Author: Samikhsya Bureau

ଭୁବନେଶ୍ବର: ରାଜ୍ୟର ବିରିଷ୍ଠ ଆଇପିଏସ ତଥା ଭିଜିଲାନ୍ସ ନିର୍ଦ୍ଦେଶକ ଦେବାଶୀଷ ପାଣିଗ୍ରାହୀ ଶେଷରେ ସମସ୍ତଙ୍କୁ ଛାଡି ଚାଲିଗଲେ। ଆଜି ରାତି ୧୦ଟା ରେ ତାଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୬ ବର୍ଷ ବୟସ ହୋଇଥିଲା।  କୋଲକାତାରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ସେ କରୋନାରେ ଆକ୍ରାନ୍ତ ହେବା ପରେ କଟକର କୋଭିଡ ହସପିଟାଲରେ ଚିକିତ୍ସିତ ହେଉଥିଲେ। ହେଲେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଗତ ଜୁନ୍ ୮ ତାରିଖ ଦିନ ଏୟାର ଆମ୍ବୁଲାନ୍ସରେ କୋଲକାତା ସ୍ଥାନାନ୍ତର କରାଯାଇଥିଲା। ସେଠାରେ ସେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ହେଲେ ଡାକ୍ତରଙ୍କ ସମସ୍ତ ଚେଷ୍ଠା ସତ୍ବେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି। ୧୯୯୧ ବ୍ୟାଚ୍ ଆଇପିଏସ୍ ଅଫିସର ଶ୍ରୀ ପାଣିଗ୍ରାହୀ ବାଲେଶ୍ବର ଜିଲ୍ଲାରେ ୧୯୬୫ ମସିହା ଅଗଷ୍ଟ ୨୯ ତାରିଖରେ ଜନ୍ମଗ୍ରହଣ କରିଥିଲେ। କେନ୍ଦୁଝର, ପୁରୀ, କଟକ, ଗଞ୍ଜାମ ଓ ଭୁବନେଶ୍ବର ଏସ୍‌ପି…

Read More

ଭୁବନେଶ୍ବର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ରାଜ୍ୟର ୮ଟି ଜିଲ୍ଲାରେ ବିଭିନ୍ନ ସ୍ବାସ୍ଥ୍ୟ ଭିତ୍ତିଭୂମି, ତରଳ ଅକ୍ସିଜେନ (LMO) ପ୍ଲାଣ୍ଟ ଓ ଚାପ ଅବଶୋଷଣ ପ୍ରଣାଳୀରେ ଅକ୍‌ସିଜେନ ଉତ୍ପାଦନ ବ୍ୟବସ୍ଥାର (PSA Plant) ଭିତ୍ତିପ୍ରସ୍ତର ରଖିବା ସହିତ ଅନ୍ୟାନ୍ୟ ଭିତ୍ତିଭୂମିର ଉଦ୍ଘାଟନ କରିଛନ୍ତି। ଏହି ୮ଟି ଜିଲ୍ଲା ହେଉଛି – ଝାରସୁଗୁଡା, ଭଦ୍ରକ, ଜଗତସିଂହପୁର, ପୁରୀ, ସୋନପୁର, ନୟାଗଡ, ସୁନ୍ଦରଗଡ ଏବଂ ମୟୁରଭଂଜ । ରାଜ୍ୟରେ ୨୦ଟି ଚାପ ଅବଶୋଷଣ ପ୍ରଣାଳୀରେ ଅକ୍‌ସିଜେନ ଉତ୍ପାଦନ ବ୍ୟବସ୍ଥା କରିବା ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ଜୁନ୍ ୯ ତାରିଖରେ ୭ଟି ଓ ଆଜି ୮ଟି PSA Plant ଭିତ୍ତିପ୍ରସ୍ତର ରଖାଯାଇଛି । ଏହି ୨୦ଟି PSA Plant ଦ୍ବାରା ମିନିଟ୍ ପ୍ରତି ୨୪ ହଜାର ଲିଟର ମେଡିକାଲ ଅକ୍‌ସିଜେନ ଉତ୍ପାଦିତ ହୋଇପାରିବ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନ ରାଜ୍ୟରେ କୋଭିଡ ପରିସ୍ଥିତିରେ ଯଥେଷ୍ଟ ଉନ୍ନତି ଆସିଛି…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ପଞ୍ଚୁଦୋଳ ଯାତ୍ରା କମିଟିର କୋଷାଧ୍ୟକ୍ଷ ଲୋକପ୍ରିୟ ଯୁବ ସମାଜସେବୀ ସୁବ୍ରତ ଜେନା(ପିଣ୍ଟୁ)ଙ୍କର କରୋନା ଜନିତ ଅକାଳ ବିୟୋଗ ସମଗ୍ର ବାଣପୁର ଅଞ୍ଚଳକୁ ସ୍ତବ୍ଧ କରିଦେଇଛି। ଆଜି ତାଙ୍କର ଏକାଦଶାହ ଉପଲକ୍ଷେ କୋଭିଡ ନିୟମକୁ ସମ୍ମାନ ଜଣାଇ ପଞ୍ଚୁଦୋଳ ଯାତ୍ରା କମିଟି ତରଫରୁ ପଲଟଣ ପଡିଆର ଛାୟା ମଣ୍ଡପ ଠାରେ ଉପଦେଷ୍ଟା କେଦାରେଶ୍ୱର ନନ୍ଦଙ୍କ ସଭାପତିତ୍ୱରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଥିଲା। ତାଙ୍କ ଆତ୍ମାର ସଦଗତି ନିମନ୍ତେ ମା ଭଗବତୀ ଓ ପ୍ରଭୁ ଶ୍ରୀ ଚକାଠାକୁରଙ୍କ ପାଖରେ ପ୍ରଦୀପ ପ୍ରଜ୍ବଳନ ପୂର୍ବକ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ସଭାରେ କମିଟିର ଉପସଭାପତି ପ୍ରଫେସର ନଳିନିକାନ୍ତ ପଟ୍ଟନାୟକ, ସଭ୍ୟ ସଂଗ୍ରାମ ସାହୁ, ବାଳମୁକୁନ୍ଦ ଦାସ, ଶିଶିର ଦାସ, ଗୋପୀନାଥ ମହାରଣା, ମହେନ୍ଦ୍ର କୁମାର ରଣସିଂହ, ରବୀନ୍ଦ୍ର ମାର୍ଥା, ନବକିଶୋର ପ୍ରଧାନ, ଶେକ ମୋଇନୁଲ ହକ, ମହେଶ୍ୱର ଜେନା ପ୍ରମୁଖ ବହୁ ସଭ୍ୟ…

Read More

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ କରୋନା ସଂକ୍ରମଣ ତଳମୁହାଁ ହେବାରେ ଲାଗିଛି। ହେଲେ ଏଯାଏଁ ଦେଶରୁ ବିପଦ ଟଳିନି। ତୃତୀୟ ଲହରୀ ଆସିବା ସମ୍ଭାବନା ଥିବାରୁ କଟକଣାକୁ ସଂପୂର୍ଣ୍ଣ ଭାବେ କୋହଳ କରାଯାଇ ନାହିଁ। ଏହି ପ୍ରରିପ୍ରେକ୍ଷୀରେ କେତୋଟି ଟ୍ରେନକୁ ଜୁନ 21 ତାରିଖରୁ 30 ତାରିଖ ଯାଏଁ ବାତିଲ କରାଯାଇଥିବା ବେଳେ କେତୋଟି ଟ୍ରେନକୁ ଶନିବାର ଏବଂ ରବିବାର ଦିନ ବାତିଲ କରାଯାଇଛି। ସେହିଭଳି କେତୋଟି ଟ୍ରେନକୁ ଆଂଶିକ ବାତିଲ କରାଯାଇଛି। ଜୁନ 21 ରୁ 30 ତାରିଖ ଯାଏଁ ବାତିଲ ହୋଇଥିବା ଟ୍ରେନଗୁଡିକ ହେଲା: 1- 08528/08527 ବିଶାଖାପାଟନମ୍-ରାୟପୁର-ବିଶାଖାପାଟନମ୍ ସ୍ପେସାଲ୍ ବିଶାଖାପାଟନମ୍ ରୁ 21 ରୁ 30 ଜୁନ୍ ଏବଂ ରାୟପୁରରୁ 22 ଜୁନ ରୁ ଜୁଲାଇ ପହିଲା ପର୍ଯ୍ୟନ୍ତ 2- 08515/08516 ବିଶାଖାପାଟନମ୍-କିରନ୍ଦୁଲ-ବିଶାଖାପାଟନମ୍ ସ୍ପେସାଲ୍ ବିଶାଖାପାଟନମ୍ ଠାରୁ 21 ରୁ 30 ଜୁନ୍ ପର୍ଯ୍ୟନ୍ତ ଏବଂ କିରନ୍ଦୁଲରୁ 22 ଜୁନ ରୁ ଜୁଲାଇ ପହିଲା ପର୍ଯ୍ୟନ୍ତ 3- 08445/08446…

Read More

ସୀତାରାମ ଅଗ୍ରୱାଲ ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀରେ କରୋନା ସଂକ୍ରମଣ ସାମାନ୍ୟ ଅଛି। ଆଜି ଉକ୍ତ ନିର୍ବାଚନମଣ୍ଡଳୀରେ ୨୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ୨୮ ଜଣଙ୍କ ମଧ୍ୟରୁ ବାଣପୁର ବ୍ଲକରେ ୧୨ଜଣ, ଚିଲିକା ବ୍ଲକରେ ୧୨ ଜଣ, ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦରୁ ଜଣେ ଏବଂ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି ୨୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସୁସ୍ଥ ୨୮ ଜଣଙ୍କ ମଧ୍ୟରୁ ବାଣପୁର ବ୍ଲକରୁ ୬ ଜଣ, ଚିଲିକା ବ୍ଲକରୁ ୯ ଜଣ, ବାଣପୁର ବିଜ୍ଞାପିତ ଅଞ୍ଚଳରୁ ୩ ଜଣ ଏବଂ ବାଲୁଗାଁ ବିଜ୍ଞାପିତ ଅଞ୍ଚଳରୁ ୧୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଆଜି ସୁଦ୍ଧା ବାଣପୁର ବ୍ଲକରେ ୭୩ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଥିବା ବେଳେ ବାଣପୁର ବିଜ୍ଞାପିତ ଅଞ୍ଚଳରେ ୧୫ ଜଣ, ଚିଲିକା…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଗତକାଲି ଖୋର୍ଦ୍ଧା ଉପଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏବଂ ଅତିରିକ୍ତ ଆରକ୍ଷୀ ଅଧିକ୍ଷକଙ୍କ ଉପସ୍ଥିତିରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ଖୋର୍ଦ୍ଧା ଉପଖଣ୍ଡରେ ବେଆଇନ ଲଘୁ ଖଣିଜ ଦ୍ରବ୍ୟର ଚୋରା ଚାଲାଣ ରୋକିବା ନିମନ୍ତେ ସମସ୍ତ ତହସିଲଦାର ଏବଂ ଆଇଆଇସି ମାନଙ୍କୁ କଠୋର ପଦକ୍ଷେପ ଗ୍ରହଣ କରିବାପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଏହି ପରିପ୍ରେକ୍ଷୀରେ ବାଣପୁର ପୋଲିସ ଏବଂ ତହସିଲ ପ୍ରଶାସନ ଆହୁରି ସକ୍ରିୟ ହୋଇଉଠିଥିବା ଦେଖାଯାଇଛି। ଆଜି ମଧ୍ୟାହ୍ନରେ ବାଣପୁର ଥାନା ଆଙ୍କୁଲାପଦର ନିକଟରେ ଜେସିବି ମେସିନ ଦ୍ୱାରା କେତେଟି ଟ୍ରାକ୍ଟରରେ ବେଆଇନ ମାଟି ବୋଝେଇ ହେଉଥିବାର ଦେଖିବାକୁ ପାଇଥିଲେ ଅତିରିକ୍ତ ତହସିଲଦାର ପ୍ରମୋଦ ପାଢ଼ୀ। ଏନେଇ ଶ୍ରୀ ପାଢ଼ୀ ସଙ୍ଗେସଙ୍ଗେ ବାଣପୁର ଆଇଆଇସି ରଶ୍ମିରଞ୍ଜନ ସାହୁଙ୍କୁ ଜଣାଇବାରୁ ସେ କିଛି କ୍ଷଣ ମଧ୍ୟରେ ସଦଳବଳେ ଉକ୍ତ ସ୍ଥାନରେ ପହଞ୍ଚି ଚଢ଼ାଉ କରିଥିଲେ। ପୋଲିସ ଆସୁଥିବାର ଜାଣି ବାଲି ମାଫିଆ ମାନେ ଜେସିବି ଓ ଟ୍ରାକ୍ଟରଗୁଡିକୁ…

Read More

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୬ ହଜାର ୨୫୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୮୯୩, କଟକରୁ ୬୨୨, ଯାଜପୁରରୁ ୪୦୬, ଅନୁଗୁଳରୁ ୪୦୩, ବାଲେଶ୍ଵରରୁ ୩୭୩, ମୟୂରଭଞ୍ଜରୁ ୨୯୨, ପୁରୀରୁ ୨୯୨, ଢେଙ୍କାନାଳରୁ ୨୮୨, ସୁନ୍ଦରଗଡରୁ ୨୭୮, ଭଦ୍ରକରୁ ୨୫୭, କେନ୍ଦ୍ରାପଡାରୁ ୨୩୫, ଜଗତସିଂହପୁରରୁ ୨୦୮, ନବରଙ୍ଗପୁରରୁ ୧୯୮, ବୌଦ୍ଧରୁ ୧୫୨, କୋରାପୁଟରୁ ୧୩୭, ରାୟଗଡାରୁ ୧୩୬, ନୟାଗଡରୁ ୧୨୦, ବରଗଡରୁ ୧୧୯, କେନ୍ଦୁଝରରୁ ୧୧୯, କନ୍ଧମାଳରୁ ୮୦, ବଲାଙ୍ଗୀରିରୁ ୭୫, କଳାହାଣ୍ଡିରୁ ୬୬, ମାଲକାନଗିରିରୁ ୬୫, ସମ୍ବଲପୁରରୁ ୬୫, ସୋନପୁରରୁ ୫୬, ଗଞ୍ଜାମରୁ ୫୧, ଗଜପତିରୁ ୪୮, ଝାରସୁଗୁଡାରୁ ୪୦, ନୂଆପଡାରୁ ୧୫, ଦେବଗଡରୁ ୧୨ ଏବଂ ଷ୍ଟେଟ ପୁଲରୁ ୧୫୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୮ ଲକ୍ଷ…

Read More

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୪୪୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୪୪୩ ଆକ୍ରାନ୍ତଙ୍କ ମଧ୍ୟରୁ ୮୮ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୩୫୫ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୬ ହଜାର ୭୦ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୬୧୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୮୩ ହଜାର ୧୫୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨ ହଜାର ୪୯୪ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୩୯୬ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Read More

ସୀତାରାମ ଅଗ୍ରୱାଲ ବାଣପୁର: ନିକଟରେ ଖୋର୍ଦ୍ଧା ଜିଲ୍ଲା ବାଣପୁରର ଐତିହାସିକ ପଲଟନ ପଡିଆରେ ବେଆଇନ ଭାବେ ଜନୈକ ଠିକାଦାର ଏକାଧିକ ଟ୍ରିପ ବାଲି, ଗୋଡି ଗଦାଇବାକୁ ନେଇ ବିବାଦ ସୃଷ୍ଟି ହୋଇଛି। ଉକ୍ତ ପଡିଆ ପାଇକ ବିଦ୍ରୋହର ମୁକସାକି ହୋଇଥିବାବେଳେ ଏହା ସହ ବାଣପୁରବାସୀଙ୍କ ଭାବନା ଯୋଡି ହେଇଛି। ତେବେ ପୂର୍ବରୁ ଏ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶନ ପରେ ମଧ୍ୟ ଉକ୍ତ ସ୍ଥାନରୁ ଏଯାବତ ସମସ୍ତ ସାମଗ୍ରୀ ପୂର୍ବପରି ପଡି ରହିଛି।  ଏହାକୁ ଗମ୍ଭୀରତାର ସହ ନେଇ ଆଜି ଅପରାହ୍ନରେ ଶାଳିଆ ପ୍ରେସ କ୍ଲବର ସଭାପତି ଅଜିତ କୁମାର ସାହୁ ଏବଂ ଉପସଭାପତି ଅନିଲ ପାଇକରାୟଙ୍କ ନେତୃତ୍ୱରେ ଏକ ଟିମ ପଲଟନ ପଡିଆ ପରିଦର୍ଶନ କରିଥିଲେ। ତେବେ ଆଶ୍ଚର୍ଯ୍ୟର କଥା ଘନ ଘନ ଖବର ପ୍ରସାରଣ ପରେ ମଧ୍ୟ ଉକ୍ତ ସ୍ଥାନରୁ ସମସ୍ତ ସାମଗ୍ରୀ ଖାଲି କରିବା ପରିବର୍ତ୍ତେ ନୂତନ ନିର୍ମାଣକାରୀ ସାମଗ୍ରୀମାନ ଆସି ଜମା ହେଉଥିବାର ଏହି…

Read More

ପାଟଣା: ବର୍ତ୍ତମାନ ଦେଶରେ କରୋନା ଦାୟୁରୁ ରକ୍ଷା କରିବା ପାଇଁ ପିଲାମାନଙ୍କ ଉପରେ ଟୀକାର କ୍ଲିନିକାଲ ଟ୍ରାଏଲ ଆରମ୍ଭ ହୋଇଯାଇଛି। ଅପରପକ୍ଷରେ ଲୋକଙ୍କ ମନରେ ଏହାକୁ ନେଇ ଅନେକ ସନ୍ଦେହ ସୃଷ୍ଟି ହୋଇଛି। ଏଭଳି ସନ୍ଦେହ ଭିତରେ ଏମ୍ସ ପାଟଣାର ଡାକ୍ତରମାନେ ନିଜର ପିଲାମାନଙ୍କୁ କୋଭାକ୍ସିନ ଟୀକାର ଚାଲିଥିବା କ୍ଲିନିକାଲ ଟ୍ରାଏଲ ପାଇଁ ଆଗକୁ ଆସିଛନ୍ତି। ଏମ୍ସ ପାଟଣାର ନିର୍ଦ୍ଦେଶକ ଡା. ସିଏମ ସିଂହ କହିଛନ୍ତି ଯେ, ୬ ରୁ ୧୨ ବର୍ଷ ବର୍ଗର ପିଲାଙ୍କ ପାଇଁ ସୋମବାରଠାରୁ ଆରମ୍ଭ ହୋଇଯାଇଛି। ଏହି ପ୍ରରିପ୍ରେକ୍ଷୀରେ ୭ ଜଣ ପିଲା ପ୍ରଥମ ଡୋଜ ଟୀକା ନେଇଛନ୍ତି। ବିହାରର ଏକ ଡାକ୍ତର ଦମ୍ପତି ତାଙ୍କର ଦୁଇ ସନ୍ତାନଙ୍କ ଉପରେ ଟୀକାର କ୍ଲିନିକାଲ ଟ୍ରାଏଲ କରିଛନ୍ତି।

Read More

ନୂଆଦିଲ୍ଲୀ: ଟୀକା ନେଇଥିବା ଲୋକଙ୍କୁ କରୋନା ଭୂତାଣୁ କେତେ ପ୍ରଭାବ ପକାଇପାରେ, ତାହା ନେଇ ନୀତି ଆୟୋଗ ସଦସ୍ୟ ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି। କରୋନା ଟୀକା ଲୋକଙ୍କୁ ଅନେକ ଫାଇଦା ଦେଇଥାଏ। ହଜାର ହଜାର ଲୋକଙ୍କୁ ଟୀକା ବଞ୍ଚାଇପାରିଛି। ଟୀକା ନେଇଥିବା ୭୫ ରୁ ୮୦ ପ୍ରତିଶତ ଲୋକେ କରୋନା ଆକ୍ରାନ୍ତ ହେଲେ, ହସ୍ପିଟାଲ ଯିବାକୁ ପଡିନଥାଏ। ୮ ପ୍ରତିଶତ ଲୋକଙ୍କୁ ଅକ୍ସିଜେନ ଆବଶ୍ୟକ ପଡୁଥିବା ବେଳେ ମାତ୍ର ୬ ପ୍ରତିଶତ ଲୋକଙ୍କୁ ଆଇସିୟୁରେ ଭର୍ତ୍ତି ହେବାକୁ ପଡିଥାଏ। ଏନେଇ ନୀତି ଆୟୋଗ ସଦସ୍ୟ ଡା. ଭିକେ ପଲ ସୂଚନା ଦେଇଛନ୍ତି।

Read More

ଭୁବନେଶ୍ବର: ଓଡିଆ କଣ୍ଠ ଶିଳ୍ପୀ ତପୁ ମିଶ୍ରଙ୍କ ଚିକିତ୍ସା ପାଇଁ ୧ ଲକ୍ଷ ଟଙ୍କା ସହାୟତା ଘୋଷଣା କରାଯାଇଛି। ରାଜ୍ୟ ସଂସ୍କୃତି ବିଭାଗ ପକ୍ଷରୁ ତପୁ ମିଶ୍ରଙ୍କୁ ୧ ଲକ୍ଷ ଟଙ୍କା ସହାୟତା ପ୍ରଦାନ କରାଯାଇଛି। କଳାକାର ପାଣ୍ଠିରୁ ତପୁଙ୍କ ଚିକିତ୍ସା ପାଇଁ ଏହି ରାଶି ପ୍ରଦାନ କରାଯାଇଛି। କରୋନାରେ ଆକ୍ରାନ୍ତ ହୋଇ ଏବେ ଗୁରୁତର ଅବସ୍ଥାରେ ତପୁ ଚିକିତ୍ସିତ ହେଉଛନ୍ତି। ଓଡିଶାର ବହୁ କଣ୍ଠ ଶିଳ୍ପୀ ଏବଂ କଳାକାରମାନେ ତାଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।

Read More

ଭୁବନେଶ୍ବର: ରାଜ୍ୟରେ ଯୁକ୍ତ ୨ ପରୀକ୍ଷା ଫଳ ପ୍ରକାଶ ନେଇ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଘୋଷଣା ହୋଇଛି। ଅଗଷ୍ଟ ୨ ୟ ସପ୍ତାହରେ ଯୁକ୍ତ ୨ ପରୀକ୍ଷା ଘୋଷଣା ହେବ। ପରୀକ୍ଷା ଫଳ ମୂଲ୍ୟାୟନ ବ୍ୟବସ୍ଥା ଉପରେ ସିଏଚଏସଇ ଘୋଷଣା କରିଛି। ରେଗୁଲାର ପିଲାଙ୍କ ପାଇଁ ଦଶମ ପରିକ୍ଷା ଫଳ ଆଧାରରେ ମୂଲ୍ୟାୟନ ହେବ। ଏକ୍ସରେଗୁଲାର ପିଲାଙ୍କର ପୂର୍ବଥର ପରୀକ୍ଷାକୁ ନେଇ ମୂଲ୍ୟାୟନ ହେବ। ପୂର୍ବ ପରୀକ୍ଷାରେ ପାସ ନମ୍ବରକୁ ଦେଖି ମୂଲ୍ୟାୟନ ହେବ। ଯେଉଁମାନେ ଏହି ପରୀକ୍ଷା ଫଳରେ ସନ୍ତୁଷ୍ଟ ନହେବେ, ସେମାନେ ସ୍ଥିତି ସୁଧୁରିଲେ ଅଫଲାଇନରେ ପରୀକ୍ଷା ଦେଇପାରିବେ।

Read More

କୋଲକାତା, ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ତଥା ତ୍ରୁଣମୂଳ କଂଗ୍ରେସର ମୁଖ୍ୟ ମମତା ବାନାର୍ଜୀ କୋଲକତା ହାଇକୋର୍ଟର ନନ୍ଦିଗ୍ରାମ ବିଧାନସଭା ଆସନରୁ ବିରୋଧୀଦଳର ନେତା ଶୁଭେନ୍ଦୁ ଅଧିକାରୀ ନିର୍ବାଚନକୁ ଚ୍ୟାଲେଞ୍ଜ କରିଛନ୍ତି। ଏହି ଆବେଦନ ଉପରେ କୋର୍ଟ ଶୁଣାଣି ଜୁନ୍ 24 ତାରିଖ ପର୍ଯ୍ୟନ୍ତ ସ୍ଥଗିତ ରଖିଛନ୍ତି। ମମତାଙ୍କ ଓକିଲ ଶୁକ୍ରବାର ଦିନ ଜଷ୍ଟିସ କୌଶିକ ଚାନ୍ଦଙ୍କ ଏକ ବେଞ୍ଚ ସମ୍ମୁଖରେ ଏହି ମାମଲା ଉପସ୍ଥାପନ କରିଛନ୍ତି। ଟିଏମସି ମୁଖ୍ୟ ମମତା ବାନାର୍ଜୀ ତାଙ୍କ ଆବେଦନରେ ବିଜେପି ବିଧାୟକ ଶୁଭେନ୍ଦୁ ଅଧିକାରୀଙ୍କୁ ଲୋକ ପ୍ରତିନିଧୀ ଅଧିନିୟମ, 1951 ର ଧାରା 123 ଅନୁଯାୟୀ ତାଙ୍କ ବିଜୟ ବେଆଇନ ବୋଲି ଅଭିଯୋଗ କରିଛନ୍ତି। ଗଣନା ପ୍ରକ୍ରିୟାରେ ଅସଙ୍ଗତି ଥିବାର ମମତା ଆବେଦନ କରିଛନ୍ତି। ଏହି ଅସଙ୍ଗତି ଯୋଗୁଁ ସେ ହାରିଯାଇଛନ୍ତି ଏବଂ ଶୁଭେନ୍ଦୁ ଜିତିଛନ୍ତି ବୋଲି ଏଥିରେ ଉଲ୍ଲେଖ କରାଯାଇଛି। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ​​ଏକ ବୃହତ ବିଜୟ ହାସଲ କରିଥିବା ଶାସକ ଟିଏମସି ସଭାପତି…

Read More

ନୂଆଦିଲ୍ଲୀ: ଆଗାମୀ ଟୋକିଓ ଅଲମ୍ପିକ୍ସ ପାଇଁ ୧୬ ଜଣିଆ ଭାରତୀୟ ପୁରୁଷ ହକି ଦଳ ଘୋଷଣା ହୋଇଛି। ଘୋଷିତ ଭାରତୀୟ ଦଳରେ ୨ ଜଣ ଓଡିଆ ଖେଳାଳିଙ୍କୁ ସ୍ଥାନ ମିଳିଛି। ବିରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସଙ୍କୁ ଭାରତୀୟ ୧୬ ଜଣିଆ ଦଳରେ ସାମିଲ କରାଯାଇଛି। ତେବେ ଏହି ଦୁଇ ଖେଳାଳିଙ୍କୁ ଅଲମ୍ପିକ ଖେଳିବା ପାଇଁ ସୁଯୋଗ ମିଳିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି। ଘୋଷିତ ଭାରତୀୟ ହକି ଦଳ: ପି ଶ୍ରୀଜେଶ, ହରମନପ୍ରୀତ ସିଂ, ରୂପିନ୍ଦର ପାଲ, ସୁରେନ୍ଦର କୁମାର, ଅମିତ ରୋହିଦାସ, ବୀରେନ୍ଦ୍ର ଲାକ୍ରା, ହାର୍ଦ୍ଦିକ ସିଂ, ମନପ୍ରୀତ ସିଂ, ବିବେକ ସାଗ. ନୀଳକଣ୍ଠ ଶର୍ମା, ସୁମିତ, ସମଶେର ସିଂ, ଦିଲପ୍ରୀତ୍ ସିଂ, ଗୁରଞ୍ଜତ ସିଂ, ଲଳିତ କୁମାର ଉପାଧ୍ୟାୟ, ମନଦୀପ ସିଂ ସାମିଲ ଅଛନ୍ତି।

Read More

ନୂଆଦିଲ୍ଲୀ: ଆଜିଠୁ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ୱାର୍ଲ୍ଡ ଟେଷ୍ଟ ଚମ୍ପିୟାନଶିପ ଇଂଲଣ୍ଡର ସାଉଥେମ୍ପଟନରେ ଖେଳାଯିବ। ଭାରତୀୟ ସମୟ ଅନୁସାରେ ଅପରାହ୍ନ ୩ ଟା ସମୟରେ ମ୍ୟାଚ ଆରମ୍ଭ ହେବ। କିନ୍ତୁ ମିଳିଥିବା ଖବର ଅନୁଯାୟୀ ବର୍ତ୍ତମାନ ସାଉଥେମ୍ପଟନରେ ବର୍ଷା ହେଉଛି। ବର୍ଷା କାରଣରୁ ନିର୍ଦ୍ଧାରିତ ସମୟରେ ମ୍ୟାଚ ଖେଳାଯିବା ସମ୍ଭାବନା ନାହିଁ। ଉଲ୍ଲେଖ ଯୋଗ୍ୟ ଯେ, ଏହା ଏକ ଐତିହାସିକ ମ୍ୟାଚ। ୱାର୍ଲ୍ଡ ଟେଷ୍ଟ ଚମ୍ପିୟାନଶିପ ଫାଇନାଲ ମ୍ୟାଚ ପ୍ରଥମ ଥର ପାଇଁ ଆଇସିସି ଆୟୋଜନ କରୁଛି। ତେଣୁ ଯେଉଁ ଦଳ ଏହି ମ୍ୟାଚ ଜିତିବ, ସେହି ଦଳ ଇତିହାସ ରଚିବ। ଏବଂ ଏହି ଟୁର୍ଣ୍ଣାମେଣ୍ଟରେ ପ୍ରଥମ ଚମ୍ପିୟାନ ହେବାର ଗୌରଭ ଲାଭ କରିବ। ତେଣୁ ଏହି ମ୍ୟାଚ ଉପରେ ସମସ୍ତଙ୍କର ନଜର ରହିଛି। ସାଉଥେମ୍ପଟନରେ ଗତକାଲି ରାତିରୁ ବର୍ଷା ଲାଗିରହିଥିଲା। ବର୍ଷା ୫ ଦିନ ହେବା ସମ୍ଭାବନା ଦେଖାଯାଉଥିବାରୁ ମ୍ୟାଚ ଖେଳାଯିବା ନେଇ ବିପଦ ଦେଖାଯାଇଛି। ଏହି ମ୍ୟାଚ…

Read More

ଭୁବନେଶ୍ବର: ରାଜ୍ୟରେ ୟୁଜି/ପିଜି ଫାଇନାଲ ସେମିଷ୍ଟାର ପରୀକ୍ଷା ହେବ। ଆଜି ବସିଥିବା ବିଶ୍ୱବିଦ୍ୟାଳୟ କୁଳପତିମାନଙ୍କ ବୈଠକରେ ନିଷ୍ପତ୍ତି ହୋଇଛି। ଜୁଲାଇ ମାସ କିମ୍ବା ଅଗଷ୍ଟ ମାସ ସୁଦ୍ଧା ୟୁଜି/ପିଜି ଫାଇନାଲ ପରୀକ୍ଷା ହେବ। ହେଲେ ପରୀକ୍ଷା କେବେ ହେବ, ତାହା ନେଇ ବିଶ୍ୱବିଦ୍ୟାଳୟ ତାରିଖ ନିର୍ଦ୍ଧାରଣ କରିବ। ପରୀକ୍ଷା ଅନଲାଇନରେ ହେବା ପାଇଁ ନିଷ୍ପତ୍ତି ହୋଇଛି। ଅନଲାଇନ ପରୀକ୍ଷା କେମିତି ହେବ, ତାହା ବିଶ୍ୱବିଦ୍ୟାଳୟ ସ୍ଥିର କରିବ। ଛାତ୍ରଛାତ୍ରୀ ଘରେ ରହି ପରୀକ୍ଷା ଦେଇପାରିବେ। ଯେଉଁମାନଙ୍କର ପରୀକ୍ଷା ଦେବା ପାଇଁ ଘରେ ଅସୁବିଧା ଥିବ, ସେମାନେ ବିଶ୍ୱବିଦ୍ୟାଳୟରେ ପରୀକ୍ଷା ଦେଇପାରିବେ। ଏନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଡା. ଅରୁଣ ସାହୁ ସୂଚନା ଦେଇଛନ୍ତି।

Read More

ରାଞ୍ଚି: ଚାଷୀଙ୍କ ପାଇଁ ଝାଡ଼ଖଣ୍ଡ ସରକାର ଏକ ବଡ ଘୋଷଣା କରିଛି। ରାଜ୍ୟରେ ୨ ଲକ୍ଷ ୪୬ ହଜାର ଚାଷୀଙ୍କୁ ୯୮୦ କୋଟି ଟଙ୍କା ଋଣ ମୁକ୍ତ କରିବା ଘୋଷଣା କରିଛି। ଝାଡ଼ଖଣ୍ଡର ଚାଷୀଙ୍କୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଋଣ ମୁକ୍ତ କରିବା ପାଇଁ ସରକାର ଘୋଷଣା କରିଛି। ଝାଡଖଣ୍ଡ କୃଷି ପାଳନ ମନ୍ତ୍ରୀ ବାଦଲ ପତ୍ରଲେଖ କହିଛନ୍ତି ଯେ, କୃଷି ଋଣ ମୁକ୍ତ କରିବା ପାଇଁ ରାଜ୍ୟ ସରକାରର ସଂକଲ୍ପ ଥିଲା। ଆମ ସରକାରର ଏହା ଏକ ମହତ୍ବପୂର୍ଣ୍ଣ ଯୋଜନା ଭିତରୁ ଅନ୍ୟତମ। ଆମ ସରକାର ଋଣ ମୁକ୍ତ କରିବା ପାଇଁ ବିଧାନସଭାରେ ଘୋଷଣା କରିଥିଲା। ତେଣୁ ଏହା ଉପରେ ଆମେ ନିରନ୍ତର କାମ କରୁଥିଲୁ ବୋଲି ମନ୍ତ୍ରୀ ବାଦଲ ପତ୍ରଲେଖ କହିଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ, ଝାଡଖଣ୍ଡ ସରକାର ଚଳିତ ଆର୍ଥିକ ବଜେଟରେ କୃଷି ଋଣ ମୁକ୍ତ କରିବା ପାଇଁ ୧ ହଜାର କୋଟି ଟଙ୍କାର ବ୍ୟବସ୍ଥା…

Read More

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୬୨ ହଜାର ୪୮୦ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୧ ହଜାର ୫୮୭ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୨ କୋଟି ୯୭ ଲକ୍ଷ ୬୨ ହଜାର ୭୯୩ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୮୩ ହଜାର ୪୯୦ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୮୪ ଲକ୍ଷ ୭୨ ହଜାର ୯୧୯ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୭ ଲକ୍ଷ ୯୮ ହଜାର ୬୫୬ ଆକ୍ଟିଭ୍‌ କେସ୍ ରହିଛି।

Read More

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୩୭ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୩୭ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୩୫୦୭ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ କଟକ, ଝାରସୁଗୁଡା, କଳାହାଣ୍ଡି ଜିଲ୍ଲାରୁ ୪ ଜଣ, ବରଗଡ, ସୁନ୍ଦରଗଡ ଓ ପୁରୀ ଜିଲ୍ଲାରୁ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ସେହିଭଳି ବଲାଙ୍ଗୀରି, କେନ୍ଦ୍ରାପଡା, ରାୟଗଡା ଓ ଦେବଗଡ ଜିଲ୍ଲାରୁ ୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଗଜପତି, ମୟୂରଭଞ୍ଜ ଓ ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୭୦ ହଜାର ୪୯୮ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୮ ଲକ୍ଷ ୨୩ ହଜାର ୫୯୯…

Read More