Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ବାଣପୁର: ଭୀମପୁର ଗ୍ରାମରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ
ଆଞ୍ଚଳିକ

ବାଣପୁର: ଭୀମପୁର ଗ୍ରାମରେ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ

July 4, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସୀତାରାମ ଅଗ୍ରୱାଲ

ବାଣପୁର: ମହାମାରୀ କରୋନାର ଭୟାବହ ସଂକ୍ରମଣରେ ଅମ୍ଳଜାନ ଓ ରକ୍ତ ଅଭାବରୁ ଶହ ଶହ ଜୀବନ ଚାଲିଯାଉଛି। ପ୍ରତିଦିନ ଖବର କାଗଜ ଓ ଦୂରଦର୍ଶନରେ ଏହିସବୁ ଘଟଣା ହତବାକ କରିଦେଉଥିବା ବେଳେ ଆଜି ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ୍ ଭୀମପୁର ଗ୍ରାମର ଯୁବକମାନେ ରକ୍ତ ଦାନ କରି ଜୀବନ ବଞ୍ଚାଇବାର ଶପଥ ନେଇଛନ୍ତି।

“ଚିନ୍ତାମଣି ବାଳଚର ଯୁବ ସେବା ସଂଘ” ଓ “ଦି ବ୍ଲଡ଼ ଡୋନର୍ସ୍ ଓଡ଼ିଶା” ର ମିଳିତ ଆନୁକୁଲ୍ୟରେ ଭୀମପୁର ଗ୍ରାମର ବାନାମ୍ବର୍ ନୋଡାଲ ହାଇସ୍କୁଲ ପ୍ରାଙ୍ଗଣରେ ଉକ୍ତ ସ୍ଵେଚ୍ଛାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ସେବାସଂଘର ବରିଷ୍ଟ ଉପଦେଷ୍ଟା ପ୍ରଫେସର୍ ନଳିନୀ କାନ୍ତ ପଟ୍ଟନାୟକ, ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶାନ୍ତିଲତା ପାତ୍ର ଓ ଅଧ୍ୟାପକ ବିନୟ ଭୂଷଣ ମିଶ୍ର ମିଳିତ ଭାବରେ ଉଦଘାଟନ କରି ଯୁବ ରକ୍ତ ଦାତାଙ୍କୁ ସ୍ବାଗତ ଜଣାଇଥିଲେ।

ଏହି ଉପଲକ୍ଷେ ସେବାସଂଘର ସଭାପତି ଆନନ୍ଦ ଚନ୍ଦ୍ର ସେନାପତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଶିକ୍ଷାବିତ୍ ବାଳ ମୁକୁନ୍ଦ ଦାସ, ଯୁବ ସଂଗଠକ ଚିତ୍ତରଞ୍ଜନ ସାମନ୍ତରାୟ, ସମ୍ପାଦକ ସୁକାନ୍ତ କୁମାର ଜେନା, ରାହାସ ବିହାରି ସାହୁ, ଗୋବିନ୍ଦ ଘଡାଇ ଓ ପୂର୍ବତନ ସରପଞ୍ଚ ସୁରେଶ ଚନ୍ଦ୍ର ବାରିକ ପ୍ରମୁଖ ଯୋଗ ଦେଇ ବର୍ତ୍ତମାନ ସମୟରେ ଏହିପରି ରକ୍ତ ଦାନ ଶିବିରର ଆବଶ୍ୟକତା ଜରୁରୀ ହୋଇପଡ଼ିଥିବାରୁ ପ୍ରତ୍ୟେକ ଅଞ୍ଚଳରେ ଜନସାଧାରଣ ରକ୍ତ ଦାନ ପରି ମହତ୍ କାର୍ଯ୍ୟରେ ସହଯୋଗ କରିବାକୁ ଆହ୍ବାନ କରିବା ସହ ଆୟୋଜକ ‘ଦି ବ୍ଲଡ଼ ଡୋନର୍ସ୍ ଓଡ଼ିଶା’ର ସଭାପତି ଅଧ୍ୟାପକ ରଞ୍ଜନ କୁମାର ମହାପାତ୍ରଙ୍କ ଏପରି କାର୍ଯ୍ୟକୁ ଭୂୟସୀ ପ୍ରଶଂସା କରିଥିଲେ।

ଏଥିରେ ସ୍ଥାନୀୟ ଅଞ୍ଚଳର ୪୧ଜଣ ଯୁବକ ଯୁବତୀ ସ୍ଵେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। ସେମାନଙ୍କୁ ସାଧୁବାଦ ଜଣାଇବା ସହ ପ୍ରତ୍ୟେକ ରକ୍ତଦାତାଙ୍କୁ ବୃକ୍ଷରୋପଣ ନିମନ୍ତେ ଚାରା ବଣ୍ଟନ କରାଯାଇଥିଲା। କେନ୍ଦ୍ରୀୟ ବ୍ଲଡ଼ ବ୍ୟାଙ୍କ୍ କଟକର ମୁଖ୍ୟ ଡାକ୍ତର ଆଲୋକ କୁମାର ସାହୁ, ପ୍ରଦୀପ ସେନାପତି, ସଞ୍ଜୟ ପାତ୍ର, ସରୋଜ ମହାନ୍ତି ଓ ଲକ୍ଷ୍ମୀଧର ପୃଷ୍ଟିଙ୍କ ତତ୍ତ୍ଵାବଧାନରେ ଶିବିର ପରିଚାଳିତ ହୋଇଥିଲା। ସେବାସଂଘର ସହ ସମ୍ପାଦକ ଗୋବିନ୍ଦ ବେହେରା ଓ କୋଷାଧ୍ୟକ୍ଷ ରାକେଶ ଘଡାଇ ଓ ସମସ୍ତ ସଭ୍ୟ ସଭ୍ୟା ସହଯୋଗ କରିଥିଲେ।

କରୋନା
Share. Facebook Twitter LinkedIn Email WhatsApp Copy Link

Related Posts

ବାଣପୁର: ବ୍ଲକ ସ୍ତରୀୟ ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ, ଦର୍ଶକଙ୍କ ମନ ମୋହିଲା ନୀଳମାଷ୍ଟ୍ରାଣୀ ନାଟକ

August 14, 2026

ବାଣପୁର: ସମାଜସେବୀ ରମେଶ ଷଡ଼ଙ୍ଗୀଙ୍କ ଦ୍ଵାଦଶାହ ଶୋକସଭା

August 12, 2026

ବାଲୁଗାଁ କଲେଜରେ ନିର୍ବାଚନ ସାକ୍ଷରତା କ୍ଲବର ଆଲୋଚନାଚକ୍ର

August 10, 2026

ଉଲୁଣ୍ଡାରେ ଅଘଟଣ: ଘରର କାନ୍ଥ ଭୁଶୁଡ଼ି ବୃଦ୍ଧଙ୍କ ମୃତ୍ୟୁ, ପତ୍ନୀ ଗୁରୁତର

August 2, 2026
Latest News

ପାକିସ୍ତାନରେ HIV ଆତଙ୍କ!: କରାଚୀ ହସ୍ପିଟାଲରେ ୬ ଶିଶୁଙ୍କ ମୃତ୍ୟୁ, ୯୪ ପଜିଟିଭ୍

August 14, 2026

ଶ୍ରୀଲଙ୍କା ସିରିଜ୍ ଶେଷ ସୁଯୋଗ!: ଭାରତୀୟ ଖେଳାଳିଙ୍କୁ ଚେତାବନୀ ଦେଲେ ଗୌତମ ଗମ୍ଭୀର

August 14, 2026

କଟକ ଟ୍ରାଫିକ୍‌ ଭିଡ଼ ନେଇ ହାଇକୋର୍ଟଙ୍କ ଉଦ୍‌ବେଗ: ଡିସିପିଙ୍କ ଅଧ୍ୟକ୍ଷତାରେ ଗଠନ ହେବ କମିଟି

August 14, 2026

ସହରାଞ୍ଚଳରେ ନୂଆ ଜାତୀୟ ରାଜପଥ ନୀତି: ୪ ଲେନ୍‌ର ବାଇପାସ୍‌ ଓ ରିଙ୍ଗ୍‌ରୋଡ୍‌କୁ ଗୁରୁତ୍ୱ

August 14, 2026

ପୁଲିସ ସେବା ପୁରସ୍କାର ୨୦୨୬ ଘୋଷଣା: ଓଡ଼ିଶାର ୧୭ ପୁଲିସ କର୍ମଚାରୀ ପାଇବେ ସମ୍ମାନ

August 14, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.