Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ହିନ୍ଦୁ ଜାଗରଣ ମଞ୍ଚ ପକ୍ଷରୁ ଚିଲିକାରେ ପୂଜକମାନଙ୍କୁ ସହାୟତା ପ୍ରଦାନ
ଆଞ୍ଚଳିକ

ହିନ୍ଦୁ ଜାଗରଣ ମଞ୍ଚ ପକ୍ଷରୁ ଚିଲିକାରେ ପୂଜକମାନଙ୍କୁ ସହାୟତା ପ୍ରଦାନ

July 4, 2021No Comments1 Min Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ
ଚିଲିକା: କରୋନା ମହାମାରୀ କାରଣରୁ ତାଲାବନ୍ଦ ସମୟରେ ରାଜ୍ୟର ସମସ୍ତ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ପ୍ରବେଶକୁ ବାରଣ କରାଯାଇଛି। ପରିଣାମ ସ୍ବରୂପ ବିଭିନ୍ନ ମନ୍ଦିର ର ପୂଜକ ଓ ସେବାୟତ ମାନେ ଦୟନୀୟ ଅବସ୍ଥାରେ କାଳାତିପାତ କରୁଛନ୍ତି। ଏହାକୁ ହୃଦୟଙ୍ଗମ କରି ‘ହିନ୍ଦୁ ଜାଗରଣ ମଞ୍ଚ’ ପକ୍ଷରୁ ସାରା ରାଜ୍ୟରେ ସେବାୟତ ଓ ପୂଜକଙ୍କ ନିମନ୍ତେ ବିଭିନ୍ନ ପ୍ରକାର ରାସନ ସାମଗ୍ରୀ ପ୍ରଦାନ କରାଯାଉଅଛି।

ଏହି ପରିପ୍ରେକ୍ଷୀରେ ଆଜି ମଧ୍ୟାହ୍ନ ରେ ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଚିଲିକା ବ୍ଲକର ଇଞ୍ଜନପୁର ଗ୍ରାମ ସ୍ଥିତ ରାମେଶ୍ବର ମନ୍ଦିର ପ୍ରାଙ୍ଗଣରେ ‘ହିନ୍ଦୁ ଜାଗରଣ ମଞ୍ଚ’ ପକ୍ଷରୁ ଚିଲିକା ଅଞ୍ଚଳର ୪୦ ରୁ ଉର୍ଦ୍ଧ ପୂଜକ ଓ ସେବାୟତଙ୍କୁ ରାସନ ସାମଗ୍ରୀ ପ୍ରଦାନ କରାଯାଇଛି। ହିନ୍ଦୁ ଜାଗରଣ ମଞ୍ଚ (ପୂର୍ବ) ପ୍ରାନ୍ତ ସଂଗଠନ ସମ୍ପାଦକ ଶ୍ରୀ ତନ୍ମୟ ଦାଶ ଙ୍କ ନେତୃତ୍ୱରେ ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।

ଉକ୍ତ କାର୍ଯ୍ୟକ୍ରମରେ ଚିଲିକାର ଅଗ୍ରଣୀ ସାମ୍ବାଦିକ ସଂଘ ‘ଶାଳିଆ ପ୍ରେସ୍ କ୍ଳବ୍’ ସମ୍ପୂର୍ଣ ଭାବେ ସହଯୋଗ କରିଥିବାବେଳେ କ୍ଲବର ସଭାପତି ଅଜିତ୍ କୁମାର ସାହୁ, ସାଗର ଭାରତୀର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅନନ୍ତ ପ୍ରସାଦ ସେଠି, ସ୍ଵୟଂସେବକ ବିକାଶ କୁମାର ସେଠୀ, ସ୍ୱୟଂସେବକ ସୀତାରାମ ଅଗ୍ରୱାଲ, ଆରଏସଏସ ଚିଲିକା ଖଣ୍ଡ ବ୍ୟବସ୍ଥା ପ୍ରମୁଖ ଶିବାନନ୍ଦ ମହାପାତ୍ର, ଆରଏସଏସ ବାଣପୁର ଖଣ୍ଡ କାର୍ଯ୍ୟବାହ ସୁଧୀର କୁମାର ପାତ୍ର ଏବଂ ‘ଶାଳିଆ ପ୍ରେସ କ୍ଲବ’ର ଅନ୍ୟାନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ।

ଲକ ଡ଼ାଉନ ସମୟରେ ‘ହିନ୍ଦୁ ଜାଗରଣ ମଞ୍ଚ’ ପକ୍ଷରୁ ପ୍ରଥମ ଥର ପାଇଁ ଚିଲିକା ଅଞ୍ଚଳରେ ଏପରି ମହତ କାର୍ଯ୍ୟକ୍ରମ ହାତକୁ ନିଆଯାଇଥିବାରୁ ପୂଜକ ଏବଂ ସେବାୟତ ମାନେ ଏଥିରେ ଆତ୍ମବିଭୋର ହୋଇଉଠିଥିବାର ଦେଖାଯାଇଛି।

ଚିଲିକା ସହାୟତା ପ୍ରଦାନ ହିନ୍ଦୁ ଜାଗରଣ ମଞ୍ଚ
Share. Facebook Twitter LinkedIn Email WhatsApp Copy Link

Related Posts

ଚିଲିକାରୁ ବେଆଇନ ଘେରି ଉଚ୍ଛେଦ

May 19, 2026

ବାଣପୁର: ଜାତୀୟ ସମର ଶିକ୍ଷାଥ୍ରୀ ବାହିନୀ ଛାତ୍ରଛାତ୍ରୀଙ୍କୁ ବିଦାୟ ସମ୍ବର୍ଦ୍ଧନା

May 17, 2026

ବାଲୁଗାଁ ମହାବିଦ୍ୟାଳୟର ଏନସିସି ଅଧିକାରୀଙ୍କୁ ସମ୍ବର୍ଦ୍ଧନା

May 6, 2026

ବାଲୁଗାଁ ମହାବିଦ୍ୟାଳୟ ପକ୍ଷରୁ ଚିଲିକା କୂଳରେ ଜଳଛତ୍ର

May 6, 2026
Latest News

ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧିକୁ ନେଇ ବିଜେପିକୁ କଟାକ୍ଷ କଲା ଆପ

May 25, 2026

ବିଜେଡି ଛାଡିବେ ସାଂସଦ ଦେବାଶିଷ ସାମନ୍ତରାୟ, ବିଜେପିରେ ମିଶି ପୁଣି ଯିବେ ରାଜ୍ୟସଭା !!

May 25, 2026

ପୁଣି ବଢିଲା ପେଟ୍ରୋଲ ଓ ଡିଜେଲ ଦର

May 25, 2026

ବ୍ରହ୍ମପୁରରେ ପୁଣି ଏକ ଏନକାଉଣ୍ଟର୍

May 25, 2026

ମାନସିକ ସ୍ୱାସ୍ଥ୍ୟ ସଙ୍କଟ : ପ୍ରତି ୮ ଜଣରେ ଜଣେ ମାନସିକ ବିକାରରେ ପୀଡିତ

May 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.