Author: Samikhsya Bureau

ସୀତାରାମ ଅଗ୍ରୱାଲ ଚିଲିକା: ଖୋର୍ଦ୍ଧା ଜିଲ୍ଲାରେ ଟୀକାର ଘୋର ଅଭାବ ଦେଖାଯାଇଛି। କ୍ରମାଗତ ଦୁଇ ଦିନ ହେଲା ଜିଲ୍ଲାକୁ ଟୀକା ଆସୁନାହିଁ। ଯାହାଫଳରେ ନାଗରିକ ମାନେ ବହୁ ହଇରାଣ ହରକତ ହେଉଥିବାର ଦେଖାଯାଇଛି। ଘଣ୍ଟା ଘଣ୍ଟା ଧରି ଧାଡିରେ ଛିଡା ହୋଇ ମଧ୍ୟ ସେମାନଙ୍କୁ ନିରାଶ ହେବାକୁ ପଡୁଛି। ତେବେ ଆସନ୍ତାକାଲି ମଧ୍ୟ ଚିଲିକା ନିର୍ବାଚନମଣ୍ଡଳୀରେ ଟୀକାକରଣ ପ୍ରକ୍ରିୟା ବନ୍ଦ ରହିବ। ଏ ନେଇ ଉଭୟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ସୂଚନା ଦେଇଛନ୍ତି। ଏଥିଲାଗି ବେଶୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଦ୍ଵିତୀୟ ଡୋଜ ଅପେକ୍ଷାରେ ଥିବା ନାଗରିକ ମାନେ।  ପ୍ରଥମ ଡୋଜ ନେବାର ୮୪ ଦିନରୁ ଅଧିକ ସମୟ ହୋଇଯାଇଥିବା ନାଗରିକମାନେ ଚିନ୍ତାରେ ପଡିଯାଇଛନ୍ତି।

Read More

ଭୁବନେଶ୍ବର: ରାଜ୍ୟରେ କରୋନା ଯୋଗୁଁ ଆଂଶିକ ଲକଡାଉନ ଜାରି ରହିଛି। ଆସନ୍ତାକାଲି ଠାରୁ ଏହି ଆଂଶିକ ଲକଡାଉନର କଟକଣା ସମାପ୍ତ ହେଉଛି। ତେବେ କରୋନା ସଂକ୍ରମଣକୁ ଦେଖି ରାଜ୍ୟ ସରକାର ଆସନ୍ତା ୧୫ ଦିନ ତଥା ଜୁଲାଇ ୧୬ ତାରିଖ ଯାଏଁ ଆଂଶିକ ଲକଡାଉନକୁ ବୃଦ୍ଧି କରିଛନ୍ତି। ଆଜି ପ୍ରେସ ବାର୍ତ୍ତାରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏନେଇ ଘୋଷଣା କରିଛନ୍ତି। ରାଜ୍ୟକୁ ଦୁଇଟି କ୍ୟାଟାଗୋରୀରେ ବିଭକ୍ତ କରାଯାଇଛି। ଗୋଟିଏ ‘ଏ’ କ୍ୟାଟାଗୋରୀ ଏବଂ ଦ୍ଵିତୀୟଟି ‘ବି’ କ୍ୟାଟାଗୋରୀରେ ବିଭକ୍ତ କରାଯାଇଛି। କ୍ୟାଟାଗୋରୀ ‘ଏ’ ଜିଲ୍ଲାରେ ୨୦ ଟି ଜିଲ୍ଲାକୁ ରଖାଯାଇଥିବା ବେଳେ କ୍ୟାଟାଗୋରୀ ‘ବି’ ରେ ୧୦ ଟି ଜିଲ୍ଲାକୁ ରଖାଯାଇଛି। କ୍ୟାଟାଗୋରୀ ‘ଏ’ ଜିଲ୍ଲା: ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, କଳାହାଣ୍ଡି, ବଲାଙ୍ଗୀର, ନୂଆପଡା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ବୌଦ୍ଧ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି, ରାୟଗଡା । କଣ ରହିବ…

Read More

ଭୁବନେଶ୍ବର, ଯାତ୍ରୀମାନଙ୍କ ସୁବିଧା ପାଇଁ ଏବଂ ପଶ୍ଚିମ ଭାରତକୁ ଯାତାୟାତ କରୁଥିବା ନିୟମିତ ଟ୍ରେନ୍ ଗୁଡ଼ିକରେ ମାତ୍ରାଧିକ ଅପେକ୍ଷା ତାଲିକାକୁ ଏଡାଇବା ପାଇଁ ରେଳ ମନ୍ତ୍ରଣାଳୟ ଗୁଜୁରାଟର ସୁରଟ ନିକଟସ୍ଥ ଉଦନା ଷ୍ଟେସନ ମଧ୍ୟରେ ଏକ ସ୍ୱତନ୍ତ୍ର ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତି ନେଇଛି। ସେହି ଅନୁସାରେ ଏହି ଟ୍ରେନଟି ନିମ୍ନ ସମୟ ଅନୁସାରେ ବାହାରିବ ବୋଲି କୁହାଯାଇଛି। ବିଜୟନଗରମ ଓ ଟିଟିଲାଗଡ଼ ମାର୍ଗ ଦେଇ ୦୮୫୮୫/୦୮୫୮୬ ଖୋର୍ଦ୍ଧା ରୋଡ-ଉଦନା-ଖୋର୍ଦ୍ଧା ରୋଡ ବିସସ ଟ୍ରେନ ଖୋର୍ଦ୍ଧା ରୋଡ଼ ଠାରୁ ଜୁଲାଇ ମାସ ୫ ତାରିଖ (ସୋମବାର) ରାତ୍ରି ୮ଘ.୩୦ମି.ରେ ଛାଡି ୭ ଜୁଲାଇ, ୨୦୨୧ (ବୁଧବାର) ଦିନ ଭୋର ୩ଘ.୪୦ମି.ରେ ଉଦନାରେ ପହଞ୍ଚିବ। ଫେରିବା ମାର୍ଗରେ ହିଁ ଟ୍ରେନ ଉଦନା ଠାରୁ ୭ ଜୁଲାଇ ୨୦୨୧ (ବୁଧବାର) ଦିନ ସକାଳ ୬ ଘଟିକାରେ ଛାଡି ୮ ଜୁଲାଇ, ୨୦୨୧ (ଗୁରୁବାର) ଦିନ ଅପରାହ୍ନ ୩ଘ.୪୦ମି.ରେ ଖୋର୍ଦ୍ଧା ରୋଡରେ ପହଞ୍ଚିବ। ଏହି ଟ୍ରେନରେ ଗୋଟିଏ…

Read More

ସୀତାରାମ ଅଗ୍ରୱାଲ ନାଚୁଣୀ: ଖୋର୍ଦ୍ଧା ଜିଲ୍ଲା ନାଚୁଣୀ ଫାଣ୍ଡି ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥରେ ଆଜି ସକାଳୁ ଏକ ଘଣ୍ଟା ବ୍ୟବଧାନରେ ଦୁଇ ଗୋଟି ସଡ଼କ ଦୁର୍ଘଟଣା ଘଟିଛି। ସୂଚନା ମୁତାବକ ସକାଳ ୫ ଘଟିକାରେ ବ୍ରହ୍ମପୁରରୁ ଏକ ଟମାଟୋ ବୋଝେଇ ଟ୍ରକ ଭୁବନେଶ୍ୱର ଅଭିମୁଖେ ଯାଉଥିବା ବେଳେ ବରଡ଼ି ଛକଠାରେ ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଫଳରେ ଶହ ଶହ ଟମାଟୋ ଜାତୀୟ ରାଜପଥରେ ପଡି ନଷ୍ଟ ହୋଇଯାଇଥିବା ବେଳେ ଗାଡି ଚାଳକ ଏବଂ ହେଲ୍ପର ଅଳ୍ପକେ ବର୍ତ୍ତିଯାଇଥିଲେ। ଖବର ପାଇ ନାଚୁଣୀ ଫାଣ୍ଡି ଅଧିକାରୀ ଉମାକାନ୍ତ ସାହୁ ଘଟଣାସ୍ଥଳରେ ପହଁଚି ଏକ କ୍ରେନ ମାଧ୍ୟମରେ ଗାଡିଟିକୁ ଉଦ୍ଧାର କରିଛନ୍ତି। ଅନୁରୂପ ଭାବେ ଏହାର ଏକ ଘଣ୍ଟା ପରେ ସକାଳ ୬ ଘଟିକାରେ ଖୋର୍ଦ୍ଧାରୁ ଆସ୍କା ଯାଉଥିବା ଏକ ରଙ୍ଗ ବୋଝେଇ ପିକଅପ ଗାଡିଟି ସେହି ସ୍ଥାନରେ ଭରସାମ୍ୟ ହରାଇ ଓଲଟିପଡ଼ିଥିଲା।  ଫଳରେ ଲକ୍ଷାଧିକ ଟଙ୍କାର ରଙ୍ଗ ଜାତୀୟ…

Read More

ନୂଆଦିଲ୍ଲୀ/ଭୁବନେଶ୍ବର: ଓଡିଶା ଝିଅ ଦୂତୀ ଚାନ୍ଦଙ୍କୁ ଏକ ବଡ ସଫଳତା ମିଳିଛି। ଜାତୀୟ ଚମ୍ପିୟାନ ଦୂତୀ ଚାନ୍ଦଙ୍କୁ ଟୋକିଓ ଅଲମ୍ପିକ ପାଇଁ  ଟିକେଟ ମିଳିଛି। ସେ ୧୦୦ ମିଟର ଏବଂ ୨୦୦ ମିଟର ଦୌଡରେ ଟୋକିଓ ଅଲମ୍ପିକ ଖେଳିବା ପାଇଁ ଯୋଗ୍ୟତା ଅର୍ଜ୍ଜନ କରିଛନ୍ତି। ୱାର୍ଲ୍ଡ ରାଙ୍କିଂ ଅନୁସାରେ ଦୂତୀଙ୍କୁ ମନୋନୀତ କରାଯାଇଛି। ଏଥିପାଇଁ ରାଜ୍ୟ ଓ ଦେଶର ଖେଳପ୍ରେମୀମାନଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।

Read More

ନୂଆଦିଲ୍ଲୀ: ଜୁଲାଇ ୩୧ ଯାଏଁ ଅନ୍ତର୍ଜାତୀୟ ବିମାନ କଟକଣାର ଅବଧିକୁ ବୃଦ୍ଧି କରାଯାଇଛି। କୋଭିଡ ଯୋଗୁଁ ଭାରତକୁ ଆସୁଥିବା ଏବଂ ଭାରତରୁ ବିଦେଶକୁ ଯାଉଥିବା ବିମାନ ଉପରେ କଟକଣା ଜୁଲାଇ ୩୧ ଯାଏଁ ବଳବତ୍ତର ରହିବ। ପ୍ରାୟ ୧୫ ମାସ ପରେ ଜୁଲାଇ ୧ ତାରିଖରୁ ଅନ୍ତର୍ଜାତୀୟ ବିମାନ କଟକଣା ଉଠିବ ବୋଲି ଅନୁମାନ କରାଯାଉଥିଲା। କିନ୍ତୁ ଏହି କଟକଣାକୁ ଜୁଲାଇ ୩୧ ଯାଏଁ ବୃଦ୍ଧି କରାଯାଇଛି। ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ଗତକାଲି କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ କଟକଣାକୁ କଡାକଡି କରିବା ପାଇଁ ସବୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଦିଆଯାଇଥିଲା। କେନ୍ଦ୍ର ଗୃହ ସଚିବ ଅଜୟ ଭାଲ୍ଲା ଏନେଇ ସବୁ ରାଜ୍ୟ ସରକାରଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଥିଲେ।

Read More

ନୂଆଦିଲ୍ଲୀ: କରୋନାରେ ମୃତ୍ୟୁବରଣ କରିଥିବା ପରିବାରଙ୍କୁ ସହାୟତା ରାଶି ଦେବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବା ଲାଗି ଏକ ନିର୍ଦ୍ଦିଷ୍ଟ ଗାଇଡଲାଇନ ପ୍ରସ୍ତୁତ କରିବା ପାଇଁ ସୁପ୍ରିମକୋର୍ଟ କେନ୍ଦ୍ରକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ମୃତକଙ୍କ ପରିବାରକୁ କ୍ଷତିପୂରଣ କେତେ ଦିଆଯିବ, ତାହା ଅଦାଲତ ସ୍ଥିର କରିପାରିବେ ନାହିଁ ବୋଲି ସ୍ପଷ୍ଟ କରାଯାଇଛି। ସେ ଲାଗି କେନ୍ଦ୍ର ସରକାର ସ୍ଥିର କରିବାକୁ ସୁପ୍ରିମକୋର୍ଟ କହିଛନ୍ତି। ଏହାପୂର୍ବରୁ ମୃତକଙ୍କ ପରିବାରକୁ ୪-୪ ଲକ୍ଷ ଟଙ୍କା ଅନୁକମ୍ପା ରାଶି ମିଳିବା ପାଇଁ ସୁପ୍ରିମକୋର୍ଟରେ ଏକ ଆବେଦନ ହୋଇଥିଲା। ଯାହାକୁ ନେଇ କେନ୍ଦ୍ର ସରକାର ୪ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରାଯାଇପାରିବ ନାହିଁ ବୋଲି ଅଦାଲତଙ୍କୁ କେନ୍ଦ୍ର ସରକାର ଜଣାଇଦେଇଛନ୍ତି। ତେବେ କେନ୍ଦ୍ର ସରକାର ନିଜର ନୀତି ଅନୁସାରେ କ୍ଷତିପୂରଣ ରାଶି ନିର୍ଣ୍ଣୟ କରିପାରିବେ ବୋଲି କହିଛନ୍ତି। ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ନିୟମ ଏବଂ ସମ୍ବଳ ଅନୁଯାୟୀ ସରକାର…

Read More

ନୂଆଦିଲ୍ଲୀ: ଅଭିନେତ୍ରୀ ମନ୍ଦୀରା ବେଦୀଙ୍କ ସ୍ଵାମୀ ରାଜ କୌଶଳଙ୍କ ଦେହାନ୍ତ ହୋଇଯାଇଛି। ହୃଦଘାତ ଯୋଗୁଁ ରାଜ କୌଶଳଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ଆଜି ଭୋର ୪ ଟା ୩୦ ମିନିଟରେ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ରହିଛି। ମେଡିକାଲ ସହୟତା ନେବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଉଲ୍ଲେଖ ଯୋଗ୍ୟ ଯେ, ମାନଦୀର ଏବଂ ରାଜଙ୍କ ମଧ୍ୟରେ ୧୯୯୯ ମସିହାରେ ବିବାହ ହୋଇଥିଲା। ସେମାନଙ୍କର ଗୋଟି ଝିଅ ଏବଂ ଗୋଟିଏ ପୁଅ ଅଛନ୍ତି। ରାଜ ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରୁଥିଲେ। ଅନେକ ଭଲ ଫିଲ୍ମ ରାଜ ନିର୍ମାଣ କରିଥିଲେ। ପ୍ୟାର ମେ କଭି କଭି, ଶାଦି କା ଲଡ୍ଡୁ, ମାଇଁ ବ୍ରଦର ନିଖିଲ ଏବଂ ଏନ୍ଥନୀ କୌନ ହେ ଭଳି ଅନେକ ଫିଲ୍ମ ସେ ନିର୍ମାଣ କରିଥିଲେ।

Read More

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୪୫ ହଜାର ୯୫୧ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୮୧୭ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୩ ଲକ୍ଷ ୬୨ ହଜାର ୮୪୮ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୯୮ ହଜାର ୪୫୪ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୯୪ ଲକ୍ଷ ୨୭ ହଜାର ୩୩୦ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୫ ଲକ୍ଷ ୩୭ ହଜାର ୬୪ ଆକ୍ଟିଭ୍‌ କେସ୍ ରହିଛି।

Read More

ସୀତାରାମ ଅଗ୍ରୱାଲ ଟାଙ୍ଗୀ: କୋରୋନା ମହାମାରୀକୁ ଚେକ୍ ଦେବା ପାଇଁ ରାଜ୍ୟରେ ଲକ୍ ଡାଉନ୍ ଜାରି ରହିଛି।  ଏହି ଲକ୍ ଡାଉନ୍ କୁ କଡା କଡି କରିବା ପାଇଁ ପୋଲିସ୍ ବିଭାଗ ସଂପୂର୍ଣ୍ଣ ତତ୍ପର ହୋଇଛ। ବିଭିନ୍ନ ସ୍ଥାନରେ ନାକା ଲଗାଇବା ସହ କଡା କଡି ପାଟ୍ରୋଲିଂ କରୁଛି। ତେବେ ଏସଵୁକୁ ଖାତିର ନକରି ପଥର ମାଫିଆମାନେ ସେମାନଙ୍କର କାରବାର ଵେଧଡକ ଚଳାଉଛନ୍ତି। ନିସ୍ତବ୍ଧ ରାତିରେ ଏହି ପଥର ମାଫିଆମାନେ ସେମାନଙ୍କର କାରବାର ଚଳାଉଛନ୍ତି। ଗତ କାଲି ରାତିରେ ଟାଙ୍ଗୀ ତଳଗଡ କୁହୁଡି ମୌଜାରୁ ଚୋରା ପଥର ବୋଝେଇ ହୋଇ ବାଲୁଗାଁ ଅଭିମୁଖେ କେତେକ ଟ୍ରକ, ମିନିଟ୍ରକ୍ ବାହାରିଥିଲେ। ହେଲେ କୁହୁଡି ଓଭର ବ୍ରିଜ୍ ତଳେ ପୋଲିସ୍ ପାଟ୍ରୋଲିଂ ଗାଡିକୁ ଦେଖି କେତେକ ପଥର ବୋଝେଇ ଗାଡି ଦେଖି ବାଟ କାଟି ଅନ୍ୟ ରାସ୍ତାରେ ପଳାଇ ଯାଇଥିଲେ। ତେବେ ଗୋଟିଏ ମିନିଟ୍ରକ୍ ପୋଲିସ୍ ଗାଡିକୁ ଦେଖି ଦୃତ ଵେଗରେ ପଳାଇ ଯାଉଥିବା…

Read More

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୪୮ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୪୮ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୪୦୧୭ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ଖୋର୍ଦ୍ଧା ଜିଲ୍ଲାର ସର୍ବାଧିକ ୭ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ କଟକ, ନୟାଗଡ ଜିଲ୍ଲାରୁ ୫ ଜଣ ଲେଖାଏଁ, ଗଞ୍ଜାମ, ସୁନ୍ଦରଗଡ ଜିଲ୍ଲାରୁ ୪ ଜଣ, ବରଗଡ, ବୌଦ୍ଧ ଓ ଢେଙ୍କାନାଳ ଜିଲ୍ଲାରୁ ୩ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ସେହିଭଳି ଅନୁଗୁଳ, ଭଦ୍ରକ, ବାଲେଶ୍ଵର, ଝାରସୁଗୁଡା ଜିଲ୍ଲାରୁ ୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଜଗତସିଂହପୁର, କନ୍ଧମାଳ, କୋରାପୁଟ, ପୁରୀ, ସମ୍ବଲପୁର ଓ କଳାହାଣ୍ଡି ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୯ ହଜାର ୮୦୦ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ…

Read More

ଭୁବନେଶ୍ବର: ଆଜି ରାଜ୍ୟରେ ୩ ହଜାର ୩୭୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୧୯୨୨ ଜଣ ଚିହ୍ନଟ ହୋଇଥିବା ବେଳେ ୧୪୪୯ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୯ ହଜାର ୮୦୦ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୮ ଲକ୍ଷ ୭୪ ହଜାର ୩୦୭ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୩୧ ହଜାର ୪୨୨ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୩୯୬୯ କୁ ବୃଦ୍ଧି ହୋଇଛି। ଆଜି ମୋଟ ୩୦ ଟି ଜିଲ୍ଲାରୁ ୩ ହଜାର ୩୭୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୫୩୦ ଜଣ, କଟକ ଜିଲ୍ଲାରୁ ୪୬୮ ଜଣ, ଅନୁଗୁଳ ଜିଲ୍ଲାରୁ…

Read More

ମେଷ- କୌଣସି ନିଷ୍ପତ୍ତି ନେବାରେ ବିବେକ ବ୍ୟବହାର କରନ୍ତୁ । ପରିବାର ସହିତ ଦିନଟି ଖୁସିରେ ବିତାଇବେ । ମୂଲ୍ୟବାନ ସାମଗ୍ରୀ ତୁମ ପାଖରେ ରଖ । ବ୍ୟବସାୟ ଭଲ ହେବ । ଖର୍ଚ୍ଚ ବୃଦ୍ଧି ପାଇବ । ବିବାଦକୁ ଉତ୍ସାହିତ କରନ୍ତୁ ନାହିଁ । ଦୁଷ୍ଟମାନଙ୍କଠାରୁ ସତର୍କତା ଆବଶ୍ୟକ। କ୍ରନିକ ରୋଗ ଦେଖାଦେଇପାରେ । ବିପଦପୂର୍ଣ୍ଣ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ । ବୃଷ- ସ୍ଥାୟୀ ସମ୍ପତ୍ତି କ୍ରୟ ଏବଂ ବିକ୍ରୟ ହୋଇପାରେ । ଦୀର୍ଘ ବିଚାରାଧୀନ କାର୍ଯ୍ୟ ସମାପ୍ତ ହେବାର ସମ୍ଭାବନା ଅଛି । ଏହା ବହୁତ ଲାଭଦାୟକ ହୋଇପାରେ । ବେକାରୀ ସମସ୍ୟା ଦୂର କରିବା ପାଇଁ ପ୍ରୟାସ ସଫଳ ହେବ । ପ୍ରଗତିର ରାସ୍ତା ଖୋଲିଯିବ। ଶତ୍ରୁମାନଙ୍କଠାରୁ ସତର୍କତା ଆବଶ୍ୟକ । କ୍ଷତି କରିବାକୁ ଚେଷ୍ଟା କରିବେ । ସୁଖ ମିଳିବ । ମିଥୁନ- ଅଟକି ରହିଥିବା ଟଙ୍କା ମିଳିବାର ସମ୍ଭାବନା ଅଛି ।…

Read More

ଭୁବନେଶ୍ବର, ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ବର୍ତ୍ତମାନ ସମୟରେ ମଧ୍ୟ ଲୋକପ୍ରିୟ । ନୈତିକତା ପୁସ୍ତକରେ ବର୍ଣ୍ଣିତ ନୀତିଗୁଡିକ ଅନେକଙ୍କ ପାଇଁ ଟିକେ କଠୋର ହୋଇପାରେ, କିନ୍ତୁ ଜୀବନରେ ମିଳେ ସଫଳତା। ଚାଣକ୍ୟଙ୍କ ଚିନ୍ତାଧାରା ଲୋକଙ୍କୁ ସଠିକ୍ ପଥ ଏବଂ ଜୀବନରେ ସଫଳତା ପାଇବାରେ ସାହାଯ୍ୟ କରେ । ଗୋଟିଏ ପଦରେ, ଚାଣକ୍ୟ କହିଛନ୍ତି ଯେ ତିନୋଟି ଜିନିଷ ପାଇଁ ମଣିଷର ଦୀର୍ଘଦିନର ସମ୍ପର୍କ ଭାଙ୍ଗିଯାଏ। ଚାଣକ୍ୟ କହିଛନ୍ତି ଯେ ଯେତେବେଳେ କ୍ରୋଧ, ଜିଦ୍ ଏବଂ ମୁକାବିଲା ମନୋଭାବ ପରି ଜିନିଷ ରହେ ସେତେବେଳେ ସମ୍ପର୍କର ଭାଙ୍ଗିବାର ରାସ୍ତା ଖୋଲିଯାଏ। ଚାଣକ୍ୟ କହିଛନ୍ତି ଯେ ଯେତେବେଳେ ଏହି ତିନୋଟି ଜିନିଷ ଜଣେ ବ୍ୟକ୍ତିଙ୍କ ଜୀବନରେ ଆସେ, ସେତେବେଳେ ସେ ବୁଝିବା ଉଚିତ୍ କୌଣସି ନା କୌଣସି ପରିସ୍ଥିତିରେ ସମ୍ପର୍କର ପରାଜୟ ନିଶ୍ଚିତ ହେବ। ସେଥି ପାଇଁ ଜିଦଖୋର ପ୍ରବୃତି ପରିତ୍ୟାଗ କରି ଭଲ ଜୀବନ ଯାପନ କରିବାର ଆବଶ୍ୟକତା ରହିଛି।

Read More

କୁମ୍ଭ- ପୂଜା ପାଇଁ ଆଗ୍ରହୀ ହେବେ । ଆପଣ ଜଣେ ସାଧୁଙ୍କ ସେବା କରିବାର ସୁଯୋଗ ପାଇବେ । ବ୍ୟବସାୟ ଯାତ୍ରା ସଫଳ ହେବ । ବ୍ୟବସାୟ ଲାଭଦାୟକ ହେବ । ଅଂଶୀଦାରମାନଙ୍କଠାରୁ ସହଯୋଗ ହେବ । ମୀନ-ଅର୍ଥନୈତିକ ପ୍ରଗତି ପାଇଁ ଏକ ନୂତନ ନୀତି ପ୍ରସ୍ତୁତ କରାଯିବ । ସିଷ୍ଟମ୍ ଉନ୍ନତି କରିବ। ଦୀର୍ଘ ଦିନ ଧରି ବିଚାରାଧୀନ ଥିବା କାର୍ଯ୍ୟ ସମାପ୍ତ କରିବାର ଏକ ସମ୍ଭାବନା ଅଛି, ଚେଷ୍ଟା ଜାରି ରଖନ୍ତୁ । ଆୟ ବୃଦ୍ଧି ପାଇବ ।

Read More

ବୃଷ- ସ୍ଥାୟୀ ସମ୍ପତ୍ତି କ୍ରୟ ଏବଂ ବିକ୍ରୟ ହୋଇପାରେ । ଦୀର୍ଘ ବିଚାରାଧୀନ କାର୍ଯ୍ୟ ସମାପ୍ତ ହେବାର ସମ୍ଭାବନା ଅଛି । ଏହା ବହୁତ ଲାଭଦାୟକ ହୋଇପାରେ । ବେକାରୀ ସମସ୍ୟା ଦୂର କରିବା ପାଇଁ ପ୍ରୟାସ ସଫଳ ହେବ । ତୂଳା- ଉପହାର ଗ୍ରହଣ କରାଯାଇପାରେ । ବେକାରୀ ସମସ୍ୟା ଦୂର କରିବା ପାଇଁ ପ୍ରୟାସ ସଫଳ ହେବ । ବ୍ୟବସାୟ ଯାତ୍ରା ସଫଳ ହେବ । କିଛି ବଡ ଘଟଣା ହୋଇପାରେ । ଆପଣ ଜଣେ ବୟସ୍କ ବ୍ୟକ୍ତିଙ୍କ ମାର୍ଗଦର୍ଶନ ପାଇବେ ।

Read More

ମକର- ଆଘାତ ଏବଂ ଦୁର୍ଘଟଣା ହେତୁ କ୍ଷତି ହୋଇପାରେ । ଦ୍ୱନ୍ଦ୍ୱ ଆସିପାରେ । ଜଣେ ବ୍ୟକ୍ତିର ଆଚରଣ ମନକୁ ଆଘାତ ଦେଇପାରେ । ତତ୍ପରତା ନାହିଁ । ବିବାଦ ଉପୁଜିବାକୁ ଦିଅନ୍ତୁ ନାହିଁ । ମେଷ- କୌଣସି ନିଷ୍ପତ୍ତି ନେବାରେ ବିବେକ ବ୍ୟବହାର କରନ୍ତୁ । ପରିବାର ସହିତ ଦିନଟି ଖୁସିରେ ବିତାଇବେ । ମୂଲ୍ୟବାନ ସାମଗ୍ରୀ ତୁମ ପାଖରେ ରଖ । ବ୍ୟବସାୟ ଭଲ ହେବ । ଖର୍ଚ୍ଚ ବୃଦ୍ଧି ପାଇବ । ବିବାଦକୁ ଉତ୍ସାହିତ କରନ୍ତୁ ନାହିଁ । ଦୁଷ୍ଟମାନଙ୍କଠାରୁ ସତର୍କତା ଆବଶ୍ୟକ।

Read More

ବିଛା- କିଛି ବଡ ଅସୁବିଧା ଆସିପାରେ । ତାହା ଅଧିକ ଦ୍ରୁତ ଗତିରେ ଆସିବ । ଦୁଃଖଦ ଖବର ଗ୍ରହଣ କରାଯାଇପାରେ । ତୁମର ବକ୍ତବ୍ୟକୁ ନିୟନ୍ତ୍ରଣ କର । ଆଶା କରାଯାଉଥିବା କାର୍ଯ୍ୟ ବିଳମ୍ବ ହେବ । ଆୟ ହେବ । ଧନୁ- ଛାତ୍ର ଶ୍ରେଣୀ ସଫଳତା ହାସଲ କରିବେ । ପିକନିକ୍ ଉପଭୋଗ କରାଯିବ । ଚାକିରିରେ ଆପଣ କିଛି ନୂଆ କରିବାକୁ ସକ୍ଷମ ହେବେ । ସୁସ୍ୱାଦୁ ଖାଦ୍ୟଗୁଡ଼ିକ ଉପଭୋଗ କରାଯାଇପାରିବ ।

Read More

ସିଂହ- ଆପଣ ବନ୍ଧୁ ଏବଂ ସମ୍ପର୍କୀୟଙ୍କୁ ସମର୍ଥନ କରିବାକୁ ସମର୍ଥ ହେବେ। ତୁମେ ସମ୍ମାନ ପାଇବ। କିଛି ମହତ୍ କାର୍ଯ୍ୟ କରିବାକୁ ଇଚ୍ଛୁକ ହେବେ। ବୟସ୍କଙ୍କ ମାର୍ଗଦର୍ଶନ ଲାଭ ବୃଦ୍ଧି କରିବ। ବ୍ୟବସାୟ ବୃଦ୍ଧି ପାଇବ । କନ୍ୟା- ଉତ୍ସାହଜନକ ସୂଚନା ଗ୍ରହଣ କରାଯିବ। ତୁମେ ଭୁଲିଯାଇଥିବା ସାଙ୍ଗମାନଙ୍କୁ ଭେଟିବ। ସେଠାରେ ଖର୍ଚ୍ଚ ହେବ। ବିବାଦକୁ ଉତ୍ସାହିତ କରନ୍ତୁ ନାହିଁ । ଆତ୍ମ ସମ୍ମାନ ରହିବ। କିଛି ବଡ କାମ ଏବଂ ବାହାରକୁ ଯିବାକୁ ଇଚ୍ଛା ହେବ।

Read More

ମିଥୁନ- ଅଟକି ରହିଥିବା ଟଙ୍କା ମିଳିବାର ସମ୍ଭାବନା ଅଛି। ବ୍ୟବସାୟ ଯାତ୍ରା ସଫଳ ହେବ। ରାଜନୈତିକ ସମର୍ଥନ ମିଳିବ। ବ୍ୟବସାୟ ବୃଦ୍ଧି ପାଇବ। ଭାଗ୍ୟ ଆପଣଙ୍କୁ ସମର୍ଥନ କରିବ। ସହକର୍ମୀମାନେ ଆପଣଙ୍କୁ କାର୍ଯ୍ୟରେ ସାହାଯ୍ୟ କରିବେ। ଟଙ୍କା ପାଇବା ସହଜ ହେବ । କର୍କଟ- ଆପଣ କୋର୍ଟର କାର୍ଯ୍ୟରୁ ମୁକ୍ତି ପାଇପାରିବେ। ବ୍ୟବସାୟ ଅନୁକୂଳ ଲାଭ ଦେବ। ତୁମେ ତୁମର ଜୀବନସାଥୀଙ୍କଠାରୁ ସମର୍ଥନ ପାଇବ। ଚାକିରିରେ କାମକୁ ପ୍ରଶଂସା କରାଯିବ। ଦିନଟି ଭଲ ରହିବ। କାରବାରକୁ ଶୀଘ୍ର କର ନାହିଁ।

Read More

ନୂଆଦିଲ୍ଲୀ, ଭାରୀ ଶିଳ୍ପ ଓ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ପ୍ରକାଶ ଜାଭଡେକର ଆଜି ଇନ୍ଦୋର ଠାରେ ଏସିଆର ସବୁଠାରୁ ଦୀର୍ଘ  ଏନଏଟିଆରଏଏକ୍ସ- ହାଇସ୍ପିଡ ଟ୍ରାକ (ଏଚଏସଟି) ଉଦଘାଟନ କରିଛନ୍ତି । ୧ ହଜାର ଏକର ଜମିରେ ବିକଶିତ ଏନଏଟିଆରଏଏକ୍ସରେ ଦୁଇ ଚକିଆ ଠାରୁ ଆରମ୍ଭ କରି ଓଜନିଆ ଟ୍ରାକ୍ଟର ଟ୍ରେଲର ପର‌୍ୟ୍ୟନ୍ତ ବିସ୍ତୃତ ବାହାନ ଶ୍ରେଣୀର ସମସ୍ତ ପ୍ରକାର ହାଇସ୍ପିଡ କ୍ଷମତା ପରୀକ୍ଷଣ ହୋଇପାରିବ । ଭାରତ ଅଟୋମୋବାଇଲ, ନିର୍ମାଣ ଓ ସ୍ପେୟାର ପାର୍ଟସ ମାନୁଫାକ୍ଚରିଂ ହବ ପାଲଟିବ ବୋଲି ବିଶ୍ୱସ୍ତରୀୟ ୧୧.୩ କିଲୋମିଟର ହାଇସ୍ପିଡ ଟ୍ରାକର ଇ-ଉଦଘାଟନ ଅବସରରେ ଶ୍ରୀ ଜାଭଡେକର କହିଛନ୍ତି । ଆତ୍ମନିର୍ଭର ଭାରତ ଦିଗରେ ଆମେ ଅଗ୍ରସର ହେଉଛୁ ଓ ଏ ନେଇ ସବୁପ୍ରକାର ଉଦ୍ୟମ ଜାରି ରହିଛି । ଭାରତକୁ ଅଟୋ ମ୍ୟାନୁଫାକ୍ଚରିଂ ହବ୍ ଭାବେ ଗଢି ତୋଳିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ମନ୍ତ୍ରାଳୟ ପ୍ରତିଶ୍ରୁତିବଦ୍ଧ । ଅଟୋମୋବାଇଲ…

Read More