Author: Samikhsya Bureau

ନୂଆଦିଲ୍ଲୀ: ସୁନାର ଶୁଦ୍ଧତା ଗ୍ୟାରେଣ୍ଟି ଦେବା ପାଇଁ ଆଜି ଠାରୁ ହଲମାର୍କିଂ ବାଧ୍ୟତାମୂଳକ କରାଯାଇଛି। ଦେଶର ୨୫୬ ଟି ଜିଲ୍ଲାରେ ଏହି ନିୟମ ପ୍ରଥମେ ଲାଗୁ କରାଯିବ। ଦୋକାନୀ ପୁରୁଣା ସୁନା ଗହଣା ଗ୍ରାହକଙ୍କ ଠାରୁ କିଣିପାରିବେ। ପୁରୁଣା ଗହଣାକୁ କିଣି ଦୋକାନୀ ଏହାର ମାନକ ବଢାଇବେ। ନିର୍ଦ୍ଧିଷ୍ଟ ମାନକ ବଢାଇବା ପରେ ଦୋକାନୀ ଏଥିରେ ହଲମାର୍କ ଲୋଗୋ ଲଗାଇପାରିବେ। ଏନେଇ ବ୍ୟୁରୋ ଅଫ ଇଣ୍ଡିଆନ ଷ୍ଟାଣ୍ଡାର୍ଡ ମହାନିର୍ଦ୍ଦେଶକ ପ୍ରମୋଦ ତିୱାରୀ ସୂଚନା ଦେଇଛନ୍ତି।

Read More

ଭୁବନେଶ୍ବର, ପୁରୀ ଜିଲ୍ଲାର ରଘୁରାଜପୁର। ପଟ୍ଟଚିତ୍ର ପାଇଁ ସାରା ବିଶ୍ବରେ ପ୍ରସିଦ୍ଧି ଲାଭ କରିଛି। ବିଶ୍ବ ଐତିହ୍ୟ ଗ୍ରାମର ମାନ୍ୟତା ମଧ୍ୟ ପାଇଛି। କଳା ହିଁ ଏହି ଗାଁର ଲୋକମାନଙ୍କର ଜୀବିକାର ମୁଖ୍ୟ ଆଧାର। କରୋନା ସମୟରେ ଏହି ଗାଁର ଲୋକମାନଙ୍କୁ ସାହାଯ୍ୟ ଯୋଗାଇବା ପାଇଁ ସରକାରଙ୍କ ତରଫରୁ ଆରମ୍ଭ ହୋଇଥିଲା ଏକ ଅନନ୍ୟ ଉଦ୍ୟମ। ଜୁନ ୮ ତାରିଖରୁ ଜୁନ୍ ୧୬ ପର‌୍ୟ୍ୟନ୍ତ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ତଥା ଓଡିଶା ଲଳିତକଳା ଏକାଡେମୀ ପକ୍ଷରୁ ଆରମ୍ଭ ହୋଇଥିଲା ପାରମ୍ପରିକ ଭିତ୍ତିଚିତ୍ର ଶିବିର ସତ୍ପରଙ୍ଗ। ଗାଁର ସବୁ ପରିବାର, ୧୫୦ ପରିବାର ଏଥିରେ ଭାଗ ନେଇଥିଲେ। ପ୍ରତ୍ୟେକ ସେମାନଙ୍କ ଘରର ବାହାର କାନ୍ଥରେ ୫୦ ବର୍ଗ ଫୁଟ ଅଞ୍ଚଳରେ ଏହି ପାରମ୍ପରିକ ଚିତ୍ର ଅଙ୍କନ କରିଥିଲେ। ଏଥିପାଇଁ ସେମାନଙ୍କ କଳାକୃତୀକୁ ସ୍ବୀକୃତି ସ୍ବରୂପ ପ୍ରତି ପରିବାରକୁ ୧୦ ହଜାର ଟଙ୍କା ଲେଖାଏ ପ୍ରଦାନ କରାଯାଇଥିଲା। କାଯ୍ୟକ୍ରମର ଅନ୍ତିମ…

Read More

କନ୍ଦର୍ପ ବେହେରା ରେଢାଖୋଲ: ନାକଟିଦେଉଳ ଡାକ୍ତରଖାନାକୁ ସେଲକୋ ଫାଉଣ୍ଡେସନ୍ ତରଫରୁ ରେଢାଖୋଲ ବିଧାୟକ ଇଂ ରୋହିତ ପୂଝାରୀଙ୍କ ସହଯୋଗରେ ୩ ଟି ଅକ୍ସିଜେନ୍ କନସେନଟ୍ରେଟର ୭୪ ଟି ଓକ୍‌ସିମିଟର ଓ ୭୪ ଟି ଥର୍ମୋମିଟର ପ୍ରଦାନ କରାଯାଇଛି। ନାକଟିଦେଉଳ ଡାକ୍ତରଖାନାର ଅଧିକ୍ଷକ ଡା. ଅମୂଲ୍ୟରତ୍ନ ମହନ୍ତଙ୍କୁ ଅକ୍ସିଜେନ୍ କନସେନ୍‌ଟ୍ରେଟର ପ୍ରଦାନ କରାଯାଇଥିଲା। ଏହି ପ୍ରଦାନ ଦିବସରେ ନାକଟିଦେଉଳ ବ୍ଲକ୍ ଅଧ୍ୟକ୍ଷା ମନ୍ଦାକିନୀ ରାଉଳ, ବ୍ଲକ୍ ବିଜେଡି ସଭାପତି ମୂଳିଆ ରାଉଳ, ବିଜୁ ଯୁବ ବିଜେଡି ସଭାପତି ଧିରେନ୍ କୁମାର ସାହୁ, ଜିତେନ୍ଦ୍ର କୁମାରେ ସାହୁ, ମୁନୁ ବିଶ୍ୱାଳ, ଅଚ୍ୟୁତାନନ୍ଦ ସାହୁ, ପିଂଟୁ ଧଳ ପ୍ରମୁଖ ଉପସ୍ଥିତ ଥିଲେ। ନାକଟିଦେଉଳ ବ୍ଲକ୍ ଅଂଚଳରେ କେହି ଯେମିତି ଅମ୍ଳଜାନ ଅଭାବରେ ମୃତ୍ୟୁବରଣ ନ କରନ୍ତି ସେ ଦିଗରେ ବିଧାୟକ ଇଂ ରୋହିତ କୁମାର ପୂଝାରୀଙ୍କ ଉଦ୍ୟମ ପ୍ରଶଂସନୀୟ ବୋଲି ବକ୍ତାମାନେ ମତବ୍ୟକ୍ତ କରିଥିଲେ।

Read More

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୫ ହଜାର ୫୭୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୫୯୫, ଯାଜପୁରରୁ ୫୬୩, କଟକରୁ ୪୫୪, ବାଲେଶ୍ବରରୁ ୩୩୧, ସୁନ୍ଦରଗଡରୁ ୨୭୨, ନବରଙ୍ଗପୁରରୁ ୨୬୨, ବୌଦ୍ଧରୁ ୨୬୦, ମୟୂରଭଞ୍ଜରୁ ୨୫୨, ଜଗତସିଂହପୁରରୁ ୨୪୦, ପୁରୀରୁ ୨୩୯, ଭଦ୍ରକରୁ ୨୨୩, କେନ୍ଦ୍ରାପଡାରୁ ୨୧୮, କେନ୍ଦୁଝରରୁ ୧୮୭, ବରଗଡରୁ ୧୬୧, ଅନୁଗୁଳରୁ ୧୫୩, ଢେଙ୍କାନାଳରୁ ୧୩୬, କୋରାପୁଟରୁ ୧୩୧, ରାୟଗଡାରୁ ୧୦୦, ସମ୍ବଲପୁରରୁ ୯୧, କନ୍ଧମାଳରୁ ୮୭, ବଲାଙ୍ଗୀରିରୁ ୭୭, କଳାହାଣ୍ଡିରୁ ୭୬, ମାଳାକାନାଗିରିରୁ ୭୩, ନୟାଗଡରୁ ୭୦, ସୋନପୁରରୁ ୬୫, ଗଞ୍ଜାମରୁ ୪୦, ଝାରସୁଗୁଡାରୁ ୪୦, ଗଜପତିରୁ ୩୬, ଦେବଗଡରୁ ୨୨, ନୂଆପଡାରୁ ୨୨ ଏବଂ ଷ୍ଟେଟ ପୁଲରୁ ୧୦୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୮…

Read More

ଭୁବନେଶ୍ୱର: କରୋନାକୁ ପରାସ୍ତ କରିଛନ୍ତି ପୁଣି ଜଣେ ବୟୋଜ୍ୟେଷ୍ଠା। ଜଣେ ୮୦ ବର୍ଷୀୟା ବୃଦ୍ଧାଙ୍କ ଦୃଢ ଇଛାଶକ୍ତି ଆଗରେ ହାର ମାନିଛି କୋଭିଡ। ବୃଦ୍ଧାଙ୍କର ଦୃଢ଼ ମନୋବଳ, ଇଚ୍ଛାଶକ୍ତି ତଥା କେନ୍ଦ୍ରାପଡା ଛତାସ୍ଥିତ ସମ୍ କୋଭିଡ ହସ୍ପିଟାଲରେ କାର୍ଯ୍ୟରତ ଡାକ୍ତର, ନର୍ସ ଓ ମେଡିକାଲ୍ କର୍ମଚାରୀଙ୍କ ଅକ୍ଳାନ୍ତ ପରିଶ୍ରମ, ଚିକିତ୍ସା, ସେବା ଓ ଯତ୍ନ ଫଳରେ ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। କେନ୍ଦ୍ରାପଡ଼ା ଜିଲ୍ଲାପାଳ ଅମ୍ରିତ ରୁତୁରାଜ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ଏ ନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି। କେନ୍ଦ୍ରାପଡା ଜିଲ୍ଲା ଗରଦପୁର ବ୍ଲକ୍ ଅନ୍ତର୍ଗତ ହରିଦାସପୁର ଗ୍ରାମର କ୍ଷୀରୋଦା ମହାନ୍ତି (୮୦) କିଛି ଦିନ ତଳେ ହଠାତ ଅସୁସ୍ଥ ହୋଇ ପଡିଥିଲେ। ତାଙ୍କର ଥଣ୍ଡା ଓ କାଶ ଲାଗି ରହିଥିଲା। ତାଙ୍କୁ ଜ୍ୱର ମଧ୍ୟ ହୋଇଥିଲା। ପୁଅ ଖଗେଶ୍ୱର ମହାନ୍ତି ତାଙ୍କୁ କେନ୍ଦ୍ରାପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ଆଣିଥିଲେ। ସେଠାରେ କ୍ଷୀରୋଦା…

Read More

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୩୭୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୩୭୨ ଆକ୍ରାନ୍ତଙ୍କ ମଧ୍ୟରୁ ୫୧ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୩୩୮ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୫ ହଜାର ୨୦୮ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୮୨୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୮୧ ହଜାର ୭୯୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୩ ହଜାର ୪ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୩୮୮ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Read More

ଭୁବନେଶ୍ବର, ଭାରତୀୟ ସଂସ୍କୃତି ସାରା ପୃଥିବୀରେ ମହାନ। ଏହାର ମନ୍ଦିର ନିର୍ମାଣ ଶୈଳୀ ମଧ୍ୟ ବିରଳ। କାରଣ ଭାରତରେ ବିଭିନ୍ନ ସହରରେ ମନ୍ଦିର ନିର୍ମାଣ ଶୈଳୀ ମଧ୍ୟ ଭିନ୍ନ ଧରଣର ହୋଇଥାଏ। ଏହିପରି ଏକ ମନ୍ଦିର ହେଉଛି ରାମନାରାୟଣମ ମନ୍ଦିର। ଏହି ମନ୍ଦିରଟି ଉପରୁ ଦେଖିଲେ ଲାଗିବ ସତେ ଯେପରି ଏକ ଧନୁରେ ତୀର ଖଞ୍ଜାଯାଇଛି। ଏହି ଭିନ୍ନ ନିର୍ମାଣ ଶୈଳୀରେ ନିର୍ମିତ ମନ୍ଦିରଟି ବିଜୟାନଗରମ ନିକଟସ୍ଥ କୋରୁକୋଣ୍ଡା ରୋଡ ସ୍ଥାନରେ ଅବସ୍ଥିତ। ଏହା ବିଶାଖାପାଟନାମରୁ ୪୫ କିଲୋମିଟର ଦୂରରେ ଅବସ୍ଥିତ। ପ୍ରାୟ ୧୫ ଏକର ପରିମିତ ସ୍ଥାନରେ ଏହି ମନ୍ଦିରକୁ ନିର୍ମାଣ କରିଛନ୍ତି ଏନସିଏସ ଚ୍ୟାରିଟେବୁଲ ଟ୍ରଷ୍ଟ।

Read More

ପୁରୀ: ଚଳିତ ବର୍ଷ ରଥ ଯାତ୍ରା ଭଳି ଦେବସ୍ନାନ ପୂର୍ଣ୍ଣିମା ମଧ୍ୟ ବିନା ଭକ୍ତରେ ଅନୁଷ୍ଠିତ ହେବ। ଆଜି ମୁଖ୍ୟ ପ୍ରଶାସକ ଅଧ୍ୟକ୍ଷତାରେ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ବିନା ଭକ୍ତରେ ଦେବସ୍ନାନ ପୂର୍ଣ୍ଣିମା ଆୟୋଜନ କରିବାକୁ ନିଷ୍ପତ୍ତି ହୋଇଛି। ଏହାସହ ଜୁଲାଇ ୨୫ ତାରିଖ ପର୍ଯ୍ୟନ୍ତ ଶ୍ରୀମନ୍ଦିର ବନ୍ଦ ରହିବା ନେଇ ନିଷ୍ପତ୍ତି ହୋଇଛି। ଜୁଲାଇ ୨୫ ତାରିଖ ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କୁ ମହାପ୍ରଭୁଙ୍କ ଦର୍ଶନ ଉପରେ ରୋକ ଲଗାଯାଇଛି। ରଥ ଯାତ୍ରା ପରେ ମହାପ୍ରଭୁଙ୍କ ଦର୍ଶନ ଉପରେ ନିଷ୍ପତ୍ତି ନିଆଯିବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କ୍ରୀଷନ କୁମାର ସୂଚନା ଦେଇଛନ୍ତି।

Read More

ନୂଆଦିଲ୍ଲୀ: କରୋନା ଭୂତାଣୁ ସହ ଲଢେଇ ପାଇଁ ଦେଶରେ ଲୋକଙ୍କୁ କୋଭାକ୍ସିନ ଟୀକା ଦିଆଯାଉଛି। ଏହି ଟୀକାକୁ ନେଇ ବିଭିନ୍ନ ପ୍ରକାରର ଆଲୋଚନା ହେଉଛି। ଏହା ଭିତରେ ଭାରତ ବାୟୋଟେକର କୋଭାକ୍ସିନ ଟୀକକୁ ନେଇ କଂଗ୍ରେସ ନେତା ଗୌରଭ ପାନ୍ଧୀ ଏକ ଦାବି କରିଛନ୍ତି। ଗୌରବଙ୍କ ଦାବି ଅନୁଯାୟୀ, କୋଭାକ୍ସିନ ଟୀକାକୁ ଗାଈ ବାଛୁରିରୀ ସିରମ୍ ରୁ ପ୍ରସ୍ତୁତ କରାଯାଇଛି। ଆରଟିଆଇର ତଥ୍ୟ ଅନୁଯାୟୀ ସେ ଏହି ଦାବି କରିଛନ୍ତି। ଗୌରଭଙ୍କ ଏହି ମନ୍ତବ୍ୟ ପରେ ଟୀକାକୁ ନେଇ ତର୍କ ଆରମ୍ଭ ହୋଇଯାଇଛି। ତେବେ ଏହାକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପ୍ରତିକ୍ରିୟା ରଖିଛି। ଏହାର କୌଣସି ସତ୍ୟତା ନାହିଁ। ମନ୍ତ୍ରାଳୟ ସ୍ପଷ୍ଟ କରିଛି ଯେ, ନବଜାତ ବାଛୁରୀର ସେରମ୍ କୁ କେବଳ ବେରୋ ସେଲ୍ସକୁ ବିକଶିତ କରିବା ପାଇଁ ବ୍ୟବହାର କରାଯାଇଛି। ଏହି କୌଶଳ ପୋଲିଓ, ଏନଫ୍ଳୁଏଞ୍ଜା ଟୀକା ପାଇଁ ବହୁ ବର୍ଷ ପୂର୍ବରୁ ବ୍ୟବହାର କରାଯାଉଛି ବୋଲି ମନ୍ତ୍ରାଳୟ…

Read More

ଭୁବନେଶ୍ୱର: ରିଲାଏନ୍ସ ଜିଓ ପକ୍ଷରୁ ଜିଓଫାଇବର୍ ବ୍ୟବହାରକାରୀମାନଙ୍କ ପାଇଁ ବିଭିନ୍ନ ପ୍ରକାରର ଆକର୍ଷଣୀୟ ପୋଷ୍ଟ୍‌ପେଡ୍ ପ୍ଲାନ୍ ସମୂହ ଘୋଷଣା କରାଯାଇଛି। ଏହି ପ୍ଲାନ୍‌ଗୁଡିକର ମାସିକ ମୂଲ୍ୟ ୩୯୯ ଟଙ୍କାରୁ ଆରମ୍ଭ ହେଉଛି। ଜୁନ୍ ୧୭ରୁ ଲାଗୁ ହେବାକୁ ଯାଉଥିବା ନୂଆ ପୋଷ୍ଟପେଡ୍ ପ୍ଲାନ୍‌ଗୁଡିକର ଶୁଭାରମ୍ଭ କରିବା ସହିତ କଂପାନି ପକ୍ଷରୁ ଘୋଷଣା କରାଯାଇଛି ଯେ ସବୁ ନୂଆ ଗ୍ରାହକଙ୍କୁ ଇଟଂରନେଟ୍ ବକ୍ସ ଅର୍ଥାତ ରାଉଟର ବିନା ମୂଲ୍ୟରେ ମିଳିବ। ମୋଟ ଉପରେ ଗ୍ରାହକ ପୂର୍ବାପେକ୍ଷା ୧୫୦୦ ଟଙ୍କା ଅଧିକ ସଂଚୟ କରିପାରିବେ। ଯଦି ଗ୍ରାହକମାନେ ଅତିକମ୍‌ରେ ୬ ମାସର ଭାଲିଡିଟି ପ୍ଲାନ୍ ନେବେ ତେବେ ତାଙ୍କୁ ମାଗଣାରେ ଇଟଂରନେଟ୍ ବକ୍ସ ଓ ଇନଷ୍ଟଲେସନ ସୁବିଧା ମିଳିବ। ଜିଓଫାଇବର୍ ନୂଆ ପୋଷ୍ଟପେଡ୍ ପ୍ଲାନ୍‌ର ଏକ ବଡ଼ ସୁବିଧା ହେଉଛି ଏଥିରେ ସମାନ ଅପ୍‌ଲୋଡ୍ ଓ ଡାଉନ୍‌ଲୋଡ୍ ସ୍ପିଡ୍ ମିଳିବ। ମାସିକ ୩୯୯ ଟଙ୍କିଆ ପ୍ଲାନ୍‌ରେ ୩୦ ଏମ୍‌ବିପିଏସ୍‌, ୬୯୯ ଟଙ୍କାର ପ୍ଲାନ୍‌ରେ ୧୦୦…

Read More

ସୀତାରାମ ଅଗ୍ରୱାଲ ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀରେ କରୋନା ସଂକ୍ରମଣ ଆଜି ସାମାନ୍ୟ ଅଛି। ଆଜି ଉକ୍ତ ନିର୍ବାଚନମଣ୍ଡଳୀରେ ୧୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ୧୮ ଜଣଙ୍କ ମଧ୍ୟରୁ ବାଣପୁର ବ୍ଲକରେ ୪ ଜଣ, ଚିଲିକା ବ୍ଲକରେ ୧୩ ଜଣ, ଏବଂ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି ୧୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସୁସ୍ଥ ୧୩ ଜଣଙ୍କ ମଧ୍ୟରୁ ବାଣପୁର ବ୍ଲକରୁ ୨ ଜଣ, ଚିଲିକା ବ୍ଲକରୁ ୭ ଜଣ ଏବଂ ବାଲୁଗାଁ ବିଜ୍ଞାପିତ ଅଞ୍ଚଳରୁ ୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଆଜି ସୁଦ୍ଧା ବାଣପୁର ବ୍ଲକରେ ୫୯ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଥିବା ବେଳେ ବାଣପୁର ବିଜ୍ଞାପିତ ଅଞ୍ଚଳରେ ୧୪ ଜଣ, ଚିଲିକା ବ୍ଲକରେ ୬୮ ଜଣ ଏବଂ ବାଲୁଗାଁ ବିଜ୍ଞାପିତ ଅଞ୍ଚଳରେ ୩୪ ଜଣ…

Read More

ଭୁବନେଶ୍ଵର: ଆସନ୍ତାକାଲି ସକାଳ ୫ ଟା ସୁଦ୍ଧା ରାଜ୍ୟରେ ଲକଡାଉନ-୩.୦ କଟକଣା ସମାପ୍ତ ହେଉଛି। ହେଲେ ଆସନ୍ତାକାଲି ଠାରୁ ପୁଣିଠାରେ ଲକଡାଉନ କଟକଣା ଜାରି ହେବ କି ନାହିଁ, ତାହା ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି। ଜୀବିକାକୁ ଗୁରୁତ୍ଵ ଦେଇ ରାଜ୍ୟ ସରକାର ଲକଡାଉନ କଟକଣାକୁ ଆଂଶିକ କୋହଳ କରିଛନ୍ତି। ଆସନ୍ତାକାଲି ସକାଳ ୫ ଟାରୁ ଜୁଲାଇ ୧ ତାରିଖ ସକାଳ ୫ ଟା ଯାଏଁ ୨ ସପ୍ତାହ ପାଇଁ ଆଂଶିକ ଲକଡାଉନ ଘୋଷଣା ହୋଇଛି। ସଂକ୍ରମଣ କମିଥିବା ପଶ୍ଚିମ ଓ ଦକ୍ଷିଣ ଓଡିଶାର ୧୭ ଟି ଜିଲ୍ଲାରେ ସକାଳ ୬ ଟାରୁ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ କଟକଣା କୋହଳ କରାଯାଉଛି। ସୁନ୍ଦରଗଡ଼, ଝାରସୁଗୁଡା, ବରଗଡ, ସମ୍ବଲପୁର, ଦେବଗଡ, କଳାହାଣ୍ଡି, ବଲାଙ୍ଗୀର, ନୂଆପଡା, ସୁବର୍ଣ୍ଣପୁର, ଗଞ୍ଜାମ, ଗଜପତି, କନ୍ଧମାଳ, ବଉଦ, କୋରାପୁଟ, ନବରଙ୍ଗପୁର, ମାଲକାନଗିରି ଏବଂ ରାୟଗଡା ଜିଲ୍ଲା ଗୁଡିକରେ କଟକଣା କୋହଳ କରାଯାଇଛି। ସେହିପରି ଅନ୍ୟ…

Read More

ନୂଆଦିଲ୍ଲୀ, କେନ୍ଦ୍ରର ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ହେବ ବୋଲି ଜଣାପଡିବା ପରେ ବର୍ତ୍ତମାନ ଦେଶର ରାଜନୀତିରେ ଚର୍ଚ୍ଚା ଜୋରଦାର ହେବାରେ ଲାଗିଛି। ତେବେ ପ୍ରଧାନମନ୍ତ୍ରୀଙ୍କ ବିଭିନ୍ନ ମନ୍ତ୍ରୀ ତଥା ସାଂସଦଙ୍କ ସହିତ ବାରମ୍ବାର ବୈଠକ ଏହି ସଂପ୍ରସାରଣକୁ ନିଶ୍ଚିତ କରୁଛି। ସେଥିପାଇଁ କିଏ ମନ୍ତ୍ରୀ ହେବ କାହାର ମନ୍ତ୍ରୀ ପଦ ଯିବ ସେ ନେଇ ଚାଲିଛି ମନ୍ଥନ। ତେବେ ଏହି ସଂପ୍ରସାରଣ ଏବଂ ଅଦଳବଦଳ ଭିତରେ ଓଡିଶାର ଭାଗ୍ୟରେ କଣ ଅଛି ତାହାକୁ ନେଇ ମଧ୍ୟ ଚାଲିଛି ଯୁକ୍ତିତର୍କ। ସଦ୍ୟତମ ତଥ୍ୟ ଅନୁସାରେ ଓଡିଶାର କୁଆଡେ ତିନି ଜଣ ନେତା ମନ୍ତ୍ରୀ ହେବେ ବୋଲି ପାୱାର କରିଡର ସହିତ ଯୋଗାଯୋଗରେ ଅଛନ୍ତି। ହେଲେ ଶେଷ ମୂର୍ହୁତରେ ସେମାନଙ୍କ ଆଶା ଆଶାରେ ରହିଯାଇଛି। କାରଣ ଏହି କଥା ବିରୋଧୀ ପାୱାର କରିଡର ଜାଣିବା ପରେ କୁଆଡେ ଖେଳ କରିଦେଇଛନ୍ତି। ନୂଆଦିଲ୍ଲୀର ସୂଚନା ଅନୁସାରେ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସ୍ଥାନ ପାଇବା ପାଇଁ ତିନିଜଣଙ୍କ ନାମ ଦିଲ୍ଲୀରେ…

Read More

ସୀତାରାମ ଅଗ୍ରୱାଲ ବାଲୁଗାଁ: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଚିଲିକା ନିର୍ବାଚନମଣ୍ଡଳୀରେ ଜନସାଧାରଣଙ୍କ ରଜ ମଉଜ ଚଳିତ ବର୍ଷ କୋଭିଡ଼ ଲାଗି ଫିକା ପଡିଯାଇଥିବାବେଳେ ଜୁଆଡ଼ିଙ୍କ ପାଇଁ କିନ୍ତୁ ଏହା ସୁବର୍ଣ୍ଣ ସୁଯୋଗ ପାଲଟିଛି। ଦିନରାତି ଜୁଆଡ଼ି ମାନେ ଜୁଆ ଖେଳରେ ମାତୁଥିବାର ଦେଖା ଦେଉଥିବାବେଳେ ପରିଶେଷରେ ପୋଲିସ ହାତରେ ଧରାପଡ଼ି କେସ ଖାଇବାକୁ ମଧ୍ୟ ପଛାଉନାହାନ୍ତି। ବିଗତ ଦୁଇ ଦିନ ହେବ ଜୁଆଡ଼ି ମାନଙ୍କୁ ପୋଲିସ ଗୋଡ଼ାଇ ଗୋଡ଼ାଇ ଧରୁଥିବାବେଳେ ଗତକାଲି ଦ୍ଵିତୀୟ ରଜ ଦିବସରେ ବାଲୁଗାଁ ପୋଲିସ ମଠପୁର, ଧୂଆଁଳ ଏବଂ ବଡ଼କୁଳ ଅଞ୍ଚଳରେ ଚଢ଼ାଉ କରି ୮ ଜଣ ଜୁଆଡ଼ିଙ୍କୁ ଗିରଫ କରିଛି। ସେମାନଙ୍କ ନିକଟରୁ ନଗଦ ୮ ହଜାର ୬ ଶହ ୨0 ଟଙ୍କା ସହ ଖୋଲା ତାସ, ଟାରପୁଲୀନ, ମହମବତୀ ଆଦି ଜିନିଷ ଜବତ କରିଛି ପୋଲିସ। ଉକ୍ତ ଚଢ଼ାଉ ଅଭିଯାନରେ ବାଲୁଗାଁ ଆଇଆଇସି ରମାକାନ୍ତ ମାହାଲିକ, ଏସଆଇ ଲିଲି ପାଢ଼ୀ, ନାଭାଲ ଫାଣ୍ଡି ଅଧିକାରୀ…

Read More

ନୂଆଦିଲ୍ଲୀ: ନୂଆ ଆଇଟି ନିୟମ ଆଇନ ପାଳନ ନକରିବା ଟ୍ବିଟରକୁ ମହଙ୍ଗା ପଡିଛି। ଭାରତରେ ଟ୍ବିଟରକୁ ମିଳିବାକୁଥିବା ଆଇନ ସୁରକ୍ଷା ଶେଷ ହୋଇଯାଇଛି। ଗତ ମେ’ ୨୫ ତାରିଖରେ କେନ୍ଦ୍ର ସରକାର ନୂଆ ନିୟମ ଲାଗୁ କରିଥିଲେ। କିନ୍ତୁ ଏହି ନୂଆ ନିୟମକୁ ଟ୍ବିଟର ଏପର୍ଯ୍ୟନ୍ତ ଲାଗୁ କରିନାହିଁ। ଯାହାଫଳରେ ଟ୍ବିଟର ଉପରେ ସରକାର କାର୍ଯ୍ୟାନୁଷ୍ଠାନ ନେଇଛି। ଉଲ୍ଲେଖ ଯୋଗ୍ୟ ଯେ, ଏହି କାର୍ଯ୍ୟାନୁଷ୍ଠାନ ଉପରେ ବର୍ତ୍ତମାନ ପର୍ଯ୍ୟନ୍ତ ସରକାର ପକ୍ଷରୁ କୌଣସି ଔପଚାରିକ ଘୋଷଣା ହୋଇନାହିଁ। କିନ୍ତୁ ଏପର୍ଯ୍ୟନ୍ତ ନୂଆ ନିୟମ ଲାଗୁ କରିନଥିବାରୁ ଟ୍ବିଟରର ସୁରକ୍ଷା ଆଇନ ଆପେ ଆପେ ସମାପ୍ତ ହୋଇଯାଇଛି।

Read More

Diamond Rush: ହୀରା ମିଳୁଛି, ହୀରା ମିଳୁଛି। ଏହିପରି ଏକ ଖବର ପ୍ରଚାରିତ ହେବା ପରେ ପୁରା ଗାଁ ସହିତ ପାଖଆଖ ଅଞ୍ଚଳ ଲୋକେ ହୀରା ଖୋଜିବାକୁ ଧାଇଁଲେ। ପ୍ରାୟ ତିନି ଏକର ପରିମିତ ଅଳ୍ପ ଜଙ୍ଗଲିଆ ଅଞ୍ଚଳରେ ସମସ୍ତେ କୋଡି କୋଦାଳ ଧରି ଖୋଳିବାକୁ ଲାଗିଲେ। ଧିରେ ଧିରେ ଏହି କଥା ଏତେ ଜୋରରେ ବ୍ୟାପିଗଲା ଯେ, ବର୍ତ୍ତମାନ ପ୍ରତ୍ୟେକ ଦିନ ହଜାର ହଜାର ଲୋକେ ସେହି ସ୍ଥାନ ଖୋଳିବାରେ ଲାଗିଛନ୍ତି। ଏହି ଘଟଣାଟି ଦକ୍ଷିଣ ଆଫ୍ରିକାର କେଜେଡ୍ ପ୍ରୋଭେନସିୟାଲ ଅଧିନରେ ଥିବା କ୍ବାହାଲଥି ଗ୍ରାମରେ ଘଟିଛି । କେତେକ ଭୂତତ୍ବବିତ ସେହି ଗ୍ରାମର ପାଖ ଜଙ୍ଗଲିଆ ଅଞ୍ଚଳ ଅନୁସନ୍ଧାନ କରୁଥିଲେ। ସେମାନେ ଜାଣିବାକୁ ପାଇଲେ ଯେ ସେଠାରେ କେତେକ ବିରଳ ତଥା ଅଜଣା ପଥର ବାହାରୁଛି। ଏହି କଥାଟି ସାରା ଅଞ୍ଚଳରେ ବ୍ୟାପିବାରେ ଲାଗିଲା। ଫଳରେ ତାହା ହୀରା ହୋଇଥିବ ଭାବେ ଲୋକେ ଖୋଳାଖୋଳି ଆରମ୍ଭ କରିଦେଲେ। ସତକୁ…

Read More

ମୋହନା: ଗଜପତି ଜିଲ୍ଲା ମୋହନା ବ୍ଳକରେ କିଛିଦିନ ବ୍ୟବଧାନରେ ପୁଣି ଗୁଣିଗାରେଡିକୁ ନେଇ ଗଡିଛି ବାପ ଓ ପୁଅର ୨ଟି ମୁଣ୍ଡ। ଏହି ବ୍ଳକର ଦୁର୍ଗମ ଅଞ୍ଚଳରେ ଲୋକେ ସ୍ୱାସ୍ଥ୍ୟ ଖରାପ ହେଲେ ସାଧାରଣତଃ ଚେରମୂଳି ଔଷଧ ଉପରେ ନିର୍ଭର କରନ୍ତି। ସ୍ଵାସ୍ଥ୍ୟକର୍ମଚାରୀଙ୍କ ଉପରେ ଲୋକେ ବିଶ୍ୱାସ କରୁଥିବା ବେଳେ ମାସରେ ଥରେ ଅଧେ ସ୍ୱାସ୍ଥ୍ୟକର୍ମୀମାନେ ବ୍ଳକର ଦୁର୍ଗମ ଅଞ୍ଚଳକୁ ଯାଇଥାନ୍ତି। ବାକି ସମୟ ଉପରିସ୍ଥ କର୍ମଚାରୀଙ୍କୁ ହାତବାରିଶି କରି ଘରେ ବସି ଦରମା ହାତେଇଥାନ୍ତି। ଏହି ବ୍ଳକର ଏହା ନିତିଦିନିଆ ଘଟଣା ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ଅଡବା ଥାନା ଅନ୍ତର୍ଗତ ଗୁଲୁବା ପଞ୍ଚାୟତ ଅଧିନ ମୁଠାଗୁଡ଼ା ଗ୍ରାମରେ ଗୁଣିଗାରେଡିକୁ ନେଇ ବାପପୁଅଙ୍କୁ ଅତି ନୃଶଂଶ ଭାବେ ହତ୍ୟା କରାଯାଇଛି। ଯାହାକି ଅଞ୍ଚଳରେ ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ନେଇ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି। ମୁଠାଗୁଡ଼ା ଗ୍ରାମର ଲୋକ ଦଳବେହେରା (୫୭) ଓ ପୁଅ ଅନୁକ ଦଳବେହେରା…

Read More

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୬୨ ହଜାର ୨୨୪ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୨ ହଜାର ୫୪୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୨ କୋଟି ୯୬ ଲକ୍ଷ ୩୩ ହଜାର ୧୦୫ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୭୯ ହଜାର ୫୭୩ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୮୩ ଲକ୍ଷ ୮୮ ହଜାର ୧୦୦ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୮ ଲକ୍ଷ ୬୫ ହଜାର ୪୩୨ ଆକ୍ଟିଭ୍‌ କେସ୍ ରହିଛି।

Read More

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୪୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୪୪ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୩୪୩୧ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଗଞ୍ଜାମ, କଳାହାଣ୍ଡି, ପୁରୀ ଜିଲ୍ଲାରୁ ୪ ଜଣ, କଟକ, ଝାରସୁଗୁଡା, ରାୟଗଡା, ସୁନ୍ଦରଗଡ ଓ ଜଗତସିଂହପୁର ଜିଲ୍ଲାରୁ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ସେହିଭଳି ବରଗଡ, ମୟୂରଭଞ୍ଜ ଓ ବୌଦ୍ଧ ଜିଲ୍ଲାରୁ ୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଢେଙ୍କାନାଳ, କନ୍ଧମାଳ, କେନ୍ଦୁଝର, ନୂଆପଡା, ସମ୍ବଲପୁର ଓ ଗଜପତି ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୬୩ ହଜାର ୬୧ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୮…

Read More

ଭୁବନେଶ୍ବର: ଆଜି ରାଜ୍ୟରେ ୩ ହଜାର ୫୩୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୨୦୧୬ ଜଣ ଚିହ୍ନଟ ହୋଇଥିବା ବେଳେ ୧୫୧୯ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୬୩ ହଜାର ୬୧ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୮ ଲକ୍ଷ ୧୧ ହଜାର ୭୮୦ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୪୭ ହଜାର ୭୯୬ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୩୩୮୭ କୁ ବୃଦ୍ଧି ହୋଇଛି। ଆଜି ମୋଟ ୩୦ ଟି ଜିଲ୍ଲାରୁ ୩ ହଜାର ୫୩୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୫୩୩ ଜଣ, କଟକ ଜିଲ୍ଲାରୁ ୩୨୦ ଜଣ, ଅନୁଗୁଳ ଜିଲ୍ଲାରୁ…

Read More

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁନ୍ ୧୬ ତାରିଖ ଅପରାହ୍ନ ପ୍ରାୟ ୪ଟା ସମୟରେ ଭିଭା ଟେକର ପଞ୍ଚମ ସଂସ୍କରଣରେ ଦୀକ୍ଷାନ୍ତ ଅଭିଭାଷଣ ପ୍ରଦାନ କରିବେ । ଏହି ସମାରୋହରେ ଅନ୍ୟ ବିଶିଷ୍ଟ ବକ୍ତାମାନଙ୍କ ମଧ୍ୟରେ ଫ୍ରାନ୍ସର ରାଷ୍ଟ୍ରପତି ମିଃ ଏମାନୁଏଲ ମାକ୍ରନ, ସ୍ପେନର ପ୍ରଧାନମନ୍ତ୍ରୀ ମିଃ ପେଡ୍ରୋ ସାଞ୍ଚେଜ୍‌ଙ୍କ ସମେତ ଅନ୍ୟ ୟୁରୋପୀୟ ରାଷ୍ଟ୍ରଗୁଡ଼ିକର ମନ୍ତ୍ରୀ ଏବଂ ସାଂସଦମାନେ ଅଂଶଗ୍ରହଣ କରିବେ । ଏହି ସମାରୋହରେ ଆପଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ମିଃ ଟିମ୍ କୁକ୍‌, ଫେସବୁକର ଅଧ୍ୟକ୍ଷ ତଥା ମୁଖ୍ୟ କାର‌୍ୟ୍ୟନିର୍ବାହୀ ଅଧିକାରୀ ମିଃ ମାର୍କ ଜୁକରବର୍ଗ, ମାଇକ୍ରୋସଫ୍ଟ ଅଧ୍ୟକ୍ଷ ମିଃ ବ୍ରାଡ ସ୍ମିଥଙ୍କ ସମେତ କର୍ପୋରେଟ ଜଗତର ଅନ୍ୟ ବରିଷ୍ଠ ନେତୃବୃନ୍ଦ ଯୋଗ ଦେବେ । ୨୦୧୬ ଠାରୁ ପ୍ରତିବର୍ଷ ପ୍ୟାରିସ୍ ଠାରେ ଆୟୋଜିତ ହୋଇ ଆସୁଥିବା ଭିଭା ଟେକ୍ ହେଉଛି ୟୁରୋପର ଅନ୍ୟତମ ସର୍ବବୃହତ ଡିଜିଟାଲ୍ ଓ ଷ୍ଟାର୍ଟଅପ୍ କାର‌୍ୟ୍ୟକ୍ରମ। ଏକ ପ୍ରମୁଖ ବିଜ୍ଞାପନ ଓ…

Read More