କଳାହାଣ୍ଡିରେ ବାଘଛାଲ ତସ୍କର ସକ୍ରୀୟ: ୯ ଛାଲ ଜବତ, ୪ ବେପାରୀ ଗିରଫ

Published: Jul 11, 2021, 12:48 pm IST

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ବାଘଛାଲ ଦଲାଲ ସକ୍ରୀୟ ଥିବା ବେଳେ ଜଙ୍ଗଲ ବିଭାଗ ତରଫରୁ ଚଢାଉ କରାଯାଇ ୯ ଟି ବାଘଛାଲ ଜବତ କରାଯାଇଥିବା ଜଣାପଡିଛି।

ସୂଚନା ଅନୁସାରେ ଅନ୍ୟ ରାଜ୍ୟର ଜନୈକ ଗ୍ରାହକଙ୍କ ଠାରୁ କଳାହାଣ୍ଡି ଜିଲ୍ଲା ମରାମପୁର ଓ ନର୍ଲା ରେଂଜ ଅଂଚଳରେ ବାଘ ଛାଲ କାରବାର ହେଉଥିବା ସଂପର୍କରେ ବନ ବିଭାଗ ଖବର ପାଇବା ପରେ ସେହି ରାକେଟକୁ ଦରିବାକୁ ଯୋଜନା କରାଯାଇଥିଲା। ବନବିଭାଗ ଓ ଜବଲପୁର ୱାଇଲ୍ଡ ଲାଇଫ କ୍ରାଇମ ବ୍ୟୁରୋ ର ଜନୈକ ସଦସ୍ୟ ଗ୍ରାହକ ସାଜି ବାଘଛାଲ ବେପାରୀଙ୍କ ଠାରୁ କିଣିବା ବାହାନାରେ ବାଘଛାଲ ଜବତ କରିଥିବା ଜଣାପଡିଛି । ମଦନପୁର ରାମପୁର ଅଂଚଳରୁ ୩ଟି ବାଘଛାଲ ଜବତ କରାଯାଇଥିବା ବେଳେ ସବିଶେଷ ତଥ୍ୟ ସଂଗ୍ରହ କରି ଅଭିଯୁକ୍ତ ବେପାରୀ ମ.ରାମପୁରର ମନୋଜ ବେହେରା, ନର୍ଲାର ନରୋତମ ଭୋଇ, ବଫଲା ଗ୍ରାମର ରଙ୍ଗାଚରଣ ଭୋଇ, ଅମାଠର କାର୍ତିକ ରଣାଙ୍କୁ ଗିରଫ କରିଥିବା ପ୍ରକାଶ । ମନୋଜ ବେହେରାଙ୍କ ଠାରୁ ୩ଟି ଓ ରଙ୍ଗାଚରଣ ଭୋଇଙ୍କ ଠାରୁ ୪ଟି ଛାଲ ଜବତ କରାଯାଇଥିବା ବନବିଭାଗ ସୂତ୍ରରୁ ପ୍ରକାଶ।

ଏହି ଲିଙ୍କ ରୁ ମିଳିଥିବା ତଥ୍ୟ ଅନୁସାରେ କେଗାଁ ରେଂଜ ଅଂଚଳରୁ ବାଲାଣ ହେଉଥିବା ବେଳେ ଏନଏଚ-୨୬ ଜାରିଙ୍ଗ ରାସ୍ତ।।ରେ ୩ଜଣ ବେପାରୀଙ୍କ ଠାରୁ ୨ଟି ଛାଲ ଜବତ କରାଯାଇ ଅଭିଯୁକ୍ତ ଭୁଲିଆରବାଗ, କୋଦଣ୍ଡ ଗୌଡ ଓ ଉଆଁସୁ ଜାନୀ ଙ୍କୁ ଗିରଫ କରାଯାଇଥରବା ପ୍ରକାଶ।

ଜବତ ବାଘଛାଲ ଗୁଡିକୁ ପରୀକ୍ଷା କରାଯିବା ପାଇଁ ଡେରାଡୁନସ୍ଥିତ ୱାଇଲ୍ଡ ଲାଇଫ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ଫୋରେନସିକ ଲାବୋରେଟୋରୀକୁ ପଠାଯାଇଥିବା ବନବିଭାଗ ସୂତ୍ରରୁ ପ୍ରକାଶ। ଜବତ ବାଘଛାଲ ମଧ୍ୟରୁ ୮ଟି କଲରାପତରିଆ ବାଘଛାଲ ଓ ଗୋଟିଏ ମହାବଳବାଘର ବୋଲି କୁହଯାଉଛି। ଏହି ଚଢଉରେ ୱାଇଲ୍ଡ ଲାଇଫ କ୍ରାଇମ କଂଟ୍ରୋଲ ବ୍ୟୁରୋର ସୂଚନା ଅନୁସାରେ କଳାହାଣ୍ଡି ଉତର ଓ ଦକ୍ଷିଣ ବନଖଣ୍ଡର ପଦାଧିକାରୀଙ୍କ ସମେତ ଛତିଶଗଡ ବନ ବିଭାଗ ପଦାଧିକାରୀ ମାନେ ମିଶି ଚଢଉ କରିଥିବା ଜଣାପଡିଛି। ଗତ କିଛି ମାସ ତଳେ ଛତିଶଗଡ ଗରିଆବନ୍ଦ ପୋଲିସ ଦ୍ୱାରା କଳାହାଣ୍ଡିର ୪ଜଣ ବାଘଛାଲ ବେପାରୀ ଗିରଫ ହୋଇଥିବା ଜଣାପଡିଥିଲା ।

Related posts