ମେଷ- କୌଣସି ନିଷ୍ପତ୍ତି ନେବା ପୂର୍ବରୁ ସାମ୍ପ୍ରତିକ ପରିସ୍ଥିତି ଉପରେ ନଜର ରଖିବା ଆବଶ୍ୟକ ହେବ। ଏକ ବୃତ୍ତିଗତ ସ୍ତରର ସମସ୍ୟାର ସମାଧାନ ପାଇଁ ଆପଣ ପୁରସ୍କାର ପାଇପାରିବେ । ବୁଝାମଣା ମାଧ୍ୟମରେ ଏହି ରାଶିର ଲୋକମାନେ କମ୍ ମୂଲ୍ୟରେ କିଛି କିଣିବାକୁ ଯାଉଛନ୍ତି । ନବ ବିବାହିତାମାନେ ସେମାନଙ୍କର ଦାମ୍ପତ୍ୟ ଜୀବନକୁ ପୂର୍ଣ୍ଣ ଉପଭୋଗ କରିବାକୁ ସକ୍ଷମ ହେବେ। ପ୍ରେମ ଜୀବନ ସନ୍ତୋଷଜନକ ହେବ । ଖାଦ୍ୟ ପ୍ରତି ଭଲପାଇବା ଆପଣଙ୍କୁ ଅସୁବିଧାରେ ପକାଇପାରେ । ବୃଷ- କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ଅବଗଣନା ଆରମ୍ଭ ହୋଇଛି, ଭଲ ପ୍ରସ୍ତୁତ ରୁହ। ଅଧ୍ୟୟନ ସ୍ତରରେ ଯେଉଁମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ସେମାନେ ସ୍ଥିତିର ଉନ୍ନତି ପାଇଁ କଠିନ ପରିଶ୍ରମ ଆରମ୍ଭ କରିବେ । ସମ୍ପତ୍ତି ଭଲ ଫଳ ଆଣିବ ବୋଲି ଆଶା କରାଯାଉଛି । ଏହି ସପ୍ତାହରେ ଅଳଙ୍କାର କିମ୍ବା ସୁନା କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକଙ୍କ ଆୟ ବୃଦ୍ଧି ପାଇବ ବୋଲି…
Author: Samikhsya Bureau
ମେଷ- କୌଣସି ନିଷ୍ପତ୍ତି ନେବା ପୂର୍ବରୁ ସାମ୍ପ୍ରତିକ ପରିସ୍ଥିତି ଉପରେ ନଜର ରଖିବା ଆବଶ୍ୟକ ହେବ। ଏକ ବୃତ୍ତିଗତ ସ୍ତରର ସମସ୍ୟାର ସମାଧାନ ପାଇଁ ଆପଣ ପୁରସ୍କାର ପାଇପାରିବେ । ବୁଝାମଣା ମାଧ୍ୟମରେ ଏହି ରାଶିର ଲୋକମାନେ କମ୍ ମୂଲ୍ୟରେ କିଛି କିଣିବାକୁ ଯାଉଛନ୍ତି । ତୂଳା- ଆପଣ ବିଶ୍ବାସ କରୁଥିବା ବ୍ୟକ୍ତିଙ୍କଠାରୁ ଆଶା କରାଯାଉଥିବା ସାହାଯ୍ୟ ପାଇବାକୁ ସାମାନ୍ୟ ଆଶା ଅଛି । ଆପଣଙ୍କ ଆଗ୍ରହ ପ୍ରତି ଧ୍ୟାନ ଦିଅନ୍ତୁ, ଯେହେତୁ ଅନ୍ୟର ମାମଲାରେ ହସ୍ତକ୍ଷେପ କରିବା ମହଙ୍ଗା ପଡିପାରେ । ପ୍ରତିଦ୍ୱନ୍ଦୀଙ୍କୁ ପରାସ୍ତ କରିବାକୁ ଆପଣଙ୍କୁ ସକ୍ରିୟ ହେବାକୁ ପଡିବ ।
ସିଂହ- ଏକ ଭଲ ଆସାଇନମେଣ୍ଟ ପାଇବାର ସମ୍ଭାବନା ଅଛି । କାର୍ଯ୍ୟକ୍ଷେତ୍ରରେ ଏକ ଚମତ୍କାର ସପ୍ତାହ ଅତିବାହିତ ହେବ ବୋଲି ଆଶା କରାଯାଏ । ଯେ କୌଣସି ସାମାଜିକ କ୍ଷେତ୍ର କାର୍ଯ୍ୟକ୍ରମରେ ଆପଣଙ୍କର ସେବା ନିଆଯାଇପାରେ । ଦୀର୍ଘ ଦିନ ଧରି ଅସୁସ୍ଥ ଥିବା ଲୋକମାନେ ବର୍ତ୍ତମାନ ଆରାମ ପାଇବାକୁ ଆଶା କରୁଛନ୍ତି । କନ୍ୟା-ପରିବାରର ଲୋକଙ୍କ ସହିତ ଭଲ ସମ୍ପର୍କ ରଖିବା ଦ୍ୱାରା ଆପଣ ପୂର୍ବ ଅପେକ୍ଷା ଏକ ଭଲ ପରିବେଶ ସୃଷ୍ଟି କରିବାରେ ସକ୍ଷମ ହେବେ । ସମାଜ ସହିତ ସଂଯୁକ୍ତ ରହିବାର ପ୍ରବୃତ୍ତି ଆପଣଙ୍କୁ ଅନେକ ବନ୍ଧୁ ଏବଂ ଶୁଭେଚ୍ଛୁ ସାହାଯ୍ୟ ପ୍ରଦାନ କରିବାକୁ ଯାଉଛନ୍ତି । ବୃତ୍ତିଗତ ସ୍ତରରେ ସଫଳତା ଆପଣଙ୍କ ଖ୍ୟାତି ବଢାଇପାରେ ।
ମକର- ପରେ କୌଣସି ସମସ୍ୟାରେ ନ ପଡ଼ିବା ପାଇଁ ଆଇନଗତ ଔପଚାରିକତା ପୂରଣ କରିବା ଆବଶ୍ୟକ ହେବ । ଯେଉଁମାନେ ବର୍ତ୍ତମାନ କାର୍ଯ୍ୟ ଆରମ୍ଭ କରିଛନ୍ତି ସେମାନଙ୍କ ପାଇଁ ଭଲ ଜୀବନଯାପନର ଲକ୍ଷଣ ଅଛି । ମାର୍କେଟିଂ ଲୋକମାନେ ସେମାନଙ୍କର ଯୋଜନାରେ ସଫଳ ହେବାକୁ ଯାଉଛନ୍ତି । ମୀନ- ଯଦି ଆପଣଙ୍କର ଆତ୍ମବିଶ୍ୱାସ ଅଛି ତେବେ ଆପଣ କୌଣସି କାର୍ଯ୍ୟ କରିବାରେ ସଫଳ ହେବେ, ହୃଦୟ ହରାନ୍ତୁ ନାହିଁ । ସମସ୍ତଙ୍କ ସହିତ ଚାଲିବାର କ୍ଷମତା ଆପଣଙ୍କୁ ପରିବାରରେ ପ୍ରଶଂସା ଯୋଗ୍ୟ କରିପାରେ । ଆପଣ ସାମାଜିକ କ୍ଷେତ୍ରରେ ଯେକୌଣସି କାର୍ଯ୍ୟ ପାଇଁ ଗର୍ବିତ ହେବାର ସୁଯୋଗ ପାଇବେ ।
କର୍କଟ- ଆପଣ ଜୀବନର ସେହି ଅଦ୍ଭୁତ ପର୍ଯ୍ୟାୟ ଦେଇ ଗତି କରୁଛନ୍ତି ଯାହା ଏପର୍ଯ୍ୟନ୍ତ ମିଳି ନାହଁ । ସ୍ୱାସ୍ଥ୍ୟ ଭଲ ହେବ ଏବଂ ଆପଣ ଏହାକୁ ଉପଭୋଗ କରିବାକୁ ସକ୍ଷମ ହେବେ । ବ୍ୟବସାୟ ବୃଦ୍ଧିରେ କିମ୍ବା ବୃତ୍ତିଗତ ଭାବରେ ତୁମର କ୍ୟାରିୟରର ସମ୍ଭାବନା ବଢାଇବାରେ ଆପଣ ସଫଳ ହେବାକୁ ଯାଉଛନ୍ତି । ଧନୁ- ନିଜର କିଛି ସମୟ ସଞ୍ଚୟ କର, ଏହା ଆବଶ୍ୟକ ହୋଇପାରେ । ପରିବାର ସଦସ୍ୟଙ୍କ ପରିବର୍ତ୍ତିତ ଆଚରଣ ଆପଣଙ୍କ ପାଇଁ ଏକ ପଜଲ୍ ହୋଇପାରେ, ଯାହା ସମାଧାନ କରିବା ସହଜ ହେବ ନାହିଁ । ଘରେ ଏକ ଘଟଣା ବିଷୟରେ ଆପଣ କାହାର ପରାମର୍ଶ ଶୁଣିବାକୁ ପସନ୍ଦ କରିବେ ନାହିଁ । ବୃତିଗତ କ୍ଷେତ୍ରର ସିନିୟରମାନଙ୍କ ସହିତ ଆପଣଙ୍କ ବୁଦ୍ଧିର ବ୍ୟବହାର କରି ପ୍ରତିଦ୍ୱନ୍ଦୀଙ୍କୁ ପରାସ୍ତ କରିପାରିବେ ।
କୁମ୍ଭ- ଆପଣ ଜୀବନରେ ଆଗଧାଡିରେ ରହି ଉପଭୋଗ କରିପାରିବେ । ବୃତ୍ତିଗତ ସ୍ତରରେ, ଆପଣ ନିଜକୁ ଏପରି ଏକ ସ୍ଥାନରେ ରଖିବେ ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେବ। ବହୁଦିନର ହଜିଯାଇଥିବା ବା ବୁଡିଯାଇଥିବା ସଂପତ୍ତି ହାସଲ ହେବ। ଆଜି ଆପଣ ଜଣେ ଶକ୍ତିଶାଳୀ ତଥା ପ୍ରଭାବଶାଳି ଲୋକଙ୍କର ସାହାଯ୍ୟ ହାସଲ କରିବେ। ବୃଷ- କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ଅବଗଣନା ଆରମ୍ଭ ହୋଇଛି, ଭଲ ପ୍ରସ୍ତୁତ ରୁହ। ଅଧ୍ୟୟନ ସ୍ତରରେ ଯେଉଁମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ସେମାନେ ସ୍ଥିତିର ଉନ୍ନତି ପାଇଁ କଠିନ ପରିଶ୍ରମ ଆରମ୍ଭ କରିବେ । ସମ୍ପତ୍ତି ଭଲ ଫଳ ଆଣିବ ବୋଲି ଆଶା କରାଯାଉଛି ।
ମିଥୁନ-ଆପଣ ବିଶ୍ବାସ ଯୋଗ୍ୟ ବ୍ୟକ୍ତିଙ୍କର ସହଯୋଗରେ ସଠିକ୍ ରାସ୍ତାରେ କାର୍ଯ୍ୟ ପାଇପାରିବେ। ସାମାଜିକ କ୍ଷେତ୍ରରେ ଆପଣ ସାମ୍ନା କରୁଥିବା ଯେ କୌଣସି ଘଟଣାରେ ଆପଣଙ୍କୁ ସାହସିକ ପଦକ୍ଷେପ ନେବାକୁ ପଡିପାରେ । ରୋମାଣ୍ଟିକ୍ ସ୍ତରରେ କିଛି ଲୁଚାଇ ପ୍ରେମିକ ଆପଣଙ୍କୁ ଲୋଭ କରିପାରେ । ବିଛା- ସାମାଜିକ କ୍ଷେତ୍ରରେ ତୁମର ଉତ୍କଣ୍ଠା ମନୋଭାବ ଅନ୍ୟମାନଙ୍କୁ ମଧ୍ୟ ପ୍ରଭାବିତ କରିବ। କେହି ଜଣେ ଲୋକ ଆପଣଙ୍କୁ ସାହାଯ୍ୟ କରିବାକୁ ଯାଉଛନ୍ତି । ପ୍ରେମ ଜୀବନ ଆରମ୍ଭ ହେବାକୁ ଯାଉଛି । ଏକ କାର୍ଯ୍ୟ ପାଇଁ ଆବଶ୍ୟକ ସହାୟତା ଯୋଗାଇ ଦିଆଯିବ ବୋଲି ଆଶା କରାଯାଏ ।
ଭୁବନେଶ୍ବର, କରୋନା ପୁଣି ଜଣେ କଳାକାରଙ୍କ ଜୀବନ ନେଇଛି। ସେ ହେଉଛନ୍ତି ପ୍ରଖ୍ୟାତ କଣ୍ଠଶିଳ୍ପୀ ତପୁ ମିଶ୍ର। ଦୀର୍ଘଦିନ ଧରି ସେ କରୋନାରେ ଗୁରୁତର ହୋଇ ଭୁବନେଶ୍ବରର ଏକ ହସପିଟାଲରେ ଚିକିତ୍ସିତ ହେଉଥିଲେ। ତାଙ୍କର ଅବସ୍ଥା ଦିନକୁ ଦିନ ଗୁରୁତର ହେବାରେ ଲାଗିଥିଲା। ସେ ଭେଣ୍ଟିଲେଟରରେ ରହି ଚିକିତ୍ସିତ ହେଉଥିଲେ। ହେଲେ ଡାକ୍ତରଙ୍କ ସମସ୍ତ ଚେଷ୍ଠା ସତ୍ବେ ସେ ଆଜି ରାତି 11ଟାରେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ନିକଟରେ ତାଙ୍କର ଚିକିତ୍ସା ପାଇଁ ରାଜ୍ୟ ସଂସ୍କୃତି ବିଭାଗ ତରଫରୁ ସହାୟତା ପ୍ରଦାନ କରାଯାଇଥିଲା। ତାଙ୍କର ସୁସ୍ଥତା କାମନା କରି ପୁରା ଓଲିଉଡ ଇଣ୍ଡଷ୍ଟ୍ରି ପ୍ରାର୍ଥନା କରିଥିଲେ। ବର୍ତ୍ତମାନ ତାଙ୍କ ବିୟୋଗରେ ସାରା ଚଳଚିତ୍ର ଜଗତରେ ଶୋକର ଛାୟା ଖେଳିଯାଇଛି।
ଭୁବନେଶ୍ୱର, ସ୍ମାର୍ଟ ସିଟି ଭୁବନେଶ୍ୱର ପୁଣିଥରେ ଏକ ସଫଳତା ହାସଲ କରିଛି। ଏହା ସମଗ୍ର ଦେଶର ଶ୍ରେଷ୍ଠ ୧୦ଟି ଶ୍ରେଷ୍ଠ ଜୀବନ ଧାରଣ ବା ଲିଭେବୁଲ ସହର ମଧ୍ୟରେ ଭୁବନେଶ୍ବର ଚତୁର୍ଥ ସ୍ଥାନ ହାସଲ କରିଛି। ଆଶ୍ଚର୍ଯ୍ୟର ବିଷୟ ହେଉଛି, ମନ୍ଦିର ମାଳିନୀ ସହର ସର୍ବମୋଟ 100 ମାର୍କ ମଧ୍ୟରୁ 94.8 ମାର୍କ ହାସଲ କରି Citizen Perception Survey ସର୍ଭେର ଶୀର୍ଷରେ ରହିଛି। ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଏବଂ ପରିବେଶ କେନ୍ଦ୍ର ଦେଶର ଶ୍ରେଷ୍ଠ ଜୀବନଧାରଣ ସହର ସୂଚକାଙ୍କ ରିପୋର୍ଟ ଅନୁଯାୟୀ, ବେଙ୍ଗାଲୁରୁ ହେଉଛି ଭାରତର ଟପ୍ ସହର। ଏହା ପରେ ଚେନ୍ନାଇ, ଶିମଲା ଏବଂ ଭୁବନେଶ୍ୱର ରହିଛି। ଏହି ସ୍କୋର ପ୍ରଦାନ କରିବାକୁ ଚାରୋଟି ପାରାମିଟରକୁ ଦୃଷ୍ଟିକେ ରଖି ବିଚାର କରାଯାଇ ଥିଲା। ସେଗୁଡିକ ମଧ୍ୟରେ ରହିଛି ଜୀବନଧାରଣ ପାଇଁ ଉପଯୁକ୍ତ ବ୍ୟବସ୍ଥା, ଅର୍ଥନୈତିକ କ୍ଷମତା, ସ୍ଥିରତା ଏବଂ ନାଗରିକଙ୍କ ଜୀବନ ଧାରଣା ପାଇଁ ସୁଯୋଗ। 100 ରୁ ଏହି…
ନୂଆଦିଲ୍ଲୀ, ଜୁନ ୨୧ତାରିଖ ଦିନ ସପ୍ତମ ଯୋଗଦିବସ ପାଳନ ଅବସରରେ ଭାରତୀୟ ଡାକବିଭାଗ (ଇଣ୍ଡିଆ ପୋଷ୍ଟ)ପକ୍ଷରୁ ଏ ସ୍ୱତନ୍ତ୍ର ସ୍ମାରକୀ ମୋହର ଉନ୍ମୋଚନ କାର୍ୟ୍ୟକ୍ରମ ଆୟୋଜନ ହେଉଛି । ସମଗ୍ର ଦେଶରେ ୮୧୦ଟି ମୁଖ୍ୟ ଡାକଘରେ ଏହି ମୋହରଗୁଡିକ ଏକସଙ୍ଗେ ଉନ୍ମୋଚନ ହେବ । ସ୍ମାରକୀ ଡାକଟିକଟ ଏବଂ ମୋହର ଉନ୍ମୋଚନ କ୍ଷେତ୍ରରେ ଏହା ହେଉଛି ଦେଶର ସର୍ବବୃହତ୍ ଆୟୋଜନ । ଡେଲିଭେରି ଏବଂ ଅଣଡେଲିଭରି ନିର୍ବିଶେଷରେ ଦେଶର ସମସ୍ତ ମୁଖ୍ୟ ଡାକଘରଗୁଡିକରେ ଜୁନ୨୧ତାରିଖ ଦିନ ଏହି ଉନ୍ମୋଚନ ଉତ୍ସବ ପାଳନ କରାଯିବ । ଏହିଦିନ ଚିଠିଗୁଡିକ ଉପରେ ଉଭୟ ହିନ୍ଦୀ ଏବଂ ଇଂରାଜୀ ଭାଷାରେ ଟିକଟଗୁଡିକର ପୁନଃ ବ୍ୟବହାର ନ ହେବା ପାଇଁ ସ୍ୱତନ୍ତ୍ର ମୋହର ମରାଯିବ । ଡାକ ଟିକଟ ସମ୍ପର୍କୀତ ଅଧ୍ୟୟନ ନିମନ୍ତେ ଏହି ମୋହରର ଯଥେଷ୍ଟ ମୂଲ୍ୟ ରହିଛି ଏବଂ ଏ କ୍ଷେତ୍ରରେ ଏହା ବେଶ୍ ଉପଯୋଗୀ ମଧ୍ୟ ହେବ ।
ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୩୩୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୩୩୨ ଆକ୍ରାନ୍ତଙ୍କ ମଧ୍ୟରୁ ୭୦ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୨୬୨ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୬ ହଜାର ୪୦୨ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୭୧୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୮୩ ହଜାର ୮୭୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨ ହଜାର ୧୦୬ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୪୦୦ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍ଫରେନ୍ସିଂ ଜରିଆରେ ରାଜ୍ୟର ୮ଟି ଜିଲ୍ଲାରେ ବିଭିନ୍ନ ସ୍ବାସ୍ଥ୍ୟ ଭିତ୍ତିଭୂମି, ତରଳ ଅକ୍ସିଜେନ (LMO) ପ୍ଲାଣ୍ଟ ଓ ଚାପ ଅବଶୋଷଣ ପ୍ରଣାଳୀରେ ଅକ୍ସିଜେନ ଉତ୍ପାଦନ ବ୍ୟବସ୍ଥାର (PSA Plant) ଭିତ୍ତିପ୍ରସ୍ତର ରଖିବା ସହିତ ଅନ୍ୟାନ୍ୟ ଭିତ୍ତିଭୂମିର ଉଦ୍ଘାଟନ କରିଛନ୍ତି। ଏହି ୮ଟି ଜିଲ୍ଲା ହେଉଛି – ଝାରସୁଗୁଡା, ଭଦ୍ରକ, ଜଗତସିଂହପୁର, ପୁରୀ, ସୋନପୁର, ନୟାଗଡ, ସୁନ୍ଦରଗଡ ଏବଂ ମୟୁରଭଂଜ। ସୂଚନାଯୋଗ୍ୟ ଯେ ରାଜ୍ୟରେ ୨୦ଟି ଚାପ ଅବଶୋଷଣ ପ୍ରଣାଳୀରେ ଅକ୍ସିଜେନ ଉତ୍ପାଦନ ବ୍ୟବସ୍ଥା କରିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ଜୁନ୍ ୯ ତାରିଖରେ ୭ଟି ଓ ଆଜି ୮ଟି PSA Plantର ଭିତ୍ତିପ୍ରସ୍ତର ରଖାଯାଇଛି। ଏହି ୨୦ଟି PSA Plant ଦ୍ବାରା ମିନିଟ୍ ପ୍ରତି ୨୪ ହଜାର ଲିଟର ମେଡିକାଲ ଅକ୍ସିଜେନ ଉତ୍ପାଦିତ ହୋଇପାରିବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନ ରାଜ୍ୟରେ କୋଭିଡ ପରିସ୍ଥିତିରେ ଯଥେଷ୍ଟ ଉନ୍ନତି ଆସିଛି।…
ସୀତାରାମ ଅଗ୍ରୱାଲ ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀରେ କରୋନା ସଂକ୍ରମଣ ଆଜି ତଳମୁହାଁ ଅଛି। ଆଜି ଉକ୍ତ ନିର୍ବାଚନମଣ୍ଡଳୀରେ ୧୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ୧୭ ଜଣଙ୍କ ମଧ୍ୟରୁ ବାଣପୁର ବ୍ଲକରେ ୯ ଜଣ, ଚିଲିକା ବ୍ଲକରେ ୭ଜଣ ଏବଂ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି ୨୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସୁସ୍ଥ ୨୫ ଜଣଙ୍କ ମଧ୍ୟରୁ ବାଣପୁର ବ୍ଲକରୁ ୧୬ ଜଣ, ଚିଲିକା ବ୍ଲକରୁ ୫ ଜଣ ଏବଂ ବାଲୁଗାଁ ବିଜ୍ଞାପିତ ଅଞ୍ଚଳରୁ ୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଆଜି ସୁଦ୍ଧା ବାଣପୁର ବ୍ଲକରେ ୬୬ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଥିବା ବେଳେ ବାଣପୁର ବିଜ୍ଞାପିତ ଅଞ୍ଚଳରେ ୧୬ ଜଣ, ଚିଲିକା ବ୍ଲକରେ ୮୧ ଜଣ ଏବଂ ବାଲୁଗାଁ ବିଜ୍ଞାପିତ ଅଞ୍ଚଳରେ ୧୮ ଜଣ ସକ୍ରିୟ…
ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୫ ହଜାର ୨୮୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୮୦୦, କଟକରୁ ୫୧୦, ଯାଜପୁରରୁ ୩୦୮, ବାଲେଶ୍ଵରରୁ ୨୮୬, କେନ୍ଦ୍ରାପଡାରୁ ୨୮୫, ମୟୂରଭଞ୍ଜରୁ ୨୭୬, ଅନୁଗୁଳରୁ ୨୫୩, ଭଦ୍ରକରୁ ୨୪୪, ପୁରୀରୁ ୨୩୧, ବୌଦ୍ଧରୁ ୨୧୩, ସୁନ୍ଦରଗଡରୁ ୨୦୪, ଜଗତସିଂହପୁରରୁ ୧୮୭, ଢେଙ୍କାନାଳରୁ ୧୬୯, କୋରାପୁଟରୁ ୧୪୪, ନବରଙ୍ଗପୁରରୁ ୧୩୪, ବରଗଡରୁ ୧୦୪, ରାୟଗଡାରୁ ୧୦୩, କେନ୍ଦୁଝରରୁ ୮୪, କଳାହାଣ୍ଡିରୁ ୭୬, କନ୍ଧମାଳରୁ ୭୧, ମାଲକାନଗିରିରୁ ୬୮, ସୋନପୁରରୁ ୫୭, ବଲାଙ୍ଗୀରିରୁ ୪୧, ଗଞ୍ଜାମରୁ ୪୧, ସମ୍ବଲପୁରରୁ ୪୧, ଗଜପତିରୁ ୩୧, ଝାରସୁଗୁଡାରୁ ୨୪, ଦେବଗଡରୁ ୨୧, ନୂଆପଡାରୁ ୧୫ ଏବଂ ଷ୍ଟେଟ ପୁଲରୁ ୧୫୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୮ ଲକ୍ଷ ୩୫ ହଜାର…
ନୂଆଦିଲ୍ଲୀ, କେତେକ ଗଣମାଧ୍ୟମରେ ପ୍ରକାଶ ପାଇଥିବା କିଛି ରିପୋର୍ଟ ଦର୍ଶାଇଥିଲା ଯେ ସ୍ୱିସ୍ ବ୍ୟାଙ୍କଗୁଡ଼ିକରେ ଭାରତୀୟଙ୍କ ଜମାରାଶି ପାଣ୍ଠି ପରିମାଣ ୨୦୧୯ ଶେଷ ସୁଦ୍ଧା ଥିବା ୬,୬୨୫ କୋଟି ଟଙ୍କା, ୨୦୨୦ ଶେଷ ବେଳକୁ ୨୦,୭୦୦ କୋଟି ଟଙ୍କାରୁ ଉର୍ଦ୍ଧ୍ୱକୁ ବୃଦ୍ଧି ପାଇଛି। ବିଗତ ୧୩ ବର୍ଷ ମଧ୍ୟରେ ଏହା ସର୍ବାଧିକ ଜମାରାଶି ବୋଲି ମଧ୍ୟ ରିପୋର୍ଟରେ ଦର୍ଶାଯାଇଥିଲା । ଗଣମାଧ୍ୟମ ରିପୋର୍ଟ ଗୁଡ଼ିକରେ ଏହା ମଧ୍ୟ ଦର୍ଶାଯାଇଥିଲା ଯେ ସ୍ୱିସ୍ ନ୍ୟାସନାଲ ବ୍ୟାଙ୍କ (ଏସଏନବି)କୁ ବ୍ୟାଙ୍କଗୁଡ଼ିକ ଦ୍ୱାରା ଦିଆଯାଇଥିବା ଜମାରାଶି ତଥ୍ୟକୁ ଆଧାର କରି ଏହି ରିପୋର୍ଟ ପ୍ରକାଶ ପାଇଛି ଏବଂ ସ୍ୱିଜରଲାଣ୍ଡରେ ଭାରତୀୟଙ୍କ ଦ୍ୱାରା ଧାରଣ କରାଯାଇଥିବା ବହୁ ଆଲୋଚିତ ତଥାକଥିତ କଳାଧନ ପରିମାଣର ସଂକେତ ଦେଉନାହିଁ । ଏହାବ୍ୟତୀତ, ଏହି ପରିସଂଖ୍ୟାନରେ ସେହି ଅର୍ଥରାଶିକୁ ସାମିଲ କରାଯାଇ ନାହିଁ, ଯାହା ଭାରତୀୟ, ପ୍ରବାସୀ ଭାରତୀୟ ଓ ଅନ୍ୟ ଲୋକମାନେ ସ୍ୱିସ୍ ବ୍ୟାଙ୍କଗୁଡ଼ିକରେ ତୃତୀୟ- ରାଷ୍ଟ୍ର ସଂସ୍ଥାଗୁଡ଼ିକ ନାମରେ…
କନ୍ଦର୍ପ ବେହେରା ରେଢାଖୋଲ: ଗତକାଲି ରାତିରେ ନାକଟିଦେଉଳ ରେଞ୍ଜ ଅଧିନସ୍ଥ କେଲୋବେନୀ ଗ୍ରାମରେ ହାତୀ ଘଉଡାଉଥିବା ବେଳେ ବନବିଭାଗର କର୍ମଚାରୀଙ୍କୁ କେଲୋବେନୀ ଗ୍ରାମର ୩ ଜଣ ବ୍ୟକ୍ତି ମରଣାତ୍ମକ ଆକ୍ରମଣ କରି ଜେଲ ଯିବା ଖବର ହସ୍ତଗତ ହୋଇଛି। ପୋଲିସ୍ ସୁତ୍ରରୁ ପ୍ରକାଶ ଯେ, ନାକଟିଦେଉଳ ରେଞ ଅଧିନସ୍ଥ ବାଟଗାଁ ପଂଚାୟତ କେଲୋବେନୀ ଗ୍ରାମ ନିକଟସ୍ଥ ଜଙ୍ଗଲକୁ ହାତୀପଲ ପଳାଇ ଆସିଥିବା ଖବର ବନ ବିଭାଗ କର୍ମଚାରୀମାନେ ଜାଣି ପାରି କେଲୋବେନୀ ଗ୍ରାମକୁ ଯାଇ ହାତୀ ଘଉଡାଉଥିଲେ। ହିତସରା ଗ୍ରାମର ସୁଜିତ୍ ବାଗ୍ ହାତୀ ଓାଚର ଭାବରେ ମଧ୍ୟ ହାତୀ ଘଉଡାଇବା କାମରେ ନିୟୋଜିତ ଥିଲେ। କେଲୋବେନୀ ଗ୍ରାମର ଓାଡ୍ମେମ୍ବର ରମେଶ ବେହେରା, ପ୍ରମୋଦ ସାହୁ ଓ ଅଜିତ୍ କିସାନ୍ ପ୍ରମୁଖ ସଂଘବଧ ଭାବରେ ସୁଜିତ୍ ବାଗ୍ ଙ୍କୁ ଆକ୍ରମଣ କରିଥିଲେ। ସୁଜିତ୍ ର ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଜଣା ପଡିଛି। ତାଙ୍କୁ ନାକଟିଦେଉଳ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତିକରାଯାଇଥିଲା।…
ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ପୂର୍ବତନ ଆଇଏଏସ ଏକେ ଶର୍ମାଙ୍କୁ ବିଜେପି ବଡ ଦାୟିତ୍ଵ ଦେଇଛି। ତାଙ୍କୁ ଦଳର ପ୍ରଦେଶ ଉପସଭାପତି ଭାବେ ଦାୟିତ୍ଵ ଦିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଏକେ ଶର୍ମାଙ୍କ ଭଲ ସମ୍ପର୍କ ଥିବା କୁହାଯାଉଛି। ଚଳିତ ବର୍ଷ ପ୍ରଧାନମନ୍ତ୍ରୀଙ୍କ ଲୋକସଭା ସଂସଦୀୟ ଅଞ୍ଚଳ ବାରଣାସି ପାଇଁ ତାଙ୍କୁ କୋଭିଡ-୧୯ ଲଢେଇରେ ତଦାରଖ ଦାୟିତ୍ଵ ଦିଆଯାଇଥିଲା।
ଭୁବନେଶ୍ୱର: ଭୁବନେଶ୍ୱର ସ୍ମାର୍ଟ ସିଟି ପ୍ରକଳ୍ପ ପାଇଁ ମାଷ୍ଟରକ୍ୟାଣ୍ଟିନ ଛକରେ ୧୯୮୮ ମସିହାରେ ସ୍ଥାପିତ ହୋଇଥିବା ଘୋଡ଼ା ଓ ଯୋଦ୍ଧା ପ୍ରତିମୂର୍ତ୍ତିକୁ ରାଜଭବନ ଛକକୁ ସ୍ଥାନାନ୍ତର କରାଗଲେ କୌଣସି ଅସୁବିଧା ହେବନାହିଁ ବୋଲି ସମାଜବାଦୀ ପାର୍ଟି ପକ୍ଷରୁ ଏକ ପ୍ରେସ୍ ବିଜ୍ଞପ୍ତିରେ କୁହାଯାଇଛି। ସ୍ମାର୍ଟସିଟି ପ୍ରକଳ୍ପ ଭୁବନେଶ୍ୱର ସହରର କ୍ରମବର୍ଦ୍ଧିଷ୍ଣୁ ଜନସଂଖ୍ୟାକୁ ଆଖି ଆଗରେ ରଖି କରାଯାଉଛି। ତେଣୁ କିଛି ପୁରୁଣା ପ୍ରତିମୂର୍ତ୍ତିକୁ ହଟାଇ ନୂଆ ପ୍ରକଳ୍ପ ସବୁ କରିବାର ଆବଶ୍ୟକତା ରହିଛି। ଏହି ଦୃଷ୍ଟିରୁ ମାଷ୍ଟରକ୍ୟାଣ୍ଟିନ ଛକରେ ସ୍ଥାପିତ ହୋଇଥିବା ଘୋଡ଼ା ଓ ଯୋଦ୍ଧା ପ୍ରତିମୂର୍ତ୍ତିକୁ ଭୁବନେଶ୍ୱରର ଅନ୍ୟ ଏକ କେନ୍ଦ୍ରସ୍ଥଳ ରାଜଭବନ ଛକକୁ ସ୍ଥାନାନ୍ତର କରିବା ପାଇଁ ଯେଉଁ ନିଷ୍ପତ୍ତି ନିଆଯାଇଛି, ତାହାକୁ ଆମ୍ଭେ ସ୍ୱାଗତ କରୁଛୁ। କିଛି ରାଜନୈତିକ ଦଳ ଏହି ପ୍ରସଙ୍ଗକୁ ନେଇ ଗୋଳିଆ ପାଣିରୁ ମାଛ ଧରିବାର ଯେଉଁ ଉଦ୍ୟମ କରୁଛନ୍ତି, ସେଥିରୁ ସେମାନେ କ୍ଷାନ୍ତ ହେବାକୁ ସମାଜବାଦୀ ପାର୍ଟି ସେମାନଙ୍କୁ ବିନମ୍ର ଅନୁରୋଧ…
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ ଚନ୍ଦ୍ରଶେଖରପୁରଠାରେ ଶ୍ରୀ ବିଶ୍ୱନାଥ ମନ୍ଦିର ପ୍ରାଙ୍ଗଣରେ ବିଶ୍ୱନାଥ ଓ ପାର୍ବତୀଙ୍କ ଦ୍ୱାଦଶତମ ବିବାହ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ କୁଆଖାଇ ନଦୀରୁ କଳସ ପାତ୍ରରେ ପାଣି ଆଣି ଘଟ ସ୍ଥାପନ କରାଯାଇଥିଲା। କୋଭିଡ କଟକଣାକୁ ମାନ୍ୟତା ଦେଇ ମୁହଁରେ ମାସ୍କ ପିନ୍ଧି ମୋଟ ୭ଜଣ ଉପସ୍ଥିତ ରହି ଦେବ ଦମ୍ପତ୍ତିଙ୍କୁ ଆବାହନ କରିଥିଲେ। ପ୍ରଭୁ ବିଶ୍ୱନାଥଙ୍କ ମନ୍ଦିର ପ୍ରାଙ୍ଗଣରେ ଦୁଇ ଦିନ ବ୍ୟାପୀ ଶିବ-ପାର୍ବତୀଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା। ଦିବା ୫ ଘଟିକାରେ ଦେବ ଦମ୍ପତ୍ତିଙ୍କର ହସ୍ତଗଣ୍ଠି ଏବଂ ହରିହରଙ୍କ ସମେତ ସର୍ବ ଦେବାଦେବୀଙ୍କର ଭେଟ ଓ ଖଇ କଉଡ଼ି ଖେଳ ହୋଇଥିଲା। ଏହି ଉତ୍ସବରେ ପୂଜକ ଶରଦା ପ୍ରସନ୍ନ ପଣ୍ଡା ଓ ସରୋଜ କୁମାର ପାଢୀ ପୂଜାର୍ଚ୍ଚନା କରିଥିଲେ। ବରପିତା ଭାବେ ମ୍ୟାନେଜିଙ୍ଗ ଟ୍ରଷ୍ଟି ବିଶ୍ୱନାଥ ମହାନ୍ତି ଏବଂ ତାଙ୍କ ସହଧର୍ମିଣୀ ରେବତୀ ସ ନିଜର ଭୂମିକା ନିର୍ବାହ କରିଥିବା ବେଳେ କନ୍ୟାପିତା ଭାବେ ରବୀନ୍ଦ୍ର…
ଭୁବନେଶ୍ବର, କୋଭିଡ଼୧୯ ସଂକ୍ରମଣର ଶୃଙ୍ଖଳା ଭାଙ୍ଗିବା ଏବଂ ଓଡିଶା ରାଜ୍ୟ ସରକାରଙ୍କ ସହ ସମନ୍ୱୟ ରକ୍ଷା କରି ଜୁଲାଇ ମାସରେ ରଥ ଯାତ୍ରା ସମୟରେ ପୁରୀ ଆଡକୁ ଟ୍ରେନ୍ ସେବା ଉପରେ ପ୍ରତିବନ୍ଧ ଲଗାଇବାକୁ ନିଷ୍ପତ୍ତି ନିଆଯାଇଛି। ୨୬ ଟି ଦୂର ଦୂରଗାମୀ ଟ୍ରେନ୍ ଖୋର୍ଦ୍ଧା ରୋଡ୍ ପର୍ୟ୍ୟନ୍ତ ଚଳାଚଳ କରିବ ଏବଂ ଖୋର୍ଦ୍ଧା ରୋଡରୁ ଯାତ୍ରା ପ୍ରାରମ୍ଭ କରିବ। ଉଭୟ ଦିଗରୁ ଖୋର୍ଦ୍ଧା ରୋଡ୍ ଏବଂ ପୁରୀ ମଧ୍ୟରେ ଚଳାଚଳ ବାତିଲ ରହିବ। ସେହି ଟ୍ରେନଗୁଡିକ ହେଲା ଅଧିକ ଖବର ଜାଣିବା ପାଇଁ ଏହାକୁ କ୍ଲିକ କରନ୍ତୁ- thesamikhsya.com/odia ଏହି ଟ୍ରେନ ମଧ୍ୟରେ ରହିଛି ୫ ଟି ସାପ୍ତାହିକ ବିଶେଷ ଟ୍ରେନ ନିର୍ଦ୍ଦିଷ୍ଟ ଦିନମାନଙ୍କରେ ପୁରୀ ପରିବର୍ତ୍ତେ ଖୋର୍ଦ୍ଧା ରୋଡ଼ ଷ୍ଟେସନ ପର୍ୟ୍ୟନ୍ତ ଚଳାଚଳ କରିବ ଏବଂ ସେଠାରୁ ଯାତ୍ରା ପ୍ରାରମ୍ଭ କରିବ। ସେହିପରି ଦୈନନ୍ଦିନ ଚଳାଚଳ କରୁଥିବା ପାଞ୍ଚଟି ଏବଂ ଦ୍ବି-ସାପ୍ତାହିକ, ତ୍ରି-ସାପ୍ତାହିକ ଓ ସପ୍ତାହରେ ଚାରି ଦିନ…
ନୂଆଦିଲ୍ଲୀ, କେନ୍ଦ୍ର ମନ୍ତ୍ରମଣ୍ଡଳ ଅଦଳବଦଳ ପକ୍ରିୟା ବର୍ତ୍ତମାନ ଶେଷ ପର୍ଯ୍ୟାୟରେ ପହଁଚିଛି। ଯାହା ଜଣପଡିଛି ଆସନ୍ତା 21 ତାରିଖରେ ନୂଆ ମନ୍ତ୍ରୀ ମଣ୍ଡଳ ଶପଥ ଗ୍ରହଣ କରିବେ। ସେଥିପାଇଁ ପ୍ରସ୍ତୁତି ଆରମ୍ଭ ହୋଇଲାଣି। ଅନ୍ୟପଟେ ଯେଉଁମାନେ ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇବେ ସେମାନଙ୍କୁ ଦିଲ୍ଲୀ ଡକରା ହେଲାଣି। ଆଜି ଆସାମର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲା ନୂଆଦିଲ୍ଲୀରେ ପହଁଚିଛନ୍ତି। ତେବେ ଏଥର ନୂଆ ମନ୍ତ୍ରୀମଣ୍ଡଳର ରୂପରେଖ କଣ ହେବ ସେ ନେଇ ଜଣାପଡି ନାହିଁ। କେତେଜଣ ଏଥିରେ ସାମିଲ ହେବେ ସେ ନେଇ ମଧ୍ୟ କୌଣସି ସୂଚନା ମିଳି ନାହିଁ। ହେଲେ ଏଥର ନୂଆ ମନ୍ତ୍ରୀ ମଣ୍ଡଳରେ ଯୁବ ଗୋଷ୍ଠୀଙ୍କୁ ଗୁରୁତ୍ବ ଦିଆଯିବ ବୋଲି ଜଣାପଡିଛି। ତେବେ ନୂଆ ମନ୍ତ୍ରୀ ମଣ୍ଡଳରେ ଯେଉଁମାନେ ସାମିଲ ହେବାର ସମ୍ଭାବନା ରହିଛି ସେମାନଙ୍କୁ ନେଇ ଦିଲ୍ଲୀ ରାଜନୈତିକ ମହଲରେ ବେଶ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଦିଲ୍ଲୀ ସୂଚନା ଅନୁସାରେ ବର୍ତ୍ତମାନ ନୂଆମନ୍ତ୍ରୀ ହେବାରେ ସାତ ଜଣଙ୍କ…

