Author: Samikhsya Bureau

ପୁରୀ, ଆଜି ହେଉଛି ପବିତ୍ର ସ୍ନାନଯାତ୍ରା ବା ସ୍ନାନ ପୂର୍ଣ୍ଣିମା। ଏହିଦିନ ପ୍ରଭୃ ଜଗନ୍ନାଥ ଭାଇ ଭଉଣୀଙ୍କୁ ଧରି ସ୍ନାନ ମଣ୍ଡପକୁ ବିଜେ କରି ସ୍ନାନ କରିଥାନ୍ତି। ଆଜି ରାତି 2 ଟା 30 ମିନଟରେ ପହଁଣ୍ଡି ଆରମ୍ଭ ହୋଇଥିଲା। 4ଟା ବେଳେ ପ୍ରଥମେ ମଦନମୋହନ ସ୍ନାନ ମଣ୍ଡପକୁ ବିଜେ କରିଥିଲେ। ଏହା ପରେ ନୂଆଲୁଗା ଲାଗି ଦିନ ୧୦ଟା, ଛେରାପହଁରା ଦିନ ୧୦ଟା ୩୦ , ହାତୀ ବେଶ- ୧୧ଟାରୁ ୧୨ ଟା ପଯ୍ୟନ୍ତ ଅନୁଷ୍ଠିତ ହେବ।

Read More

ଭୁବନେଶ୍ବର, ଦେବସ୍ନାନ ପୂର୍ଣ୍ଣିମା ଦିନ ଚତୁର୍ଦ୍ଧା ମୂର୍ତ୍ତି, ସ୍ନାନ ପରେ ଗଜବେଶରେ ସଜ୍ଜିତ ହୁଅନ୍ତି। ଏହା ପଛରେ ଏକ କିମ୍ବଦନ୍ତୀ ରହିଛି । ମହାରାଷ୍ଟ୍ରର ଏକ ବ୍ରାହ୍ମଣ ଗଣପତି ଭଟ୍ଟ ଥରେ ଶ୍ରୀ କ୍ଷେତ୍ରର ମହିମା ବିଷୟରେ ଶୁଣି, ମହାପ୍ରଭୁଙ୍କ ଶ୍ରୀ ଜଗନ୍ନାଥଙ୍କ ଦର୍ଶନ ପାଇଁ ଆସିଲେ। ସେ ଭଗବାନ ଗଣେଶଙ୍କର ଭକ୍ତ ଥିଲେ । ତେଣୁ ଦାରୁ ବିଗ୍ରହଙ୍କ ଦର୍ଶନ କରି, ଗଜ ରୂପ ନଦେଖି ସେ ତାଙ୍କୁ ପରମବ୍ରହ୍ମ ବୋଲି ମାନିବାକୁ ଅସ୍ୱୀକାର କଲେ ଏବଂ କ୍ଷୁବ୍ଧ ହୋଇ ମନ୍ଦିର ତ୍ୟାଗ କଲେ । ପରଦିନ ଦେବସ୍ନାନ ପୂର୍ଣ୍ଣିମା ଥିଲା । ମହାପ୍ରଭୁଙ୍କ ଆଦେଶରେ ବଡ଼ପଣ୍ଡା ଗଣପତି ଭଟ୍ଟଙ୍କୁ ସ୍ନାନ ଯାତ୍ରା ଦେଖିବା ପାଇଁ ଆମନ୍ତ୍ରଣ କଲେ । ତାଙ୍କ ଦୃଷ୍ଟି ସମ୍ମୁଖରେ ଦାରୁ ବିଗ୍ରହ ଶ୍ରୀ ଜଗନ୍ନାଥଙ୍କ ରୂପ ପରିବର୍ତ୍ତନ ହୋଇ ଗଣପତି ରୂପ ହୋଇଗଲା । ଏ ଅଲୌକିକ ଘଟଣା ଦେଖି ତାଙ୍କର ଜ୍ଞାନୋଦୟ ହେଲା…

Read More

ଭୁବନେଶ୍ବର, ଭାରତର ବଡ ଟେଲିକମ ତଥା ତୈଳ୍ୟ କଂପାନୀ ରିଲଏନସ ତରଫରୁ ଏହାର ଅଧ୍ୟକ୍ଷ ମୁକେଶ ଆମ୍ବାନୀ କରିବେ ବଡ ଘୋଷଣା। କାରଣ ଆଜି ଅପରାହ୍ନରେ ରିଲାଏନ୍ସ ଇଣ୍ଡଷ୍ଟ୍ରିର ବାର୍ଷିକ ସାଧାରଣ ବୈଠକ ବା ଏଜିଏମ ବସୁଛି । ପ୍ରତି ବର୍ଷ ଆମ୍ବାନୀ ଏହି ଏଜିଏମରେ କିଛି ବଡ ଘୋଷଣା କରିଥାନ୍ତି। ଯାହା ସାରା ବିଶ୍ବ ବଜାରରେ ଏକ ହଇଚଇ ସୃଷ୍ଟି କରିଥାଏ। ତେବେ ଜାତୀୟ ଗଣ ମାଧ୍ୟମର ରିପୋର୍ଟ ଅନୁସାରେ ଆମ୍ବାନୀ ଏଥର ନନ-ଟେଲିକମ ବ୍ୟବସାୟ ଉପରେ ଗୁରୁତ୍ବ ଦେବେ। ମୁଖ୍ୟତଃ ରିଲାଏନ୍ସ ରିଟେଲ ଉପରେ ଏକ ଗୁରୁତ୍ବ ପୂର୍ଣ୍ଣ ନିଷ୍ପତି ଘୋଷଣା କରିପାରନ୍ତି। କାରଣ କରୋନା ସମୟରେ ରିଲାଏନ୍ସ ରିଟେଲ ବେଶ୍ ଭଲ ବ୍ୟବସାୟ କରିଛି। ବର୍ତ୍ତମାନ ଇ କମର୍ସରେ ରିଲାଏନ୍ସ ରିଟେଲ 30 ପ୍ରତିଶତ ବଜାର ଅକ୍ତିୟାର କରିଛି। ସେହିପରି ରିଲାଏନ୍ସ ଇଣ୍ଡଷ୍ଟ୍ରି କେତେକ ନୂଆ ବ୍ୟବସାୟରେ ସାମିଲ ହେବା ନେଇ ମଧ୍ୟ ଘୋଷଣା ହୋଇପାରେ। ଏଥିରେ…

Read More

ମେଷ- ବିନିଯୋଗ ଇତ୍ୟାଦିରେ ଲାଭବାନ ହେବ । ଆର୍ଥିକ ଦିଗ ଦୃଢ ହେବ। ଘରର ଉପଯୋଗୀ ଜିନିଷଗୁଡ଼ିକ ବୃଦ୍ଧି ପାଇବ । ଶୀଘ୍ର କୈଣସି କାମ କରନ୍ତୁ ନାହିଁ । ଧାର୍ମିକ ଏବଂ ସାଂସ୍କୃତିକ ମହୋତ୍ସବରେ ଏକ ଅଂଶ ରହିବେ ।  ବ୍ୟବସାୟ ଭଲ କରିବ । ଅଫିସରେ ଚାକିରୀକୁ ନେଇ ସନ୍ତୁଷ୍ଟ ହେବେ । ଘର ବାହାରେ ଜୀବନ ଖୁସି ହେବ । ମୋଟ ଉପରେ, ଆଜି ଆପଣଙ୍କ ପାଇଁ ସଠିକ୍ ଦିନ ହେବ । ବୃଷ- ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ବେପରୁଆ ହୁଅନ୍ତୁ ନାହିଁ । କାରବାରରେ ସତର୍କତା ବ୍ୟବହାର କରନ୍ତୁ । ପରିସ୍ଥିତିକୁ ନେଇ ଟଙ୍କା ଚିନ୍ତା କରିବାକୁ ପଡିବ । ଆପଣଙ୍କର ଅନାବଶ୍ୟକ ଖର୍ଚ୍ଚ ହୋଇପାରେ । ଚାକିରି ଏବଂ ବ୍ୟବସାୟରେ ଦ୍ୱନ୍ଦ୍ୱ ବଢିପାରେ । ଟଙ୍କା ମାମଲାରେ ଯତ୍ନବାନ ହେବାକୁ ପଡିବ । ଅଫିସ୍ କିମ୍ବା କାର୍ଯ୍ୟକ୍ଷେତ୍ରରେ ଏକ ଚାପଗ୍ରସ୍ତ ପରିସ୍ଥିତି ହୋଇପାରେ ମିଥୁନ-…

Read More

ଭୁବନେଶ୍ବର, ପ୍ରତି ବର୍ଷ ଜ୍ୟେଷ୍ଠ ମାସ ପୂର୍ଣ୍ଣିମାରେ ତିନି ଠାକୁର ସ୍ନାନ ମଣ୍ଡପକୁ ବିଜେ କରି ୧୦୮ କଳସୀ ଜଳରେ ସ୍ନାନ କରିଥାନ୍ତି। ଏହି ପରଂପରା ଜଗନ୍ନାଥ ସଂସ୍କୃତିରେ କାହିଁ କେଉଁ କାଳରୁ ପାଳିତ ହୋଇଆସୁଛି। ସେଥିପାଇଁ ଏହି ଦିନକୁ ଦେବସ୍ନାନ ବୋଲି କୁହାଯାଇଥାଏ। ଏହି ସ୍ନାନ ପରେ ତିନିଠାକରୁ ଜରରେ ପଡନ୍ତି, ତାଙ୍କର ଉପାଚାର ମଧ୍ୟ କରାଯାଇଥାଏ। ଏହାପରେ ସେ ରଥଯାତ୍ରାରେ ରଥ ଉପରେ ସମସ୍ତଙ୍କୁ ଦର୍ଶନ ଦିଅନ୍ତି। ତେବେ ସାଧାରଣରେ ପ୍ରଶ୍ନ ଉଠେ ଯେ, ତିନିଠାକୁର ଏହି ଦିନ କଣ ପାଇଁ ସ୍ନାନ କରିଥାନ୍ତି। ପୁରାଣ ଶାସ୍ତ୍ର ଅନୁସାରେ ଏହି ଜ୍ୟେଷ୍ଠ ପୂର୍ଣ୍ଣିମା ହେଉଛି ଶ୍ରୀଜୀୟୁଙ୍କର ଜନ୍ମ ଦିନ। ଏହି ଦିନ ତିନିଠାକୁର ଦାରୁ ବ୍ରହ୍ମ ରୂପରେ ଆର୍ବିଭାବ ହୋଇଥିଲେ। ସେତେବେଳେ ମହାରାଜ ଇନ୍ଦ୍ରଦ୍ୟୁମ ଦାରୁବ୍ରହ୍ମଙ୍କୁ ସମୁଦ୍ରରୁ ପାଇବା ପରେ ତାଙ୍କୁ ପ୍ରଥମେ ସ୍ନାନ କରାଇଥିଲେ। ସେତେବେଳେ ଇନ୍ଦ୍ରଦ୍ରୁମ ଏକ କାଠର ମଞ୍ଚ ତିଆରି କରି ତାଉପରେ ଦାରୁବ୍ରହ୍ମଙ୍କୁ…

Read More

ଭୁବନେଶ୍ବର, ଆଜି ହେଉଛି ଅଲମ୍ପିକ ଦିବସ। ଏହି ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭାରତୀୟ ଅଲମ୍ପିୟାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ସେ ଏକ ଟୁଇଟ ଯୋଗେ କହିଛନ୍ତି ଯେ, ଅଲମ୍ପିକରେ ଭାଗ ନେବାକୁ ଥିବା ଅଲମ୍ପିୟାନଙ୍କୁ ଶୁଭେଚ୍ଛା। ସେମାନେ ଭାରତର ପତାକାକୁ ଉପରକୁ ଉଡାଇ ଚାଲନ୍ତୁ। ଓଡିଶାରେ ଏକ ବିଶ୍ବସ୍ତରୀୟ କ୍ରୀଡା ଭୂମି କରିବା ପାଇଁ ଆମେ ପ୍ରତିଶୃତିବଦ୍ଧ। ଏହା ପ୍ରତିଟି ଭାରତୀୟ କ୍ରୀଡାପ୍ରେମୀଙ୍କୁ ନିଶ୍ଚିତ ଆକର୍ଷିତ କରିବ।

Read More

ନୂଆଦିଲ୍ଲୀ, ବିଭିନ୍ନ ଅଲିମ୍ପିକ ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ୱ କରିଥିବା ପ୍ରତିଯୋଗୀଙ୍କ ପାଇଁ ଦେଶ ଗର୍ବିତ ବୋଲି ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ଅଲିମ୍ପିକ ଦିବସ ଅବସରରେ କହିଛନ୍ତି । ଏହାସହିତ ସେ ଟୋକିଓ ଅଲିମ୍ପିକରେ ଭାଗ ନେଉଥିବା ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଟ୍ୱିଟ ଯୋଗେ ଜଣାଇଛନ୍ତି ଯେ, ଆଜି ଅଲିମ୍ପିକ ଦିବସରେ ବିଭିନ୍ନ ଅଲିମ୍ପିକ ପ୍ରତିଯୋଗିତାରେ ଭାରତର ପ୍ରତିନିଧିତ୍ୱ କରିଥିବା ସମସ୍ତ ପ୍ରତିଯୋଗୀଙ୍କୁ ଅଭିନନ୍ଦନ ଜଣାଉଛି । କ୍ରୀଡା ପ୍ରତି ଅବଦାନ ଓ ଅନ୍ୟ କ୍ରୀଡାବିତଙ୍କୁ ପ୍ରେରଣା ଯୋଗାଇ ଥିବାରୁ ଦେଶ ସେମାନଙ୍କ ପାଇଁ ଗର୍ବିତ । ଆଉ କିଛି ସପ୍ତାହ ମଧ୍ୟରେ ଟୋକିଓରେ ଆରମ୍ଭ ହେବ । ପ୍ରତିଭାବାନ ଆଥଲେଟଙ୍କୁ ନେଇ ଗଠିତ ଆମ ଦଳକୁ ଅନେକ ଶୁଭେଚ୍ଛା ଜଣାଉଛି । ଅଲିମ୍ପିକ ଅବ୍ୟବହିତ ପୂର୍ବରୁ ମାଇଁଗଭ କ୍ୱିଜ ଆୟୋଜନ କରୁଛୁ । ମୁଁ ସମସ୍ତଙ୍କୁ ବିଶେଷ କରି ଯୁବ ବନ୍ଧୁମାନଙ୍କୁ ଏଥିରେ ଭାଗ ନେବାକୁ ନିବେଦନ…

Read More

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ୍ ପ୍ରଧାନମନ୍ତ୍ରୀଙ୍କ “ସର୍ବନିମ୍ନ ସରକାର ସର୍ବାଧିକ ପ୍ରଶାସନ”ର ଦୃଷ୍ଟିକୋଣ ଦିଗରେ ଅଗ୍ରସର ହୋଇ ବ୍ୟବସାୟିକ ସୁଗମତାକୁ ପ୍ରୋତ୍ସାହନ ଦେବା ଏବଂ ରାଷ୍ଟ୍ରାୟତ୍ତ କ୍ଷେତ୍ରର ଉଦ୍ୟୋଗରେ ଘରୋଇ କ୍ଷେତ୍ରର ଦକ୍ଷତାକୁ ଉପଯୋଗ କରିବା ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛି । କମ୍ପାନୀ ଆଇନ, ୧୯୫୬, ଅନ୍ତର୍ଗତ ୨୦୦୭ରେ ଏକ ମିନି ରତ୍ନ ଶ୍ରେଣୀ-୨ରେ ସାମିଲ ହୋଇଥିବା କେନ୍ଦ୍ରୀୟ ରାଷ୍ଟ୍ରାୟାତ୍ତ କ୍ଷେତ୍ରର ଉଦ୍ୟୋଗ (ସିପିଏସଇ) ‘ସେଣ୍ଟ୍ରାଲ ରେଲସାଇଡ୍ ୱେରହାଉସ କମ୍ପାନୀ ଲିମିଟେଡ’ (ସିଆରଡବ୍ଲୁସି)ର ସମସ୍ତ ସମ୍ପତ୍ତି, ଦେୟତା, ଅଧିକାର ଓ ଦାୟିତ୍ୱକୁ ନିଜ ହୋଲ୍ଡିଂ ଉଦ୍ୟୋଗ ‘ସେଣ୍ଟ୍ରାଲ ୱେରହାଉସିଂ କର୍ପୋରେସନ’ (ସିଡବ୍ଲୁସି) ସହିତ ସ୍ଥାନାନ୍ତର କରିବା ଓ ବିଲୟ କରିବା ପ୍ରସ୍ତାବକୁ କ୍ୟାବିନେଟର ମଞ୍ଜୁରି ମିଳିଛି । ଏହି ବିଲୟ ଫଳରେ ଗୋଟିଏ ପ୍ରଶାସନ ମାଧ୍ୟମରେ କେବଳ ଦୁଇଟି କମ୍ପାନୀର ପଣ୍ୟ ଭଣ୍ଡାରଣ, ପରିଚାଳନା ଓ ପରିବହନ ଭଳି ସମାନ କାର‌୍ୟ୍ୟ…

Read More

ନୂଆଦିଲ୍ଲୀ, ସଂଶୋଧିତ ନିୟମାବଳୀ ଅନୁସାରେ ଦେଶରେ ଆରମ୍ଭ କରାଯାଇଥିବା ଟିକାକରଣର ପ୍ରଥମ ଦିନ, ଗତ ସୋମବାର ଜୁନ ୨୧ ତାରିଖ ସାରା ଦେଶରେ ମୋଟ ଯେତିକି ଟିକାକରଣ କରାଯାଇଛି ସେଥିରୁ ୬୩.୬୮ ପ୍ରତିଶତ କେବଳ ଗ୍ରାମାଞ୍ଚଳରେ ଦିଆଯାଇଛି । ସେହିଦିନ ଦିଆଯାଇଥିବା ମୋଟ କୋଭିଡ ଟିକା ମଧ୍ୟରୁ ୫୬.୦୯ ଲକ୍ଷ ଟିକା କେବଳ ଗ୍ରାମାଞ୍ଚଳରେ ବସବାସ କରୁଥିବା ହିତାଧିକାରୀମାନଙ୍କୁ ଦିଆଯାଇଛି। ଏଥିସହିତ ସହରାଞ୍ଚଳରେ ସେହିଦିନ ୩୧.୯ ଲକ୍ଷ ଲୋକ କୋଭିଡ଼ ପ୍ରତିଷେଧକ ଟିକା ଗ୍ରହଣ କରିଥିଲେ । ନୂଆଦିଲ୍ଲୀଠାରେ ମଙ୍ଗଳବାର ଦିନ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରିବା ଅବସରରେ ନିତି ଆୟୋଗର ସଦସ୍ୟ (ସ୍ୱାସ୍ଥ୍ୟ) ଡକ୍ଟର ଭି କେ ପଲ୍‍ କହିଛନ୍ତି ଯେ, ଗ୍ରାମାଞ୍ଚଳ ଟିକାକରଣ ଉପରେ ସରକାର ବିଶେଷ ଭାବେ ଗୁରୁତ୍ୱ ଆରୋପ କରୁଛନ୍ତି । “ଏବେ ଗ୍ରାମାଞ୍ଚଳରେ ବ୍ୟାପକ ଭାବେ ଟିକାକରଣ କରାଯାଉଛି ଏବଂ ଅଧିକ ମାତ୍ରାରେ ଏହି ଟିକା ଲୋକମାନଙ୍କୁ ଦିଆଯାଉଛି । ସୋମବାର (ଜୁନ…

Read More

ପୁରୀ, ଦେବେସ୍ନାନ ପୂର୍ଣ୍ଣିମା ପାଇଁ ପୁରୀରେ ଆଜି ରାତି ୧୦ଟାରୁ ଆସନ୍ତା ୨୫ ତାରିଖ ସକାଳ ପର୍ଯ୍ୟନ୍ତ ୧୪୪ ଧାରା ଲାଗୁ କରାଯାଇଛି। ଭକ୍ତମାନେ ନ ଥିଲେ ମଧ୍ୟ ସୁରକ୍ଷା ଦୃଷ୍ଟିରୁ ମୁତୟନ ହେବେ ୩୫ ପ୍ଲାଟୁନ ଫୋର୍ସ। ଏହି ସୁରକ୍ଷା ବ୍ୟବସ୍ଥାରେ ୫ଜଣ ଅତିରିକ୍ତ ଏସପି, ୨୩ ଜଣ ଡ଼ିଏସପି, ୪୧ ଜଣ ଇନ୍ସପେକ୍ଟର, ୧୫୦ ଜଣ ଅନ୍ୟ ଅଫିସର ମୁତୟନ ରହିବେ। କେବଳ ନୀତି ସହିତ ସମ୍ପୃକ୍ତ ସେବାୟତ ତଥା ପ୍ରଶାସନ ପକ୍ଷରୁ ଅନୁମତି ଦିଆଯାଇ ଥିବା ସେବାୟତଙ୍କୁ ଶ୍ରୀମନ୍ଦିର ଭିତରକୁ ଛଡାଯିବ। ଏହାସହ ସହରର ୧୫ଟି ସ୍ଥାନରେ ଲାଗିଛି ସିସିଟିଭି। ଚଳିତ ବର୍ଷ ବିଳମ୍ବିତ ରାତିରୁ ପ୍ରଭୃଙ୍କ ନିତିକାନ୍ତି ଆରମ୍ଭ ହେବ। ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ତରଫରୁ ଜାରୀ କରାଯାଇଛି ସମୟ ନିର୍ଘଣ୍ଟ। ସେହି ଅନୁସାରେ ପହଣ୍ଡି ବିଜେ- ରାତ୍ରୀ ୧ଟାରୁ ଭୋର ୪ଟା ପର୍ଯ୍ୟନ୍ତ କରାଯିବ। ମଙ୍ଗଳା ଆରତି- ଭୋର ୪ଟା ୩୦, ଜଳ…

Read More

ପୁରୀ, ଆଜି ଦୁତୀୟ ଭୁଇଁ ସମ୍ପୁର୍ଣ୍ଣ ପରେ ତୃତୀୟ ଭୁଇଁ ଚାରି କାଠ ଉପରେ ପୋଟଳ ଖମ୍ବୀ ଏବଂ ପୋଟଳ ଓରା ଉଠି ତିନି ରଥରେ ତୃତୀୟ ଭୁଇଁ ସେଟିଙ୍ଗ ଶେଷ ହୋଇଅଛି। ତିନି ରଥର ଗୋଟିଏ ଲେଖାଁଏ ଆଜିଆଣି ଢମକ ଲାଗିଅଛି। ତିନି ରଥର ଗୋଟିଏ ଲେଖାଁଏ କନକ ମୁଣ୍ଡି ନିର୍ମାଣ ଶେଷ ହୋଇଅଛି। ତିନିରଥର ରୂପକାର ସେବକ ନାଟ ଗୋଡ଼ରେ ରାହୁରୂପ ଖୋଦେଇ ଜାରୀ ରଖିଛନ୍ତି। ଆଜି ତାଳଧ୍ଵଜ ରଥର ଚାର ପରିଛାରେ ଡାଳି ଲତା ଖୋଦେଇ ସମ୍ପୁର୍ଣ୍ଣ ହୋଇ ରଥରେ ଫିଟିଙ୍ଗ କରାଯାଇ ଅଛି। ତିନିରଥର ଓଝା ବା କମାର ସେବକ ମାନେ ତିନି ରଥ ପାଇଁ ଭୁଇଁ କଣ୍ଟା,ଛିଆନ କଣ୍ଟା, ପଟଳ କଣ୍ଟା ପଟଳ ବତା କଣ୍ଟା ଏବଂ ତୃତୀୟ ଭୁଇଁ ଓରା କଣ୍ଟା ଯୋଗାଇଲା ପରେ ଏଲ,ଇଉ,ଚାନ୍ଦି, ସ୍ପୋକ କ୍ଲାମ୍ପ, ଏକ୍ସିଲ କ୍ଲାମ୍ପ ନିର୍ମାଣ କରୁଛନ୍ତି।

Read More

ସୀତାରାମ ଅଗ୍ରୱାଲ ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀରେ ଆଜି ପାଖାପାଖି ୨ ହଜାର ଲୋକ ଟୀକା ନେଇଥିବା ବେଳେ ଆସନ୍ତାକାଲି ପାଇଁ ଏହାର ସଂଖ୍ୟାରେ ହ୍ରାସ ପାଇବା ନେଇ ସୂଚନା ମିଳିଛି। ବାଣପୁର ବ୍ଲକ ଏବଂ ଏନଏସିରେ ଆଜି ଭଳି ଆସନ୍ତାକାଲି ସମାନ ସଂଖ୍ୟକ ଟୀକା ଲୋକଙ୍କୁ ଦିଆଯିବ। ହେଲେ ଚିଲିକା ବ୍ଲକ ଏବଂ ବାଲୁଗାଁ ଏନଏସି ପାଇଁ ମାତ୍ର ୧୦୦ ଟି ଟୀକା ଡୋଜର ବ୍ୟବସ୍ଥା କରାଯାଇଛି। ବାଣପୁର ଏବଂ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକାରୀ ଏନେଇ ସୂଚନା ଦେଇଛନ୍ତି। ଜାଣନ୍ତୁ ବାଣପୁରରେ କେଉଁ କେନ୍ଦ୍ରରେ କେତେ ଡୋଜ ଦିଆଯିବ ଟୀକା: ବାଣପୁର- ୧୮ରୁ ୪୪ ବର୍ଷ ବର୍ଗର ନାଗରିକ(ପ୍ରଥମ ଡୋଜ) ଏବଂ ୪୫ ବର୍ଷରୁ ଉର୍ଦ୍ଧ୍ଵ ନାଗରିକ(ଦ୍ଵିତୀୟ ଡୋଜ) ୧- ବାଣପୁର ମାଇନର ସ୍କୁଲ- ୧୫୦ ଡୋଜ (କେବଳ ୪୫ ବର୍ଷରୁ ଉର୍ଦ୍ଧ୍ଵ ନାଗରିକଙ୍କ ପାଇଁ ଉଭୟ ପ୍ରଥମ ଏବଂ ଦ୍ଵିତୀୟ ଡୋଜ ) ୨- ସହିଦ କୃତିବାସ…

Read More

ପୁରୀ, ଆସନ୍ତାକାଲି ପୁରୀରେ ଅନୁଷ୍ଠିତ ହେବ ସ୍ନାନଯାତ୍ରା। ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ। ଏଥର ମଧ୍ୟ କରୋନା ପାଇଁ ଭକ୍ତମାନେ ପୁରୀରେ ଏକାଠି ହୋଇପାରିବେ ନାହିଁ। ସେଥିପାଇଁ ଆଜି ରାତିରୁ ପୁରୀରେ ଲାଗୁ ହେବ ୧୪୪ ଧାରା। ଆଜି ରାତି ୧୦ଟାରୁ ଆସନ୍ତା ୨୫ ତାରିଖ ସକାଳ ପର୍ଯ୍ୟନ୍ତ ଏହି୧୪୪ ଧାରା ଲାଗୁ କରାଯିବ। ଭକ୍ତମାନେ ନ ଥିଲେ ମଧ୍ୟ ସୁରକ୍ଷା ଦୃଷ୍ଟିରୁ ମୁତୟନ ହେବେ ୩୫ ପ୍ଲାଟୁନ ଫୋର୍ସ। ସ୍ନାନଯାତ୍ରାରେ ସୁରକ୍ଷା ବ୍ୟବସ୍ଥାରେ ୫ଜଣ ଅତିରିକ୍ତ ଏସପି, ୨୩ ଜଣ ଡ଼ିଏସପି, ୪୧ ଜଣ ଇନ୍ସପେକ୍ଟର, ୧୫୦ ଜଣ ଅନ୍ୟ ଅଫିସର ମୁତୟନ ରହିବେ । କେବଳ ନୀତି ସହିତ ସମ୍ପୃକ୍ତ ସେବାୟତ ତଥା ପ୍ରଶାସନ ପକ୍ଷରୁ ଅନୁମତି ଦିଆଯାଇ ଥିବା ସେବାୟତଙ୍କୁ ଶ୍ରୀମନ୍ଦିର ଭିତରକୁ ଛଡାଯିବ । ଏହାସହ ସହରର ୧୫ଟି ସ୍ଥାନରେ ଲାଗିଛି ସିସିଟିଭି । ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ ସ୍ନାନଯାତ୍ରାରେ ଛେରା ପହଁରା…

Read More

ନୂଆଦିଲ୍ଲୀ: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ୱାର୍ଲ୍ଡ ଟେଷ୍ଟ ଚମ୍ପିୟାନଶିପ ଫାଇନାଲ ମ୍ୟାଚ ଜାରି ରହିଛି। ଆଜି ଷଷ୍ଠ ଦିନରେ (ରିଜର୍ଭ ଡେ’) ଭାରତର ଦ୍ଵିତୀୟ ପାଳିର ଖେଳ ଶେଷ ହୋଇଯାଇଛି। ଦ୍ଵିତୀୟ ପାଳିରେ ଭାରତ ମାତ୍ର ୧୭୦ ରନରେ ସମସ୍ତ ୱିକେଟ ହରାଇଛି। ଫଳରେ ନ୍ୟୁଜିଲାଣ୍ଡ ସମ୍ମୁଖରେ ୧୩୯ ରନର ବିଜୟ ଲକ୍ଷ୍ୟ ଦେଇଛି ବିରାଟ ବାହିନୀ। ତେବେ ନ୍ୟୁଜିଲାଣ୍ଡକୁ ଏହି ଐତିହାସିକ ମ୍ୟାଚ ଜିତିବାକୁ ହେଲେ ୫୩ ଓଭରରେ ୧୩୯ ରନ ସଂଗ୍ରହ କରିବାକୁ ଥିବା ବେଳେ ଭାରତକୁ ଚମ୍ପିୟାନ ହେବା ପାଇଁ ୧୦ ଟି ୱିକେଟ ଆବଶ୍ୟକ। ଦ୍ଵିତୀୟ ପାଳିରେ ଭାରତ ପକ୍ଷରୁ ରୋହିତ ଶର୍ମା ୩୦ ରନ ସଂଗ୍ରହ କରିଥିବା ବେଳେ ଶୁବମାନ ଗିଲ ୮ ରନ, ଚେତେଶ୍ଵର ପୂଜାରା ୧୫ ରନ, ବିରାଟ କୋହିଲୀ ୧୩ ରନ, ଅଜିଙ୍କ୍ୟ ରାହାଣେ ୧୫ ରନ, ରିଷଭ ପନ୍ତ ୪୧ ରନ, ରବୀନ୍ଦ୍ର ଜାଡ଼େଜା ୧୬ ରନ,…

Read More

ଭୁବନେଶ୍ବର, ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଥିବା ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ମାନଙ୍କ ଠାରୁ ପୂର୍ବ ଘୋଷଣା ଅନୁଯାୟୀ ଜୁନ ମାସ ଶେଷ ପର୍ଯ୍ୟନ୍ତ ଚଳାଚଳ କରୁଥିବା ୨୨ ଯୋଡ଼ା ସ୍ବତନ୍ତ୍ର ଟ୍ରେନ ସେବାକୁ ପରବର୍ତ୍ତୀ ପରାମର୍ଶ ପର୍ଯ୍ୟନ୍ତ ଚଳାଚଳ କରାଇବାକୁ ରେଳମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଅଛି। ଏହି ଟ୍ରେନ ଗୁଡିକ ଜୁନ ମାସ ଶେଷ ସପ୍ତାହ ପର୍ଯ୍ୟନ୍ତ ଚଳାଚଳ କରାଯିବାକୁ ପୂର୍ବରୁ ଘୋଷଣା କରାଯାଇଥିଲା। ଏହି ଟ୍ରେନ୍ ଗୁଡିକ ହେଉଛି… ପୁରୀରୁ ଛାଡୁଥିବା ବିଶେଷ ଟ୍ରେନ: 08477/08488 ପୁରୀ-ଯୋଗ ନାଗରୀ ଋଷିକେଶ-ପୁରୀ, 02866/02865 ପୁରୀ-ମୁମ୍ବାଇ ଏଲଟିଟି- ପୁରୀ, 08449/08450 ପୁରୀ-ପାଟନା-ପୁରୀ, 08419/08420 ପୁରୀ-ଜୟନଗର-ପୁରୀ, 02827/02828 ପୁରୀ-ସୁରଟ-ପୁରୀ, 02859 / 02860 ପୁରୀ-ଚେନ୍ନାଇ ସେଣ୍ଟ୍ରାଲ-ପୁରୀ ବିଶେଷ ଟ୍ରେନ୍। ଅବଶ୍ୟ, 08477/08488 ପୁରୀ-ଯୋଗ ନଗରୀ ଋଷିକେଶ-ପୁରୀ ସ୍ପେଶାଲ୍ 23 ଜୁଲାଇ ପର୍ଯ୍ୟନ୍ତ ଏବଂ ଅନ୍ୟ ଉପରୋକ୍ତ ଟ୍ରେନ୍ ଗୁଡିକ ସ୍ଥିରୀକୃତ ଦିବସ ମାନଙ୍କରେ ରଥ ଯାତ୍ରା ସମୟରେ କୋଭିଡ୍ ପ୍ରୋଟୋକଲ୍ ଦୃଷ୍ଟିରୁ ଖୋର୍ଦ୍ଧା…

Read More

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୩୭୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୩୭୫ ଆକ୍ରାନ୍ତଙ୍କ ମଧ୍ୟରୁ ୭୫ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୩୦୦ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୭ ହଜାର ୬୪୯ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୩୮୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୮୫ ହଜାର ୭୩୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧ ହଜାର ୪୭୬ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୪୧୪ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Read More

ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଟାଙ୍ଗୀ ଥାନା ଆଇଆଇସି ବିଜୟ କୁମାର ମଲ୍ଲିକ ପାଇବେ ଓଡିଶା ଡ଼ିଜିପିଙ୍କ ଠାରୁ ପ୍ରଶଂସାପତ୍ର। ଗତ ଦୁଇ ଦିନ ତଳେ ଏ ନେଇ ଓଡିଶା ପୋଲିସ ମୁଖ୍ୟାଳୟରୁ ଏକ ସୂଚନା ପତ୍ର ଜାରି କରାଯାଇଛି। ସୂଚନା ଥାଉକି ଶ୍ରୀ ମଲ୍ଲିକ ମାତ୍ର ଏକ ମାସ ପୂର୍ବେ ଟାଙ୍ଗୀ ଥାନାରେ ଆଇଆଇସି ଭାବେ ଯୋଗଦେବା ପରଠାରୁ ଅଞ୍ଚଳରେ ଅପରାଧିକ ଗତିବିଧି ଉପରେ ଧୀରେ ଧୀରେ ଅଙ୍କୁଶ ଲାଗୁଥିବାର ଦେଖାଯାଇଛି। ଶ୍ରୀ ମଲ୍ଲିକ ଜଣେ ଦକ୍ଷ ଏବଂ କର୍ତ୍ତବ୍ୟନିଷ୍ଠ ଅଧିକାରୀ ହୋଇଥିବା ବେଳେ ବିଗତ ଦିନରେ ଏକାଧିକ ଭଲ କାମ କରି ଡ଼ିଜିପିଙ୍କ ଠାରୁ ଉକ୍ତ ପ୍ରଶଂସାପତ୍ର ପାଇବାପାଇଁ ଯୋଗ୍ୟ ହୋଇଛନ୍ତି। ନିକଟରେ ଜଣେ କୋଭିଡ ଆକ୍ରାନ୍ତଙ୍କ ଶବ ସତ୍କାର କରି ଚର୍ଚ୍ଚାକୁ ଆସିଥିଲେ ଏହି ପୋଲିସ ଅଧିକାରୀ। ଅନୁରୂପ ଭାବେ ଗତ ଏକ ମାସ ମଧ୍ୟରେ ଟାଙ୍ଗୀ ଥାନାର ବହୁ ଜଟିଳ ମାମଲାଗୁଡିକ ଯଥା…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଏନଏସି ଦିନକୁ ଦିନ ଉନ୍ନତି କରିବା ବଦଳରେ ଉପାନ୍ତ ଅଞ୍ଚଳରେ ପରିବର୍ତ୍ତନ ହେବାକୁ ବସିଲାଣି। କେବଳ ନାମକୁ ମାତ୍ର ଏନଏସି ମାନ୍ୟତା। ସହରରେ ଅସରାଏ ବର୍ଷା ହେଲେ ଏହା କୃତ୍ରିମ ହ୍ରଦର ଭ୍ରମ ସୃଷ୍ଟି କରୁଛି। ତେବେ ସବୁଠାରୁ ଲଜ୍ୟାଜନକ ବିଷୟ ହେଲା ବାରମ୍ବାର ଖବର ପ୍ରସାରଣ ପରେ ମଧ୍ୟ ସ୍ଥାନୀୟ ଅବା ଜିଲ୍ଲା ପ୍ରଶାସନ କାହାର ବି ନିଦ ଭାଙ୍ଗୁନାହିଁ। ସହରର ମୁଖ୍ୟ ରାସ୍ତା ଅନ୍ତର୍ଗତ ବିଧାରପୁର ଛକରେ ଅସରାଏ ବର୍ଷା ହେଲେ ଉକ୍ତ ରାସ୍ତାରେ ମିନ ଖେଳୁଥିବାର ଦେଖାଯାଉଛି। ଉକ୍ତ ଛକର ଅନତିଦୂରରେ ବାଣପୁର ତହସିଲ, କୋର୍ଟ, ବ୍ଲକ କାର୍ଯ୍ୟାଳୟ ଏବଂ ସହର ତଥା ସମଗ୍ର ଜିଲ୍ଲାର ଗର୍ବ ଓ ଗୌରବ ଐତିହାସିକ ପଲଟନ ପଡ଼ିଆ ଅବସ୍ଥିତ। ହେଲେ ବିଡମ୍ବନାର ବିଷୟ ଫୁଟେ ଫୁଟେ ପାଣି ଜମିବା ଯୋଗୁଁ ଜନସାଧାରଣ ମାନେ ନିଜ ଜୀବନକୁ ବିପଦରେ ପକାଇ ଉକ୍ତ…

Read More

ଭୁବନେଶ୍ୱର: କୋଭିଡ୍ ପଜିଟିଭ୍ ମା’ଙ୍କ ଠାରୁ ଜନ୍ମ ଗ୍ରହଣ କରିବା ପରେ କରୋନା ସଂକ୍ରମିତ ହୋଇଥିବା ମାତ୍ର ୧ ସପ୍ତାହର ନବଜାତ ଶିଶୁକୁ ସୁସ୍ଥ କଲେ ସମ୍ ଅଲ୍ଟିମେଟ୍ ମେଡିକେୟାରର ଡାକ୍ତର। ଏକ ଘରୋଇ ଡାକ୍ତରଖାନାରେ ଜନ୍ମନେଇଥିବା ଶିଶୁଟି ମାଙ୍କ ଠାରୁ କୋଭିଡ ସଂକ୍ରମିତ ହୋଇ ଗୁରୁତର ଅବସ୍ଥାରେ ସମ୍ ଅଲ୍ଟିମେଟ୍ ମେଡିକେୟାରରେ ଭର୍ତ୍ତି ହୋଇଥିଲା। ଡାକ୍ତରମାନେ ତାର ଜୀବନ ରକ୍ଷା କରିବା ପାଇଁ ଆପ୍ରାଣ ଉଦ୍ୟମ କରିବା ସହ ଉତ୍ତମ ଚିକିତ୍ସା ପ୍ରଦାନ କରି ଶିଶୁଟିକୁ ସୁସ୍ଥ କରିପାରିଛନ୍ତି। ୩୩ ସପ୍ତାହ ଗର୍ଭବତୀ ଥିବା କୋଭିଡ୍ ପଜିଟିଭ ଚିହ୍ନଟ ହୋଇଥିବା ମା ଠାରୁ ଶିଶୁଟି ଜନ୍ମ ଗ୍ରହଣ କରିଥିଲା। ଶିଶୁଟି ଜନ୍ମହେବାପରେ କାନ୍ଦିଥିଲା ଏବଂ ତାକୁ ମା ନିକଟକୁ ଅଣାଯାଇଥିଲା। ତେବେ ଏହାର ଦ୍ୱିତୀୟ ଦିନରେ ମା’ଙ୍କର ଅବସ୍ଥା ଗୁରୁତର ହୋଇପଡ଼ିଥିଲା, ସେପଟେ ଶିଶୁଟି ମଧ୍ୟ ଅସୁସ୍ଥ ହେବା ସହ ତାକୁ ନିଶ୍ୱାସ ନେବାରେ ସମସ୍ୟା ସୃଷ୍ଟି ହୋଇଥିଲା ଏବଂ…

Read More

ନୂଆଦିଲ୍ଲୀ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ମଧ୍ୟପ୍ରଦେଶ, କେରଳ ଏବଂ ମହାରାଷ୍ଟ୍ରର ମୁଖ୍ୟ ସଚିବମାନଙ୍କୁ ଡେଲଟା ପ୍ଲସ୍ ଭାରିଆଣ୍ଟ ନିୟନ୍ତ୍ରଣ ପାଇଁ ଦେଲେ ନିର୍ଦ୍ଦେଶ। ଯେଉଁ ସ୍ଥାନରେ ଏହି ଭାଇରସ ଆକ୍ରାନ୍ତ ଦେଖାଯାଇଛନ୍ତି ସେହି ଅଞ୍ଚଳକୁ ତୁରନ୍ତ ନିୟନ୍ତ୍ରଣକୁ ଆଣ।  ଏହି ଭାରିଆଣ୍ଟିଟି ଚିନ୍ତାଜନକ ହୋଇଥିବାରୁ ତୁରନ୍ତ ନିୟନ୍ତ୍ରଣ ପଦକ୍ଷେପ ନେବାକୁ କହିଛନ୍ତି। ଏହି ତିନୋଟି ରାଜ୍ୟକୁ ଗହଳି ଏବଂ ଚଲାଚଳକୁ ରୋକିବା, ଗଣପରୀକ୍ଷଣ, ଶୀଘ୍ର ଯୋଗାଯୋଗ ଅନୁସନ୍ଧାନ ଏବଂ ବିଳମ୍ବ ନକରି ପ୍ରାଥମିକତା ଭିତ୍ତିରେ ଟୀକାକରଣ ଭଳି ପଦକ୍ଷେପ ନେବାକୁ କୁହାଯାଇଛି। ମହାମାରୀ ସମ୍ବନ୍ଧୀୟ କ୍ଲିନିକାଲ ପରୀକ୍ଷଣ ପାଇଁ ନିର୍ଦ୍ଦିଷ୍ଟ ଲାବୋରେଟୋରୀକୁ ତୁରନ୍ତ ଉପଯୁକ୍ତ ପରିମାଣର ନମୁନା ପଠାଇବାକୁ ମଧ୍ୟ ରାଜ୍ୟମାନଙ୍କୁ କୁହାଯାଇଛି।

Read More

ଭୁବନେଶ୍ବର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକରେ ଅଧ୍ୟକ୍ଷତା କରି ବିପର୍ଯ୍ୟୟ ପ୍ରସ୍ତୁତି ଓ ପରିଚାଳନାରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ସ୍ପଷ୍ଟ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମହାମାରୀର ପ୍ରଭାବ ସତ୍ତ୍ବେ ଓଡିଶା ବିଭିନ୍ନ ବିପର‌୍ୟ୍ୟୟର ଉତ୍ତମ ମୁକାବିଲା କରି ବିଶ୍ବସ୍ତରରେ ପ୍ରଶଂସାର ପାତ୍ର ହୋଇପାରିଛି । ବିପର୍ଯ୍ୟୟ ପରିଚାଳନା ପାଇଁ ଆମର ନୀତି ହେଉଛି ‘ସବୁ ଜୀବନ ମୂଲ୍ୟବାନ’ । ଏହାସହିତ ସରକାରଙ୍କ ସବୁ ବିଭାଗ ସମନ୍ବିତ ଭାବେ କାମ କରିବାର ଆଭିମୁଖ୍ୟ ନେଇ (Whole of Government Approach) ନେଇ ଆମର ବିପର୍ଯ୍ୟୟ ପରିଚାଳନା ନୀତି କାର‌୍ୟ୍ୟକାରୀ କରାଯାଉଛି। ଏହାଦ୍ବାରା ସବୁଠାରୁ ଭଲ ପଦକ୍ଷେପ ନିଆଯାଇ ବିପର‌୍ୟ୍ୟୟର ପ୍ରଭାବକୁ କମ୍ କରାଯାଇପାରିବ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶା ହେଉଛି ଆମ ଦେଶରେ ସବୁଠାରୁ ବିପର‌୍ୟ୍ୟୟ ପ୍ରବଣ ରାଜ୍ୟ ମାନଙ୍କ ମଧ୍ୟରେ ଅନ୍ୟତମ। ବନ୍ୟା, ବାତ୍ୟା, ମରୁଡି ଆଦି ବିଭିନ୍ନ…

Read More