ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୩୭ ହଜାର ୫୬୬ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୯୦୭ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୩ ଲକ୍ଷ ୧୬ ହଜାର ୮୯୭ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୯୭ ହଜାର ୬୩୭ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୯୩ ଲକ୍ଷ ୬୬ ହଜାର ୬୦୧ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୫ ଲକ୍ଷ ୫୨ ହଜାର ୬୫୯ ଆକ୍ଟିଭ୍ କେସ୍ ରହିଛି।
Author: Samikhsya Bureau
ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୪୦ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୪୦ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୩୯୬୯ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ଖୋର୍ଦ୍ଧା ଜିଲ୍ଲାର ସର୍ବାଧିକ ୭ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ବରଗଡ, କଟକ ଜିଲ୍ଲାରୁ ୫ ଜଣ ଲେଖାଏଁ, ନୟାଗଡ, ପୁରୀ ଜିଲ୍ଲାରୁ ୪ ଜଣ, ଅନୁଗୁଳ ଓ ଗଞ୍ଜାମ ଜିଲ୍ଲାରୁ ୩ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ସେହିଭଳି କଳାହାଣ୍ଡି ଜିଲ୍ଲାରୁ ୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଭଦ୍ରକ, ଯାଜପୁର, କୋରାପୁଟ, ନବରଙ୍ଗପୁର, ସମ୍ବଲପୁର ଓ ଢେଙ୍କାନାଳ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୬ ହଜାର ୪୨୯ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୮ ଲକ୍ଷ ୭୦…
ଭୁବନେଶ୍ବର: ଆଜି ରାଜ୍ୟରେ ୨ ହଜାର ୬୪୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୧୫୧୭ ଜଣ ଚିହ୍ନଟ ହୋଇଥିବା ବେଳେ ୧୧୨୩ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୬ ହଜାର ୪୨୯ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୮ ଲକ୍ଷ ୭୦ ହଜାର ୭୮୭ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୩୧ ହଜାର ୬୧୯ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୩୯୨୯ କୁ ବୃଦ୍ଧି ହୋଇଛି। ଆଜି ମୋଟ ୩୦ ଟି ଜିଲ୍ଲାରୁ ୨ ହଜାର ୬୪୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୩୬୫ ଜଣ, କଟକ ଜିଲ୍ଲାରୁ ୨୬୬ ଜଣ, ଅନୁଗୁଳ ଜିଲ୍ଲାରୁ…
ସୀତାରାମ ଅଗ୍ରୱାଲ ବାଣପୁର: ପ୍ରେମ ହେଉଛି ଅନ୍ଧ। ଦେଖିନଥାଏ ଜାତି, ଧର୍ମ, ବର୍ଣ୍ଣ ଆଉ ବୟସ। ପ୍ରେମ ପାଇଁ ବାପା ମା’ ଜ୍ଞାତିକୁଟୁମ୍ବ ଲାଗନ୍ତି ପର। ଥରେ ପ୍ରେମର ଜାଲରେ ପଡିଗଲେ କିଛି ଦେଖାଯାଇନଥାଏ। ପ୍ରେମ କେତେବେଳେ ଆସି ଥାଏ ଜାଣିହୁଏନା। ବେଳେ ବେଳେ ଅଜଣା ଅଚିହ୍ନା ଲୋକଙ୍କ ସହ ମଧ୍ୟ ପ୍ରେମ ସମ୍ପର୍କ ଗଢିଉଥାଏ। ଡିଜିଟାଲ ଦୁନିଆରେ କେହି କେହି ଫେସବୁକ, ୱାଟ୍ସଆପ ଭଳି ସାମାଜିକ ଗଣମାଧ୍ୟମରେ ପ୍ରେମ କରିବସୁଥିବା ବେଳେ କେହି କେହି ମୋବାଇଲ ଫୋନର ରଙ୍ଗ୍ ନମ୍ବର ମାଧ୍ୟମରେ ପ୍ରେମ କରୁଥିବା ଦେଖାଯାଇଛି। ତେବେ ଏଭଳି ଏକ ଅଜଣା ଯୁବକକୁ ରଙ୍ଗ୍ ନମ୍ବର ଜରିଆରେ ପ୍ରେମ କରି ବିବାହ କରିବା ଏବଂ ପରେ ସ୍ଵାମୀ ଠାରୁ ପ୍ରତାରଣା, ନିର୍ଯ୍ୟାତନା ପାଇ ପୋଲିସର ଦ୍ଵାରସ୍ଥ ହେବା ଘଟଣା ବାଣପୁରରେ ସାମ୍ନାକୁ ଆସିଛି। ସୂଚନା ମୁତାବକ ବାଣପୁରର ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ୨୪ ବର୍ଷୀୟ ଯୁବକ ଭେଟେଶ୍ଵର ପଞ୍ଚାୟତ ନିକଟ…
ଭୁବନେଶ୍ବର, ମଣିଷ ଜୀବନ କାଳ ମଧ୍ୟରେ ଅନେକ କାର୍ଯ୍ୟ କରିଥାଏ। ହେଲେ କେତେବେଳେ ସଫଳ ହୁଏ କେତେବେଳେ ବିଫଳ ହୁଏ। ହେଲେ ଏହି କାର୍ଯ୍ୟଗୁଡିକରୁ ସଫଳତା ହାସଲ କରିବା ପାଇଁ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ଭଲ ଉପଦେଶଟିଏ ଦେଇଛନ୍ତି। ସେ କହିଛନ୍ତି ଯେ, ମଣିଷ କୌଣସି କାର୍ଯ୍ୟ କରିବା ବେଳେ ସେ ସିଂହ ଠାରୁ କିଛି ଶିକ୍ଷା ଲାଭ କରିବା ଉଚିତ। ଏହାକୁ ପ୍ରାଞ୍ଜଳ ଭାବେ ଏହା କୁହାଯାଇ ପାରେ ଯେ, ସିଂହ ଯେତେବେଳେ ଶିକାର କରେ ସେତେବେଲେ ସେ ଭାବି ଚିନ୍ତି କରିଥାଏ। ସେ ଶିକାରଟି ଛୋଟ ହେଉ କିମ୍ବା ବଡ। ହେଲେ ଶୀକାର କରିବା ପୂର୍ବରୁ ପ୍ରଥମେ ସିଂହ କିଛି ସମୟ ଛକି କରି ରୁହେ। ଶିକାର କରିବାକୁ ଥିବା ଜନ୍ତୁର ଗତିବିଧିକୁ ସେ ଭଲଭାବେ ନୀରିକ୍ଷଣ କରେ। ସେ ଶିକାର ବେଳେ କେବେ ବି ବ୍ୟସ୍ତ ହୁଏ ନାହିଁ। ସମୟକୁ ଅପେକ୍ଷା କରେ। କିଛି…
ମେଷ ରାଶିଫଳ- ଆପଣଙ୍କ ଦିନକୁ ଯତ୍ନର ସହିତ ବିତାନ୍ତୁ । ଆଜି କୈଣସି ପ୍ରକାରର ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ । ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଖାଦ୍ୟ ଏବଂ ପାନୀୟରେ ବିଶେଷ ଯତ୍ନ ନେବା ଲାଭଦାୟକ ଅଟେ । ଆପଣ ଶାରୀରିକ ଥକ୍କା ଏବଂ ମାନସିକ ବିଭ୍ରାଟ ଅନୁଭବ କରିବେ । ଅଫିସରେ କାର୍ଯ୍ୟଭାର ହେତୁ ଆପଣ ଅଧିକ ଥକ୍କା ଅନୁଭବ କରିବେ। ସ୍ଥାନାନ୍ତରଣ ଲାଭଦାୟକ ହେବ ନାହିଁ । ସମ୍ଭବତଃ ଆଧ୍ୟାତ୍ମିକତା ପାଇଁ କିଛି ସମୟ ନିଅନ୍ତୁ। ବୃଷ ରାଶିଫଳ- ଆଜି ଆପଣଙ୍କର ମିଶ୍ରର ଦିନ ଅଟେ। ଆଜି ଆପଣ ଅସୁସ୍ଥତା ଏବଂ ଚିନ୍ତା ଅନୁଭବ କରିବେ । ଶରୀରରେ ଥକାପଣ ଏବଂ ଅଳସୁଆତା ଏବଂ ମନରେ ବ୍ୟାକୁଳତା ଅନୁଭବ ହେବ । ଆଜି ଆପଣ ଟିକେ କ୍ରୋଧିତ ହେବେ ଯାହା ହେତୁ ଜିନିଷ ନଷ୍ଟ ହୋଇପାରେ । ଅଭ୍ୟାସରେ ନ୍ୟାୟ ଆଣିବାକୁ ଚେଷ୍ଟା…
ଭୁବନେଶ୍ୱର, ନିକଟରେ ଅନୁଷ୍ଠିତ ପଶ୍ଚିମବଙ୍ଗ ନିର୍ବାଚନରେ ବିଜେପିର ଶୋଚନୀୟ ପରାଜୟ ଏବଂ କର୍ଣ୍ଣାଟକ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ ଏବଂ ଅନ୍ୟାନ୍ୟ ରାଜ୍ୟରେ ସେମାନଙ୍କର ସାଂଗଠନିକ ସମସ୍ୟା ପରେ, ଓଡିଶାର ବିଜେପି ନେତା ଏବଂ କ୍ୟାଡରମାନେ ଅତ୍ୟଧିକ ହତାଶ ଓ ଲକ୍ଷ୍ୟହୀନ ହୋଇପଡିଛନ୍ତି । ତେଣୁ ଏଭଳି ହତାଶ ନେତା ଓ କର୍ମୀଙ୍କ ମନୋବଳ ବଢାଇବାପାଇଁ ବିଜେପି ତାହାର କାର୍ଯ୍ୟକାରିଣୀ ବୈଠକରେ ମନଗଢା ବିବୃତ୍ତିମାନ ଦେଉଥିବା କହିଛନ୍ତି ବିଜେଡି ମୁଖପାତ୍ର ଏଲିନା ଦାସ । ବିଜେପି ବିବୃତ୍ତିର ଜବାବ ଦେଇ ଶ୍ରୀମତୀ ଦାସ କହିଛନ୍ତି ଯେ ଓଡିଶାରେ ଅତ୍ୟନ୍ତ ହତାଶ ଅବସ୍ଥାରେ ଥିବା ବିଜେପି କ୍ୟାଡରମାନଙ୍କର ମନୋବଳ ବୃଦ୍ଧିପାଇଁ ଏହି କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା ଯେଉଁଠାରେ କି ମିଥ୍ୟା ବିବୃତ୍ତିମାନ ଦିଆଯାଇଛି । ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ହରିୟାଣା ଆଦି ବିଜେପି ଶାସିତ ରାଜ୍ୟ ତୁଳନାରେ ଓଡ଼ିଶା ଅତି ସଫଳତାର ସହ କୋଭିଡ ସ୍ଥିତିକୁ ମୁକାବିଲା କରିଛି । ଗ୍ରାମୀଣ ଗୃହ ନିର୍ମାଣ, ଏମଏନ୍ଆରଇଜିଏ…
ନୂଆଦିଲ୍ଲୀ, କୋଭିଡ ମହାମାରୀ ବିରୋଧରେ ସଂଗ୍ରାମ ମଧ୍ୟରେ ଅର୍ଥନୀତିକୁ ପୁନର୍ଜୀବିତ କରିବା ପାଇଁ କେନ୍ଦ୍ର ସରକାର ଆଜି ୬,୨୮,୯୯୩ କୋଟି ଟଙ୍କାର ରିଲିଫ ପ୍ୟାକେଜ ଘୋଷଣା କରିଛନ୍ତି। ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ପ୍ୟାକେଜ ଘୋଷଣା କରିଛନ୍ତି। ଏଥିମଧ୍ୟରେ ଆଠଟି ଅର୍ଥନୈତିକ ପ୍ୟାକେଜ୍ ମଧ୍ୟ ଅନ୍ତର୍ଭୁକ୍ତ, ସେଥିମଧ୍ୟରୁ ଚାରିଟି ସମ୍ପୂର୍ଣ୍ଣ ନୂତନ ହୋଇଥିବାବେଳେ ଗୋଟିଏ ବିଶେଷ ଭାବରେ ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ଉଦ୍ଧିଷ୍ଠ। ଅର୍ଥମନ୍ତ୍ରୀ କହିଛନ୍ତି ଯେ ରିଲିଫ୍ ପ୍ୟାକେଜ ମଧ୍ୟରେ କୋଭିଡ ପ୍ରଭାବିତ ଅଞ୍ଚଳ ପାଇଁ ଏକ ଲକ୍ଷ କୋଟିରୁ ଅଧିକ ଋଣ ଗ୍ୟାରେଣ୍ଟି ଯୋଜନା ରହିଛି। ଏଥିରୁ ପଚାଶ ହଜାର କୋଟି ଟଙ୍କା ସ୍ୱାସ୍ଥ୍ୟ କ୍ଷେତ୍ର ପାଇଁ ବିନିଯୋଗ ହେବ। ସେ କହିଛନ୍ତି ଯେ ଏହି ଆର୍ଥିକ ସାହାଯ୍ୟରେ ସ୍ୱାସ୍ଥ୍ୟ କ୍ଷେତ୍ରର ଭିତ୍ତିଭୂମି ଆଧୁନିକୀକରଣ ପାଇଁ କାର୍ୟ୍ୟ କରାଯିବ। ଅର୍ଥମନ୍ତ୍ରୀ କହିଛନ୍ତି ଯେ ଏହି ଋଣ ଗ୍ୟାରେଣ୍ଟି ଯୋଜନା ସ୍ୱାସ୍ଥ୍ୟ କ୍ଷେତ୍ର ପ୍ରକଳ୍ପର…
ଭୁବନେଶ୍ବର, ଶେଷ ହୋଇଛି ବିଜେପି ରାଜ୍ୟ କାର୍ଯ୍ୟକାରୀଣି ବୈଠକ। ସାଧାରଣତଃ ଏପରି ବୈଠକରେ ସଂଗଠନ କାମ ବିଷୟରେ ବିଶେଷ ଭାବେ ଆଲୋଚନା କରାଯାଇଥାଏ। ହେଲେ ବିଜେପି ତରଫରୁ ଜାରୀ ପ୍ରେସ ବିଜ୍ଞପ୍ତିରେ ସଂଗଠନ ସୁଦୃଢ ପାଇଁ କଣ ନିଷ୍ପତି ହେଲା ସେ ସବୁ କିଛି ନାହିଁ। ରହିଛି କେବଳ ରାଜ୍ୟ ସରକାର କେଉଁ କେଉଁ କ୍ଷେତ୍ରରେ ବିଫଳ ହେଲେ। ତିନି ପୃଷ୍ଠା କେବଳ ରାଜ୍ୟ ସରକାରଙ୍କୁ ଗାଳି କରି କରି ଶେଷ ହୋଇଛି। ସାଂଗଠାନିକ ନିଷ୍ପତି ମଧ୍ୟରେ ରହିଛି କେବଳ ରାଜ୍ୟ ସରକାରଙ୍କ ବିଫଳତାକୁ ଘରେଘରେ ପହଁଚାଇବା ପାଇଁ ବିଜେପି କାର୍ଯ୍ୟ କରିବ। ଆସନ୍ତା ତିନିମାସ ମଧ୍ୟରେ ରାଜ୍ୟରେ ଦଳକୁ ଆହୁରି ମଜବୁତ କରିବା ପାଇଁ ଚେଷ୍ଠା କରିବ ବୋଲି ନିଷ୍ପତି ହୋଇଛି। ରାଜ୍ୟ ସରକାର କୋଭିଡ ମୁକାବିଲା, ମଣ୍ଡି ସମସ୍ୟା, ଚାଷୀମାରଣ ନିତି, ମନେରଗା ଦୁର୍ନିତି, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପ୍ରଭୃତି ବିଫଳତାକୁ ଲୋକଙ୍କ ନିକଟକୁ ନେବାକୁ ବିଜେପି କାର୍ଯ୍ୟ…
ଭୁବନେଶ୍ବର, ଜୁଲାଇ ମାସ ଦ୍ଵିତୀୟ ସପ୍ତାହ ପର୍ଯ୍ୟନ୍ତ ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ସ୍ବତନ୍ତ୍ର ଟ୍ରେନ ୧୪ ଜୁଲାଇ, ୨୦୨୧ ପର୍ୟ୍ୟନ୍ତ ସପ୍ତାହକୁ ଚାରିଦିନ ଚଳାଚଳ କରିବାକୁ ନିଷ୍ପତ୍ତି ନିଆଯାଇଅଛି। କୋଭିଡ଼୧୯ ସଂକ୍ରମଣର ଶୃଙ୍ଖଳା ଭାଙ୍ଗିବା ପାଇଁ ଏହି ନିଷ୍ପତ୍ତି ନିଆଯାଇଅଛି। ୦୨୮୨୩ ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ବିଶେଷ ଟ୍ରେନ ଭାୟା ଟାଟା ଭୁବନେଶ୍ୱରରୁ ପ୍ରତି ମଙ୍ଗଳବାର ଏବଂ ଗୁରୁବାର ଦିନ ଚଳାଚଳ କରିବାକୁ ଥିବାବେଳେ ସୋମବାର ଏବଂ ଶୁକ୍ରବାର ଦିନ ମାନଙ୍କରେ ବାତିଲ ରହିବ। ୦୨୮୨୪ ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ବିଶେଷ ଟ୍ରେନ ଭାୟା ଟାଟା ନୂଆଦିଲ୍ଲୀରୁ ପ୍ରତି ବୁଧବାର ଏବଂ ଗୁରୁବାର ଦିନ ଚଳାଚଳ କରିବାକୁ ଥିବାବେଳେ ମଙ୍ଗଳବାର ଏବଂ ଶନିବାର ଦିନ ମାନଙ୍କରେ ବାତିଲ ରହିବ। ୦୨୮୨୫/୦୨୮୨୬ ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ବିଶେଷ ଟ୍ରେନ ଭାୟା ଆଦ୍ରଓ ଭୁବନେଶ୍ୱରରୁ ରବିବାର ଏବଂ ବୁଧବାର ଦିନ ଏବଂ ନୂଆଦିଲ୍ଲୀରୁ ସୋମବାର ଏବଂ ଶୁକ୍ରବାର ଦିନ ଚଳାଚଳ କରିବ। ୦୨୮୫୫/୦୨୮୫୬ ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ବିଶେଷ ଟ୍ରେନ ଭାୟା…
ନୂଆଦିଲ୍ଲୀ: ଭାରତ ମାନଚିତ୍ରରୁ ଜମ୍ମୁକାଶ୍ମୀର ଏବଂ ଲଦାଖକୁ ଟ୍ବିଟର ନିଜର ୱେବସାଇଟରେ ଅଲଗା କରିବା ପରେ ପୁଣିଥରେ ବିବାଦ ଆରମ୍ଭ ହୋଇଯାଇଛି। ଭାରତର ମାନଚିତ୍ରକୁ ବିବାଦୀୟ ଭାବେ ଦର୍ଶାଇଥିବାରୁ ଟ୍ବିଟର ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହୋଇଥିଲା। ଭାରତ ମାନଚିତ୍ରରେ ଲଦାଖ ଏବଂ ଜାମ୍ମୁକାଶ୍ମୀରକୁ ବାହାର କରି ଅଲଗା ଦେଶ ଭାବେ ଟ୍ବିଟର ଦର୍ଶାଇଥିଲା। ଏହି ମାନଚିତ୍ର ଟ୍ବିଟରର ‘ଟୁଇପ ଲାଇଫ’ ସେକସନ ଅନ୍ତର୍ଗତ ସାମ୍ନାକୁ ଆସିଥିଲା। ଟ୍ବିଟର ଏଭଳି ଭୁଲ ମାନଚିତ୍ର ପୋଷ୍ଟ କରିଥିବାରୁ ୟୁଜରଙ୍କ ମଧ୍ୟରେ କଡା ପ୍ରତିକ୍ରିୟା ଦେଖିବାକୁ ମିଳିଥିଲା। ସରକାରର କାର୍ଯ୍ୟାନୁଷ୍ଠାନ ଭୟରେ ଟ୍ବିଟର ଏହି ଭୁଲ ମାନଚିତ୍ରକୁ ନିଜ ୱେବସାଇଟରୁ ହଟାଇଦେଇଛି।
ଭୁବନେଶ୍ୱର: ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ, ପୂର୍ବତନ ମନ୍ତ୍ରୀ ସ୍ୱର୍ଗତ ଦୋଳଗୋବିନ୍ଦ ପ୍ରଧାନଙ୍କ ୯୬ତମ ଜୟନ୍ତୀ ଉତ୍ସବ କୋଭିଡ଼ ନିୟମକୁ ପାଳନ କରି ସଂକ୍ଷିପ୍ତ ଭାବେ ତାଙ୍କ ପ୍ରତିଷ୍ଠିତ ମହାତ୍ମାଗାନ୍ଧୀ ଐତିହ୍ୟ ସ୍ମାରକୀ ନ୍ୟାସ ପକ୍ଷରୁ ସଭାପତି ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ରଙ୍କ ପୌରହିତ୍ୟରେ ଆଜି ପୂର୍ବାହ୍ନରେ ବୁଦ୍ଧମନ୍ଦିର ଠାରେ ପାଳିତ ହୋଇଯାଇଛି। ଶିକ୍ଷାବିତ୍ ଡଃ ବଦ୍ରୀନାଥ ପଟ୍ଟନାୟକ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଦୋଳଗୋବିନ୍ଦ ପ୍ରଧାନଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଇ କହିଲେ ଯେ ଭଲ ମଣିଷମାନଙ୍କୁ ୨୦୨୦ ପୂର୍ବରୁ ପରମାତ୍ମା ନିଜ ପାଖକୁ ଡ଼ାକି ନେଇଛନ୍ତି। ବୁଦ୍ଧମନ୍ଦିରର ସମ୍ପାଦକ ଡଃ ସୌରେନ୍ଦ୍ର କୁମାର ମହାପାତ୍ର ଓ ପ୍ରଫେସର ବୁଦ୍ଧଦେବ ମିଶ୍ର ଶ୍ରଦ୍ଧାଞ୍ଜଳି ଜଣାଇ କହିଲେ ଯେ, ଜଣେ ସ୍ୱାଧୀନତା ସଂଗ୍ରାମୀ ଭାବେ ସାଢେ ୩ବର୍ଷ ଜେଲ୍ ଭିତରେ ସେ ଯେଉଁ ଶିକ୍ଷା ଗ୍ରହଣ କରିଥିଲେ, ଭାରତ ସ୍ୱାଧୀନତା ହେବା ପରେ ସେ ସେହି ଜ୍ଞାନକୁ ସମାଜିକ ଜୀବନରେ ପ୍ରୟୋଗ କରି ସଫଳ ହୋଇଥିଲେ। ଯୁବ…
ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୨୮୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୨୮୧ ଆକ୍ରାନ୍ତଙ୍କ ମଧ୍ୟରୁ ୬୬ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୨୧୫ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୯ ହଜାର ୪୬୬ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୩୭୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୮୭ ହଜାର ୬୮୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧ ହଜାର ୩୧୭ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୪୪୦ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।
ନୂଆଦିଲ୍ଲୀ: ଭାରତରେ ହେବାକୁ ଥିବା ଚଳିତ ବର୍ଷର ଟି-୨୦ ବିଶ୍ଵ କପ ମ୍ୟାଚଗୁଡିକୁ ବାତିଲ କରାଯାଇଛି। କୋଭିଡ ଯୋଗୁଁ ଏହି ଟୁର୍ଣ୍ଣାମେଣ୍ଟକୁ ୟୁଏଇରେ ଆୟୋଜନ କରିବା ପାଇଁ ବିସିସିଆଇ ନିଷ୍ପତ୍ତି ନେଇଛି। ଖୁବ ଶୀଘ୍ର ବିସିସିଆଇର ନିଷ୍ପତ୍ତି ବିଷୟରେ ଆଇସିସିକୁ ଜଣାଇଦିଆଯିବ ବୋଲି ସମ୍ପାଦକ ଜୟ ଶାହ କହିଛନ୍ତି। ହେଲେ ଏପର୍ଯ୍ୟନ୍ତ ଏହି ଟୁର୍ଣ୍ଣାମେଣ୍ଟର ଖେଳ ସୂଚୀ ଉପରେ ନିଷ୍ପତ୍ତି ହୋଇନାହିଁ। ତେବେ ଆଇପିଏଲ-୧୪ ସଂସ୍କରଣ ସେପ୍ଟେମ୍ବର ୧୯ ତାରିଖରୁ ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ୟୁଏଇରେ ଖେଳାଯିବ। ଏହାର ଦୁଇ ଦିନ ପରେ ଅର୍ଥାତ ଅକ୍ଟୋବର ୧୭ ତାରିଖ ଠାରୁ ଟି-୨୦ ବିଶ୍ଵକପ ମ୍ୟାଚ ଆରମ୍ଭ ହେବ ବୋଲି କୁହାଯାଉଛି। କିନ୍ତୁ ଏହାର ଅନ୍ତିମ ନିଷ୍ପତ୍ତି ଆଇସିସି ନେବ। ରିପୋର୍ଟ ମୁତାବକ, ୟୁଏଇର ଆବୁଧାବୀ, ଶାରଜାହ ଏବଂ ଦୁବାଇରେ ଟି-୨୦ ବିଶ୍ଵକପ ମ୍ୟାଚ ଆୟୋଜନ କରାଯିବ। ସେପଟେ ରାଉଣ୍ଡ-୧ ର ମ୍ୟାଚଗୁଡିକ ଓମାନରେ ଖେଳାଯିବ। ଗତବର୍ଷ ଆଇସିସି ଟି-୨୦ ବିଶ୍ଵକପ…
ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୩ ହଜାର ୩୮୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ କଟକରୁ ୪୦୮, ଯାଜପୁରରୁ ୩୦୬, ଖୋର୍ଦ୍ଧାରୁ ୪୦୨, ପୁରୀରୁ ୨୩୪, ମୟୂରଭଞ୍ଜରୁ ୨୨୮, ବାଲେଶ୍ବରରୁ ୨୧୯, ଅନୁଗୁଳରୁ ୧୪୭, ଭଦ୍ରକରୁ ୧୪୧, ନୟାଗଡରୁ ୧୨୮, ଜଗତସିଂହପୁରରୁ ୧୨୫, କେନ୍ଦ୍ରାପଡାରୁ ୧୧୮, କୋରାପୁଟରୁ ୧୦୯, ମାଲକାନାଗିରିରୁ ୭୩, ସୁନ୍ଦରଗଡରୁ ୭୨, ରାୟଗଡାରୁ ୪୮, ବରଗଡରୁ ୪୭, ନବରଙ୍ଗପୁରରୁ ୪୭, କନ୍ଧମାଳରୁ ୪୩, ବଲାଙ୍ଗୀରିରୁ ୩୭, ଢେଙ୍କାନାଳରୁ ୩୫, କଳାହାଣ୍ଡିରୁ ୩୫, ସୋନପୁରରୁ ୩୨, ବୌଦ୍ଧରୁ ୩୧, କେନ୍ଦୁଝରରୁ ୩୦, ସମ୍ବଲପୁରରୁ ୨୯, ଝାରସୁଗୁଡାରୁ ୧୯, ନୂଆପଡାରୁ ୧୮, ଗଞ୍ଜାମରୁ ୧୭, ଗଜପତିରୁ ୧୪, ଦେବଗଡରୁ ୧୧ ଏବଂ ଷ୍ଟେଟ ପୁଲରୁ ୮୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୮ ଲକ୍ଷ…
ନୂଆଦିଲ୍ଲୀ: ସରକାରୀ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଉନ୍ନତି ଆଣିବା ପାଇଁ ୨୩ ହଜାର ୨୨୦ କୋଟି ଖର୍ଚ୍ଚ କରିବାକୁ କେନ୍ଦ୍ର ସରକାର ପ୍ରକ୍ରିୟା ଆରମ୍ଭ କରିଦେଇଛି। ଏଥିରେ ପିଲାମାନଙ୍କ ସ୍ୱାସ୍ଥ୍ୟ ଉପରେ ଅଧିକ ଗୁରୁତ୍ଵ ଦିଆଯିବ। ଏହି ଯୋଜନାରେ ଜିଲ୍ଲା ଏବଂ ଉପଜିଲ୍ଲାଗୁଡିକରେ ଆଇସିୟୁ, ଅକ୍ସିଜେନ ଉପଲବ୍ଧ କରିବା ପାଇଁ ବ୍ୟବସ୍ଥା କରାଯିବ। ଆଜି ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସିତାରମଣ କହିଛନ୍ତି ଯେ, ସରକାରୀ ସ୍ୱାସ୍ଥ୍ୟ ସେବାର ଢାଞ୍ଚାରେ ସୁଧାର କରିବା ପାଇଁ ଏହି ଯୋଜନା ପ୍ରସ୍ତୁତ କରାଯାଇଛି। କରୋନାର ତୃତୀୟ ଲହରୀରେ ଶିଶୁମାନେ ଅଧିକ ସଂକ୍ରମଣ ହେବେ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ସତର୍କ କରାଇଛନ୍ତି। ତେଣୁ ଆବଶ୍ୟକତାକୁ ଦେଖି ଜରୁରୀକାଳିନ ପ୍ରସ୍ତୁତି ଜରିଆରେ ଶିଶୁ ଏବଂ ମହାମାରୀ ସମ୍ପର୍କିତ ସମସ୍ୟା ଉପରେ ଅଧିକ ଧ୍ୟାନ ଦିଆଯିବ ବୋଲି ଅର୍ଥ ମନ୍ତ୍ରୀ କହିଛନ୍ତି। ଜିଲ୍ଲା ଏବଂ ଉପଜିଲ୍ଲାସ୍ତର ଲାଗି ଆଇସିୟୁ ଶଜ୍ଜ୍ୟା, ଅକ୍ସିଜେନ ଯୋଗାଣ ଉପରେ…
ସୀତାରାମ ଅଗ୍ରୱାଲ ଚିଲିକା: ଖୋର୍ଦ୍ଧା ଜିଲ୍ଲାରେ ଟୀକାର ଅଭାବ ଦେଖାଯାଇଥିବାରୁ ଆସନ୍ତାକାଲି ଚିଲିକା ନିର୍ବାଚନ ମଣ୍ଡଳୀରେ କେବଳ ଚିଲିକା ବ୍ଲକରେ ୧୬୦ ଲୋକଙ୍କ ପାଇଁ ଟୀକାର ବ୍ୟବସ୍ଥା ହୋଇଛି। କିନ୍ତୁ ବାଣପୁରରେ ଟୀକାକରଣ ବନ୍ଦ ରହିବ। ଚିଲିକା- ୧୮ରୁ ୪୪ ବର୍ଷ ବର୍ଗର ନାଗରିକ(ପ୍ରଥମ ଡୋଜ) ଏବଂ ୪୫ ବର୍ଷରୁ ଉର୍ଦ୍ଧ୍ଵ ନାଗରିକ (ଦ୍ଵିତୀୟ ଡୋଜ) ୧- ବ୍ରାହ୍ମଣକୁଶଡିହ ବାତ୍ୟା ଆଶ୍ରୟସ୍ଥଳୀ, ଆଙ୍କୁଲା- ୧୬୦ ଡୋଜ ୧୮ରୁ ୪୪ ବର୍ଷ ନାଗରିକ ମାନଙ୍କ ଟୀକାକରଣ ସମୟ– ସକାଳ ୯ ରୁ ମଧ୍ୟାହ୍ନ ୧୨ ଘଟିକା ୪୫ ବର୍ଷରୁ ଉର୍ଦ୍ଧ୍ଵ ନାଗରିକ ମାନଙ୍କ ଟୀକାକରଣ ସମୟ- ଅପରାହ୍ନ ୩ ରୁ ସନ୍ଧ୍ୟା ୬ ଘଟିକା
ଭୁବନେଶ୍ୱର: ସ୍ୱାସ୍ଥ୍ୟ ସେବାକୁ ସବୁଠାରୁ ଗୁରୁତ୍ୱ ଦେଉଥିବା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ୍ ଅଫ ମେଡିକାଲ ସାଇନ୍ସେସ ଆଣ୍ଡ ସମ୍ ହସ୍ପିଟାଲରେ ଜନସାଧାରଣଙ୍କର ସ୍ୱାସ୍ଥ୍ୟ ସେବା ଓ ସୁବିଧାକୁ ଦୃଷ୍ଟିରେ ରଖି କୋଭିସିଲ୍ଡ ଟୀକା ପ୍ରଦାନ କରାଯାଉଛି। ସେରମ ଇନଷ୍ଟିଚ୍ୟୁଟ୍ ଦ୍ୱାରା ପ୍ରସ୍ତୁତ କୋଭିସିଲ୍ଡ ଟୀକାକୁ ଜନସାଧାରଣ କୋ-ୱିନ ଆପର ପଞ୍ଜୀକରଣ କରି ପାରିବେ କିମ୍ବା ସିଧାସଳଖ ଆସି ସମ୍ ହସ୍ପିଟାଲରେ ନେଇ ପାରିବେ। ସମ୍ ହସ୍ପିଟାଲରେ ଗତ ଜୁନ୍ ୧୭ ତାରିଖରୁ ଏହି କୋଭିସିଲ୍ଡ ଟୀକାକରଣ ପ୍ରକ୍ରିୟା ଆରମ୍ଭ କରାଯାଇଛି। ସରକାରଙ୍କର ପକ୍ଷରୁ ଘରୋଇ ହସ୍ପିଟାଲରେ ଟୀକାକରଣ ନିମନ୍ତେ ନିର୍ଦ୍ଧାରିତ ନିୟମ ଅନୁଯାୟୀ ଏହି ଟୀକାକରଣ କରାଯାଉଛି ବୋଲି ଆଇଏମଏସ ଆଣ୍ଡ ସମ ହସ୍ପିଟାଲର ମେଡିକାଲ ସୁପରିଟେଣ୍ଡେଂଟ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର ସୂଚନା ଦେଇଛନ୍ତି। ପ୍ରତ୍ୟେକ ଡୋଜର ମୂଲ୍ୟ ୭୮୦ ଟଙ୍କା ଧାର୍ଯ୍ୟ କରାଯାଇଛି ଯାହାକି ସରକାରଙ୍କ ଦ୍ୱାରା ନିର୍ଦ୍ଧାରଣ କରାଯାଇଥିବା ମୂଲ୍ୟ ଅଟେ। ଏହି ନିର୍ଦ୍ଧାରିତ…
ଭୁବନେଶ୍ବର: ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟର ନୂତନ କୁଳପତି ଭାବେ ପ୍ରଫେସର ବଂଶୀଧର ମାଝୀ ନିଯୁକ୍ତି ପାଇଛନ୍ତି। ନୂତନ କୁଳପତିଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ନିଯୁକ୍ତି ଦେଇଛନ୍ତି। ୩ ବର୍ଷ ପାଇଁ କୁଳପତି ଭାବେ ପ୍ରଫେସର ବଂଶୀଧର ମାଝୀଙ୍କୁ ରାଜ୍ୟପାଳ ନିଯୁକ୍ତି ଦେଇଛନ୍ତି। ବର୍ତ୍ତମାନ କାଞ୍ଚିପୁରମ ଆଇଆଇଆଇଟିଡିଏମର ନିର୍ଦ୍ଦେଶକ ଭାବେ ପ୍ରଫେସର ମାଝୀ କାର୍ଯ୍ୟ ତୁଲାଉଛନ୍ତି।
ବାଲେଶ୍ଵର: ଆଜି ସକାଳ ୧୦ ଟା ୫୫ ମିନିଟରେ ବାଲେଶ୍ଵର ଚାନ୍ଦିପୁରର ଡା. ଏପିଏଜେ ଅବଦୁଲ କଲାମ ଦ୍ଵୀପରୁ ଅଗ୍ନି ୱାନ କ୍ଷପଣାସ୍ତ୍ରର ସଫଳ ପରୀକ୍ଷଣ ହୋଇଯାଇଛି। ଏଥିରେ ପ୍ରାୟ ୧ ହଜାରରୁ ୨ ହଜାର କିଲୋମିଟର ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିବାର କ୍ଷମତା ରଖିଥିବା ବେଳେ ଏହା ଏକ ହଜାର କେଜି ପର୍ଯ୍ୟନ୍ତ ଆଣିବକ ଅସ୍ତ୍ର ପରିବହନ କରିପାରିବ। ତେବେ ଏହାକୁ ଅଗ୍ନି ସିରିଜର ଅତ୍ୟାଧୁନିକ ଆଣବିକ କ୍ଷମତା ସମ୍ପନ୍ନ ବାଲିଷ୍ଟିକ ମିସାଇଲ ବୋଲି କୁହାଯାଉଛି। ଅଗ୍ନି-୩ ଓ ଅଗ୍ନି-୪କୁ ବିକଶିତ କରାଯାଇ ଅଗ୍ନି ପ୍ରାଇମ ପ୍ରସ୍ତୁତ ହୋଇଥିବା ବେଳେ ଏହାକୁ ଅଗ୍ନି ୧ର ନୂଆ ସଂସ୍କରଣ ବୋଲି କୁହାଯାଉଛି।
ଭୁବନେଶ୍ବର: ପୁଣିଥରେ ଟୀକା ପାଇଁ କେନ୍ଦ୍ରକୁ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ଚିଠି ଲେଖିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନଙ୍କୁ ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାସ ଚିଠି ଲେଖିଛନ୍ତି। ଟିକାକରଣକୁ ତ୍ୱରାନ୍ୱିତ କରିବାକୁ ହେଲେ ଅଧିକ ଟୀକା ଆବଶ୍ୟକ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି। ଗତ ୨୧ ଜୁନ୍ରୁ ରାଜ୍ୟରେ ହାରାହାରି ଦୈନିକ ୩ ଲକ୍ଷ ଲୋକଙ୍କୁ ଟିକା ଦିଆହେଉଛି। ଏପର୍ଯ୍ୟନ୍ତ ୩ ଲକ୍ଷ ୩୮ ହଜାର ଡୋଜ୍ କୋଭିସିଲିଡ୍ ମହଜୁଦ ରହିଥିବା ବେଳେ ଏହା ଦୁଇ ଦିନରେ ସରିଯିବ। ଆସନ୍ତା ମଙ୍ଗଳବାର ପରଠୁ ରାଜ୍ୟରେ କୋଭିସିଲ୍ଡ ଟିକାର ଅଭାବ ରହିବ। ଫଳରେ ଟିକାକରଣ ବାଧାପ୍ରାପ୍ତ ହେବ। ତେଣୁ ତୁରନ୍ତ ୬ ଲକ୍ଷ କୋଭିସିଲ୍ଡ ଟିକା ଯୋଗାଇ ଦେବାକୁ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ କେନ୍ଦ୍ର ସରକାରଙ୍କୁ ନିବେଦନ କରିଛନ୍ତି।

