁତଗତିରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ, ଠାକୁରଙ୍କ ପାଇଁ ସମର୍ପିତ କାରୀଗର
ନୂଆଦିଲ୍ଲୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଆଜିଠାରୁ ତିନି ଦିନିଆ ଲଦାଖ ଗସ୍ତରେ ଯିବେ। ସେନା ମୁଖ୍ୟ ଜେନେରାଲ୍ ଏମ୍ ଏମ ନରେବନ ମଧ୍ୟ ତାଙ୍କ ସହିତ ଯିବେ। ଲଦାଖରେ ସୀମାନ୍ତ ସଡକ ସଂଗଠନ ଦ୍ୱାରା ନିର୍ମିତ ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକୁ ରାଜନାଥ ସିଂ ଉଦଘାଟନ କରିବେ। ସେ ସେଠାରେ ଅବସ୍ଥାପିତ ସୈନିକମାନଙ୍କ ସହ ମଧ୍ୟ ଯୋଗାଯୋଗ କରିବେ। ତାଙ୍କର ତିନି ଦିନିଆ ଗସ୍ତରେ ରାଜନାଥ ସିଂ ଲେହରୁ ଦେଶରେ ନିର୍ମିତ ଅନେକ ସୀମା ସଡ଼କ ସଂଗଠନ ପ୍ରକଳ୍ପର ଉଦଘାଟନ କରିବେ। 14 କୋର ମୁଖ୍ୟାଳୟରେ, ପ୍ରତିରକ୍ଷା ମନ୍ତ୍ରୀଙ୍କୁ ପୂର୍ବ ଲଦାଖର ସାମଗ୍ରିକ ସ୍ଥିତି ସମ୍ପର୍କରେ ସୂଚନା ଦିଆଯିବ। ସେ କମାଣ୍ଡୋମାନଙ୍କ ସହିତ ସମୀକ୍ଷା କରିବେ।
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୫୦ ହଜାର ୪୦ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୧ ହଜାର ୨୫୮ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୨ ଲକ୍ଷ ୩୩ ହଜାର ୧୮୩ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୯୫ ହଜାର ୭୫୧ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୯୨ ଲକ୍ଷ ୫୧ ହଜାର ୨୯ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୫ ଲକ୍ଷ ୮୬ ହଜାର ୪୦୩ ଆକ୍ଟିଭ୍ କେସ୍ ରହିଛି।
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ଆଜି ଅନ୍ନଦାତାଙ୍କ ଅବସ୍ଥା ଦୁର୍ବିସହ ହୋଇପଡିଥିବା ଜଣାପଡିଛି। ବାଧ୍ୟ ହୋଇ ଅନ୍ନଦାତା ଆଜି ରାଜରାସ୍ତାରେ ଧାନ ବସ୍ତା ସହ ଓହ୍ଲାଇଥିବା ଦେଖାଯାଇଛି। କଳାହାଣ୍ଡିରେ ପ୍ରତି ଖରିଫ ଓ ରବିରେ ମଣ୍ଡି ସମସ୍ୟା ର ସମାଧାନ ହୋଇପାରିନାହିଁ। ସରକାରଙ୍କ ଧାନକ୍ରୟ ନୀତି ବଦଳୁଥିଲେ ହେଁ ଚାଷିଙ୍କ ଧାନ ବିକ୍ରୀ ସମସ୍ୟା ସମାଧାନ ହୋଇପାରୁନାହିଁ। ଚାଷିଙ୍କ କଷ୍ଟ ଉପାର୍ଜିତ ଧାନ ବିକ୍ରୀ କରିବା ପାଇଁ ତହସିଲଦାର ଙ୍କ ଠାରୁ ଆରମ୍ଭ କରି ଧର୍ମଗଡ ଉପଜିଲ୍ଲାପାଳଙ୍କ ପାଖରେ ଆପତି କରିଥିଲେ ହେଁ ସେସବୁ ସମସ୍ୟା ର ସମାଧାନ ହୋଇନପାରିବାରୁ ଶେଷରେ ବାଧ୍ୟ ହୋଇ ଚାଷି ରାଜରାସ୍ତାକୁ ଓହ୍ଲାଇଥିବା ଜଣାପଡିଛି। କୋକସରା ବ୍ଲକ ଅଂଚଳର କାଶୀବାହାଲ, ମୋଟେର, ଜୟପାଟଣା ବ୍ଲକର ବାନେର, ବିମଳା,ରଣମାଲ, ଭେଜିଗୁଡା, ବାଣ୍ଡିଗାଁ, ବଡଟେମରୀ ତଥା କଲମପୁର ବ୍ଲକ ଅଂଚଳର ବିଜମରା, ଦୁଲକିବନ୍ଧ ମଣ୍ଡି ଅଂଚଳର ଶତାଧିକ ଳ ଚାଷି ଶନିବାରଦିନ ମୋଟେର ଜୟପାଟଣା ରାସ୍ତା…
ଭୁବନେଶ୍ବର: ଆଜି ରାଜ୍ୟରେ ୩ ହଜାର ୪୦୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୧୯୪୩ ଜଣ ଚିହ୍ନଟ ହୋଇଥିବା ବେଳେ ୧୪୬୫ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୪୭୦ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୮ ଲକ୍ଷ ୬୩ ହଜାର ୮୨୪ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୩୨ ହଜାର ୭୦୬ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୩୮୪୭ କୁ ବୃଦ୍ଧି ହୋଇଛି। ଆଜି ମୋଟ ୩୦ ଟି ଜିଲ୍ଲାରୁ ୩ ହଜାର ୪୦୮ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୫୮୨ ଜଣ, କଟକ ଜିଲ୍ଲାରୁ ୫୫୩ ଜଣ, ଅନୁଗୁଳ ଜିଲ୍ଲାରୁ ୯୩ ଜଣ,…
ମେଷ- ବିନିଯୋଗ ଇତ୍ୟାଦିରେ ଲାଭବାନ ହେବ । ଆର୍ଥିକ ଦିଗ ଦୃଢ ହେବ। ଘରର ଉପଯୋଗୀ ଜିନିଷଗୁଡ଼ିକ ବୃଦ୍ଧି ପାଇବ । ଶୀଘ୍ର କୈଣସି କାମ କରନ୍ତୁ ନାହିଁ । ଧାର୍ମିକ ଏବଂ ସାଂସ୍କୃତିକ ମହୋତ୍ସବରେ ଏକ ଅଂଶ ରହିବେ । ବ୍ୟବସାୟ ଭଲ କରିବ । ଅଫିସରେ ଚାକିରୀକୁ ନେଇ ସନ୍ତୁଷ୍ଟ ହେବେ । ଘର ବାହାରେ ଜୀବନ ଖୁସି ହେବ । ମୋଟ ଉପରେ, ଆଜି ଆପଣଙ୍କ ପାଇଁ ସଠିକ୍ ଦିନ ହେବ । ବୃଷ- ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ବେପରୁଆ ହୁଅନ୍ତୁ ନାହିଁ । କାରବାରରେ ସତର୍କତା ବ୍ୟବହାର କରନ୍ତୁ । ପରିସ୍ଥିତିକୁ ନେଇ ଟଙ୍କା ଚିନ୍ତା କରିବାକୁ ପଡିବ । ଆପଣଙ୍କର ଅନାବଶ୍ୟକ ଖର୍ଚ୍ଚ ହୋଇପାରେ । ଚାକିରି ଏବଂ ବ୍ୟବସାୟରେ ଦ୍ୱନ୍ଦ୍ୱ ବଢିପାରେ । ଟଙ୍କା ମାମଲାରେ ଯତ୍ନବାନ ହେବାକୁ ପଡିବ । ଅଫିସ୍ କିମ୍ବା କାର୍ଯ୍ୟକ୍ଷେତ୍ରରେ ଏକ ଚାପଗ୍ରସ୍ତ ପରିସ୍ଥିତି ହୋଇପାରେ ମିଥୁନ-…
ଭୁବନେଶ୍ବର, ରାଜଧାନୀରେ ପୁଣି ଫେରିଛି କଣ୍ଟେନମେଣ୍ଟ ଜୋନ। ପାଞ୍ଚୋଟି ଆପାର୍ଟମେଣ୍ଟରୁ ପ୍ରବଳ ମାତ୍ରାରେ କରୋନା ପଜେଟିଭି ବାହାରିବାରୁ ବିଏମସି ଏହି ପଦକ୍ଷେପ ଗ୍ରହଣ କରିଛି। ଭୁବନେଶ୍ବର ୟୁନିଟ 5 ସ୍ଥିତ 36 ନମ୍ବର ୱାର୍ଡରେ ଏହି ଆପାର୍ଟମେଣ୍ଟ ରହିଛି। ଗତକିଛି ଦିନ ଧରି ଏହି ଆପାର୍ଟମେଣ୍ଟଗୁଡିକର ପଜେଟିଭ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଲା। ଫଳରେ ବିଏମସି ଆଜି ଏହାକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛି। ତେବେ ଏହି ଆପାର୍ଟମେଣ୍ଟରେ ରହୁଥିବା ଲୋକମାନଙ୍କୁ ଦୈନିକ ଆବଶ୍ୟକ ଜିନିଷ ଯୋଗାଇ ଦିଆଯିବ ବୋଲି କୁହାଯାଇଛି।
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଅଯୋଧ୍ୟାର ବିକାଶ ଯୋଜନା ସମୀକ୍ଷା କରିଛନ୍ତି। ଏହି ଅବସରରେ ଉତ୍ତର ପ୍ରଦେଶର ସରକାରଙ୍କ ଅଧିକାରୀମାନେ ଏକ ଉପସ୍ଥାପନା କରିଥିଲେ ଯେଉଁଥିରେ ଅଯୋଧ୍ୟା ବିକାଶର ବିଭିନ୍ନ ଦିଗକୁ ପ୍ରଦର୍ଶିତ କରାଯାଇଥିଲା। ଅଯୋଧ୍ୟାର ବିକାଶ ପରିକଳ୍ପନା ଏକ ଆଧ୍ୟାତ୍ମିକ କେନ୍ଦ୍ର, ବିଶ୍ବ ପର୍ଯ୍ୟଟନ କେନ୍ଦ୍ର ଏବଂ ଦୀର୍ଘସ୍ଥାୟୀ ସ୍ମାର୍ଟ ସିଟି ରୂପରେ କରାଯାଉଛି। ଅଯୋଧ୍ୟାକୁ ଯୋଗାଯୋଗ ବ୍ୟବସ୍ଥାରେ ସୁଧାର ଆଣିବା ଲାଗି ଆଗାମୀ ଓ ପ୍ରସ୍ତାବିତ ଭିତ୍ତିଭୂମି ପ୍ରକଳ୍ପ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା। ବୈଠକରେ ବିମାନ ବନ୍ଦର, ରେଳ ଷ୍ଟେସନର ସମ୍ପ୍ରସାରଣ, ବସ୍ ଷ୍ଟେସନ, ସଡ଼କ ଓ ରାଜପଥ ଭଳି ବିଭିନ୍ନ ମୌଳିକ ଭିତ୍ତିଭୂମି ପ୍ରକଳ୍ପ ସମ୍ପର୍କରେ ଆଲୋଚନା କରାଯାଇଥିଲା। ଆଗାମୀ ଦିନରେ ନିର୍ମାଣ ହେବାକୁ ଥିବା ଗ୍ରୀନଫିଲ୍ଡ ଟାଉନସିପ୍ ବିଷୟରେ ବିସ୍ତାର ପୂର୍ବକ ବିଚାରବିମର୍ଶ କରାଯାଇଥିଲା, ଯେଉଁଥିରେ ଶ୍ରଦ୍ଧାଳୁମାନଙ୍କ ରହିବା ଲାଗି ସୁବିଧା, ଆଶ୍ରମ, ମଠ, ହୋଟେଲ ଏବଂ ବିଭିନ୍ନ ରାଜ୍ୟଗୁଡ଼ିକର ଭବନ ନିମନ୍ତେ…
ନୂଆଦିଲ୍ଲୀ, ଦେଶରେ ଟିକାକରଣ କାର୍ଯ୍ୟକ୍ରମର ପ୍ରଗତି ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ କରିଥିଲେ। ଏଥିରେ ସାମିଲ ହୋଇଥିବା ଅଧିକାରୀମାନେ ମୋଦୀଙ୍କୁ ଦେଶରେ ଟିକାକରଣର ସଦ୍ୟତମ ସ୍ଥିତି ଓ ପ୍ରଗତି ସମ୍ପର୍କରେ ଅବଗତ କରାଇଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ ଏ ସମ୍ପର୍କରେ ସବିଶେଷ ସୂଚନା ପ୍ରଦାନ କରି ଏହି ଅଧିକାରୀମାନେ ବିଭିନ୍ନ ଆୟୁ ବର୍ଗର ଲୋକମାନଙ୍କୁ କେତେ ମାତ୍ରାରେ ଟିକାକରଣ କରାଯାଇଛି ସେ ସମ୍ପର୍କରେ ଅବଗତ କରାଇଥିଲେ । ଏହା ସହିତ ସ୍ୱାସ୍ଥ୍ୟ କର୍ମୀ, ଛାମୁଆ ଯୋଦ୍ଧା ଏବଂ ବିଭିନ୍ନ ରାଜ୍ୟର ସାଧାରଣ ନାଗରିକମାନଙ୍କୁ କେତେ ସଂଖ୍ୟାରେ ଟିକାକରଣ କରାଯାଇଛି ତାହା ପ୍ରଧାନମନ୍ତ୍ରୀଙ୍କୁ ସୂଚାଯାଇଛି । ଏହି ଅଧିକାରୀମାନେ ପ୍ରଧାନମନ୍ତ୍ରୀଙ୍କୁ ଆଗାମୀ ମାସମାନଙ୍କରେ ଟିକା ଯୋଗାଣ ସମ୍ପର୍କରେ ଅବଗତ କରାଇଛନ୍ତି ଏବଂ ଏହାର ଉତ୍ପାଦନ ବୃଦ୍ଧି ନିମନ୍ତେ ସରକାର ଗ୍ରହଣ କରୁଥିବା ପଦକ୍ଷେପ ବିଷୟରେ ମଧ୍ୟ ସୂଚୀତ କରିଛନ୍ତି । ସେମାନେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଇଛନ୍ତି ଯେ ଗତ…
ପୁରୀ, ଗୋଟିଏ ପଟେ ଶ୍ରୀଜିୟୁ ଅନସରରେ ଅଛନ୍ତି। ହେଲେ ପ୍ରଭୁଙ୍କ ରଥଯାତ୍ରା ପାଇଁ ରଖଖଳାରେ ଚାଲିଛି ରଥ ନିର୍ମାଣ କାର୍ଯ୍ୟ। ସାଧାରଣତଃ ତିନିରଥରେ ଖପୁରୀ ଏବଂ ପାରା ଭାଡ଼ି କୁ ମିଶାଇ ମୋଟ ୧୩ ପରସ୍ତ ପଟଳ ପଡିଥାଏ, ସେଥି ମଧ୍ୟରୁ ବର୍ତ୍ତମାନ କେବଳ ତିନି ରଥରେ ‘ବଡ ଧାରା ପଟଳ’ ପଡ଼ିଅଛି। ବାକି ୧୨ ପରସ୍ତ ପୋଟଳ ଗୁଡିକୁ ଜକିଆ କଣ୍ଟା ଵାଡ଼ିଆ ଯାଇ ପ୍ରସ୍ତୁତ କରାଯାଇଛି, ସମସ୍ତ ପୋଟଳ ରଥ ଉପରେ ସେଟିଙ୍ଗି ପୂର୍ବରୁ ପୋଟଳ ଗୁଡିକର ଚାରି ପାର୍ଶ୍ୱରେ ବାଗିଆ କଣ୍ଟା ବସି ପୋଟଳ ଫିଟିଙ୍ଗ କରାଯିବ । ତିନିରଥର ଦୁଇଟି ଲେଖାଁଏ କଳସ ପେଣ୍ଡି ନିର୍ମାଣ ସହ ସେଥିରେ ୧୬ ଟି ଲେଖାଏଁ ୩୨ଟି ବିନ୍ଧ ଖୋଦେଇ ସରି ଥିଲା, ଆଜି ୩୨ ଟି ଲେଖାଁଏ ପାଖୁଡା ନିର୍ମାଣ ସରି କଳସ ପେଣ୍ଡିରେ ଫିଟିଙ୍ଗ କରାଯାଇଛି,ସେଥିରେ ଆଲ୍ୟୁମିନିଅମ ଚଦର ପଡି ରଙ୍ଗ କାର୍ଯ୍ୟ ହେବ ।…
ଗୌହାଟି: ଜଣେ ଗୃହରକ୍ଷୀ (ହୋମ ଗାର୍ଡ଼) ନିଜର ସଚ୍ଚୋଟତା ଏବଂ ସାହାସର ଉଦାହରଣ ଦେଖାଇ ଚର୍ଚ୍ଚାକୁ ଆସିଛନ୍ତି। ଡ୍ରଗ କାରୋବର ମାମଲାରେ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କାର ଲାଞ୍ଚକୁ ସେ ପ୍ରତ୍ୟାଖାନ କରିବା ସହ ୧୨ କୋଟି ଟଙ୍କାର ନିଶା ଦ୍ରବ୍ୟ ଜବତ କରିଛନ୍ତି। ଏଭଳି ସାହସିକତା ଏବଂ ସଚ୍ଚୋଟତା ଯୋଗୁଁ ରାଜ୍ୟର ମୁଖ୍ୟମନ୍ତ୍ରୀ ତାଙ୍କ ପାଇଁ ଏକ ବଡ ପୁରଷ୍କାର ଘୋଷଣା କରିଛନ୍ତି। ସୂଚନା ଅନୁଯାୟୀ, ଆସାମର କାର୍ବୀ ଆଙ୍ଗଲୋଙ୍ଗ ଜିଲ୍ଲାରେ ଜୁନ ୨୧ ତାରିଖ ଦିନ କର୍ତ୍ତବ୍ୟରତ ବୋରସିଂ ବେ ନାମକ ଗୃହ ରକ୍ଷୀଙ୍କୁ ନିଶା ବ୍ୟବସାୟୀମାନେ ଲକ୍ଷାଧିକ ଟଙ୍କାର ଲାଞ୍ଚ ଦେଇଥିଲେ। କିନ୍ତୁ ବୋରସିଂ ଏତେ ମୋଟା ଅଙ୍କର ଲାଞ୍ଚକୁ ପ୍ରତ୍ୟାଖାନ କରିବା ସହ ୧୨ କୋଟି ଟଙ୍କାର ନିଶା ଦ୍ରବ୍ୟକୁ ଜବତ କରିଥିଲେ। ଏହାପରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵ ଶର୍ମା ତାଙ୍କ ଉପରେ ଖୁସି ହୋଇ ପୁରଷ୍କାର ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ତାଙ୍କୁ ରାଜ୍ୟ ପୋଲିସ…
ଭୁବନେଶ୍ବର, ବିଜେଡିର ୩୦ଟି ଜିଲ୍ଲା ପାଇଁ ୩୦ ଜଣ ନୂଆ ପର୍ଯ୍ୟବେକ୍ଷକଙ୍କ ତାଲିକା ପ୍ରକାଶ ପାଇଛି। ଏଥିସହିତ ବରିଷ୍ଠ ପର୍ଯ୍ୟବେକ୍ଷକଙ୍କ ତାଲିକା ମଧ୍ୟ ଆସିଛି। ଏହାକୁ ତର୍ଯ୍ୟମା କଲେ ସ୍ପଷ୍ଟ ଜଣାପଡୁଛି ଯେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ବେଶ୍ ମାପିଚୁପି ନିଷ୍ପତି ଗ୍ରହଣ କରିଛନ୍ତି। କାରଣ ଏହି ପର୍ୟ୍ୟବେକ୍ଷକମାନେ ଆଗାମୀ ପଞ୍ଚାୟତ ତଥା ପୌର ନିର୍ବାଚନର ମୁଖ୍ୟ କର୍ଣ୍ଣଧାର ସାଜିବେ। ସେଥିପାଇଁ ଦଳ ତରଫରୁ ପୁରୁଣା ପର୍ୟ୍ୟବେକ୍ଷକଙ୍କୁ ହଟାଇ ନୂଆ ଟିମ ଗଠନ କରିଛନ୍ତି। ନୂଆ ତାଲିକାରେ କାହାକୁ ବେଶୀ ଭରସାକୁ ନେଲେ ନବୀନ ନୂଆ ପର୍ଯ୍ୟବେକ୍ଷକ ତାଲିକୁ ଅନୁଧ୍ୟାନ କଲେ ଜଣାପଡିଛି ନବୀନ ପୂର୍ବପରି ଯାଜପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସଙ୍କ ଉପରେ ବିଶ୍ବାସ ରଖିଛନ୍ତି। ପ୍ରଣବଙ୍କୁ ଦୁଇଟି ବିବାଦୀୟ ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ବ ଦିଆଯାଇଛି। ସେ ଦୁଇଟି ହେଲା ମୟୁରଭଂଜ ଏବଂ କେଉଁଝର। ଦଳର ସଂଗଠନ ସଂପାଦକ ଥିବା ପ୍ରଣବ ପୂର୍ବପରି ନିଜର…
ଭୁବନେଶ୍ବର: କରୋନା କଟକଣା ଉଲ୍ଲଂଘନ ଯୋଗୁଁ ଭୁବନେଶ୍ବର ୟୁନିଟ-୧ ହାଟକୁ ବନ୍ଦ କରିବା ପାଇଁ ବିଏମସି ନିର୍ଦ୍ଦେଶ ଦେଇଥିଲା। କେବଳ ପରିବା ହାଟକୁ ଛାଡି ଅନ୍ୟ ସବୁ ହୋଲସେଲ ଏବଂ ରିଟେଲ ଦୋକାନ ଉପରେ ବିଏମସି କଟକଣା ଜାରି କରିଥିଲା। ୟୁନିତି-୧ ହାଟର ଭିତର ଦୋକାନ ଖୋଲିବା ଉପରେ ପ୍ରତିବନ୍ଧ ଲଗାଯାଇଥିଲା। ହେଲେ ଆଜି ଆଉ ଦୁଇଟି ହାଟକୁ ବିଏମସି ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛି। ବାପୁଜୀନଗର ମାର୍କେଟ ଏବଂ ୪ ନମ୍ବର ମାଛ ମାର୍କେଟକୁ ବନ୍ଦ ରଖିବା ପାଇଁ ବିଏମସି ନିର୍ଦ୍ଦେଶ ଦେଇଛି। କରୋନା ସଂକ୍ରମଣକୁ ଦେଖି ବିଏମସି ଏଭଳି ନିଷ୍ପତ୍ତି ନେଇଛି। ତେବେ ଏହି ସମସ୍ତ ହାଟକୁ ଜୁଲାଇ ୧ ତାରିଖ ଯାଏଁ ବନ୍ଦ ରଖିବା ପାଇଁ ବିଏମସି ନିର୍ଦ୍ଦେଶ ଦେଇଛି।
ସୁବାସ କୁମାର ତାରଣିଆଁ ବର୍ତ୍ତମାନ ସାରା ବିଶ୍ୱ କରୋନାର ଦ୍ୱିତୀୟ ଲହର ସହ ସଂଘର୍ଷ ଜାରି ରଖିଛି। କରୋନାର ଦ୍ୱିତୀୟ ଲହର ପ୍ରଥମ ଲହର ଅପେକ୍ଷା ଅଧିକ ଘାତକ ସାବ୍ୟସ୍ତ ହୋଇଛି। ସଂକ୍ରମଣ ଶୀର୍ଷ ସ୍ଥାନରେ ପହଞ୍ôଚଛି। ଏହି ଭୟବହତା ଲୋକଙ୍କ ମନରୁ ଦୂର ନହେଉଣୁ, କରୋନାର ତୃତୀୟ ଲହର ପ୍ରବେଶ ଅବଶ୍ୟମ୍ଭାବୀ ବୋଲି କେନ୍ଦ୍ର ସରକାରଙ୍କ ପ୍ରମୁଖ ବୈଜ୍ଞାନିକ ଡ. କେ. ବିଜୟ ରାଘବନ ସତର୍କ କରାଇ ଦେଇଛନ୍ତି। କରୋନାର ତୃତୀୟ ଲହର କେବେ ପ୍ରବେଶ କରିବ ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିପାରି ନାହିଁ। ତେବେ ଏଥିଲାଗି ଏବେଠାରୁ ପ୍ରସ୍ତୁତ ଓ ସତର୍କ ରହିବାକୁ ପରାମର୍ଶ ଦେବା ସହିତ ଏଥିରେ ଅବହେଳା କଲେ ଘାତକ ସାବ୍ୟସ୍ତ ହୋଇପାରେ ବୋଲି ରାଘବନ ଚେତାବନୀ ଦେଇଛନ୍ତି। କରୋନା ମୁକାବିଲା ନିମନ୍ତେ ବର୍ତ୍ତମାନ ଚାଲିଥିବା ଅନୁସନ୍ଧାନ ଜାରି ରହିବା ଉଚିତ। ଏଥିସହିତ ନୂଆ ଷ୍ଟ୍ରେନ୍ ବିରୋଧରେ ଶରୀରର ରୋଗ ପ୍ରତିରୋଧକ ଶକ୍ତି…
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ କ୍ରମେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଗତକାଲି ୭୦ ହଜାର ବସ୍ତିବାସିନ୍ଦାମାନଙ୍କୁ ଜମି ପଟ୍ଟା ଯୋଗାଇ ଦେବା ପାଇଁ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣାକୁ ବିଜେପି ଓ କଂଗ୍ରେସ ଘୋର ବିରୋଧ କରୁଥିବାରୁ ଏହାକୁ ଓଡ଼ିଶା ବସ୍ତି ସଂଘର୍ଷ ସମିତିର ରାଜ୍ୟ ସଭାପତି ପ୍ରତାପ ସାହୁ ତୀବ୍ର ବିରୋଧ କରିଛନ୍ତି। ଶ୍ରୀଯୁକ୍ତ ସାହୁ କହିଛନ୍ତି ଯେ, ବିଜେପି ଓ କଂଗ୍ରେସ ଯେଉଁଭଳି ଭାବରେ ବସ୍ତିବାସିନ୍ଦାଙ୍କ ଥଇଥାନ ଉପରେ ହୀନ ଟିପ୍ପଣୀ ଦେଇଛନ୍ତି ତାହା ଗରିବ ବସ୍ତିବାସିନ୍ଦାଙ୍କ ପ୍ରତି ଏକ ଉପହାସ ସଦୃଶ। ଜମି ପଟ୍ଟା ଯୋଗାଇ ଦେବା ପାଇଁ ଓଡ଼ିଶା ବସ୍ତି ସଂଘର୍ଷ ସମିତି ଦୀର୍ଘ ୨୦ ବର୍ଷ ଧରି ରାଜ୍ୟ ସରକାରଙ୍କ ନିକଟରେ ନିବେଦନ କରି ଆସୁଥିଲେ ଯାହା ଏବେ ପୂରଣ ହେବାକୁ ଯାଉଛି। କିନ୍ତୁ ବଡ଼ ଦୁଃଖ ଓ ପରିତାପର ବିଷୟ ରାଜ୍ୟ ସରକାର ଗୋଟିଏ ପଟେ ବସ୍ତିବାସିନ୍ଦାମାନଙ୍କୁ ଥଇଥାନ କରିବାକୁ…
ଭୁବନେଶ୍ୱର: କେନ୍ଦ୍ର ସରକାରର ନୂତନ କୃଷି ଆଇନ୍ ବାତିଲ ଦାବିରେ ସଂଯୁକ୍ତ କିଷାନ ମୋର୍ଚ୍ଚା ପକ୍ଷରୁ ଦେଶବ୍ୟାପୀ ରାଘଭବନ ଘେରାଉ ଡ଼ାକରାକୁ ସମର୍ଥନ ଜଣାଇ ଆଜି ‘ଆମ ଅଧିକାର’ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ପ୍ରବଳ ବର୍ଷା ଓ ପ୍ରତିକୂଳ ପାଗ ସତ୍ତ୍ୱେ, କୋଭିଡ଼ କଟକଣାକୁ ଦୃଷ୍ଟିରେ ରଖି ଆମ ଅଧିକାର ପକ୍ଷରୁ ଏଜି ଛକରୁ ଏକ ପ୍ରତିବାଦ ଶୋଭାଯାତ୍ରା ବାହାରିଥିଲା। କୃଷି ଓ କୃଷକ ବିରୋଧୀ କଳା ଆଇନ ବିରୋଧୀ ପ୍ଲାକାର୍ଡ଼ ଓ ବ୍ୟାନର ଧରି କର୍ମକର୍ତ୍ତାମାନେ ରାଜଭବନ ସମ୍ମୁଖରେ ବିକ୍ଷୋଭ କରିଥିଲେ। ସଂଗଠନର ରାଜ୍ୟ ଅବାହାକ ଅମିୟ ପାଣ୍ଡବ, ସାଧାରଣ ସମ୍ପାଦକ ଗଣେଶ ଦାଶ, ସଞ୍ଜୟ କୁମାର ପରିଡ଼ା, ବିଶ୍ୱଭୂଷଣ ମହାପାତ୍ର ଓ ଶଙ୍କର ବେହେରା ପ୍ରମୁଖଙ୍କ ନେତୃତ୍ୱରେ ଏକ ପ୍ରତିନିଧି ମଣ୍ଡଳୀ ରାଜଭବନ କର୍ତ୍ତୃପକ୍ଷଙ୍କୁ ସାକ୍ଷାତ୍ କରି ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବୀପତ୍ର ପ୍ରଦାନ କରିଥିଲେ। ଏହି ଆଇନ ପ୍ରତ୍ୟାହାର ନହେବା ଯାଏ ଆନ୍ଦୋଳନ ଚାଲୁ ରହିବ…
ଭୁବନେଶ୍ଵର: ଶିକ୍ଷାଗତ ଯୋଗ୍ୟତା ଓ ଆର୍ଥିକ ସ୍ଵଚ୍ଛଳତା ନୁହେଁ ମାତ୍ର ଶାରୀରିକ, ମାନସିକ ଓ ଆଧ୍ୟାତ୍ମିକ ସନ୍ତୁଳନ ହିଁ ମନୁଷ୍ୟ କୁ ଶାନ୍ତି ଆଣିଦିଏ। ଏହା କହିଛନ୍ତି ଶିକ୍ଷା ଓ ଅନୁସନ୍ଧାନ ଡିମ୍ଡ ବିଶ୍ଵବିଦ୍ୟାଳୟର କୁଳପତି ତଥା ପ୍ରଖ୍ୟାତ ସ୍ନାୟୁ ବିଶେଷଜ୍ଞ ପ୍ରଫେସର ଅଶୋକ କୁମାର ମହାପାତ୍ର। ସମ୍ମାନଜନକ ସୋଆ ପାକ୍ଷିକ ବକ୍ତୃତା ଶୃଙ୍ଖଳାରେ ଶନିବାର ଦିନ “ସୁସ୍ଥ ସମାଜ ପାଇଁ ଆଧ୍ୟାତ୍ମିକତା” ପ୍ରସଙ୍ଗରେ ନିଜର ମତ ରଖି ଏହା କହିଛନ୍ତି ପ୍ରଫେସର ମହାପାତ୍ର। ପ୍ରଫେସର ମହାପାତ୍ର ସ୍ଵାସ୍ଥ୍ୟ କ’ଣ, ସୁସ୍ଥ ସମାଜ କାହାକୁ କହିବା ଏବଂ ଆଧ୍ୟାତ୍ମିକତାର ଏହାକୁ ଗଢ଼ିବାରେ ଭୂମିକା କଣ ସେ ବିଷୟରେ ମତ ରଖିଥିଲେ। ବର୍ତ୍ତମାନ ସହ ୧୯୦୦ ମସିହାର ମୁଣ୍ଡପିଛା ଆୟର ତୁଳନା କଲେ ଆମେ ଜାଣିବା ତାହା କେତେ ଗୁଣ ବଢ଼ିଛି। କିନ୍ତୁ ସେହି ଅନୁପାତରେ ଜନ ଜୀବନର ସୁଖ ଓ ଶାନ୍ତି ବଢ଼ିଛି କି? ବଜାର ଭିତ୍ତିକ ଶିକ୍ଷା ବ୍ୟକ୍ତିର ବାହାରଟାକୁ…
ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୩୭୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୩୭୪ ଆକ୍ରାନ୍ତଙ୍କ ମଧ୍ୟରୁ ୭୭ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୨୯୭ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୮ ହଜାର ୮୬୨ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୩୮୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୮୬ ହଜାର ୯୨୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧ ହଜାର ୪୮୪ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୪୩୦ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।
ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୩ ହଜାର ୬୮୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୪୪୬, ଅନୁଗୁଳରୁ ୩୯୭, କଟକରୁ ୩୫୫, ଯାଜପୁରରୁ ୨୯୮, ବାଲେଶ୍ବରରୁ ୨୯୫, ପୁରୀରୁ ୧୯୫, ଭଦ୍ରକରୁ ୧୭୮, ନୟାଗଡରୁ ୧୭୧, ମୟୂରଭଞ୍ଜରୁ ୧୫୫, ଜଗତସିଂହପୁରରୁ ୧୧୫, କେନ୍ଦ୍ରାପଡାରୁ ୧୦୯, ରାୟଗଡାରୁ ୯୪, ମାଲକାନାଗିରିରୁ ୯୩, ସୁନ୍ଦରଗଡରୁ ୮୨, କୋରାପୁଟରୁ ୭୯, ଢେଙ୍କାନାଳରୁ ୭୮, ନବରଙ୍ଗପୁରରୁ ୪୭, ସୋନପୁରରୁ ୪୬, ବରଗଡରୁ ୪୫, କନ୍ଧମାଳରୁ ୪୫, କେନ୍ଦୁଝରରୁ ୪୫, କଳାହାଣ୍ଡିରୁ ୪୦, ବୌଦ୍ଧରୁ ୩୭, ସମ୍ବଲପୁରରୁ ୩୨, ବଲାଙ୍ଗୀରିରୁ ୨୮, ଗଞ୍ଜାମରୁ ୨୭, ନୂଆପଡାରୁ ୨୬, ଗଜପତିରୁ ୨୫, ଦେବଗଡରୁ ୨୦, ଝାରସୁଗୁଡାରୁ ୧୫ ଏବଂ ଷ୍ଟେଟ ପୁଲରୁ ୬୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୮ ଲକ୍ଷ…
ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ତହସିଲରେ ନୂତନ ତହସିଲଦାର ଭାବେ ନିକଟରେ ଯୋଗ ଦେଇଛନ୍ତି ଯୁବ ଓଏଏସ୍ ଅଧିକାରୀ ସ୍ମୃତିରଞ୍ଜନ ଶତପଥୀ। ୨୦୧୬ ବ୍ୟାଚର ଉକ୍ତ ଓଏଏସ୍ ଅଧିକାରୀ ପୂର୍ବରୁ ଗଜପତି ଜିଲ୍ଲା ଅନ୍ତର୍ଗତ ଆର ଉଦୟଗିରିରେ ତହସିଲଦାର ଭାବେ କାର୍ଯ୍ୟରତ ଥିବା ବେଳେ ଟାଙ୍ଗୀ ହେଉଛି ତାଙ୍କର ଦ୍ଵିତୀୟ କର୍ମଭୂମି। ଆର ଉଦୟଗିରିରେ କର୍ତ୍ତବ୍ୟନିଷ୍ଠ ଭାବେ ନିଜ ଦାଇତ୍ୱ ତୁଲାଇବା ସହ ସୁଚାରୁରୂପେ ସହରରେ କୋଭିଡ ମ୍ୟାନେଜମେଣ୍ଟ ମଧ୍ୟ କରିପାରିଛନ୍ତି ଉକ୍ତ ଅଧିକାରୀ। ତେବେ ଟାଙ୍ଗୀ ଏକ ଗୁରୁତ୍ୱପୂର୍ଣ୍ଣ ତହସିଲ ହୋଇଥିବାବେଳେ ଉକ୍ତ ଅଞ୍ଚଳରେ କୋଭିଡ ପରିଚାଳନାକୁ ପ୍ରାଥମିକତା ଦେବା ସହ ଅଞ୍ଚଳରେ ହେଉଥିବା ବେଆଇନ ଖଣିଜ ଦ୍ରବ୍ୟ ଚାଲାଣକୁ ରୋକିବା ଦିଗରେ ଦୃଢ ପଦକ୍ଷେପ ଗୁଡିକ ଗ୍ରହଣ କରିବେ ବୋଲି ତହସିଲଦାର ଶ୍ରୀ ଶତପଥୀ ସୂଚନା ଦେଇଛନ୍ତି। ତେବେ ନୂତନ ଭାବେ ଟାଙ୍ଗୀ ତହସିଲଦାର ଭାବେ ଯୋଗ ଦେବା ପରେ ଶ୍ରୀ ଶତପଥୀ କାର୍ଯ୍ୟାନୁଷ୍ଠାନ ଆରମ୍ଭ…

