Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»PIB_NEWS»ଗାଡି ପଲ୍ୟୁସନ ସାର୍ଟିଫିକେଟ ପାଇଁ କେନ୍ଦ୍ର ସରକାର ଜାରି କଲେ ନୂଆ ନିୟମ, ଜାଣନ୍ତୁ ଏହା କଣ
PIB_NEWS

ଗାଡି ପଲ୍ୟୁସନ ସାର୍ଟିଫିକେଟ ପାଇଁ କେନ୍ଦ୍ର ସରକାର ଜାରି କଲେ ନୂଆ ନିୟମ, ଜାଣନ୍ତୁ ଏହା କଣ

June 17, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ, କେନ୍ଦ୍ରୀୟ ମୋଟର ଯାନ ନିୟମ ୧୯୮୯ ଅନୁଯାୟୀ ସାରା ଦେଶରେ ଦିଆଯିବାକୁ ଥିବା ପିୟୁସି ବା ପଲ୍ୟୁସନ୍ ଅଣ୍ଡର୍ କଣ୍ଟ୍ରୋଲ୍ ପ୍ରମାଣପତ୍ରର ସାର୍ବଜନିକ ଫର୍ମାଟ୍ ପାଇଁ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ୨୦୨୧ ଜୁନ୍ ୧୪ ତାରିଖରେ ଏକ ବିଜ୍ଞପ୍ତି ଜାରି କରିଛି । ସେହି ଅନୁସାରେ ଏଣିକି ନୂଆ ନିୟମରେ ଏହି ପଲ୍ୟୁସନ ସାର୍ଟିଫେକଟ ପ୍ରଦାନ କରାଯିବ। ସେଗୁଡିକ ହେଲା…

(କ) ସାରା ଦେଶରେ ଏକକ ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (ପିୟୁସି)ର ପ୍ରଚଳନ ଏବଂ ଜାତୀୟ ରେଜିଷ୍ଟର ସହିତ ପିୟୁସି ଡାଟାବେସର ସଂଯୋଗ କରିବା ।

(ଖ) ପ୍ରଥମ ଥର ପାଇଁ ରିଜେକସନ ସ୍ଲିପର ସଂକଳ୍ପନା ପ୍ରବର୍ତ୍ତନ କରାଯାଉଛି । ପ୍ରଚଳିତ ଅଙ୍ଗାରକ ନିର୍ଗମନ ନିୟମ ଅନୁସାରେ ସର୍ବାଧିକ ଅନୁମତିଯୋଗ୍ୟ ମୂଲ୍ୟଠାରୁ ଯଦି ପରୀକ୍ଷା ଫଳାଫଳ ମୂଲ୍ୟ ଅଧିକ ହୁଏ, ତେବେ ଯାନ ମାଲିକଙ୍କୁ ରିଜେକସନ୍ ସ୍ଲିପ୍ ର ଏକ ସାର୍ବଜନିକ ଫର୍ମାଟ୍ ପ୍ରଦାନ କରାଯିବ । ଅନ୍ୟ ଏକ କେନ୍ଦ୍ରରେ ପରୀକ୍ଷା ସମୟରେ ଯଦି ପିୟୁସିସି ସେଣ୍ଟର ଡିଭାଇସ୍ ଭଲ ଭାବେ କାର‌୍ୟ୍ୟ କରୁ ନ ଥାଏ, ତେବେ ଗାଡ଼ିର ସର୍ଭିସ୍ କରାଇବା ପାଇଁ ଏହି କାଗଜପତ୍ର ସର୍ଭିସ୍ ସେଣ୍ଟରରେ ଦେଖାଯାଇ ପାରିବ ଅଥବା ବ୍ୟବହାର କରାଯାଇ ପାରିବ ।

(ଗ) ସୂଚନାର ଗୋପନୀୟତା ରହିବ ଯଥା (୧) ଯାନ ମାଲିକଙ୍କ ମୋବାଇଲ ଫୋନ୍ ନମ୍ବର, ନାମ ଓ ଠିକଣା (୨) ଇଞ୍ଜିନ୍ ନମ୍ବର ଓ ଚେସିସ୍ ନମ୍ବର (କେବଳ ଶେଷ ୪ଟି ସଂଖ୍ୟା ଦୃଶ୍ୟମାନ ହେବ, ଅନ୍ୟ ସଂଖ୍ୟାଗୁଡ଼ିକ ଲୁକ୍କାୟିତ ରହିବ) ।

(ଘ) ମାଲିକଙ୍କ ମୋବାଇଲ ନମ୍ବର ବାଧ୍ୟତାମୂଳକ କରାଯାଇଛି, ଯେଉଁଥିରେ ବୈଧତା ଓ ଦେୟ ପାଇଁ ଏସଏମଏସ୍ ଆଲର୍ଟ ପ୍ରେରଣ କରାଯିବ ।

(ଚ) ଅଙ୍ଗାରକ ନିର୍ଗମନ ନିୟମର ବ୍ୟବସ୍ଥାଗୁଡ଼ିକୁ ଗୋଟିଏ ମୋଟର ଯାନ ପାଳନ କରୁନାହିଁ ବୋଲି ଯଦି ପ୍ରବର୍ତ୍ତନ ଅଧିକାରୀ ବିଶ୍ୱାସ କରନ୍ତି, ତେବେ ଯେ କୌଣସି ଗୋଟିଏ ପ୍ରାଧିକୃତ ପଲ୍ୟୁସନ୍ ଅଣ୍ଡର୍ କଣ୍ଟ୍ରୋଲ (ପିୟୁସି) ଟେଷ୍ଟିଙ୍ଗ୍ ଷ୍ଟେସନରେ ଗାଡ଼ିର ପରୀକ୍ଷା ପାଇଁ ଗାଡ଼ିକୁ ଦାଖଲ କରିବା ଲାଗି ସମ୍ପୃକ୍ତ ଚାଳକ ଅଥବା ଗାଡ଼ିର ଦାୟିତ୍ୱରେ ଥିବା ଯେ କୌଣସି ବ୍ୟକ୍ତିଙ୍କୁ ନିର୍ଦ୍ଦେଶ ଦେବା ପାଇଁ ସେ ଲିଖିତ କିମ୍ବା ଇଲେକ୍ଟ୍ରୋନିକ୍ ଭାବେ ଯୋଗାଯୋଗ କରିପାରନ୍ତି । ଅନୁପାଳନ ପାଇଁ ଗାଡ଼ିକୁ ଦାଖଲ କରିବାରେ ଯଦି ସମ୍ପୃକ୍ତ ଚାଳକ ଅଥବା ଗାଡ଼ି ଦାୟିତ୍ୱରେ ଥିବା ବ୍ୟକ୍ତି ବିଫଳ ହୁଅନ୍ତି, କିମ୍ବା ଗାଡ଼ିଟି ଅନୁପାଳନରେ ବିଫଳ ହୁଏ, ତେବେ ଜରିମାନା ପୈଠ ନିମନ୍ତେ ଗାଡ଼ିର ମାଲିକ ଉତ୍ତରଦାୟୀ ରହିବେ ।

ଯଦି ମାଲିକ ଏହାକୁ ପାଳନ କରିବାରେ ବିଫଳ ହୁଅନ୍ତି, ପଞ୍ଜୀକରଣ କର୍ତ୍ତୃପକ୍ଷ, ଲିଖିତ ଭାବେ ରେକର୍ଡ ହେବାକୁ ଥିବା କାରଣ ପାଇଁ, ଗାଡ଼ିର ପଞ୍ଜୀକରଣ ପ୍ରମାଣପତ୍ର ଏବଂ କୌଣସି ପ୍ରକାର ପରମିଟକୁ ସେ ପର‌୍ୟ୍ୟନ୍ତ ସସପେଣ୍ଡ କରିଦେବେ, ଯେ ପର‌୍ୟ୍ୟନ୍ତ ଏକ ବୈଧ ‘ପଲ୍ୟୁସନ୍ ଅଣ୍ଡର୍ କଣ୍ଟ୍ରୋଲ’ ପ୍ରମାଣପତ୍ର ବାହାର କରା ନ ଯାଇଛି ।

(ଛ) ଏହିଭଳି ଭାବେ, ପ୍ରବର୍ତ୍ତନ ଆଇଟି-ସମର୍ଥିତ ହେବ ଏବଂ ପ୍ରଦୂଷଣ ସୃଷ୍ଟିକାରୀ ଗାଡ଼ି ଉପରେ ଉତ୍ତମ ନିୟନ୍ତ୍ରଣ ଆଣିବାରେ ସହାୟକ ହେବ ।

(ଜ) ଫର୍ମରେ କ୍ୟୁଆର କୋଡ୍ ଛପାଯିବ । ଏହା ପିୟୁସି ସେଣ୍ଟର ସଂକ୍ରାନ୍ତରେ ସମ୍ପୂର୍ଣ୍ଣ ସୂଚନା ଧାରଣ କରିବ ।

Share. Facebook Twitter LinkedIn Email WhatsApp Copy Link

Related Posts

ବ୍ରିକ୍ସ ସମ୍ମିଳନୀ ଅବସରରେ ଇଥିଓପିଆ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ପିଏମ ମୋଦୀ

September 12, 2026

ସୋଆରେ ଓଡ଼ିଶାର ଖାଦ୍ୟ ଐତିହ୍ୟ ଓ ପରଂପରାକୁ ନେଇ କୁଇଜ ପ୍ରତିଯୋଗିତା ଆୟୋଜିତ

September 12, 2026

ସ୍କୁଲରେ ଭିନ୍ନକ୍ଷମ ଛାତ୍ରୀଙ୍କୁ ମାଡ଼! ଶିକ୍ଷୟତ୍ରୀଙ୍କ ନାଁରେ ଥାନାରେ ଅଭିଯୋଗ

September 12, 2026

ବିକାଶର ବାସ୍ତବ ଚିତ୍ର: ଗର୍ଭବତୀଙ୍କ ପାଇଁ ଆମ୍ବୁଲାନ୍ସ ନୁହେଁ, ଭରସା ଖଟିଆ

September 12, 2026
Latest News

ବ୍ରିକ୍ସ ସମ୍ମିଳନୀ ଅବସରରେ ଇଥିଓପିଆ ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ପିଏମ ମୋଦୀ

September 12, 2026

କୁକୁଡାଖଣ୍ଡି ବ୍ଲକରେ ତୃତୀୟ ମାସିକ କ୍ଲଷ୍ଟର ବୈଠକ

September 12, 2026

ସୋଆରେ ଓଡ଼ିଶାର ଖାଦ୍ୟ ଐତିହ୍ୟ ଓ ପରଂପରାକୁ ନେଇ କୁଇଜ ପ୍ରତିଯୋଗିତା ଆୟୋଜିତ

September 12, 2026

ସ୍କୁଲରେ ଭିନ୍ନକ୍ଷମ ଛାତ୍ରୀଙ୍କୁ ମାଡ଼! ଶିକ୍ଷୟତ୍ରୀଙ୍କ ନାଁରେ ଥାନାରେ ଅଭିଯୋଗ

September 12, 2026

ବିକାଶର ବାସ୍ତବ ଚିତ୍ର: ଗର୍ଭବତୀଙ୍କ ପାଇଁ ଆମ୍ବୁଲାନ୍ସ ନୁହେଁ, ଭରସା ଖଟିଆ

September 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.