Author: Samikhsya Bureau

ନୂଆଦିଲ୍ଲୀ: ଆଜି ହେଉଛି ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ। ସପ୍ତମ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏମୟୋଗା ଆପ ଲଞ୍ଚ କରିଛନ୍ତି। ଏହି ଆପକୁ ୧୨ ରୁ ୬୫ ବର୍ଷ ବ୍ୟକ୍ତିଙ୍କ ବ୍ୟବହାର ପାଇଁ ପ୍ରସ୍ତୁତ କରାଯାଇଛି। ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନର ସହାୟତାରେ ଏହି ଆପକୁ ପ୍ରସ୍ତୁତ କରାଯାଇଥିବା ଯୋଗ ଦିବସରେ ସମ୍ବୋଧନ ସମୟରେ ପ୍ରଧାନମନ୍ତ୍ରୀ କହିଛନ୍ତି। ଏଥିରୁ ଯୋଗ ଅଭ୍ୟାସର ହଜାର ହଜାର ଭିଡିଓ ମିଳିବ। ଇଂରାଜୀ ଭାଷା ବ୍ୟତୀତ ଅନେକ ଆଞ୍ଚଳିକ ଭାଷାରେ ଯୋଗ ଟ୍ରେନିଂ ଭିଡିଓ ଏଥିରେ ଉପଲବ୍ଧ ହେବ। ଏହାକୁ ୱାନ ୱାର୍ଲ୍ଡ-ୱାନ ହେଲଥ୍ ମନ୍ତ୍ରର ପ୍ରଧାନମନ୍ତ୍ରୀ ଉଦାହରଣ ଦେଇଛନ୍ତି। ଏହି ଆପକୁ ବୈଜ୍ଞାନିକ ପଦ୍ଧତି ଏବଂ ଅଧ୍ୟୟନ ଆଧାରକୁ ନେଇ ବିଶେଷଜ୍ଞଙ୍କ ପରାମର୍ଶରେ ପ୍ରସ୍ତୁତ କରାଯାଇଛି।

Read More

ଶ୍ରୀନଗର: ଜମ୍ମୁ-କାଶ୍ମୀରର ବରମୁଳା ଜିଲ୍ଲା ଅନ୍ତର୍ଗତ ସୋପୋର ଅଞ୍ଚଳରେ ସୁରକ୍ଷାବାହିନୀଙ୍କୁ ବଡ ସଫଳତା ମିଳିଛି। ଗତକାଲି ରାତିରେ ସୁରକ୍ଷାକର୍ମୀ ଆଉ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା। ଯେଉଁଥିରେ ଲସ୍କର-ଏ-ତୋଏବାର ମୁଖ୍ୟ କମାଣ୍ଡରଙ୍କ ସମେତ ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ରାତି ସାରା ଚାଲିଥିବା ଏହି ଗୁଳିମିନିମୟରେ ମୋଷ୍ଟ ୱାଣ୍ଟେଡ ଆତଙ୍କି ମୁଦାଶିର ପଣ୍ଡିତ ପ୍ରାଣ ହରାଇଅଛି। ସେ ଅନେକ ଆତଙ୍କି ଗତିବିଧିରେ ସାମିଲ ଥିଲା।

Read More

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୫୩ ହଜାର ୨୫୬ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୧ ହଜାର ୪୨୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୨ କୋଟି ୯୯ ଲକ୍ଷ ୩୫ ହଜାର ୨୨୧ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୮୮ ହଜାର ୧୩୫ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୮୮ ଲକ୍ଷ ୪୪ ହଜାର ୧୯୯ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୭ ଲକ୍ଷ ୨ ହଜାର ୮୮୭ ଆକ୍ଟିଭ୍‌ କେସ୍ ରହିଛି।

Read More

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୪୩ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୪୩ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୩୬୩୨ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ଖୋର୍ଦ୍ଧା ଜିଲ୍ଲାର ସର୍ବାଧିକ ୭ ଜଣ, ବରଗଡ, କଟକ ଜିଲ୍ଲାରୁ ୫ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଝାରସୁଗୁଡା, ପୁରୀ ଜିଲ୍ଲାରୁ ୪ ଜଣ ଲେଖାଏଁ, ଗଞ୍ଜାମ ଓ କୋରାପୁଟ ଜିଲ୍ଲାରୁ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ସେହିଭଳି ବଲାଙ୍ଗୀରି, ସମ୍ବଲପୁର, ସୁନ୍ଦରଗଡ ଓ ବୌଦ୍ଧ ଜିଲ୍ଲାରୁ ୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ କଳାହାଣ୍ଡି, କେନ୍ଦ୍ରାପଡା, ରାୟଗଡା ଓ କନ୍ଧମାଳ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୮୦ ହଜାର ୫୩୩ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ…

Read More

ଭୁବନେଶ୍ବର: ଆଜି ରାଜ୍ୟରେ ୩ ହଜାର ୩୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୧୭୩୮ ଜଣ ଚିହ୍ନଟ ହୋଇଥିବା ବେଳେ ୧୨୯୩ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୮୦ ହଜାର ୫୩୩ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୮ ଲକ୍ଷ ୪୦ ହଜାର ୨୧୪ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୩୬ ହଜାର ୬୩୩ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୩୫୮୯ କୁ ବୃଦ୍ଧି ହୋଇଛି। ଆଜି ମୋଟ ୩୦ ଟି ଜିଲ୍ଲାରୁ ୩ ହଜାର ୩୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୩୮୧ ଜଣ, କଟକ ଜିଲ୍ଲାରୁ ୨୯୫ ଜଣ, ଅନୁଗୁଳ ଜିଲ୍ଲାରୁ…

Read More

ନୂଆଦିଲ୍ଲୀ, ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ବିଭିନ୍ନ ପଶୁପକ୍ଷୀମାନଙ୍କ ଠାରୁ ମଧ୍ୟ କିଛି ଶିକ୍ଷାଲାଭ କରିବାର ଆବଶ୍ୟକତା ରହିଛି। ସେଥିରେ ସେ କୁକୁଡାଠାରୁ କିପରି ଚାରୋଟି ଗୁଣ ମଣିଷମାନେ ଶିକ୍ଷା କରିବା ଦରକାର ତାହା ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ କୁକୁଡାଠାରୁ ସକାଳୁ ଉଠିବା ମଣିଷମାନେ ଶିଖିବା ଉଚିତ। ଏଥିସହିତ ବିପଦର କିପରି ମୁକାବିଲା କରାଯାଏ ତାହା କୁକୁଡାକୁ ଭଲ ଭାବରେ ଜଣା। ତାହା ମଧ୍ୟ ଶିକ୍ଷା କରିବା ଉଚିତ। ସେହିପରି ଆଉ ଦୁଇଟି ଗୁଣ ହେଲା ଖାଦ୍ୟକୁ ଭାଗ କରି ଖାଇବା ଏବଂ ନିଜ ଖାଦ୍ୟ ସଂଗ୍ରହ କରିବା। କୁକୁଡାମାନେ ଖାଦ୍ୟ ଖାଇବା ବେଳେ ଅନ୍ୟ କୁକୁଡା ସହିତ ଭାଗ କରି ଖାଆନ୍ତି। କଜିଆ କରନ୍ତି ନାହିଁ। ସେହିପରି କୁକୁଡାମାନେ ସାଧାରଣତଃ ନିଜ ଖାଦ୍ୟ ନିଜେ ଖୋଜିବାକୁ ଭଲ ପାଆନ୍ତି। ଏହି ଗୁଣଗୁଡିକ ସାଧାରଣ ମଣିଷ ମଧ୍ୟ ଶିଖିବା ଉଚିତ ବୋଲି ଚାଣକ୍ୟ କହିଛନ୍ତି।

Read More

ମେଷ: – ଆଜି ଏହି ରାଶିର ବ୍ୟକ୍ତି ଝଗଡାଠାରୁ ଦୂରେଇ ରହିବା ଉଚିତ୍। ପରିସ୍ଥିତି ଅନୁଯାୟୀ କାର୍ଯ୍ୟ କରନ୍ତୁ । ବ୍ୟବସାୟ ଏବଂ ଚାକିରିରେ ସବୁକିଛି ଆପଣଙ୍କ ଅନୁଯାୟୀ ହେବ । କୈଣସି ତୃତୀୟ ବ୍ୟକ୍ତି ଆସିବା ପୂର୍ବରୁ ପ୍ରେମ ସମ୍ପର୍କ ଖରାପ ହେବ । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ଆପଣ ଜମି କିମ୍ବା ଘର କିଣି ପାରିବେ । ବୃଷ: – ଆଜି ବ୍ୟକ୍ତି ଧର୍ଯ୍ୟର ସହିତ କାମ କରିବା ଉଚିତ୍ । ସାଙ୍ଗମାନଙ୍କୁ ଅନ୍ଧ ଭାବରେ ବିଶ୍ୱାସ କର ନାହିଁ । ଅଜାଣତରେ କିଛି ବଡ ଭୁଲ କରିବା ଆପଣଙ୍କୁ ବିବ୍ରତ କରିବ । ଚାକିରିରେ କାର୍ଯ୍ୟ ପ୍ରତି ଉତ୍ସର୍ଗୀକୃତତା ଭବିଷ୍ୟତରେ ଆପଣଙ୍କ ପାଇଁ ଲାଭଦାୟକ ହେବ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ବାହାରେ ଖାଦ୍ୟ ଖାଆନ୍ତୁ ନାହିଁ । ସଂପର୍କରେ ଆସିଥିବା ସମସ୍ୟା ଦୂର ହୋଇଯାଉଛି । ଖର୍ଚ୍ଚରେ ନିୟନ୍ତ୍ରଣ କରନ୍ତୁ। ମିଥୁନ: – ଆଜି…

Read More

କନ୍ୟା: – ଆଜି ଏହି ରାଶିର ବ୍ୟକ୍ତି ଭାଗ୍ୟର ସମର୍ଥନ ପାଇବେ। ନିବେଶ ପାଇଁ ସମୟ ଭଲ, ସେଠାରୁ ଲାଭ ହୋଇପାରେ । କାର୍ଯ୍ୟ ଚାପ ଅତ୍ୟଧିକ ହେବ । କିନ୍ତୁ ଖୁସିରେ ରହିବାକୁ ଚେଷ୍ଠା କରନ୍ତୁ । ମୀନ : – ଆଜି ଏହି ରାଶିର ବ୍ୟକ୍ତିକୁ ଅନେକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ କଥାବାର୍ତ୍ତା କରିବାକୁ ପଡ଼ିବ। କଥାବାର୍ତ୍ତା ଉପରେ ପ୍ରତିବନ୍ଧକ ରଖ । ଆପଣ ଯାହା ଖାଉଛନ୍ତି ଏବଂ ପିଉଛନ୍ତି ସେଥିପ୍ରତି ଧ୍ୟାନ ଦିଅନ୍ତୁ । ଚାକିରିରେ ସହକର୍ମୀଙ୍କଠାରୁ ସହଯୋଗ ପାଇବେ।

Read More

ତୂଳା: – ଆଜି, ଶାନ୍ତ ଭାବରେ ବସନ୍ତୁ। ଚିନ୍ତା କର ଏବଂ କେଉଁ ପରିବର୍ତ୍ତନ ଆଣିବାକୁ ହେବ ତାହା ବିଚାର କର । ବ୍ୟବସାୟ ଏବଂ ଚାକିରିରେ ସବୁକିଛି ସ୍ୱାଭାବିକ ହେବ । ଅଧିକ ଲାଭ କିମ୍ବା କ୍ଷତି ହେବ ନାହିଁ । କୁମ୍ଭ: – ଆଜି ଏହି ରାଶିର ବ୍ୟକ୍ତିଙ୍କ ଏକ ପୁରୁଣା ବନ୍ଧୁଙ୍କୁ ଭେଟିପାରିବେ। ଭବିଷ୍ୟତରେ ଏହା ବହୁତ ସହାୟକ ହେବ । ବନ୍ଧୁତ୍ୱରେ ଥିବା ଦୂରତାକୁ ହଟାଇବା ପାଇଁ ଏହା ଏକ ଭଲ ଦିନ । କ୍ୟାରିୟରରେ ଭଲ ଆଶା ଅଛି।

Read More

ବିଛା : – ଆଜି ବହୁତ ଭଲ ଦିନ ହେବ । ଯେ କୌଣସି ପ୍ରକାରର ସମସ୍ୟାର ସମାଧାନ ଖୋଜିବେ । ବ୍ୟବସାୟରେ କୌଣସି ବନ୍ଧନ ରହିବ ନାହିଁ । ଚାକିରିରେ ଅଗ୍ରଗତି ହେବ । ସମ୍ପର୍କ ବିଷୟରେ ଅଧିକ ସମ୍ବେଦନଶୀଳ । ପରିବାରକୁ ସମର୍ଥନ କରିବେ ଏବଂ ମନୋରଞ୍ଜନ କରିବେ । ମକର : – ଆଜି ଏହି ରାଶିର ବ୍ୟକ୍ତିଙ୍କ ପ୍ରେମ ସମ୍ପର୍କ ପାଇଁ ଭଲ ହେବ । ପ୍ରେମ ସଂପର୍କରେ ବିବାହ କରିବାର ସମସ୍ତ ସମ୍ଭାବନା ରହିବ । ପରିବାର କିମ୍ବା ଭାଇଭଉଣୀଙ୍କ ସହ ସମ୍ପର୍କ ଦୃଢ ହେବ । ଚାକିରିରେ ଥିବା ସମସ୍ତେ ଏକ ନୂତନ ପ୍ରୋଜେକ୍ଟ ପାଇବା ପରେ ତୁମ ବିଷୟରେ କଥାବାର୍ତ୍ତା କରିବେ ।

Read More

କର୍କଟ: – ଆଜି ଏହି ରାଶିର ବ୍ୟକ୍ତିଙ୍କ ପାଇଁ ବହୁତ ଭଲ । ସମସ୍ତେ କାର୍ଯ୍ୟ ଏବଂ ପ୍ରତିଭା ଦ୍ୱାରା ଆକର୍ଷିତ ହେବେ । ଯାତ୍ରା ଏବଂ ଚାକିରି, ଦେଶ ବାହାରେ ବ୍ୟବସାୟର ରାଶି ଗଠନ କରାଯାଉଛି । ତୁମର ଜୀବନ ସାଥୀ ପାଇଁ ତୁମର ଅପାର ପ୍ରେମ ଦୃଶ୍ୟମାନ ହେବ । ଧନୁ : – ଆଜି ଯାତ୍ରା କରିବାକୁ ଯୋଜନା କରିବେ । ଚାକିରିରେ ଭୁଲ ବୁଝାମଣାର ସମ୍ଭାବନା ଅଛି, ସାବଧାନ ରୁହ, ଅନ୍ୟର କାର୍ଯ୍ୟର ଦାୟିତ୍ବ  ତୁମ ମୁଣ୍ଡରେ ନିଅ ନାହିଁ । ପତ୍ନୀଙ୍କୁ ଏକ ବିଶେଷ ବନ୍ଧୁଙ୍କ ସହିତ ପରିଚିତ କରାଇବ ।

Read More

ମେଷ: – ଆଜି ଏହି ରାଶିର ବ୍ୟକ୍ତି ଝଗଡାଠାରୁ ଦୂରେଇ ରହିବା ଉଚିତ୍। ପରିସ୍ଥିତି ଅନୁଯାୟୀ କାର୍ଯ୍ୟ କରନ୍ତୁ । ବ୍ୟବସାୟ ଏବଂ ଚାକିରିରେ ସବୁକିଛି ଆପଣଙ୍କ ଅନୁଯାୟୀ ହେବ । ସିଂହ: – ଆଜି, ତୁମେ ସବୁକିଛି ରଙ୍ଗୀନ ପାଇବ । ପରିବାର ଏବଂ ସାଙ୍ଗମାନଙ୍କ ସହିତ କୌଣସି ସ୍ଥାନକୁ ଯିବେ । ଏହା ପ୍ରେମ ଏବଂ ଉତ୍ସର୍ଗୀକୃତତା ବୃଦ୍ଧି କରିବ । ଚାକିରିରେ ସାବଧାନ ରୁହନ୍ତୁ, ଆପଣଙ୍କ ଅଫିସରେ କେହି ଜଣେ ଅଛନ୍ତି ଯିଏ ଆପଣଙ୍କ କାମରେ ଇର୍ଷା କରନ୍ତି ।

Read More

ବୃଷ: – ଆଜି ବ୍ୟକ୍ତି ଧର୍ଯ୍ୟର ସହିତ କାମ କରିବା ଉଚିତ୍ । ସାଙ୍ଗମାନଙ୍କୁ ଅନ୍ଧ ଭାବରେ ବିଶ୍ୱାସ କର ନାହିଁ । ଅଜାଣତରେ କିଛି ବଡ ଭୁଲ କରିବା ଆପଣଙ୍କୁ ବିବ୍ରତ କରିବ । ଚାକିରିରେ କାର୍ଯ୍ୟ ପ୍ରତି ଉତ୍ସର୍ଗୀକୃତତା ଭବିଷ୍ୟତରେ ଆପଣଙ୍କ ପାଇଁ ଲାଭଦାୟକ ହେବ। ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ । ମିଥୁନ: – ଆଜି ଏହି ରାଶିର ବ୍ୟକ୍ତି ଯାତ୍ରା କରିବାକୁ ଯୋଜନା କରିବେ । ଏହା ପରିବାରରେ ସୁଖର ଆଲୋକ ଦେବ । ଅଫିସରେ ଆପଣଙ୍କ କାର୍ଯ୍ୟକୁ ସମସ୍ତେ ପ୍ରଶଂସା କରିବେ, କିନ୍ତୁ ବ୍ୟବସାୟରେ ଆପଣଙ୍କ ପ୍ରିୟଜନମାନେ ଆପଣଙ୍କୁ ପ୍ରତାରଣା କରିବେ ।

Read More

ପୁରୀ, ଆଜି ତିନି ରଥର ପ୍ରଥମ ଭୂଇଁ ଫ୍ରେମ ଖଞ୍ଜା ହୋଇ ନମ୍ବରିଂ ହୋଇଥିଲା। ଆଜି ପ୍ରଥମ ଭୂଇଁ ଖୋଲାଯାଇ ରଥ ଉପରେ ଡେରା ଯିବା ପରେ ତିନିରଥର ଦ୍ୱିତୀୟ ଭୂଇଁ ଫ୍ରେମ ଖଞ୍ଜା ସରି ନମ୍ବରିଂ ଶେଷ ହୋଇଛି। ତିନି ରଥର ଏହି ଦ୍ୱିତୀୟ ଭୂଇଁ ସେଟିଙ୍ଗ ୧୬ ଫୁଟର ୪ ଗୋଟି ଭୂଇଁ ଚଉତାକୁ ବର୍ଗାକାର ଭାବେ ପ୍ରତ୍ୟେକ ବାହୁ ସଂଯୋଗ ହୋଇଛି। ତାହାର ଉଭୟ ପାର୍ଶ୍ୱରେ ୧୨ ଫୁଟର ଦୁଇଟି ଓରା ପକାଯାଇ ଉକ୍ତ ଓରାର ଉଭୟ ପଟରେ ୪ ଟି ଲେଖାଁଏ ଖମ୍ବୀ ସଂଯୋଗ ହୋଇଛି। ଏହାର ଚାରି ପାର୍ଶ୍ୱରେ ଅତି ରଥର ୪ଟି ଲେଖାଁଏ ୧୬ ଫୁଟିଆ ଭୂଇଁ ଶେଣୀ ସଂଯୋଗ କରାଯାଇଛି। ସେଥିରେ ୩ଫୁଟ ୬ ଇଞ୍ଚିର ସିଆଣ ଚାରି ପାର୍ଶ୍ୱରେ ୪ଟି ଲେଖାଁଏ ୧୬ ଟି ସଂଯୋଗ କରାଯାଇଛି। ଭୂଇଁ ଶେଣୀ ଉପରେ ମାଛ ପାତିଆ ଓ ସିଆନ ସଂଯୋଗ ହୋଇ…

Read More

ଭୁବନେଶ୍ବର, ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ, ଜ୍ୟେଷ୍ଠ ମାସର ଶୁକ୍ଲ ପକ୍ଷ ଏକାଦାଶୀକୁ ନିର୍ଜଳା ଏକାଦଶୀ କୁହାଯାଏ । ଏହା ଭୀମସେନ୍, ପାଣ୍ଡବ ବା ଭୀମ ଏକାଦାଶୀ ନାମରେ ମଧ୍ୟ ଜଣାଶୁଣା। ସାଧାରଣତଃ ନିର୍ଜଳା ଏକାଦଶୀରେ ଦିନ ଭଗବାନ ବିଷ୍ଣୁଙ୍କ ସହିତ ମା ଲକ୍ଷ୍ମୀଙ୍କୁ ପୂଜା କରାଯାଏ। ନିର୍ଜଳା ଏକାଦଶୀ ଅର୍ଥ ହେଲା ନିଃ ଜଳ ବା ପାଣି ଗ୍ରହଣ କରିବ ନାହିଁ। ସେଥିପାଇଁ ଏହି ଦିନ ଯେଉଁମାନେ ଉପବାସ କରନ୍ତି ସେମାନେ ପାଣି ଗ୍ରହଣ କରି ନ ଥାନ୍ତି। ଚଳିତ ବର୍ଷ 21 ତାରିଖ ସୋମବାର ଦିନ ଏହି ନିର୍ଜଳା ଏକାଦଶୀ ପଡୁଛି। ଏଭଳି ପରିସ୍ଥିତିରେ ଶିବ ଏବଂ ସିଦ୍ଧ ଯୋଗ ସଂଗଠିତ ହେଉଛି। ଯେଉଁଥିପାଇଁ ଏହି ଏକାଦଶୀର ଗୁରୁତ୍ୱ ଆହୁରି ବଢିଯାଇଛି। ଜୁନ୍ 21 ରେ, ଶିବ ଯୋଗ ଅପରାହ୍ନ 5:34 ପର୍ଯ୍ୟନ୍ତ ରହିବ ଏବଂ ଏହା ପରେ ସିଦ୍ଧ ଯୋଗ ଆରମ୍ଭ ହେବ । ସିଦ୍ଧ ଯୋଗରେ ଜଣେ…

Read More

ପୁରୀ, ଆସନ୍ତା ଗୁରୁବାର ୨୪ ତାରିଖରେ ହେଉଛି ଦେବସ୍ନାନ ପୂର୍ଣ୍ଣିମା। ଏହି ଦିନ ଶ୍ରୀମନ୍ଦିରରୁ ତିନିଠାକୁର ରତ୍ନବେଦୀ ଛାଡି ସ୍ନାନମଣ୍ଡପକୁ ବିଜେ କରିବେ। ସେଠାରେ ସ୍ନାନ କରିବା ସହିତ ହାତୀ ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ତେବେ ଏଥର କରୋନା କଟକଣା ପାଇଁ ସାହଣ ମେଲା ହେବ ନାହିଁ। ଚଳିତ ବର୍ଷ ବିଳମ୍ବିତ ରାତ୍ରୀରୁ ପ୍ରଭୃଙ୍କ ନିତିକାନ୍ତି ଆରମ୍ଭ ହେବ। ଶ୍ରୀ ଜଗନ୍ନାଥ ମନ୍ଦିର ପ୍ରଶାସନ ତରଫରୁ ଜାରୀ କରାଯାଇଛି ସମୟ ନିର୍ଘଣ୍ଟ। ସେହି ଅନୁସାରେ ଜୁନ ୨୪ ତାରିଖ ଗୁରୁବାର ସ୍ନାନଯାତ୍ରା ପୂଜା ନିତି ସମୟ ପହଣ୍ଡି ବିଜେ- ରାତ୍ରୀ ୧ଟାରୁ ଭୋର ୪ଟା ପର‌୍ୟ୍ୟନ୍ତ ମଙ୍ଗଳା ଆରତି- ଭୋର ୪ଟା ୩୦ ଜଳବିଜେ- ସକାଳ ୭ଟା ୩୦ ରୁ ୯ ଟା ୩୦ ନୂଆଲୁଗା ଲାଗି- ୧୦ଟା ଛେରାପହଁରା- ୧୦ଟା ୩୦ ହାତୀ ବେଶ- ୧୧ଟାରୁ ୧୨ ଟା ପଯ୍ୟନ୍ତ ସାହଣ ମେଲା- ଏଥର ହେବ ନାହିଁ ବାହୁଡା…

Read More

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିରୋଧରେ ୱାର୍ଲ୍ଡ ଟେଷ୍ଟ ଚମ୍ପିୟାନଶିପର ଫାଇନାଲ ମ୍ୟାଚରେ ଭାରତର ତାରକା ଖେଳାଳି ଋଷଭ ପନ୍ତ ବିଫଳ ହୋଇଛନ୍ତି। ସେ ପ୍ରଥମ ପାଳିରେ ମାତ୍ର ୪ ରନରେ ଆଉଟ ହୋଇଯାଇଥିଲେ। ସେ କାଇଲ ଜେମିସନଙ୍କ ଶିକାର ହୋଇଥିଲେ। ପନ୍ତ ଆଉଟ ହେବ ପରେ ଟିମ ଇଣ୍ଡିଆର ବିପଦ ବଢିଯାଇଥିଲା। ସେ ୨୨ ଟି ବଲର ସାମ୍ନା କରିଥିଲେ। ନ୍ୟୁଜିଲାଣ୍ଡର ଦ୍ରୁତ ବୋଲରଙ୍କୁ ସେ ସାମ୍ନା କରିବା ପାଇଁ ସଂଘର୍ଷ କରିଥିବା ଦେଖାଯାଇଥିଲା। ଜେମିସନଙ୍କ ବାହାର ଯାଉଥିବା ବଲକୁ ପନ୍ତ ଖେଳିବା ପାଇଁ ପ୍ରୟାସ କରିଥିଲେ। କିନ୍ତୁ ସ୍ଲିପରେ ଟମ ଲାଥମଙ୍କ ଦ୍ଵାରା ସେ କ୍ୟାଚ ଆଉଟ ହୋଇଯାଇଥିଲେ। ପନ୍ତଙ୍କ ଆଉଟ ହେବ ପରେ ଭାରତୀୟ ଖେଳପ୍ରେମୀ ନିରାଶ ହୋଇଥିଲେ। ପନ୍ତ କେବଳ ବ୍ୟାଟିଂ ପିଚରେ ଖେଳିପାରିବେ ବୋଲି ଟ୍ବିଟରରେ ଅନେକ ଖେଳପ୍ରେମୀ ଲେଖିଥିଲେ। ସ୍ପାଇଡ଼ର ମ୍ୟାନ ଆସିଲେ ଆଉ ସ୍ପାଇଡ଼ର ମ୍ୟାନ ଫେରିଗଲେ ବୋଲି ଜଣେ ୟୁଜର ଲେଖିଥିଲେ। ରିଷଭ…

Read More

ମୁମ୍ବାଇ: ମହାରାଷ୍ଟ୍ରରେ ଶିବସେନା, କଂଗ୍ରେସ ଏବଂ ଏନସିପିକୁ ନେଇ ମହା ବିକାଶ ଆଘାଡି ମେଣ୍ଟ ସରକାର ଚାଲିଛି। ହେଲେ ଏହି ମେଣ୍ଟରେ ସବୁ କିଛି ଠିକ ଚାଲିନଥିବା କୁହାଯାଉଛି। ଏଭଳି ପ୍ରଶ୍ନ ଉଠିବାର କାରଣ ହେଉଛି, କଂଗ୍ରେସ ନେତାଙ୍କ ପକ୍ଷରୁ ଅଲଗା ନିର୍ବାଚନ ଲଢିବା ଘୋଷଣା ପରେ ଦଳର ମୁଖିଆ ଉଦ୍ଧବ ଠାକରେଙ୍କୁ ଶିବସେନା ବିଧାୟକ ପ୍ରତାପ ସରନାୟକ ବିଜେପି ସହ ମିଶିବା ପାଇଁ ଚିଠି ଲେଖିଛନ୍ତି। ଶିବସେନା ବିଧାୟକ ତଥା ଦଳର ପ୍ରବକ୍ତା ପ୍ରତାପ ସରନାୟକ ଏକ ପାତ୍ର ମାଧ୍ୟମରେ ଉଦ୍ଧବଙ୍କୁ କହିଛନ୍ତି ଯେ, ଯେଉଁଠି କଂଗ୍ରେସ ଅଲଗା ନିର୍ବାଚନ ଲଢିବା ପାଇଁ କହୁଛି, ତାହା ଶିବସେନା ଏବଂ ଏନସିପିକୁ ଦୁର୍ବଳ କରିବ। ବିଜେପି ସାଥିର ନଥିବା କାରଣରୁ ପ୍ରତାପଙ୍କ ସମେତ ଶିବସେନାର ଅନେକ ନେତାଙ୍କ ବିରୋଧରେ କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ପକ୍ଷରୁ କାର୍ଯ୍ଯାନୁଷ୍ଠାନ ହେଉଛି। ବିଜେପି ସହ ମିଶିଗଲେ ଏଭଳି କାର୍ଯ୍ୟାନୁଷ୍ଠାନ ହେବ ନାହିଁ ବୋଲି ପ୍ରତାପ କହିଛନ୍ତି।…

Read More

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୨୮୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୨୮୭ ଆକ୍ରାନ୍ତଙ୍କ ମଧ୍ୟରୁ ୩୨ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୨୫୫ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୬ ହଜାର ୬୮୯ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୭୧୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୮୪ ହଜାର ୪୧୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧ ହଜାର ୮୫୪ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୪୦୨ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Read More

ଭୁବନେଶ୍ୱର: ସାରା ବିଶ୍ୱରେ ବର୍ତ୍ତମାନ ଯୋଗକୁ ଗୁରୁତ୍ୱ ଦିଆ ଯାଉଥିବା ବେଳେ ଏହା ସାହାଯ୍ୟରେ ସବୁ ବୟସର ବ୍ୟକ୍ତି ବିଶେଷଙ୍କୁ ବିଭିନ୍ନ ରୋଗରୁ ଦୁରେଇ ରଖିବା ନିମନ୍ତେ ଭାରତରେ ଚିନ୍ତା କରାଯାଉଛି। ଏହାସତ୍ତ୍ୱେ ସହରାଂଚଳ ବାସୀଙ୍କ ମଧ୍ୟରେ ଏହି ଅଭ୍ୟାସ ଆଦୃତ ହୋଇ ପାରି ନାହିଁ ବୋଲି ଏକ ସର୍ଭେରୁ ଜଣା ପଡିଛି। ଭୁବନେଶ୍ୱରରେ ମାତ୍ର ୧୭ ପ୍ରତିଶତ ଲୋକ ‘ଆସନ’, ‘ପ୍ରାଣାୟାମ ‘ ବା ‘ଧ୍ୟାନ’ କରୁଥିବା ବେଳେ ୧୦.୭ ପ୍ରତିଶତ ଲୋକ ଯୋଗର ବିଭିନ୍ନ ଅଭ୍ୟାସ କରିଥାନ୍ତି ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନ୍ଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସ ଆଣ୍ଡ ସମ ହସ୍ପିଟାଲର କମ୍ୟୁନିଟି ମେଡ଼ିସିନ ବିଭାଗ ପକ୍ଷରୁ କରାଯାଇଥିବା ସର୍ଭେରୁ ଜଣାପଡିଛି। ଡ଼ଃ ସତ୍ୟଜିତ ମହାନ୍ତି, ଡ଼ଃ ସନ୍ଦୀପ କୁମାର ପାଣିଗ୍ରାହୀ ଓ ଡ଼ଃ ଜ୍ୟୋତି ରଞ୍ଜନ ସାହୁଙ୍କ ଦ୍ଵାରା ଭୁବନେଶ୍ୱରର ୧୨୦୦ ରୁ ଅଧିକ ଲୋକଙ୍କୁ ନେଇ ଏହି ସାମ୍ପଲ ଷ୍ଟଡି କରାଯାଇଛି।…

Read More

ସୀତାରାମ ଅଗ୍ରୱାଲ ଚିଲିକା: ବହୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଆସନ୍ତାକାଲିଠାରୁ ଚିଲିକା ନିର୍ବାଚନମଣ୍ଡଳୀରେ ୧୮ରୁ ୪୪ ବର୍ଷ ବର୍ଗର ନାଗରିକମାନଙ୍କୁ ପ୍ରଥମ ଡୋଜ ଟୀକା ଦିଆଯିବ। ଏ ନେଇ ଉଭୟ ବାଣପୁର ଏବଂ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀମାନେ ସୂଚନା ଦେଇଛନ୍ତି। ଜାଣନ୍ତୁ କାଲିର ଟୀକାକରଣ ବ୍ୟବସ୍ଥା କେଉଁଠି ଏବଂ କିପରି ନେବେ: ବାଣପୁର- ୧୮ରୁ ୪୪ ବର୍ଷ ବର୍ଗର ନାଗରିକ(ପ୍ରଥମ ଡୋଜ) ଏବଂ ୪୫ ବର୍ଷରୁ ଉର୍ଦ୍ଧ୍ଵ ନାଗରିକ(ଦ୍ଵିତୀୟ ଡୋଜ) ୧- ବାଣପୁର ମାଇନର ସ୍କୁଲ- ୫୦୦ ଡୋଜ ୨- ଗମ୍ଭାରୀମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର- ୨୫୦ ଡୋଜ ୩- ସୁନାଖଳା ଉପ ସ୍ୱାସ୍ଥ୍ୟ କେନ୍ଦ୍ର- ୨୫୦ ଡୋଜ ସକାଳ ୬.୩୦ ଘଟିକାରୁ ଟୀକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବ। ଚିଲିକା- ୧୮ରୁ ୪୪ ବର୍ଷ ବର୍ଗର ନାଗରିକ(ପ୍ରଥମ ଡୋଜ) ଏବଂ ୪୫ ବର୍ଷରୁ ଉର୍ଦ୍ଧ୍ଵ ନାଗରିକ(ଦ୍ଵିତୀୟ ଡୋଜ) ୧- ବାଲୁଗାଁ ଉଚ୍ଚ ବିଦ୍ୟାଳୟ- ୪୦୦ ଡୋଜ ୨- ନଈରୀ…

Read More