Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଅପରାଧ»କଳାହାଣ୍ଡିରେ ବାଘଛାଲ ତସ୍କର ସକ୍ରୀୟ: ୯ ଛାଲ ଜବତ, ୪ ବେପାରୀ ଗିରଫ
ଅପରାଧ

କଳାହାଣ୍ଡିରେ ବାଘଛାଲ ତସ୍କର ସକ୍ରୀୟ: ୯ ଛାଲ ଜବତ, ୪ ବେପାରୀ ଗିରଫ

July 11, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଦୁଷ୍ମନ୍ତ କୁମାର ପଣ୍ଡା

କଳାହାଣ୍ଡି: କଳାହାଣ୍ଡି ଜିଲ୍ଲାରେ ବାଘଛାଲ ଦଲାଲ ସକ୍ରୀୟ ଥିବା ବେଳେ ଜଙ୍ଗଲ ବିଭାଗ ତରଫରୁ ଚଢାଉ କରାଯାଇ ୯ ଟି ବାଘଛାଲ ଜବତ କରାଯାଇଥିବା ଜଣାପଡିଛି।

ସୂଚନା ଅନୁସାରେ ଅନ୍ୟ ରାଜ୍ୟର ଜନୈକ ଗ୍ରାହକଙ୍କ ଠାରୁ କଳାହାଣ୍ଡି ଜିଲ୍ଲା ମରାମପୁର ଓ ନର୍ଲା ରେଂଜ ଅଂଚଳରେ ବାଘ ଛାଲ କାରବାର ହେଉଥିବା ସଂପର୍କରେ ବନ ବିଭାଗ ଖବର ପାଇବା ପରେ ସେହି ରାକେଟକୁ ଦରିବାକୁ ଯୋଜନା କରାଯାଇଥିଲା। ବନବିଭାଗ ଓ ଜବଲପୁର ୱାଇଲ୍ଡ ଲାଇଫ କ୍ରାଇମ ବ୍ୟୁରୋ ର ଜନୈକ ସଦସ୍ୟ ଗ୍ରାହକ ସାଜି ବାଘଛାଲ ବେପାରୀଙ୍କ ଠାରୁ କିଣିବା ବାହାନାରେ ବାଘଛାଲ ଜବତ କରିଥିବା ଜଣାପଡିଛି । ମଦନପୁର ରାମପୁର ଅଂଚଳରୁ ୩ଟି ବାଘଛାଲ ଜବତ କରାଯାଇଥିବା ବେଳେ ସବିଶେଷ ତଥ୍ୟ ସଂଗ୍ରହ କରି ଅଭିଯୁକ୍ତ ବେପାରୀ ମ.ରାମପୁରର ମନୋଜ ବେହେରା, ନର୍ଲାର ନରୋତମ ଭୋଇ, ବଫଲା ଗ୍ରାମର ରଙ୍ଗାଚରଣ ଭୋଇ, ଅମାଠର କାର୍ତିକ ରଣାଙ୍କୁ ଗିରଫ କରିଥିବା ପ୍ରକାଶ । ମନୋଜ ବେହେରାଙ୍କ ଠାରୁ ୩ଟି ଓ ରଙ୍ଗାଚରଣ ଭୋଇଙ୍କ ଠାରୁ ୪ଟି ଛାଲ ଜବତ କରାଯାଇଥିବା ବନବିଭାଗ ସୂତ୍ରରୁ ପ୍ରକାଶ।

ଏହି ଲିଙ୍କ ରୁ ମିଳିଥିବା ତଥ୍ୟ ଅନୁସାରେ କେଗାଁ ରେଂଜ ଅଂଚଳରୁ ବାଲାଣ ହେଉଥିବା ବେଳେ ଏନଏଚ-୨୬ ଜାରିଙ୍ଗ ରାସ୍ତ।।ରେ ୩ଜଣ ବେପାରୀଙ୍କ ଠାରୁ ୨ଟି ଛାଲ ଜବତ କରାଯାଇ ଅଭିଯୁକ୍ତ ଭୁଲିଆରବାଗ, କୋଦଣ୍ଡ ଗୌଡ ଓ ଉଆଁସୁ ଜାନୀ ଙ୍କୁ ଗିରଫ କରାଯାଇଥରବା ପ୍ରକାଶ।

ଜବତ ବାଘଛାଲ ଗୁଡିକୁ ପରୀକ୍ଷା କରାଯିବା ପାଇଁ ଡେରାଡୁନସ୍ଥିତ ୱାଇଲ୍ଡ ଲାଇଫ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ଫୋରେନସିକ ଲାବୋରେଟୋରୀକୁ ପଠାଯାଇଥିବା ବନବିଭାଗ ସୂତ୍ରରୁ ପ୍ରକାଶ। ଜବତ ବାଘଛାଲ ମଧ୍ୟରୁ ୮ଟି କଲରାପତରିଆ ବାଘଛାଲ ଓ ଗୋଟିଏ ମହାବଳବାଘର ବୋଲି କୁହଯାଉଛି। ଏହି ଚଢଉରେ ୱାଇଲ୍ଡ ଲାଇଫ କ୍ରାଇମ କଂଟ୍ରୋଲ ବ୍ୟୁରୋର ସୂଚନା ଅନୁସାରେ କଳାହାଣ୍ଡି ଉତର ଓ ଦକ୍ଷିଣ ବନଖଣ୍ଡର ପଦାଧିକାରୀଙ୍କ ସମେତ ଛତିଶଗଡ ବନ ବିଭାଗ ପଦାଧିକାରୀ ମାନେ ମିଶି ଚଢଉ କରିଥିବା ଜଣାପଡିଛି। ଗତ କିଛି ମାସ ତଳେ ଛତିଶଗଡ ଗରିଆବନ୍ଦ ପୋଲିସ ଦ୍ୱାରା କଳାହାଣ୍ଡିର ୪ଜଣ ବାଘଛାଲ ବେପାରୀ ଗିରଫ ହୋଇଥିବା ଜଣାପଡିଥିଲା ।

କଳାହାଣ୍ଡି ଜିଲ୍ଲା ବାଘଛାଲ ଦଲାଲ ବେପାରୀ ଗିରଫ
Share. Facebook Twitter LinkedIn Email WhatsApp Copy Link

Related Posts

ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ସାଇକେଲ ଶୋଭାଯାତ୍ରା: ସହର ବୁଲି ବାଣ୍ଟିଲେ ସ୍ୱଚ୍ଛତାର ବାର୍ତ୍ତା

October 2, 2026

ନିଶାମୁକ୍ତ ଯୁବ ଭାରତ ପାଇଁ ଗଣ ଦୌଡ଼

October 2, 2026

ପ୍ରଧାନମନ୍ତ୍ରୀଙ୍କୁ ମିଳିଥିବା ଉପହାରର ଇ ନିଲାମ ପ୍ରକ୍ରିୟା ଅକ୍ଟୋବର ୩୧ ପର୍ଯ୍ୟନ୍ତ ବୃଦ୍ଧି

October 2, 2026

କୋଟ୍ଟାଭାଲାସା–କୋରାପୁଟ ଦୋହରୀକରଣ ପ୍ରକଳ୍ପରେ ସୁଡ଼ଙ୍ଗ ଖନନ କାର୍ଯ୍ୟ ସଫଳତା ସହିତ ସମାପ୍ତ

October 2, 2026
Latest News

ବିଧାୟକ ସିଦ୍ଧାନ୍ତ ମହାପାତ୍ରଙ୍କ ସାଇକେଲ ଶୋଭାଯାତ୍ରା: ସହର ବୁଲି ବାଣ୍ଟିଲେ ସ୍ୱଚ୍ଛତାର ବାର୍ତ୍ତା

October 2, 2026

ନିଶାମୁକ୍ତ ଯୁବ ଭାରତ ପାଇଁ ଗଣ ଦୌଡ଼

October 2, 2026

ଭାରତୀୟ ସେନାର ସଫଳତା: BSF ଗୁଳିରେ ୨ ପାକିସ୍ତାନୀ ଅନୁପ୍ରବେଶକାରୀ ନିହତ

October 2, 2026

ବାଲୁଗାଁ ମହାବିଦ୍ୟାଳୟ ପକ୍ଷରୁ ଗାନ୍ଧୀ ଜୟନ୍ତୀ ଓ ପଥପ୍ରାନ୍ତ ନାଟକ

October 2, 2026

ବାଣପୁର ସେଣ୍ଟ ଜାଭିୟର ହାଇସ୍କୁଲରେ ସ୍ୱଚ୍ଛତା କାର୍ଯ୍ୟକ୍ରମ

October 2, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.