Author: Samikhsya Bureau

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୫୧ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୫୧ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୪୨୯୮ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ଖୋର୍ଦ୍ଧା ଜିଲ୍ଲାର ସର୍ବାଧିକ ୯ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ବରଗଡ, ଢେଙ୍କାନାଳ, ମୟୂରଭଞ୍ଜ ଜିଲ୍ଲାରୁ ୫ ଜଣ ଲେଖାଏଁ, କଟକ, ଯାଜପୁର, ନୟାଗଡ, ପୁରୀ ଓ ସୁନ୍ଦରଗଡ ଜିଲ୍ଲାରୁ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ସେହିଭଳି ଭଦ୍ରକ, ଦେବଗଡ, ଗଞ୍ଜାମ, ଜଗତସିଂହପୁର ଜିଲ୍ଲାରୁ ୨ ଜଣ ଲେଖାଏଁ, କନ୍ଧମାଳ, କେନ୍ଦ୍ରାପଡା, କେନ୍ଦୁଝର ଓ ନବରଙ୍ଗପୁର ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୨୭ ହଜାର ୧୮୬ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୮ ଲକ୍ଷ ୯୪ ହଜାର ୧୦୪…

Read More

ନୂଆଦିଲ୍ଲୀ, ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର 52 ତମ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବର ପୋଷ୍ଟର ଉନମୋଚନ କରିଛନ୍ତି। ଏହି ଅବସରରେ ଚଳଚ୍ଚିତ୍ର ମହୋତ୍ସବର ନିୟମ ଉପରେ ଏକ ବୁକଲେଟ୍ ମଧ୍ୟ ପ୍ରକାଶ ପାଇଛି। ଚଳିତ ବର୍ଷ ନଭେମ୍ବର 20 ରୁ 28 ନଭେମ୍ବର ପର୍ଯ୍ୟନ୍ତ ଗୋଆରେ ଏହି ଫିଲ୍ମ ଉତ୍ସବ ଅନୁଷ୍ଠିତ ହେବ । ଏହାକୁ ଏସିଆର ସର୍ବ ପୁରାତନ ଚଳଚ୍ଚିତ୍ର ମହୋତ୍ସବ ଭାବେ ବିବେଚନା କରାଯାଏ। ଏହା ହେଉଛି ଭାରତର ସବୁଠାରୁ ବଡ ଆନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବ । ଗୋଆ ସରକାର ଏବଂ ଭାରତୀୟ ଚଳଚ୍ଚିତ୍ର ଶିଳ୍ପ ସହ ମିଳିତ ଭାବେ ଚଳଚ୍ଚିତ୍ର ମହୋତ୍ସବ ନିର୍ଦ୍ଦେଶାଳୟ ଏବଂ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟ ଦ୍ୱାରା ଏହା ଆୟୋଜିତ ହେଉଛି । ଏହା ହାଇବ୍ରିଡ୍ ଫର୍ମାଟରେ କରାଯିବ । ଭାରତ ଏବଂ ବିଶ୍ବର ସର୍ବୋତ୍ତମ ଚଳଚ୍ଚିତ୍ର ପ୍ରତିବର୍ଷ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହୁଏ । ଅଂଶଗ୍ରହଣ କରିବାକୁ ଏଣ୍ଟ୍ରିଗୁଡିକ…

Read More

ଭୁବନେଶ୍ବର, ଧୀରେ ଧୀରେ ରାଜ୍ୟର ସମସ୍ତ ଜିଲ୍ଲାର କରୋନା ପରିସ୍ଥିତ ନିୟନ୍ତ୍ରଣକୁ ଆସୁଥିବା ବେଳେ କଟକ ଖୋର୍ଦ୍ଧାର ସ୍ଥିତି ବଦଳିବାର ନାଁ ଧରୁ ନାହିଁ। ଗତ କିଛି ଦିନ ଧରି ଏହି ଦୁଇ ଜିଲ୍ଲାର ଆକ୍ରାନ୍ତଙ୍କ ସଂଖ୍ୟା ଚାରି ଶହ ତଳକୁ ଖସୁ ନାହିଁ।  ଅବଶ୍ୟ ପୂର୍ବରୁ ଯେପରି ଆକ୍ରାନ୍ତଙ୍କ ସଂଖ୍ୟା ହଜାରେ ଉପରେ ରହୁଥିଲା ସେଥିରେ ଅବଶ୍ୟ ପରିବର୍ତ୍ତନ ହୋଇଛି। ତେବେ ସଦ୍ୟତମ ସୂଚନା ଅନୁସାରେ ବିଭିନ୍ନ ଜିଲ୍ଲାର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହେଲା.. ୧- ଅନୁଗୁଳ ଜିଲ୍ଲାରୁ – ୭୯ ୨- ବାଲେଶ୍ୱର ଜିଲ୍ଲାରୁ – ୧୫୭ ୩- ବରଗଡ଼ ଜିଲ୍ଲାରୁ – ୨୨ ୪- ଭଦ୍ରକ ଜିଲ୍ଲାରୁ – ୧୧୩ ୫- ବଲାଙ୍ଗୀର ଜିଲ୍ଲାରୁ – ୧୬ ୬- ବୌଦ୍ଦ ଜିଲ୍ଲାରୁ – ୧୨ ୭- କଟକ ଜିଲ୍ଲାରୁ – ୪୨୨ ୮- ଦେବଗଡ଼ ଜିଲ୍ଲାରୁ – ୯ ୯- ଢେଙ୍କାନାଳ ଜିଲ୍ଲାରୁ – ୫୯ ୧୦-…

Read More

ଭୁବନେଶ୍ବର, ରାଜ୍ୟରେ ଧିରେଧିରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ପୂର୍ବରୁ ତିନିହଜାର ପାଖାପାଖି ରହୁଥିଲା ଆକ୍ରାନ୍ତଙ୍କ ସଂଖ୍ୟା। ବର୍ତ୍ତମାନ ଏହା ଅଢେଇ ହଜାର ତଳକୁ ଖସି ଆସିଛି। ସଦ୍ୟତମ ସୂଚନା ଅନୁସାରେ ଗତ 24 ଘଣ୍ଟାରେ ରାଜ୍ୟରୁ ଚିହ୍ନଟ ହୋଇଛନ୍ତି 2 ହଜାର 487 ନୂଆ ଆକ୍ରାନ୍ତ। ସେମାନଙ୍କ ମଧ୍ୟରୁ  କ୍ୱାରେଣ୍ଟାଇନରୁ 1428 ଓ ଲୋକାଲ୍ କଣ୍ଟାକ୍ଟ କେସ୍ ରହିଛି 1059 । ଗତକାଲି ରାଜ୍ୟରୁ 2 ହଜାର ୮03 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ।

Read More

ନୂଆଦିଲ୍ଲୀ, ସାରା ଦେଶରେ କୋଭିଡ-୧୯ ଟିକାକରଣକୁ ତ୍ୱରାନ୍ୱିତ କରିବା ଏବଂ ଏହାର ପରିସରକୁ ବ୍ୟାପକ କରିବା ଦିଗରେ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ । ଜୁନ ୨୧, ୨୦୨୧ରୁ ସାର୍ବଜନୀନ କୋଭିଡ-୧୯ ଟିକାକରଣର ନୂତନ ପର‌୍ୟ୍ୟାୟ ଆରମ୍ଭ ହୋଇଛି । ଏହି ଟିକାକରଣ ଅଭିଯାନ ଅଧିକ ସଂଖ୍ୟକ ଟିକା ଉପଲବ୍ଧତା, ଉତ୍ତମ ଯୋଜନା ପ୍ରସ୍ତୁତି ଲାଗି ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ନିକଟରେ ଅଧିକ ସଂଖ୍ୟକ ଟିକା ଉପଲବ୍ଧ ହେବା ଏବଂ ଟିକା ଯୋଗାଣ ଶୃଙ୍ଖଳକୁ ବ୍ୟବସ୍ଥିତ କରିବା ଜରିଆରେ ଗତିଶୀଳ କରାଯାଇଛି । ଦେଶବ୍ୟାପୀ ଟିକାକରଣ ଅଭିଯାନର ଅଂଶବିଶେଷ ସ୍ଵରୂପ, ଭାରତ ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକୁ ସଂପୂର୍ଣ୍ଣ ମାଗଣାରେ କୋଭିଡ ଟିକା ଯୋଗାଇଦେବାରେ ସହାୟତା କରୁଛନ୍ତି । ନୂତନ ପର‌୍ୟ୍ୟାୟ ସାର୍ବଜନୀନ କୋଭିଡ-୧୯ ଟିକାକରଣ ଅଭିଯାନରେ କେନ୍ଦ୍ର ସରକାର ଦେଶର ଟିକା ଉତ୍ପାଦନକାରୀମାନଙ୍କ ଠାରୁ ୭୫ ପ୍ରତିଶତ ଟିକା କ୍ରୟ କରି ସେଗୁଡିକୁ ସଂପୂର୍ଣ୍ଣ ମାଗଣାରେ ରାଜ୍ୟ ଓ…

Read More

ନୂଆଦିଲ୍ଲୀ, ବହୁଦିନ ଧରି କେନ୍ଦ୍ର ମନ୍ତ୍ରୀ ମଣ୍ଡଳରେ ଅଦଳବଦଳ ତଥା ସଂପ୍ରସାରଣ ହେବ ବୋଲି ଚର୍ଚ୍ଚା ଜାରି ରହିଛି। ବର୍ତ୍ତମାନ ଏହାର ବାସ୍ତବ ରୂପ ନେବା ପାଇଁ କାଉଣ୍ଟ ଡାଉନ ଆରମ୍ଭ ହୋଇଯାଇଛି। ବିଶେଷ ସୁତ୍ର ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ସପ୍ତାହରେ କ୍ୟାବିନେଟ୍ ସଂପ୍ରସାରଣ ସହ ଅଦଳ ବଦଳ କରିବେ। ରିପୋର୍ଟ ଅନୁଯାୟୀ, 7 କିମ୍ବା 8 ଜୁଲାଇରେ ଏହି ସଂପ୍ରସାର ହେବ ବୋଲି ଅନୁମାନ କରାଯାଇଛି। ବିଜେପି ସଭାପତି ଜେପି ନାଡା, ଗୃହମନ୍ତ୍ରୀ ଅମିତ ଶାହା ଏବଂ ଅନ୍ୟାନ୍ୟ ବରିଷ୍ଠ ନେତାଙ୍କ ସହ ଏକ ବୈଠକରେ ପ୍ରଧାନମନ୍ତ୍ରୀ ମୋଦୀ ଏହା ଉପରେ ଆଲୋଚନା କରିଛନ୍ତି। ଅନେକ ନୂଆ ଚେହେରା ଏହି ସଂପ୍ରସାରଣରେ ସ୍ଥାନ ପାଇବେ। ଏମାନଙ୍କ ମଧ୍ୟରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କର ନାମ ପ୍ରାୟ ସ୍ଥିର ହୋଇଛି ବୋଲି ବିଶ୍ୱାସ କରାଯାଏ। ଏହା ବ୍ୟତୀତ ଆସାମର ପୂର୍ବତନ ମୁଖ୍ୟମନ୍ତ୍ରୀ ସରବାନନ୍ଦ ସୋନୋୱାଲଙ୍କୁ ମଧ୍ୟ ମନ୍ତ୍ରୀ ପଦ ଦିଆଯିବ। ଅନେକ…

Read More

ଭୁବନେଶ୍ବର, ଆଚାର୍ଯ୍ୟ ଚାଣକ୍ୟ ନନ୍ଦ ରାଜବଂଶକୁ ନିପାତ କରି ତାଙ୍କ ନୀତି ଆଧାରରେ ମୌର୍ଯ୍ୟ ରାଜବଂଶ ପ୍ରତିଷ୍ଠା କରିଥିଲେ। ନନ୍ଦ ରାଜବଂଶର ରାଜା, ଆଚାର୍ଯ୍ୟ ଚାଣକ୍ୟଙ୍କୁ ଅପମାନିତ କରିଥିଲେ କିନ୍ତୁ ସେ ତାଙ୍କ କ୍ରୋଧକୁ ପ୍ରକାଶ କରିବାକୁ ଦେଇ ନ ଥିଲେ।  ପରେ ସେ ଏହି କ୍ରୋଧକୁ ଅସ୍ତ୍ର କରି ନିଜର ଶତ୍ରୁମାନଙ୍କୁ ବିନାଶ କରିଥିଲେ। ତେବେ କେଉଁ ଶକ୍ତି ଉପରେ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଶତ୍ରୁମାନଙ୍କୁ ପରାସ୍ତ କରିଥିଲେ ତାହା ଜାଣିବା ଆବଶ୍ୟକ। 1-ଆଚାର୍ଯ୍ୟ ଚାଣକ୍ୟଙ୍କ ଅନୁଯାୟୀ, ଶତ୍ରୁଙ୍କର ସବୁଠାରୁ ବଡ ଅସ୍ତ୍ର ହେଉଛି ଆପଣଙ୍କୁ ଉତ୍ତେଜିତ କରାଇବା। ତେଣୁ, ଶତ୍ରୁ ସର୍ବଦା ଆପଣଙ୍କୁ ଉତ୍ତେଜିତ କରିବାକୁ ଚେଷ୍ଟା କରେ ଯାହା ଦ୍ବାରା ଆପଣ କ୍ରୋଧିତ ହେବେ। କାରଣ କ୍ରୋଧ କଲେ ଉଭୟ ଶକ୍ତି ଏବଂ ବିବେକ ହ୍ରାସ ପାଇ ଅଧା ହୋଇଯାଏ। ଯେତେବେଳେ ଏହା ହ୍ରାସ ଘଟେ ସେତେବେଳେ ଶତ୍ରୁ ତୁମର ଲାଭ ଉଠାଇ ପାରିବେ। ତେଣୁ ଯେତେବେଳେ…

Read More

ଭୁବନେଶ୍ବର, ଦିନବେଳା ଭୁବନେଶ୍ବରର ହତ୍ୟାକଣ୍ଡର ହତ୍ୟାକାରୀ ଧରାପଡିଛି। ସେ ହେଉଛନ୍ତି ମୃତ ମହିଳାଙ୍କ ନିକଟରେ ମୁମୁର୍ଷ ଅବସ୍ଥାରେ ପଡିଥିବା ଯୁବକ। ତାଙ୍କ ନାମ ହେଉଛି ଜଗନ୍ନାଥ ପ୍ରଧାନ, ଯାଜପୁରରେ ତାଙ୍କ ଘର। ସେ ଦିନବେଳା ମହିଳାଙ୍କ ଘରକୁ ଆସି ଏହି ହତ୍ୟାକାଣ୍ଡ କରିଛି ବୋଲି ସ୍ବୀକାର କରିଛି। ଭୁବନେଶ୍ବରର ଭୀମ ଟାଙ୍ଗୀରେ ରହୁଥିବା ମହିଳା ପ୍ରିୟଙ୍କା ପ୍ରିୟଦର୍ଶନୀ ସାହୁଙ୍କ ସହିତ ଜଗନ୍ନାଥଙ୍କର ଆଗରୁ ପରିଚୟ ରହିଛି। ହେଲେ କୌଣସି କାରଣରୁ ପ୍ରିୟଦର୍ଶନୀଙ୍କ ସହିତ ତାଙ୍କର ଝଗଡା ହୋଇଥିଲା। ଫଳରେ ସେ ରାଗରେ ତାଙ୍କୁ ଏବଂ ତାଙ୍କର 3 ବର୍ଷର ପୁଅକୁ ହତ୍ୟା କରିବ ବୋଲି ନିଷ୍ପତି କରିଥିଲା। ସେହି ଅନୁସାରେ ଆଜି ସେ ମହିଳାଙ୍କ ଭୀମଟାଙ୍ଗି ଘରେ ପହଁଚି ମହିଳାଙ୍କ ଉପରେ ଆକ୍ରମଣ କରିଥିଲା। ଏକ ଧାରୁଆ ଛୁରୀରେ ସେ ମହିଳାଙ୍କ ବେକ କାଟି ଦେଇଥିଲା ବୋଲି ସ୍ବୀକାର କରିଛି। ସୌଭାଗ ବସତଃ ମହିଳାଙ୍କ ପୁଅ ଖେଳିବା ପାଇଁ ଘର ମାଲିକଙ୍କ…

Read More

ଭୁବନେଶ୍ବର : ବର୍ତ୍ତମାନର କୋଭିଡ-୧୯ ସଙ୍କଟକୁ ଦୃଷ୍ଟିରେ ରଖି ଭାରତ ସରକାର ଚତୁର୍ଥ ପଯ୍ୟାୟରେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା କାଯ୍ୟକାରୀ କରିବା ଲାଗି ଘୋଷଣା କରିଛନ୍ତି। ଏହି ଯୋଜନା ଅଧୀନରେ ଦେଶବ୍ୟାପୀ କୋଭିଡ ପ୍ରଭାବିତ ଲୋକମାନଙ୍କୁ ଜୁଲାଇରୁ ନଭେମ୍ବର ୨୦୨୧ ପର‌୍ୟ୍ୟନ୍ତ ମାଗଣାରେ ଖାଦ୍ୟଶସ୍ୟ ଯୋଗାଇ ଦିଆଯିବ। ଏହି ଯୋଜନାର ଅଂଶବିଶେଷ ସ୍ବରୂପ, ଯୋଗ୍ୟ ହିତାଧିକାରୀମାନଙ୍କୁ ମାସିକ ମୁଣ୍ଡପିଛା ୫ କିଗ୍ରା ଲେଖାଏଁ ଖାଦ୍ୟ ଶସ୍ୟ ଯୋଗାଇ ଦିଆଯିବ। ଏହି ଖାଦ୍ୟ ସହାୟତା ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନଏଫଏସଏ) ଅନ୍ତର୍ଗତ ମିଳୁଥିବା ମାସିକ ରାସନକୁ ବାଦ୍ ଦେଇ ଏବଂ ଅଧିକ ଆକାରରେ ପ୍ରଦାନ କରାଯିବ। ଭାରତ ସରକାରଙ୍କ ଘୋଷଣା ମୁତାବକ, ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ସମ୍ପ୍ରସାରିତ ଚତୁର୍ଥ ପର‌୍ୟ୍ୟାୟକୁ ସଠିକ୍ ଢଙ୍ଗରେ କାର‌୍ୟ୍ୟକାରୀ କରିବା ଲାଗି ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ)ର ଓଡ଼ିଶା ଶାଖା ପକ୍ଷରୁ ଆବଶ୍ୟକ ସମ୍ବଳ ପ୍ରସ୍ତୁତ କରାଯାଉଛି। ଏହି ଯୋଜନା…

Read More

ମେଷ –ଯୋଗ ଧ୍ୟାନ ସହିତ ଆପଣ ଦିନ ଆରମ୍ଭ କରିପାରିବେ। ଏହା କରିବା ଆପଣଙ୍କ ପାଇଁ ଲାଭଦାୟକ ହେବ ଏବଂ ଆପଣ ଦିନସାରା ଶକ୍ତି ପାଇବେ।  ଯଦି ଆପଣ ଜୀବନର ଗାଡିକୁ ଭଲ ଭାବରେ ଚଳାଇବାକୁ ଚାହୁଁଛନ୍ତି, ତେବେ ଆଜି ଆପଣଙ୍କୁ ଅର୍ଥର ଗତିବିଧି ଉପରେ ବିଶେଷ ଧ୍ୟାନ ଦେବାକୁ ପଡିବ। ଆପଣଙ୍କ ସାଥୀଙ୍କ ସଫଳତାକୁ ପ୍ରଶଂସା କରନ୍ତୁ ଏବଂ ତାଙ୍କର ସଫଳତା ଏବଂ ସୁଖକୁ ପାଳନ କରନ୍ତୁ । ଉଦାର ହୁଅ ଏବଂ ଆନ୍ତରିକ ପ୍ରଶଂସା କର। ଆଜି ତୁମର ପ୍ରିୟ ତୁମର ଅସ୍ଥିର ମନୋଭାବ ହେତୁ ତୁମ ସହିତ ସଜାଡ଼ିବାରେ ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ। ବୃଷ –ଆଜି ଏପରି କାର୍ଯ୍ୟକଳାପରେ ନିୟୋଜିତ ହୁଅନ୍ତୁ, ଯାହା ଆପଣଙ୍କୁ ଆରାମ ଦେଇଥାଏ। ଯଦି ତୁମେ ତୁମର ସୃଜନଶୀଳ ପ୍ରତିଭାକୁ ସଠିକ୍ ଉପାୟରେ ବ୍ୟବହାର କର, ଏହା ଅତ୍ୟନ୍ତ ଲାଭଦାୟକ ହେବ । ତୁମର ନୂତନ ପ୍ରୋଜେକ୍ଟ ପାଇଁ ପିତାମାତାଙ୍କୁ…

Read More

ନୂଆଦିଲ୍ଲୀ, ଦିଲ୍ଲୀ ହରିୟାନା ସମେତ କେତେକ ସ୍ଥାନରେ ଆଜି ରାତି 10 ଟା 36ରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ଫଳରେ ଲୋକେ ଭୟଭିତ ହୋଇପଡିଛନ୍ତି। ଏହି ଭୂକମ୍ପର କେନ୍ଦ୍ର ସ୍ଥଳ ହରିୟାନାର ଉତ୍ତର ଦିଗର 10 କିଲୋମିଟର ଦୂରରେ ଥିବା ଝାଜ୍ଜାରରେ ସୃଷ୍ଟି ହୋଇଛି ବୋଲି ଜଣାପଡିଛି। ଏହାର ତୀବ୍ରତା 3.7 ଥିଲା। ଗତକିଛି ମାସ ତଳେ ମଧ୍ୟ ଦିଲ୍ଲୀରେ ଏହିପରି ମୃଦୁ ଭୂକମ୍ଫ ଅନୁଭୂତ ହୋଇଛି।

Read More

ସୀତାରାମ ଅଗ୍ରୱାଲ ବାଲୁଗାଁ: ସମଗ୍ର ଦେଶ ତଥା ରାଜ୍ୟ ମହାମାରୀ କରୋନାରେ ଆତଙ୍କିତ। ରାଜ୍ୟର ବିଭିନ୍ନ ଜିଲ୍ଲା ଗୁଡିକରେ ପର୍ଯ୍ୟାୟକ୍ରମେ ଲକ୍‌ଡାଉନ୍ ସାଙ୍ଗକୁ ସପ୍ତାହାନ୍ତ ସଟଡ଼ାଉନ ଜାରି ରହିଛି।  ପ୍ରଶାସନ ପକ୍ଷରୁ ସାମାଜିକ ଦୂରତ୍ୱ ରକ୍ଷା କରିବା, ସଦାସର୍ବଦା ମାସ୍କ ପରିଧାନ ଏବଂ ସାନିଟାଇଜର୍ ବ୍ୟବହାର ନିମନ୍ତେ ଜନସଚେତନ କରାଯାଉଛି। ବର୍ତ୍ତମାନ ପରିସ୍ଥିତିରେ କୋଭିଡ୍ ମହାମାରୀରୁ ନିବୃତ୍ତ ରହିବା ପାଇଁ ଏକମାତ୍ର ବିଶଲ୍ୟକରଣୀ ରୂପେ ଟିକାକରଣ ଅପରିହାର୍ଯ୍ୟ ହୋଇପଡ଼ିଛି। ସରକାରଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ଏବଂ ସ୍ଥାନୀୟ ପ୍ରଶାସନ ବିଭିନ୍ନ ପର୍ଯ୍ୟାୟରେ ବୟୋଜ୍ୟେଷ୍ଠ, ଦିବ୍ୟାଙ୍ଗଙ୍କ ସମେତ ୧୮ରୁ ୪୪ ବର୍ଷ ମଧ୍ୟରେ ନାଗରିକଙ୍କ ଟିକାକରଣ ବ୍ୟବସ୍ଥା କରାଯାଇଛି। ମାତ୍ର ଦୈନନ୍ଦିନ ଅହେତୁକ ଜନସମାଗମକୁ ଲକ୍ଷ୍ୟ ରଖି ପ୍ରଶାସନ ପକ୍ଷରୁ ବିଭିନ୍ନ ସ୍ଥାନରେ ଟିକାକରଣ କେନ୍ଦ୍ରମାନ ଖୋଲାଯାଇଥିବା ବେଳେ ଏହାର ବ୍ୟତିକ୍ରମ ଭାବେ ଟୀକା କେନ୍ଦ୍ର ଗୁଡିକରେ ସ୍ଥାନୀୟ ଦଲାଲ୍‌ଙ୍କ ଦୌରାତ୍ମ୍ୟ ଦେଖିବାକୁ ମିଳିଛି। ସୂଚନା ମୁତାବକ ଚିଲିକା ବ୍ଲକର ନାଗରିକମାନଙ୍କୁ ବାଲୁଗାଁ ଗୋଷ୍ଠୀ…

Read More

ସୀତାରାମ ଅଗ୍ରୱାଲ ଚିଲିକା: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର-ବାଲୁଗାଁ ରୋଟାରୀ କ୍ଳବ ପକ୍ଷରୁ ଦୁଇ ଦିନ ବ୍ୟାପି ‘ସେବା ଦିବସ’ର ଆଜି ଉଦଯାପନ ହୋଇଯାଇଅଛି। ଗତକାଲି ସଂଗଠନ ପକ୍ଷରୁ ଅନ୍ନପୂର୍ଣ୍ଣା ଦିବସ ପାଳନ ଉପଲକ୍ଷେ ବାଣପୁର ସବ ଜେଲ ନିକଟସ୍ଥ ଜରାନିବାସର ଅନ୍ତେବାସୀ ମାନଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଥିଲା। ଅନୁରୂପ ଭାବେ ଆଜି ଅଲାଇଡିହସ୍ଥିତ ପଦ୍ମଚରଣ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣରେ ବୃକ୍ଷ ରୋପଣ କରାଯାଇ ବନ ମହୋତ୍ସବ ସପ୍ତାହ ମଧ୍ୟ ପାଳନ କରାଯାଇଅଛି। ଉକ୍ତ ଦୁଇ ଗୋଟି କାର୍ଯ୍ୟକ୍ରମରେ ଚଳିତ ବର୍ଷର ସଭାପତି ଗୋପାଳ ଚନ୍ଦ୍ର ନାୟକ, ସଂପାଦକ ସଚ୍ଚିଦାନନ୍ଦ ସେଠୀ, ପ୍ରାକ୍ତନ ସଭାପତି ପ୍ରଫେସର ବିଜୟ କୁମାର ନନ୍ଦ, ଓମ ପ୍ରକାଶ ଅଗ୍ରୱାଲ, ସରୋଜିନୀ ଦାଶ, ପ୍ରବୀଣ କୁମାର ଜେନା, ଧୀରେନ୍ଦ୍ରନାଥ ପାତ୍ର, ରବିନାରାୟଣ ନାୟକ, ଜଗଦୀଶ ପ୍ରସାଦ ଲାଖୋଟିଆଙ୍କ ସମେତ ସଦସ୍ୟ ରବି ନାରାୟଣ ପାଲ, ହିମାଂଶୁ ପାତ୍ର, ଶ୍ୟାମସୁନ୍ଦର ପୃଷ୍ଟି, ନନ୍ଦକିଶୋର ମିଶ୍ର ପ୍ରମୂଖ ଯୋଗଦେଇଥିଲେ।…

Read More

ଭୁବନେଶ୍ୱର, ବୈଷୟିକ ଜ୍ଞାନକୌଶଳର ବିକାଶ ସହ ତାଳ ଦେଇ ସୂଚନା ଅଧିକାରୀମାନେ ନିଜକୁ ପ୍ରସ୍ତୁତ କରି ସରକାରଙ୍କ ବିକାଶମୂଳକ କାର୍ଯ୍ୟକ୍ରମର ଉପଯୁକ୍ତ ସୂଚନା ପ୍ରଦାନ କରିବା ପାଇଁ ସୂଚନା ଓ ଲୋକସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ପରାମର୍ଶ ଦେଇଛନ୍ତି । ସାମାଜିକ ଗଣମାଧ୍ୟମର ପରିଚାଳନା ଏବଂ ବ୍ୟବହାର ସଂପର୍କରେ ସୂଚନା ଅଧିକାରୀମାନଙ୍କୁ ସ୍ୱତନ୍ତ୍ର ଭାବେ ପ୍ରଶିକ୍ଷଣ ଦିଆଯିବା ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି । ବିଭିନ୍ନ ବିଭାଗର ଉନ୍ନୟନମୂଳକ କାର୍ଯ୍ୟ ବାବଦରେ ସବିଶେଷ ତଥ୍ୟ ସଂଗ୍ରହ, ବରିଷ୍ଠ ଅଧିକାରୀମାନଙ୍କ ସହିତ ପରାମର୍ଶ କ୍ରମେ ସଫଳ କାହାଣୀ ପ୍ରସ୍ତୁତି ସାଙ୍ଗକୁ ଆଧୁନିକ ସୂଚନା-ପ୍ରଯୁକ୍ତି ଉପକରଣର ବ୍ୟବହାର ଆପଣେଇବାକୁ ପ୍ରମୁଖ ଶାସନ ସଚିବ ପରାମର୍ଶ ଦେଇଥିଲେ । ସରକାରଙ୍କ ଲୋକକଲ୍ୟାଣମୂଳକ କାର୍ଯ୍ୟକ୍ରମଗୁଡ଼ିକର ବ୍ୟାପକ ପ୍ରଚାର ଓ ପ୍ରସାରଣ ଉପରେ ସୂଚନା ଅଧିକାରୀମାନେ ଗୁରୁତ୍ୱ ଦେବାକୁ  ସଚିବ ଉଲ୍ଲେଖ କରିଥିଲେ । ବିଭାଗୀୟ କାର୍ଯ୍ୟକୁ ଆଖି ଆଗରେ ରଖି ସମ୍ବାଦ ପରିବେଷଣ…

Read More

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୩ ହଜାର ୩୨୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୫୪୦, କଟକରୁ ୫୨୮, ଯାଜପୁରରୁ ୨୫୬, ବାଲେଶ୍ବରରୁ ୨୨୦, ପୁରୀରୁ ୨୧୦, ଭଦ୍ରକରୁ ୧୫୭, ମୟୂରଭଞ୍ଜରୁ ୧୫୩, ଜଗତସିଂହପୁରରୁ ୧୫୨, ନୟାଗଡରୁ ୧୫୦, କେନ୍ଦ୍ରାପଡାରୁ ୧୩୦, କେନ୍ଦୁଝରରୁ ୧୧୨, ମାଲକାନାଗିରିରୁ ୭୮, ଅନୁଗୁଳରୁ ୭୧, ସୁନ୍ଦରଗଡରୁ ୬୬, କୋରାପୁଟରୁ ୫୧, ଢେଙ୍କାନାଳରୁ ୪୬, ରାୟଗଡାରୁ ୪୧, ବୌଦ୍ଧରୁ ୩୨, କନ୍ଧମାଳରୁ ୩୨, ନବରଙ୍ଗପୁରରୁ ୩୧, ସମ୍ବଲପୁରରୁ ୨୮, ସୋନପୁରରୁ ୨୭, ବରଗଡରୁ ୨୬, ବଲାଙ୍ଗୀରିରୁ ୨୨, ଗଜପତିରୁ ୨୨, କଳାହାଣ୍ଡିରୁ ୧୬, ଗଞ୍ଜାମରୁ ୧୪, ଝାରସୁଗୁଡାରୁ ୯, ଦେବଗଡରୁ ୩, ନୂଆପଡାରୁ ୩ ଏବଂ ଷ୍ଟେଟ ପୁଲରୁ ୧୦୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୮ ଲକ୍ଷ…

Read More

କନ୍ଦର୍ପ ବେହେରା ରେଢାଖୋଲ: ଗତକାଲି ରାତି ୮ଟାରେ ରେଢାଖୋଲ ଥାନା ତଣ୍ଡାବିରା ଗାଁରେ ଜମି ବାଡି କଳହକୁ ନେଇ ଜଣେ ଯୁବକକୁ ସଂଘବଦ୍ଧ ଭାବରେ ଟାଙ୍ଗିଆରେ ହାଣି ନୃଶଂସ ଭାବରେ ହତ୍ୟା କରିଥିବା ଜଣା ପଡିଛି। ପୋଲିସ୍ ସୂତ୍ରରୁ ପ୍ରକାଶ ଯେ , ରେଢାଖୋଲ ଥାନା ଡଇଁଚା ପଂଚାୟତ ତଣ୍ଡାବିରା ଗ୍ରାମର ନିଲୁ ସାହୁ (୨୮) ରାତି ପ୍ରାୟ ୮ ଟାରେ ନିଜ ଘର ପାଖରେ ଥିବା ବେଳେ ତାଙ୍କ ବଂଶର ଭାଇମାନେ ଆସି ତାଙ୍କୁ ସଂଘବଦ୍ଧ ଭାବରେ ଠେଙ୍ଗାରେ ମାଡ ମାରିବା ସହ ଏକ ଟାଙ୍ଗିଆରେ ହାଣି ହତ୍ୟା କରି ଫେରାର୍ ହୋଇ ଯାଇଥିଲେ । ପୋଲିସ୍ ଖବର ପାଇ ତଣ୍ଡାବିରା ଗ୍ରାମକୁ ଯାଇ ୬ ଜଣକୁ ଆଣି ଅଟକ ରଖିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ରେଢାଖୋଲ ଥାନାଧିକାରୀ ପ୍ରକାଶ କରିଛନ୍ତି। ତିନୋଟି ପରିବାର ମଧ୍ୟରେ ବହୁଦିନ ହେଲା ଜମିବାଡି କୁ ନେଇ ବିବାଦ ଲାଗି ରହିଥିଲା।…

Read More

ସୀତାରାମ ଅଗ୍ରୱାଲ ଚିଲିକା: ଆସନ୍ତାକାଲି ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀରେ ୧ ହଜାର ୩୫୦ ଲୋକଙ୍କୁ ଟୀକା ଦିଆଯିବ। ବାଣପୁର ଏବଂ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକାରୀ ଏନେଇ ସୂଚନା ଦେଇଛନ୍ତି। ଜାଣନ୍ତୁ ବାଣପୁରରେ କେଉଁ କେନ୍ଦ୍ରରେ କେତେ ଡୋଜ ଦିଆଯିବ ଟୀକା: ବାଣପୁର- ୧୮ରୁ ୪୪ ବର୍ଷ ବର୍ଗର ନାଗରିକ (ପ୍ରଥମ ଡୋଜ) ଏବଂ ୪୫ ବର୍ଷରୁ ଉର୍ଦ୍ଧ୍ଵ ନାଗରିକ (ଦ୍ଵିତୀୟ ଡୋଜ) ୧- ବାଣପୁର ମାଇନର ସ୍କୁଲ- ୨୦୦ ଡୋଜ (କେବଳ ୪୫ ବର୍ଷରୁ ଉର୍ଦ୍ଧ୍ଵ ନାଗରିକଙ୍କ ପାଇଁ ଉଭୟ ପ୍ରଥମ ଏବଂ ଦ୍ଵିତୀୟ ଡୋଜ ) ୨- ସହିଦ କୃତିବାସ ଭବନ, ପଲଟନ ପଡିଆ- ୨୦୦ ଡୋଜ (୧୮ରୁ ୪୪ ବର୍ଷ ବର୍ଗର ନାଗରିକ, ପ୍ରଥମ ଡୋଜ) ୩- ଗମ୍ଭାରୀମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର- ୧୦୦ ଡୋଜ ୪- ସୁନାଖଳା ଉପ ସ୍ୱାସ୍ଥ୍ୟ କେନ୍ଦ୍ର- ୧୦୦ ଡୋଜ ୫- ନୀଳାଦ୍ରିପ୍ରସାଦ ଉପସ୍ୱାସ୍ଥ୍ୟ କେନ୍ଦ୍ର- ୧୦୦ଡୋଜ ୬- ହଳନ୍ଦା ଉପ ସ୍ୱାସ୍ଥ୍ୟ କେନ୍ଦ୍ର- ୧୦୦…

Read More

ଭୁବନେଶ୍ବର, ଓଡିଶାରେ ହତାଶ ହୋଇପଡିଥିବା ନିଜର ଦଳର କର୍ମୀମାନଙ୍କ ମନୋବଳ ବଢାଇବା ରାଜ୍ୟ ବିଜେପି ସଭାପତିଙ୍କ ପାଇଁ କେତେ କଷ୍ଟକର ତାହା ଆମେ ଜାଣିଛୁ । ଆଜି ତାଙ୍କର ସାମ୍ବାଦିକ ସମ୍ମିଳନୀ ହେଉଛି ଏଭଳି ହତୋତ୍ସାହିତ କର୍ମୀଙ୍କୁ ଉତ୍ସାହିତ କରିବା ପାଇଁ ଆଉ ଗୋଟିଏ ଦୁର୍ବଳ ପ୍ରୟାସ, ଯେଉଁମାନେ ପଶ୍ଚିମବଙ୍ଗରେ ନିଜ ଦଳର ପରାଜୟ ଏବଂ ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, କର୍ଣ୍ଣାଟକ ସହିତ ଅନ୍ୟ ରାଜ୍ୟରେ ଦେଖା ଦେଇଥିବା ସାଙ୍ଗଠନିକ ସମସ୍ୟାକୁ ନେଇ ଅତ୍ୟନ୍ତ ନିରାଶ ହୋଇ ପଡିଛନ୍ତି । ଅବସ୍ଥା ଏଭଳି ହୋଇଛି ଯେ ସେମାନଙ୍କର ଆଉ ନିଜ ଉପରେ ବିଶ୍ୱାସ ନାହିଁ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି । ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ବିଜେଡି ମୁଖପାତ୍ର କହିଛନ୍ତି ଯେ ଗୋଟିଏ ପଟେ ଗ୍ରାମୀଣ ଗୃହ ନିର୍ମାଣ କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଶ୍ରୀ ମହାନ୍ତିଙ୍କ ଦଳ ନେତୃତ୍ୱରେ କେନ୍ଦ୍ରରେ ପରିଚାଳିତ ସରକାର ଓଡିଶାକୁ…

Read More

କୋଲକାତା, କଂଗ୍ରେସକୁ ଜବରଦସ୍ତ ଝଟକା ଲାଗିଛି। ଦଳର ପୂର୍ବତନ ସାଂସଦ ତଥା ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ପୁଅ ଅଭିଜିତ ମୁଖାର୍ଜି ଆଜି ଟିଏମସିରେ ସାମିଲ ହୋଇଛନ୍ତି। ଦିବଂଗତ ପ୍ରଣବ ମୁଖାର୍ଜୀ କଂଗ୍ରେସର ଜଣେ ଟାଣୁଆ ତଥା ବରିଷ୍ଠ ନେତା ଥିଲେ। ସେ ସବୁବେଳେ କଂଗ୍ରେସରେ ରହି ରାଜନୀତି କରୁଥିଲ। କିନ୍ତୁ ତାଙ୍କ ପୁଅ ଅଭିଜିତ ମୁଖାର୍ଜୀ କଂଗ୍ରେସ ତ୍ୟାଗ କରି ଟିଏମସିରେ ଯୋଗଦେଇଛନ୍ତି। ଅଭିଜିତଙ୍କ ପାଇଁ କୋଲକାତାରେ ଟିଏମସି ତରଫରୁ ଏକ ମିଶ୍ରଣ ପର୍ବ କାର୍ଯ୍ୟକ୍ରମ କରାଯାଇଥିଲା। ଏଥିରେ ଟିଏମସିର ବରିଷ୍ଠ ନେତା ସୁଦୀପ ବନ୍ଦୋପାଧ୍ୟୟ ଓ ଅନ୍ୟ ନେତାଙ୍କ ଉପସ୍ଥିତିରେ ଅଭିଜିତ ବିଧିବଦ୍ଧ ଭାବେ ମମତାଙ୍କ ଟିଏମସିରେ ସାମିଲ ହୋଇଛନ୍ତି। କଂଗ୍ରେସ ଟିକେଟରୁ ଅଭିଜିତ ଜଙ୍ଗିପୁରରୁ ଲୋକସଭାକୁ ଯାଇଥିବା ବେଳେ ନଲହାଟିରୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ପଶ୍ଚିମବଂଗ ବିଧାନସଭା ନିର୍ବାଚନରେ ଟିଏମସି ତାହାର ଶକ୍ତି ପ୍ରଦର୍ଶନ ପରେ ଏବେ ବିଭିନ୍ନ ନେତା ଦଳପ୍ରତି ଆକୃଷ୍ଟ ହେବାରେ ଲାଗିଛନ୍ତି।

Read More

ଭୁବନେଶ୍ବର, ଗତ ବର୍ଷ ଏବଂ ଚଳିତ ବର୍ଷ ଶ୍ରୀମନ୍ଦିର ଇତିହାସରେ ରଥଯାତ୍ରା ଏକ ନୂଆ ଅଧ୍ୟାୟ ସୃଷ୍ଟି କରିଛି। କରୋନା ସଂକ୍ରାମଣ ପାଇଁ ଗତ ବର୍ଷ ମଧ୍ୟ ବିନା ଭକ୍ତରେ ରଥଯାତ୍ରା ଆୟୋଜିତ ହୋଇଥିଲା। ଚଳିତ ବର୍ଷ ମଧ୍ୟ ସେହିପରି ବିନା ଭକ୍ତରେ ରଥଯାତ୍ରା କରିବା ପାଇଁ ନିଷ୍ପତି କରାଯାଇଛି। ରଥଯାତ୍ରା ଦିନ ପୁରୀରେ କର୍ଫୁ ଲଗାଯିବାର ମଧ୍ୟ ସମ୍ଭାବନା ରହିଛି। ଏହିପରି ଘଟଣା ରଥଯାତ୍ରା ଇତିହାସରେ କେବେ ବି ହୋଇ ନ ଥିଲା। ତେବେ ଠିକ୍ ଶହେ ବର୍ଷ ତଳେ, ଅର୍ଥାତ 1920 ମସିହାରେ ଏହିପରି ଏକ ମହାମାରୀ ସମୟରେ ଅନୁଷ୍ଠିତ ହୋଇଥିଲା ରଥଯାତ୍ରା। ସେ ସମୟରେ ଉପକୂଳ ଓଡିଶାରେ ହଇଜା ମହାମାରିର ପ୍ରକୋପ ବୃଦ୍ଧି ପାଇଥିଲା। ସେତେବେଳେ ଝାଡାବାନ୍ତିରେ ହଜାର ହଜାର ଲୋକ ମୃତ୍ୟୁବରଣ କରୁଥିଲେ। ମୁଖ୍ୟତଃ ଏହି ରୋଗ ଡିଆଁ ରୋଗ ହୋଇଥିବାରୁ ତାକୁ ନିୟନ୍ତ୍ରଣ କରିବା ପ୍ରଶାସନ ପାଇଁ ସହଜ ନ ଥିଲା। ଯେତେବେଳେ ରଥଯାତ୍ରା…

Read More

ପୁରୀ, ଆଉ ମାତ୍ର ସପ୍ତାହଟିଏ ବାକି ରହିଲା ପ୍ରଭୃଙ୍କ ରଥଯାତ୍ରା। ଆସନ୍ତା 12 ତାରିଖରେ ତିନିଠାକୁର ରତ୍ନ ସିଂହାସନ ତ୍ୟାଗ କରି ରଥାଋଢ ହେବେ। ଯିବେ ନିଜ ଜନ୍ମସ୍ଥାନ ଶ୍ରୀଗୁଣ୍ଡିଚା ମନ୍ଦିର। ଆଉ କମ ସମୟ ଥିବାରୁ ପୁରୀରେ ରଥ ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି। ବର୍ତ୍ତମାନ ରଥ ଖଳାଠାରେ, ତିନି ରଥର କଳସ ଉଠି, ଓଲଟ ଶୁଆ ସଂଯୋଗ ହୋଇଛି ଓ ପ୍ରଭାରେ ରୂପ ଖୋଦେଇ କାର୍ଯ୍ୟ ଏବଂ ବେଦୀ ପାର୍ଶ୍ୱ ପଟା ତଳେ ହଂସ ପଟା ବାଡ଼ିଆ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଅଛି । ଏଥିସହ ତିନି ରଥର ବିଜେ ଚକା, ଯେଉଁଠି ଶ୍ରୀବିଗ୍ରହ ମାନେ ବିଜେ କରିଥାନ୍ତି, ତାହାର ନିର୍ମାଣ କାର୍ଯ୍ୟ ମଧ୍ୟ ଶେଷ ହୋଇଛି ।

Read More