ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୪ ହଜାର ୧୫୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୭୩୫, କଟକରୁ ୫୩୭, ବାଲେଶ୍ଵରରୁ ୩୬୪, ଯାଜପୁରରୁ ୩୬୪, ପୁରୀରୁ ୨୫୧, ଅନୁଗୁଳରୁ ୧୬୮, ଭଦ୍ରକରୁ ୧୬୫, ମୟୂରଭଞ୍ଜରୁ ୧୫୪, ଜଗତସିଂହପୁରରୁ ୧୨୯, ନୟାଗଡରୁ ୧୨୫, ସୁନ୍ଦରଗଡରୁ ୧୦୨, କଳାହାଣ୍ଡିରୁ ୯୨, ଢେଙ୍କାନାଳରୁ ୮୫, ନବରଙ୍ଗପୁରରୁ ୮୧, ବରଗଡରୁ ୮୦, କେନ୍ଦ୍ରାପଡାରୁ ୭୨, କୋରାପୁଟରୁ ୭୦, ମାଲକାନାଗିରିରୁ ୬୪, ବୌଦ୍ଧରୁ ୫୯, ସୋନପୁରରୁ ୫୯, ରାୟଗଡାରୁ ୫୫, ବଲାଙ୍ଗୀରିରୁ ୫୩, କନ୍ଧମାଳରୁ ୪୮, ଗଜପତିରୁ ୪୩, କେନ୍ଦୁଝରରୁ ୪୦, ସମ୍ବଲପୁରରୁ ୩୫, ନୂଆପଡାରୁ ୨୧, ଦେବଗଡରୁ ୨୦, ଝାରସୁଗୁଡାରୁ ୧୦ ଏବଂ ଷ୍ଟେଟ ପୁଲରୁ ୧୦୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୮ ଲକ୍ଷ ୪୮ ହଜାର…
Author: Samikhsya Bureau
ନୂଆଦିଲ୍ଲୀ: ଦେଶରେ ଅଣ-ବିଜେପି ଏବଂ ଅଣ-କଂଗ୍ରେସ ରାଜନୈତିକ ଦଳକୁ ନେଇ ଏକ ତୃତୀୟ ମୋର୍ଚ୍ଚା ଗଠନ ହେବା ନେଇ କଳ୍ପନା ଜଳ୍ପନା ଜାରି ରହିଛି। ଏନସିପି ନେତା ଶରଦ ପାୱାରଙ୍କ ଦିଲ୍ଲୀସ୍ଥିତ ବାସଭବନରେ ଆଜି ଏକ ବୈଠକ ହୋଇଛି। ଏଥିରେ ଦେଶର ୮ ଟି ରାଜନୈତିକ ଦଳର ନେତାମାନେ ଯୋଗ ଦେଇଥିବା ଜଣାପଡିଛି। ତୃଣମୂଳ କଂଗ୍ରେସ, ଏନସିପି, ରାଷ୍ଟ୍ରୀୟ ଲୋକଦଳ, ସିପିଆଇ, ସିପିଏମ, ଆମ ଆଦ୍ମି ପାର୍ଟି, ସମାଜବାଦୀ ପାର୍ଟି ଏବଂ ନ୍ୟାସନାଲ କନଫରେନ୍ସ ଦଳର ନେତାମାନେ ଭାଗ ନେଇଛନ୍ତି। ଏତଦବ୍ୟତୀତ ପୂର୍ବତନ ସାଂସଦ ପବନ ବର୍ମା, ଜାବେଦ ଅଖତର, ସଞ୍ଜୟ ଝା ଏବଂ କେସି ସିଂହ ମଧ୍ୟ ଏହି ବୈଠକରେ ସାମିଲ ହୋଇଛନ୍ତି। ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ଏକ ମିଳିତ ମଞ୍ଚ ଗଠନ ପାଇଁ ପ୍ରୟାସ କରାଯାଉଥିବା କୁହାଯାଉଛି। ଏହି ବୈଠକ ପୂର୍ବରୁ ପ୍ରଖ୍ୟାତ ନିର୍ବାଚନ ରଣନୀତିକାର ପ୍ରଶାନ୍ତ କିଶୋରଙ୍କ ସହ ଶାରଦା…
ଭୁବନେଶ୍ୱର, ସଂପ୍ରତି କୋଭିଡ ମହାମାରୀ ସମୟରେ ଯାତ୍ରୀଙ୍କ ନିରାପଦ ସ୍କ୍ରିନିଂ ନିଶ୍ଚିତ କରିବା ଏବଂ ଯାତ୍ରୀ ଓ କର୍ତ୍ତବ୍ୟରତ କର୍ମଚାରୀଙ୍କ ମଧ୍ୟରେ ସାମାଜିକ ଦୂରତା ବଜାୟ ରଖିବା ସହ ରେଳ ଷ୍ଟେସନରେ କେବଳ ଅଧିକୃତ ଯାତ୍ରୀମାନେ ପ୍ରବେଶ କରୁଛନ୍ତି କି ନାହିଁ ତାହା ଯାଞ୍ଚ କରିବା ରେଳବାଇ କର୍ତ୍ତୃପକ୍ଷଙ୍କ ପାଇଁ ଏକ ବ୍ୟବସ୍ଥାଗତ ଆହ୍ବାନ ଆଣିଛି। ଯାତ୍ରୀ ଏବଂ ରେଳ କର୍ତ୍ତୃପକ୍ଷଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ରେଳ ଷ୍ଟେସନରେ ଗୋଟିଏ ଅଟୋମେଟିକ୍ ଟିକେଟ୍ ଯାଞ୍ଚ ଏବଂ ପରିଚାଳନା ଆକ୍ସେସ୍ (ଏଟିଏମ୍ଏ) ସିଷ୍ଟମ ସ୍ଥାପିତ ହୋଇଛି। ଏଟିଏମ୍ ଏ ସିଷ୍ଟମ ହେଉଛି ସୂଚନା ପ୍ରଯୁକ୍ତିବିଦ୍ୟା (ଆଇଟି) ଯାହା ଯାତ୍ରୀମାନଙ୍କର ତାପମାତ୍ରା ପାଇଁ ଫଳପ୍ରଦ ସ୍କ୍ରିନିଂ ଏବଂ ପ୍ରବେଶ ଏବଂ ପ୍ରସ୍ଥାନ ପଏଣ୍ଟରେ କର୍ମଚାରୀଙ୍କ ଦ୍ବାରା ନିରାପଦ ଦୂରତାରୁ ଟିକେଟ୍ ଯାଞ୍ଚ କରିବାରେ ସହାୟତା କରିବ। ଏ ଟି ଏମ୍ ଏ ସିଷ୍ଟମରେ ଚାରୋଟି ବୈଶିଷ୍ଟ୍ୟ ଅଛି ଯେପରିକି ଆଇ ଆର୍ ସି…
ନୂଆଦିଲ୍ଲୀ, ମଙ୍ଗଳବାର ଅପରାହ୍ନରେ Mi 11 ଲାଇଟ୍ ସ୍ମାର୍ଟଫୋନ ଭାରତରେ ଲଞ୍ଚ କରାଯାଇଛି। Mi 11 ସିରିଜ୍ ପାଇଁ ଏହା ହେଉଛି ଚତୁର୍ଥ ଏବଂ ସବୁଠାରୁ ଶସ୍ତା Xiaomi ସ୍ମାର୍ଟଫୋନ। ପୂର୍ବରୁ Mi 11X, Mi 11X Pro ଏବଂ Mi 11 Ultra ଅଛି। Mi 11 ଲାଇଟ୍ 2021 ର ସବୁଠାରୁ ପତଳା ଏବଂ ହାଲୁକା ସ୍ମାର୍ଟଫୋନ୍ ବୋଲି ଦାବି କରାଯାଇଛି। ସ୍ମାର୍ଟଫୋନ୍ ଉଭୟ 4G ଏବଂ 5G ରେ ଉପଲବ୍ଧ। ତେବେ ଜିଆଓମି ବର୍ତ୍ତମାନ ଦେଶରେ କେବଳ 4G ଭାରିଆଣ୍ଟ ଲଞ୍ଚ କରିଛି । ଭବିଷ୍ୟତରେ ଏକ 5G ମଡେଲ ଆସିପାରେ ବୋଲି ସୂଚନା ଦିଆଯାଇଛି। Mi 11 Lite ରେ 90 Hz ରିଫ୍ରେସ ରେଟ, HDR 10+ ସମର୍ଥନ ଏବଂ ଉତ୍ତମ ଲାଇଟ ଏବଂ କଲର ପାଇଁ 10-ବିଟ୍ ପ୍ୟାନେଲ୍ ସହିତ 6.5-ଇଞ୍ଚ FHD + ଡିସପ୍ଲେ AMOLED ରହିଛି। ସ୍ମାର୍ଟଫୋନଟି ମାତ୍ର 6.8…
ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଜୁଆ ଆଡ୍ଡା ଉପରେ ବ୍ରେକ୍ ଲଗାଇବା ପାଇଁ ଟାଙ୍ଗୀ ପୋଲିସର ଲଗାତାର ଚଢାଉ ଜାରି ରହିଛି। ଦୁଇଟି ସ୍ଥାନରେ ଚଢାଉ କରି ୮ ଜୁଆଡିକୁ ଗିରଫ କରିବା ସହ ୭୨ ହଜାରରୁ ଊର୍ଦ୍ଧ୍ଵ ଟଙ୍କା ପୋଲିସ ଜବତ କରିଛି। ପୋଲିସର ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ବେଣୀ ପଥର ଓ ମଙ୍ଗଳା ଯୋଡି ଜୁଆ ଆଡ୍ଡାରେ ବେଧଡକ ଜୁଆ ଖେଳ ଚାଲିଥିଲା। ବାରମ୍ବାର ଏହି ଜୁଆ ଆଡ୍ଡା ଉପରେ ଚଢାଉ ପାଇଁ ସାଧାରଣରେ ଦାବି ହୋଇ ଆସୁଥିଲା। ହେଲେ ପୋଲିସ୍ ଚଢାଉ କରୁଥିଲେ ହେଁ ଘଞ୍ଚ ଜଙ୍ଗଲ ଯୋଗୁଁ ଜୁଆଡି ମାନଙ୍କୁ ପୋଲିସ୍ ଧରିଵାରେ ସଫଳ ହୋଇ ପାରୁନଥିଲା। ତେବେ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ ଓ ଟାଙ୍ଗୀ ଥାନା ଆଇଆଇସି ବିଜୟ କୁମାର ମଲିକ ଏକ ସ୍ୱତନ୍ତ୍ର କୌଶଳ ଜରିଆରେ ଜୁଆ ଆଡ୍ଡା ଉପରେ ଚଢାଉ କରି ସଫଳ ହୋଇଥିଲେ। ଏଥିରେ…
ମୁମ୍ବାଇ, ମହାରାଷ୍ଟ୍ରରେ ମ୍ୟୁକର୍ମାଇକୋସିସ୍ ବା ବ୍ଲାକ ଫଙ୍ଗସ୍ ରୋଗୀଙ୍କ ସଂଖ୍ୟା ୭ ହଜାର ୯୯୮ କୁ ବୃଦ୍ଧି ପାଇଛି। ଏଥିସହିତ ଏହି ରୋଗରେ ରାଜ୍ୟରୁ ୭୨୯ ଜଣଙ୍କର ମୃତ୍ୟୁ ହୋଇଛି। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ତରଫରୁ ସୂଚନା ଦିଆଯାଇଛି। ବର୍ତ୍ତମାନ ରାଜ୍ୟରେ ୪ ହଜାର ୩୯୮ ବ୍ଲାକ ଫଙ୍ଗସ୍ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି। ନାଗପୁରରେ ସର୍ବାଧିକ ୧ ହଜାର ୨୯୬ ଆକ୍ରାନ୍ତ, ପୁଣେରେ ୧ ହଜାର ୧୮୭ ଏବଂ ଔରଙ୍ଗାବାଦରେ ୯୪୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ କାଲି ଗୋଟିଏ ଦିନରେ ମହାରାଷ୍ଟ୍ରରେ ୬ ହଜାର ୨୭୦ ନୂତନ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ସମୟରେ ୧୩ ହଜାର ୭୫୮ ଆକ୍ରାନ୍ତ ସୁସ୍ଥ ହୋଇଥିଲେ। ବର୍ତ୍ତମାନ ରାଜ୍ୟରେ ୧ ଲକ୍ଷ ୨୪ ହଜାର କରୋନା ପଜେଟିଭ ଚିକିତ୍ସିତ ହେଉଛନ୍ତି। ଗତକାଲି ଗୋଟିଏ ଦିନରେ କୋଭିଡ ସଂକ୍ରମଣରେ ୯୪ ଜଣଙ୍କର ମୃତ୍ୟୁ ହୋଇଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ସୂଚନା…
ଭୁବନେଶ୍ବର: ଆଜିଠାରୁ ଓଡିଶା ପୋଲିସର ୪୭୭ ସବ-ଇନିସପେକ୍ଟର ପଦବୀ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେଉଛି। ଇଚ୍ଛୁକ ପରୀକ୍ଷାର୍ଥୀ ଅନଲାଇନ ମାଧ୍ୟମରେ ଏହି ପଦବୀ ପାଇଁ ଆବେଦନ କରି ପାରିବେ। ଜୁଲାଇ ୧୫ ତାରିଖ ସୁଦ୍ଧା ଓଡିଶା ପୋଲିସର odishapolice.gov.in ୱେବସାଇଟକୁ ଯାଇ ଆବେଦନକାରୀ ପଞ୍ଜୀକୃତ କରିପାରିବେ। ଇଚ୍ଛୁକ ପରୀକ୍ଷାର୍ଥୀ https://odipolsi21.onlineapplicationform.org/ODIPOL/ ମାଧ୍ୟମରେ ଅନଲାଇନ ଆବେଦନ କରିପାରିବେ। ତେବେ ଏହି ପରୀକ୍ଷା ଅଗଷ୍ଟ ୬ ରୁ ୧୬ ତାରିଖ ମଧ୍ୟରେ କମ୍ପ୍ୟୁଟର ବେସଡ ଲିଖିତ ପରୀକ୍ଷା ହେବ। ଏସଆଇ ପରୀକ୍ଷାରେ ଭିଭାଭୋସ କରାଯିବ ନାହିଁ। ଏନେଇ ପୋଲିସ ଏଡିଜେ ଜେଠୱା ସୂଚନା ଦେଇଛନ୍ତି।
ଭୁବନେଶ୍ବର: ରାଜ୍ୟରେ ପଞ୍ଚାୟତ ନିର୍ବାଚନ ବିଳମ୍ବ ହୋଇପାରେ। ରାଜ୍ୟ ସରକାରଙ୍କ ଦ୍ଵାରା କାମ ଶେଷ ହୋଇନଥିବାରୁ ପଞ୍ଚାୟତ ନିର୍ବାଚନରେ ବିଳମ୍ବ ହୋଇପାରେ। ସୀମା ପୁନଃ ନିର୍ଦ୍ଧାରଣ ଶେଷ ହୋଇନଥିବାରୁ ନିର୍ବାଚନ ବିଳମ୍ବ ହୋଇପାରେ। ଏହି କାର୍ଯ୍ୟ ଶେଷ ହେବା ପରେ ନିର୍ବାଚନ ପାଇଁ ନିର୍ବାଚନ କମିଶନ ପଦକ୍ଷେପ ନେବେ। ରାଜ୍ୟ ନିର୍ବାଚନ କମିଶନ ସଚିବ ରବୀନ୍ଦ୍ର ସାହୁ ଏନେଇ ସୂଚନା ଦେଇଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ, ଆସନ୍ତା ବର୍ଷ ମାର୍ଚ୍ଚ ୧୦ ତାରିଖରେ ପଞ୍ଚାୟତର କାର୍ଯ୍ୟକାଳ ଅବଧି ଶେଷ ହେଉଛି।
ଶ୍ରୀନଗର: ଶ୍ରୀନଗରରେ ଆଜି ଗୁପକାର ମେଣ୍ଟର ଏକ ମହତ୍ବପୂର୍ଣ୍ଣ ବୈଠକ ହୋଇଯାଇଛି। ନ୍ୟାସନାଲ କନଫରେନ୍ସ ନେତା ତଥା ଜମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁଖ ଅବଦୁଲାଙ୍କ ଘରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଫାରୁଖ ଅବଦୁଲାଙ୍କ ସମେତ ପୂର୍ବତନ ମୁଖ୍ୟମନ୍ତ୍ରୀ ମହବୁବା ମୁଫ୍ତି ଏହି ବୈଠକରେ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ଵାରା ଡକାଯାଇଥିବା ସର୍ବଦଳୀୟ ବୈଠକରେ ଯୋଗ ଦେବା ଲାଗି ଏହି ବୈଠକରେ ନିଷ୍ପତ୍ତି ହୋଇଛି। ବୈଠକ ପରେ ମହବୁବା କହିଥିଲେ ଯେ, ସେ ଆଲୋଚନା କରିବା ବିରୋଧରେ ନାହାନ୍ତି। ରାଜନୈତିକ ବନ୍ଦୀଙ୍କୁ ମୁକ୍ତି କରିବା ପାଇଁ ସେ ପ୍ରଧାନମନ୍ତ୍ରୀଙ୍କ ସାମ୍ନାରେ ପ୍ରସ୍ତାବ ରଖିବେ। ଏହା ସହ ପାକିସ୍ଥାନ ସହ ଆଲୋଚନା କରିବା ପାଇଁ ମଧ୍ୟ ମହବୁବା ପରାମର୍ଶ ଦେବେ। ଉଲ୍ଲେଖ ଯୋଗ୍ୟ ଯେ, ଆସନ୍ତା ୨୪ ତାରିଖରେ ଜମ୍ମୁ-କାଶ୍ମୀରକୁ ନେଇ ପ୍ରଧାନମନ୍ତ୍ରୀ ଏକ ସର୍ବଦଳୀୟ ବୈଠକ କରିବା ପାଇଁ ୧୪ ଟି ଦଳକୁ ନିମନ୍ତ୍ରଣ କରିଛନ୍ତି। ଏହି ବୈଠକରେ…
ନୂଆଦିଲ୍ଲୀ: ଟିଏମସି ସାଂସଦ ନୁସରତ ଜହାଁଙ୍କ ଲୋକସଭା ସଦସ୍ୟତା ରଦ୍ଦ କରିବାକୁ ବନ୍ଦାୟୁରୁ ବିଜେପି ସାଂସଦ ସଙ୍ଘମିତ୍ରା ମୌର୍ଯ୍ୟ ଦାବି କରିଛନ୍ତି। ନୁସରତଙ୍କ ବିବାହ ମାମଲାକୁ ନେଇ ସେ ଲୋକସଭା ବାଚସ୍ପତିଙ୍କୁ ଚିଠି ଲେଖିଛନ୍ତି। ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ସାଂସଦ ସଙ୍ଘମିତ୍ରା ଚିଠି ଲେଖି ନୁସରତଙ୍କ ଆଚରଣ ଅମର୍ଯ୍ୟଦା ବୋଲି କହିଛନ୍ତି। ମୌର୍ଯ୍ୟ ଅଭିଯୋଗ କରିଛନ୍ତି ଯେ, ନିଜର ବିବାହ ଘଟଣାରେ ନୁସରତ ମତଦାତାଙ୍କୁ ଧୋକା ଦେଇଛନ୍ତି। ଏହାଦ୍ବାରା ସଂସଦର ଗରିମା ମଧ୍ୟ କ୍ଷୁର୍ଣ୍ଣ ହୋଇଛି। ସଂସଦର ଆଚରଣ କମିଟିକୁ ପଠାଇ ଏହି ମାମଲାରେ ତଦନ୍ତ କରାଯିବା ଉଚିତ ଏବଂ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବା ଉଚିତ। ତୃଣମୂଳ ସାଂସଦଙ୍କ ଲୋକସଭା ପ୍ରୋଫାଇଲକୁ ମଧ୍ୟ ଏହି ଚିଠିରେ ସଙ୍ଘମିତ୍ରା ସଲଗ୍ନ କରିଛନ୍ତି, ଯେଉଁଥିରେ ନୁସରତ ଜହାଁ ତାଙ୍କ ସ୍ଵାମୀଙ୍କ ନାମ ନିଖିଲ ଜୈନ ବୋଲି ଉଲ୍ଲେଖ କରିଛନ୍ତି। ଏହା ସହ ସେ ସଂସଦରେ ଶପଥ ପାଠ ସମୟରେ ନିଜର ସଂପୂର୍ଣ୍ଣ…
ନୂଆଦିଲ୍ଲୀ, କୋଭିଡ ଟିକା ପୁରୁଷ ଏବଂ ମହିଳାଙ୍କ ମଧ୍ୟରେ ବନ୍ଧ୍ୟାତ୍ୱ ସୃଷ୍ଟି କରିଥାଏ। ଏଥିରେ ମଣିଷର ଯୌନ କ୍ଷମତା ହ୍ରାସ ପାଇଥାଏ । ଏ ନେଇ କେତେକ ଗଣମାଧ୍ୟମର ରିପୋର୍ଟ ପ୍ରକାଶ ପାଇବାରେ ଲାଗିଛି। ଏହା ଉତ୍ତରରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଏହା ଭିତ୍ତିହୀନ। ଏହାର କୌଣସି ବୈଜ୍ଞାନିକ କାରଣ ନାହିଁ । ମନ୍ତ୍ରଣାଳୟ କହିଛି ଯେ ଏହି ଟିକା ପ୍ରଥମେ ପଶୁମାନଙ୍କ ଉପରେ ପରୀକ୍ଷା କରାଯାଇଥିଲା। ଏହାର ଫଳାଫଳ ଭଲ ଦେଖାଇବା ପରେ ହିଁ ଏହା ମଣିଷଙ୍କୁ ଦିଆଯାଉଛି। ମନ୍ତ୍ରଣାଳୟ କହିଛି ଯେ ଟୀକାକରଣର ନିରାପତ୍ତା ଏବଂ ଉପଯୋଗୀତା ପରୀକ୍ଷା କରିବା ପରେ ଏହା ସାର୍ବଜନୀନ କରାଯାଇଛି। ପୋଲିଓ ଏବଂ କେତେକ ରୋଗର ମୁକାବିଲା ପାଇଁ ଟୀକାକରଣ ଅଭିଯାନ ସମୟରେ ମଧ୍ୟ ଏପରି ଭୁଲ ତଥ୍ୟ ଏବଂ ଗୁଜବ ସୃଷ୍ଟି ହୋଇଥିଲା। ମନ୍ତ୍ରଣାଳୟ କହିଛି ଯେ କୋଭିଡ ଟିକା ଉପରେ ଜାତୀୟ ବିଶେଷଜ୍ଞ ଗୋଷ୍ଠୀ ସ୍ପଷ୍ଟ କରିଛନ୍ତି ଯେ…
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୪୨ ହଜାର ୬୪୦ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୧ ହଜାର ୧୬୭ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୨ କୋଟି ୯୯ ଲକ୍ଷ ୭୭ ହଜାର ୮୬୧ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୮୯ ହଜାର ୩୦୨ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୮୯ ଲକ୍ଷ ୨୬ ହଜାର ୩୮ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୬ ଲକ୍ଷ ୬୨ ହଜାର ୫୨୧ ଆକ୍ଟିଭ୍ କେସ୍ ରହିଛି।
ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୩୮ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୩୮ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୩୬୭୦ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ଖୋର୍ଦ୍ଧା ଜିଲ୍ଲାର ସର୍ବାଧିକ ୬ ଜଣ, ବରଗଡ, କଟକ ଜିଲ୍ଲାରୁ ୫ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ମୟୂରଭଞ୍ଜ, ପୁରୀ ଜିଲ୍ଲାରୁ ୪ ଜଣ ଲେଖାଏଁ ଏବଂ ସମ୍ବଲପୁର ଜିଲ୍ଲାରୁ ୩ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ସେହିଭଳି ଜଗତସିଂହପୁର ଓ ଝାରସୁଗୁଡା ଜିଲ୍ଲାରୁ ୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଅନୁଗୁଳ, ଢେଙ୍କାନାଳ, ଗଞ୍ଜାମ, କେନ୍ଦୁଝର, କୋରାପୁଟ, ସୁନ୍ଦରଗଡ ଓ ଦେବଗଡ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୮୩ ହଜାର ୪୯୦ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି…
ନୂଆଦିଲ୍ଲୀ, ମିଳିତ ଜାତିସଂଘର ରିପୋର୍ଟ ଅନୁଯାୟୀ ଗତ ବର୍ଷ ଭାରତରେ ୬୪ ବିଲିୟନ ଡଲାରର ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ବିନିଯୋଗ ହୋଇଥିଲା। ଭାରତୀୟ ମୁଦ୍ରାରେ ଏହାର ପରିମାଣ ପ୍ରାୟ ୪ ଲକ୍ଷ ୭୪ ହଜାର ୪୪ କୋଟି ଟଙ୍କା ହେବ। ଭାରତ ବିଶ୍ୱର ପଞ୍ଚମ ସର୍ବାଧିକ ବିଦେଶୀ ପ୍ରତ୍ୟକ୍ଷ ପୁଂଜି ବିନିଯୋଗକାରୀ ଦେଶ ହୋଇପାରିଛି। ରିପୋର୍ଟରେ କୁହାଯାଇଛି ଯେ ଭାରତରେ ଏଫଡିଆଇ ୨୭% ବୃଦ୍ଧି ହୋଇ ଗତ ବର୍ଷ ୬୪ ବିଲିୟନ ଡ଼ଲାରରେ ପହଞ୍ଚିଛି, ଯାହା ୨୦୧୯ ରେ ୫୧ ବିଲିୟନ ଡ଼ଲାର ରହିଥିଲା। ଯୋଗାଯୋଗ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ଶିଳ୍ପରେ ଅଧିଗ୍ରହଣ ହେତୁ ଏହି ପ୍ରତ୍ୟକ୍ଷ ବିଦେଶୀ ପୁଞ୍ଜି ବିନିଯୋଗରେ ରେକର୍ଡ ସୃଷ୍ଟି କରିଛି। ଏହି ରିପୋର୍ଟରେ କୁହାଯାଇଛି ଯେ ଭାରତର କୋଭିଡ ମହାମାରୀର ଦ୍ୱିତୀୟ ତରଙ୍ଗ ଦ୍ୱାରା ଦେଶର ସାମଗ୍ରିକ ଅର୍ଥନୈତିକ କାର୍ୟ୍ୟକଳାପ ପ୍ରଭାବିତ ହୋଇଥିଲା, କିନ୍ତୁ ଅର୍ଥନୀତିର ଦୃଢ ମୂଳଦୁଆ ସହିତ ମଧ୍ୟମ ଅବଧିରେ ଆର୍ଥିକ ଦୃଷ୍ଟିକୋଣ…
ଭୁବନେଶ୍ବର: ଆଜି ରାଜ୍ୟରେ ୨ ହଜାର ୯୫୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୧୬୯୮ ଜଣ ଚିହ୍ନଟ ହୋଇଥିବା ବେଳେ ୧୨୫୯ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୮୩ ହଜାର ୪୯୦ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୮ ଲକ୍ଷ ୪୪ ହଜାର ୮୦୧ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୩୪ ହଜାର ୯୬୫ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୩୬୩୩ କୁ ବୃଦ୍ଧି ହୋଇଛି। ଆଜି ମୋଟ ୩୦ ଟି ଜିଲ୍ଲାରୁ ୨ ହଜାର ୯୫୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୪୦୮ ଜଣ, କଟକ ଜିଲ୍ଲାରୁ ୨୭୨ ଜଣ, ଅନୁଗୁଳ ଜିଲ୍ଲାରୁ…
ଭୁବନେଶ୍ବର, ବର୍ତ୍ତମାନ କେନ୍ଦ୍ରରେ ମନ୍ତ୍ରୀମଣ୍ଡଳ ଅଦଳବଦଳ ନେଇ ଚାଲିଛି ଜୋରଦାର ଚର୍ଚ୍ଚା। ଏହି ସମୟରେ ରାଜ୍ୟ ମନ୍ତ୍ରୀମଣ୍ଡଳ ଅଦଳବଦଳକୁ ନେଇ ମଧ୍ୟ ଆରମ୍ଭ ହେଲାଣି ଆଲୋଚନା। ଗତ କିଛିଦିନ ଧରି ଏ ନେଇ ପାୱାର କରିଡରେ ଚାଲିଛି ଜୋରଦାର ଚର୍ଚ୍ଚା। ଆସନ୍ତା ବର୍ଷ ରାଜ୍ୟରେ ପୌର ତଥା ପଞ୍ଚାୟତ ନିର୍ବାଚନ ହେବ। ୨୦୨୪ ମସିହାରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପୂର୍ବରୁ ଏହା ହେବ ସେମିଫାଇନାଲ। ତେଣୁ ଯେମିତି ହେଲେ ବିଜେଡିର ଯେଉଁ ବଡ ଏବଂ ଦୃଢ ଗଡ ଅଛି ତାହାକୁ ସମ୍ଭାଳିବାକୁ ପଡିବ। ସେଥିପାଇଁ ନବୀନ, ମନ୍ତ୍ରୀମଣ୍ଡଳ ଅଦଳବଦଳ କରିବେ ବୋଲି ସଙ୍କେତ ମିଳିସାରିଲାଣି। ଏ ନେଇ ନବୀନ ନିବାସରେ ଗୁପ୍ତ ଆଲୋଚନା ମଧ୍ୟ ଆରମ୍ଭ ହେଲାଣି। ବର୍ତ୍ତମାନ ମନ୍ତ୍ରୀମଣ୍ଡଳରେ କେତେକ ମନ୍ତ୍ରୀଙ୍କ ଦକ୍ଷତା ନେଇ ପ୍ରଶ୍ନ ଉଠିଲାଣି। ସେମାନେ ବିଲକୁଲ ତାଙ୍କ ବିଭାଗ ଉପରେ ମୁଣ୍ଡ ଖେଲାଉ ନ ଥିବାର ନବୀନ ଜାଣି ସାରିଲେଣି। ସେ ସବୁକୁ ବିଚାର…
ଭୁବନେଶ୍ୱର, ସୋମବାର ଅପରାହ୍ନରେ କେନ୍ଦ୍ର ନିତି ଆୟୋଗର ଏକ ତିନି ଜଣିଆ ଟିମ୍ ଖାରବେଳ ଭବନଠାରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ ଅସିତ୍ ତ୍ରିପାଠୀଙ୍କୁ ସାକ୍ଷାତ କରି ବିଭିନ୍ନ ବିଷୟରେ ଆଲୋଚନା କରିଛନ୍ତି । ଏହି ଟିମ୍ରେ ନିତି ଆୟୋଗର ଏସ୍ଡିଜି ଓ ଗ୍ରାମୀଣ ବିକାଶର ପରାମର୍ଶଦାତ୍ରୀ ଶ୍ରୀମତୀ ସଂଯୁକ୍ତା ସମାଦାର, ଏସ୍ଡିଜି ଅଧିକାରୀ ଶ୍ରୀ ଆଲେନ୍ ଜନ୍ ଏବଂ ଏସ୍ଡିଜିର ବରିଷ୍ଠ ପରାମର୍ଶଦାତା ଶ୍ରୀ ସୁନ୍ଦର ମିଶ୍ର ଅଛନ୍ତି। ପଶ୍ଚିମ ଓଡ଼ିଶାର ଗ୍ରାମୀଣ ବିକାଶ କ୍ଷେତ୍ରରେ କେତେକ ଅଭିନବ ପ୍ରକଳ୍ପ କାର୍ଯ୍ୟକାରୀ ଦିଗରେ ରାଜ୍ୟ ସରକାର ନେଇଥିବା ପଦକ୍ଷେପ ସଂପର୍କରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ ତ୍ରିପାଠୀ ସମ୍ୟକ ଧାରଣା ଦେଇଥିଲେ । ଏଥି ସହିତ ନିତି ଆୟୋଗର କେତେକ ପୋଷଣୀୟ ଯୋଜନା ଉପରେ ବଶେଷ ଭାବେ ଆଲୋଚନା କରାଯାଇଥିଲା । ଏହି ଟିମ୍ ତାଙ୍କ ଗସ୍ତ ସମୟରେ ମୁଖ୍ୟ ଶାସନ ସଚିବଙ୍କୁ ମଧ୍ୟ…
ଭୁବନେଶ୍ବର, ସାଂସାରିକ ସମସ୍ୟାର ସମାଧାନ ପାଇଁ ପରିଶ୍ରମ କରୁଥିବା ଗୃହକର୍ତ୍ତାଙ୍କ ବିଶ୍ରାମ ସ୍ଥାନ ତିନୋଟି। ଏହି ତିନୋଟି ସ୍ଥାନରେ ସେ ଅପାର ଆନନ୍ଦ ହାସଲ କରିଥାଏ। ସେହି ତିନୋଟି ସ୍ଥାନ ହେଲା ପତ୍ନୀ, ସନ୍ତାନ ଏବଂ ସଂପର୍କୀୟଙ୍କ ସଂଗତି। ସେ ଯେତେ ପରିଶ୍ରମ କରିଥିଲେ ମଧ୍ୟ ଏହି ତିନୋଟି ସ୍ଥାନରେ ସେ ଆନନ୍ଦ ଅନୁଭବ କରେ। ସେଥିପାଇଁ କାମଦାମ ସାରି ସମସ୍ତେ ଘର ମୁହାଁ ଏଇଥି ପାଇଁ ହୋଇଥାନ୍ତି। ସାଧାରଣତଃ ଯେଉଁମାନେ ବାହାରେ ଚାକିରୀ କରିଥାନ୍ତି, ସେମାନେ ଶନିବାର ଦିନ ଘରକୁ ଆସିବା ପାଇଁ ବ୍ୟାକୁଳ ହୋଇଥାନ୍ତି। କାରଣ ହେଲା ଏହି ତିନୋଟି ସ୍ଥାନରେ ତାଙ୍କୁ ଶାନ୍ତି ମିଳିଥାଏ। ସବୁ ଦୁଃଖ ଏବି ସବୁ ମାନସିକ ଅଶାନ୍ତି ଏହି ତିନୋଟି ସ୍ଥାନରେ କୁଆଡେ ମିଳାଇ ଯାଇଥାଏ।
ଭୁବନେଶ୍ବର, ହୁହୁ ହୋଇ ବଢିବାରେ ଲାଗିଛି ତୈଳ୍ୟ ଦର। ଏହି କ୍ଷେତ୍ରରେ ଓଡିଶାରେ ମଧ୍ୟ ଅନୁରୂପ ଭାବେ ତେଲ ଦର ବଢିବାରେ ଲାଗିଛି। ଆପଣ ଆଶ୍ଚର୍ଯ୍ୟ ହେବେ ବର୍ତ୍ତମାନ ଓଡିଶାରେ ଡିଜେଲ ଦର ମଧ୍ୟ ଆକାଶ ଛୁଆଁ ହୋଇଯାଇଛି। ସୋମବାର ଦିନ କୋରାପୁଟରେ ଡିଜେଲ ଦର ୧୦୨ ଟଙ୍କା ୧୩ ପଇସା ରହିଛି। ତା ପୂର୍ବ ଦିନ ଡିଜେଲ ଦର ୯୯ ଟଙ୍କା ୯୩ ପଇସା ରହିଥିବାବେଳେ ସୋମବାରରେ ଏକାଥରେ ୨ ଟଙ୍କା ୨୦ ପଇସା ବଢିଯାଇଛି। ପୂର୍ବରୁ କୋରାପୁଟରେ ଡିଜେଲ ଦର ସବୁବେଳେ ଶହେ ତଳକୁ ରହୁଥିଲା ହେଲେ ହଠାତ ଏତେ ପଇସା ବଢିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଓଡିଶାରେ ପେଟ୍ରୋଲ ପରି ଡିଜେଲ ମଧ୍ୟ ଶତକ ମାରିଛି। ସେହିପରି ପେଟ୍ରୋଲ ଦର ମଧ୍ୟ ବୃଦ୍ଧି ପାଇଛି। ପୂର୍ବରୁ ପେଟ୍ରୋଲ ୧୦୨ ଟଙ୍କା ରହିଥିବା ବେଳେ ସୋମବାରରେ ୧୦୨ ଟଙ୍କା ୪୩ ପଇସାରେ ପହଞ୍ଚିଛି।
ପୁରୀ, ଜ୍ୟେଷ୍ଠ ଶୁକ୍ଳ ଏକାଦଶୀ ସୋମବାର ଦିନ ଶ୍ରୀମନ୍ଦିରରେ ରୁକ୍ମିଣୀ ହରଣ ଏକାଦଶୀ ବିବାହ ମହୋତ୍ସବ ଓ ଜଳକ୍ରୀଡ଼ା ନୀତି ପାଳିତ ହେଉଛି। ସକାଳ ଧୂପ ପରେ ଦକ୍ଷିଣ ଘରେ ଶ୍ରୀମଦନମୋହନ ବେଶ ହୋଇଥାନ୍ତି। ମହାଲକ୍ଷ୍ମୀ (ଶ୍ରୀଦେବୀ) ଆଜ୍ଞାମାଳ ପାଇ ଲକ୍ଷ୍ମୀ ମନ୍ଦିର ଜଗମୋହନ ଖଟକୁ ବିଜେ ହେବା ପରେ ବନକଲାଗି ଓ ଅଳଙ୍କାରଲାଗି ବେଶ ହୋଇଥାଏ। ଏହି ସମୟରେ ତାଳପତ୍ରର ଲକ୍ଷ୍ମୀଙ୍କ ମନୋଭାବକୁ ଲିଖନ କରି ଜୟବିଜୟ ଦ୍ୱାର ଠାରେ ବିଜେ ହୋଇଥିବା ଶ୍ରୀମଦନମୋହନଙ୍କ ନିକଟକୁ ବିପ୍ରଙ୍କ ହାତରେ ଚିଟାଉ ପ୍ରେରଣ କରନ୍ତି। ରଥରେ ବିଜେ ଶ୍ରୀମଦନମୋହନ ବିମଳା ମନ୍ଦିର ନିକଟରେ ଅପେକ୍ଷା କରିଥାନ୍ତି। ମହାଲକ୍ଷ୍ମୀ ଗ୍ରାମଦେବୀ (ବିମଳା)ଙ୍କ ପୂଜା ସାରି ଫେରିବା ବାଟରେ ଶ୍ରୀମଦନମୋହନ ହରଣ କରିଥାନ୍ତି। ବାଟରେ ପଥ ଅବରୋଧ କରୁଥିବା ଶିଶୁପାଳକୁ ପରାସ୍ତ କରି ବନ୍ଦୀ କରିବା ପରେ ଜ୍ୟେଷ୍ଠ ଭ୍ରାତା ବଳରାମ ତାକୁ ବନ୍ଧନମୁକ୍ତ କରନ୍ତି। ଶ୍ରୀମଦନମୋହନଓ ମହାଲକ୍ଷ୍ମୀ ବିବାହ ମଣ୍ଡପ (ମାଜଣା ମଣ୍ଡପ)…
ମେଷ: – ସୃଜନଶୀଳ କାର୍ଯ୍ୟ ସଫଳ ହେବ । ଆପଣ ଯେ କୌଣସି ଉତ୍ସବରେ ଅଂଶଗ୍ରହଣ କରିବାର ସୁଯୋଗ ପାଇବେ । ସୁଖ ଏବଂ ମନୋରଞ୍ଜନ ଉପଲବ୍ଧ ହେବ । ବ୍ୟବସାୟ ଲାଭଦାୟକ ହେବ । ଭାଇମାନଙ୍କଠାରୁ ସମର୍ଥନ ପାଇବ । ଦୁର୍ଦ୍ଦଶା ଯୋଗୁଁ କ୍ଷତି ହେବ । ଚାକିରିରେ ତୁମେ ପ୍ରଶଂସା ପାଇବ । ତତ୍ପରତା ନାହିଁ । ଆଦୌ ବିପଦ ଏବଂ ସୁରକ୍ଷା କାର୍ଯ୍ୟ ଗ୍ରହଣ କରନ୍ତୁ ନାହିଁ । ବୃଷ: – ଟଙ୍କା ଅଭାବରୁ ନିରାଶ ହେବେ । ଥଟ୍ଟା ଠାରୁ ଦୂରେଇ ରୁହନ୍ତୁ। ଅଧିକାରୀମାନେ ଚାକିରିରେ ଅଧିକ ଆଶା କରିବେ । ବସଙ୍କ ସମର୍ଥିତ ହେବେ ନାହିଁ । କ୍ଳାନ୍ତ ହୋଇଯିବ । ବ୍ୟବସାୟ ଲାଭଦାୟକ ହେବ । ଖରାପ ଖବର ଗ୍ରହଣ କରାଯାଇପାରେ । କଠିନ ପରିଶ୍ରମ ଅଧିକ ହେବ । ଲାଭ ସୁଯୋଗକୁ ସ୍ଥଗିତ ରହିବ । ମିଥୁନ: – ଜମି କ୍ରୟ…

