ସୀତାରାମ ଅଗ୍ରୱାଲ ଚିଲିକା: ଆଜି ପୂର୍ବାହ୍ନରେ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ସୋରଣ ଗ୍ରାମପଞ୍ଚାୟତର ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ଠାରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘ(ଆରଏସ୍ଏସ୍)ଏବଂ ‘ଦି ବ୍ଲଡ଼ ଡୋନର୍ସ ଓଡିଶା’ ର ମିଳିତ ଆନୁକୂଲ୍ୟରେ ୰ସ୍ବର୍ଗତ ଶ୍ରୀମତୀ ସାବିତ୍ରୀ ଦେବୀଙ୍କ ସ୍ମୃତିରେ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶିବିରକୁ ଖୋର୍ଦ୍ଧା ଜିଲ୍ଲା ବ୍ଲଡ଼ ବ୍ୟାଙ୍କ ଅଧିକାରୀ ଡାକ୍ତର ସୌରଭ ରାୟ ପ୍ରଦୀପ ପ୍ରଜ୍ୱଳନ କରି ଉଦଘାଟିତ କରିଥିଲେ। କରୋନା ମହାମାରୀ ସମୟରେ ରକ୍ତଦାନ କରି ଅନ୍ୟର ଜୀବନ ବଞ୍ଚେଇବା ସହ ଏହି ମହାମାରୀ ଠାରୁ ବିଜୟ ଲାଭ କରିବା ପାଇଁ ବ୍ଲଡ଼ ବ୍ୟାଙ୍କର ମୂଖ୍ୟ ଲାବୋରେଟୋରି ଟେକ୍ନିସିଆନ ଅରୁଣ ସାହୁ ଜନସମାଜକୁ ଆହ୍ଵାନ କରିଥିଲେ। ସେଇଭଳି ଭାବେ ସାରା ଦେଶ ଉକ୍ତ ଘଡିସନ୍ଧି ମୁହୂର୍ତ୍ତରେ ଜୀବନ ମରଣର ଦୋଛକିରେ ଲଢେଇ କରୁଥିବାବେଳେ ଉକ୍ତ ରକ୍ତଦାନ ଶିବିର ଆୟୋଜନ କରିବା ନିଶ୍ଚିତ ଭାବେ ଫଳପ୍ରଦ ହୋଇପାରିବ ବୋଲି…
Author: Samikhsya Bureau
ପୁରୀ, ଚଳିତ ବର୍ଷର ରଥଯାତ୍ରାର ସମୟ ନିର୍ଘଣ୍ଟ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ପ୍ରକାଶ କରାଯାଇଛି। ସେହି ଅନୁସାରେ ଚଳିତ ବର୍ଷ ତିନିଠାକୁରଙ୍କ ପହଣ୍ଡି ବିଜେ ସକାଳ ୮ଟା ୩୦ରେ କରାଯିବ। ଦିନ ୩ଟାରେ ଆରମ୍ଭ ହେବ ରଥଟଣା। କୋଭିଡ କଟକଣା ପାଇଁ ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ ବିନା ଭକ୍ତିରେ ରଥଟଣା କାର୍ୟ୍ୟ ହେବ। ପ୍ରଶାସନ ତରଫରୁ ଘୋଷଣା କରାଯାଇଥିବା ରଥଯାତ୍ରାରର ସମୟ ନିର୍ଘଣ୍ଟ ହେଲା… ରଥଯାତ୍ରା ଜୁଲାଇ ୧୨ ତାରିଖ ସୋମବାର ପହଣ୍ଡି ଆରମ୍ଭ- ସକାଳ ୮ଟା ୩୦ ମିନିଟ ପହଣ୍ଡି ଶେଷ- ଦିନ ୧୧ଟା ୩୦ ମିନିଟ ଛେରା ପହଁରା-୧୨ ଟା ୪୫ ରୁ ଦିନ ୨ଟା ପର୍ୟ୍ୟନ୍ତ ରଥଟଣା- ଅପରାହ୍ନ ୩ଟା ବାହୁଡା ଯାତ୍ରା ଜୁଲାଇ ୨୦ ତାରିଖ ମଙ୍ଗଳବାର ପହଣ୍ଡି ଆରମ୍ଭ- ଦିନ ୧୨ଟାରୁ ୨ଟା ୩୦ ମିନିଟ ଛେରା ପହଁରା-୨ଟା ୩୦ ମିନିଟରୁ ୩ଟା ୩୦ ମିନିଟ ରଥଟଣା- ଅପରାହ୍ନ ୪ଟା…
ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୫ ହଜାର ୮୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୭୫୪, କଟକରୁ ୪୭୫, ବାଲେଶ୍ଵରରୁ ୩୯୨, ମୟୂରଭଞ୍ଜରୁ ୨୮୭, ଯାଜପୁରରୁ ୨୬୭, ଅନୁଗୁଳରୁ ୨୫୧, ସୁନ୍ଦରଗଡରୁ ୨୪୮, ଭଦ୍ରକରୁ ୨୪୪, ପୁରୀରୁ ୨୩୪, ଜଗତସିଂହପୁରରୁ ୧୯୪, ରାୟଗଡାରୁ ୧୬୭, ଢେଙ୍କାନାଳରୁ ୧୫୧, ବୌଦ୍ଧରୁ ୧୪୭, ନୟାଗଡରୁ ୧୩୭, କେନ୍ଦୁଝରରୁ ୧୩୩, ବରଗଡରୁ ୧୨୪, ସୋନପୁରରୁ ୧୦୯, କୋରାପୁଟରୁ ୯୬, ମାଲକାନାଗିରିରୁ ୯୨, କନ୍ଧମାଳରୁ ୬୨, ସମ୍ବଲପୁରରୁ ୬୧, ସମ୍ବଲପୁରରୁ ୬୧, କେନ୍ଦ୍ରାପଡାରୁ ୫୯, ନବରଙ୍ଗପୁରରୁ ୫୩, କଳାହାଣ୍ଡିରୁ ୪୮, ଗଜପତିରୁ ୪୬, ଗଞ୍ଜାମରୁ ୩୦, ବଲାଙ୍ଗୀରିରୁ ୨୯, ଦେବଗଡରୁ ୨୬, ଝାରସୁଗୁଡାରୁ ୨୪, ନୂଆପଡାରୁ ୧୮ ଏବଂ ଷ୍ଟେଟ ପୁଲରୁ ୧୨୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ…
ଭୁବନେଶ୍ୱର: ରାଜ୍ୟର ପାଖାପାଖି ୧୦ ହଜାର ଗାଁରେ ମୋବାଇଲ ସେବା ନାହିଁ। ଭାରତରେ ଟେଲିଫୋନ ସେବା ୮୭ ଜଣଙ୍କ ପାଖରେ ପହଞ୍ଚିଥିବା ବେଳେ ଓଡ଼ିଶାରେ ଏହି ସଂଖ୍ୟା ୭୭ଭାଗ। ଅର୍ଥାତ୍ ରାଜ୍ୟର ୨୩ଜଣଙ୍କ ପାଖରେ ଆଜି ବି ଟେଲିଫୋନ ସେବା ପହଞ୍ଚି ନାହିଁ। ଯେତିକି ସେବା ପହଞ୍ଚିଛି, ନେଟୱର୍କ ବହୁତ ଦୁର୍ବଳ। ଚାରିକୋଟି ପଚାଶଲକ୍ଷ ଲୋକଙ୍କ ଭିତରୁ ପାଖାପାଖି ତିନିଲକ୍ଷ ଲୋକ ଇଣ୍ଟରନେଟ ବ୍ୟବହାର କରୁଥିବାର ଜଣାଯାଏ। ଖୋଦ୍ ଶିକ୍ଷାମନ୍ତ୍ରୀ ବିଧାନସଭାରେ ଅତୀତରେ ପ୍ରକାଶ କରିଥିଲେ ଯେ, ରାଜ୍ୟର ୫୪ ଭାଗ ପିଲାଙ୍କ ପାଖରେ ଟେଲିଫୋନ ଅଛି। ସେଥିମଧ୍ୟରୁ ମାତ୍ର ୨୮ଭାଗ ପିଲାଙ୍କ ପାଖରେ ସ୍ମାର୍ଟ ଫୋନ୍ ରହିଛି। ଅର୍ଥାତ୍ ୭୨ ଭାଗ ପିଲାଙ୍କ ପାଖରେ ସ୍ମାର୍ଟଫୋନ୍ ସେବା ଉପଲବ୍ଧ ନାହିଁ। ଖୋଦ୍ ରାଜଧାନୀରେ ଟେଲିଫୋନ୍ ସେବା କେତେ ସ୍ପଷ୍ଟ ତାହା ଆମେ ଅଙ୍ଗେ ଲିଭାଉଛେ। ତେଣୁ ଏଭଳି ପରିସ୍ଥିତିରେ ଅନ୍ ଲାଇନ୍ ଓ ୟୁଟୁବ୍ରେ ପାଠପଢା ଛାତ୍ରଛାତ୍ରୀମାନଙ୍କ ପାଇଁ ‘ଧର୍ମକୁ…
ସୀତାରାମ ଅଗ୍ରୱାଲ ବାଲୁଗାଁ: ଆଜି ସକାଳୁ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ୧୬ ନମ୍ବର ଜାତୀୟ ରାଜପଥ ଖଡ଼ିକାପଲ୍ଲୀ ଓଭରବ୍ରିଜ ଉପରୁ ବାଲୁଗାଁ ପୋଲିସ ଏକ ବେଆଇନ ଦେଶୀ ମଦ ବୋଝେଇ ଅଟୋ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି। ସୂଚନା ମୁତାବକ ଆଜି ସକାଳ ୫ ଘଟିକାରେ ବାଲୁଗାଁ ଆଇଆଇସି ରମାକାନ୍ତ ମାହାଲିକ ଏବଂ ନାଭାଲ ଫାଣ୍ଡି ଅଧିକାରୀ ଦିଲୀପ ସାହୁ ପାଟ୍ରୋଲିଂ କରୁଥିବା ସମୟରେ ଖଡ଼ିକାପଲ୍ଲୀ ଓଭରବ୍ରିଜ ଉପରେ ଯାଉଥିବା ଏକ ଅଟୋ ଉପରେ ସନ୍ଦେହ ହେବାରୁ ଅଟୋଟିକୁ ଅଟକାଇ ଯାଞ୍ଚ କରିଥିଲେ। ଯାଞ୍ଚ କରିବା ସମୟରେ ଅଟୋରେ ଦେଶୀ ମଦ ବୋଝେଇ ବସ୍ତା ଥିବାର ଆଇଆଇସି ଜାଣିବାକୁ ପାଇଥିଲେ। ତେବେ ଅଟୋ ଭିତରୁ ପୋଲିସ ୨୮୦ ଲିଟର ଦେଶୀ ମଦ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ବାଲୁଗାଁ ଥାନା ଛେଡାପଦର ଗ୍ରାମର କନ୍ଦର୍ପ ଦାସ। ତେବେ…
ମୂଳଲେଖା : ପ୍ରଭାତ ପଟ୍ଟନାୟକ, ଭାଷାନ୍ତର : ଲଳାଟେନ୍ଦୁ ସାମନ୍ତରାୟ ଭୁବନେଶ୍ବର, ଆମେରିକା, ବ୍ରିଟେନ, ଜର୍ମାନୀ, ଫ୍ରାନ୍ସ ,ଇଟାଲୀ, ଜାପାନ, ଏବଂ କାନାଡାକୁ ନେଇ ଗଠିତ ଗ୍ରୁପ-୭ ବା ଜି-୭ ର ସଦ୍ୟ ସମାପ୍ତ ବୈଠକରେ ବିଶ୍ୱର ଅବଶିଷ୍ଟ ଦେଶକୁ ଅର୍ଥାତ ତଥାକଥିତ “ବିକାଶଶୀଳ” ଦେଶଗୁଡ଼ିକୁ ଏକ ବିଲିୟନ (୧୦୦ କୋଟି) ଡୋଜ ଆଣ୍ଟି-କୋଭିଡ ଟିକା ଦାନ କରିବାକୁ ପ୍ରତିଶୃତି ଦିଆଯାଇଛି। ଆମେରିକା ୫୦ କୋଟି ଡୋଜ ଓ ବ୍ରିଟେନ ୧୦ କୋଟି ଡୋଜ ଦେବା ପାଇଁ ପ୍ରତିଶୃତି ଦେଇଛନ୍ତି; ଅନ୍ୟ ଜି-୭ ଦେଶ, ଇଟାଲୀ, ଜାପାନ, ଫ୍ରାନ୍ସ, ଜର୍ମାନୀ ଏବଂ କାନାଡା ଅବଶିଷ୍ଟାଂଶ ଟୀକା ଡୋଜ ଦେବେ ବୋଲି ଅନୁମାନ କରାଯାଏ । “ଏକ ବିଲିୟନ ଡ଼ୋଜ” ବହୁତ ବଡ଼ ବୋଲି ଶୁଣା ଯାଉଛି, କିନ୍ତୁ ବିଶ୍ବର ଅନ୍ୟାନ୍ୟ ଅଂଚଳର ଆବଶ୍ୟକତା ଆଗରେ ଏହି “ଏକ ବିଲିୟନ ଡ଼ୋଜ” ଅତ୍ୟନ୍ତ ନଗଣ୍ୟ । ସେହିପରି ଉନ୍ନତ ପୁଞ୍ଜିବାଦୀ ଦେଶଗୁଡ଼ିକରେ, ସେହି…
ନୂଆଦିଲ୍ଲୀ: ଲୋକ ଜନଶକ୍ତି ପାର୍ଟିର ଲଢେଇ ଏବେ ନିର୍ବାଚନ କମିଶନ ପର୍ଯ୍ୟନ୍ତ ପହଞ୍ଚିସାରିଛି। ଏହା ଭିତରେ ଚିରାଗ ପାଶୱାନଙ୍କ ସମର୍ଥକମାନେ ଆଜି ଦିଲ୍ଲୀରେ ଦଳର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ଡାକିଥିଲେ। ପ୍ରାରମ୍ଭରୁ ଚିରାଗ ପାଶୱାନଙ୍କ ସହ ବୈଠକକୁ ଆସିଥିବା ସମସ୍ତ ସଦସ୍ୟ ସମ୍ବିଧାନର ଶପଥ ନେଇଥିଲେ। ଦଳର ସୁରକ୍ଷା ପାଇଁ ଏହି ବୈଠକରେ ଶପଥ ଗ୍ରହଣ କରାଯାଇଥିଲା। ଏହାସହ ପୂର୍ବତନ ଦଳର ଅଧ୍ୟକ୍ଷ ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ସ୍ଵର୍ଗତ ରାମବିଳାସ ପାଶୱାନଙ୍କୁ ଭାରତ ରତ୍ନ ପ୍ରଦାନ କରିବା ପାଇଁ ଏହି ବୈଠକରେ ଦାବି କରାଯାଇଥିଲା। ମିଳିଥିବା ଖବର ଅନୁଯାୟୀ, ଚିରାଗଙ୍କୁ ଦଳର ଅଧିକାଂଶ ନେତା ସମର୍ଥନ କରୁଥିବାର ଏକ ଶକ୍ତି ପ୍ରଦର୍ଶନ କରିବା ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ବୈଠକ ପୂର୍ବରୁ ଚିରାଗଙ୍କ ଘର ବାହାରେ ଅନେକ ପୋଷ୍ଟର ଏବଂ ବ୍ୟାନର ଲଗାଯାଇ, “ହଁ, ଆମେ ଚିରାଗ ପାଶୱାନଙ୍କ ସାଥିରେ ଅଛି” ବୋଲି ଲେଖାଯାଇଥିଲା।
କନ୍ଦର୍ପ ବେହେରା ରେଢାଖୋଲ: ଆଜି ସକାଳେ ଚାରମାଳ ରାଶିବେଡା ଜଙ୍ଗଲରେ ଏକ ହରିଣକୁ କୁକୁର ପଲ ମାରିଦେଇଥିବା ବନ ବିଭାଗ ପ୍ରକାଶ କରିଛି। ରେଢାଖୋଲ ବନଖଣ୍ଡ ଚାରମାଳ ବନାଂଚଳ ରାଶିବେଡା ଗ୍ରାମ ଜଙ୍ଗଲରୁ ଏକ ହରିଣକୁ କୁକୁରମାନେ ଆହତ କରିଥିବା ବେଳେ ତାକୁ ବନ ବିଭାଗ ଉଦ୍ଧାର କରିଛି। ବନ ବିଭାଗ ହରିଣର ଚିକିତ୍ସା କରୁଥିବା ବେଳେ ତାର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ହରିଣର ବୟସ ୩ ବର୍ଷ ହେବ ବୋଲି ବନ ବିଭାଗ ପ୍ରକାଶ କରିଛି। ମୃତ ହରିଣ ଗର୍ଭବତୀ ଥିବା ଶବ ବ୍ୟବଚ୍ଛେଦ ପରେ ଜଣା ପଡିଛି। ଜଙ୍ଗଲୀଜୀବ ମାନେ ଗାଁ ମୁହାଁ ହେଉଥିବା ବେଳେ ଗାଁ କୁକୁର ହାବୁଡରେ ପଡି ମୃତ୍ୟୁବରଣ କରୁଥିବା ଜଣାପଡିଛି। ବନ ବିଭାଗ ମୃତ ହରିଣର ଶବକୁ ବ୍ୟବଚ୍ଛେଦ କରି ତାକୁ ପୋତି ଦେଇଥିବା ଚାରମାଳ ଫରେଷ୍ଟର ପ୍ରବୀଣ କୁମାର ପ୍ରଧାନ ପ୍ରକାଶ କରିଛନ୍ତି।
ପୁରୀ, ଜ୍ୟେଷ୍ଠ ଶୁକ୍ଳ ଦଶମୀ ତିଥିରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି ଅନୁଷ୍ଠିତ ହୋଇଥାଏ। ଏହି ଦିନ ସନ୍ଧ୍ୟାଧୂପ ସରିବା ପରେ, ଶ୍ରୀ ମଦନମୋହନ ଆଜ୍ଞାମାଳ ପାଇ, ଭୋଗ ବାଟ ଗଣେଶଙ୍କ ପାଖରେ ପଡିଥିବା ଖଟୁଲି ଉପରେ ବିଜେ କରିଥାନ୍ତି। ଭିତର ଶୋଧ ହେବା ପରେ, ଜୟବିଜୟ ଦ୍ଵାର ବନ୍ଦ ହୋଇ ଜଗମୋହନ ଅନ୍ଧକାର କରାଯାଇଥାଏ ଏବଂ ପ୍ରଭୁଙ୍କୁ ଆଲଟ ଲାଗି ହୋଇଥାଏ। ଏହା ପରେ ଜଣେ ସେବକ ଆସି ଶ୍ରୀ ମଦନମୋହନଙ୍କଠାରେ ରୁକ୍ମିଣୀଙ୍କ ବିବାହ ପ୍ରସ୍ତାବ ଜଣାଇଥାନ୍ତି। ଏହା ପରେ, ମହାପ୍ରଭୁ ରାଜେନ୍ଦ୍ରାଭିଷେକ ହେବା ନିମନ୍ତେ ବଟମୂଳ ସ୍ଥିତ ରଥରେ ବିଜେ କରିଥାନ୍ତି। ଏହା ପରେ ଘଣ୍ଟ ଓ କାହାଳୀ ବାଜି ମହାପ୍ରଭୁ ରଥରେ ବେଢା ପରିକ୍ରମା କରି ସାରି ବଟମୂଳଠାରେ ବିଜେ କରିଥାନ୍ତି । କୁତ କୌତୁକ ଋଷି ଭେଶରେ ଜଣେ ସେବକ ପାଳିଆ ସେବକଙ୍କଠାରୁ ଶୁକ୍ଳ ଫୁଲ ନେଇ ଆଞ୍ଜୁଳି କରି ରାସ୍ତା ଯାକ ଥରକୁ ଥର…
ପୁରୀ: ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ଯାଳୟରେ ଆଜି ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଭିନ୍ନ ନିଯୋଗ ଏବଂ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ମଧ୍ୟରେ ବୈଠକ ଅନୁଷ୍ଠିତ ହୋଇଯାଇଛି। ମହାପ୍ରଭୁଙ୍କ ସ୍ନାନଯାତ୍ରା ଏବଂ ବିଭିନ୍ନ ନୀତିକାନ୍ତି ସମୟରେ କରୋନା ସଂକ୍ରମଣକୁ ରୋକିବା ଦିଗରେ ଏକ ଆଲୋଚନା କରାଯାଇଛି। ଶ୍ରୀମନ୍ଦିରରେ କିଭଳି ଶ୍ରୁଙ୍ଖଳିତ ଭାବେ ନୀତି କରାଯିବ ତାହା ଉପରେ ଗୁରୁତ୍ଵ ଦିଆଯାଉଛି। ଜଳଲାଗି ଏବଂ ହାତିବେଶ ବେଳେ ଗହଳି ନକରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ଲୋକଙ୍କ ଘରେ ମହାପ୍ରସାଦ ପହଞ୍ଚାଇବା ପାଇଁ ବ୍ୟବସ୍ଥା କରାଯାଉଛି। ଏନେଇ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି।
ଭୁବନେଶ୍ବର: ଗତ ଅପ୍ରେଲ ପହିଲା ୨୦୨୦ ଦିନ ବା ତା ପରେ ଉଭୟ ବାପା,ମା ବା ପରିବାରର ମୁଖ୍ୟ ଉପାର୍ଜନ କାରୀଙ୍କୁ ହରାଇ ଥିବା ପିଲାମାନଙ୍କ ଶିକ୍ଷାଦୀକ୍ଷା ଭରଣପୋଷଣ ତଥା ଯତ୍ନ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆ ଯୋଜନା ‘ଆଶୀର୍ବାଦ’ ଘୋଷଣା କରିଛନ୍ତି। ଏହି ଯୋଜନା ପାଇଁ ଯୋଗ୍ୟ ପିଲାମାନଙ୍କୁ ତିନୋଟି ବର୍ଗରେ ବିଭକ୍ତ କରାଯାଇଛି। ବାପା, ମା ଉଭୟଙ୍କୁ ହରାଇ ଥିବା ପିଲା ଏବଂ ବାପା, ମା’ଙ୍କ ମଧ୍ୟରୁ ଜଣଙ୍କୁ ହରାଇ ଥିବା ପିଲା ଏବଂ ଉପାର୍ଜନ କାରୀ ବାପା ବା ମା ଙ୍କ ମଧ୍ୟରୁ ଜଣକୁ ହରାଇଥିବା ପିଲା। ସମାଜର ସ୍ଵତନ୍ତ୍ର ଯତ୍ନ ଆବଶ୍ୟକ କରୁଥିବା ଏହି ପିଲମାନଙ୍କ ସର୍ବାଙ୍ଗୀନ ବିକାଶ ପାଇଁ ଏକ ନିରାପଦ ପରିବେଶ ଯୋଗାଇ ଦେବା ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧତାର ସହ କାମ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଆଶୀର୍ବାଦ ଯୋଜନାରେ ଏହି ସ୍ବତନ୍ତ୍ର ଯତ୍ନ ଆବଶ୍ୟକ କରୁଥିବା ପିଲମାନେ ସେମାନଙ୍କ…
ଭୁବନେଶ୍ବର: ଆସନ୍ତାକାଲିଠୁ ରାଜ୍ୟରେ ଦୈନିକ ୩ ଲକ୍ଷ ଟୀକାକରଣ ହେବ ନେଇ ସରକାର ଲକ୍ଷ୍ୟ ରଖିଛନ୍ତି। ସାରା ରାଜ୍ୟରେ କ୍ୟାମ୍ପେନ ମୋଡରେ ଟୀକାକରଣ ହେବ। ରାଜ୍ୟର ସମସ୍ତ ଜିଲ୍ଲାପାଳ ଏବଂ କମିଶନର ମାନଙ୍କକୁ ସ୍ୱାସ୍ଥ୍ୟ ଅତିରିକ୍ତ ସଚିବ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ସରକାରର ନୂଆ ଟୀକା ନୀତି ଅନୁଯାୟୀ ରାଜ୍ୟରେ ଟୀକାକରଣ ହେବ। ଉଭୟ ବ୍ଲକ ଏବଂ ବିଜ୍ଞାପିତ ଅଞ୍ଚଳରେ ଟୀକାକରଣ ଆରମ୍ଭ ହେବ। ବ୍ଲକ ଏବଂ ଏନଏସିରେ ୫ ଟି ଲେଖାଏଁ ସେସନ ପାଇଁ ବ୍ୟବସ୍ଥା କରାଯାଉଥିବା ବେଳେ ପୌରପଶିଷଦ ପାଇଁ ୧୦ ଟି ଏବଂ ମହାନଗର ପାଇଁ ୨୦ ଟି ସେସନର ବ୍ୟବସ୍ଥା କରାଯିବ। ଅଫଲାଇନ ଏବଂ ଅନଲାଇନ ମାଧ୍ୟମରେ ଟୀକାକରଣ ହେବ। ସଠିକ ସମୟରେ ଦ୍ଵିତୀୟ ଡୋଜ ଟୀକା ଦେବାକୁ ରାଜ୍ୟ ସରକାର ଗୁରୁତ୍ଵ ଦେଉଛନ୍ତି। ଏନେଇ ସ୍ୱାସ୍ଥ୍ୟ ଅତିରିକ୍ତ ସଚିବ ସୂଚନା ଦେଇଛନ୍ତି।
ନୂଆଦିଲ୍ଲୀ: କରୋନାରେ ମୃତ୍ୟୁବରଣ କରୁଥିବା ବ୍ୟକ୍ତିଙ୍କ ପରିବାରକୁ ଆର୍ଥିକ ସହାୟତା ଲାଗି ସୁପ୍ରିମକୋର୍ଟରେ ହୋଇଥିବା ଆବେଦନ ଉପରେ କେନ୍ଦ୍ର ସରକାର ଉତ୍ତର ରଖିଛି। କରୋନାରେ ମୃତ୍ୟୁବରଣ କରିଥିବା ପରିବାର ଲୋକଙ୍କୁ ୪-୪ ଲକ୍ଷ ଟଙ୍କା ଦେବାକୁ କେନ୍ଦ୍ର ସରକାର ମନା କରିଦେଇଛି। ଆବେଦନକାରୀଙ୍କ କହିବା ଅନୁଯାୟୀ, ଜାତୀୟ ବିପର୍ଯ୍ୟୟ ପରିଚାଳନା ଆଇନ ଏବଂ ୨୦୧୫ ମସିହାରେ ଜାତୀୟ ବିପର୍ଯ୍ୟୟ ପରିଚାଳନା ଅଥୋରିଟୀ ଦ୍ଵାରା ଗାଇଡଲାଇନ ଜାରି କରାଯାଇ ବିପର୍ଯ୍ୟୟ ସମୟରେ ମୃତ ଲୋକଙ୍କୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ ବୋଲି ପ୍ରାବଧାନ ଅଛି। ତେଣୁ ଏହି ଆଧାରରେ କରୋନାରେ ମୃତ୍ୟୁବରଣ କରୁଥିବା ଲୋକଙ୍କ ସମ୍ପର୍କୀୟଙ୍କୁ ୪ ଲକ୍ଷ ଟଙ୍କା ସହାୟତା ଦେବା ଉଚିତ ବୋଲି ଆବେଦନକାରୀ ସୁପ୍ରିମକୋର୍ଟରେ ଜଣାଇଥିଲେ। ହେଲେ ଏହାର ଉତ୍ତର ରଖି କେନ୍ଦ୍ର ସରକାର କହିଛି ଯେ, ଏହି ନିୟମ କେବଳ ବନ୍ୟା, ବାତ୍ୟା, ଭୂମିକମ୍ପ ଭଳି ବିପର୍ଯ୍ୟୟରେ ମୃତ୍ୟୁବରଣ କରୁଥିବା ଲୋକଙ୍କ ପାଇଁ…
ଭୁବନେଶ୍ବର, ଓଡିଶାରୁ ରାଜ୍ୟସଭାକୁ ନିର୍ବାଚିତ ହୋଇ ଯାଇଥିବା ବିଜେପି ସାଂସଦ ଅଶ୍ବନୀ ବୈଷ୍ଣବ ବର୍ତ୍ତମାନ ଜାତୀୟ ଗଣମାଧ୍ୟମର ଚର୍ଚ୍ଚାରେ ଅଛନ୍ତି। ଏହାର କାରଣ ହେଲା ମୋଦି ମନ୍ତ୍ରୀମଣ୍ଡଳରେ ଯେଉଁ ଅଦଳବଦଳ ହେଉଛି ସେଥିରେ ବୈଷ୍ଣବ ମନ୍ତ୍ରୀ ହେବେ। ଏହାକୁ ନେଇ ଜାତୀୟ ସ୍ତରର ପ୍ରାୟ ପ୍ରମୁଖ ଗଣମାଧ୍ୟମ ରିପୋର୍ଟ କରିଛନ୍ତି। ବିଭିନ୍ନ ଗଣମାଧ୍ୟମରେ ବର୍ତ୍ତମାନ ମୋଦି କେଉଁମାନଙ୍କୁ ମନ୍ତ୍ରୀ କରୁଛନ୍ତି ସେମାନଙ୍କୁ ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇବାରେ ଲାଗିଛି। କେତେକ ଗଣମାଧ୍ୟମ 7 ଜଣ, କେଉଁଥିରେ 12 ଜଣ ଏବଂ କେତେକ ଗଣମାଧ୍ୟମ 15 ଜଣଙ୍କ ତାଲିକା ପ୍ରକାଶ କରିଛନ୍ତି। ଆଶ୍ଚର୍ଯ୍ୟର କଥା ଅର୍ଦ୍ଧାଧିକ ଗଣମାଧ୍ୟମରେ ଓଡିଶା ସାଂସଦ ଅଶ୍ବନୀ ବୈଷ୍ଣବଙ୍କ ନାମ ରହିଛି। ସେ କେନ୍ଦ୍ରମନ୍ତ୍ରୀ ମଣ୍ଡଳରେ ସାମିଲ ହେଉଛନ୍ତି ବୋଲି ଏସବୁ ଗଣମାଧ୍ୟମ ଉଲ୍ଲେଖ କରାଯାଇଛି। କଣ ପାଇଁ ଅଶ୍ବନୀ ବୈଷ୍ଣବଙ୍କ ନାମରେ ଚର୍ଚ୍ଚା ହେଉଛି ଅଶ୍ବନୀ ବୈଷ୍ଣବ 2019 ମସିହାରେ ବିଜେଡି ସମର୍ଥନରେ ବିଜେପି ପ୍ରାର୍ଥୀ ଭାବେ…
ନୂଆଦିଲ୍ଲୀ: ଗତକାଲି ମଧ୍ୟପ୍ରଦେଶର ଦୁଇଟ ସହରର ନାମ ବଦଳାଇ ରାଣୀ ଲକ୍ଷ୍ମୀବାଇ ଏବଂ ଅହିଲ୍ୟାବାଇଙ୍କ ନାମରେ ନାମିତ କରିବାକୁ କଂଗ୍ରେସ ନେତା ସଜ୍ଜନ ସିଂହ ଦାବି କରିଛନ୍ତି। ମଧ୍ୟପ୍ରଦେଶର ଗ୍ୱାଲିଅର ଏବଂ ଇନ୍ଦୋର ସହରର ନାମକୁ ବଦଳାଇ ରାଣୀ ଲକ୍ଷ୍ମୀବାଇ ଏବଂ ଅହିଲ୍ୟାବାଇଙ୍କ ନାମରେ ନମିତା କରିବାକୁ ସେ ଦାବି କରିଛନ୍ତି। ଏହାସହ ନା କେବଳ ଯେଉଁମାନେ ଦେଶ ପାଇଁ ନିଜ ଜୀବନକୁ ବଳି ଦେଇଛନ୍ତି, ସେମାନଙ୍କ ବ୍ୟତୀତ ଦେଶର ଗଦ୍ଦାରମାନଙ୍କୁ ମଧ୍ୟ ସ୍କୁଲ ପାଠ୍ୟକ୍ରମରେ ସାମିଲ କରିବା ଉଚିତ। ଯାହା ଫଳରେ ସେହି ଗଦ୍ଦାରମାନଙ୍କ ବିଷୟରେ ଆଗାମୀ ପିଢି ଜାଣିପାରିବେ।
ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ଧାନ ମଣ୍ଡି ସମସ୍ୟା ର ଅନ୍ତ ହିଁ ନାହିଁ। ପ୍ରତି ଧାନ ସିଜନରେ ଚାଷି ମହଲରେ ବ୍ୟାପକ ଅସନ୍ତୋଷ ପ୍ରକାଶ ପାଇଥାଏ। ପ୍ରତି ଧାନ ଚାଷ ରୁ ଧାନ ବିକ୍ରି ନସାରୁଣୁ ପୁଣି ନୂଆ ଚାଷ ପାଇଁ ପ୍ରସ୍ତୃତି ଆରମ୍ଭ ହୋଇଥାଏ। ଏହା ସହିତ ପ୍ରାକୃତିକ ଦୁର୍ବିପାକ ଚାଷୀଙ୍କ ଅବସ୍ଥା ଖରାପ କରିଦେଇଥାଏ। ଏଥିସହିତ ପରିବାର ଚଳାଇବା ସହ ବିଭିନ୍ନ ଖର୍ଚ୍ଚ ତୁଳାଇବାକୁ ଚାଷୀ ନିଜ କଷ୍ଟ ଉପାର୍ଜିତ ଧାନ ର ମୂଲ୍ୟ ଉପରେ ନିର୍ଭର କରିଥାଏ। ଅନ୍ୟ ପକ୍ଷରେ ଧାନ ମଣ୍ଡିରେ ଭିତ୍ତିଭୂମିର ଅଭାବ ଥିବା ହେତୁ ମଣ୍ଡି ମାନଙ୍କରେ ପେକ୍ସ କିମ୍ବା ଏସଏଚଜି ନାମରେ ସିଧା ସଳଖ ମିଲର୍ସ ମାନେ ହିଁ ଧାନ କିଣୁଥିବାର ଅଭିଯୋଗ ହୋଇଥାଏ। ଏହାର ସୁଯୋଗ ନେଇ ଅସାଧୁ ମିଲର୍ସ ମାନେ ଦଲାଲ ମାଧ୍ୟମରେ ଚାଷିଙ୍କୁ ବିଭିନ୍ନ ଉପାୟରେ ଲୁଟ କରୁଥିବାର ଅନେକ ଅଭିଯୋଗ ହୋଇଛି।…
କନ୍ଦର୍ପ ବେହେରା ରେଢାଖୋଲ: ଗତକାଲି ରାତିରେ ରେଢାଖୋଲ ରେଞ୍ଜ ଅଧିନସ୍ଥ ଲୁହାପଙ୍କ ପଂଚାୟତର ଗାଡୁମୁଣ୍ଡା ଗ୍ରାମ ପତ୍ର ଫଡିରେ ହାତୀ ଆକ୍ରମଣରେ ଜଣେ ପତ୍ର ବନ୍ଧାଳିର ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇ ବୁର୍ଲା ରେ ଚିକିତ୍ସିତ ହେଉଥିବା ଖବର ହସ୍ତଗତ ହୋଇଛି। ବନବିଭାଗ ସୂତ୍ରରୁ ପ୍ରକାଶ ଯେ, ରେଢାଖୋଲ ରେଞ ଅଧିନସ୍ଥ ଲୁହାପଙ୍କ ଗ୍ରାମରେ ଗତକାଲି ରାତି ପ୍ରାୟ ୧୧ଟାରେ ବନବିଭାଗର କର୍ମଚାରୀମାନେ ହାତୀ ଘଉଡାଉଥିଲେ। ଗାଡୁମୁଣ୍ଡା ପତ୍ରଫଡିରେ ପ୍ରାୟ ୧୩ ଜଣ ପତ୍ର ବନ୍ଧାଳି କେନ୍ଦୁପତ୍ର ବନ୍ଧା କାମରେ ନିୟୋଜିତ ଥିଲେ। ସେମାନେ ରାତିରେ ଖାଇ ପିଇ ନିଘୋଡ ନିଦ୍ରାରେ ଶୋଇ ପଡିଥିଲେ। ସେଇ ସମୟରେ ଗାଡୁମୁଣ୍ଡା ପତ୍ର ଫଡିରେ ଦନ୍ତା ହାତୀଟି ପତ୍ର ବନ୍ଧାଳି ଅନୁଗୋଳ ଜିଲ୍ଲା ବାମୁର ଥାନା ବାଦିବାହାଳ ଗ୍ରାମର ବିମ୍ବାଧର ନାଏକ (୫୦)କୁ ଶୋଇ ଥିବା ଅବସ୍ଥାରେ ଶୁଣ୍ଡରେ ଟାଣିଆଣି ଦଳି ଦେଇଥିଲା। ଘଟଣା ସ୍ଥଳରେ ହିଁ ବିମ୍ବାଧରଙ୍କ…
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୫୮ ହଜାର ୪୧୯ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୧ ହଜାର ୫୭୬ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୨ କୋଟି ୯୮ ଲକ୍ଷ ୮୧ ହଜାର ୯୬୫ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୮୬ ହଜାର ୭୧୩ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୮୭ ଲକ୍ଷ ୬୬ ହଜାର ୯ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୭ ଲକ୍ଷ ୨୯ ହଜାର ୨୪୩ ଆକ୍ଟିଭ୍ କେସ୍ ରହିଛି।
ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୪୦ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୪୦ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୩୫୮୯ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ବରଗଡ, କଟକ ଜିଲ୍ଲାରୁ ୫ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ କୋରାପୁଟ, ମୟୂରଭଞ୍ଜ, ରାୟଗଡା ଜିଲ୍ଲାରୁ ୪ ଜଣ ଲେଖାଏଁ, ଗଞ୍ଜାମ, ଖୋର୍ଦ୍ଧା ଓ ଝାରସୁଗୁଡା ଜିଲ୍ଲାରୁ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ସେହିଭଳି ବଲାଙ୍ଗୀରି, ସୁନ୍ଦରଗଡ ଓ ପୁରୀ ଜିଲ୍ଲାରୁ ୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଅନୁଗୁଳ, ନୟାଗଡ ଓ ମାଲକାନାଗିରି ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୭୭ ହଜାର ୫୦୨ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୮ ଲକ୍ଷ ୩୫ ହଜାର…
ଭୁବନେଶ୍ବର: ଆଜି ରାଜ୍ୟରେ ୩ ହଜାର ୫୭୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୨୦୩୯ ଜଣ ଚିହ୍ନଟ ହୋଇଥିବା ବେଳେ ୧୫୩୮ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୭୭ ହଜାର ୫୦୨ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୮ ଲକ୍ଷ ୩୫ ହଜାର ୧୩୨ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୩୮ ହଜାର ୭୨୭ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୩୫୦୭ କୁ ବୃଦ୍ଧି ହୋଇଛି। ଆଜି ମୋଟ ୩୦ ଟି ଜିଲ୍ଲାରୁ ୩ ହଜାର ୫୭୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୫୭୧ ଜଣ, କଟକ ଜିଲ୍ଲାରୁ ୪୦୭ ଜଣ, ଅନୁଗୁଳ ଜିଲ୍ଲାରୁ…
ନୂଆଦିଲ୍ଲୀ, ଆଜି ଭୋରରୁ ଦେଶର ବିଭିନ୍ନ ସ୍ଥାନରେ ଭୂକମ୍ପ ଅନୁଭୂତ ହୋଇଛି। ଲୋକେ ଶୋଇଥିବା ବେଳେ ଏପରି ଭୂକମ୍ପ ଯୋଗୁଁ ସମସ୍ତେ ଭୟଭିତ ହୋଇପଡିଛିନ୍ତି। ଉତ୍ତରାଖଣ୍ଡର ଉତ୍ତରକାଶୀରେ ଏହି ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହା 3.1 ତୀବ୍ରତା ବୋଲି ଜଣାପଡିଛି। ଏଠାରେ ସକାଳ 5ଟା 41ରେ ଅନୁଭୂତ ହୋଇଥିଲା। ସେହିପରି ଅରୁଣାଞ୍ଚଳ ପ୍ରଦେଶର ପାଗିନୀ ଜିଲ୍ଲାର ମଧ୍ୟ ରାତି 1ଟା 22 ରେ ଅନୁଭୂତ ହୋଇଥିଲା। ଏହାର ତୀବ୍ରତା 3.1 ଥିଲା ବୋଲି ଜଣାପଡିଛି। ମଣିପୁରର ଉକୁରଲ ଜିଲ୍ଲାର ସିରୁଇ ଗ୍ରାମାଞ୍ଚଳରେ ମଧ୍ୟ ସେହି ରାତି 1ଟା 22 ରେ ଭୂକମ୍ପ ଅନୁଭୂତ ହୋଇଛି। ଏହା ତୀବ୍ରତା 3.6 ଥିଲା ବୋଲି ଜଣାପଡିଛି।

