ବୃଷ: – ଟଙ୍କା ଅଭାବରୁ ନିରାଶ ହେବେ । ଥଟ୍ଟା ଠାରୁ ଦୂରେଇ ରୁହନ୍ତୁ। ଅଧିକାରୀମାନେ ଚାକିରିରେ ଅଧିକ ଆଶା କରିବେ । ବସଙ୍କ ସମର୍ଥିତ ହେବେ ନାହିଁ । କ୍ଳାନ୍ତ ହୋଇଯିବ । ବ୍ୟବସାୟ ଲାଭଦାୟକ ହେବ । ଖରାପ ଖବର ଗ୍ରହଣ କରାଯାଇପାରେ । ସିଂହ: – ଯୋଜନା ଫଳପ୍ରଦ ହେବ । ପଦ୍ଧତିରେ ଉନ୍ନତି ହେବ । ଏହି ସଫଳତାରେ ଖୁସି ହେବେ । କଠିନ ପରିଶ୍ରମ ସଫଳ ହେବ। ଲାଭ ସୁଯୋଗ ଆସିବ । ସମ୍ମାନ ପାଇବେ । ବ୍ୟବସାୟ ଇଚ୍ଛାକୃତ ଲାଭ ପ୍ରଦାନ କରିବ । ସେୟାର ବଜାରରେ ଶୀଘ୍ର ଏଡ଼ାନ୍ତୁ । ବିବେକ ଅନୁଯାୟୀ ବ୍ୟବହାର କରନ୍ତୁ ।
Author: Samikhsya Bureau
କନ୍ୟା: –ଆଧ୍ୟାତ୍ମିକତା ପାଇଁ ଆଗ୍ରହୀ ହେବ । କୌଣସି ଧାର୍ମିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର ସୁଯୋଗ ଆସିବ । ସୁଖ ଏବଂ ଶାନ୍ତି ରହିବ । ବ୍ୟବସାୟ ସୁରୁଖୁରୁରେ ଚାଲିବ । ସାଙ୍ଗମାନଙ୍କ ସହଯୋଗ ଲାଭ ବୃଦ୍ଧି କରିବ । କର୍କଟ :- ରାଜ୍ୟ ସହାୟତାରେ କାର୍ଯ୍ୟ ସମାପ୍ତ ହେବ । ବ୍ୟବସାୟ ଅନୁକୂଳ ଲାଭ ଦେବ । ବିବାହ ପ୍ରସ୍ତାବ ମିଳିପାରିବ । ଯଦି ଜରୁରୀ ଜିନିଷ ଠିକ୍ ସମୟରେ ଉପଲବ୍ଧ ନହୁଏ ତେବେ ଅକ୍ଷମତା ସେଠାରେ ରହିବ ନାହିଁ । ବିନିଯୋଗ ଶୁଭ ହେବ । ଏହାର ପ୍ରଭାବ ଚାକିରିରେ ବୃଦ୍ଧି ପାଇବ । ଆୟ ବୃଦ୍ଧି ପାଇବ ।
ବିଛା: – ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ। ଘର ବାହାରେ ପଚରାଉଚରା କରାଯିବ। ବ୍ୟବସାୟ ଅନୁକୂଳ ଲାଭ ଦେବ । ଟଙ୍କା ମିଳିବା ସହଜ ହେବ। ଲାଭ ସୁଯୋଗ ଆସିବ । ଚାକିରିରେ ଠିକ୍ ସମୟରେ ପ୍ରଶଂସା ପାଇବେ । ମେଷ: – ସୃଜନଶୀଳ କାର୍ଯ୍ୟ ସଫଳ ହେବ । ଆପଣ ଯେ କୌଣସି ଉତ୍ସବରେ ଅଂଶଗ୍ରହଣ କରିବାର ସୁଯୋଗ ପାଇବେ । ସୁଖ ଏବଂ ମନୋରଞ୍ଜନ ଉପଲବ୍ଧ ହେବ । ବ୍ୟବସାୟ ଲାଭଦାୟକ ହେବ । ଭାଇମାନଙ୍କଠାରୁ ସମର୍ଥନ ପାଇବ । ଦୁର୍ଦ୍ଦଶା ଯୋଗୁଁ କ୍ଷତି ହେବ । ଚାକିରିରେ ତୁମେ ପ୍ରଶଂସା ପାଇବ ।
ତୂଳା: – ପୁରୁଣା ସହକର୍ମୀ ଏବଂ ସମ୍ପର୍କୀୟଙ୍କୁ ଭେଟିବା ଆନନ୍ଦଦାୟକ ହେବ । ଭଲ ଖବର ଗ୍ରହଣ କରାଯିବ । ମୂଲ୍ୟ ବୃଦ୍ଧି ହେବ । ଏକ ନୂତନ ଉଦ୍ୟମ ଆରମ୍ଭ କରିବାକୁ ଚିନ୍ତା କରାଯିବ । ଦୀର୍ଘ ଯାତ୍ରା ଇଚ୍ଛା ହେବ । ମିଥୁନ: – ଜମି କ୍ରୟ ଏବଂ ବିକ୍ରୟ ଲାଭଦାୟକ ହେବ । ପ୍ରଗତିର ରାସ୍ତା ପକ୍କା ହେବ। ବିପଦରୁ ଦୂରେଇ ରୁହନ୍ତୁ । ବ୍ୟବସାୟ ବୃଦ୍ଧି ପାଇବ । ବିନିଯୋଗ ଶୁଭ ହେବ । ରୋଜଗାର ବୃଦ୍ଧି ପାଇବ । ଲାଭ ସୁଯୋଗ ଆସିବ ।
ଧନୁ: –ବ୍ୟବସାୟ ଅଭିବୃଦ୍ଧିରେ ଖୁସି ହେବେ । ସମୟ ସୁସଙ୍ଗତତାର ଲାଭ ନିଅ । ଅଧସ୍ତନମାନଙ୍କ ସହଯୋଗ ମିଳିବ । ଲାଭ ସୁଯୋଗ ଆସିବ । ଅଜ୍ଞାତ ଭୟ ରହିବ । ପାରିବାରିକ ସହଯୋଗରେ ଖୁସି ହେବେ । ତତ୍ପରତା ନାହିଁ । କୁମ୍ଭ: – ଯାନ, ଯନ୍ତ୍ରପାତି ଏବଂ ଅଗ୍ନି ଇତ୍ୟାଦି ବ୍ୟବହାରରେ ସତର୍କତା ବ୍ୟବହାର କରନ୍ତୁ । ବକ୍ତବ୍ୟରେ ହାଲୁକା ଶବ୍ଦ ବ୍ୟବହାର କରିବା ଠାରୁ ଦୂରେଇ ରୁହନ୍ତୁ । କୌଣସି ବ୍ୟକ୍ତିଙ୍କ ଉତ୍ତେଜନାରେ ଆସନ୍ତୁ ନାହିଁ । ବ୍ୟବସାୟରୁ ଲାଭବାନ ହେବ । ବିନିଯୋଗରେ ତତ୍ପର ହୁଅନ୍ତୁ ନାହିଁ । ଆୟ ରହିବ ।
ମୀନ: – କାର୍ଯ୍ୟରେ ମନ ରହିବ ନାହିଁ । ବ୍ୟବସାୟ ଲାଭଦାୟକ ହେବ । ଆୟରେ ନିଶ୍ଚିତତା ରହିବ । ପରିବାରରେ ଶାନ୍ତି ରହିବ। ଇଚ୍ଛାଶକ୍ତି ବୃଦ୍ଧି ପାଇବ। ଶତ୍ରୁମାନଙ୍କଠାରୁ ସତର୍କତା ଆବଶ୍ୟକ । ସ୍ୱାସ୍ଥ୍ୟ ଦୁର୍ବଳ ରହିବ । ମକର : – ନୂତନ ପୋଷାକ ପାଇଁ ଖର୍ଚ୍ଚ ହେବ । ଆପଣ ପରୀକ୍ଷା ଏବଂ ସାକ୍ଷାତକାର ଇତ୍ୟାଦିରେ ସଫଳତା ପାଇବେ । ଯାତ୍ରା ଅନୁକୂଳ ଲାଭ ଦେବ । ନୂତନ ଚାକିରି ମିଳିପାରିବ। କାର୍ଯ୍ୟ ସନ୍ତୁଷ୍ଟ ହେବେ । ସେଠାରେ ସୁଖ ଏବଂ ଉତ୍ସାହର ପରିବେଶ ରହିବ । ବ୍ୟବସାୟ ଲାଭଦାୟକ ହେବ ।
ନୂଆଦିଲ୍ଲୀ, ଦେଶବ୍ୟାପୀ ଟିକାକରଣ ଅଭିଯାନର ଏକ ଅଂଶସ୍ୱରୂପ ଭାରତ ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ସହାୟତା ରୂପେ ମାଗଣାରେ କୋଭିଡ ଟିକା ଯୋଗାଇ ଦେଉଛନ୍ତି । ଏଥିସହ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ଯେପରି ସିଧାସଳଖ ଟିକା କ୍ରୟ କରିପାରିବେ ସେନେଇ ମଧ୍ୟ ଭାରତ ସରକାର ସୁବିଧା କରାଇଛନ୍ତି । ଟିକାକରଣ, ପରୀକ୍ଷଣ, ଚିହ୍ନଟ, ଚିକିତ୍ସା ଓ କୋଭିଡ ନିୟମାବଳୀ ପାଳନ ମହାମାରୀ ନିୟନ୍ତ୍ରଣ ଓ ପରିଚାଳନା ପାଇଁ ଭାରତ ସରକାରଙ୍କ ବିସ୍ତୃତ ରଣନୀତିର ଅଂଶବିଶେଷ । କୋଭିଡ-୧୯ ଟିକାକରଣର ଉଦାର ଓ ତ୍ୱରିତ ପର୍ୟ୍ୟାୟ-୩ ମେ ୦୧, ୨୦୨୧ରୁ ଆରମ୍ଭ ହୋଇଛି । ଏହି ରଣନୀତି ଅନୁଯାୟୀ, ଭାରତ ସରକାର ପ୍ରତ୍ୟେକ ମାସରେ କେନ୍ଦ୍ରୀୟ ଔଷଧ ଗବେଷଣାଗାର (ସିଡିଏଲ) ମଞ୍ଜୁରି ପ୍ରାପ୍ତ ଯେକୌଣସି ନିର୍ମାତାଙ୍କ ଦ୍ୱାରା ପ୍ରସ୍ତୁତ ଟିକାର ୫୦% କ୍ରୟ କରିବେ । ଭାରତ ସରକାର ପୂର୍ବଭଳି ଏହି ଟିକାର ଡୋଜ ଗୁଡ଼ିକୁ ବିନା ମୂଲ୍ୟରେ ରାଜ୍ୟ…
ଖୋର୍ଦ୍ଧା: ନାବାଳିକା ଅପହରଣ ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ପୋଲିସ ଅଟକ ରଖିଛି। ଏହାସହ ସମ୍ପୃକ୍ତ ନାବାଳିକାଙ୍କୁ ପୋଲିସ ଉଦ୍ଧାର କରିଛି। ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ଜଂକିଆ ଥାନା ମଳିପଡା ଗ୍ରାମର ଜଣେ ୧୬ବର୍ଷିୟା ନାବାଳିକା ଏପ୍ରିଲ ୮ ତାରିଖରେ ନିଖୋଜ ହୋଇଥିଲେ। ଝିଅ ନିଖୋଜ ସଂପର୍କେ ମା ନିରୁପମା ବାରିକ ଥାନାରେ ଅଭିଯୋଗ କରିଥିଲେ। ଏହାପରେ ପୋଲିସ ତଦନ୍ତ ଆରମ୍ଭ କରିଦେଇଥିଲା। ଏହି ଘଟଣାରେ ପୋଲିସ ୫୩/୨୧ରେ ଥାନାରେ ଏକ ମାମଲା ରୁଜୁ କରିଥିଲା। ଆଜି ଜଂକିଆ ଥାନା ପୋଲିସ ବାଙ୍କି ଥାନା ଭେଜିପୁଟ ଗାଁରେ ଚଢ଼ାଉ କରି ନାବାଳିକାକୁ ଉଦ୍ଧାର କରି ଅପହୃତକୁ ଧରି ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଛି।
ସୀତାରାମ ଅଗ୍ରୱାଲ ଟାଙ୍ଗୀ: କୂଅରେ ବୁଡି ଜଣେ ୬ ବର୍ଷ ଶିଶୁ କନ୍ୟାର ମୃତ୍ୟୁ ହୋଇଯାଇଛି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି। ସୂଚନା ଅନୁଯାୟୀ, ଟାଙ୍ଗୀ ଥାନା ଅନ୍ତର୍ଗତ ମଙ୍ଗଳାଯୋଡିର କାରଟିଆ ସାହିର ଶିଶୁ କନ୍ୟାଟି କୂଅରେ ବୁଡି ମୃତ୍ୟୁବରଣ କରିଛି। ମା’ ରୋଷେଇ କରୁଥିବା ବେଳେ ଶିଶୁ କନ୍ୟା ଜଣଙ୍କ ବାଡି ପଛପଟକୁ ଖେଳିବା ପାଇଁ ଚାଲିଯାଇଥିଲା। ସେଠାରେ ଖେଳୁଥିବା ସମୟରେ ନିକଟରେ ଥିବା କୂଅ ଭିତରକୁ ଝିଅଟି ଗଳି ପଡିଥିଲା। ହେଲେ ଝିଅ ବର୍ଷାକୁ ପରିବାର ଲୋକ ନପାଇବାରୁ ବହୁତ ଖୋଜା ଖୋଜି କରିଥିଲେ। କିଛି ସମୟ ପରେ ବର୍ଷାକୁ କୂଅ ଭିତରେ ଭାସୁଥିବାର ପରିବାର ଲୋକେ ଦେଖିବାକୁ ପାଇଥିଲେ। ଝିଅକୁ ଉଦ୍ଧାର କରି ଟାଙ୍ଗୀ ଗୋଷ୍ଠୀ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଡାକ୍ତର ସେଠାରେ ତାକୁ ମୃତ ଘୋଷଣା କରିଥିଲେ। ପରିବାରର ଏକ ମାତ୍ର ଝିଅକୁ ହରାଇ ବାପା ମା ଦୁଃଖରେ…
ଭୁବନେଶ୍ବର: ଧାବିକା ଦୂତୀ ଚାନ୍ଦ ୧୦୦ ମିଟର ଦୌଡରେ ନୂଆ ଜାତୀୟ ରେକର୍ଡ ପ୍ରତିଷ୍ଠା କରିଛନ୍ତି। ଦୂତୀ ୧୦୦ ମିଟର ଦୌଡକୁ ମାତ୍ର ୧୧.୧୭ ସେକେଣ୍ଡରେ ଅତିକ୍ରମ କରିଛନ୍ତି। ପଟିଆଲାରେ ଇଣ୍ଡିଆନ ଗ୍ରା ପ୍ରିରେ ନିଜ ରେକର୍ଡକୁ ଦୂତୀ ଚାନ୍ଦ ଭାଙ୍ଗିଛନ୍ତି। ପୂର୍ବରୁ ଦୂତୀ ୧୦୦ ମିଟର ଦୌଡକୁ ୧୧.୨୨ ସେକେଣ୍ଡରେ ଅତିକ୍ରମ କରିଥିଲେ। କିନ୍ତୁ ମାତ୍ର ୦.୦୨ ସେକେଣ୍ଡ ପାଇଁ ଅଲମ୍ପିକ୍ସ ଯୋଗ୍ୟତାରୁ ଦୂତୀ ବଞ୍ଚିତ ହୋଇଛନ୍ତି। ଅଲମ୍ପିକ୍ସ ଯୋଗ୍ୟତା ପାଇଁ ଦୂତୀଙ୍କୁ ୧୧.୧୫ ସେକେଣ୍ଡ ଆବଶ୍ୟକ ହେଉଥିଲା। ହେଲେ ଅନ୍ତରାଜ୍ୟ ଅଲମ୍ପିକ ଚମ୍ପିୟାନଶିପ ପାଇଁ ଦୂତୀଙ୍କ ପାଇଁ ସୁଯୋଗ ରହିଛି।
ସୀତାରାମ ଅଗ୍ରୱାଲ ଚିଲିକା: ଆସନ୍ତାକାଲି ଚିଲିକା ନିର୍ବାଚନମଣ୍ଡଳୀରେ ୧୮ରୁ ୪୪ ବର୍ଷ ବର୍ଗର ନାଗରିକମାନଙ୍କୁ ପ୍ରଥମ ଡୋଜ ଟୀକା କେନ୍ଦ୍ର ଗୁଡିକର ସ୍ଥାନ ପରିବର୍ତ୍ତନ ହେବା ସହ ନୂତନ କେନ୍ଦ୍ରର ବ୍ୟବସ୍ଥା କରାଯାଇଛି। ଏ ନେଇ ଉଭୟ ବାଣପୁର ଏବଂ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ସୂଚନା ଦେଇଛନ୍ତି। ଜାଣନ୍ତୁ କାଲିର ଟୀକାକରଣ ବ୍ୟବସ୍ଥା କେଉଁଠି ଏବଂ କିପରି ନେବେ: ବାଣପୁର- ୧୮ରୁ ୪୪ ବର୍ଷ ବର୍ଗର ନାଗରିକ(ପ୍ରଥମ ଡୋଜ) ଏବଂ ୪୫ ବର୍ଷରୁ ଉର୍ଦ୍ଧ୍ଵ ନାଗରିକ(ଦ୍ଵିତୀୟ ଡୋଜ) ୧- ବାଣପୁର ମାଇନର ସ୍କୁଲ- ୧୦୦ଡୋଜ (କେବଳ ୪୫ ବର୍ଷରୁ ଉର୍ଦ୍ଧ୍ଵ ନାଗରିକଙ୍କ ପାଇଁ ଉଭୟ ପ୍ରଥମ ଏବଂ ଦ୍ଵିତୀୟ ଡୋଜ ) ୨- ସହିଦ କୃତିବାସ ଭବନ, ପଲଟନ ପଡିଆ- ୨୫୦ ଡୋଜ (୧୮ରୁ ୪୪ ବର୍ଷ ବର୍ଗର ନାଗରିକ(ପ୍ରଥମ ଡୋଜ) ୩- ଗମ୍ଭାରୀମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର- ୨୦୦ ଡୋଜ ୪- ସୁନାଖଳା ଉପ ସ୍ୱାସ୍ଥ୍ୟ କେନ୍ଦ୍ର-…
ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୨୪୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୨୪୬ ଆକ୍ରାନ୍ତଙ୍କ ମଧ୍ୟରୁ ୩୫ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୨୧୧ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୬ ହଜାର ୯୩୫ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୫୫୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୮୪ ହଜାର ୯୬୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧ ହଜାର ୫୪୪ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୪୦୭ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।
ସୀତାରାମ ଅଗ୍ରୱାଲ ବାଣପୁର: ଗତ ଫେବୃଆରୀ ମାସରେ ବାଣପୁର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ସାମ୍ନାରୁ ଏକ ବାଇକ ଡ଼ିକିରୁ ୨ ଲକ୍ଷ ଟଙ୍କା ଚୋରି ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ। ଉକ୍ତ ମାମଲାରେ ଜଣେ ଅଭିଯୁକ୍ତକୁ ପୋଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଲେ ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅଞ୍ଚଳର ପୁଲି ଶଙ୍କର(୩୯)। ପୋଲିସ ଅଭିଯୁକ୍ତଙ୍କ ନିକଟରୁ ୮୫ ହଜାର ଟଙ୍କା, ଗୋଟେ ମୋବାଇଲ ଫୋନ ଏବଂ ଗୋଟେ ସ୍କ୍ରିଉ ଡ୍ରାଇଭର ଜବତ କରିଛି। ଏ ନେଇ ବାଣପୁର ଥାନା ଆଇଆଇସି ରଶ୍ମିରଞ୍ଜନ ସାହୁ ସୂଚନା ଦେଇଛନ୍ତି। ସୂଚନା ଥାଉକି ଫେବୃଆରୀ ମାସ ୧୨ ତାରିଖ ଦିନ ବାଣପୁର ଥାନା ବଡ଼ସିରେଇପୁର ଗ୍ରାମର ନେତ୍ରାନନ୍ଦ ମହାନ୍ତି ବାଣପୁର ଷ୍ଟେଟ ବ୍ୟାଙ୍କରୁ ଦୁଇ ଲକ୍ଷ ଟଙ୍କା ଉଠାଇ ନିଜ ବାଇକ ଡ଼ିକିରେ ରଖି ସରସ୍ବତୀ ଶିଶୁ ମନ୍ଦିରକୁ ଯାଇଥିଲେ। ସେଠାରୁ କାମସାରି ଫେରିଲାବେଳକୁ ଡ଼ିକି ଭଙ୍ଗା…
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚଳିତ ମାସରେ ଏକାଥରେ ପାଞ୍ଚୋଟି ବୈଠକ କରିସାରିଲେ। ପ୍ରାୟ ସବୁ ବୈଠକରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ଏବଂ ଅମିତ ଶାହା ରହିଛନ୍ତି। ଅନ୍ୟାନ୍ୟ ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ରହିଛନ୍ତି। ତେବେ ରାଜନୈତିକ ସମୀକ୍ଷକଙ୍କ ମତରେ ଏ ସବୁ ବୈଠକର ମୁଖ୍ୟ ଉଦ୍ଦେଶ୍ୟ ରହିଛି ମନ୍ତ୍ରୀ ମଣ୍ଡଳ ଅଦଳବଦଳ ଏବଂ ସଂପ୍ରସାରଣ। ଏହି ପ୍ରସଂଗ ବ୍ୟତିତ୍ୟ ଏହା ଅନ୍ୟ କିଛି ନୁହେଁ ବୋଲି ସେମାନଙ୍କ ଅନୁମାନ। ଚଳିତ ମାସରେ କେନ୍ଦ୍ରସରକାରଙ୍କ ଗତିବିଧିକୁ ଲକ୍ଷ କଲେ ଏହି ଅନୁମାନ ସ୍ପଷ୍ଟ ହେଉଛି। କାରଣ ପୂର୍ବରୁ ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲା ନୂଆଦିଲ୍ଲୀ ଆସି ବିଭିନ୍ନ ବରିଷ୍ଠ ନେତାଙ୍କ ସହିତ ଆଲୋଚନା କରିଛନ୍ତି। କାରଣ ସେ ହେଉଛନ୍ତି ନୂଆ ମନ୍ତ୍ରୀମଣ୍ଡଳରେ ସାମିଲ ହେଉଛିବାର ଚର୍ଚ୍ଚା ଚାଲିଛି। ସେହିପରି ସୋମବାର ଦିନ ବିହାର ମୁଖ୍ୟମନ୍ତ୍ରୀ ନିତୀଶ…
ଭୂବନେଶ୍ଵର: ସୋଆ ଏନଏସଏସ, ୱେଲନେସ ସେଣ୍ଟର ତଥା ବିଶ୍ଵବିଦ୍ୟାଳୟ ପକ୍ଷରୁ ବିଶ୍ୱ ଯୋଗ ଦିବସ ଉପଲକ୍ଷେ ଏକ ୱେବିନାର ଆୟୋଜିତ ହୋଇଯାଇଛି। ଗତ ଜୁନ ୭ ତାରିଖରୁ ପନ୍ଦର ଦିନ ଧରି ପ୍ରତ୍ୟହ ସକାଳ ସାତରୁ ଆଠଟା ପର୍ଯ୍ୟନ୍ତ ଏକ ଘଣ୍ଟା ଧରି ଚାଲିଥିବା ଅନଲାଇନ ପାକ୍ଷିକ ଯୋଗ ଶିବିରର ଉଦ୍ ଯାପନୀ ଉତ୍ସବ ମଧ୍ୟ ସୋମବାର ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ପଦ୍ମଶ୍ରୀ ଡ଼.ଏଚ୍.ଆର୍. ନଗେନ୍ଦ୍ର, କୁଳାଧିପତି, ଏସ୍ -ଭ୍ୟାସା ତାଙ୍କ ଭିଡ଼ିଓ ସମ୍ବାଦରେ କିପରି ସମସ୍ତ ରୋଗର ମୁକାବିଲା ପାଇଁ ଭଗବାନ ଆମକୁ ରୋଗ ପ୍ରତିରୋଧକ ଶକ୍ତି ଦେଇଛନ୍ତି ଓ ଏହା ବିଗିଡ଼ି ଗଲେ ଆମ ଶରୀର ସକଳ ରୋଗର ଶିକାର ହୋଇଥାଏ ସେ ସମ୍ପର୍କରେ ଅବଗତ କରାଇଥିଲେ। ଶାରିରୀକ, ମାନସିକ ଓ ଆଧ୍ୟାତ୍ମିକ ସମନ୍ଵୟ ହିଁ ଯୋଗ । ଅନ୍ୟତମ ଅତିଥି ସ୍ଵାମୀ ସୁଧାନନ୍ଦ ମହାରାଜ ଶରୀରରକ୍ଷାର ତିନୋଟି ପ୍ରମୁଖ ସ୍ତମ୍ଭ ଆହାର,…
ନୂଆଦିଲ୍ଲୀ: କରୋନା ସଂକ୍ରମଣକୁ ରୋକିବା ପାଇଁ ଆଜିଠାରୁ ସାରା ଦେଶରେ ଟୀକାକରଣ ପ୍ରକ୍ରିୟାର ଗତିକୁ ଦ୍ରୁତ କରାଯାଇଛି। ଆଜିଠାରୁ ଦେଶର ସମସ୍ତ ନାଗରିକଙ୍କ ପାଇଁ ମୁକ୍ତରେ ଟୀକା ଦେବା ପାଇଁ କେନ୍ଦ୍ର ସରକାର ଘୋଷଣା କରିଛି। ଟୀକା ପ୍ରସ୍ତୁତ କମ୍ପାନୀ ଠାରୁ କେନ୍ଦ୍ର ସରକାର ସିଧାସଳଖ ୭୫ ପ୍ରତିଶତ ଟୀକା କିଣିବାକୁ ନିଷ୍ପତ୍ତି ନେଇଥିବା ବେଳେ ଘରୋଇ ହସ୍ପିଟାଲ ପାଇଁ ୨୫ ପ୍ରତିଶତ ଟୀକା କିଣିବାର ବ୍ୟବସ୍ଥା କରାଯାଇଛି। କେନ୍ଦ୍ର ସରକାର ନିଜେ ଟୀକା କିଣି ରାଜ୍ୟ ସରକାରଙ୍କୁ ଦେବେ। ଏହା ପୂର୍ବରୁ ରାଜ୍ୟ ସରକାରଙ୍କୁ ଟୀକା କିଣିବାକୁ କୁହାଯାଇଥିଲା। ତେବେ ଆଜି ପ୍ରଥମ ଦିନରେ ଟୀକାକରଣରେ ରେକର୍ଡ ସୃଷ୍ଟି କରିଛି। ଆଜି ପ୍ରଥମ ଦିନରେ ଦେଶରେ ୭୦ ଲକ୍ଷରୁ ଉର୍ଦ୍ଧ୍ଵ ବ୍ୟକ୍ତି ଟୀକା ନେଇଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ, ଓଡିଶା ସରକାର ଦୈନିକ ୩ ଲକ୍ଷ ଟୀକା ଦେବାକୁ ଲକ୍ଷ୍ୟ ରଖିଥିବା ବେଳେ ଆନ୍ଧ୍ରପ୍ରଦେଶ ଆଜି ଏକ ରେକର୍ଡ ସୃଷ୍ଟି…
ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୪ ହଜାର ୫୮୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୬୭୧, କଟକରୁ ୪୪୦, ବାଲେଶ୍ଵରରୁ ୩୨୦, ଯାଜପୁରରୁ ୩୧୩, ଅନୁଗୁଳରୁ ୨୪୪, ପୁରୀରୁ ୨୪୧, ଭଦ୍ରକରୁ ୨୧୪, ଢେଙ୍କାନାଳରୁ ୨୧୦, ମୟୂରଭଞ୍ଜରୁ ୨୧୦, ଜଗତସିଂହପୁରରୁ ୨୦୨, କେନ୍ଦ୍ରାପଡାରୁ ୧୮୦, ସୁନ୍ଦରଗଡରୁ ୧୫୫, ନୟାଗଡରୁ ୧୩୯, ନବରଙ୍ଗପୁରରୁ ୧୨୨, କେନ୍ଦୁଝରରୁ ୧୧୫, ମାଲକାନାଗିରିରୁ ୭୩, କୋରାପୁଟରୁ ୬୮, କନ୍ଧମାଳରୁ ୬୦, କଳାହାଣ୍ଡିରୁ ୫୯, ବରଗଡରୁ ୫୬, ବଲାଙ୍ଗୀରିରୁ ୫୪, ବୌଦ୍ଧରୁ ୫୨, ସମ୍ବଲପୁରରୁ ୫୨, ଗଜପତିରୁ ୪୧, ସୋନପୁରରୁ ୪୧, ଗଞ୍ଜାମରୁ ୩୩, ଦେବଗଡରୁ ୨୯, ଝାରସୁଗୁଡାରୁ ୨୦, ନୂଆପଡାରୁ ୧୫ ଏବଂ ଷ୍ଟେଟ ପୁଲରୁ ୯୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୮ ଲକ୍ଷ ୪୪ ହଜାର…
ଭୁବନେଶ୍ବର: ସାରା ରାଜ୍ୟରେ ଟୀକାକରଣ ପ୍ରକ୍ରିୟାକୁ ଆଜିଠାରୁ ଜୋର ଦିଆଯାଇଛି। ଏଥର ପ୍ରତ୍ୟେକ ଦିନ ୩ ଲକ୍ଷ ଟୀକା ଦେବା ପାଇଁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। କ୍ୟାମ୍ପେନ ମୋଡରେ ଟୀକାକରଣ ପ୍ରକ୍ରିୟା ଆରମ୍ଭ କରାଯାଇଛି। ତେବେ ଆଜି ପର୍ଯ୍ୟନ୍ତ ରାଜ୍ୟରେ ମୋଟ ୧ କୋଟିରୁ ଉର୍ଦ୍ଧ୍ଵ ବ୍ୟକ୍ତି ଟୀକା ନେଇଥିବା ସୂଚନା ମିଳିଛି। ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏନେଇ ଟ୍ବିଟ କରି ସୂଚନା ଦେଇଛି।
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ମହାମାରୀ ସତ୍ତ୍ୱେ, ଚଳିତ ବର୍ଷ ଅନ୍ତର୍ଜାତୀୟ ଯୋଗ ଦିବସର ବାର୍ତ୍ତା-“ସୁସ୍ଥତା ପାଇଁ ଯୋଗ” ଜନସାଧାରଣଙ୍କ ମନୋବଳ ବଢ଼ାଇଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ ପ୍ରତ୍ୟେକ ରାଷ୍ଟ୍ର, ସମାଜ ଓ ବ୍ୟକ୍ତିବିଶେଷଙ୍କ ସୁସ୍ଥତା ପାଇଁ ପ୍ରାର୍ଥନା କରିବା ସହିତ ଆଶା ବ୍ୟକ୍ତ କରିଛନ୍ତି ଯେ ଆମେ ସମସ୍ତେ ଏକଜୁଟ୍ ହେବା ଏବଂ ପରସ୍ପରର ସାମର୍ଥ୍ୟ ବୃଦ୍ଧି କରିବା। ଆଜି ସେ ସପ୍ତମ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଉଦବୋଧନ ଦେଇଥିଲେ। ମହାମାରୀ ସମୟରେ ପ୍ରଧାନମନ୍ତ୍ରୀ ଯୋଗର ମହତ୍ୱପୂର୍ଣ୍ଣ ଭୂମିକା ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ ଯୋଗ ଏହି କଷ୍ଟକର ସମୟରେ ଲୋକମାନଙ୍କ ପାଇଁ ସାମର୍ଥ୍ୟ ଓ ସନ୍ତୁଳନର ଉତ୍ସ ଭାବେ ପ୍ରମାଣିତ ହୋଇଛି। ସେ କହିଥିଲେ ଯେ ମହାମାରୀ ସମୟରେ ବିଭିନ୍ନ ରାଷ୍ଟ୍ର ପାଇଁ ଯୋଗ ଦିବସକୁ ଭୁଲିବା ସହଜ ଥିଲା କାରଣ ଏହା ସେମାନଙ୍କ ସଂସ୍କୃତିର ଏକ ଅନ୍ତରୀଣ ଅଂଶବିଶେଷ ନଥିଲା,…
ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ନୋଏଡାରେ ଏକ ଧର୍ମାନ୍ତରଣ କରୁଥିବା ରାକେଟକୁ ପୋଲିସ ପର୍ଦ୍ଦାଫାଶ କରିଛି। ଏହି ଘଟଣାରେ ଦୁଇ ଧର୍ମଗୁରୁଙ୍କୁ ଉତ୍ତରପ୍ରଦେଶ ଏଟିଏସ ଗିରଫ କରିଛି। ଏହି ରାକେଟ ବିଗତ ଦୁଇ ବର୍ଷ ହେଲା ଚାଲୁଥିଲା। ଏଥିରେ ଭିନ୍ନକ୍ଷମ ବ୍ୟକ୍ତି ଏବଂ ମହିଳାମାନଙ୍କୁ ଟାର୍ଗେଟ କରାଯାଇ ଧର୍ମ ପରିବର୍ତ୍ତନ କରାଯାଉଥିଲା। ଏହି ମାମଲାରେ ବିଦେଶରୁ ଫଣ୍ଡ ମିଳୁଥିବା ପୋଲିସକୁ ପ୍ରମାଣ ମିଳିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଦୁଇ ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ୧୦୦ ରୁ ଉର୍ଦ୍ଧ୍ଵ ଲୋକ ଏଥିରେ ସାମିଲ ଥିବା ସନ୍ଦେହ କରାଯାଉଛି। ଉତ୍ତରପ୍ରଦେଶ ଏଡିଜି ପ୍ରଶାନ୍ତ କୁମାର କହିଛନ୍ତି ଯେ, ଗତ ୧ ବର୍ଷରେ ୩୫୦ ଲୋକଙ୍କୁ ଧର୍ମାନ୍ତରଣ କରାଯାଇଛି। ନୋଏଡାର ଗୋଟିଏ ମୂକବଧିର ସ୍କୁଲରେ ୧୮ ଜଣ ପିଲାଙ୍କୁ ଧର୍ମାନ୍ତରଣ କରାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ୧ ହଜାରରୁ ଅଧିକ ଲୋକଙ୍କୁ ଧର୍ମ ପରିବର୍ତ୍ତନ କରାଯାଇଥିବା ଏଡିଜେ କହିଛନ୍ତି। ପ୍ରଶାନ୍ତ କହିଛନ୍ତି ଯେ, ଲୋକଙ୍କୁ ଭୟଭୀତ କରାଇ କିମ୍ବା…
ନୂଆଦିଲ୍ଲୀ: ସମଗ୍ର ବିଶ୍ଵରେ ଆଜି ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ପାଳନ କରାଯାଉଛି। କରୋନା ଗାଇଡଲାଇନ ଅନୁସାରେ ଯୋଗ ଦିବସ କାର୍ଯ୍ୟକ୍ରମଗୁଡିକୁ ଆୟୋଜନ କରାଯାଉଛି। ଏହାଭିତରେ କଂଗ୍ରେସ ନେତା ଅଭିଷେକ ମନୁ ସିଙ୍ଘଭିଙ୍କ ଏକ ଟ୍ବିଟକୁ ନେଇ ବିବାଦ ଦେଖାଦେଇଛି। ଯୋଗ ଦିବସ ଅବସରରେ ଅଭିଷେକ ଲେଖିଛନ୍ତି ଯେ, ‘ଓଁ ‘ ଉଚ୍ଚାରଣରେ ନା ଯୋଗ ଅଧିକ ଶକ୍ତିଶାଳୀ ହୁଏ, ନା ‘ଆଲାହ’ ଉଚ୍ଚାରଣ କରିବା ଦ୍ଵାରା ଯୋଗ ଦୁର୍ବଳ ହୋଇଯାଏ। ଅଭିଷେକଙ୍କ ଏଭଳି ଟ୍ବିଟକୁ ଦେଖି ଯୋଗ ଗୁରୁ ରାମଦେବ ବାବା ନିଜର ପ୍ରତିକ୍ରିୟା ରଖିଛନ୍ତି। ଯୋଗ ଗୁରୁ କହିଛନ୍ତି ଯେ, ଈଶ୍ଵର ଆଲାହ ତେରୋ ନାମ, ସବକୋ ସମ୍ମତି ଦେ ଭଗବାନ। ସୋସିଆଲ ମିଡିଆରେ ଆଜି ଦିନରେ ସିଙ୍ଘିଭିଙ୍କ ଏହି ପୋଷ୍ଟକୁ ନେଇ ବହୁତ ଲୋକ ପ୍ରତିକ୍ରିୟା ରଖିଛନ୍ତି। ବହୁତ ଲୋକ ଏହି ପୋଷ୍ଟକୁ ନେଇ ବିରୋଧ କରୁଥିବା ବେଳେ କିଛି ଲୋକ ସମର୍ଥନରେ ଟ୍ବିଟ କରିଛନ୍ତି। ଉଲ୍ଲେଖ ଯୋଗ୍ୟ…

