ଜାଣିଛନ୍ତି ବର୍ତ୍ତମାନ ସାରା ଦେଶରେ କରୋନାର ସ୍ଥିତି କିପରି ରହିଛି, ଟୀକାକରଣ କେତେ ହୋଇଛି ?

Published: Jul 4, 2021, 1:15 pm IST

ନୂଆଦିଲ୍ଲୀ, ସାରା ଦେଶରେ ଟୀକାକରଣ ଅଭିଯାନ ଅଧୀନରେ ଏ ପର୍ଯ୍ୟନ୍ତ 35 କୋଟି 12 ଲକ୍ଷ ଟିକା ଦିଆଯାଇଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଗତକାଲି 63 ଲକ୍ଷ 87 ହଜାରରୁ ଅଧିକ ଟିକା ଡୋଜ ଗୋଟିଏ ଦିନରେ ଦିଆଯାଇଥିଲା।

ଏହି ସମୟରେ, କୋଭିଡରୁ ଦେଶରେ ସୁସ୍ଥ ହାର 97.09 ପ୍ରତିଶତକୁ ବୃଦ୍ଧି ପାଇଛି। ମନ୍ତ୍ରଣାଳୟ କହିଛି ଯେ ଗତକାଲି 52 ହଜାରରୁ ଅଧିକ ରୋଗୀ ସୁସ୍ଥ ହୋଇଥିଲେ। ଏହି ସମୟ ମଧ୍ୟରେ 43 ହଜାରରୁ ଅଧିକ ନୂତନ କୋଭିଡ ରୋଗୀ ଚିହ୍ନଟ ହୋଇଥିଲେ। ଗତ 52 ଦିନ ଧରି ନୂତନ ସଂକ୍ରମିତଙ୍କ ତୁଳନାରେ ପ୍ରତିଦିନ ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା ଅଧିକ ରହୁଛି।

ବର୍ତ୍ତମାନ ପର୍ଯ୍ୟନ୍ତ ସାରା ଦେଶରେ ଏହି ମହାମାରୀରୁ 2 କୋଟି 96 ଲକ୍ଷ ଲୋକ ସଂକ୍ରମଣ ମୁକ୍ତ ହୋଇଛନ୍ତି। 4 ଲକ୍ଷ 85 ହଜାର 350 ରୋଗୀ ଚିକିତ୍ସିତ ହେଉଛନ୍ତି। ଗତକାଲି କୋଭିଡରେ 9 ଶହ 55 ଜଣଙ୍କର ମୃତ୍ୟୁ ହୋଇଥିଲା। ଏଥିମଧ୍ୟରେ ମହାମାରୀ ହେତୁ ମୃତକଙ୍କ ସଂଖ୍ୟା ଚାରି ଲକ୍ଷ ଦୁଇ ହଜାର ପାଞ୍ଚକୁ ବୃଦ୍ଧି ପାଇଛି।

ଅନ୍ୟପକ୍ଷରେ କୋଭିଡ ପରୀକ୍ଷଣର କ୍ଷମତା ମଧ୍ୟ ବୃଦ୍ଧି କରାଯାଇଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି। ଏପର୍ଯ୍ୟନ୍ତ 41 କୋଟି 82 ଲକ୍ଷ ନମୁନା ପରୀକ୍ଷା କରାଯାଇଛି। ଗତକାଲି 18 ଲକ୍ଷରୁ ଅଧିକ ନମୁନା ପରୀକ୍ଷା କରାଯାଇଥିଲା।

ଗତ ୨୪ ଘଣ୍ଟାରେ ଦେଶରେ ୪୩ ହଜାର ୭୧ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୯୫୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୫ ଲକ୍ଷ ୪୫ ହଜାର ୪୩୩ ରେ ପହଞ୍ଚିଛି।

ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୨ ହଜାର ୫ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୯୬ ଲକ୍ଷ ୫୮ ହଜାର ୭୮ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୪ ଲକ୍ଷ ୮୫ ହଜାର ୩୫୦ ଆକ୍ଟିଭ୍‌ କେସ୍ ରହିଛି।

Related posts