ନୂଆଦିଲ୍ଲୀ, କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ମଧ୍ୟପ୍ରଦେଶ, କେରଳ ଏବଂ ମହାରାଷ୍ଟ୍ରର ମୁଖ୍ୟ ସଚିବମାନଙ୍କୁ ଡେଲଟା ପ୍ଲସ୍ ଭାରିଆଣ୍ଟ ନିୟନ୍ତ୍ରଣ ପାଇଁ ଦେଲେ ନିର୍ଦ୍ଦେଶ। ଯେଉଁ ସ୍ଥାନରେ ଏହି ଭାଇରସ ଆକ୍ରାନ୍ତ ଦେଖାଯାଇଛନ୍ତି ସେହି ଅଞ୍ଚଳକୁ ତୁରନ୍ତ ନିୟନ୍ତ୍ରଣକୁ ଆଣ। ଏହି ଭାରିଆଣ୍ଟିଟି ଚିନ୍ତାଜନକ ହୋଇଥିବାରୁ ତୁରନ୍ତ ନିୟନ୍ତ୍ରଣ ପଦକ୍ଷେପ ନେବାକୁ କହିଛନ୍ତି। ଏହି ତିନୋଟି ରାଜ୍ୟକୁ ଗହଳି ଏବଂ ଚଲାଚଳକୁ ରୋକିବା, ଗଣପରୀକ୍ଷଣ, ଶୀଘ୍ର ଯୋଗାଯୋଗ ଅନୁସନ୍ଧାନ ଏବଂ ବିଳମ୍ବ ନକରି ପ୍ରାଥମିକତା ଭିତ୍ତିରେ ଟୀକାକରଣ ଭଳି ପଦକ୍ଷେପ ନେବାକୁ କୁହାଯାଇଛି। ମହାମାରୀ ସମ୍ବନ୍ଧୀୟ କ୍ଲିନିକାଲ ପରୀକ୍ଷଣ ପାଇଁ ନିର୍ଦ୍ଦିଷ୍ଟ ଲାବୋରେଟୋରୀକୁ ତୁରନ୍ତ ଉପଯୁକ୍ତ ପରିମାଣର ନମୁନା ପଠାଇବାକୁ ମଧ୍ୟ ରାଜ୍ୟମାନଙ୍କୁ କୁହାଯାଇଛି।
Author: Samikhsya Bureau
ଭୁବନେଶ୍ବର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ ରାଜ୍ୟସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ କମିଟି ବୈଠକରେ ଅଧ୍ୟକ୍ଷତା କରି ବିପର୍ଯ୍ୟୟ ପ୍ରସ୍ତୁତି ଓ ପରିଚାଳନାରେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ସ୍ପଷ୍ଟ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ମହାମାରୀର ପ୍ରଭାବ ସତ୍ତ୍ବେ ଓଡିଶା ବିଭିନ୍ନ ବିପର୍ୟ୍ୟୟର ଉତ୍ତମ ମୁକାବିଲା କରି ବିଶ୍ବସ୍ତରରେ ପ୍ରଶଂସାର ପାତ୍ର ହୋଇପାରିଛି । ବିପର୍ଯ୍ୟୟ ପରିଚାଳନା ପାଇଁ ଆମର ନୀତି ହେଉଛି ‘ସବୁ ଜୀବନ ମୂଲ୍ୟବାନ’ । ଏହାସହିତ ସରକାରଙ୍କ ସବୁ ବିଭାଗ ସମନ୍ବିତ ଭାବେ କାମ କରିବାର ଆଭିମୁଖ୍ୟ ନେଇ (Whole of Government Approach) ନେଇ ଆମର ବିପର୍ଯ୍ୟୟ ପରିଚାଳନା ନୀତି କାର୍ୟ୍ୟକାରୀ କରାଯାଉଛି। ଏହାଦ୍ବାରା ସବୁଠାରୁ ଭଲ ପଦକ୍ଷେପ ନିଆଯାଇ ବିପର୍ୟ୍ୟୟର ପ୍ରଭାବକୁ କମ୍ କରାଯାଇପାରିବ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡିଶା ହେଉଛି ଆମ ଦେଶରେ ସବୁଠାରୁ ବିପର୍ୟ୍ୟୟ ପ୍ରବଣ ରାଜ୍ୟ ମାନଙ୍କ ମଧ୍ୟରେ ଅନ୍ୟତମ। ବନ୍ୟା, ବାତ୍ୟା, ମରୁଡି ଆଦି ବିଭିନ୍ନ…
ନୂଆଦିଲ୍ଲୀ: ପଳାତକ ବ୍ୟବସାୟୀ ବିଜୟ ମାଲ୍ୟା, ନୀରବ ମୋଦୀ ଏବଂ ମେହୁଲ ଚୋକସିଙ୍କ ମୋଟ ୯ ହଜାର ୩୭୧ କୋଟି ଟଙ୍କାର ସମ୍ପତ୍ତିକୁ ସରକାରୀ ବ୍ୟାଙ୍କରେ ଜମା ହୋଇଯାଇଛି। ଫଳରେ ସେମାନଙ୍କ ଠକାମି ଯୋଗୁଁ ବ୍ୟାଙ୍କକୁ ହୋଇଥିବା କ୍ଷତି ଟଙ୍କାର ଭରଣ ହୋଇପାରିବ। ଉଲ୍ଲେଖ ଯୋଗ୍ୟ ଯେ, ବିଜୟ ମାଲ୍ୟା, ନୀରବ ମୋଦୀ ଏବଂ ମେହୁଲ ଚୋକସି ପବ୍ଲିକ ସେକ୍ଟର ବ୍ୟାଙ୍କକୁ ଧୋକା ଦେଇ ୨୨ ହଜାର ୫୮୫ କୋଟି ୮୩ ଲକ୍ଷ ଟଙ୍କା ଲୁଟିନେଇ ବିଦେଶ ଚାଲିଯାଇଥିଲେ। ଏହାପରେ କେନ୍ଦ୍ର ସରକାର ପକ୍ଷରୁ ସେହି ତିନିଜଣ ବ୍ୟବସାୟୀଙ୍କୁ ପଳାତକ ଘୋଷଣା କରାଯାଇ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରୟାସ ଜାରି କରାଯାଇଥିଲା। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏନେଇ ପଳାତକଙ୍କ ସମ୍ପତ୍ତି ଉପରେ ତଦନ୍ତ କରି ୧୮ ହଜାର ୧୭୦ କୋଟି ଟଙ୍କା ଜବତ କରିଥିଲା। ଯାହାର ମୂଲ୍ୟ ବ୍ୟାଙ୍କରୁ ଲୁଟିଥିବା ମୂଲ୍ୟର ୮୦.୪୫ ପ୍ରତିଶତ ଥିଲା। ଏହି ସମ୍ପତ୍ତି ମଧ୍ୟରୁ କିଛି…
କଟକ: ପୁରୀ ବ୍ୟତୀତ ରାଜ୍ୟର ଆଉ କୌଣସି ସ୍ଥାନରେ ରଥଯାତ୍ରା ହେବ ନାହିଁ। ଏନେଇ ଓଡିଶା ଉଚ୍ଚ ନ୍ୟାୟାଳୟ ସ୍ପଷ୍ଟ କରିଛନ୍ତି। ସ୍ଵତନ୍ତ୍ର ରିଲିଫ କମିଶନରଙ୍କ ନିର୍ଦ୍ଦେଶନାମା ମାନିବାକୁ ଉଚ୍ଚ ନ୍ୟାୟଳୟ ନିର୍ଦ୍ଦେଶ ଦେଇଛନ୍ତି। ଓଡିଶା ସରରକରଙ୍କ ଏସମ୍ପର୍କିତ ବିଷୟରେ ହସ୍ତକ୍ଷେପ କରିବା ପାଇଁ ଉଚ୍ଚ ନ୍ୟାୟାଳୟ ମନା କରିଦେଇଛନ୍ତି। ରାଜ୍ୟରେ କେତେକ ସ୍ଥାନରେ ରଥଯାତ୍ରା କରିବା ପାଇଁ ବିଭିନ୍ନ ସଂଗଠନ ପକ୍ଷରୁ ଉଚ୍ଚ ନ୍ୟାୟାଳୟରେ ଆବେଦନ କରାଯାଇଥିଲା। ହେଲେ ଉଚ୍ଚ ନ୍ୟାୟଳୟ ଏହି ସବୁ ଆବେଦନକୁ ଖାରଜ କରିଦେଇଛନ୍ତି। କେବଳ ପୁରୀରେ ରଥଯାତ୍ରା ହେବା ପାଇଁ ଉଚ୍ଚ ନ୍ୟାୟାଳୟ ସ୍ବୀକୃତି ପ୍ରକାଶ କରିଛନ୍ତି।
ନୂଆଦିଲ୍ଲୀ: ଦ୍ଵିତୀୟ ଲହରୀରେ କରୋନାର ଡେଲ୍ଟା ଭ୍ୟାରିଏଣ୍ଟ ଦେଶରେ ଲକ୍ଷାଧିକ ଲୋକଙ୍କ ଜୀବନ ନେଇଛି। ଏହାର ପ୍ରଭାବ ଏବେ ବି ଥମିନଥିବା ବେଳେ କରୋନାର ଡେଲ୍ଟା ପ୍ଲସ ଭ୍ୟାରିଏଣ୍ଟକୁ ନେଇ ଚିନ୍ତା ବଢାଇଛି। ଡେଲ୍ଟା ଭ୍ୟାରିଏଣ୍ଟ ଠାରୁ ଏହା ଆହୁରି ବିପଦ ଜନକ ବୋଲି କୁହାଯାଉଛି। ଡେଲ୍ଟା ପ୍ଲସ ଭ୍ୟାରିଏଣ୍ଟ ଯୋଗୁଁ ଦେଶରେ ତୃତୀୟ ଲହରୀ ଆରମ୍ଭ ହେବ ବୋଲି ଅନୁମାନ କରାଯାଉଛି। ବର୍ତ୍ତମାନ ଦେଶରେ ଏହି ନୂଆ ଭ୍ୟାରିଏଣ୍ଟ ଚିହ୍ନଟ ହେବା ଦ୍ଵାରା ଲୋକଙ୍କ ମନରେ ଭୟାର ବାତାବରଣ ଦେଖାଗଲାଣି। ଦେଶରେ ଡେଲ୍ଟା ଭ୍ୟାରିଏଣ୍ଟର ଏପର୍ଯ୍ୟନ୍ତ ୪୦ ରୁ ଉର୍ଦ୍ଧ୍ଵ ମାମଲା ଚିହ୍ନଟ ହୋଇଛି। ତନ୍ମଧ୍ୟରୁ ମହାରାଷ୍ଟ୍ରରେ ସର୍ବାଧିକ ଆକ୍ରାନ୍ତ ସାମ୍ନାକୁ ଆସିଛି। ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ, ବର୍ତ୍ତମାନ ଦେଶର ୩ ଟି ରାଜ୍ୟରେ ଡେଲ୍ଟା ପ୍ଲସ ଭ୍ୟାରିଏଣ୍ଟ କେସ ଦେଖିବାକୁ ମିଳିଛି। କେରଳ, ମହାରାଷ୍ଟ୍ର ଏବଂ ମଧ୍ୟପ୍ରଦେଶରେ ଏହି ନୂଆ ଭ୍ୟାରିଏଣ୍ଟ କେସ ଚିହ୍ନଟ ହୋଇଛି। ଏହାସହ ଅନ୍ୟ…
ଭୁବନେଶ୍ବର, ଗତ 24 ଘଣ୍ଟା ମଧ୍ୟରେ ରାଜଧାନୀରେ ପ୍ରବଳ ବର୍ଷା ଲାଗି ରହିଛି। ଭୁବନେଶ୍ବର ପାଣିପାଗ ବିଭାଗର ସୂଚନା ଅନୁସାରେ ଭୁବନେଶ୍ବରର ଏୟାରପୋର୍ଟ ଅଞ୍ଚଳରେ ସର୍ବାଧିକ ବର୍ଷା ରେକର୍ଡ କରାଯାଇଛି। ଏହି ଅଞ୍ଚଳରେ ଗତ 24 ଘଣ୍ଟାରେ 113.2 ମିଲିମିଟର ବର୍ଷା ହୋଇଛି। ସେହିପରି କଟକ ସହରର କଣ୍ଟାପଡାରେ 190 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ସାଲେପୁରରେ ମଧ୍ୟ 101 ମିଲିମିଟର ବର୍ଷା ରେକର୍ଡ କରାଯାଇଛି।
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୫୦ ହଜାର ୮୪୮ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୧ ହଜାର ୩୫୮ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୨୮ ହଜାର ୭୩୯ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୯୦ ହଜାର ୬୬୦ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୮୯ ଲକ୍ଷ ୯୪ ହଜାର ୮୫୫ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୬ ଲକ୍ଷ ୪୩ ହଜାର ୧୯୪ ଆକ୍ଟିଭ୍ କେସ୍ ରହିଛି।
ଭୁବନେଶ୍ବର, ରାଜ୍ୟରେ ଗତକାଲିଠାରୁ ପ୍ରବଳ ବର୍ଷା ଲାଗିରହିଛି। ଫଳରେ ଜନଜୀବନ ବାଧାପ୍ରାପ୍ତ ହୋଇଛି। ଭୁବନେଶ୍ବର ପାଣିପାଗବିଭାଗ ତରଫରୁ ରେକର୍ଚ କରାଯାଇଥିବା ବର୍ଷାର ପରିମାଣ ଅନୁସାରେ କେନ୍ଦ୍ରାପଡାର ସର୍ବାଧିକ ରେକର୍ଡ କରାଯାଇଛି। ମାର୍ସାଘାଇରେ ହୋଇଥିବା ରେକର୍ଡ ଅନୁସାରେ ଜିଲ୍ଲାରେ 225 ମିଲିମିଟର ବର୍ଷା ହୋଇଛି। ସେହିପରି ଗତକାଲି କଟକ ଜିଲ୍ଲାରେ 190 ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ପାଣିପାଗ ବିଭାଗ ଅନୁସାରେ ଗତକାଲି 9ଟି ଜିଲ୍ଲାରେ ଶହେ ମିଲିମିଟର ଉପରେ ବର୍ଷା ରେକର୍ଡ କରାଯାଇଛି। ଭୁବନେଶ୍ବରରେ ଗତକାଲି 113.2 ମିଲିମିଟର ବର୍ଷା ହୋଇଛି।
ଭୁବନେଶ୍ବର: କରୋନା ଯୋଗୁଁ ଚଳିତ ବର୍ଷ ମଧ୍ୟ ଛାତ୍ରଛାତ୍ରୀଙ୍କ ସିଲାବସକୁ ୩୦ ପ୍ରତିଶତ ହ୍ରାସ କରାଯିବ। ନବମ ଏବଂ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ୩୦ ପ୍ରତିଶତ ସିଲାବସ କମିବ। ଏନେଇ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ବର୍ତ୍ତମାନ ସାରା ରାଜ୍ୟରେ ଅନଲାଇନରେ ପାଠ ପଢା କାର୍ଯ୍ୟକ୍ରମ ଚାଲିଛି। ହେଲେ ରାଜ୍ୟରେ ସ୍କୁଲ କେବେ ଖୋଲିବ, ତାହା ନେଇ କୌଣସି ନିଷ୍ପତ୍ତି ହୋଇନାହିଁ। କରୋନା ସ୍ଥିତି ଦେଖି ଏହା ଉପରେ ବିଚାର କରାଯିବ ବୋଲି ଶ୍ରୀ ଦାଶ କହିଛନ୍ତି।
ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୪୬ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୪୬ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୩୭୧୬ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ଖୋର୍ଦ୍ଧା ଜିଲ୍ଲାର ସର୍ବାଧିକ ୭ ଜଣ, ବରଗଡ, କଟକ, ପୁରୀ ଜିଲ୍ଲାରୁ ୫ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଝାରସୁଗୁଡା, ସମ୍ବଲପୁର ଜିଲ୍ଲାରୁ ୪ ଜଣ ଲେଖାଏଁ, ଜଗତସିଂହପୁର, କଳାହାଣ୍ଡି ଏବଂ ସୁନ୍ଦରଗଡ ଜିଲ୍ଲାରୁ ୩ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ସେହିଭଳି ଗଞ୍ଜାମ ଓ ମୟୂରଭଞ୍ଜ ଜିଲ୍ଲାରୁ ୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ କନ୍ଧମାଳ, କୋରାପୁଟ, ସୋନପୁର ଓ କେନ୍ଦ୍ରାପଡା ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୮୬ ହଜାର ୯୪୬ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି…
ଭୁବନେଶ୍ବର: ଆଜି ରାଜ୍ୟରେ ୩ ହଜାର ୪୫୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୧୯୭୩ ଜଣ ଚିହ୍ନଟ ହୋଇଥିବା ବେଳେ ୧୪୮୩ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୮୬ ହଜାର ୯୪୬ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୮ ଲକ୍ଷ ୪୮ ହଜାର ୯୬୦ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୩୪ ହଜାର ୨୧୬ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୩୬୭୦ କୁ ବୃଦ୍ଧି ହୋଇଛି। ଆଜି ମୋଟ ୩୦ ଟି ଜିଲ୍ଲାରୁ ୩ ହଜାର ୪୫୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୪୯୯ ଜଣ, କଟକ ଜିଲ୍ଲାରୁ ୪୮୦ ଜଣ, ଅନୁଗୁଳ ଜିଲ୍ଲାରୁ…
ନୂଆଦିଲ୍ଲୀ, ଉତ୍ତମ ବଧୂ ହେବାକୁ ଚାହୁଁଛନ୍ତି ? ତେବେ ନିଅନ୍ତୁ ପ୍ରଶିକ୍ଷଣ । ମାତ୍ର ମାସିକ ୫,୦୦୦ ଟଙ୍କାରେ ଫି ଦେଇ ଆପଣ ହୋଇପାରିବେ ଉତ୍ତମ ବଧୂ ବା ପତ୍ନୀ । ଆଜ୍ଞା ହଁ, ହାଇଦ୍ରାବାଦଠାରେ ଏପରି ଏକ ଶିକ୍ଷାନୁଷ୍ଠାନ ରହିଛି, ଯେଉଁଠାରେ ଉତ୍ତମ ପତ୍ନୀ ବା ଉତ୍ତମ ବଧୂ ହେବା ପାଇଁ ପ୍ରଶିକ୍ଷଣ ଦିଆଯାଉଛି । ଏଥିପାଇଁ ଆପଣକୁ ମାସିକ ୫୦୦୦ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ । ହାଇଦ୍ରାବାଦଠାରେ ଏକ ବଧୂ ପ୍ରଶିକ୍ଷଣ ସଂସ୍ଥା ରହିଛି । ଏଠାରେ ଝିଅମାନଙ୍କୁ ଜଣେ କୌଶଳୀ, ଦକ୍ଷ ତଥା ଉତ୍ତମ ବୋହୂ ହେବା ପାଇଁ ପ୍ରଶିକ୍ଷଣ ଦିଆଯାଉଛି । ହାଇଦ୍ରାବାଦଠାରେ ଥିବା ଏହି ପ୍ରଶିକ୍ଷଣ ସଂସ୍ଥାର ନାମ ‘ଫ୍ୟାମିଲି ଇନ୍ଷ୍ଟିଚ୍ୟୁଟ୍’ ରଖାଯାଇଛି । ଏଠାରେ ଝିଅପିଲାମାନଙ୍କୁ ଉତ୍ତମ ବଧୂ ହେବାର କୋର୍ସ ପ୍ରଦାନ କରାଯାଇଛି । ଏହି କେନ୍ଦ୍ରରେ ସଫଳ ବୈବାହିକ ଜୀବନ ଅତିବାହିତ କରିବାର କଳା ଉପରେ ମଧ୍ୟ ପ୍ରଶିକ୍ଷଣ ଦିଆଯାଉଛି…
ମେଷ ରାଶି-ଛାତ୍ର ଶ୍ରେଣୀ ସଫଳତା ହାସଲ କରିବେ। ଆପଣ ପାର୍ଟୀ ଏବଂ ପିକନିକ୍ ଉପଭୋଗ କରିବେ। ଘର ବାହାରେ ସୁଖ ମିଳିବ। ରୋଜଗାର ଚିନ୍ତା ହୋଇପାରେ। ସ୍ୱାସ୍ଥ୍ୟ ଭଲ ରହିବ। ଏକ ଦୃଢ ନିଷ୍ପତ୍ତି ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍। ବ୍ୟବସାୟରେ ଲାଭଦାୟକ ପରିବର୍ତ୍ତନ ଆସିବ। ବୃଷ ରାଶି-ଶତ୍ରୁମାନେ ପରାସ୍ତ ହେବେ। ଜମି ଏବଂ ନିର୍ମାଣ କାର୍ଯ୍ୟରେ କମିଶନି କାରବାର ହୋଇପାରେ । ଚାକିରି ପାଇବାର ସମ୍ଭାବନା। ବ୍ୟବସାୟ ଭଲ କରିବ। ନୂତନ କାର୍ଯ୍ୟକଳାପ ଲାଭଦାୟକ ହେବ। ବ୍ୟବସାୟରେ ନୂତନ ଯୋଜନା ଆରମ୍ଭ ହେବ। ଶକ୍ତିର ନିଷ୍କ୍ରିୟତା ହେତୁ ମନ ଅସନ୍ତୁଷ୍ଟ ରହିବ। ମିଥୁନ ରାଶି-ପରିବାର ଚିନ୍ତିତ ହେବେ। ପତି-ପତ୍ନୀଙ୍କଠାରୁ ସମର୍ଥନ ପାଇବେ। ଆଇନଗତ ପ୍ରତିବନ୍ଧକ ହଟିଯିବ। ବ୍ୟବସାୟ ଭଲ କରିବ। ଆପଣ ଦାନ କରି ମାନସିକ ସୁଖ ଅର୍ଜନ କରିବେ। ବ୍ୟବସାୟ ଅବସ୍ଥା ଆଶାବାଦୀ ରହିବ। ପରିବାର, ମାଙ୍ଗଳିକ କାର୍ଯ୍ୟ ଯୋଜନା କରାଯିବ। ଆପଣ ଋଣ ନେବା ଠାରୁ…
ନୂଆଦିଲ୍ଲୀ, ଗତକାଲିଠାରୁ ସାର୍ବଜନୀନ କୋଭିଡ-୧୯ ଟିକାକରଣର ନୂତନ ପଯ୍ୟାୟ ଆରମ୍ଭ ହୋଇଛି । ମହାମାରୀକୁ ପ୍ରତିହତ ଏବଂ ପରିଚାଳନା କରିବା ନିମନ୍ତେ ପରୀକ୍ଷା, ଚିହ୍ନଟ, ଚିକିତ୍ସା ଏବଂ କୋଭିଡ ଉପଯୁକ୍ତ ବ୍ୟବହାର ସମେତ ଟିକାକରଣ ହେଉଛି ଭାରତ ସରକାରଙ୍କ ବିସ୍ତୃତ ରଣନୀତିର ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ । ସାରା ଦେଶରେ କୋଭିଡ-୧୯ ଟିକାକରଣକୁ ତ୍ୱରାନ୍ୱିତ କରିବା ଏବଂ ଏହାର ପରିସରକୁ ବ୍ୟାପକ କରିବା ଦିଗରେ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ । ପ୍ରଧାନମନ୍ତ୍ରୀଙ୍କ ଦ୍ଵାରା ୧୬ ଜାନୁଆରୀ ୨୦୨୧ରେ ରାଷ୍ଟ୍ରବ୍ୟାପୀ କୋଭିଡ-୧୯ ଟିକାକରଣ କାର୍ୟ୍ୟକ୍ରମ ଆରମ୍ଭ କରାଯାଇଥିଲା । ଏହି ଟିକାକରଣ ଅଭିଯାନ ଅଧିକ ସଂଖ୍ୟକ ଟିକା ଉପଲବ୍ଧତା, ଉତ୍ତମ ଯୋଜନା ପ୍ରସ୍ତୁତି ଲାଗି ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ନିକଟରେ ଅଧିକ ସଂଖ୍ୟକ ଟିକା ଉପଲବ୍ଧ ହେବା ଏବଂ ଟିକା ଯୋଗାଣ ଶ୍ରୁଙ୍ଖଳକୁ ବ୍ୟବସ୍ଥିତ କରିବା ଜରିଆରେ ଗତିଶୀଳ କରାଯାଇଛି । ଦେଶବ୍ୟାପୀ ଟିକାକରଣ ଅଭିଯାନର ଅଂଶବିଶେଷ ସ୍ଵରୂପ, ଭାରତ ସରକାର…
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁନ ୨୪ ସକାଳ ୧୧ ବେଳେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଟୟକାଥନ-୨୦୨୧ ପ୍ରତିଯୋଗୀମାନଙ୍କ ସହ ଆଲୋଚନା କରିବେ । ଶିକ୍ଷା ମନ୍ତ୍ରଣାଳୟ, ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ, ଏମଏସଏମଇ ମନ୍ତ୍ରଣାଳୟ, ଡିପିଆଇଆଇଟି, ବୟନ ଶିଳ୍ପ ମନ୍ତ୍ରଣାଳୟ, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଓ ଏଆଇସିଟିଇ ମିଳିତ ଭାବେ ଜାନୁୟାରୀ ୫, ୨୦୨୧ରେ ଟୟକାଥନ-୨୦୨୧ର ଶୁଭାରମ୍ଭ କରିଥିଲେ । ଅଭିନବ ଖେଳନା ଓ ଗେମ୍ସ ପାଇଁ ନୂଆ ଚିନ୍ତାଧାରା କ୍ରାଉଡସୋର୍ସ ଦ୍ୱାରା ଆମନ୍ତ୍ରିତ କରିବା ଏହାର ଉଦ୍ଦେଶ୍ୟ ଥିଲା । ଟୟକାଥନ-୨୦୨୧ରେ ସାରା ଭାରତରୁ ପ୍ରାୟ ୧.୨ ଲକ୍ଷ ପ୍ରତିଯୋଗୀ ପଞ୍ଜିକୃତ ହୋଇ ୧୭୦୦୦ରୁ ଅଧିକ ବିଚାରଧାରା ଉପସ୍ଥାପନ କରିଥିଲେ । ଏଥିରୁ ୧୫୬୭ ବିଚାରକୁ ଜୁନ ୨୨ରୁ ଜୁନ ୨୪ ଯାଏଁ ଆୟୋଜିତ ହେବାକୁ ଥିବା ତିନିଦିନିଆ ଅନଲାଇନ ଟୟକାଥନ ଗ୍ରାଣ୍ଡ ଫିନାଲେ ପାଇଁ ଚୟନ କରା ଯାଇଥିଲା । କୋଭିଡ- ୧୯ କଟକଣା…
ଭୁବନେଶ୍ୱର, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଶ୍ରୀ ଅସିତ୍ ତ୍ରିପାଠୀଙ୍କୁ ଆଇସିଆଇସିଆଇ ଫାଉଣ୍ଡେସନ୍ ଓ ଆଇସିଆଇସିଆଇ ବ୍ୟାଙ୍କ ତରଫରୁ କୋଭିଡ୍ ଆକ୍ରାନ୍ତ ବରଗଡ଼ ଓ ବଲାଙ୍ଗୀର ଜିଲ୍ଲା ପାଇଁ ୧୦ଟି ଅକ୍ସିଜେନ୍ କନ୍ସେନ୍ଟ୍ରେଟର ପ୍ରଦାନ କରାଯାଇଛି। ଫାଉଣ୍ଡେସନ୍ ଓ ବ୍ୟାଙ୍କ ତରଫରୁ ଓଡ଼ିଶା ଜୋନ୍ର ମୁଖ୍ୟ ଶ୍ରୀ ପ୍ରଦୋଷ ରଞ୍ଜନ ରାଉତ, ଆଞ୍ଚଳିକ ମୁଖ୍ୟ, ସରକାରୀ ବ୍ୟାଙ୍କିଂ, ଓଡ଼ିଶା ଶ୍ରୀ ଅରୂପ କୁମାର ମହାପାତ୍ର ଓ ଶ୍ରୀ ଅରୁଣ କୁମାର ମିଶ୍ର ଏହି ଉପକରଣକୁ ପ୍ରଦାନ କରିଥିଲେ । କୋଭିଡ୍ ଚିକିତ୍ସା ନିମନ୍ତେ ପଶ୍ଚିମ ଓଡ଼ିଶାର ବହୁଳ ଭାବେ ପ୍ରଭାବିତ ବରଗଡ଼ ଓ ବଲାଙ୍ଗୀର ଜିଲ୍ଲାର ଜିଲ୍ଲାପାଳମାନଙ୍କ ନିକଟକୁ ଏହି କନ୍ସେନ୍ଟ୍ରେଟରଗୁଡ଼ିକ ପଠାଇ ଦିଆଯିବ । ପ୍ରତି ଅକ୍ସିଜେନ୍ କନ୍ସେନ୍ଟ୍ରେଟର ୧୦ଲିଟର କ୍ଷମତା ବିଶିଷ୍ଟ ଏବଂ ଏଗୁଡ଼ିକୁ ସ୍ପିଟାଲ୍ଗୁଡ଼ିକରେ ମଧ୍ୟ ବ୍ୟବହାର କରାଯାଇପାରିବ ବୋଲି କୁହାଯାଇଛି । ଆଗକୁ ବ୍ୟାଙ୍କ ତରଫରୁ ଏପରି ଅଧିକ ଉପକରଣ ପ୍ରଦାନ ପାଇଁ ପଦକ୍ଷେପ…
ଭୁବନେଶ୍ୱର, ସଂସଦ ଓ ବିଧାନସଭା କାର୍ଯ୍ୟକାଳର ଦୁଇବର୍ଷ ପୂର୍ତ୍ତି ଉପଲକ୍ଷେ ଲୋକସଭା ବାଚସ୍ପତି ଡ. ଓମ୍ ବିର୍ଲା ଏକ ଭର୍ଚୁଆଲ୍ ସମୀକ୍ଷା ବୈଠକ କରିଛନ୍ତି । ଏଥିରେ ବିଭିନ୍ନ ରାଜ୍ୟର ବିଧାନସଭା ଓ ବିଧାନ ପରିଷଦର ଅଧ୍ୟକ୍ଷମାନେ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ । ପ୍ରାରମ୍ଭରେ ସ୍ୱାଗତ ଭାଷଣ ଦେଇ ଲୋକସଭା ବାଚସ୍ପତି ସଂସଦୀୟ ଗଣତନ୍ତ୍ରର ମହାନ୍ ପରମ୍ପରା ବିଷୟ ଅବତାରଣା କରି ଗରୀୟାନ୍ ଗଣତାନ୍ତ୍ରିକ ମୂଲ୍ୟବୋଧର ସୁରକ୍ଷା ପାଇଁ ସମସ୍ତ ନିର୍ବାଚିତ ପ୍ରତିନିଧିଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବା ପ୍ରକାଶ କରିଥିଲେ । କୋଭିଡ୍ ପରିସ୍ଥିତିର ସଫଳ ମୁକାବିଲା ଦିଗରେ ଦଳମତ ନିର୍ବିଶେଷରେ ସମସ୍ତ ନିର୍ବାଚିତ ପ୍ରତିନିଧି ଏବଂ ଜନସାଧାରଣଙ୍କ ସକି୍ରୟ ସହଯୋଗର ମଧ୍ୟ ସେ ଭୂୟସୀ ପ୍ରଶଂସା କରିଥିଲେ । ଓଡ଼ିଶା ବିଧାନସଭା ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ବୈଠକରେ ଅଂଶଗ୍ରହଣ କରି ଓଡ଼ିଶା ବିଧାନସଭା ତରଫରୁ ବର୍ଷକୁ ଅନ୍ତତଃ ୬୦ ଦିନ ବୈଠକ ବସୁଥିବା ବ୍ୟବସ୍ଥା ପ୍ରବାଦପୁରୁଷ ବିଜୁ…
ଭୁବନେଶ୍ୱର, ଆଜି ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ସଂଜୟ କୁମାର ଦାସବର୍ମା ରାୟଗଡ଼ା ଜିଲ୍ଲା ବିଷମକଟକ ବ୍ଲକ୍ ନିୟମଗିରି ପାହାଡ଼ରେ ରହୁଥିବା ଆଦିମ ଜନଜାତି ଡଙ୍ଗରିଆ କନ୍ଧ ସଂପ୍ରଦାୟଙ୍କୁ ଭେଟିଥିଲେ। ସେଠାରେ ଟିକାକରଣ ଶିବିରର ଉଦ୍ଘାଟନ କରିଥିଲେ ଏବଂ ଟିକାକରଣ ନେଇ ଆଦିମ ଜନଜାତି ଡଙ୍ଗରିଆ କନ୍ଧ ଓ ଲାଂଜିଆ ସଉରାଙ୍କ ମନରେ ଥିବା ଭୟ ଓ ଅନ୍ଧବିଶ୍ୱାସ ଦୂର କରିବା ସହିତ କରୋନା ମହାମାରୀର ମୁକାବିଲା କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ଟିକାକରଣ କାର୍ଯ୍ୟକ୍ରମରେ ବହୁସଂଖ୍ୟାରେ ସାମିଲ ହେବାକୁ ଜନସାଧାରଣଙ୍କୁ ନିବେଦନ କରିଥିଲେ। ରାୟଗଡ଼ା ଜିଲ୍ଲାର ଚାଟିକଣାସ୍ଥିତ ଜନଜାତି ବ୍ୟାଖ୍ୟାନ କେନ୍ଦ୍ରଠାରେ ଏକ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକରେ ଯୋଗଦେଇ ଦାସବର୍ମା ଜିଲ୍ଲାର ପାର୍ଶାଲି, ଚାଟିକଣାରେ ବସବାସ କରୁଥିବା ୧୦,୧୮୫ ଆଦିମ ଜନଜାତି ଓ କନ୍ଧ ଗୁଣୁପୁର ବ୍ଲକ୍ର ପୁଟାସିଂ ଅଞ୍ଚଳରେ ବାସ କରୁଥିବା ୬,୮୭୪ ଲାଂଜିଆ ସଉରା ଆଦିମ ଜନଜାତି ବର୍ଗଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…
ଭୁବନେଶ୍ୱର, ଚଳିତ ବର୍ଷା ଋତୁରେ ମୌସୁମୀ ଜନିତ ଅଧିକ ବର୍ଷା ଏବଂ ବିଭିନ୍ନ ନଦୀ ଅବବାହିକାରେ ଥିବା ଜଳ ଭଣ୍ଡାରଗୁଡିକର ସୁପରିଚାଳନା କରି ବନ୍ୟା ନିୟନ୍ତ୍ରଣ କରିବାପାଇଁ ଜଳ ସଂପଦ ବିଭାଗ ତରଫରୁ ପ୍ରସ୍ତୁତି ସଂପର୍କରେ ଏକ ସମୀକ୍ଷା ବୈଠକ ଆଜି ଅପରାହ୍ଣରେ ରାଜ୍ୟ ଜଳ ସଂପଦ,ସୂଚନା ଓ ଲୋକ ସଂପର୍କ ମନ୍ତ୍ରୀ ରଘୁନନ୍ଦନ ଦାସଙ୍କ ଅଧ୍ୟକ୍ଷତାରେ ଅନଲାଇନ ବ୍ୟବସ୍ଥା ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି । ବିଭାଗୀୟ ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଅନୁ ଗର୍ଗ, ବିଭାଗୀୟ ସର୍ବୋଚ୍ଚ ଯନ୍ତ୍ରୀ ଇଂ ଜ୍ୟୋତିର୍ମୟ ରଥ, ବିଭାଗୀୟ ବରିଷ୍ଠ ପଦାଧିକାରୀ ଓ ବରିଷ୍ଠ ଯନ୍ତ୍ରୀଙ୍କ ଉପସ୍ଥିତିରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଜଳ ସମ୍ପଦ ବିଭାଗ ତରଫରୁ କରାଯାଇଥିବା ପ୍ରସ୍ତୁତି ସଂପର୍କରେ ମନ୍ତ୍ରୀ ଅବଗତ ହୋଇ କହିଲେ ଯେ, ବନ୍ୟା ମୁକାବିଲା ଦିଗରେ ଜଳସମ୍ପଦ ବିଭାଗ ସବୁବେଳେ ଯଥେଷ୍ଟ ଗୁରୁତ୍ୱ ଦେଇ କାର୍ଯ୍ୟ କରୁଛି । ଗତ ବର୍ଷ ବିଭାଗ…
ନୂଆଦିଲ୍ଲୀ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ୱାର୍ଲ୍ଡ ଟେଷ୍ଟ ଚମ୍ପିୟାନଶିପ ଫାଇନାଲ ମ୍ୟାଚର ପଞ୍ଚମ ଦିନ ଖେଳ ଜାରି ରହିଛି। ସାଉଥେମ୍ପଟନରେ ଚାଲିଥିବା ଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ଟସ୍ ଜିତି ଭାରତକୁ ପ୍ରଥମେ ବ୍ୟାଟିଂ କରିବାକୁ ନିମନ୍ତ୍ରଣ କରିଥିଲା। ପ୍ରଥମ ଇନିଂସରେ ଭାରତ ସମସ୍ତ ୱିକେଟ ହରାଇ ମାତ୍ର ୨୧୭ ରନ କରିବାକୁ ସକ୍ଷମ ହୋଇଥିଲା। ଜବାବରେ ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସରେ ସମସ୍ତ ୱିକେଟ ହରାଇ ୨୩୦ ରନ କରିପାରିଥିଲା। ଫଳରେ ନ୍ୟୁଜିଲାଣ୍ଡ ୩୦ ରନରେ ଭରତ ଠାରୁ ଆଗୁଆ ରହିଛି। ନ୍ୟୁଜିଲାଣ୍ଡ ପକ୍ଷରୁ ଡେଭନ କନଭେ ସର୍ବାଧିକ ୫୪ ରନ ସଂଗ୍ରହ କରିଥିବା ବେଳେ ଅଧିନାୟକ କେନ ୱିଲିଅମସନ ୪୯ ରନ କରିଥିଲେ। ସେହିଭଳି ଭାରତ ପକ୍ଷରୁ ମହମ୍ମଦ ଶାମି ସର୍ବାଧିକ ୪ ଟି ୱିକେଟ ଅକ୍ତିଆର କରିଥିବା ବେଳେ ଇଶାନ୍ତ ଶର୍ମା ୩ ଟି, ରବିଚନ୍ଦ୍ରନ ଅଶ୍ଵିନୀ ୨ ଟି ଏବଂ ରବୀନ୍ଦ୍ର ଜାଡ଼େଜା ୧ ଟି…
ଖୋର୍ଦ୍ଧା: ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ନିରାକାରପୁର ଥାନା ଅଞ୍ଚଳରେ ମଦ ବୋଝେଇ ଏକ କାରକୁ ପୋଲିସ ଜବତ କରିଛି। ସୂଚନା ମୁତାବକ ନିରାକାରପୁର ଆଇଆଇସି ଗୀତାଞ୍ଜଳି ନାୟକ ଆଜି ଅପରାହ୍ନରେ ହାଇୱେ ପେଟ୍ରୋଲିଂ କରୁଥିବା ବେଳେ ଏକ ମଦ ବୋଝେଇ କାର ଯାଉଥିବାର ସୂଚନା ପାଇଥିଲେ। ତେବେ ଉକ୍ତ କାରକୁ ଠାବ କରିବା ସମୟରେ କାଶୀପୁର ନିକଟରେ ଗାଡି ଚାଳକ ଏବଂ ତାଙ୍କ ସହଯୋଗି କାର ଛାଡି ଫେରାର ହୋଇଯାଇଥିଲେ। ପୋଲିସ ଉକ୍ତ କାରଟିକୁ ଜବତ କରି ତନ୍ମଧ୍ୟରୁ ୧୨୯ ଲିଟର ମଦ ଜବତ କରିଛି ଯେଉଁଥିରେ ୬୦ ଲିଟର ଦେଶୀ ମଦ ଥିବାବେଳେ ଅବଶିଷ୍ଟ ବିଦେଶୀ ମଦ ଅଟେ। ଏ ଘଟଣାରେ ନିରାକାରପୁର ଥାନା ପୋଲିସ କେସ ନମ୍ବର ୧୦୫/୨୧ ରେ ଏକ ମାମଲା ରୁଜୁ କରିବା ସହ ଫେରାର ଅଭିଯୁକ୍ତ ମାନଙ୍କ ତଲାସ ଜାରି ରଖିଥିବାର ଆଇଆଇସି ଶ୍ରୀମତୀ ନାୟକ ସୂଚନା ଦେଇଛନ୍ତି।

