ନୂଆଦିଲ୍ଲୀ: ଅଯୋଧ୍ୟାର ରାମ ମନ୍ଦିର ଜମି କିଣାକୁ ନେଇ ଶ୍ରୀରାମ ଜନ୍ମଭୂମୀ ତୀର୍ଥ କ୍ଷେତ୍ର ଟ୍ରଷ୍ଟ ଉପରେ ଦୁର୍ନୀତି ଅଭିଯୋଗ ହୋଇଛି। ଏହି ବିବାଦ ଘଟଣାରେ କେନ୍ଦ୍ର ସରକାରକୁ ଆଜି ଟ୍ରଷ୍ଟ ଏକ ରିପୋର୍ଟ ପଠାଇଛି। ବିରୋଧୀ ଦଳଙ୍କ ଦ୍ଵାରା ଏହା ଏକ ଷଡଯନ୍ତ୍ର ବୋଲି ଉକ୍ତ ରିପୋର୍ଟରେ ଟ୍ରଷ୍ଟ ଦର୍ଶାଇଛି। ଟ୍ରଷ୍ଟ ପକ୍ଷରୁ କେନ୍ଦ୍ର ସରକାର ବ୍ୟତୀତ ରାଷ୍ଟ୍ରୀୟ ସ୍ବଂୟ ସେବକ ସଂଘ ଓ ଭାରତୀୟ ଜନତା ପାର୍ଟିକୁ ମଧ୍ୟ ରିପୋର୍ଟ ପଠାଯାଇଛି। ଯେଉଁଥିରେ ଜମି କିଣା ବିଷୟରେ ସବିଶେଷ ବିବରଣୀ ପ୍ରଦାନ କରାଯାଇଛି। ଏବଂ କିପରି ଭିନ୍ନ ଭିନ୍ନ ଜମିର ମୂଲ୍ୟ ରହିଛି ତାହା ଏହି ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଉଲ୍ଲେଖ ଯୋଗ୍ୟ ଯେ, ରାମ ଜନ୍ମ ଭୂମୀ ନିର୍ମାଣ ପାଇଁ ଟ୍ରଷ୍ଟ ୨ କୋଟିର ଜମିକୁ ୧୮.୫ କୋଟି ଟଙ୍କାରେ କିଣିଥିବା ବିରୋଧୀ ଦଳ ଅଭିଯୋଗ କରିଥିଲେ। ଆମ ଆଦ୍ମି ପାର୍ଟିର ସାଂସଦ ସଞ୍ଜୟ ସିଂହ ଏବଂ ସମାଜବାଦୀ…
Author: Samikhsya Bureau
ଭୁବନେଶ୍ବର, ଓଡିଶାର ଲୋକ ଗୀତ ଭାବେ ବେଶ୍ ପରିଚିତ ହୋଇଛି ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ, ଆସିଛି ରଜ ଲୋ, ଘେନି ନୂଆ ସଜବାଜ। ଏହି ଗୀତଟି ସାରା ଓଡିଶାର ପୁରପଲ୍ଲୀରେ ବେଶ୍ ପ୍ରଭାବ ବିସ୍ତାର କରିଛି। ତେବେ ଓଡିଶାର ଯେତେ ସବୁ ଲୋକଗୀତ ରହିଛି ସେ ସବୁର ଲେଖକଙ୍କ ନାମ ଜଣା ନ ଥାଏ। କୁଆଁରୀ ପୁନେଇ ଜହ୍ନ ଗୋ ଫୁଲ ବଉଳ ବେଣୀ, ହଳିଆ ଗୀତ, କାନ୍ଦଣା ଗୀତ ଏବଂ ଏହି ରଜଦୋଳି ଗୀତ, ଲୋକଗୀତ ପର୍ଯ୍ୟାୟରେ ଅନ୍ତର୍ଭୁକ୍ତ। ଯାହାର କିଏ ସେ ଲେଖକ ତାହା ଜଣାପଡି ନାହିଁ। ପ୍ରଖ୍ୟାତ ଲୋକଗୀତ ଗବେଷକ କୁଂଜବିହାରୀ ଦାସ ତାଙ୍କ ଲୋକଗୀତ ସଂକଳନରେ ଏହି ରଜ ଗୀତକୁ ମଧ୍ୟ ସାମିଲ କରିଛନ୍ତି। ସେଥିରେ ସେ ଉଲ୍ଲେଖ କରିଛନ୍ତି ଯେ ଏହି ଗୀତର ଲେଖକ କେହି ନାହାଁନ୍ତି। ହେଲେ ଗତ କିଛି ବର୍ଷ ଧରି ରଜ ଗୀତର ଲେଖକ…
ନୂଆଦିଲ୍ଲୀ: ବର୍ତ୍ତମାନ ପର୍ଯ୍ୟନ୍ତ ଯଦି ଆପଣ ପ୍ୟାନ ସହ ଆଧାର କାର୍ଡ ଲିଙ୍କ କରିନାହାନ୍ତି, ତେବେ ଶୀଘ୍ର କରିନିଅନ୍ତୁ। କାରଣ ପ୍ୟାନ ସହ ଆଧାର ଲିଙ୍କ କରିବାର ଅନ୍ତିମ ତାରିଖ ଜୁନ ୩୦ ରହିଛି। ଏହାର ସମୟ ସୀମା ଶେଷ ହେବାକୁ ଆଉ ମାତ୍ର ୧୫ ଦିନ ବାକି ରହିଛି। ତେଣୁ ଏହା ମଧ୍ୟରେ ଯଦି ଆପଣ ପ୍ୟାନ ସହ ଆଧାର ଲିଙ୍କ କରିପାରିବେ ନାହିଁ, ତେବେ ଆପଣଙ୍କୁ ୧୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡିବ। ଏହାସହ ଏଲଆଇସି, ମ୍ୟୁଚୁଆଲ ଫଣ୍ଡ ଭଳି ଅନେକ ସଂସ୍ଥାରେ ଆପଣଙ୍କୁ ସମସ୍ୟା ହେବ।
ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ହେବ। ହେଲେ ସେଠାରେ ଏବେଠାରୁ ରାଜନୀତି ହଲଚଲ ଆରମ୍ଭ ହୋଇଯାଇଛି। ଏହି ପ୍ରରିପ୍ରେକ୍ଷୀରେ ବହୁଜନ ସମାଜବାଦୀ ପାର୍ଟିର ୯ ଜଣ ବିଧାୟକ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟିର ମୁଖ୍ୟ ଅଖିଳେଶ ଯାଦବଙ୍କୁ ସାକ୍ଷାତ କରିବାକୁ ଯାଇଥିବା ସୂଚନା ମିଳିଛି। ଖବର ମୁତାବକ, ବିଏସପିର ଏହି ୯ ବିଧାୟକ ଦଳ ପ୍ରତି ଅସନ୍ତୋଷ ଥିଲେ। ତେବେ ଅଖିଳେଶଙ୍କ ସହ ଏହି ବିଧାୟଙ୍କ ସାକ୍ଷାତ ଖବର ଶୁଣି ରାଜନୈତିକ ମହଲରେ ଅନେକ କଳ୍ପନାଜଳ୍ପନା ଆରମ୍ଭ ହୋଇଯାଇଛି। ବିଏସପିର ଏହି ଅସନ୍ତୋଷ ବିଧାୟକମାନେ ହାତୀ ଛାଡି ସାଇକେଲରେ ବସିବେ ବୋଲି ଅନୁମାନ କରାଯାଉଛି। ଯଦି ଏହା ସତ ହୁଏ, ତେବେ ବିଏସପି ସୁପ୍ରିମୋ ମାୟାବତୀଙ୍କୁ ବଡ ଝଟକା ଲାଗିବ ବୋଲି କୁହାଯାଉଛି।
ନୂଆଦିଲ୍ଲୀ: ଟୀକା ଯୋଗୁଁ ଭାରତରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଛି। ଏହା ଦେଶର ପ୍ରଥମ ଘଟଣା, ଯାହା ଟୀକା ଯୋଗୁଁ ଜଣେ ବ୍ୟକ୍ତିଙ୍କ ଜୀବନ ଚାଲିଯାଇଛି। କେନ୍ଦ୍ର ସରକାର ଦ୍ଵାରା ଗଠିତ କମିଟି ଏହା ଘୋଷଣା କରିଛି। ସୂଚନା ଅନୁଯାୟୀ, ୬୮ ବର୍ଷୀୟ ଜଣେ ବ୍ୟକ୍ତି ମାର୍ଚ୍ଚ ୮ ତାରିଖରେ ଟୀକା ନେଇଥିଲେ। ଯାହାପରେ ତାଙ୍କର ମୃତ୍ୟୁ ହୋଇଥିଲା।
ଭୁବନେଶ୍ବର: ଲଘୁଚାପ ଯୋଗୁଁ ରାଜ୍ୟର ଅନେକ ସ୍ଥାନରେ ବର୍ଷା ଲାଗି ରହିଛି। ଏହାସହ ଦକ୍ଷିଣ ପଶ୍ଚିମ ବାୟୁ ସମଗ୍ର ରାଜ୍ୟକୁ ଛୁଇଁଲା ପରେ ମଧ୍ୟ ଲଗାତର ବର୍ଷା ଜାରି ରହିଛି। ତେବେ ରାଜ୍ୟରେ ୮ ଟି ଜିଲ୍ଲାକୁ ଆଞ୍ଚଳିକ ପାଣିପାଗ କେନ୍ଦ୍ର ୟେଲୋ ଓ୍ୱାର୍ଣ୍ଣିଂ ଜାରି କରିଛି। ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ବରଗଡ଼,ବଲାଙ୍ଗିର, ସୁବର୍ଣ୍ଣପୁର, ଅନୁଗୁଳ ଏବଂ ଦେବଗଡ଼ ଜିଲ୍ଲାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ଓ୍ୱାର୍ଣ୍ଣିଂ ଜାରି କରାଯାଇଛି। ଏହି ସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବା ନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ସତର୍କ କରିଛି। ସେଥିପାଇଁ ମତ୍ସ୍ୟଜୀବୀ ମାନେ ସମୁଦ୍ର ମଧ୍ୟକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି।
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୬୦ ହଜାର ୪୭୧ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୨ ହଜାର ୭୨୬ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୨ କୋଟି ୯୫ ଲକ୍ଷ ୭୦ ହଜାର ୮୮୧ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୭୭ ହଜାର ୩୧ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୮୨ ଲକ୍ଷ ୮୦ ହଜାର ୪୭୨ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୯ ଲକ୍ଷ ୧୩ ହଜାର ୩୭୮ ଆକ୍ଟିଭ୍ କେସ୍ ରହିଛି।
ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୪୧ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୪୧ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୩୩୮୭ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ଖୋର୍ଦ୍ଧା, କଟକ, ଝାରସୁଗୁଡା, ପୁରୀ ଜିଲ୍ଲାରୁ ୪ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ବରଗଡ, କଳାହାଣ୍ଡି, ରାୟଗଡା ଓ ଜଗତସିଂହପୁର ଜିଲ୍ଲାରୁ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ସେହିଭଳି ଗଞ୍ଜାମ, ମାଲକାନାଗିରି, ସୁନ୍ଦରଗଡ ଓ କେନ୍ଦୁଝର ଜିଲ୍ଲାରୁ ୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ବାଲେଶ୍ଵର, ଦେବଗଡ, କେନ୍ଦ୍ରାପଡା, ନୂଆପଡା, ସମ୍ବଲପୁର ଓ ବଲାଙ୍ଗୀରି ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୫୯ ହଜାର ୫୨୬ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୮ ଲକ୍ଷ ୪ ହଜାର ୯୮୧…
ଭୁବନେଶ୍ବର: ଆଜି ରାଜ୍ୟରେ ୩ ହଜାର ୪୦୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୧୯୪୨ ଜଣ ଚିହ୍ନଟ ହୋଇଥିବା ବେଳେ ୧୪୬୩ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୫୯ ହଜାର ୫୨୬ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୮ ଲକ୍ଷ ୪ ହଜାର ୯୮୧ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୫୧ ହଜାର ୧୦୪ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୩୩୦୨ କୁ ବୃଦ୍ଧି ହୋଇଛି। ଆଜି ମୋଟ ୩୦ ଟି ଜିଲ୍ଲାରୁ ୩ ହଜାର ୪୦୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୫୦୦ ଜଣ, କଟକ ଜିଲ୍ଲାରୁ ୨୩୦, ଅନୁଗୁଳ ଜିଲ୍ଲାରୁ ୧୮୩…
ଭୁବନେଶ୍ବର, ରାଜ୍ୟରେ ଲକଡାଉନ ବଢାଯିବ ନା ଅନଲକ୍ ହେବ। ଏ ନେଇ ରାଜ୍ୟ ସରକାରଙ୍କ ତରଫରୁ ଆଜି କିମ୍ବା ଆସନ୍ତାକାଲି ଘୋଷଣା ହେବ। କାରଣ ଲକଡାଉନ ଘୋଷଣା ଅନୁସାରେ 17 ତାରିଖ ହେଉଛି ଶେଷ ତାରିଖ। ଏହାପରେ ରାଜ୍ୟରେ କଣ ହେବ ସେ ନେଇ ସାଧାରଣରେ ଉତ୍କଣ୍ଠା ଲାଗି ରହିଛି। ତେବେ ବିଶେଷ ସୂଚନା ଅନୁସାରେ ରାଜ୍ୟ ସରକାର ପର୍ଯ୍ୟାୟ କ୍ରମେ ଅନଲକ କରିବେ। କାରଣ ଗତ କିଛିଦିନର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦେଖିଲେ 8 ଟି ଜିଲ୍ଲା ରେଡ ଜୋନରେ ରହିଛି। ସେହିପରି ପଜେଟିଭ ଆକ୍ରାନ୍ତ ହିସାବରେ 5ଟି ଜିଲ୍ଲା ମଧ୍ୟ ରେଡ ଜୋନରେ ରହିଛି। ସେଥିପାଇଁ ରାଜ୍ୟ ସରକାର ଏହି ଜିଲ୍ଲାଗୁଡିକରେ ଲକଡାଉନର ଅବଧି ବୃଦ୍ଧି କରିପାରନ୍ତି। ତେବେ ସାରା ରାଜ୍ୟରେ ରାତ୍ରୀ କାଳୀନ କର୍ଫ ବଳବତ୍ତର ରଖିବା ପାଇଁ ଯୋଜନା ଚାଲିଛି। ତେବେ ଏ ନେଇ ରାଜ୍ୟ ସରକାର ଏହି ଦୁଇଦିନ ମଧ୍ୟରେ ଘୋଷଣା କରିବେ।
ଭୁବନେଶ୍ବର, ମଣିଷ ପରିଶ୍ରମ କଲେ ଫଳ ମିଳେ ଏବଂ ଭଗବାନଙ୍କ ସତ୍ତା ଅନୁଭବ କରି ହୁଏ। ଏ କଥା ସମସ୍ତେ ଜଣାନ୍ତି। ହେଲେ କେହି ପରିଶ୍ରମ କରିବା ପାଇଁ ଆଗ୍ରହ ପ୍ରକାଶ କରନ୍ତି ନାହିଁ। ଫଳରେ ସେମାନେ ସାରା ଜୀବନ ପଶ୍ଚାତତାପ କରିଥାନ୍ତି। ଆଚାର୍ଯ୍ୟ ଚାଣକ୍ୟ ତାହାର ବହୁ ଉଦାହରଣ ଦେଇ ସୁନ୍ଦର ଭାବେ ବର୍ଣ୍ଣନା କରିଛନ୍ତି। ଆଚାର୍ଯ୍ୟ ଚାଣକ୍ୟଙ୍କ ମତରେ ଫୁଲ ଦେହରେ ବାସ୍ନା ଥାଏ। ହେଲେ ତାହା ପାଖକୁ ଗଲେ ସେ ବାସ୍ନା ମିଳି ପାରିବ। ତୈଳବୀଜରେ ତେଲ ଥାଏ, ସମସ୍ତେ ଜାଣନ୍ତି। ହେଲେ ପରିଶ୍ରମ କଲେ ସେଥିରୁ ତେଲ ବାହାରିବ। ଏହି ତୈଳବୀଜରେ ତେଲ ଅଛି ବୋଲି ବାହାରୁ ଦେଖାଯାଏ ନାହିଁ। ସେହିପରି ଆଖୁରେ ଗୁଡ ରହିଛି। ତାହା ସମସ୍ତେ ଜାଣନ୍ତି। ହେଲେ ସେହି ଗୁଡକୁ ବାହାର କରିବାକୁ ହେଲେ ଆଖୁକୁ ନେଇ ପେଡିବାକୁ ପଡିଥାଏ। ପରିଶ୍ରମ କଲେ ଆଖୁରୁ ଗୁଡ ବାହାରିବ। ସେହିପରି ଖିରରେ ଘିଅ…
ମେଷ ରାଶିଫଳ: – ଆଜି ଏକ ଭଲ ଦିନ ହେବ । ବ୍ୟବସାୟରେ ଲାଭ ପାଇବା ସମ୍ଭାବନା ଅଛି । ନୂତନ ଡିଲ୍ ଲାଭଦାୟକ ହେବ, ଯେଉଁ କାରଣରୁ ଆର୍ଥିକ ସ୍ଥିତି ଦୃଢ ହେବ, ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ବ୍ୟବସାୟରେ ଛୋଟ ପ୍ରତିବନ୍ଧକ ହୋଇପାରେ । ସେଠାରେ ଅତ୍ୟଧିକ କାର୍ଯ୍ୟଭାର ହେବ, ଯେଉଁଥିପାଇଁ ଆପଣ ଶାରୀରିକ ଏବଂ ମାନସିକ ସ୍ତରରେ କ୍ଳାନ୍ତ ଅନୁଭବ କରିବେ । ପରିବାରର ପରିବେଶ ସୁଖମୟ ହେବ । ପରିବାର ସଦସ୍ୟଙ୍କ ସମ୍ପୂର୍ଣ୍ଣ ସମର୍ଥନ ରହିବ । କ୍ରୋଧକୁ ନିୟନ୍ତ୍ରଣ କରନ୍ତୁ। ବକ୍ତବ୍ୟକୁ ମଧ୍ୟ ନିୟନ୍ତ୍ରଣ କରନ୍ତୁ। ନଚେତ୍ ଯୁକ୍ତି ହୋଇପାରେ । ନିଜ ଜୀବନ ସାଥୀଙ୍କୁ ବୁଝିବାକୁ ଚେଷ୍ଟା କରନ୍ତୁ । ଆପଣ ଯାହା ଖାଉଛନ୍ତି ଏବଂ ପିଉଛନ୍ତି ସେଥିପ୍ରତି ଧ୍ୟାନ ଦିଅନ୍ତୁ । ବୃଷ ରାଶିଫଳ: – ଆଜି ମିଶ୍ରିତ ଦିନ ହେବ । ବ୍ୟବସାୟ ସ୍ୱାଭାବିକ ହେବ । ହଠାତ୍ ମୁଦ୍ରା ଲାଭ…
କର୍କଟ ରାଶିଫଳ: – ଆଜି ଏକ ମିଶ୍ରିତ ଦିନ ହେବ । ବ୍ୟବସାୟରେ ସମସ୍ୟା ହୋଇପାରେ ଏବଂ କର୍ମକ୍ଷେତ୍ରରେ କଠିନ ପରିଶ୍ରମ ଅଧିକ ହେବ । କାରବାର ଏବଂ ବିନିଯୋଗରେ ରିସ୍କ ନେବା ଠାରୁ ଦୂରେଇ ରୁହନ୍ତୁ । ଇଚ୍ଛାକୃତ ସଫଳତା ନ ପାଇବା ଦ୍ୱାରା ମାନସିକ ଚାପ ସୃଷ୍ଟି ହୋଇପାରେ । ପରିବାରରେ ବିବାଦ ଦେଖାଦେଇପାରେ । ଛାତ୍ରମାନଙ୍କ ପାଇଁ ଭଲ ସମୟ। ସେମାନେ କଠିନ ପରିଶ୍ରମର ଭଲ ଫଳାଫଳ ପାଇପାରିବେ । କନ୍ୟା ରାଶିଫଳ: – ଆଜି ଏକ ସାଧାରଣ ଦିନ ହେବ । କର୍ମକ୍ଷେତ୍ର ଏବଂ ବ୍ୟବସାୟରେ ଏକ ବଡ଼ ପରିବର୍ତ୍ତନ ହେବାର ସମ୍ଭାବନା ଅଛି । ଅର୍ଥ ସମ୍ବନ୍ଧୀୟ କୌଣସି ପ୍ରସଙ୍ଗରେ ଅସୁବିଧା ହୋଇପାରେ, ତେଣୁ ଚାକିରି ଏବଂ କାର୍ଯ୍ୟ ଜୀବନରେ ଶତ୍ରୁମାନଙ୍କ ପ୍ରତି ସାବଧାନ ରୁହନ୍ତୁ । ବିବାଦ ମଧ୍ୟ ଦେଖାଦେଇପାରେ ।
ଧନୁ ରାଶିଫଳ: – ଆଜି ଶୁଭ ଦିନ ହେବ । କର୍ମକ୍ଷେତ୍ରରେ ବହୁତ କାମ ହେବ, କିନ୍ତୁ ପରିବାର ଏବଂ ସହକର୍ମୀଙ୍କ ସମ୍ପୂର୍ଣ୍ଣ ସମର୍ଥନ ରହିବ, ଯାହା ସମସ୍ତ କାର୍ଯ୍ୟରେ ସଫଳତା ଆଣିବ । ହଠାତ୍ ମୁଦ୍ରା ଲାଭ ହେତୁ ଆର୍ଥିକ ସ୍ଥିତି ଦୃଢ ହେବ । ବ୍ୟବସାୟରେ ବ୍ୟସ୍ତ ରହିବେ, ତଥାପି ଆପଣ ପରିବାରକୁ ସମୟ ଦେବାରେ ସକ୍ଷମ ହେବେ । ପାରିବାରିକ ପରିବେଶ ଆପଣଙ୍କ ପାଇଁ ଅନୁକୂଳ ହେବ । ଦାମ୍ପତ୍ୟ ଜୀବନରେ ସୁଖ ରହିବ । କୁମ୍ଭ ରାଶିଫଳ: – ଆଜି ଶୁଭ ଦିନ ହେବ । ଚିନ୍ତାଧାରା ସମାପ୍ତ ହୋଇପାରିବ । ବ୍ୟବସାୟରେ ସଫଳତା ଏବଂ ଲାଭ ହେବ । ବ୍ୟବସାୟ ବିସ୍ତାର ପାଇଁ ଏକ ନୂତନ ନିଷ୍ପତ୍ତି ନିଆଯାଇପାରେ । ଅବିବାହିତାଙ୍କ ପାଇଁ ଏହା ଏକ ଅନୁକୂଳ ସମୟ, ବିବାହ ସମ୍ଭାବନା ସୃଷ୍ଟି ହେବ । ଛାତ୍ରମାନଙ୍କ ପାଇଁ ସମୟ ମଧ୍ୟ ଭଲ ହେବ…
ମକର ରାଶିଫଳ: – ଆଜି ଏକ ଭଲ ଦିନ ହେବ । ବ୍ୟବସାୟ କ୍ଷେତ୍ରରେ ସଫଳତା ମିଳିବ ଏବଂ ଲାଭର ସମ୍ଭାବନା ମଧ୍ୟ ରହିବ । ଆପଣ ବିନିଯୋଗରୁ ଲାଭ ପାଇବେ । ସମ୍ପ୍ରସାରଣ ପାଇଁ କାର୍ଯ୍ୟ ଯୋଜନା କରାଯାଇପାରେ, କିନ୍ତୁ ଅନାବଶ୍ୟକ ଖର୍ଚ୍ଚ ମଧ୍ୟ ଚିନ୍ତା ବଢାଇବ । ପାରିବାରିକ ଦାୟିତ୍ବଗୁଡିକ ଭଲ ଭାବରେ ପୂରଣ କରିବେ । ମୀନ ରାଶିଫଳ: – ଆଜି ଏକ ସାଧାରଣ ଦିନ ହେବ । କର୍ମକ୍ଷେତ୍ରରେ କଠିନ ପରିଶ୍ରମ ହେବ, ଯାହା କାର୍ଯ୍ୟରେ ସଫଳତା ଦେବ, କିନ୍ତୁ ଅଫିସ୍ କିମ୍ବା ବ୍ୟବସାୟ କ୍ଷେତ୍ରରେ କୌଣସି ପ୍ରକାରର ବିପଦ ନିଅ ନାହିଁ ଏବଂ ଶୀଘ୍ର ଏହାକୁ ଏଡ଼ାନ୍ତୁ । ଅଟକି ଯାଇଥିବା ବ୍ୟକ୍ତି ଫେରି ଆସିବେ ଏବଂ ଲାଭ ପାଇଁ ସୁଯୋଗ ମିଳିବ।
ତୂଳା ରାଶିଫଳ: – ଆଜି ଏକ ଭଲ ଦିନ ହେବ । ବ୍ୟବସାୟ ସମସ୍ୟା ସମାପ୍ତ ହେବ । ନୂତନ କାର୍ଯ୍ୟ ଆରମ୍ଭ ହୋଇପାରେ । ହଠାତ୍ ମୁଦ୍ରା ଲାଭ ହେବାର ସମ୍ଭାବନା ଅଛି, କିନ୍ତୁ କାରବାରରୁ ଦୂରେଇ ରୁହନ୍ତୁ । ସମ୍ପତ୍ତିରେ ବିନିଯୋଗ ଲାଭଦାୟକ ହେବ । କିଛି ଲାଭଜନକ କାରବାର ମଧ୍ୟ ହୋଇପାରେ । ମେଷ ରାଶିଫଳ: – ଆଜି ଏକ ଭଲ ଦିନ ହେବ । ବ୍ୟବସାୟରେ ଲାଭ ପାଇବା ସମ୍ଭାବନା ଅଛି । ନୂତନ ଡିଲ୍ ଲାଭଦାୟକ ହେବ, ଯେଉଁ କାରଣରୁ ଆର୍ଥିକ ସ୍ଥିତି ଦୃଢ ହେବ, ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ବ୍ୟବସାୟରେ ଛୋଟ ପ୍ରତିବନ୍ଧକ ହୋଇପାରେ । ସେଠାରେ ଅତ୍ୟଧିକ କାର୍ଯ୍ୟଭାର ହେବ, ଯେଉଁଥିପାଇଁ ଆପଣ ଶାରୀରିକ ଏବଂ ମାନସିକ ସ୍ତରରେ କ୍ଳାନ୍ତ ଅନୁଭବ କରିବେ ।
ବୃଷ ରାଶିଫଳ: – ଆଜି ମିଶ୍ରିତ ଦିନ ହେବ । ବ୍ୟବସାୟ ସ୍ୱାଭାବିକ ହେବ । ହଠାତ୍ ମୁଦ୍ରା ଲାଭ ହେଉଛି, କିନ୍ତୁ ଅନାବଶ୍ୟକ ଖର୍ଚ୍ଚ ବୃଦ୍ଧି ହେତୁ ଆର୍ଥିକ ସ୍ଥିତି ଦୁର୍ବଳ ହେବ । ବୁଦ୍ଧିମାନ ଭାବରେ ବିନିଯୋଗ କରନ୍ତୁ, ନଚେତ୍ ଆପଣ କ୍ଷତି ସହିପାରନ୍ତି । ଛାତ୍ରଛାତ୍ରୀମାନେ ସଫଳତା ପାଇବେ । ଟିକିଏ ସତର୍କ ରୁହନ୍ତୁ । ସିଂହ ରାଶିଫଳ: – ଆଜି ଏକ ଭଲ ଦିନ ହେବ । ବ୍ୟବସାୟ ଭଲ କରିବ । ହଠାତ୍ ମୁଦ୍ରା ଲାଭ ହେବାର ସମ୍ଭାବନା ରହିବ । ବ୍ୟବସାୟ ବିସ୍ତାର ପାଇଁ ନୂତନ ଯୋଜନା ପ୍ରସ୍ତୁତ କରିବ, କିନ୍ତୁ ଅସାବଧାନତାକୁ ଏଡ଼ାନ୍ତୁ, ନଚେତ୍ ଏକ ଭଲ ସୁଯୋଗ ନଷ୍ଟ ହୋଇପାରେ। ଅତ୍ୟଧିକ କାର୍ଯ୍ୟ ହେତୁ ଆପଣ କ୍ଳାନ୍ତ ଅନୁଭବ କରିବେ ।
ମିଥୁନ ରାଶିଫଳ: – ଆଜି ଏକ ସାଧାରଣ ଦିନ ହେବ । ବ୍ୟବସାୟରେ ଲାଭ ହେବ । ହଠାତ୍ ଲାଭ ମିଳୁଛି । କର୍ମକ୍ଷେତ୍ରରେ ପ୍ରଚୁର ପରିଶ୍ରମ ହେବ ଏବଂ କାର୍ଯ୍ୟରେ ସଫଳତା ହାସଲ ହେବ, କିନ୍ତୁ ପରିବାରରେ ମତଭେଦ ହେବାର ସମ୍ଭାବନା ରହିବ । ଆର୍ଥିକ ଲାଭ ପାଇବା ସମ୍ଭାବନା ରହିବ । ସ୍ଥଗିତ କାର୍ଯ୍ୟ ଗତିଶୀଳ ହେବ । ମନରେ ଉତ୍ସାହ ଏବଂ ଚିନ୍ତାଧାରାର ସ୍ଥିରତା ହେତୁ ସମସ୍ତ କାର୍ଯ୍ୟ ଭଲ ଭାବରେ କରାଯିବ । ବିଛା ରାଶିଫଳ: – ଆଜି ମିଶ୍ରିତ ଦିନ ହେବ । ବ୍ୟବସାୟରେ ବିପଦପୂର୍ଣ୍ଣ କାରବାରକୁ ଏଡ଼ାଇବାକୁ ପଡ଼ିବ । କର୍ମକ୍ଷେତ୍ରରେ ଅଧିକ କାର୍ଯ୍ୟ ହେବ । କାର୍ଯ୍ୟରେ ଅଗ୍ରଗତି ହେବ ଯାହା କଠିନ ପରିଶ୍ରମ ଦ୍ୱାରା ଅଟକି ଯାଇଛି । ସହକର୍ମୀମାନେ ମଧ୍ୟ ଏଥିରେ ସାହାଯ୍ୟ କରିବେ । କାରବାର ଏବଂ ଚିନ୍ତା ନକରି କୌଣସି ନିଷ୍ପତ୍ତି ନେବାକୁ ଏଡାଇବାକୁ ପଡିବ,…
ନୂଆଦିଲ୍ଲୀ, ଲିପୋସୋମାଲ ଆମ୍ଫୋଟେରିସିନ-ବି ଉପଲବ୍ଧତା ସୁନିଶ୍ଚିତ କରିବା ପାଇଁ ଆଜି ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଓ କେନ୍ଦ୍ରୀୟ ସଂସ୍ଥାନଗୁଡିକୁ ଅତିରିକ୍ତ ୧୦୬୩୦୦ ଭାଏଲ ଆମ୍ଫୋଟେରିସିନ-ବି ପ୍ରଦାନ କରାଯାଇଛି ବୋଲି କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ଡି.ଭି. ସଦାନନ୍ଦ ଗୌଡ଼ା ଟ୍ୱିଟର ଯୋଗେ ଘୋଷଣା କରିଛନ୍ତି । ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଓ କେନ୍ଦ୍ରୀୟ ସଂସ୍ଥାନଗୁଡିକୁ ସମୁଦାୟ ୫୩,୦୦୦ ଭାଏଲ ପାରମ୍ପରିକ ଆମ୍ଫୋଟେରିସିନ-ବି ମଧ୍ୟ ଆବଣ୍ଟନ କରାଯାଇଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ଠିକ ସମୟରେ ଚିକିତ୍ସା ପାଇଁ ପାରମ୍ପରିକ ଆମ୍ଫୋଟେରିସିନ-ବି ଯୋଗାଣ ସୁନିଶ୍ଚିତ କରାଯାଉଛି ।
ନୂଆଦିଲ୍ଲୀ, କେନ୍ଦ୍ର କ୍ୟାବିନେଟ ଅଦଳବଦଳ ପକ୍ରିୟା ବର୍ତ୍ତମାନ ଶେଷ ହୋଇଛି। ନୂଆଦିଲ୍ଲୀରୁ ମିଳିଥିବା ଏକ ନିର୍ଭର ଯୋଗ୍ୟ ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହମନ୍ତ୍ରୀ ଅମିତ ସାହା ଏବଂ ବିଜେପି ରାଷ୍ଟ୍ରୀୟ ସଭାପତି ଜେ ପି ନଡ୍ଡା ମିଳିତ ଭାବେ ପୁଣି ବୈଠକ କରିଥିଲେ। ଏହି ବୈଠକରେ ଏକ ବିସ୍ତୁତ ତାଲିକା ପ୍ରଧାନମନ୍ତ୍ରୀଙ୍କ ବିଚାର ପାଇଁ ପ୍ରଦାନ କରାଯାଇଛି। ପ୍ରଧାନମନ୍ତ୍ରୀ ଏହାକୁ ଅନୁଧ୍ୟାନ କରି ଶେଷ ସ୍ପର୍ଶ ଦେବେ ବୋଲି ଜଣାପଡିଛି। ଏହି ସୁତ୍ର ଅନୁସାରେ ଖୁବ ଶିଘ୍ର ପ୍ରଧାନମନ୍ତ୍ରୀ ଏ ନେଇ ରାଷ୍ଟ୍ରପତି ଭବନକୁ ଅବଗତ କରାଇବେ। ଫଳରେ ଆସନ୍ତା ସପ୍ତାହରେ ଏହି ନୂଆ ମନ୍ତ୍ରୀମଣ୍ଡଳ ଶପଥ ନେବ ବୋଲି କୁହାଯାଉଛି।
ନୂଆଦିଲ୍ଲୀ: ଭାରତରେ ସାମସଙ୍ଗ ଏକ ନୂଆ ସ୍ମାର୍ଟ ଫୋନ ଲଞ୍ଚ କରିବାକୁ ଯାଉଛି। ଜୁନ ୨୧ ତାରିଖରେ ସାମସଙ୍ଗ କମ୍ପାନୀ ଗ୍ୟାଲାକ୍ସି ଏମ୩୨ ଲଞ୍ଚ କରିବାକୁ ଯାଉଛି। ଆମାଜନ ଇଣ୍ଡିଆର ୱେବସାଇଟରେ ଏହି ନୂଆ ସ୍ମାର୍ଟ ଫୋନର ସମସ୍ତ ବିବରଣୀ ଉପଲବ୍ଧ ହେଉଛି। ଜାଣନ୍ତୁ ଏହାର ଫିଚର ବିଷୟରେ: ୧- ଗ୍ୟାଲାକ୍ସି ଏମ୩୨ ସ୍ମାର୍ଟ ଫୋନରେ ୬୦୦୦ ଏମଏଚ ବ୍ୟାଟେରୀ ରହିଛି ୨- ଏହି ଫୋନରେ ୯୦ ଏଚଜେଡର ହାଇ ରିଫ୍ରେସ ସପୋର୍ଟ ମଧ୍ୟ ମିଳିବ ୩- ଏମୋଲେଡ ଡିସପ୍ଲେ ସହିତ ୱାଟର ଡ୍ରପ ଷ୍ଟାଇଲ ନଚ୍ ର ସପୋର୍ଟ ମିଳିବ ୪- ଏହାର ମୂଲ୍ୟ ୧୫ ହଜାର ଟଙ୍କାରୁ ଆରମ୍ଭ ହୋଇପାରେ ୫- ଏଥିରେ ୬୪ ଟି ମେଗାଫିକ୍ସେଲ ସହ ୪ ଟି ପଛ କ୍ୟାମେରା ଦିଆଯିବ ଏବଂ ଗ୍ୟାଲାକ୍ସି ଏମ୩୨ରେ ସେଲଫି ପାଇଁ ୨୦ ମେଗାଫିକ୍ସେଲ ବିଶିଷ୍ଟ ଫ୍ରଣ୍ଟ କ୍ୟାମେରା ରହିବ ୬- ସିଏସଏକ୍ସ ଆଣ୍ଡ୍ରାଏଡ ୧୧ ଆଧାରିତ…

