ଭୁବନେଶ୍ବର: ଆଜି ରାଜ୍ୟରେ ୨ ହଜାର ୮୭୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୧୬୫୨ ଜଣ ଚିହ୍ନଟ ହୋଇଥିବା ବେଳେ ୧୨୧୮ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୨୧ ହଜାର ୮୯୬ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୮ ଲକ୍ଷ ୮୭ ହଜାର ୪୨୦ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୩୦ ହଜାର ୨୨୭ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୪୧୫୩ କୁ ବୃଦ୍ଧି ହୋଇଛି। ଆଜି ମୋଟ ୩୦ ଟି ଜିଲ୍ଲାରୁ ୨ ହଜାର ୮୭୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ କଟକ ଜିଲ୍ଲାରୁ ୪୪୦ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୩୮୪ ଜଣ, ଅନୁଗୁଳ ଜିଲ୍ଲାରୁ…
Author: Samikhsya Bureau
ଭୁବନେଶ୍ବର, କରୋନା ନିୟମ ଅନୁପାଳନ ଖିଲାପକାରୀଙ୍କ ବିରୋଧରେ ବିଏମସି କଠୋର ପଦକ୍ଷେପ ଗ୍ରହଣ କରିବାରେ ଲାଗିଛି। ଗତକାଲି ରାଜଧାନୀର ବିଭିନ୍ନ ମାର୍କେଟ କଂପ୍ଲେକ୍ସରେ ଚଢାଉ କରିଥିଲା। ସେଥିରେ କୋଭିଡ ଆଇନ ଉଲ୍ଲଂଘନ ଅଭିଯୋଗରେ ପୋଖରୀପୁଟ ଲିଙ୍ଗରାଜ ମାର୍କେଟକୁ ସିଲ କରିଦିଆଯାଇଛି। ଏଥିରେ କେତେକ ଦୋକାନ କୋଭିଡ ନିୟମ ନ ମାନି ବ୍ୟବସାୟ କରୁଥିଲେ। ସେମାନଙ୍କଠାରୁ ଦୁଇ ହଜାର ଟଙ୍କା ଜରିମାନା ମଧ୍ୟ ଆଦାୟ କରାଯାଇଛି। ସେହିପରି ପୁରୁଣା ଭୁବନେଶ୍ବରର କେତେକ ଦୋକାନକୁ ବନ୍ଦ କରାଯିବା ସହିତ ଜରିମାନା ମଧ୍ୟ ଆଦାୟ କରାଯାଇଛି।
ମେଷ- ଆଜି ସ୍ୱାସ୍ଥ୍ୟ ଭଲ ରହିବ । ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ବିନା ଆଜି ଏପରି କୌଣସି କାର୍ଯ୍ୟ କରନ୍ତୁ ନାହିଁ, ଯାହା ଆପଣଙ୍କୁ ଆର୍ଥିକ କ୍ଷତି ଘଟାଇବ । ତୁମର ଶୀତଳ ଆଚରଣ ଘରର ପରିବେଶକୁ ସୁଖଦ କରିବ । ଏପରି ମଧୁର ହସ ଥିବା ବ୍ୟକ୍ତିଙ୍କ ଆକର୍ଷଣରୁ ଖୁବ୍ କମ୍ ଲୋକ ରକ୍ଷା ପାଇପାରିବେ । ଯେତେବେଳେ ତୁମେ ଲୋକମାନଙ୍କ ସହିତ ଥିବ, ତୁମର ସୁଗନ୍ଧ ଫୁଲ ପରି ବିସ୍ତାର ହେବ । ଏହା ସମ୍ଭବ ଯେ ଆଜି ଆପଣ ନିଜ ପ୍ରିୟଙ୍କୁ ଟଫି ଏବଂ କକଟେଲ ଇତ୍ୟାଦି ଦେଇପାରିବେ । ତୁମେ ତୁମର ସାଥୀ ସହିତ ପ୍ରେମର ଶିଖର ଅନୁଭବ କରିବ । ବୃଷ – ଆଜି ତୁମର ଜୀବନ ସାଥୀ ହେତୁ ତୁମ ପାଇଁ ଖୁସିର ଏକ କାରଣ ବୋଲି ପ୍ରମାଣିତ ହେବ । ଯଦି ଆପଣ ଋଣ ନେବା ପାଇଁ ଦୀର୍ଘ ଦିନ ଧରି…
ଭୁବନେଶ୍ବର, ପ୍ରତ୍ୟେକ ବ୍ୟକ୍ତି ଧନୀ ହେବାକୁ ଚାହାଁନ୍ତି । ସୁଖମୟ ଜୀବନଯାପନ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ ଟଙ୍କା ହେଉଛି ଜଣେ ବ୍ୟକ୍ତିଙ୍କର ସର୍ବୋତ୍ତମ ବନ୍ଧୁ । ଆଜିର ସମୟରେ ମଧ୍ୟ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ପ୍ରଭାବଶାଳୀ ବୋଲି ପ୍ରମାଣିତ ହୋଇଛି । ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଅନୁସରଣ କରି ଜଣେ ସଫଳତା ହାସଲ କରିପାରିବ। ଆଚାର୍ଯ୍ୟ ଚାଣକ୍ୟଙ୍କ ମତରେ ଆମର କିଛି ଭୁଲ ହେତୁ, ସର୍ବଦା ଅର୍ଥର ଅଭାବ ରହିଥାଏ । ଆସନ୍ତୁ ଜାଣିବା ଯେ ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ, କେଉଁ କାରଣରୁ ଟଙ୍କା ପାଖରେ ରହି ନ ଥାଏ। ଯେଉଁମାନେ ସମୟ ନଷ୍ଟ କରନ୍ତି ସେମାନଙ୍କୁ ଦାରିଦ୍ରତା ଗୋଡାଏ ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ ଯେଉଁମାନେ ସମୟ ନଷ୍ଟ କରନ୍ତି ସେମାନେ ସର୍ବଦା ଗରିବ ହୋଇଯାଆନ୍ତି। ଜଣେ ସର୍ବଦା ସମୟର ଭଲ ବ୍ୟବହାର କରିବା ଉଚିତ୍ । ଯେଉଁମାନେ ସମୟକୁ ସଠିକ୍ ଭାବରେ ବ୍ୟବହାର କରନ୍ତି…
ଧନୁ- ଏହି ଦିନ, ପ୍ରଭାବଶାଳୀ ଲୋକଙ୍କ ସମର୍ଥନ ଆପଣଙ୍କ ଉତ୍ସାହକୁ ଦ୍ୱିଗୁଣିତ କରିବ । ଆଜି ଆପଣ ବୁଝିପାରିବେ ଯେ ଚିନ୍ତା ନକରି ଟଙ୍କା ଖର୍ଚ୍ଚ କରି ଆପଣଙ୍କ ପାଇଁ କେତେ କ୍ଷତି ହୋଇପାରେ । ଯଦି ତୁମର ମନରେ ଟେନସନ ଅଛି, ନିକଟ ସମ୍ପର୍କୀୟ କିମ୍ବା ବନ୍ଧୁଙ୍କ ସହ କଥା ହୁଅ, ଏହା ତୁମର ହୃଦୟର ଭାରକୁ ହାଲୁକା କରିବ । ମୀନ- ଯେଉଁ ବ୍ୟବସାୟୀମାନେ ସେମାନଙ୍କ ବ୍ୟବସାୟ ସଂପର୍କରେ ଘରୁ ବାହାରକୁ ଯାଉଛନ୍ତି, ଆଜି ସେମାନଙ୍କ ଟଙ୍କାକୁ ଅତି ଯତ୍ନର ସହିତ ରଖନ୍ତୁ। ଟଙ୍କା ଚୋରି ହେବାର ସମ୍ଭାବନା ଅଛି। ତୁମର ମୂଲ୍ୟବାନ ସମୟକୁ ପିଲାମାନଙ୍କ ସହିତ ବିତାନ୍ତୁ। ଏହା ହେଉଛି ସର୍ବୋତ୍ତମ ମଲମ। ସେମାନେ ସୁଖର ସମାପ୍ତିର ଉତ୍ସ ବୋଲି ପ୍ରମାଣ କରିବେ।
ମକର – ତୁମର ବିଶ୍ୱାସ ଏବଂ ଆଶା ତୁମର ଇଚ୍ଛା ଏବଂ ଆଶା ପାଇଁ ନୂଆ ଦ୍ୱାର ଖୋଲିବ । ଆଜି ଆପଣ ଅନେକ ନୂତନ ଅର୍ଥନୈତିକ ଯୋଜନାଗୁଡିକର ସମ୍ମୁଖୀନ ହେବେ – କୈଣସି ନିଷ୍ପତ୍ତି ନେବା ପୂର୍ବରୁ, ସୁବିଧା ଏବଂ ଅସୁବିଧାକୁ ଭଲ ଭାବରେ ବିଚାର କରନ୍ତୁ । ତୁମର ପରିବାର ସଦସ୍ୟମାନେ ତୁମର ଉଦ୍ୟମ ଏବଂ ନିଷ୍ଠାକୁ ପ୍ରଶଂସା କରିବେ । କୁମ୍ଭ- ଚିନ୍ତା ନକରି ତୁମେ ତୁମର ଟଙ୍କା କାହାକୁ ଦେବା ଉଚିତ୍ ନୁହେଁ, ନଚେତ୍ ଆଗାମୀ ସମୟରେ ତୁମର ବଡ଼ ସମସ୍ୟା ହୋଇପାରେ। ଚିନ୍ତା ନକରି ତୁମର ଘନିଷ୍ଠ ବନ୍ଧୁ ଏବଂ ପରିବାର ମଧ୍ୟରେ ଖୁସିର ମୁହୂର୍ତ୍ତ ଖୋଜିବାର ଆବଶ୍ୟକତା ଅଛି। ତୁମର ବ୍ୟକ୍ତିଗତ ଭାବନା ଏବଂ ରହସ୍ୟକୁ ତୁମର ପ୍ରିୟଜନଙ୍କ ସହ ବାଣ୍ଟିବା ଠିକ୍ ସମୟ ନୁହେଁ।
ସିଂହ- ଆଜି ଏକ ବ୍ୟାୟାମ ସହିତ ନିଜ ଦିନ ଆରମ୍ଭ କରନ୍ତୁ, ଏହା ହେଉଛି ସେହି ସମୟ ଯେତେବେଳେ ଆପଣ ନିଜ ବିଷୟରେ ଭଲ ଅନୁଭବ କରିବା ଆରମ୍ଭ କରିପାରିବେ । ଏହାକୁ ଆପଣଙ୍କର ଦୈନନ୍ଦିନ କାର୍ଯ୍ୟରେ ଅନ୍ତର୍ଭୁକ୍ତ କରନ୍ତୁ ଏବଂ ଏହାକୁ ନିୟମିତ ରଖିବାକୁ ଚେଷ୍ଟା କରନ୍ତୁ । ଆଜି ଆପଣ ନିଜ ଘରର ସଦସ୍ୟମାନଙ୍କୁ ବୁଲିବା ପାଇଁ ନେଇପାରିବେ ଏବଂ ଆପଣ ବହୁତ ଟଙ୍କା ଖର୍ଚ୍ଚ କରିପାରନ୍ତି । ବିଛା – ଆଜି ତୁମର ଚାପ ବହୁତ ପରିମାଣରେ ଶେଷ ହୋଇପାରେ । ଯୁବକମାନେ ଏକ ବିଦ୍ୟାଳୟ ପ୍ରକଳ୍ପ ଉପରେ କିଛି ପରାମର୍ଶ ଆବଶ୍ୟକ କରିପାରନ୍ତି । ପ୍ରେମରେ ତୁମର ଅଭଦ୍ର ବ୍ୟବହାର ପାଇଁ କ୍ଷମା ମାଗ । ଏହି ରାଶିର ଲୋକମାନେ ଆଜି ଖାଲି ସମୟରେ ଆଧ୍ୟାତ୍ମିକ ପୁସ୍ତକ ଅଧ୍ୟୟନ କରିବା ଉଚିତ୍ । ଏହା କରିବା ଦ୍ୱାରା ଆପଣଙ୍କର ଅନେକ ସମସ୍ୟାର ସମାଧାନ ହୋଇପାରିବ ।
କନ୍ୟା- ବର୍ତ୍ତମାନ ପର୍ଯ୍ୟନ୍ତ ତୁମର ନକାରାତ୍ମକ ମନୋଭାବ ହେତୁ ତୁମେ ଅଗ୍ରଗତି କରିବାକୁ ସମର୍ଥ ନୁହଁ । ଏହା ବୁଝିବା ପାଇଁ ଉପଯୁକ୍ତ ସମୟ। ଚିନ୍ତା କରିବାର ଅଭ୍ୟାସ ଆପଣଙ୍କ ଚିନ୍ତା କରିବାର କ୍ଷମତାକୁ ନଷ୍ଟ କରିଦେଇଛି। ପରିସ୍ଥିତିର ଉଜ୍ଜ୍ୱଳ ଦିଗକୁ ଦେଖନ୍ତୁ ଏବଂ ଆପଣ ଦେଖିବେ ଯେ ଜିନିଷଗୁଡ଼ିକରେ ଉନ୍ନତି ଆସୁଛି । ତୂଳା- ଆଜି ବିନା କାରଣରେ ନିଜକୁ ସମାଲୋଚନା କରିବା ଆପଣଙ୍କ ଆତ୍ମବିଶ୍ୱାସକୁ ହ୍ରାସ କରିପାରେ । ଖର୍ଚ୍ଚର ଅପ୍ରତ୍ୟାଶିତ ବୃଦ୍ଧି ଆପଣଙ୍କ ମାନସିକ ଶାନ୍ତିକୁ ବିଚଳିତ କରିବ । ତାଙ୍କର ବ୍ୟକ୍ତିଗତ ସମସ୍ୟାର ସମାଧାନ ପାଇଁ ଜଣେ ବନ୍ଧୁ ଆପଣଙ୍କୁ ପରାମର୍ଶ ମାଗି ପାରନ୍ତି। ଆଜି ତୁମେ ତୁମର ପ୍ରିୟଙ୍କ ପ୍ରେମରେ ବୁଡ଼ି ଯାଇଥିବା ଅନୁଭବ କରିବ ।
ମେଷ- ଆଜି ସ୍ୱାସ୍ଥ୍ୟ ଭଲ ରହିବ । ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ବିନା ଆଜି ଏପରି କୌଣସି କାର୍ଯ୍ୟ କରନ୍ତୁ ନାହିଁ, ଯାହା ଆପଣଙ୍କୁ ଆର୍ଥିକ କ୍ଷତି ଘଟାଇବ । ତୁମର ଶୀତଳ ଆଚରଣ ଘରର ପରିବେଶକୁ ସୁଖଦ କରିବ । ଏପରି ମଧୁର ହସ ଥିବା ବ୍ୟକ୍ତିଙ୍କ ଆକର୍ଷଣରୁ ଖୁବ୍ କମ୍ ଲୋକ ରକ୍ଷା ପାଇପାରିବେ । କର୍କଟ – ଆଜି, ନିୟମିତ ବ୍ୟାୟାମ ମାଧ୍ୟମରେ ଆପଣଙ୍କର ଓଜନକୁ ନିୟନ୍ତ୍ରଣରେ ରଖନ୍ତୁ । ପାରିବାରିକ ଦାୟିତ୍ ବୃଦ୍ଧି ପାଇବ, ଯାହା ଆପଣଙ୍କୁ ମାନସିକ ଚାପ ଦେଇପାରେ । ତୁମର ସାହସ ତୁମକୁ ଭଲ ପାଇବାରେ ସଫଳ ହେବ । ତୁମର ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ସତ୍ତ୍ବେ ଆଜି ତୁମେ ନିଜ ପାଇଁ ସମୟ ବାହାର କରିବାରେ ସକ୍ଷମ ହେବ।
ନୂଆଦିଲ୍ଲୀ, ଆଜି ବିଶ୍ରାମ ନେବା ଅତ୍ୟନ୍ତ ଜରୁରୀ । ପାରିବାରିକ ପାର୍ଥକ୍ୟ ମଧ୍ୟ ବୃଦ୍ଧି ପାଇପାରେ । ଜୀବନ ଯନ୍ତ୍ରଣାଦାୟକ ହେବ । ଆଜି କୌଣସି ସ୍ଥାନରୁ ହଠାତ୍ ମୁଦ୍ରା ଲାଭ ହୋଇପାରେ । ଆଜି ଗୃହର ସଦସ୍ୟମାନଙ୍କ ସହିତ ମତଭେଦ ହୋଇପାରେ । ଶିଶୁ ସୁଖ ବୃଦ୍ଧି ପାଇବ । ଭବିଷ୍ୟତରେ ଯଦି ଆପଣ ଭଲ ରିଟର୍ନ ପାଇବାକୁ ଚାହୁଁଛନ୍ତି ତେବେ କିଛି ଟଙ୍କା ବିନିଯୋଗ କରନ୍ତୁ । ଆଜି ସ୍ୱାସ୍ଥ୍ୟରେ, ଯୋଗ ଏବଂ ଧ୍ୟାନର ସାହାଯ୍ୟ ନେଇ ଆପଣଙ୍କୁ ନିଜକୁ ସୁସ୍ଥ ରଖିବାକୁ ପଡିବ । ଆଜି କର୍ମକ୍ଷେତ୍ରରେ ପରିସ୍ଥିତି ବିଚଳିତ ହୋଇପାରେ । ଆପଣ ବୁଦ୍ଧିଜୀବୀଙ୍କ ସହ ରହିବେ । ବ୍ୟବସାୟରେ ଭଲ ସଫଳତା ମିଳିବ । ଶୀଘ୍ର କୌଣସି ନିଷ୍ପତ୍ତି ନିଅ ନାହିଁ । ତୁମର ଜୀବନର ସାମ୍ପ୍ରତିକ ପରିସ୍ଥିତିର ମୂଲ୍ୟାଙ୍କନ କରିବା ଏବଂ ପ୍ରାଥମିକତା ଆଧାରରେ ତୁମର ଯୋଜନା ବଣ୍ଟନ କରିବା ପାଇଁ ଆଜି…
ବୃଷ – ଆଜି ତୁମର ଜୀବନ ସାଥୀ ହେତୁ ତୁମ ପାଇଁ ଖୁସିର ଏକ କାରଣ ବୋଲି ପ୍ରମାଣିତ ହେବ । ଯଦି ଆପଣ ଋଣ ନେବା ପାଇଁ ଦୀର୍ଘ ଦିନ ଧରି ଏହି କାର୍ଯ୍ୟରେ ନିୟୋଜିତ ଥିଲେ, ତେବେ ଏହି ସପ୍ତାହରେ ଆପଣ ଋଣ ପାଇପାରିବେ । ଯେତେବେଳେ ତୁମେ ଏକୁଟିଆ ଅନୁଭବ କରିବ, ତୁମର ପରିବାରର ସାହାଯ୍ୟ ନିଅ । ମିଥୁନ – ବାହାରେ ପଡ଼ିଥିବା ତୁମର ଜମି ଆଜି ଭଲ ମୂଲ୍ୟରେ ବିକ୍ରି ହୋଇପାରିବ, ଯାହା ଆପଣଙ୍କୁ ଲାଭ ଦେବ। ତୁମର ଉଷ୍ମ ଆଚରଣ ଘରର ପରିବେଶକୁ ସୁଖଦ କରିବ । ଏପରି ମଧୁର ହସ ଥିବା ବ୍ୟକ୍ତିଙ୍କ ଆକର୍ଷଣରୁ ଖୁବ୍ କମ୍ ଲୋକ ରକ୍ଷା ପାଇପାରିବେ । ଯେତେବେଳେ ତୁମେ ଲୋକମାନଙ୍କ ସହିତ ଥିବ, ତୁମର ସୁଗନ୍ଧ ଫୁଲ ପରି ବିସ୍ତାର ହେବ ।
ଭୁବନେଶ୍ୱର: ହାଇସ୍ପିଡ୍ ଡାଟା ବ୍ୟବହାର ଜାରି ରହିଥିବା ସମୟରେ ହଠାତ୍ ଦିନର ଧାର୍ଯ୍ୟ ହାଇସ୍ପିଡ୍ ଡାଟା ଶେଷ ହୋଇଗଲେ ପ୍ରତ୍ୟେକ ମୋବାଇଲ୍ ଡାଟା ବ୍ୟବହାରକାରୀ ତୁରନ୍ତ ଡାଟା ଟପ୍ ଅପ ରିଚାର୍ଜ କରିବାକୁୁ ବିଭିନ୍ନ କାରଣରୁ ସମର୍ଥ ହୋଇପାରନ୍ତି ନାହିଁ, ଏକଥା ଜିଓ ହୃଦୟଙ୍ଗମ କରିଛି। ସେଥିପାଇଁ ଗ୍ରାହକମାନଙ୍କ ସୁବିଧା ନିମନ୍ତେ ରିଲାଏନ୍ସ ଜିଓ ପକ୍ଷରୁ ଜରୁରୀକାଳୀନ ଡାଟା ଋଣ ସୁବିଧା ଆରମ୍ଭ କରାଯାଇଛି ଯାହାଦ୍ୱାରା ଜିଓ ଗ୍ରାହକମାନେ ଜରୁରୀ ସମୟରେ ଏହି ସୁବିଧାର ଲାଭ ନେଇ ନିରବଚ୍ଛିନ୍ନ ହାଇସ୍ପିଡ ଡାଟା ବ୍ୟବହାର ଜାରି ରଖିପାରିବେ ଏବଂ ଏଥିପାଇଁ ପରବର୍ତ୍ତୀ ସମୟରେ ଦେୟ ପ୍ରଦାନ କରିପାରିବେ। ନୂଆ ନୂଆ ଉତ୍ପାଦ ପ୍ରଚଳନ କରିବା ତଥା ଗ୍ରାହକଙ୍କୁ ନିଆରା ଅନୁଭୂତି ପ୍ରଦାନ କରିବାରେ ସର୍ବାଗ୍ରେ ରହିଥିବା ଜିଓ ଏବେ ଜିଓ ବ୍ୟବହାରକାରୀଙ୍କୁ ସରଳ ଅଥଚ ଶକ୍ତିଶାଳୀ ସମାଧାନ ଯୋଗାଇଦେବ, ଯାହା ସେମାନଙ୍କୁ ହାଇସ୍ପିଡ ଡାଟା ନିରବଚ୍ଛିନ୍ନ ବ୍ୟବହାର କରିବାର ଅନୁଭୂତିକୁ ସୁନିଶ୍ଚିତ କରିବ।…
ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୨୧୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୨୧୧ ଆକ୍ରାନ୍ତଙ୍କ ମଧ୍ୟରୁ ୭୧ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୨୭୪ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୧ ହଜାର ୧୧୯ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୨୭୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୮୯ ହଜାର ୩୯୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧ ହଜାର ୨୪୧ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୪୬୫ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।
ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୩ ହଜାର ୧୫୮ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୫୧୧, କଟକରୁ ୩୮୪, ଯାଜପୁରରୁ ୩୩୨, ବାଲେଶ୍ବରରୁ ୧୭୪, ଭଦ୍ରକରୁ ୧୬୮, ମୟୂରଭଞ୍ଜରୁ ୧୬୪, ପୁରୀରୁ ୧୫୯, ନୟାଗଡରୁ ୧୪୯, କେନ୍ଦ୍ରାପଡାରୁ ୧୧୮, ଜଗତସିଂହପୁରରୁ ୧୧୨, ସୁନ୍ଦରଗଡରୁ ୧୦୦, କେନ୍ଦୁଝରରୁ ୯୨, ଅନୁଗୁଳରୁ ୮୨, କୋରାପୁଟରୁ ୭୪, ମାଲକାନାଗିରିରୁ ୬୪, ରାୟଗଡାରୁ ୬୪, ବୌଦ୍ଧରୁ ୪୧, ନବରଙ୍ଗପୁରରୁ ୪୧, ବରଗଡରୁ ୪୦, ଢେଙ୍କାନାଳରୁ ୩୬, ଝାରସୁଗୁଡାରୁ ୨୫, କଳାହାଣ୍ଡିରୁ ୨୩, କନ୍ଧମାଳରୁ ୨୨, ଗଞ୍ଜାମରୁ ୧୯, ଗଜପତିରୁ ୧୯, ସମ୍ବଲପୁରରୁ ୧୫, ନୂଆପଡାରୁ ୧୪, ବଲାଙ୍ଗୀରିରୁ ୧୨, ସୋନପୁରରୁ ୯, ଦେବଗଡରୁ ଏବଂ ଷ୍ଟେଟ ପୁଲରୁ ୮୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୮ ଲକ୍ଷ ୮୭…
ସୀତାରାମ ଅଗ୍ରୱାଲ ବାଣପୁର: ବର୍ତ୍ତମାନ ସାରା ରାଜ୍ୟରେ ଚାଷୀମାନଙ୍କ ମଣ୍ଡି ସମସ୍ୟାକୁ ନେଇ ବିରୋଧ ଦଳ ଆନ୍ଦୋଳନ ଜାରି ରଖିଥିବା ବେଳେ ଖୋର୍ଦ୍ଧା ଜିଲ୍ଲା ବାଣପୁର ବ୍ଲକ ଅନ୍ତର୍ଗତ ହଳନ୍ଦା ସମବାୟ ସମିତିରେ ଏକ ବଡ଼ ଦୁର୍ନୀତିର ଗୁମର ଫିଟିଛି। ଗୋଟିଏ ପଟେ ଚାଷୀ ମାନଙ୍କୁ ରାଜ୍ୟ ସରକାର ପ୍ରାଧାନ୍ୟ ଦେଉଥିବା ବେଳେ ଅପରପକ୍ଷରେ ଚାଷୀ ମାନଙ୍କୁ ଲୁଟିବାରେ ଲାଗିଛନ୍ତି ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ସଂସ୍ଥାମାନ। ଅଭିଯୋଗ ମୁତାବକ ହଳନ୍ଦା ସମବାୟ ସମିତି ଅଧୀନରେ ଥିବା ହଳନ୍ଦା, ବଡ଼ସିରେଇପୁର, ଅରଖଡିହ, ବେରୁଆଁବାଡ଼ି, ସାଲୁଣି ଏବଂ କୋଳଥଡିହ ଗ୍ରାମର ପାଖାପାଖି ୩୦ ଜଣ ଚାଷୀ ଗତ ମାର୍ଚ୍ଚ ମାସ ୧୯ ତାରିଖରୁ ସେମାନଙ୍କ ଧାନ ବିକ୍ରି କରିଥିଲେ ସୁଧା ଅଦ୍ୟାବଧି ଧାନ ବିକ୍ରି ଟଙ୍କା ସେମାନେ ପାଇନାହାନ୍ତି। ଚାଷୀମାନଙ୍କ କହିବା କଥା ଯେ, ସେମାନେ ହାରାହାରି ୩୨୨ କ୍ୟୁଇଣ୍ଟାଲ ଧାନ ସମବାୟ ସମିତି ଜରିଆରେ ବିକ୍ରି କରିଛନ୍ତି, ଯାହାର ସରକାରୀ ମୂଲ୍ୟ…
ଭୁବନେଶ୍ବର, ଆଜି ଭୁବନେଶ୍ବରର ଖାରବେଳ ଭବନରେ ଓଡିଶାର ନୂଆ ବିମାନ ବନ୍ଦରକୁ ନେଇ ବସିଛି ଏକ ଉଚ୍ଚ ସ୍ତରୀୟ ବୈଠକ। ଓଡିଶା ପରିବହନ କମିସନର ମଧୂସୁଦନ ପାଢୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିଥିଲା। ଏହି ବୈଠକରେ କେନ୍ଦ୍ର ବେସମାରିକ ବିମାନଚଳାଚଳ ମନ୍ତ୍ରଣାଳୟର ଯୁଗ୍ନ ସଚିବ ଉଷା ପାଢୀ ଯୋଗ ଦେଇଥିଲେ। ଏଥିରେ ଓଡିଶାର ପ୍ରସ୍ତାବିତ ପୁରୀ, ରାଉରକେଲା, ଉତକେଲା ଏବଂ ଜୟପୁର ବିମାନ ବନ୍ଦର ଉପରେ ଆଲୋଚନା କରାଯାଇଥିଲା। ଏହି 4ଟିର କାର୍ଯ୍ୟ ଏବଂ ନିର୍ମାଣ ଉପରେ ବିସ୍ତୁତ ଭାବେ ଆଲୋଚନା କରାଯାଇଥିଲା। ଏଥିରେ ଖୁବ ଶିଘ୍ର ଉଡାନ ଯୋଜନାରେ ଉତକେଲା ଏବଂ ଜୟପୁରକୁ ବିମାନ ଯୋଗାଯୋଗ କରାଯିବ ବୋଲି ନିଷ୍ପତି ହୋଇଛି। ତେବେ କେବେଠାରୁ ହେବ ସେ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଘୋଷଣା ହେବ। ପୂର୍ବରୁ ଉଡାନ ଯୋଜନାରେ ଓଡ଼ିଶାର ୧୦ଟି ନୂଆ ବିମାନପଥ ସାମିଲ କରାଯାଇଛି । ଏଥିପାଇଁ କେନ୍ଦ୍ର ସରକାର ଟେଣ୍ଡର ଆହ୍ବାନ ମଧ୍ୟ କରିଛନ୍ତି।…
ପୁରୀ, ଜୁଲାଇ ୧୨ ତାରିଖରେ ପଡୁଛି ବିଶ୍ବପ୍ରସିଦ୍ଧ ରଥଯାତ୍ରା। ସେଥିପାଇଁ ପୁରୀରେ ପ୍ରସ୍ତୁତି ପର୍ବ ବେଶ୍ ଦ୍ରୁତଗତିରେ ଚାଲିଛି। ତେବେ ଏ ନେଇ ଆସନ୍ତା ୮ ତାରିଖରେ ବସିବ ରଥଯାତ୍ରା ସମନ୍ବୟ ବୈଠକ। ଏହି ବୈଠକରେ ଭିଡିଓ କନଫ୍ରେସିଂ ମାଧ୍ୟମରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ବୈଠକରେ ଶ୍ରୀମନ୍ଦିର ପ୍ରଶାସନ, ସେବାୟତ, ଆଇନ ବିଭାଗ ଅଧିକାରୀ, ସେବାୟତ, ସ୍ଥାନୀୟ ବିଧାୟକ ସାମିଲ ହେବେ । ଜିଲ୍ଲା ପ୍ରଶାସନ ସହ ବରିଷ୍ଠ ପୋଲିସ ଅଧିକାରୀ ମଧ୍ୟ ସାମିଲ ହେବେ । ଗତ ବର୍ଷ ପରି ଚଳିତ ବର୍ଷ ମଧ୍ୟ କୋଭିଡ କଟକଣା ଏବଂ ବିନା ଭକ୍ତରେ ରଥଯାତ୍ରା ଅନୁଷ୍ଠିତ ହେବ।
ଭୁବନେଶ୍ୱର, ଉତ୍ତମ ପୁନର୍ଗଠନ ପାଇଁ ସମବାୟ ମାଧ୍ୟମରେ ସହଭାଗିତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି । ଆଜି ଓଡ଼ିଶା ରାଜ୍ୟ ସମବାୟ ୟୁନିୟନ୍ ଆନୁକୂଲ୍ୟରେ ୯୯ତମ ଅନ୍ତର୍ଜାତୀୟ ସମବାୟ ଦିବସ ପାଳନ ଅବସରରେ ରାଜ୍ୟସ୍ତରୀୟ ସମବାୟ ପତାକା ଉତ୍ତୋଳନ ଉତ୍ସବରେ ଯୋଗଦେଇ ସେ ଏହା କହିଲେ। ମନ୍ତ୍ରୀ ଆହୁରି କହିଲେ ଯେ ଚଳିତ ବର୍ଷର ଅନ୍ତର୍ଜାତୀୟ ସମବାୟ ଦିବସର ବିଷୟବସ୍ତୁ ଉତ୍ତମ ପୁନର୍ଗଠନ ପାଇଁ ସହଭାଗିତା ଆଧାରରେ ସମବାୟ କାର୍ଯ୍ୟକ୍ରମକୁ ଆଗେଇ ନେବାକୁ ପଡ଼ିବ। କରୋନା ବିପତ୍ତିକୁ ମୁକାବିଲା କରିବା ପାଇଁ ସମ୍ମିଳିତ ପ୍ରଚେଷ୍ଟା ଆବଶ୍ୟକ । କୋଭିଡ୍-୧୯ ସ୍ଥିତିରେ କୃଷିକାର୍ଯ୍ୟକୁ ଗତିଶୀଳ କରିବାରେ ସମବାୟ ସଂସ୍ଥା ପ୍ରମୁଖ ଭୂମିକା ନିର୍ବାହ କରି ଲୋକମାନଙ୍କ ଖାଦ୍ୟ ନିରାପତ୍ତାକୁ ସୁନିଶ୍ଚିତ କରିପାରିଛି । ସମବାୟ ମାଧ୍ୟମରେ କ୍ଷୁଦ୍ର ଓ ନାମମାତ୍ର ଚାଷୀ, କ୍ଷୁଦ୍ର ବ୍ୟବସାୟୀଙ୍କୁ ସେବା ଯୋଗାଇଦେବା ପାଇଁ ଯେଉଁ…
ଭୁବନେଶ୍ବର, ରାଜଧାନୀ ମଧ୍ୟ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୱାର୍ଡ ନମ୍ବର 34 ର ସତ୍ୟନଗର ସ୍ଥିତ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଭାଇ ଓ ଭଉଣୀମାନଙ୍କର ଇଷ୍ଟ ପ୍ରଭୂ ଯୀଶୁଙ୍କର ପୂଜାଗୃହ-ଚର୍ଚ୍ଚର ଉନ୍ନତି କରଣ ଏବଂ ନୂତନ ଗୃହ ନିର୍ମାଣର୍ଥେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ସ୍ୱତନ୍ତ୍ର ସହାୟତା ବାବଦରେ 2 କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏହି ନିର୍ମାଣ କାର୍ଯ୍ୟ ଆରମ୍ଭ ନିର୍ମିତ୍ତ ସତ୍ୟନଗର ଚର୍ଚ୍ଚ ପରିସରରେ ଚର୍ଚ୍ଚର Father, ବାରବାଟୀ ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର ଡିଭିଜନ-1 ଗୃହ ଏବଂ ରାସ୍ତା ନିର୍ମାଣ ବିଭାଗ ର କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ସହକାରୀ ଯନ୍ତ୍ରୀ ଏବଂ ଚର୍ଚ୍ଚ ର କର୍ମକର୍ତ୍ତା ଙ୍କ ଉପସ୍ଥିତି ରେ ଭୂମିପୂଜନ କାର୍ଯ୍ୟ ସମ୍ପାଦିତ ହୋଇଥିଲା।
ନୂଆଦିଲ୍ଲୀ, ବହୁ ବାଦବିବାଦ ପରେ ବର୍ତ୍ତମାନ ଉତ୍ତରାଖଣ୍ଡ ରାଜନୀତିରେ ଚର୍ଚ୍ଚାର ପୂର୍ଣ୍ଣଛେଦ ପଡିବାକୁ ଯାଉଛି। ଶେଷରେ ବରିଷ୍ଠ ବିଧାୟକ ପୁଷ୍କର ସିଂ ଧାମି ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ। ଉତ୍ତରାଖଣ୍ଡ ବିଧାନସଭାରେ ତାଙ୍କୁ ବିଜେପିର ନେତା ଭାବରେ ମନୋନିତ କରାଯାଇଛି। ଧାମି ହେଉଛନ୍ତି ଉତ୍ତରାଖଣ୍ଡର ଉଦାମସିଂ ନଗର ଜିଲ୍ଲାର ଖାତିମା ନିର୍ବାଚନ ମଣ୍ଡଳୀର ବିଧାୟକ। ଶୁକ୍ରବାର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ତିରଥ ସିଂ ରାୱତଙ୍କ ସ୍ଥାନ ନେବେ ଧାମି। ଉତ୍ତରାଖଣ୍ଡର ରାଜନୈତିକ ହଟଚମଟ ଲାଗିରହିଥିବା ବେଳେ ଆଜି ସକାଳେ କୃଷିମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଡେରାଡୁନରେ ପହଁଞ୍ଚିଥିଲେ। ସେଠାରେ ସେ ବରିଷ୍ଠ ନେତା ତଥା ବିଧାୟକଙ୍କ ସହିତ ଆଲୋଚନା ପରେ ଧାମିଙ୍କ ନାମ ମନୋନିତ କରାଯାଇଛି ବୋଲି ଜଣାପଡିଚି।
ଭୁବନେଶ୍ବର, ନିର୍ବାଚନ ଅବଧୀ ଅନୁସାରେ ପ୍ରଥମେ ପୌର ନିର୍ବାଚନ ହେବା କଥା। କାରଣ ଏହାର ଅବଧୀ ବହୁ ଆଗରୁ ସରିଗଲାଣି। ପଞ୍ଚାୟତ ନିର୍ବାଚନର ଅବଧୀ ଆସନ୍ତା 2022ରେ ଶେଷ ହେବ। ସେଥିପାଇଁ ଏହି ଦୁଇ ତ୍ରୁଣମୂଳ ସଂସ୍ଥାର ନିର୍ବାଚନ ଏହି 2021ରେ ହେବା କଥା। ହେଲେ ସରକାରୀ ସ୍ତରରେ ପ୍ରଥମେ ପଞ୍ଚାୟତ ନିର୍ବାଚନ କରିବା ପାଇଁ କୁଆଡେ ପ୍ରସ୍ତୁତି ଚାଲିଥିବା ଜଣାପଡିଛି। ବର୍ତ୍ତମାନ ପରିସ୍ଥିତିକୁ ଦେଖିଲେ ରାଜ୍ୟରେ ପୌର ନିର୍ବାଚନ ପାଇଁ ବାଟ ଖୋଲି ଯାଇଛି। କାରଣ ସ୍ଥାନ ସଂରକ୍ଷଣ ନେଇ କୋର୍ଟରେ ଯେଉଁ ମାମଲା ଚାଲିଥିଲା ସେଥିରେ ପୂର୍ଣ୍ଣଚ୍ଛେଦ ପଡିଛି। କୋର୍ଟର ନିର୍ଦ୍ଦେଶ ଅନୁସାରେ ଆସନ ସଂରକ୍ଷଣ 50 ପ୍ରତିଶତରୁ ଅଧିକ ହେବ ନାହିଁ। ସେଥିପାଇଁ ରାଜ୍ୟ ସରକାର ବିଧାନସଭାରେ ଏହାକୁ ପାଶ କରି ନିର୍ବାଚନ ପାଇଁ ସୁପାରିଶ କରିବା କଥା। ହେଲେ ଜଣେ ସରକାରୀ କର୍ମଚାରୀଙ୍କ କହିବା ଅନୁସାରେ ରାଜ୍ୟ ସରକାର ପ୍ରଥମେ ପଞ୍ଚାୟତ ନିର୍ବାଚନ କରିବେ। ସେଥିପାଇଁ…

