Author: Samikhsya Bureau

ଭୁବନେଶ୍ବର: ଆଜି ରାଜ୍ୟରେ ୩ ହଜାର ୮୦୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୨୧୭୨ ଜଣ ଚିହ୍ନଟ ହୋଇଥିବା ବେଳେ ୧୬୩୪ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୭୦ ହଜାର ୪୯୮ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୮ ଲକ୍ଷ ୨୩ ହଜାର ୫୯୯ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୪୩ ହଜାର ୩୩୮ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୩୫୦୭ କୁ ବୃଦ୍ଧି ହୋଇଛି। ଆଜି ମୋଟ ୩୦ ଟି ଜିଲ୍ଲାରୁ ୩ ହଜାର ୮୦୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୬୧୭ ଜଣ, କଟକ ଜିଲ୍ଲାରୁ ୩୯୩ ଜଣ, ଅନୁଗୁଳ ଜିଲ୍ଲାରୁ…

Read More

ଭୁବନେଶ୍ବର, କେବୁଲ ଟେଲିଭିଜନ ନେଟୱର୍କ ନିୟମାବଳୀ, ୧୯୯୪ରେ ସଂଶୋଧନ କରିଛନ୍ତି କେନ୍ଦ୍ର ସରକାର। ଏ ସଂକ୍ରାନ୍ତରେ ଆଜି ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। କେବୁଲ ଟେଲିଭିଜନ ନେଟୱର୍କ ଆଇନ, ୧୯୯୫ ଅନୁଯାୟୀ ଟେଲିଭିଜନ ଚ୍ୟାନେଲଗୁଡ଼ିକ ଦ୍ୱାରା ପ୍ରସାରଣ କରାଯାଉଥିବା ବିଷୟବସ୍ତୁ ସଂକ୍ରାନ୍ତରେ ନାଗରିକ ମାନଙ୍କର ଆପତ୍ତି କିମ୍ବା ଅଭିଯୋଗର ସମାଧାନ ଲାଗି ଏକ ବୈଧାନିକ ବ୍ୟବସ୍ଥା ରହିବ। ବର୍ତ୍ତମାନ, ନିୟମାବଳୀ ଅନ୍ତର୍ଗତ ରହିଥିବା ବ୍ୟବସ୍ଥା ଅନୁଯାୟୀ, ଏକ ଆନ୍ତଃମନ୍ତ୍ରିସ୍ତରୀୟ ସମିତି ଦ୍ୱାରା କାଯ୍ୟକ୍ରମ/ବିଜ୍ଞାପନ ସଂହିତାର ଉଲ୍ଲଙ୍ଘନ ସଂକ୍ରାନ୍ତରେ ନାଗରିକମାନଙ୍କର ଅଭିଯୋଗର ସମାଧାନ ଲାଗି ସଂସ୍ଥାଗତ ବ୍ୟବସ୍ଥା ରହିଛି। ଅନୁରୂପ ଭାବେ, ଅଭିଯୋଗଗୁଡ଼ିକର ସମାଧାନ ଲାଗି ବିଭିନ୍ନ ପ୍ରସାରଣକାରୀଙ୍କର ଏକ ସ୍ୱ-ନିୟାମକ ବ୍ୟବସ୍ଥା ରହିଛି। ତେବେ ଅଭିଯୋଗ ସମାଧାନ ଢାଞ୍ଚାକୁ ସୁଦୃଢ଼ କରିବା ଲାଗି ଏକ ବୈଧାନିକ ବ୍ୟବସ୍ଥା କରିବାର ଆବଶ୍ୟକତା ଅନୁଭୂତ ହେଉଥିଲା। କେତେକ ପ୍ରସାରଣକାରୀମାନେ ମଧ୍ୟ ସେମାନଙ୍କର ସଂଘ ବା ସଂସ୍ଥାଗୁଡ଼ିକୁ ଆଇନଗତ ମାନ୍ୟତା ଦେବା ନିମନ୍ତେ ଅନୁରୋଧ କରିଥିଲେ।…

Read More

ଭୁବନେଶ୍ୱର, ଲକଡାଉନ ବେଳେ ହୋଟେଲ ବନ୍ଦ। ହେଲେ ଯେଉଁମାନେ ଛୋଟ ଚାକିରୀ କରି ବଞ୍ଚୁଛନ୍ତି, ସେମାନଙ୍କ ପାଇଁ ଏହା ବଡ ସମସ୍ୟା ସୃଷ୍ଟି କରିଛି। ଯେଉଁମାନେ ବା କାମକୁ ଆସୁଛନ୍ତି ହେଲେ ସେମାନଙ୍କୁ ଖାଇବାକୁ କିଛି ମିଳୁ ନାହିଁ। କାରଣ ଲକଡାଉନ ପାଇଁ ହୋଟେଲ ବନ୍ଦ। ପାଖରେ ପଇସା ଥିଲେ ମଧ୍ୟ ପେଟକୁ ଆହାର ମିଳୁପାରୁ ନାହିଁ। ଏହିପରି ସମୟରେ ବିଏମସି ପରିଚାଳିତ ଆହାର କେନ୍ଦ୍ର ଏମାନଙ୍କର ସାହା ଭରସା ପାଲଟିଛି। ଭଗବତ୍ ପ୍ରସାଦ ପାଢୀ ବୟସ ପାଖାପାଖି ୫୦ ବର୍ଷ, ଜଣେ ଘରୋଇ ଆୟୁବେଦିକ୍ ଦୋକାନର କର୍ମଚାରୀ, ନିୟମିତ ଭାବେ ଆହାର କେନ୍ଦ୍ରକୁ ଆସି ଖାଦ୍ୟ ଖାଆନ୍ତି। ସେ କହନ୍ତି, ଏହି ସହରରେ ଆମ ଭଳି ଚାକିରିଆଙ୍କୁ ସବୁ ବ୍ୟବସ୍ଥା କରି ରନ୍ଧାବଢା କରିବାର ସୁବିଧା ନଥିବା ବେଳେ କମ୍ ଦାମ୍‌ରେ ଆହାରର ପେଟପୁରା ଭୋଜନ ଆମ ପାଇଁ ବହୁତ କିଛି । ସେହିପରି ଲଭ୍‌ଲୀ ଶବର ବୟସ ୧୫…

Read More

ଭୁବନେଶ୍ବର, ମୁଖ୍ୟମନ୍ତ୍ରୀ ରିଲଫ ପାଣ୍ଠିକୁ ପ୍ରଦାନ କରାଗଲା 500 କୋଟି ଟଙ୍କା। ଏହି ଟଙ୍କା ପ୍ରଦାନ କରିଛି ଓଡିଶା ଖଣି ନିଗମ। ନିଗମ ତରଫରୁ ଏକ ଚେକ ମୁଖ୍ୟମନ୍ତ୍ରୀଙ୍କ ଭର୍ଚୁୟାଲ ଉପସ୍ଥିତିରେ ମୁଖ୍ୟ ଶାସନ ସଚିବଙ୍କୁ ପ୍ରଦାନ କରାଯାଇଛି। ଏଥିରେ ଓମସିର ଅଧ୍ୟକ୍ଷ ସୁରେନ୍ଦ୍ର କୁମାର ଏହି ଚେକ ପ୍ରଦାନ କରିଛନ୍ତି। ଏଥିରେ ସୁରେନ୍ଦ୍ର କୁମାର କହିଛନ୍ତି ଯେ ମହାମାରି ସତ୍ବେ ଓଏମସି ଚଳିତ ବର୍ଷ ଗତବର୍ଷ ତୁଳନାରେ 5.42 ପ୍ରତିଶତ ଲାଭ କରିଛି। ଏଥର ଓଏମସି 17.12 ମିଲିୟନ ଟନ ଲୁହାପଥର କାରବାର କରିଛି। ଯାହାର ମୂଲ୍ୟ 5 ହଜାର 592 କୋଟି ଟଙ୍କା ହେବ ବୋଲି ସୁରେନ୍ଦ୍ର କୁମାର କହିଛନ୍ତି। ଏହି ଅବସରରେ ଓଏମସି ପରିଚାଳନା ନିର୍ଦ୍ଦେଶକ ଶ୍ରୀ ବଲୱନ୍ତ ସିଂ, IAS ମଧ୍ୟ ଉପସ୍ଥିତ ଥିଲେ। କରୋନା ପ୍ରଭାବିତଙ୍କୁ ସହାୟତା ଯୋଗାଇଦେବାରେ ଓଡ଼ିଶା ସରକାରଙ୍କ ଉଦ୍ୟମକୁ ଆହୁରି ଆଗେଇ ନେବା ପାଇଁ ସହାୟତା ପ୍ରଦାନ କରାଯିବ ବୋଲି…

Read More

ଭୁବନେଶ୍ବର, ବିଷ୍ଣୁପୁରାଣ ଅନୁସାରେ ହିରଣ୍ୟକଶିପୁଙ୍କୁ ବଧ କରିବା ପାଇଁ ଭଗବାନ ବିଷ୍ଣୁ ନୃସିଂହ ଅବତାର ଗ୍ରହଣ କରିଥିଲେ। ଏଥିରେ ବିଷ୍ଣୁ ଏକ ଭୟଙ୍କର ରୂପ ଧାରଣ କରି ହିରଣ୍ୟ କଶିପୁଙ୍କୁ ମାରିଥିଲେ। ସେହିଦିନଠାରୁ ଭଗବାନଙ୍କର ନୃସିଂହ ଅବତାର 10 ଅବତାର ମଧ୍ୟରୁ ଗୋଟିଏ। ଭାରତର ବିଭିନ୍ନ ସ୍ଥାନରେ ଭଗବାନଙ୍କ ଏହି ରୂପକୁ ପୂଜା କରାଯାଏ। ସେଥିପାଇଁ ନୃସିଂହ ମନ୍ଦିର ମଧ୍ୟ ପ୍ରତିଷ୍ଠା କରାଯାଇଛି। ହେଲେ ଆପଣ ଆଶ୍ଚର୍ଯ୍ୟ ହେବେ ଭାରତରେ ଏପରି ଏକ ମନ୍ଦିର ଅଛି ଯେଉଁଠାରେ ଭଗବାନ ନୃସିଂହଙ୍କର 5ଟି ଭିନ୍ନ ଭିନ୍ନ ରୂପକୁ ପୂଜା କରାଯାଉଛି। ସେହି ରୂପଗୁଡିକ ହେଲା ଯୋଗ ନୃସିଂହ, ଜ୍ବାଳା ନୃସିଂହ, ଉଗ୍ର ନୃସିଂହ, ଲକ୍ଷ୍ମୀ ନୃସିଂହ ଏବଂ ଗନ୍ଧଭନ୍ଦ୍ରା ନୃସିଂହ। ଏହି ପାଞ୍ଚୋଟି ରୂପ 12 ଫୁଟ ଉଚ୍ଚତା ଏବଂ 30 ଫୁଟ ଲମ୍ବା ବିଶିଷ୍ଠ ଏକ ଗୁମ୍ଫାରେ ପୂଜା ପାଉଛନ୍ତି। ଏଥିସହିତ ସେଠାରେ ରହିଛି ଏକ ସୁନ୍ଦର ମନ୍ଦିର। ସେ ମନ୍ଦିରର…

Read More

ମେଷ-ଲଭ୍ ଲାଇଫରେ ତୁମେ ତୁମର ସାଥୀଙ୍କ ସହିତ ସମୟ ବିତାଇବାକୁ ଏକ ସୁଯୋଗ ପାଇବ । ଆପଣଙ୍କ ଇଚ୍ଛା ପୂରଣ କରିବା ପାଇଁ ଆପଣଙ୍କ ପରିବାର ଆପଣଙ୍କ ସମର୍ଥନରେ ଠିଆ ହେବେ । କିଛି ଲୋକ ଏହି ସପ୍ତାହରେ ଆର୍ଥିକ ସ୍ବାଧୀନ ହେବେ। କୈଣସି ସ୍ୱାସ୍ଥ୍ୟ ସମସ୍ୟା ହେବ ନାହିଁ । ପ୍ରେମ ସଂପର୍କରେ ମଧୁରତା ବୃଦ୍ଧି ହେବାର ସମ୍ଭାବନା ଅଛି । ବୃଷ-ବ୍ୟବସାୟ ଅଭିବୃଦ୍ଧି ପାଇଁ ବିଦେଶ ଭ୍ରମଣର ଲକ୍ଷଣ ଅଛି, ଯାହା ଶେଷରେ ଲାଭଦାୟକ ହେବ । କମିଶନ ଆଧାରରେ କାର୍ଯ୍ୟ କରୁଥିବା ଲୋକଙ୍କ ପାଇଁ ଏହି ସପ୍ତାହ ଅତ୍ୟନ୍ତ ଲାଭଦାୟକ ହେବ । ସ୍ୱାସ୍ଥ୍ୟ ଭଲ ରହିବ । ତୁମେ ତୁମର ସାଥୀଙ୍କ ସହିତ ସମୟ ବିତାଇବାକୁ ଏକ ସୁଯୋଗ ପାଇବ, ଯାହା ତୁମ ମନକୁ ସପ୍ତାହ ସାରା ସତେଜ ରଖିବ । ମିଥୁନ- ପରିବାରର ଗୁରୁଜନମାନେ ତୁମେ କରୁଥିବା ସମସ୍ତ କାର୍ଯ୍ୟରେ ସାହାଯ୍ୟ କରିବ । ତୁମେ…

Read More

ନୟାଗଡ/ଚାନ୍ଦପୁର: ଆଜି ରାତିରେ ନୟାଗଡ ଜିଲ୍ଲା ଚାନ୍ଦପୁର ୧୬ ନମ୍ବର ଜାତୀୟ ରାଜପଥ ରୟାଲ କଟେଜ ନିକଟରେ ଏକ ହାଇଡ୍ରୋକ୍ଲୋରିକ ଏସିଡ ଭର୍ତ୍ତି ଟ୍ୟାଙ୍କରରୁ ଯାନ୍ତ୍ରିକ ତ୍ରୁଟି ଲାଗି ଏସିଡ ଲିକ ହେବାରେ ଲାଗିଛି। ସୂଚନା ମୁତାବକ ଆଜି ରାତି ୯ ଘଟିକା ପାଖାପାଖି ଗଞ୍ଜାମରୁ ହାଇଡ୍ରୋକ୍ଲୋରିକ ଏସିଡ ଭର୍ତ୍ତି ଏକ ଟ୍ୟାଙ୍କର କୋଲକାତା ଅଭିମୁଖେ ଯାଉଥିବାବେଳେ ଚାନ୍ଦପୁର ଥାନା ୧୬ ନମ୍ବର ଜାତୀୟ ରାଜପଥ ଅନ୍ତର୍ଗତ ରୟାଲ କଟେଜ ନିକଟରେ ଟ୍ୟାଙ୍କରର ଭାଲବ ଟି ଭାଙ୍ଗିଯାଇଥିଲା। ଫଳରେ ହାଇଡ୍ରୋକ୍ଲୋରିକ ଏସିଡ ଲିକ ହୋଇ ରାଜପଥରେ ବୋହିବାକୁ ଲାଗିଥିଲା। ସଙ୍ଗେସଙ୍ଗେ ଖବର ପାଇ ଚାନ୍ଦପୁର ଆଇଆଇସି ରଶ୍ମିରଂଜନ ଦାସ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ପ୍ରଥମେ ଗାଡିକୁ ରୋଡ଼ ପାର୍ଶ୍ଵକୁ ନେଇଯାଇଥିଲେ। ଏବଂ ଜାତୀୟ ରାଜପଥ ବ୍ଲକ କରି ଆଖ ପାଖ ଅଞ୍ଚଳରୁ ତୁରନ୍ତ ଜନସାଧାରଣଙ୍କୁ ଖାଲି କରିଥିଲେ। ବର୍ତ୍ତମାନ ଘଟଣାସ୍ଥଳରେ ଟାଙ୍ଗୀ ଅଗ୍ନିଶମ ବାହିନୀ ପହଞ୍ଚି ପାଣି ସାହାଯ୍ୟରେ ହାଇଡ୍ରୋକ୍ଲୋରିକ ଏସିଡକୁ…

Read More

ଭୁବନେଶ୍ୱର,  ଆଜି ପୂର୍ବାହ୍ନରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଛାତ୍ରଛାତ୍ରୀମାନଙ୍କୁ ଅନ୍‌ଲାଇନ୍‌ ମାଧ୍ୟମରେ ଶିକ୍ଷାଦାନ ଓ ଶିକ୍ଷଣ ଅଭିବୃଦ୍ଧି ମୂଲ୍ୟାୟନ ପାଇଁ ଓସେପା ଦ୍ୱାରା ପ୍ରସ୍ତୁତ ଇ-ପାଠଶାଳା ଓ ଇ-ମୂଲ୍ୟାଙ୍କନ ନାମକ ଦୁଇଟି ପୋର୍ଟାଲକୁ ଭର୍ଚୁଆଲ୍‌ ମାଧ୍ୟମରେ ଉଦ୍‌ଘାଟନ କରି କହିଛନ୍ତି ଯେ କୋଭିଡ୍‌ ସମୟରେ ଶିକ୍ଷାଦାନ ଓ ପିଲାମାନେ କେତେ ଶିକ୍ଷାଲାଭ କଲେ ତାହାର ଆକଳନରେ ଏହି ପୋର୍ଟାଲ ବହୁ ସହାୟକ ହେବ । ସଂପ୍ରତି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ନିଆଯାଇଥିବା ଉଚ୍ଚବିଦ୍ୟାଳୟ ରୂପାନ୍ତରଣ ଶିକ୍ଷାକ୍ଷେତ୍ରରେ ନିଆଯାଉଥିବା ବୈପ୍ଳବିକ ପରିବର୍ତ୍ତନରେ ଯଥା ଡିଜିଟାଲ୍‌ ଶିକ୍ଷା ଓ ସ୍ମାର୍ଟ କ୍ଲାସରେ ବିଶେଷ ସହାୟକ ହେବ । ଏହି ପୋର୍ଟାଲ ଦ୍ୱାରା ଉଭୟ ଜିଲ୍ଲା ଓ ରାଜ୍ୟସ୍ତରର ଶିକ୍ଷା ପ୍ରଶାସକ ଶିକ୍ଷଣ ଅଗ୍ରଗତିର ସମୀକ୍ଷା କରିପାରିବେ । ଏହି ଅବସରରେ କୋଭିଡ୍‌ ପରିସ୍ଥିତିରେ ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନ ନିମିତ୍ତ ବିଭାଗର ପ୍ରସ୍ତୁତିକୁ ନେଇ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ…

Read More

ଭୁବନେଶ୍ୱର, ‘ମୋ ସ୍କୁଲ୍ ଅଭିଯାନ’ର ୨୫ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ ଗୁରୁବାର ଦିନ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। କୋଭିଡ୍ ପରିସ୍ଥିତିକୁ ଦୃଷ୍ଟିରେ ରଖି ଚଳିତ ମାସ ଭର୍ଚୁଆଲ୍ ମୋଡ୍‌ରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ ଓଡ଼ିଶାର ୨୩ଟି ଜିଲ୍ଲାର ମୋଟ ୧୦୩ କୋଟି ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଛି। ଗତ ୧ ମାସ ମଧ୍ୟରେ ୧୭ ହଜାରରୁ ଊର୍ଦ୍ଧ୍ୱ ପୁରାତନ ଛାତ୍ରଛାତ୍ରୀ ମୋ ସ୍କୁଲ୍ ଅଭିଯାନ ସହ ଯୋଡ଼ି ହୋଇଥିବା ବେଳେ ସେମାନେ ନିଜ ନିଜ ବିଦ୍ୟାଳୟର ବିକାଶ ପାଇଁ ୫ କୋଟି ୨ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି । ବାଲେଶ୍ୱରରେ ସର୍ବାଧିକ ୨.୨୮ କୋଟି, ଭଦ୍ରକରେ ୩୫ ଲକ୍ଷ ୮୧ ହଜାର, ମୟୁରଭଞ୍ଜରେ ୨୫ ଲକ୍ଷ୧ ହଜାର, ଜଗତସିଂହପୁରରେ ୨୫ ଲକ୍ଷ ଏବଂ ନୟାଗଡ଼ରେ ୨୧ ଲକ୍ଷ ୮୮ ହଜାର ଟଙ୍କା ପୁରାତନ ଛାତ୍ରଛାତ୍ରୀମାନେ ପ୍ରଦାନ…

Read More

ନୂଆଦିଲ୍ଲୀ, କେନ୍ଦ୍ରୀୟ ମୋଟର ଯାନ ନିୟମ ୧୯୮୯ ଅନୁଯାୟୀ ସାରା ଦେଶରେ ଦିଆଯିବାକୁ ଥିବା ପିୟୁସି ବା ପଲ୍ୟୁସନ୍ ଅଣ୍ଡର୍ କଣ୍ଟ୍ରୋଲ୍ ପ୍ରମାଣପତ୍ରର ସାର୍ବଜନିକ ଫର୍ମାଟ୍ ପାଇଁ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ୨୦୨୧ ଜୁନ୍ ୧୪ ତାରିଖରେ ଏକ ବିଜ୍ଞପ୍ତି ଜାରି କରିଛି । ସେହି ଅନୁସାରେ ଏଣିକି ନୂଆ ନିୟମରେ ଏହି ପଲ୍ୟୁସନ ସାର୍ଟିଫେକଟ ପ୍ରଦାନ କରାଯିବ। ସେଗୁଡିକ ହେଲା… (କ) ସାରା ଦେଶରେ ଏକକ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (ପିୟୁସି)ର ପ୍ରଚଳନ ଏବଂ ଜାତୀୟ ରେଜିଷ୍ଟର ସହିତ ପିୟୁସି ଡାଟାବେସର ସଂଯୋଗ କରିବା । (ଖ) ପ୍ରଥମ ଥର ପାଇଁ ରିଜେକସନ ସ୍ଲିପର ସଂକଳ୍ପନା ପ୍ରବର୍ତ୍ତନ କରାଯାଉଛି । ପ୍ରଚଳିତ ଅଙ୍ଗାରକ ନିର୍ଗମନ ନିୟମ ଅନୁସାରେ ସର୍ବାଧିକ ଅନୁମତିଯୋଗ୍ୟ ମୂଲ୍ୟଠାରୁ ଯଦି ପରୀକ୍ଷା ଫଳାଫଳ ମୂଲ୍ୟ ଅଧିକ ହୁଏ, ତେବେ ଯାନ ମାଲିକଙ୍କୁ ରିଜେକସନ୍ ସ୍ଲିପ୍ ର ଏକ ସାର୍ବଜନିକ ଫର୍ମାଟ୍ ପ୍ରଦାନ କରାଯିବ ।…

Read More

ସୀତାରାମ ଅଗ୍ରୱାଲ ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀରେ କରୋନା ସଂକ୍ରମଣ ଆଜି ପୁଣି ମୁଣ୍ଡ ଟେକିଛି। ଆଜି ଉକ୍ତ ନିର୍ବାଚନମଣ୍ଡଳୀରେ ୪୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ୪୦ ଜଣଙ୍କ ମଧ୍ୟରୁ ବାଣପୁର ବ୍ଲକରେ ୧୪ ଜଣ, ଚିଲିକା ବ୍ଲକରେ ୨୧ ଜଣ, ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୩ ଜଣ ଏବଂ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି ୨୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସୁସ୍ଥ ୨୬ ଜଣଙ୍କ ମଧ୍ୟରୁ ବାଣପୁର ବ୍ଲକରୁ ୬ ଜଣ, ଚିଲିକା ବ୍ଲକରୁ ୧୩ ଜଣ, ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରୁ ଜଣେ ଏବଂ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୬ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଆଜି ସୁଦ୍ଧା ବାଣପୁର ବ୍ଲକରେ ୬୭ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଥିବା ବେଳେ ବାଣପୁର ବିଜ୍ଞାପିତ…

Read More

ନୟାଗଡ: ନୟାଗଡ ଜିଲ୍ଲାରେ ପୁଣି ଆଉ ଏକ ଅଭାବନୀୟ ଘଟଣା ଘଟିଯାଇଛି। ପରୀର ଘଟଣା ମନରୁ ଲିଭିନି, କିନ୍ତୁ ଆଉ ଏକ ହୃଦୟ ବିଦାରକ ଘଟଣା ନୟାଗଡ ଜିଲ୍ଲାରେ ଦେଖିବାକୁ ମିଳିଛି। ଏକ ୬ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ପରେ ହତ୍ୟା ହୋଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ସେହି ଗ୍ରାମର ୨୨ ବର୍ଷୀୟ ଯୁବକକୁ ପୋଲିସ ଗିରଫ କରିଛି। ଅଭିଯୁକ୍ତ ଜଣଙ୍କ ପୋଲିସ ଆଗରେ ଦୋଷ ସ୍ଵୀକାର କରିଛି। ନୟାଗଡ ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କାଟାରିଆ ଏନେଇ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ, ଗତ ୧୨ ତାରିଖ ଠାରୁ ୬ ବର୍ଷର ଶିଶୁ କନ୍ୟା ଜଣଙ୍କ ହଠାତ ନିଖୋଜ ହୋଇଯାଇଥିଲା। ଏହା ପରେ ପରିବାର ପକ୍ଷରୁ ଶିଶୁ କନ୍ୟାକୁ ବହୁତ ଖୋଜା ଖୋଜି କରିବା ସହ ପୋଲିସରେ ଅଭିଯୋଗ ମଧ୍ୟ କରିଥିଲେ। ଏହାପରେ ପୋଲିସ ଏହି ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଥିଲା।…

Read More

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ଆର୍ଥିକ ଓ ସାମାଜିକ ଦୁର୍ବଳ ଶ୍ରେଣୀର ଲୋକମାନଙ୍କ ପାଇଁ ୧୬୯୦ କୋଟି ୪୬ ଲକ୍ଷ ଟଙ୍କାର କୋଭିଡ ସହାୟତା ଘୋଷଣା କରିଛନ୍ତି। ଏହାଦ୍ବାରା ଭୂମିହୀନ ଚାଷୀ, ନିର୍ମାଣ ଶ୍ରମିକ, ସହରାଞ୍ଚଳର ଗରିବ ଲୋକ, ଆଦିମ ଜନଜାତି, ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀ, ଏନ୍‌.ଆର.ଇ.ଜି.ଏ ଶ୍ରମିକ, ଦିବ୍ୟାଙ୍ଗ ଛାତ୍ରଛାତ୍ରୀ ସମସ୍ତେ ଉପକୃତ ହେବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କୋଭିଡ ମହାମାରୀ ଦ୍ବାରା ସମାଜର ସବୁ ବର୍ଗର ଲୋକଙ୍କର ଆର୍ଥିକ ଅବସ୍ଥା ପ୍ରଭାବିତ ହୋଇଛି। କିନ୍ତୁ ସାମାଜିକ ତଥା ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଶ୍ରେଣୀର ଲୋକମାନେ ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଛନ୍ତି। କୋଭିଡ ମହାମାରୀର ପ୍ରଥମ ଲହର ସମୟରେ ଗତବର୍ଷ ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ବିଭିନ୍ନ ସହାୟତା ସମାଜର ବିଭିନ୍ନ ବର୍ଗର ଲୋକଙ୍କୁ କୋଭିଡ ମହାମାରୀର ପ୍ରତିକୂଳ ପ୍ରଭାବରୁ ବହୁ ପରିମାଣରେ ଆଶ୍ବସ୍ତି ଦେଇଥିଲା ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି।…

Read More

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୪୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୪୧୯ ଆକ୍ରାନ୍ତଙ୍କ ମଧ୍ୟରୁ ୪୩ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୩୭୬ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୫ ହଜାର ୬୨୭ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୭୪୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୮୨ ହଜାର ୫୪୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୨ ହଜାର ୬୭୦ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୩୯୨ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Read More

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୬ ହଜାର ୨୪୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୮୫୨, କଟକରୁ ୫୦୪, ଯାଜପୁରରୁ ୪୧୩, ଅନୁଗୁଳରୁ ୩୭୨, ଭଦ୍ରକରୁ ୩୬୬, ନୟାଗଡରୁ ୩୫୧, ମୟୂରଭଞ୍ଜରୁ ୩୨୭, ପୁରୀରୁ ୩୨୧, ଢେଙ୍କାନାଳରୁ ୩୦୫, କେନ୍ଦ୍ରାପଡାରୁ ୨୫୩, ବୌଦ୍ଧରୁ ୨୪୩, ଜଗତସିଂହପୁରରୁ ୨୩୯, ବାଲେଶ୍ବରରୁ ୧୯୫, କେନ୍ଦୁଝରରୁ ୧୩୫, କୋରାପୁଟରୁ ୧୩୪, ସମ୍ବଲପୁରରୁ ୧୩୧, ରାୟଗଡାରୁ ୧୧୭, ନବରଙ୍ଗପୁରରୁ ୧୧୩, ସୁନ୍ଦରଗଡରୁ ୧୦୮, ବରଗଡରୁ ୯୮, ମାଲକାନଗିରିରୁ ୯୮, ଗଞ୍ଜାମରୁ ୬୯, ସୋନପୁରରୁ ୬୮, ବଲାଙ୍ଗୀରିରୁ ୬୫, କନ୍ଧମାଳରୁ ୫୨, କଳାହାଣ୍ଡିରୁ ୫୦, ଝାରସୁଗୁଡାରୁ ୩୪, ଗଜପତିରୁ ୩୦, ଦେବଗଡରୁ ୨୮, ନୂଆପଡାରୁ ୨୪ ଏବଂ ଷ୍ଟେଟ ପୁଲରୁ ୧୪୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୮ ଲକ୍ଷ…

Read More

ଭୁବନେଶ୍ବର: ସାରା ରାଜ୍ୟରେ କରୋନା ଯୋଗୁଁ ଲକଡାଉନ କଟକଣା ଜାରି ରହିଛି। ଆଜିଠାରୁ ରାଜ୍ୟରେ କଟକଣାକୁ କୋହଳ କରାଯାଇଥିଲେ ମଧ୍ୟ କଟକଣା ଏବେ ବି ବଳବତ୍ତର ରହିଛି। ରାଜ୍ୟରେ ସ୍ଥିତି ସାମାନ୍ୟ ହେବାକୁ ଆହୁରି ଅନେକ ଦିନ ଲାଗିବ। କରୋନା ସଂକ୍ରମଣ ହ୍ରାସ ନହେବା ଯାଏଁ କଟକଣା ବଳବତ୍ତର ରହିବ। ତେବେ ଏଭଳି ପରିସ୍ଥିତିରେ ଗରିବ, ଅସହାୟମାନେ ଭୋକିଲା ରହିବା ସମ୍ଭାବନା ଥିବାରୁ ଭୁବନେଶ୍ଵର ମହାନଗର ଅଞ୍ଚଳର ୧୨ ଟି ‘ଆହାର’ କେନ୍ଦ୍ରରେ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଉଛି। ଏହି ଆହାର କେନ୍ଦ୍ରଗୁଡିକରେ ଭୋକିଲାମାନଙ୍କୁ ଖାଦ୍ୟ ଯୋଗାଯାଉଛି। କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ସମସ୍ତ ନିୟମ ପାଳନ ସହ ଦୈନିକ ୪ହଜାର ଭୋଜନ ଯୋଗାଇ ଦିଆଯାଉଛି। ଆହର କେନ୍ଦ୍ରଗୁଡିକରେ ପ୍ରତ୍ୟେକ ଦିନ ପୂର୍ବାହ୍ନ ୧୧ ଟା ପରେ ପାର୍ସଲ କରାଯାଇ ଖାଦ୍ୟ ବଣ୍ଟନ କରାଯାଉଛି। ଲକଡଉନ ସମୟରେ ଗମନାଗମନର କଟକଣା ଥିବାରୁ ପ୍ରତ୍ୟେକ ଆହାର କେନ୍ଦ୍ରରେ ନିର୍ଦ୍ଦିଷ୍ଟ ସଂଖ୍ୟକ ଭୋଜନ ଦିଆଯାଉଛି। ସୋମବାରଠାରୁ…

Read More

ପୁରୀ, ପୁରୀରେ ଶ୍ରୀଜଗନ୍ନାଥ ଅନ୍ତର୍ଜାତୀୟ ବିମାନ ବନ୍ଦର  ନିର୍ମାଣ ହେବାର ପ୍ରାରମ୍ଭିକ ପଦକ୍ଷେପ ଆରମ୍ଭ ହୋଇଛି। ଆଜି ନୂଆଦିଲ୍ଲୀରୁ ଏୟାରପୋର୍ଟ ଅଥରିଟ୍ ଅଫ ଇଣ୍ଡିଆର 6 ଜଣିଆ ଟିମ ପୁରୀରେ ଜାଗା ଚିହ୍ନଟ କରିଛନ୍ତି। ପୁରୀ ଜିଲ୍ଲାପାଳ ସମର୍ଥା ବର୍ମାଙ୍କ ସହିତ ଏହି ଦଳ ବିଭିନ୍ନ ସ୍ଥାନ ଅନୁଧ୍ୟାନ କରିଛନ୍ତି। ଏହି ଟିମ ଶ୍ରୀ ଜଗନ୍ନାଥ ଅନ୍ତର୍ଜାତୀୟ ବିମାନବନ୍ଦର ପାଇଁ ପ୍ରସ୍ତାବିତ ସ୍ଥାନ ମଧ୍ୟରୁ ପୁରୀ-ବ୍ରହ୍ମଗିରି ରୋଡରେ ଥିବା ଜିରାଲା ଏବଂ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍ ରୋଡରେ ଥିବା ସିପାସାରୁବାଲି ପରିଦର୍ଶନ କରିଥିଲେ। ପୁରୀ-କୋଣାର୍କ ମେରାଇନ ଡ୍ରାଇଭରେ ଏବଂ ପୁରୀ-ବ୍ରହ୍ମଗିରି ରାସ୍ତାରେ ଜିରାଲା ନିକଟ ସିପସରୁବାଲିରେ ପ୍ରସ୍ତାବିତ ବିମାନବନ୍ଦର ପାଇଁ ଜିଲ୍ଲା ପ୍ରଶାସନ ଦୁଇଟି ସ୍ଥାନ ଚିହ୍ନଟ କରିଛି। ଏହି ଦଳ ସେହି ଦୁଇଟି ସ୍ଥାନ ଅନୁଧ୍ୟାନ କରିଛନ୍ତି। ପୁରୀର ଉକ୍ତ ବିମାନବନ୍ଦର ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂର୍ବରୁ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିଲେ, ଯାହା ବିଶ୍ୱରେ ଆଧ୍ୟାତ୍ମିକ, ଅର୍ଥନୈତିକ…

Read More

ଖୋର୍ଦ୍ଧା: ବଡ଼ ଡକାୟତି ଯୋଜନା ପଣ୍ଡ ହୋଇଛି। ପୋଲିସ ହାତରେ ୭ କୁଖ୍ୟାତ ଡକାୟତ ଧରା ପଡିଛନ୍ତି। ଆଜି ସକାଳେ ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ମେଣ୍ଢାଶାଳ ପଡ଼ିଆ ନିକଟସ୍ଥ ଏକ ପରିତ୍ୟକ୍ତ ଅବସ୍ଥାରେ ଥିବା ଭଙ୍ଗା ଘର ମଧ୍ୟରେ କେତେଜଣ ଦୁର୍ବୁତ୍ତ ଡକାୟତି ଯୋଜନା କରୁଥିବାର ସୂଚନା କୌଣସିମତେ ପୋଲିସ ଜାଣିବାକୁ ପାଇଥିଲା। ଖୋର୍ଦ୍ଧା ଏସପି ଓ ଏସଡ଼ିପିଓଙ୍କ ତତ୍ୱାବଧାନ ଏବଂ ଟାଉନ ଥାନା ଆଇଆଇସିଙ୍କ ନିର୍ଦ୍ଦେଶକ୍ରମେ ଶିଳ୍ପାଞ୍ଚଳ ଫାଣ୍ଡି ଅଧିକାରୀ ଦିଗବିଜୟ ବିଶ୍ୱାଳଙ୍କ ନେତୃତ୍ୱରେ ଏକ ଟିମ ଗଠନ କରାଯାଇ ଉକ୍ତ ସ୍ଥାନରେ ଚଢ଼ାଉ କରାଯାଇଥିଲା। ଘଟଣାସ୍ଥଳରୁ ପୋଲିସ ୭ ଜଣ ଡକାୟତଙ୍କୁ ଗିରଫ କରିଛି। ସେମାନେ ହେଲେ ଜଟଣୀ ଥାନା ଅନ୍ତର୍ଗତ ବେଣାପଞ୍ଜୁରୀ ଅଞ୍ଚଳର ଶେଖ ଇବାଦୁଲ୍ଲା, ଶେଖ ଯୁସୁଫ, ଟାଉନ ଥାନା ଅନ୍ତର୍ଗତ ଜେମାଦେଇ ଅଞ୍ଚଳର ମଇନା ବେହେରା, ସନ୍ତୋଷ ସାହୁ, ଦିପୁ ପରିଡା, ଭାଲିଆବାଡ଼ି ଅଞ୍ଚଳର ବିପିନ ବେହେରା ଏବଂ ଚନ୍ଦକା ଥାନା ଅନ୍ତର୍ଗତ…

Read More

ଭୁବନେଶ୍ବର, ରାଜଧାନୀର ମାଷ୍ଟର କ୍ୟାଣ୍ଟିନରେ ଶୋଭାପାଉଥିବା ପଥର ଘୋଡା ସ୍ଥାନାନ୍ତରିତ ନେଇ ବିରୋଧ କରିଛି କଂଗ୍ରେସ। ଆଜି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଏହି ଘୋଡା ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। କୌଣସି ପରିସ୍ଥିତିରେ ଏହି ଘୋଡାକୁ ଏଠାରୁ ହଟାଯାଇପାରିବ ନାହିଁ ବୋଲି ସେ ଦାବୀ କରିଛନ୍ତି। ବହୁ ବର୍ଷ ଧରି ଭୁବନେଶ୍ବରର ମାଷ୍ଟର କ୍ୟାଣ୍ଟିନରେ ଶୋଭାପାଉଥିବା ପଥର ଘୋଡା ରାଜଧାନୀର ପରିଚୟ ଦେଉଛି। ଓଡିଶା ସରକାରଙ୍କ ଚିହ୍ନକୁ ଏହି ସ୍ଥାନରେ ପଥରରେ ନିର୍ମାଣ କରି ସ୍ଥାନିତ କରାଯାଇଛି। ଏହାକୁ ଯେ ନିର୍ମାଣ କରିଛନ୍ତି ସେ ହେଉଛନ୍ତି ପ୍ରଖ୍ୟାତ ପଥରଶିଳ୍ପୀ ସ୍ବର୍ଗତ ରଘୁନାଥ ମହାପାତ୍ର। ଭୁବନେଶ୍ବରର ଏହି ପଥର ଘୋଡା ହେଉଛି ପରିଚୟ। ହେଲେ ଭୁବନେଶ୍ବର ସ୍ମାର୍ଟ ସିଟି ଯୋଜନାରେ ବର୍ତ୍ତମାନ ମାଷ୍ଟର କ୍ୟାଣ୍ଟିନରୁ ଏହି ଘୋଡାକୁ ହଟାଇବା ପାଇଁ ଯୋଜନା ହୋଇଛି। ଏୟାର ପୋର୍ଟରୁ ବାଣୀବିହାର ପର୍ଯ୍ୟନ୍ତ ରାସ୍ତାରୁ ସଂପ୍ରସାରଣ ତଥା ସୌନ୍ଦର୍ଯ୍ୟକରଣ କରାଯିବ। ସେଥିପାଇଁ ରାସ୍ତା ମଝିରେ ଶୋଭା…

Read More

ଭୁବନେଶ୍ବର, ଜୁନ୍ ମାସ ଶେଷ ପଯ୍ୟନ୍ତ ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ବିଶେଷ ଟ୍ରେନ ଏଣିକି ସପ୍ତାହକୁ ଚାରିଦିନ ଚଳାଚଳ କରିବାକୁ ନିଷ୍ପତ୍ତି ନିଆଯାଇଛି । କୋଭିଡ଼୧୯ ସଂକ୍ରମଣର ଶୃଙ୍ଖଳା ଭାଙ୍ଗିବା ଏବଂ ଅତ୍ୟଧିକ ଖରାପ ପୃଷ୍ଠପୋଷକତା ପାଇଁ ଏହି ଟ୍ରେନକୁ ପୂର୍ବରୁ ସପ୍ତାହରେ ଦୁଇଥର ଚଲାଇବାକୁ ନିଷ୍ପତ୍ତି ନିଆଯାଇଥିଲା।ଏହାକୁ ଏବେ ପରିବର୍ତନ କରାଯାଇଅଛି । ୦୨୮୨୩ ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ବିଶେଷ ଟ୍ରେନ ଭାୟା ଟାଟା ଭୁବନେଶ୍ୱରରୁ ପ୍ରତି ମଙ୍ଗଳବାର ଏବଂ ଗୁରୁବାର ଦିନ ଚଳାଚଳ କରିବାକୁ ଥିବାବେଳେ ସୋମବାର ଏବଂ ଶୁକ୍ରବାର ଦିନ ମାନଙ୍କରେ ବାତିଲ ରହିବ। ୦୨୮୨୪ ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ବିଶେଷ ଟ୍ରେନ ଭାୟା ଟାଟା ନୂଆଦିଲ୍ଲୀରୁ ପ୍ରତି  ବୁଧବାର ଏବଂ ଗୁରୁବାର ଦିନ ଚଳାଚଳ କରିବାକୁ ଥିବାବେଳେ ମଙ୍ଗଳବାର ଏବଂ ଶନିବାର ଦିନ ମାନଙ୍କରେ ବାତିଲ ରହିବ। ୦୨୮୨୫/୦୨୮୨୬ ଭୁବନେଶ୍ୱର-ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ବିଶେଷ ଟ୍ରେନ ଭାୟା ଆଦ୍ରଓ ଭୁବନେଶ୍ୱରରୁ ରବିବାର ଏବଂ ବୁଧବାର ଦିନ ଏବଂ ନୂଆଦିଲ୍ଲୀରୁ ସୋମବାର ଏବଂ…

Read More

ନୂଆଦିଲ୍ଲୀ,  ଚେନ୍ନାଇସ୍ଥିତ Arignar Anna Zoological Park  ଚିଡିଆଖାନାର ଆଉ ଏକ ସିଂହ କୋଭିଡ ସଂକ୍ରମଣର ଶିକାର ହୋଇଛି। ପଠାବନାଥନ୍ ନାମକ ଏହି ବାର ବର୍ଷର ସିଂହ ସାର୍ସ କୋଭ୍-ଦୁଇ ସଂକ୍ରମଣରେ ପୀଡିତ ଥିବା ଜଣାପଡିଛି। ଭୋପାଳର ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ହାଇ ସିକ୍ୟୁରିଟି ପଶୁ ରୋଗ ପରୀକ୍ଷାଗାରରେ ଏହି ନମୁନା ପରୀକ୍ଷା କରାଯାଇଥିଲା। ରିପୋର୍ଟ ପଜେଟିଭି ଆସିଛି। ଫଳରେ ଏହାକୁ ମିଶାଇ ଏହି ଚିଡିଆଖାନାର ମୋଟ 9ଟି ସିଂହ କରୋନା ଭାଇରସର ଆକ୍ରାନ୍ତ ହୋଇଛନ୍ତି। ଗତ ଜୁନ 4 ତାରିଖରେ ଏକ ସିଂହର ଏହି କରୋନା କାରଣରୁ ମୃତ୍ୟୁ ହୋଇଛି। ସେହି ସିଂହର ନାମ ନୀଳା ଥିଲା। ଏପରି ପରିସ୍ଥିତରେ ପ୍ରାଣୀ ଉଦ୍ୟାନର କର୍ମଚାରୀମାନଙ୍କୁ ଟୀକାକରଣ କରାଯାଇଛି ଏବଂ ସେମାନଙ୍କୁ କେବଳ ପିପିଇ କିଟ୍ ପିନ୍ଧି ପଶୁ ଏନକ୍ଲୋଜରରେ ପ୍ରବେଶ କରିବାକୁ ଅନୁମତି ଦିଆଯାଇଛି।

Read More