ଭୁବନେଶ୍ବର, ଆଉ 4 ଦିନ ପରେ ରାଜ୍ୟରେ ଲକ ଡାଉନ ଅବଧି ଶେଷ ହେବ। କାରଣ ରାଜ୍ୟ ସରକାର ଜୁନ 17 ତାରିଖ ପର୍ଯ୍ୟନ୍ତ ଲକ ଡାଉନ ଘୋଷଣା କରିଛନ୍ତି। ତେବେ ତା ପୂର୍ବରୁ କେଉଁ ଜିଲ୍ଲା ବା ସହର ଖୋଲାଯିବ ସେ ନେଇ ବିଚାର ବିମର୍ଶ ଆରମ୍ଭ ହୋଇଛି। କାରଣ ପୁଣିଥରେ ଲକ ଡାଉନ ବୃଦ୍ଧି କଲେ ରାଜ୍ୟର ଆର୍ଥିକ ସ୍ଥିତି ସାଙ୍ଗାତିକ ହୋଇଯିବ। ଏସବୁକୁ ଦୃଷ୍ଟିରେ ରଖି ଭୁବନେଶ୍ବରକୁ ଲକ ଡାଉନ ମୁକ୍ତ କରାଯିବ ବୋଲି ଆଲୋଚନା ଚାଲିଛି। କାରଣ କରୋନା ସଂକ୍ରାମଣକୁ ହିସାବକୁ ନେଲେ ରାଜଧାନୀରେ ବର୍ତ୍ତମାନ ବେଶ ସୁଧାର ଆସିଛି। ରାଜଧାନୀର ବର୍ତ୍ତମାନ କରୋନା ଆକ୍ରାନ୍ତ ସଂଖ୍ୟା 5ଶହ ତଳକୁ ଖସି ସାରିଲାଣି। ଏଥସହିତ ରାଜଧାନୀର ପ୍ରାୟ 50 ପ୍ରତିଶତ ଲୋକଙ୍କୁ ଟିକାକରଣ ମଧ୍ୟ ଶେଷ ହୋଇଯାଇଛି। ପୂର୍ବେ ଭୁବନେଶ୍ବରରୁ ପ୍ରତ୍ୟେକ ଦିନ 2ଶହ ରୁ 3ଶହ କରୋନା ଆକ୍ରାନ୍ତ ହସପିଟାଲାଇଜ ହେଉଥିଲେ। ଏପରିକି ରାଜଧାନୀରେ…
Author: Samikhsya Bureau
ସୁବାସ କୁମାର ତାରଣିଆଁ ଭୁବନେଶ୍ବର: ରାଜ୍ୟ ସରକାର ୨୦ରୁ କମ୍ ପିଲା ଥିବା ବିଦ୍ୟାଳୟଗୁଡ଼ିକୁ ବନ୍ଦ କରି ଏହାକୁ ନିକଟସ୍ଥ ବିଦ୍ୟାଳୟରେ ମିଶ୍ରଣ କରିବା ପାଇଁ ବିଜ୍ଞପ୍ତି ପ୍ରକାଶ କରି ଯେଉଁ ନିଷ୍ପତ୍ତି ଗ୍ରହଣ କରିଥିଲେ, ସରକାରଙ୍କ ସେହି ନିଷ୍ପତ୍ତିକୁ ଉଚ୍ଚ ନ୍ୟାୟାଳୟ ରଦ୍ଦ କରିଦେଇଛନ୍ତି। ଏହା ପୂର୍ବରୁ ଯେଉଁସବୁ ବିଦ୍ୟାଳୟ ମିଶ୍ରଣ ହୋଇସାରିଛି, ସେହିସବୁ ବିଦ୍ୟାଳୟକୁ ପୁନର୍ବାର ଫେରାଇ ଆଣିବାକୁ ଉଚ୍ଚ ନ୍ୟାୟାଳୟ ମଧ୍ୟ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସରକାରଙ୍କ ବିଦ୍ୟାଳୟ ମିଶ୍ରଣକୁ ବିରୋଧ କରି ଉଚ୍ଚ ନ୍ୟାୟାଳୟରେ ମୋଟ ୧୬୮ଟି ମାମଲା ରୁଜୁ ହୋଇଥିଲା। ଏହିସବୁ ମାମଲାର ଏକାସଙ୍ଗେ ଶୁଣାଣୀ କରି ଉଚ୍ଚ ନ୍ୟାୟାଳୟର ବିଚାରପତି ଡ଼କ୍ଟର ଜଷ୍ଟିସ ବିଦ୍ୟୁତ୍ ରଞ୍ଜନ ଷଡ଼ଙ୍ଗୀ ଏହି ନିର୍ଦ୍ଦେଶ ଦେଇଛନ୍ତି। ରାଜ୍ୟ ସରକାରଙ୍କ ବିଦ୍ୟାଳୟ ମିଶ୍ରଣ ନିଷ୍ପତ୍ତି ଆଇନ୍ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି ଉଚ୍ଚ ନ୍ୟାୟାଳୟ ତାଙ୍କ ରାୟରେ ପ୍ରକାଶ କରିଛନ୍ତି। ଫଳରେ ବନ୍ଦ ହେବାକୁ ଥିବା…
ଭୁବନେଶ୍ବର: କରୋନା ଯୋଗୁଁ ମାଧ୍ୟମିକ ଶିକ୍ଷା ପରିଷଦ, ଓଡିଶା ଅଧୀନରେ ଥିବା ଦଶମ ବୋର୍ଡ ପରୀକ୍ଷାକୁ ରାଜ୍ୟ ସରକାର ବାତିଲ କରିଦେଇଥିଲେ। ହେଲେ ଏହି ପରୀକ୍ଷାର ଫଳାଫଳ ମୂଲ୍ୟାୟନ ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଦେଇଛନ୍ତି। ପରୀକ୍ଷା ଫଳ ପ୍ରକାଶ ପାଇଁ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଆଜି ସୂଚନା ଦେଇଛନ୍ତି। ଚଳିତ ମାସ ଶେଷ ସପ୍ତାହରେ ଦଶମ ପରୀକ୍ଷା ଫଳ ଘୋଷଣା ହେବ ବୋଲି ଶ୍ରୀ ଦାଶ କହିଛନ୍ତି। ନିର୍ଦ୍ଧାରିତ ସମୟରେ ପରୀକ୍ଷା ଫଳ ଘୋଷଣା ହେବା ପାଇଁ ଚେଷ୍ଟା କରାଯାଉଛି। ସେଥିପାଇଁ ମୂଲ୍ୟାୟନ କାର୍ଯ୍ୟ ସଠିକ ଭାବେ ଚାଲିଥିବା ସେ କହିଛନ୍ତି। ତେବେ ସ୍କୁଲ କେବେ ଖୋଲିବ ତାହା କହିବା ସମ୍ଭବ ନୁହେଁ ବୋଲି ମନ୍ତ୍ରୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ଏବଂ ବିଶେଷଜ୍ଞ ସ୍କୁଲ ଖୋଲିବା ଉପରେ ନିଷ୍ପତ୍ତି ନେବେ ବୋଲି ଶ୍ରୀ ଦାଶ ପ୍ରକାଶ କରିଛନ୍ତି।
ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଲାଜପତ ନଗରର ସେଣ୍ଟ୍ରାଲ ମାର୍କେଟରେ ଗତକାଲି ରାତିରେ ଭୀଷଣ ଅଗ୍ନିକାଣ୍ଡ ଘଟିଯାଇଛି। ଏହି ମାର୍କେଟର ପୋଷାକ ଶୋ’ ରୁମରେ ଭୀଷଣ ଅଗ୍ନିକାଣ୍ଡ ଘଟିଯାଇଛି। ନିଆଁକୁ ଆୟତ୍ତ କରିବା ପାଇଁ ୩୦ ଟି ଦମକଳ ଗାଡି ନିୟୋଜିତ ଥିଲେ। ଅଗ୍ନିଶମ ବିଭାଗର କର୍ମଚାରୀମାନେ କଠିନ ପରିଶ୍ରମ କରି ପାଖାପାଖି ୩ ଘଣ୍ଟା ପରେ ନିଆଁକୁ ଆୟତ୍ତ କରିବାରେ ସକ୍ଷମ ହୋଇଥିଲେ। ଘଟଣାସ୍ଥଳରେ ଦିଲ୍ଲୀ ପୋଲିସର କ୍ରାଇମ ଟିମ୍ ଏବଂ ଫୋରେଂସିକ ଟିମ୍ ତଦନ୍ତ ଆରମ୍ଭ କରିଦେଇଛନ୍ତି। ଏହି ଘଟଣାରେ ଅଜଣା ବ୍ୟକ୍ତିଙ୍କ ବିରୋଧରେ ଦିଲ୍ଲୀ ପୋଲିସ ମାମଲା ରୁଜୁ କରିଛି।
ନୂଆଦିଲ୍ଲୀ: ଦୁଇ ବର୍ଷ ପରେ ରାଜସ୍ଥାନର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ହେଲେ ତାହା ପୂର୍ବରୁ ବିଜେପି ମୁଖ୍ୟାଳୟରେ ବ୍ୟାନର-ପୋଷ୍ଟର ବଦଳାଇ ଦିଆଯାଇଛି। ପାର୍ଟିର ଏହି ନୂଆ ପୋଷ୍ଟରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ଫଟୋ ଦେଖିବାକୁ ମିଳିନାହିଁ। ୨୦ ବର୍ଷ ପରେ ଏହା ପ୍ରଥମ ଘଟଣା, ଯାହା ରାଜସ୍ଥାନ ପୋଷ୍ଟର ଆଉ ହୋର୍ଡିଙ୍ଗରେ ରାଜେଙ୍କ ଫଟୋକୁ ରଖାଯାଇନାହିଁ। ବସୁନ୍ଧରା ୨୦୧୩ରୁ ୨୦୧୮ ମସିହା ପର୍ଯ୍ୟନ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଥିଲେ। ଗତ କିଛି ବର୍ଷ ହେଲା ବିଜେପିର ଶୀର୍ଷ ନେତା ଏବଂ ରାଜେଙ୍କ ମଧ୍ୟରେ ତିକ୍ତତା ଲାଗିଥିବା କୁହାଯାଉଛି। ଯାହାଫଳରେ ରାଜସ୍ଥାନ ବିଜେପିରେ ସବୁ କିଛି ଠିକ ଚାଲିନଥିବା ପ୍ରଶ୍ନ ଉଠିବା ଆରମ୍ଭ ହୋଇଯାଇଛି।
ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୪୫ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୪୫ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୩୩୦୨ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ କଟକ ଜିଲ୍ଲାରୁ ୪ ଜଣ, ଅନୁଗୁଳ, ଭଦ୍ରକ ଓ ଢେଙ୍କାନାଳ, ଜଗତସିଂହପୁର, ସୁନ୍ଦରଗଡ ଓ ପୁରୀ ଜିଲ୍ଲାରୁ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ସେହିଭଳି ବାଲେଶ୍ଵର, ବରଗଡ, କେନ୍ଦ୍ରାପଡା, କେନ୍ଦୁଝର, ମୟୂରଭଞ୍ଜ ଓ ଯାଜପୁର ଜିଲ୍ଲାରୁ ୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଗଜପତି, ଝାରସୁଗୁଡା, କଳାହାଣ୍ଡି, ନୟାଗଡ, ଓ ନୂଆପଡା ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୫୧ ହଜାର ୭୮୨ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ…
ନୂଆଦିଲ୍ଲୀ: ଭାରତୀୟ ଯୁବ ୱିକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତଙ୍କ ବ୍ୟାଟରୁ ଲଗାତର ଭଲ ଫର୍ମ ଜାରି ରହିଛି। ୱାର୍ଲ୍ଡ ଟେଷ୍ଟ ଚମ୍ପିୟାନଶିପର ଫାଇନାଲ ପୂର୍ବରୁ ପନ୍ତ ଏକ ସୁନ୍ଦର ଶତକ ଯୋଡି ଦେଇଛନ୍ତି। ଟିମ ଇଣ୍ଡିଆର ଇଣ୍ଟ୍ରା-ସ୍କ୍ବାଡ ମ୍ୟାଚରେ ମାତ୍ର ୯୪ ଟି ବଲରେ ସେ ଅପରାଜିତ ରହି ୧୨୧ ରନ କରିଥିଲେ। ପନ୍ତଙ୍କ ବ୍ୟତୀତ ଶୁଭମାନ ଗିଲ୍ ମଧ୍ୟ ଭଲ ବ୍ୟାଟିଂ କରିଥିଲେ। ସେ ୮୫ ରନର ପାଳି ଖେଳିଥିଲେ। ସେହିଭଳି ଦ୍ରୁତଗାମୀ ବୋଲର ଇଶାନ୍ତ ଶର୍ମା ମଧ୍ୟ ବୋଲିଂରେ ଜଲୱା ଦେଖାଇଥିଲେ। ଇଶାନ୍ତ ୩ ଟି ୱିକେଟ ଅକ୍ତିଆର କରିଥିଲେ। https://twitter.com/BCCI/status/1403570720228085763 ଉଲ୍ଲେଖ ଯୋଗ୍ୟ ଯେ, ଆସନ୍ତା ୧୮ ତାରିଖରୁ ୨୨ ତାରିଖ ପର୍ଯ୍ୟନ୍ତ ୱାର୍ଲ୍ଡ ଟେଷ୍ଟ ଚମ୍ପିୟାନଶିପର ଫାଇନାଲ ମ୍ୟାଚ ଖେଳାଯିବ। ଟିମ ଇଣ୍ଡିଆରେ ଏହି ଅଭ୍ୟାସ ମ୍ୟାଚର ଭିଡିଓକୁ ବିସିସିଆଇ ସେୟାର କରିଥିଲା। ଯେଉଁଥିରେ ପନ୍ତ ଲଗାତର ସୁନ୍ଦର ଷ୍ଟ୍ରୋକ ଖେଳୁଥିବା ଦେଖିବାକୁ ମିଳିଛି। ସ୍ପିନ…
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୮୦ ହଜାର ୮୩୪ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୩ ହଜାର ୩୦୩ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୨ କୋଟି ୯୪ ଲକ୍ଷ ୩୯ ହଜାର ୯୮୯ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୭୦ ହଜାର ୩୮୪ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୮୦ ଲକ୍ଷ ୪୩ ହଜାର ୪୪୬ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୧୦ ଲକ୍ଷ ୨୬ ହଜାର ୧୫୯ ଆକ୍ଟିଭ୍ କେସ୍ ରହିଛି।
ଭୁବନେଶ୍ବର: ଆଜି ରାଜ୍ୟରେ ୪ ହଜାର ୪୬୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୨୫୪୬ ଜଣ ଚିହ୍ନଟ ହୋଇଥିବା ବେଳେ ୧୯୨୩ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୫୧ ହଜାର ୭୮୨ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୭ ଲକ୍ଷ ୮୯ ହଜାର ୬୬ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୫୯ ହଜାର ୩୬୧ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୩୨୫୭ କୁ ବୃଦ୍ଧି ହୋଇଛି। ଆଜି ମୋଟ ୩୦ ଟି ଜିଲ୍ଲାରୁ ୪ ହଜାର ୪୬୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୬୧୨ ଜଣ, କଟକ ଜିଲ୍ଲାରୁ ୪୧୩, ଅନୁଗୁଳ ଜିଲ୍ଲାରୁ ୨୨୬…
କଟକ, ରାଜ୍ୟ ପୋଲିସରେ 244ଟି କନେଷ୍ଟବଳ ପଦବୀ ପାଇଁ ଦରଖାସ୍ତ ଆହ୍ବାନ କରାଯାଇଛି। ଏଥିପାଇଁ ସର୍ବନିମ୍ନ ଯୋଗ୍ୟତା ରହିଛି ଯୁକ୍ତ ଦୁଇ। ଏହି ପଦବୀ ମଧ୍ୟରୁ 112 ଟି ଅଣ ସଂରକ୍ଷିତ ହୋଇଥିବା ବେଳେ 67ଟି ଅନୁସୂଚିତ ଜନଜାତି ପାଇଁ ରହିଛି। ସେହିପରି 42ଟି ଅନୁସୂଚିତଜାତି ଏବଂ 23 ଟି ଏସଇବିସି ପାଇଁ ସଂରକ୍ଷିତ ରଖାଯାଇଛି। ଅଧିକ ଖବର ଜାଣିବା ପାଇଁ ଲଗଅନ କରନ୍ତୁ thesamikhsya.com/odia
ଭୁବନେଶ୍ବର, ଆଚାର୍ଯ୍ୟ ଚାଣକ୍ୟ ମଣିଷକୁ ଚିହ୍ନିବା ପାଇଁ ବିଭିନ୍ନ ଉପାୟମାନ ତାଙ୍କ ରଚିତ ଚାଣକ୍ୟ ନୀତିରେ ସୁନ୍ଦର ଭାବେ ବର୍ଣ୍ଣନା କରିଛନ୍ତି। ସେଥିରେ ରହିଛି ଆପଣଙ୍କ ସହିତ ଯେଉଁମାନେ ସବୁବେଳେ ପାଖେ ପାଖେ ରୁହନ୍ତି, ସେମାନଙ୍କୁ କିପରି ଚିହ୍ନିବେ। ସେମାନଙ୍କ ମଧ୍ୟରେ ଅଛନ୍ତି ଚାକର, ବନ୍ଧୁ, ମିତ୍ର ଏବଂ ଧର୍ମପତ୍ନୀ। ଆଚାର୍ଯ୍ୟ ଚାଣକ୍ୟଙ୍କ ହିସାବରେ ଆପଣଙ୍କ ଚାକର କେତେ ବିଶ୍ବସ୍ଥ ତାହା ଜାଣିବା ପାଇଁ ତାଙ୍କୁ କୌଣସି କାର୍ଯ୍ୟରେ ନିୟୋଜିତ କରି ନିରକ୍ଷଣ କରନ୍ତୁ। ଦେଖିବେ ସେ ଯଦି ଠିକ ଭାବେ ମନ ଲଗାଇ କାମ କରେ ତେବେ ଜାଣିବେ ଯେ, ସେ ଜଣେ ସଚ୍ଚୋଟ ବ୍ୟକ୍ତି। ସେହିପରି ଆପଣଙ୍କର ସଂପର୍କୀୟ କିମ୍ବା ବନ୍ଧୁବାନ୍ଧବଙ୍କୁ ଚିହ୍ନିବା ପାଇଁ ଉପାୟ ମଧ୍ୟ ଚାଣକ୍ୟ କହିଛନ୍ତି। ତାହା ହେଲା ଯଦି ଦୁଃଖ ସମୟରେ ଆପଣଙ୍କର ସଂପର୍କୀୟମାନେ ପାଖରେ ନ ରୁହନ୍ତି ତେବେ ସେମାନେ ଠିକ୍ ନୁହଁନ୍ତି ବୋଲି ଧରିବାକୁ ପଡିବ। ଆପଣଙ୍କର ମିତ୍ରକୁ ମଧ୍ୟ…
ମେଷ: – ଆଜି ଏହି ରାଶିର ଲୋକମାନେ ସର୍ବସାଧାରଣ କ୍ଷେତ୍ରରେ ପ୍ରଶଂସା ପାଇବେ। ଆଜି ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରାପ୍ତ ହେବେ। ପାରିବାରିକ ଏବଂ ଦାମ୍ପତ୍ୟ ଜୀବନରେ ସୁଖ ଏବଂ ତୃପ୍ତି ରହିବ। ବ୍ୟବସାୟୀଙ୍କ ବ୍ୟବସାୟ ଏବଂ ଆୟ ବୃଦ୍ଧି ପାଇବ। ବକେୟା ରାଶି ମିଳିବାର ସମ୍ଭାବନା। ବାପା ଏବଂ ବୟସ୍କମାନଙ୍କଠାରୁ ଲାଭ ହେବ। ବୃଷ: – ଆଜି ଅସୁସ୍ଥ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟରେ ଉନ୍ନତି କରିବେ। ସ୍ଥାନାନ୍ତରଣରେ ବ୍ୟାଘାତ ହେବାର ସମ୍ଭାବନା ଅଛି, ଯଦି ସମ୍ଭବ, ସ୍ଥାନାନ୍ତର କରନ୍ତୁ ନାହିଁ। ଯଦି କାର୍ଯ୍ୟ ଠିକ୍ ସମୟରେ ସମାପ୍ତ ନ ହୁଏ ତେବେ ଆପଣ ବିରକ୍ତ ଅନୁଭବ କରିବେ। ଯୋଗ, ଧ୍ୟାନ ଏବଂ ଆଧ୍ୟାତ୍ମିକ ପଠନ ଆରାମ ପ୍ରଦାନ କରିବ। ମାତୃ ପାର୍ଶ୍ୱରୁ ଏକ ଖୁସି ଖବର ଆସିବ। ମିଥୁନ: – ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଆଜି ଏକ ଅନୁକୂଳ ଦିନ ନୁହେଁ । ଆଜି ତୁମର ସତେଜତା ଏବଂ…
ମେଷ: – ଆଜି ଏହି ରାଶିର ଲୋକମାନେ ସର୍ବସାଧାରଣ କ୍ଷେତ୍ରରେ ପ୍ରଶଂସା ପାଇବେ। ଆଜି ମା ଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରାପ୍ତ ହେବେ। ପାରିବାରିକ ଏବଂ ଦାମ୍ପତ୍ୟ ଜୀବନରେ ସୁଖ ଏବଂ ତୃପ୍ତି ରହିବ। ବ୍ୟବସାୟୀଙ୍କ ବ୍ୟବସାୟ ଏବଂ ଆୟ ବୃଦ୍ଧି ପାଇବ। ମୀନ : – ଆଜି ବହୁତ ଧୀର ଦିନ ହେବ। ହଠାତ୍ ଲାଭର ଏକ ରାଶି ଅଛି । ଚେଷ୍ଟା କଲେ ସ୍ଥଗିତ କାର୍ଯ୍ୟ ଆଗକୁ ନେଇଯିବ। ସତର୍କ ରୁହ ଏବଂ ତୁମର କାର୍ଯ୍ୟରେ ଜଡିତ ହୁଅ, ବୋଧହୁଏ ଏହା ସଂଗ୍ରାମର ଶେଷ ରାଉଣ୍ଡ ହେବ। ଥଣ୍ଡା, ନିଶ୍ୱାସ ପ୍ରଶ୍ୱାସ, କାଶ ଏବଂ ପେଟ ଯନ୍ତ୍ରଣା ଧରିବ।
ମକର : – ଆଜି ବ୍ୟବସାୟ କ୍ଷେତ୍ରରେ ଅର୍ଥ, ସମ୍ମାନ ଏବଂ ପ୍ରତିଷ୍ଠା ବୃଦ୍ଧି ପାଇବ। ଅଧିକ ପରିଶ୍ରମ ସହିତ କମ୍ ସଫଳତା ପାଇବା ହତାଶାର କାରଣ ହେବ। ସ୍ବାସ୍ଥ୍ୟ ଭଲ ରହିବ। ଦାମ୍ପତ୍ୟ ଜୀବନରେ ଅସୁବିଧା ହେବ। କୁମ୍ଭ: – ଆଜି ଆପଣ ପତ୍ନୀ ଏବଂ ପୁଅଙ୍କଠାରୁ ସୁଖ ଏବଂ ତୃପ୍ତି ଅନୁଭବ କରିବେ । ସ୍ଥାନାନ୍ତରଣ, ପର୍ଯ୍ୟଟନ ଏବଂ ବିବାହ ସମନ୍ୱୟ ସୃଷ୍ଟି ହେବ। ଆପଣ ହୃଦୟରୁ ଖୁସି ବାହାରିବ। ଚାକିରିରେ ଆପଣଙ୍କୁ ଉଚ୍ଚ ପଦାଧିକାରୀମାନଙ୍କ ସହିତ ସତର୍କ ରହିବାକୁ ପଡିବ।
ବୃଷ: – ଆଜି ଅସୁସ୍ଥ ବ୍ୟକ୍ତିଙ୍କର ସ୍ୱାସ୍ଥ୍ୟରେ ଉନ୍ନତି କରିବେ। ସ୍ଥାନାନ୍ତରଣରେ ବ୍ୟାଘାତ ହେବାର ସମ୍ଭାବନା ଅଛି, ଯଦି ସମ୍ଭବ, ସ୍ଥାନାନ୍ତର କରନ୍ତୁ ନାହିଁ। ଯଦି କାର୍ଯ୍ୟ ଠିକ୍ ସମୟରେ ସମାପ୍ତ ନ ହୁଏ ତେବେ ଆପଣ ବିରକ୍ତ ଅନୁଭବ କରିବେ। ସିଂହ : – ଆଜି ଏକ ସ୍ୱଳ୍ପ ଯାତ୍ରା ହେବ କିମ୍ବା ସାଙ୍ଗ ଏବଂ ସମ୍ପର୍କୀୟମାନଙ୍କ ସହିତ ରହିବେ। ପ୍ରିୟଜନ ଏବଂ ପ୍ରିୟ ଲୋକଙ୍କ ସହିତ ଏକ ଆଲୋଚନା ହେବ। ଆପଣ ପିଲାମାନଙ୍କୁ ନେଇ ଭଲ ଖବର ପାଇବେ। ତୁମର ମନ ଧାର୍ମିକ କିମ୍ବା ପରୋପକାରୀ କାର୍ଯ୍ୟରେ ନିୟୋଜିତ ରହିବ।
ବିଛା :- ଆଜି ଅପରାହ୍ନ ପର୍ଯ୍ୟନ୍ତ ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିବ । ସନ୍ଧ୍ୟା ସୁଦ୍ଧା ଲାଭ ପାଇଁ ଅନେକ ସୁଯୋଗ ମିଳିବ। ଆପଣ ପ୍ରଭାବଶାଳୀ ଲୋକଙ୍କୁ ଭେଟିବେ । ଆଜି, ଆପଣ ମନୋରଞ୍ଜନ ପାଇଁ ଟଙ୍କା ଖର୍ଚ୍ଚ କରିବେ। ମାନସିକ ଚିନ୍ତା ଏବଂ ଶାରୀରିକ ସମସ୍ୟା ଦ୍ୱାରା ତୁମେ ଅସୁବିଧାରେ ପଡ଼ିବ। ଧନୁ : – ଆଜି ଆପଣ ନିର୍ଦ୍ଦିଷ୍ଟ କାର୍ଯ୍ୟରେ ସଫଳତା ଏବଂ ଆର୍ଥିକ ଲାଭ ପାଇବା ସମ୍ଭାବନା ରହିଛି। ଶୁଭ କାର୍ଯ୍ୟକ୍ରମରେ ପରିବାର ଉପସ୍ଥିତ ରହିବେ। ତୁମେ ପ୍ରେମର ଖୁସିର ମୁହୂର୍ତ୍ତକୁ ଉପଭୋଗ କରିବାକୁ ସମର୍ଥ ହେବ ।
କନ୍ୟା : – ଆଜି ତୁମର ଦିନ ବହୁତ ବ୍ୟସ୍ତ ହେବାକୁ ଯାଉଛି । ମନ ସହିତ କରାଯାଇଥିବା କାର୍ଯ୍ୟ ଲାଭଦାୟକ ହେବ। ପୁରୁଣା ଟେନସନ କମିଯିବ। ଆଜି ତୁମର ମଧୁର ସ୍ୱରର ଯାଦୁ ଅନ୍ୟ ଲୋକଙ୍କୁ ପ୍ରଭାବିତ କରିବ। ଯାତ୍ରା ସମ୍ଭାବନା ରହିଛି । ତୂଳା: – ଆଜି ଅପରାହ୍ନ ସୁଦ୍ଧା, ଆପଣ ଫୋନ୍ ମାଧ୍ୟମରେ କିଛି ଭଲ ଖବର ପାଇପାରିବେ। ଅଫିସ୍ ସାଥୀମାନେ ମଧ୍ୟ ଦଳଗତ କାର୍ଯ୍ୟରେ ଖୁସି ହେବେ। କାରବାର ଏବଂ ବ୍ୟବସାୟରେ ସାବଧାନ ରୁହନ୍ତୁ। ସୃଜନଶୀଳ କାର୍ଯ୍ୟ କରିବେ। କାର୍ଯ୍ୟ ସଫଳ ହେବ।
ମିଥୁନ: – ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଆଜି ଏକ ଅନୁକୂଳ ଦିନ ନୁହେଁ । ଆଜି ତୁମର ସତେଜତା ଏବଂ ଶକ୍ତିର ଅଭାବ ହେବ। ଏହା ସହିତ କ୍ରୋଧର ଅତ୍ୟଧିକ ହେବ। ଏହାର ଫଳ ସ୍ୱରୂପ, ଆପଣଙ୍କର କାର୍ଯ୍ୟ ଖରାପ ହେବାର ସମ୍ଭାବନା ଅଛି। କର୍କଟ : – ଆଜି ଆପଣଙ୍କ ଭିତରେ ଆନନ୍ଦ ଏବଂ ଉତ୍ସାହର ଅଭାବ ଦେଖାଯିବ। ମନରେ ଦୁଃଖ ରହିବ। ଛାତି ଯନ୍ତ୍ରଣା କିମ୍ବା ଅନ୍ୟ କୌଣସି କାରଣରୁ ଆପଣ ଅସନ୍ତୋଷ କିମ୍ବା ଅନିଦ୍ରା ଭୋଗନ୍ତି ।
ଆଜି ରଥ ଖଳା ଠାରେ, ତିନି ରଥର ସମସ୍ତ ଚକ ଗୁଡ଼ିକୁ ଅଖ ସହ ସଂଯୋଗ କରାଯାଇ ଡେରା କାମ ସମ୍ପନ୍ନ ହୋଇଛି ।
ନୂଆଦିଲ୍ଲୀ, ଟୁଇଟର ଉପରେ ପ୍ରତିବନ୍ଧକ ଲଗାଇବା ପରେ ନାଇଜେରିଆ ସରକାର ଭାରତୀୟ ମାଇକ୍ରୋବ୍ଲଗିଂ ପ୍ଲାଟଫର୍ମ ‘କୁ’ ରେ ନିଜର ଆକାଉଣ୍ଟ ଖୋଲିଛନ୍ତି । ନାଇଜେରିଆର ଏହି ପଦକ୍ଷେପକୁ ‘କୁ’ ର ସହ ପ୍ରତିଷ୍ଠାତା ଅପ୍ରମୟ ରାଧାକୃଷ୍ଣଙ୍କ କହିଛନ୍ତି – @kooindia ରେ ନାଇଜେରିଆ ସରକାରଙ୍କ ସରକାରୀ ଆକାଉଣ୍ଟ ଖୋଲିଥିବାରୁ ତାହାକୁ ସ୍ବାଗତ କରୁଛୁ। ବିଚ୍ଛିନ୍ନତାବାଦୀଙ୍କୁ ଦଣ୍ଡିତ କରିବାକୁ ଧମକ ଦେଇ ରାଷ୍ଟ୍ରପତି ମହମ୍ମଦୁ ବୁଖାରୀଙ୍କ ଟ୍ୱିଟକୁ ଟ୍ବିଟର ହଟାଇ ଦେବା ପରେ ବିବାଦ ଆରମ୍ଭ ହୋଇଛି। ଏହା ପରେ ନାଇଜେରିଆ ଏହି ସୋସିଆଲ ମିଡିଆ କମ୍ପାନୀକୁ ଜୁନ୍ 5 ତାରିଖରେ ନିଷିଧ ଘୋଷଣା କରିଛନ୍ତି। 1967-70 ମସିହାର ଗୃହଯୁଦ୍ଧ ବିଷୟରେ ରାଷ୍ଟ୍ରପତି ବଖାରୀ ତାଙ୍କ ଟ୍ୱିଟରେ କହିଛନ୍ତି ଯେ ବିଚ୍ଛିନ୍ନତାବାଦୀ କାର୍ଯ୍ୟରେ ଲିପ୍ତ ଥିବା ଲୋକଙ୍କୁ ତାଙ୍କ ଭାଷାରେ ଜବାବ ଦିଆଯିବ। ଏହା ଦ୍ବାରା ସାଂପ୍ରଦାୟିକବାଦ ନାମରେ ଟୁଇଟର ବୁଖାରୀଙ୍କ ଟ୍ବିଟରକୁ ଡିଲିଟ କରିଦେଇଛି। ଟୁଇଟରର ବିକଳ୍ପ ଭାବେ ଭାରତୀୟ ‘କୁ’…
କନ୍ଦର୍ପ ବେହେରା ରେଢାଖୋଲ: ରାତିରେ ଶୋଇଥିବା ସମୟରେ ଏକ ବିଷଧର ଚିତିସାପ କାମୁଡାରେ କତରାପାଲି ଗ୍ରାମର ଜନୈକା ବିବାହିତା ମହିଳାଙ୍କର ମୃତ୍ୟୁ ହୋଇଥିବା ଜଣା ପଡିଛି। ପ୍ରକାଶ ଯେ, ନାକଟିଦେଉଳ ଥାନା ସରାପାଲି ଗ୍ରାମପଂଚାୟତ କତରାପାଲି ଗ୍ରାମର ଗୈାରଚନ୍ଦ୍ର ପ୍ରଧାନଙ୍କ ପତ୍ନୀ ଆରତୀ ପ୍ରଧାନ(୨୭) ରାତିରେ ଶୋଇଥିବା ବେଳେ ରାତି ପ୍ରାୟ ୨ ଟା ସମୟରେ ଏକ ବିଷଧର ଚିତିସାପ ତାଙ୍କୁ ବେକରେ କାମୁଡିଥିଲା। ସେ ଜାଣି ପାରି ପରିବାର ଲୋକଙ୍କୁ କହିବା ପରେ ସଙ୍ଗେ ସଙ୍ଗେ ତାକୁ ନାକଟିଦେଉଳ ଡାକ୍ତରଖାନା, ପରେ ରେଢାଖୋଲ ଡାକ୍ତରଖାନାକୁ ପରିବାର ଲୋକେ ନେଇଥିଲେ। ହେଲେ ଅବସ୍ଥା ଗୁରୁତର ହେବାର ବୁର୍ଲା ମେଡିକାଲକୁ ସ୍ଥାନାନ୍ତରିତ କରିଥିଲେ। ବୁର୍ଲା ଡାକ୍ତରଖାନାରେ ମହିଳାଙ୍କର ମୃତ୍ୟୁ ହୋଇଯାଇଥିଲା। ସେ ୮ ମାସର ଗର୍ଭବତୀ ଥିବା ସୂଚନା ମିଳିଛି। ମୃତ ମହିଳାର ୩ ବର୍ଷର ଏକ ଛୋଟ ପୁଅ ରହିଛି । ମହିଳାଙ୍କର ମୃତ୍ୟୁରେ ଗାଁ ସାରା ଏକ ଶୋକର ଛାୟା…

