ନୂଆଦିଲ୍ଲୀ: ଇସ୍ରାଏଲର ନୂତନ ପ୍ରଧାନମନ୍ତ୍ରୀ ନାଫତାଲି ବେନେଟଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜଣାଇଛନ୍ତି। ଏକ ଟ୍ଵିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଇସ୍ରାଏଲର ପ୍ରଧାନମନ୍ତ୍ରୀ ହୋଇଥିବାରୁ ମହାମହିମ ନାଫତାଲି ବେନେଟଙ୍କୁ ଅଭିନନ୍ଦନ। ଆସନ୍ତା ବର୍ଷ ଆମେ ଉନ୍ନତ କୂଟନୈତିକ ସମ୍ପର୍କର ୩୦ ବର୍ଷପୂର୍ତ୍ତି ପାଳନ କରୁଥିବାରୁ ମୁଁ ଆପଣଙ୍କୁ ଭେଟିବାକୁ ଏବଂ ଆମ ଦୁଇ ଦେଶ ମଧ୍ୟରେ ରଣନୈତିକ ଭାଗିଦାରୀକୁ ଆହୁରି ଗଭୀର କରିବା ପାଇଁ ଅପେକ୍ଷା କରି ରହିଛି।
Author: Samikhsya Bureau
ଭୁବନେଶ୍ବର: ପୁଣିଥରେ ଓଜେଇଇ ପରିକ୍ଷାକୁ ସ୍ଥଗିତ ରଖାଯାଇଛି। କରୋନା ସଂକ୍ରମଣ ଯୋଗୁଁ ଏହି ପରିକ୍ଷାକୁ ଏବେ ସ୍ଥଗିତ ରଖାଯାଇଛି। ତେବେ ଏହି ପରୀକ୍ଷା କେବେ ହେବ, ତାହା ନେଇ ଜୁଲାଇ ପ୍ରଥମ ସପ୍ତାହରେ ନିଷ୍ପତ୍ତି ନିଆଯିବ। ଏହାସହ ପରୀକ୍ଷା ପାଇଁ ଅନଲାଇନ ଆବେଦନ ସମୟ ଅବଧିକୁ ମଧ୍ୟ ବୃଦ୍ଧି କରାଯାଇଛି। ଅନଲାଇନ ଆବେଦନ ସମୟ ଅବଧିକୁ ଜୁଲାଇ ୧୨ ତାରିଖକୁ ବୃଦ୍ଧି କରାଯାଇଥିବା ବେଳେ ଫି’ ଦାଖଲର ସମୟ ଅବଧିକୁ ମଧ୍ୟ ଜୁଲାଇ ୧୪ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଏହି ପରୀକ୍ଷା ଲାଗି ପୂର୍ବରୁ ଆବେଦନ କରିପାରିନଥିବା ପରୀକ୍ଷାର୍ଥୀ ପାଇଁ ଅନଲାଇନରେ ଆବେଦନ କରିବାକୁ ସୁଯୋଗ ମିଳିବ। ଏନେଇ ଓଜେଇଇ ଅଧ୍ୟକ୍ଷ ସୂଚନା ଦେଇଛନ୍ତି।
ଭୁବନେଶ୍ବର: କରୋନା ସମୟରେ ନକଲି ଔଷଧ କାରବାର ବୃଦ୍ଧି ପାଉଛି। ତେବେ ଏହାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତତ୍ପରତା ଦେଖାଇଛନ୍ତି। ନକଲି ଔଷଧ କାରବାରରେ ସମ୍ପୃକ୍ତ ଥିବା ଲୋକଙ୍କୁ ଧରିବା ପାଇଁ ମୁଖ୍ୟମନ୍ତ୍ରୀ ତତ୍ପର ହୋଇ ଉଠିଛନ୍ତି। ସେଥିପାଇଁ ଏହି ଘଟଣା ଉପରେ ତଦନ୍ତ କରିବା ପାଇଁ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଛନ୍ତି। ଉଲ୍ଲେଖା ଯୋଗ୍ୟ ଯେ, ରାଜ୍ୟରେ ଫାଭିଫିରାଭିର ସମେତ ୯ ଟି ନକଲି ଔଷଧକୁ ଠାବ କରାଯାଇଥିଲା। କଟକର କନିକା ଛକ ନିକଟରେ ଥିବା ଏକ ମେଡ଼ିସିନ ହୋଲସେଲ ଦୋକାନରୁ ୬୯ ଲକ୍ଷ ଟଙ୍କାର ନକଲି ଔଷଧ ମଧ୍ୟ ଜବତ ହୋଇଥିଲା। ତେଣୁ ଏହାକୁ ଗୁରୁତର ସହ ନେଇ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ନକଲି ଔଷଧ କାରବାରରେ ସାମିଲ ଲୋକଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଚେତାବନୀ ଦେଇଥିଲେ। ତେବେ ଏହି ଘଟଣାର ତଦନ୍ତ ପାଇଁ ଆଜି ମୁଖ୍ୟମନ୍ତ୍ରୀ କ୍ରାଇମବ୍ରାଞ୍ଚକୁ ନିର୍ଦ୍ଦେଶ ଦେଇଛନ୍ତି।
ସୀତାରାମ ଅଗ୍ରୱାଲ ବାଣପୁର: ଲକଡ଼ାଉନରେ ଆଇନ ଉଲ୍ଲଂଘନ କରିବା ଦୋକାନୀକୁ ମହଙ୍ଗା ପଡିଛି। କୋଭିଡ ନିୟମ ଉଲ୍ଲଂଘନ ଅଭିଯୋଗରେ ସ୍ଥାନୀୟ ପ୍ରଶାସନ ଗୋଟିଏ ଦୋକାନକୁ ସିଲ୍ କରିଛି। ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ନାଚୁଣୀ ବଜାରରେ ଗୋଟିଏ ଦୋକାନକୁ ସ୍ଥାନୀୟ ପ୍ରଶାସନ ସିଲ୍ କରିଛି। ସୂଚନା ମୁତାବକ ଆଜି ଅପରାହ୍ନରେ ବାଣପୁର ତହସିଲଦାର ମନ୍ମଥ ବେହରା ଏବଂ ନାଚୁଣୀ ଫାଣ୍ଡି ଅଧିକାରୀ ଉମାକାନ୍ତ ସାହୁ ନାଚୁଣି ଅଞ୍ଚଳରେ ଲକଡ଼ାଉନ ଏନ୍ଫୋର୍ସମେଣ୍ଟ ତଦାରଖ କରୁଥିବା ସମୟରେ ନାଚୁଣୀ ବଜାରର ଏକ ବସ୍ତ୍ରାଳୟ ଖୋଲା ଥିବାର ଦେଖିବାକୁ ପାଇଥିଲେ। ଦିନ ଦ୍ବିପହର ସମୟରେ ଦୋକାନ ଭିତରେ ମାତ୍ରାଧିକ ଗ୍ରାହକଙ୍କ ଗହଣରେ ଦୋକାନୀ ଲୁଚିଛପି ବେପାର କରୁଥିଲେ। ତେବେ କୋଭିଡ ଗାଇଡଲାଇନ ଉଲଂଘନ ହେତୁ ବାଣପୁର ତହସିଲଦାର ଉକ୍ତ ଦୋକାନୀଙ୍କ ଠାରୁ ୫ ହଜାର ଟଙ୍କା ଜରିମାନା ଆଦାୟ କରିବା ସହ ସମ୍ପୃକ୍ତ ଦୋକାନକୁ ଚାରି ଦିନ ପାଇଁ ଜଉ ମୁଦା ସିଲ କରିଛନ୍ତି।
ସୀତାରାମ ଅଗ୍ରୱାଲ ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀରେ କରୋନା ସଂକ୍ରମଣ ଆଜି ସାମାନ୍ୟ ଅଛି। ଆଜି ଉକ୍ତ ନିର୍ବାଚନମଣ୍ଡଳୀରେ ୨୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ୨୦ ଜଣଙ୍କ ମଧ୍ୟରୁ ବାଣପୁର ବ୍ଲକରେ ୮ ଜଣ, ଚିଲିକା ବ୍ଲକରେ ୬ ଜଣ, ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୪ ଜଣ ଏବଂ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି ୩୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସୁସ୍ଥ ୩୮ ଜଣଙ୍କ ମଧ୍ୟରୁ ବାଣପୁର ବ୍ଲକରୁ ୨୨ ଜଣ, ଚିଲିକା ବ୍ଲକରୁ ୧୧ ଜଣ, ବାଣପୁର ବିଜ୍ଞାପିତ ଅଞ୍ଚଳରୁ ୨ ଜଣ ଏବଂ ବାଲୁଗାଁ ବିଜ୍ଞାପିତ ଅଞ୍ଚଳରୁ ୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଆଜି ସୁଦ୍ଧା ବାଣପୁର ବ୍ଲକରେ ୫୬ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଥିବା ବେଳେ ବାଣପୁର ବିଜ୍ଞାପିତ ଅଞ୍ଚଳରେ…
ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଗୋଧି ମାଂସ ବିକ୍ରି ହେଉଥିବାର ପୋଲିସକୁ ଖବର ମିଳିଥିଲା। ଝାରପଡାର ଚିକେନ କାଉଣ୍ଟରରେ ଗୋଧି ମାଂସ ବିକ୍ରି ହେଉଥିବା ଖବର ପାଇ ଲକ୍ଷ୍ମୀସାଗର ପୋଲିସ ଚଢାଉ କରିଥିଲା। ସମ୍ପୃକ୍ତ କାଉଣ୍ଟରରେ ୨୦ ଟି ଗୋଧିକୁ କାଟି, ତାହାର ମାଂସ ବିକ୍ରି ହେଉଥିବାର ପୋଲିସ ଦେଖିବାକୁ ପାଇଥିଲା। ଲକ୍ଷ୍ମୀସାଗର ପୋଲିସ ମାଂସକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଦେଇଛି।
ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୩୨୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୩୨୯ ଆକ୍ରାନ୍ତଙ୍କ ମଧ୍ୟରୁ ୯୧ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୨୩୮ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୪ ହଜାର ୪୪୭ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୯୩୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୭୯ ହଜାର ୯୮୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୪ ହଜାର ୬୩ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୩୮୧ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।
ଭୁବନେଶ୍ୱର: ସମ୍ କୋଭିଡ ହସ୍ପିଟାଲ୍ରୁ ସଂକ୍ରମିତ ବ୍ୟକ୍ତି ସୁସ୍ଥ ହୋଇ ଘରକୁ ଫେରିବାର ତାଲିକା ବେଶ ଲମ୍ବା। ଅନେକ ଗୁରୁତର ବ୍ୟକ୍ତି ସୁସ୍ଥ ହେଉଥିବା ବେଳେ ଭେଂଟିଲେଟର୍ରୁ ବାହାରି ସମ୍ପୂର୍ଣ୍ଣ ଭଲ ହୋଇ ଫେରିବାର ମଧ୍ୟ ଅନେକ ନଜିର ରହିଛି। ଏପରିକି ପରିଣତ ବୟସରେ ପହଂଚିଥିବା ଅନେକ ବୟୋଜ୍ୟେଷ୍ଠ ବରିଷ୍ଠ ନାଗରିକ ମଧ୍ୟ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ କେବଳ କୋଭିଡ ସଂକ୍ରମିତ ନୁହଁନ୍ତି, ସଂକ୍ରମଣ ସହ ଅନ୍ୟାନ୍ୟ ଗୁରୁତର ସ୍ୱାସ୍ଥ୍ୟ ଜନିତ ସମସ୍ୟା ଥିବା ରୋଗୀମାନେ ମଧ୍ୟ ସମ୍ କୋଭିଡ୍ରେ ଚିକିତ୍ସିତ ହୋଇ ଘରକୁ ଫେରିଛନ୍ତି। ଏହି କ୍ରମରେ ଜଣେ ୧୪ ବର୍ଷୀୟା ବାଳିକାକୁ ମଧ୍ୟ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟାରୁ ସୁସ୍ଥ କରିପାରିଛନ୍ତି ସମ୍ କୋଭିଡ୍ ଟିମ୍। ଭୁବନେଶ୍ୱର ପାତ୍ରପଡା ଅଂଚଳର ୧୪ ବର୍ଷୀୟା ସଂଯୁକ୍ତା ଖିଲାର ଗତ ମେ ୨୫ ତାରିଖରେ କରୋନା ସଂକ୍ରମିତ ହୋଇ ସମ୍ କୋଭିଡ୍ ହସ୍ପିଟାଲ୍ରେ ଭର୍ତ୍ତି ହୋଇଥିଲେ। ତାଙ୍କର ସିକଲ୍ସେଲ୍ ରୋଗର…
ନୂଆଦିଲ୍ଲୀ, ସୋମବାର ଦିନଟି ଆଦାନୀ ଗ୍ରୁପ୍ କମ୍ପାନୀଗୁଡିକ ପାଇଁ ଏକ ଝଟକା ଦିବସ ଥିଲା। କାରଣ ଏହି କଂପାନୀର ସେୟାରଗୁଡିକ ଏକ ବଡ଼ ଧରଣର ହ୍ରାସ ପାଇଛି । ପତନ ଏତେ ତୀବ୍ର ଥିଲା ଯେ କିଛି ମିନିଟ୍ ମଧ୍ୟରେ, ଏହି ଷ୍ଟକଗୁଡିକରେ ଲୋୟର ସର୍କିଟ୍ ହୋଇଥିଲା । ନିବେଶକମାନେ ଚାହୁଁଚାହୁଁ ହଠାତ୍ ତଳକୁ ଖସିଗଲା ଗୋଟିଏ ଦିନରେ ଏହି ଗ୍ରୁପର ପ୍ରାୟ 54 ହଜାର କୋଟି ଟଙ୍କା କ୍ଷତି ହୋଇଛି ବୋଲି ଆକଳନ କରାଯାଇଛି। ବଜାର ବନ୍ଦ ସମୟରେ ଆଦାନୀ ଏଣ୍ଟରପ୍ରାଇଜେସ୍ ର ସେୟାର 100 ଟଙ୍କା ଅର୍ଥାତ 5.7 ପ୍ରତିଶତ ହ୍ରାସ ପାଇ 1,501 ଟଙ୍କାରେ କାରବାର ବନ୍ଦ କରିଥିଲା । ଏହି ସେୟାର ଦିନରେ 1441 ଟଙ୍କାରେ ଆରମ୍ଭ ହୋଇ 1201 ଟଙ୍କାକୁ ଖସି ଯାଇଥିଲା। ପରବର୍ତ୍ତି ସମୟରେ ଏଥିରେ ସୁଧାର ଆସିଥିଲା। ସେହିପରି ଆଦାନୀ ବନ୍ଦରର ସେୟାର 9 ପ୍ରତିଶତ ହ୍ରାସ ପାଇଛି ଏବଂ ଆଦାନୀ…
ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୮ ହଜାର ୧୮୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୯୮୭, କଟକରୁ ୮67, ଅନୁଗୁଳରୁ ୭୪୫, ଯାଜପୁରରୁ ୫୧୬, ବାଲେଶ୍ବରରୁ ୪୨୩, ନୟାଗଡରୁ ୪୧୮, ଜଗତସିଂହପୁରରୁ ୩୯୭, ମୟୂରଭଞ୍ଜରୁ ୩୬୭, ଢେଙ୍କାନାଳରୁ ୩୩୨, ପୁରୀରୁ ୩୦୪, ବୌଦ୍ଧରୁ ୩୦୩, ସୁନ୍ଦରଗଡରୁ ୨୬୭, କୋରାପୁଟରୁ ୨୪୨, ଭଦ୍ରକରୁ ୨୩୭, କେନ୍ଦ୍ରାପଡାରୁ ୨୨୪, ବରଗଡରୁ ୧୮୨, ନବରଙ୍ଗପୁରରୁ ୧୭୧, କଳାହାଣ୍ଡିରୁ ୧୬୪, କେନ୍ଦୁଝରରୁ ୧୧୪, ରାୟଗଡାରୁ ୧୧୦, ସମ୍ବଲପୁରରୁ ୧୦୨, ମାଲକାନାଗିରିରୁ ୯୭, ବଲାଙ୍ଗୀରିରୁ ୮୮, ସୋନପୁରରୁ ୮୪, ସୋନପୁରରୁ ୮୪, ଝାରସୁଗୁଡାରୁ ୬୯, କନ୍ଧମାଳରୁ ୬୭, ଗଞ୍ଜାମରୁ ୫୫, ଗଜପତିରୁ ୪୫, ଦେବଗଡରୁ ୩୦, ନୂଆପଡାରୁ ୩୦ ଏବଂ ଷ୍ଟେଟ ପୁଲରୁ ୧୪୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ…
ଭୁବନେଶ୍ୱର, ଆଜି ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ନିରାଡମ୍ବରରେ, ସାଂକେତିକ ଭାବେ କୋଭିଡ ଆଇନ ଅନୁସାରେ ରଜ ଉତ୍ସବ ପାଳନ କରିଛନ୍ତି । ସେ ପ୍ରଥମେ ଭୁବନେଶ୍ୱର ସ୍ଥିତ ପାନ୍ଥନିବାସ ଏବଂ ପରେ ଭୁବନେଶ୍ୱର ଉପକଣ୍ଠ ସ୍ଥିତ ମଦନପୁର ଠାରେ ପିଲାଙ୍କ ସହ ରଜପର୍ବ ପାଳନ କରିଥିଲେ । ନିଜେ ଦୋଳି ଖେଳିବା ସହ ଛୋଟ ପିଲାମାନଙ୍କୁ ଦୋଳି ଖେଳାଇଥିଲେ । ସେ କହିଥିଲେ କରୋନାର ଯନ୍ତ୍ରଣା ଭିତରେ ପବିତ୍ର ରଜ ପର୍ବକୁ କେବଳ ସାଂକେତିକ ଭାବରେ ପାଳନ କରାଯାଉଛି । ଯେଉଁଠି ୫୦ଟି ଦୋଳି ଲାଗିବା କଥା ସେଥି ଗୋଟିଏ ଦୋଳି ଲଗାଇ ପର୍ବଟିକୁ କେବଳ ପାଳନ କରାଯାଉଛି । ରାଉତରାୟ କହିଥିଲେ ରଜ ତିନିଦିନିକୁ ଓଡ଼ିଶାର ପୁରପଲ୍ଲୀର ସାଧାରଣ ଲୋକ ଯେଉଁ ଯାକଜମକରେ ପାଳନ କରିଥାନ୍ତେ ସେଥିରେ କରୋନା ବାଧକ ସାଜିଛି । ସେ କହିଥିଲେ ଏହି ପର୍ବର ପ୍ରଥମ ଦିନ ଶୁଖିଲା ଖଇ, ଉଖୁଡ଼ା, ମୁଆଁ…
ସୀତାରାମ ଅଗ୍ରୱାଲ ବାଣପୁର: ସଟଡ଼ାଉନରେ ଜୁଆ ଖେଳ ଚାଲିଥିବା ବେଳେ ଜୁଆ ଆଡ୍ଡା ଉପରେ ପୋଲିସ ଚଢାଉ କରିଛି। ଏପରି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ରାଣୀପଡ଼ା ଗ୍ରାମରେ। ସୂଚନା ମୁତାବକ ଗତକାଲି ରାତିରେ ରାଣୀପଡ଼ା ଗ୍ରାମରେ ଜୁଆ ଖେଳ ଚାଲୁଥିବାର ଖବର ପାଇ ଏସଆଇ ରାଜକିଶୋର ବେହେରା ଏବଂ ଟିମ ମିଳିତ ଭାବେ ଉକ୍ତ ଗ୍ରାମରେ ଚଢ଼ାଉ କରିଥିଲେ। ପୋଲିସ ୭ ଜଣ ଅଭିଯୁକ୍ତଙ୍କୁ ଘଟଣାସ୍ଥଳରୁ ଗିରଫ କରିଥିବା ବେଳେ ଜଣେ ଅଭିଯୁକ୍ତ ଫେରାର ହୋଇଯାଇଥିଲେ। ସେମାନଙ୍କ ନିକଟରୁ ନଗଦ ୪ ହଜାର ୪ ଶହ ୧୦ ଟଙ୍କା, ୪ ଟି’ ମଟରସାଇକେଲ, ତାସ ପତା, ମହମବତୀ, ଟାରପୁଲିନ ଆଦି ପୋଲିସ ଜବତ କରିଛି। ତେବେ ଏ ସଂକ୍ରାନ୍ତରେ ବାଣପୁର ପୋଲିସ ୩ ଓପିଜି ନିୟମ ଅନୁଯାୟୀ କେସ ନମ୍ବର ୨୦୯/୨୧ ରେ ଏକ ମାମଲା ରୁଜୁ କରି ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରିଥିବାର ବାଲୁଗାଁ ଏସଡ଼ିପିଓ…
ସୀତାରମ ଅଗ୍ରୱାଲ ଟାଙ୍ଗୀ: ବର୍ତ୍ତମାନ ବେଆଇନ ଗୋରୁ ଚାଲାଣକାରୀଙ୍କ ହବ ଖୋର୍ଦ୍ଧା ଜିଲ୍ଲା ପାଲଟିଥିବା ବେଳେ ଗୋମାଫିଆଙ୍କୁ ଧରିବା ପାଇଁ ପୋଲିସ ଅଣ୍ଟା ଭିଡ଼ିଛି। ଗତ ଏକ ମାସ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାର ବିଭିନ୍ନ ସ୍ଥାନରୁ ପୋଲିସ ଦ୍ୱାରା ଶତାଧିକ ଗୋରୁ ଉଦ୍ଧାର ହୋଇଥିବାବେଳେ ଗତକାଲି ଏକାକୀ ଟାଙ୍ଗୀ ପୋଲିସ ପାଖାପାଖି ୬୯ ଗୋରୁଙ୍କୁ ଉଦ୍ଧାର କରିଛି। ଏବଂ ଏହି ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରିଛି। ଟାଙ୍ଗୀ ଥାନା ଅନ୍ତର୍ଗତ ଦୀକ୍ଷିତପଡ଼ା ଗ୍ରାମରେ ଏକ ବଡ଼ କଣ୍ଟେନରରେ ଏକାଧିକ ଗୋରୁଚାଲାଣ ହେଉଥିବାର ଖବର କୌଣସିସୂତ୍ରରୁ ଗତକାଲି ବାଲୁଗାଁ ଏସଡ଼ିପିଓ ପାଇଥିଲେ। ଏହି ପରିପ୍ରେକ୍ଷୀରେ ଏସଡ଼ିପିଓ ମାନସ ରଞ୍ଜନ ବାରିକଙ୍କ ନେତୃତ୍ୱରେ ଟାଙ୍ଗୀ ଆଇଆଇସି ବିଜୟ କୁମାର ମଲ୍ଲିକ, କୁହୁଡି ଫାଣ୍ଡି ଅଧିକାରୀ ନିରଞ୍ଜନ ରାଉତ ଏବଂ ଅନ୍ୟ କର୍ମଚାରୀଙ୍କୁ ନେଇ ଏକ ଟିମ ଗଠନ କରାଯାଇଥିଲା। ପାଖାପାଖି ରାତି ୧୨ ଘଟିକାରେ ଉକ୍ତ ଟିମ ଓଡ଼ି-୦୨-କ୍ୟୁ-୭୫୮୬ ନମ୍ବର ବିଶିଷ୍ଟ ଏକ…
ନୂଆଦିଲ୍ଲୀ: ଗୁଜୁରାଟ ବିଧାନସଭା ନିର୍ବାଚନ ପୂର୍ବରୁ ଆମ ଆଦ୍ମୀ ପାର୍ଟିକୁ ବିସ୍ତାର କରିବା ପାଇଁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ଅହମ୍ମଦାବାଦ ଗସ୍ତ କରିଛନ୍ତି। ଆଜି ଅରବିନ୍ଦ ଅହମଦାବାଦରେ ପାର୍ଟିର କାର୍ଯ୍ଯାଳୟର ଉଦଘାଟନ କରିଛନ୍ତି। ଏହି ଅବସରରେ ଗୁଜୁରାଟକୁ ଏକ ନୂଆ ମଡେଲ ଦେବା ପାଇଁ ଅରବିନ୍ଦ ପ୍ରତିଶୃତି ଦେଇଛନ୍ତି। ସମସ୍ତ ୧୮୨ ଟି ବିଧାନସଭା ଆସନରେ ଲଢିବା ପାଇଁ ସେ ଘୋଷଣା କରିଛନ୍ତି। ଏହାପୂର୍ବରୁ ଗୁଜୁରାଟର କୋଣ ଅନୁକୋଣରେ ଲୋକେ ପରିବର୍ତ୍ତନ ଚାହୁଁଛନ୍ତି ବୋଲି ରାଜ୍ୟ ସଂଯୋଜକ ଗୋପାଳ କହିଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ, ୨୦୨୨ ମସିହାର ଶେଷ ଆଡକୁ ଗୁଜୁରାଟରେ ବିଧାନସଭା ନିର୍ବାଚନ ହେବ। ୨୦ ବର୍ଷ ଧରି ଭାରତୀୟ ଜନତା ପାର୍ଟି ସେଠାରେ ଶାସନ କରିଆସୁଛି। ଉକ୍ତ ନିର୍ବାଚନରେ ବିଜେପି ଏବଂ କଂଗ୍ରେସ ମଧ୍ୟରେ ସବୁବେଳେ ଦ୍ଵିପାକ୍ଷିକ ଟକ୍କର ହେଉଛି। ହେଲେ ବର୍ତ୍ତମାନ ଆପ ଦଳ ଗୁଜୁରାଟରେ ନିର୍ବାଚନ ଲଢେଇକୁ ଓହ୍ଲାଇବା ଏବଂ କ୍ଷମତାକୁ ଆସିବା…
ନୂଆଦିଲ୍ଲୀ: ରାମ ମନ୍ଦିର ପାଇଁ ଜମି କିଣିବାରେ ରାମ ଜନ୍ମଭୂମୀ ଟ୍ରଷ୍ଟ ଉପରେ ବଡ ଭ୍ରଷ୍ଟାଚାର ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ମୁତାବାକ, ଟ୍ରଷ୍ଟର ସମ୍ପାଦକ ଚମ୍ପତ ରାୟ କିଛି ସମୟ ପୂର୍ବରୁ ୨ କୋଟି ଟଙ୍କାରେ ବିକିଥିଲେ। କିନ୍ତୁ ସେହି ଜମିକୁ କିଛି ସମୟ ପରେ ୧୮.୫ କୋଟି ଟଙ୍କାରେ କିଣାଯାଇଥିଲା। ଆମ ଆଦ୍ମି ପାର୍ଟିର ସାଂସଦ ସଞ୍ଜୟ ସିଂହ ଏବଂ ସମାଜବାଦୀ ପାର୍ଟିର ନେତା ତଥା ପୂର୍ବତନ ମନ୍ତ୍ରୀ ପବନ ପାଣ୍ଡେ ରାମ ଜନ୍ମଭୂମୀ ଟ୍ରଷ୍ଟ ଉପରେ ଅଭିଯୋଗ ଆଣିଛନ୍ତି। ତେବେ ଏହି ଅଭିଯୋଗ ପରେ ଚମ୍ପତ ରାୟ ନିଜର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି ଯେ, ରାଜନୈତିକ ଭାବନାରେ ପ୍ରେରିତ ହୋଇ ଲୋକଙ୍କୁ ଭ୍ରମିତ କରିବା ପାଇଁ ସେମାନେ ଏଭଳି ଅଭିଯୋଗ ଆଣିଛନ୍ତି। ଶ୍ରୀରାମ ଜନ୍ମଭୂମୀ ତୀର୍ଥ କ୍ଷେତ୍ର ଏପର୍ଯ୍ୟନ୍ତ ଯେତେ ଜମି କିଣିଛି, ସେସବୁ ଜମି ଖୋଲା ବଜାର ଠାରୁ କମ ମୂଲ୍ୟରେ କିଣାଯାଇଛି।
ତେଲଙ୍ଗନା: ତେଲଙ୍ଗନା ସରକାର ପକ୍ଷରୁ କରୋନା ମହାମାରୀ ସମୟରେ ୩୨ ଜଣ ଅତିରିକ୍ତ ଡିଏମଙ୍କୁ ବୋନସ ହିସାବରେ ବ୍ୟବହାର ପାଇଁ ମହଙ୍ଗା କାର ଦିଆଯାଇଛି। ଯାହାକୁ ନେଇ ରାଜନୀତି ଆରମ୍ଭ ହୋଇଯାଇଛି। ଅଧିକାରୀମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓ ୩୨ ଟି କିଆ କାର କିଣିଛନ୍ତି। ପ୍ରତ୍ୟେକ କାରର ଅନୁମାନିକ ମୂଲ୍ୟ ୨୫ ରୁ ୩୦ ଲକ୍ଷ ମଧ୍ୟରେ ହେବ ବୋଲି କୁହାଯାଉଛି। କାର କିଣାକୁ ନେଇ ବିରୋଧୀ ଦଳ ପ୍ରଶ୍ନ ଉଠାଇଛନ୍ତି। ଏହି ମହାମାରୀ ସମୟରେ ଯେତେବେଳେ ରାଜ୍ୟ ଉପରେ ୪୦ ହଜାର କୋଟି ଟଙ୍କାର ଋଣ ବୋଝ ରହିଛି, ସେତେବେଳେ ଏହି ମହଙ୍ଗା କାର କିଣିବାର କଣ ଆବଶ୍ୟକ ଥିଲା ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି।
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୭୦ ହଜାର ୪୨୧ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୩ ହଜାର ୯୨୧ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୨ କୋଟି ୯୫ ଲକ୍ଷ ୧୦ ହଜାର ୪୧୦ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୭୪ ହଜାର ୩୦୫ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୮୧ ଲକ୍ଷ ୬୨ ହଜାର ୯୪୭ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୯ ଲକ୍ଷ ୭୩ ହଜାର ୧୫୮ ଆକ୍ଟିଭ୍ କେସ୍ ରହିଛି।
ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୪୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୪୪ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୩୩୪୬ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ବାଲେଶ୍ଵର, କଟକ, ଜଗତସିଂହପୁର, କେନ୍ଦ୍ରାପଡା, କେନ୍ଦୁଝର, ବରଗଡ, ପୁରୀ, ରାୟଗଡା ଓ ସୁନ୍ଦରଗଡ ଜିଲ୍ଲାରୁ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ସେହିଭଳି ଅନୁଗୁଳ, ନୟାଗଡ ଓ କଳାହାଣ୍ଡି ଜିଲ୍ଲାରୁ ୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ବଲାଙ୍ଗୀରି, ଢେଙ୍କାନାଳ, ଗଞ୍ଜାମ, ଝାରସୁଗୂଡା, ସମ୍ବଲପୁର ଓ ଭଦ୍ରକ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୫୬ ହଜାର ୧୨୨୧ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୭ ଲକ୍ଷ ୯୬…
ଭୁବନେଶ୍ବର: ଆଜି ରାଜ୍ୟରେ ୪ ହଜାର ୩୩୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୨୪୭୫ ଜଣ ଚିହ୍ନଟ ହୋଇଥିବା ବେଳେ ୧୮୬୪ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୫୬ ହଜାର ୧୨୨୧ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୭ ଲକ୍ଷ ୯୬ ହଜାର ୭୯୯ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୫୯ ହଜାର ୩୬୧ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୩୩୦୨ କୁ ବୃଦ୍ଧି ହୋଇଛି। ଆଜି ମୋଟ ୩୦ ଟି ଜିଲ୍ଲାରୁ ୪ ହଜାର ୩୩୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୭୦୦ ଜଣ, କଟକ ଜିଲ୍ଲାରୁ ୪୮୦, ଅନୁଗୁଳ ଜିଲ୍ଲାରୁ ୨୨୬…
ନୂଆଦିଲ୍ଲୀ, ବିଦେଶରେ ଭାରତୀୟ ଆମ୍ବ ପ୍ରତି ରହିଛି ବେଶ୍ ଆଗ୍ରହ। ସେଥିପାଇଁ ପ୍ରତିବର୍ଷ ଏହି ସମୟରେ ବିଦେଶର ବିଭିନ୍ନ ସ୍ଥାନରେ ଆମ୍ବ ପ୍ରଦର୍ଶନୀ କରାଯାଇଥାଏ। ସେହିପରି ବହରିନରେ ଆଜିଠାରୁ ଆରମ୍ଭ ହୋଇଛି ଆମ୍ବ ଉତ୍ସବ। ଏଥିରେ ଭାରତରୁ ଯାଇଥିବା ପ୍ରାୟ 87 ପ୍ରକାରର ଆମ୍ବ ପ୍ରଦର୍ଶିତ ହୋଇଛି। ଏହି ପ୍ରଦର୍ଶନୀକୁ ଅଲଜଜିରା ବହରିନ ଏବଂ ଭାରତ ସରକାରଙ୍କ ଅପେଡା ଦ୍ବାରା ଆୟୋଜିତ ହୋଇଛି। ଏହି ପ୍ରଦର୍ଶନୀ ସାତ ଦିନ ଧରି ଚାଲିବ।
ଭୁବନେଶ୍ବର, ଏ ବର୍ଷ ରଜ ମୁହଁ ଶୁଖେଇ ଦେଇଛି। କାରଣ ହେଉଛି କରୋନା ସଂକ୍ରାମଣ ଭୟରେ ସାରା ଓଡିଶା ଲକଡାଉନ। ଲକ ଡାଉନ ଖୋଲିବ 17 ତାରିଖରେ। ହେଲେ ରଜ ଆଜି ଆରମ୍ଭ ହୋଇ 16 ତାରିଖରେ ଶେଷ ହେଉଛି । ଫଳରେ ଗତବର୍ଷ ପରି ଚଳିତ ବର୍ଷ ମଧ୍ୟ ରଜ ସଜ ମଉଜ ସବୁ ଫିକା ପଡିଯାଇଛି। ତେବେ ଲକ ଡାଉନ ମଧ୍ୟରେ ମଧ୍ୟ ଆପଣ ଏହି ଗଣପର୍ବକୁ ପାଳନ କରିପାରିବେ। କାରଣ ହେଲା ଏହି ପର୍ବର ଅନେକ ନିତି ରହଛି ଯାହା ଘରେ ରହି ପାଳନ କରି ହେବ। ମୁଖ୍ୟତଃ ରଜ ଖୋଲା ପଡିଆରେ, ଆମ୍ବ ତୋଟାରେ କିମ୍ବା ବଗିଚାରେ ପାଳନର ମଜା ନିଆରା। କିନ୍ତୁ ପ୍ରଥମେ ନିଜର ସ୍ବାସ୍ଥ୍ୟ କଥା ଦେଖିବା ଦରକାର। ପରେ ବିଭିନ୍ନ ଉତ୍ସବ ମହୋତ୍ସବ ପାଳନ କଥା ଚିନ୍ତା କରାଯିବ। ଆସନ୍ତୁ ଜାଣିବା ଏହି ଲକଡାଉନରେ କେମିତି ଘରେ ରହି ପାଳନ କରିବେ…

