Author: Samikhsya Bureau

ଭୁବନେଶ୍ବର, ଆଉ ଅଳ୍ପ ସମୟ ପରେ ମୋଦି ସରକାରଙ୍କ ମନ୍ତ୍ରୀ ମଣ୍ଡଳର ସଂପ୍ରସାରଣ ହେବ। ଏ ନେଇ ସାରା ଦେଶର ରାଜନୀତି ସରଗରମ ହୋଇ ଉଠିଛି। ତେବେ ଓଡିଶାରେ ବର୍ତ୍ତମାନ ଦୁଇ ଜଣ ସ୍ଥାନ ପାଉଛନ୍ତି। ଏହି ଦୁଇ ଜଣ ଆଜି ସକାଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାସଭବନ ଯାଇ ଚାପାନ ରେ ଯୋଗଦେଇଛନ୍ତି। ସେହି ଦୁଇ ଜଣ ହେଲେ ରାଜ୍ୟସଭା ସାଂସଦ ଅଶ୍ବିନୀ ବୈଷ୍ଣବ ଏବଂ ମୟୁରଭଂଜ ସାଂସଦ ବିଶେଶ୍ବର ଟୁଡୁ। ପୂର୍ବରୁ ଓଡିଶାର ଦୁଇ ଜଣ କେନ୍ଦ୍ରମନ୍ତ୍ରୀ ମଣ୍ଡଳରେ ସାମିଲ ହୋଇଥିଲେ। ସେମାନେ ହେଲେ ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରତାପ ଷଡଙ୍ଗୀ। ଏହି ଦୁଇଜଣଙ୍କ ମଧ୍ୟରୁ ପ୍ରତାପ ଷଡଙ୍ଗୀ ମନ୍ତ୍ରୀ ମଣ୍ଡଳରୁ ବାଦ ପଡିଛନ୍ତି। ହେଲେ ତାଙ୍କ ବଦଳରେ ମିଳିଛି ଦୁଇଟି ମନ୍ତ୍ରୀ ପଦ। ସେଥିରେ ଗୋଟିଏ କ୍ୟାବିନେଟ ମନ୍ତ୍ରୀ ଅଛି। ବର୍ତ୍ତମାନ ବାହାରିଥିବା ତାଲିକା ଅନୁସାରେ ଅଶ୍ବିନୀ ବୈଷ୍ଣବ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେବେ। ସେହିପରି…

Read More

ନୂଆଦିଲ୍ଲୀ, ଓଡିଶାରୁ ରାଜ୍ୟସଭାକୁ ଯାଇଥିବା ଅଶ୍ବିନୀ ବୈଷ୍ଣବ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେବେ। ତାଙ୍କ ସହିତ ମୋଟ 12 ଜଣ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେବେ। ସେହିପରି ରାଷ୍ଟ୍ରମନ୍ତ୍ରୀ ଭାବେ 31 ଜଣ ଶପଥ ନେବେ। ତେବେ ଅଶ୍ବିନୀଙ୍କୁ କେଉଁ ବିଭାଗ ମିଳିବ ତାହା ଆଜି ରାତିରେ ଜଣାପଡିବ। ତେବେ ତାଙ୍କୁ ଏକ ଗୁରୁତ୍ବପୂର୍ଣ୍ଣ ବିଭାଗ ମିଲିବ ବୋଲି ଜଣାପଡିଛି। ଆଜି ସଂଧ୍ୟା 6 ଟାରେ ରାଷ୍ଟ୍ରପତି ଭବନରେ ଏହି ଶପଥ ସମାରୋହ ଅନୁଷ୍ଠିତ ହେବ। ପୂର୍ବରୁ ସମୀକ୍ଷାରେ ପଢିଥିଲେ, ଅଶ୍ବିନୀ ବୈଷ୍ଣବ ହେବେ ମନ୍ତ୍ରୀ

Read More

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ମନ୍ତ୍ରୀମଣ୍ଡଳର ଅଦଳବଦଳ କରୁଛନ୍ତି। ସେଥିପାଇଁ ଯେଉଁମାନେ ମନ୍ତ୍ରୀ ମଣ୍ଡଳରେ ସାମିଲ ହେବେ ସେମାନଙ୍କୁ ମୋଦିଙ୍କ ସରକାରୀ ବାସଭବନକୁ ଡକାଯାଇଛି। ସେଠାରେ ସେମାନଙ୍କୁ କିପରି ନିଜର ବିଭାଗ ସମ୍ଭାଳିବ, ଦଳ ପାଇଁ କିପରି କାର୍ଯ୍ୟ କରି ସେ ନେଇ ଏକ କ୍ଲାସ କରାଯାଇଛି। ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୀର୍ଘ ସମୟ ଧରି ଆଲୋଚନା କରିଥିଲେ। ଏହି ବୈଠକରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ସଡକ ପରିବହନ ମନ୍ତ୍ରୀ ନୀତିନ ଗଡକରୀ, ଗୃହମନ୍ତ୍ରୀ ଅମିତ ସାହା ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡ୍ଡା ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀଙ୍କ ବାସଭବନରୁ ସମସ୍ତେ ରାଷ୍ଟ୍ରପତି ଭବନ ଯିବେ ବୋଲି ଜଣାପଡିଛି। ଫଟୋରେ ପ୍ରଥମେ ଆରଏସପି ସିଂ, ତାଙ୍କ ପାଖକୁ ଜ୍ୟୋତିରଦିତ୍ୟ ସିନ୍ଧିଆ, ତାଙ୍କ ପାଖକୁ ପଶୁପତି ପାରଶ ଏବଂ ନାରାୟଣ ରାଣା ଦେଖାଯାଉଛନ୍ତି।

Read More

ସୀତାରାମ ଅଗ୍ରୱାଲ ଚିଲିକା: ଆସନ୍ତାକାଲି ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀରେ ୧ ହଜାର ୪୦୦ ଲୋକଙ୍କୁ ଟୀକା ଦିଆଯିବ। ତେବେ ବାଣପୁରରେ ଉକ୍ତ ଟୀକା କେବଳ ଦ୍ଵିତୀୟ ଡୋଜ ନେବାକୁ ଥିବା ନାଗରିକମାନଙ୍କୁ ଦିଆଯିବ। କିନ୍ତୁ ଚିଲିକାରେ କେବଳ ବାଲୁଗାଁ ଉଚ୍ଚ ବିଦ୍ୟାଳୟରେ ଦ୍ଵିତୀୟ ଡୋଜ ଦିଆଯିବ ଏବଂ ଅନ୍ୟ କେନ୍ଦ୍ର ଗୁଡିକରେ ଉଭୟ ଡୋଜ ଦିଆଯିବ। ବାଣପୁର ଏବଂ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକାରୀ ଏନେଇ ସୂଚନା ଦେଇଛନ୍ତି। ଜାଣନ୍ତୁ ବାଣପୁରରେ କେଉଁ କେନ୍ଦ୍ରରେ କେତେ ଡୋଜ ଦିଆଯିବ ଟୀକା: ବାଣପୁର: ୪୫ ବର୍ଷରୁ ଉର୍ଦ୍ଧ୍ଵ ନାଗରିକ (ଦ୍ଵିତୀୟ ଡୋଜ) ୧- ବାଣପୁର ମାଇନର ସ୍କୁଲ- ୨୦୦ ଡୋଜ ୨- ସହିଦ କୃତିବାସ ଭବନ, ପଲଟନ ପଡିଆ- ୨୦୦ ଡୋଜ ୩- ଗମ୍ଭାରୀମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର- ୨୦୦ ଡୋଜ ୪- ସୁନାଖଳା ଉପ ସ୍ୱାସ୍ଥ୍ୟ କେନ୍ଦ୍ର- ୧୦୦ ଡୋଜ ୫- ନୀଳାଦ୍ରିପ୍ରସାଦ ଉପସ୍ୱାସ୍ଥ୍ୟ କେନ୍ଦ୍ର- ୧୦୦ଡୋଜ ବାଣପୁରର ସବୁ ଟିକାକେନ୍ଦ୍ରରେ ସକାଳ ୬.୩୦ ଘଟିକାରୁ…

Read More

ନୂଆଦିଲ୍ଲୀ, ମନ୍ତ୍ରୀ ମଣ୍ଡଳ ଅଦଳବଦଳ ତଥା ସଂପ୍ରସାରଣ ପୂର୍ବରୁ କେତେକ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି। ବର୍ତ୍ତମାନ ସୁଦ୍ଧା କେନ୍ଦ୍ରମନ୍ତ୍ରୀ ମଣ୍ଡଳରୁ 11 ଜଣ ମନ୍ତ୍ର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସେମାନେ ହେଲେ ସ୍ବାସ୍ଥ୍ୟମନ୍ତ୍ରୀ ଡ ହର୍ଷବର୍ଦ୍ଧନ, ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ, ସନ୍ତୋଷ ଗଙ୍ଗୱାର, ଦେବଶ୍ରୀ ଚୌଧୁରୀ, ସଦାନନ୍ଦ ଗୌଡ।, ପ୍ରତାପ ଷଡଙ୍ଗୀ, ବାବୁଲ ସୁପ୍ରିୟୋ ଇସ୍ତଫା ଦେଇସାରିଥିବା ଜଣାପଡିଛି। ସେହିପରି କିରଣ ରିଜୁଜି, ସଂଜୟ ଧାତ୍ରେ, ରାଓ ସାହେବ ପାଟିଲ, ରତନଲାଲ କାଟରିୟା ମଧ୍ୟ ଇସ୍ତଫା ଦେଇଛନ୍ତି।

Read More

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଯେଉଁ ନୂଆ ମନ୍ତ୍ରୀ ମଣ୍ଡଳ ଗଠନ କରିବାକୁ ଯାଉଛନ୍ତି ତାହାର ଏକ ସାମ୍ଭବ୍ୟ ରୂପରେଖ ପ୍ରକାଶ ପାଇଛି। ଜଣାପଡିଛି ଯେ, ମୋଦିଙ୍କ ମନ୍ତ୍ରୀ ମଣ୍ଡଳରେ 47 ଜଣ ଶପଥ ଗ୍ରହଣ କରିବେ। ତେବେ ଏହି 47 ଜଣଙ୍କ ମଧ୍ୟରୁ 27 ଜଣ ଓବିସି ଜାତିର ବୋଲି ଜଣାପଡିଛି। ଏମାନେ 15ଟି ରାଜ୍ୟର 19ଟି ଜାତିର ବୋଲି କୁହାଯାଉଛି। ଏମାନଙ୍କ ମଧ୍ୟରୁ 5 ଜଣଙ୍କୁ କ୍ୟାବିନେଟ ପାହ୍ୟା ମିଳିପାରେ। ସେହିପରି ରିପୋର୍ଟ ଅନୁସାରେ ନୂଆମନ୍ତ୍ରୀ ମଣ୍ଡଳରେ 12 ଜଣ ଅନୁସୂଚିତ ଜାତିର ଏବଂ 8 ଜଣ ଆଦିବାସୀ ଜାତିର ବୋଲି ଜଣାପଡିଛି। ଏଥିସହିତ ନୂଆ ମନ୍ତ୍ରୀ ମଣ୍ଡଳରେ ଜଣେ ମୁସଲମାନ, ଜଣେ ଶିଖ, ଜଣେ ଖ୍ରୀଷ୍ଟିଆନ ଏବଂ ଦୁଇ ଜଣ ବୈଦ୍ଧ ନେତା ସାମିଲ ହେବେ ବୋଲି ସୂଚନା ରହିଛି।

Read More

ଭୁବନେଶ୍ବର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ମନ୍ତ୍ରୀ ମଣ୍ଡଳ ଅଦଳବଦଳ କରୁଥିବା କେତେକ ମନ୍ତ୍ରୀଙ୍କୁ ଇସ୍ତଫା ଦେବା ପାଇଁ କୁହାଯାଇଛି। ମୁଖ୍ୟତଃ ଯେଉଁମାନେ ସେମାନଙ୍କ ବିଭାଗରେ ଦକ୍ଷତା ପ୍ରତିପାଦନ କରିପାରି ନାହାଁନ୍ତି ସେମାନଙ୍କୁ ମନ୍ତ୍ରୀ ମଣ୍ଡଳରୁ ବିଦା କରାଯିବ। ସେହି ଅନୁସାରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ କୁଆଡେ ଇସ୍ତଫା ଦେଇଛନ୍ତି ବୋଲି ଜଣାପଡିଛି। ଏହି ଖବର ନୂଆ ଦିଲ୍ଲୀ ଅପେକ୍ଷା ବାଲେଶ୍ବର ଜିଲ୍ଲାରେ ବେଶ୍ ସରଗରମ ଆଲୋଚନା ଚାଲିଛି।

Read More

ନୂଆଦିଲ୍ଲୀ, ସ୍ବାସ୍ଥ୍ୟ ପିରବାର କଲ୍ୟାଣ ଏବଂ ବିଜ୍ଞାନ ଓ କାରୀଗର ବିଭାଗର ମନ୍ତ୍ରୀ ଡ ହର୍ଷବର୍ଦ୍ଧନ ତାଙ୍କ ମନ୍ତ୍ରୀପଦରୁ ଇସ୍ତଫା ଦେଇଛନ୍ତି। ତେବେ ସେ ମନ୍ତ୍ରୀ ମଣ୍ଡଳରେ ରହିବେ ନା ବିଦା ହେବେ ସେ ନେଇ କୌଣସି ସୂଚନା ମିଳିପାରି ନାହିଁ। ତେବେ ବିଶେଷ ସୁତ୍ର ଅନୁସାରେ ଦିଲ୍ଲୀରୁ ମୀନାକ୍ଷି ଲେଖିଙ୍କୁ ବର୍ତ୍ତମାନ ମନ୍ତ୍ର ମଣ୍ଡଳରେ ସାମିଲ କରାଯିବ। ସେହି ଆଧାରରେ ଡ. ହର୍ଷବର୍ଦ୍ଧନଙ୍କୁ ଛୁଟି କାଯାଇଛି ବୋଲି କୁହାଯାଉଛି।

Read More

ନୂଆଦିଲ୍ଲୀ, ଆଜି ଅପରାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ମନ୍ତ୍ରୀମଣ୍ଡଳର ସଂପ୍ରସାରଣ ତଥା ଅଦଳବଦଳ କରୁଛନ୍ତି। ଏହି ମନ୍ତ୍ରୀମଣ୍ଡଳର ରୂପରେଖ କିପରି ହେବ ସେ ନେଇ ଚାଲିଛି କଳ୍ପନା ଜଳ୍ପନା। ତେବେ ବିଶେଷ ସୁତ୍ରର ଖବର ଅନୁସାରେ ଆଜି 46 ଜଣ ମନ୍ତ୍ରୀ ଶପଥ ନେବେ। ଏଥିରେ ନୂଆ ଓ ପୁରୁଣା ରହିଛନ୍ତି। ଯେଉଁମାନେ ବର୍ତ୍ତମାନ ମନ୍ତ୍ରୀ ଅଛନ୍ତି ସେମାନେ କ୍ୟାବିନେଟ ପାହ୍ୟାକୁ ପଦନ୍ନୋତି ପାଇବେ। ସେଥିପାଇଁ ସେମାନଙ୍କୁ ଶପଥ ନେବାକୁ ପଡିବ। ତେବେ ଏହି 46 ଜଣଙ୍କ ମଧ୍ୟରେ କେତେଜଣ ନୂଆ କେତେଜଣ ପୁରୁଣା ତାହା ଜଣାପଡି ନାହିଁ।

Read More

ନୂଆଦିଲ୍ଲୀ, ବର୍ତ୍ତମାନ କେନ୍ଦ୍ରମନ୍ତ୍ରୀ ମଣ୍ଡଳର ଅଦଳବଦଳ ପକ୍ରିୟା ଆରମ୍ଭ ହୋଇଯାଇଛି। ଯେଉଁମାନେ ନୂଆକରି ମନ୍ତ୍ରୀ ମଣ୍ଡଳରେ ସାମିଲ ହେବେ ସେମାନେ ବର୍ତ୍ତମାନ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଏକଜୁଟ ହେବାରେ ଲାଗିଛନ୍ତି। ତେବେ ଯେଉଁମାନେ ଏହି ମନ୍ତ୍ରୀ ମଣ୍ଡଳରୁ ହଟାଯିବ, ସେମାନଙ୍କୁ ବର୍ତ୍ତମାନ ଇସ୍ତଫା ଦେବା ପାଇଁ କୁହାଯାଇଛି ବୋଲି ଜଣାପଡିଛି। ସେମାନେ ହେଲେ ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ, ସନ୍ତୋଷ ଗଙ୍ଗୱାର, ଦେବଶ୍ରୀ ଚୌଧୁରୀ, ସଦାନନ୍ଦ ଗୌଡ। ସନ୍ତୋଷ ଗଙ୍ଗୱାର ଇସ୍ତଫା ଦେଇସାରିଥିବା ଜଣାପଡିଛି।

Read More

ନୂଆଦିଲ୍ଲୀ, ଆଜି ଅପରାହ୍ନରେ ପ୍ରଧାନମନ୍ତ୍ରୀ ମନ୍ତ୍ରୀମଣ୍ଡଳର ସଂପ୍ରସାରଣ ତଥା ଅଦଳବଦଳ କରିବେ। ସେ ନେଇ ସମସ୍ତ ପ୍ରକାରର ପ୍ରସ୍ତୁତି ଶେଷ ହୋଇଛି। ତାଲିକ ମଧ୍ୟ ପ୍ରସ୍ତୁତି ସରିଛି। ଯେଉଁମାନେ ଏହି ମନ୍ତ୍ରୀ ତାଲିକାରେ ଅଛନ୍ତି ସେମାନଙ୍କୁ ଗତକାଲିଠାରୁ ଦିଲ୍ଲୀ ଡକାଯାଇଥିଲା। ରାତାରାତି ଏମାନେ ଦିଲ୍ଲୀରେ ପହଁଛନ୍ତି। ଆଜି ସକାଳୁ ଏହି ନେତାମାନେ ପ୍ରଧାନମନ୍ତ୍ରୀଙ୍କ ବାସ ଭବନକୁ ଡକାଯାଇଛି। ପ୍ରାରମ୍ଭିକ ଭାବେ ସେମାନଙ୍କୁ ଅବଗତ କରାଯିବ। ଏହି ନେତାମାନଙ୍କ ମଧ୍ୟରେ ଓଡିଶାର ସାଂସଦ ଅଶ୍ବନୀ ବୈଷ୍ଣବ ଅଛନ୍ତି ବୋଲି ଜଣାପଡିଛି। ଫଳରେ ସେ ଏଥର ମନ୍ତ୍ରୀ ହେବାର ନିଶ୍ଚିତ ବୋଲି ସ୍ପଷ୍ଟ ହୋଇଛି।

Read More

ନୂଆଦିଲ୍ଲୀ, ପ୍ରଖ୍ୟାତ ହିନ୍ଦୀ ସିନେମା ଅଭିନେତା ଦିଲୀପ କୁମାରଙ୍କ ବୁଧବାର ସକାଳେ ଦେହାନ୍ତ ହୋଇଛି। ସେ 98 ବର୍ଷ ବୟସରେ ମୁମ୍ବାଇର ହିନ୍ଦୁଜା ହସ୍ପିଟାଲରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଦିଲୀପ କୁମାରଙ୍କ ପରିବାର ବନ୍ଧୁ ଫୈଜଲ ଫାରୁକି ଆଜି ଅଭିନେତାଙ୍କ ମୃତ୍ୟୁ ବିଷୟରେ ଟ୍ୱିଟରରେ ସୂଚନା ଦେଇଛନ୍ତି। ଦିଲୀପ କୁମାରଙ୍କ ମୃତ୍ୟୁ ପରେ ବଲିଉଡ ଏବଂ ସାରା ଦେଶରେ ଶୋକର ଛାୟା ଖେଳିଯାଇଛି। ବଲିଉଡରେ ‘ଟ୍ରାଜେଡି କିଙ୍ଗ’ ଭାବେ ଜଣାଶୁଣା ଦିଲୀପ କୁମାର ଶେଷରେ ବିଶ୍ୱକୁ ବିଦାୟ ଦେଇଛନ୍ତି। ହିନ୍ଦୀ ସିନେମାକୁ ‘ମୁଗଲ୍ ଇ ଆଜମ୍’, ‘ମଧୁମତି’, ‘ଦେବଦାସ’ ଏବଂ ‘ଗଙ୍ଗା ଜାମୁନା’ ଭଳି ଚଳଚ୍ଚିତ୍ରର ଶ୍ରେଷ୍ଠ ଚଳଚ୍ଚିତ୍ର ପ୍ରଦାନ କରିଥିବା ଏହି ଅଭିନେତା ପ୍ରାୟ 60 ବର୍ଷ ଧରି ବଡ ପରଦାରେ ଶାସନ କରିଥିଲେ। ଦିଲ୍ଲୀପ କୁମାରଙ୍କ ଅଭିନିତ ଦେବଦାସ ସେତେବେଳେ ବେଶ ଚହଳ ପକାଇଥିଲା। ଦେବଦାସ ନାମରେ କେତେକ ଚଳଚିତ୍ର ହୋଇଥିଲେ ମଧ୍ୟ ଦିଲ୍ଲୀପଙ୍କ ଅଭିନିତ ଦେବଦାସକୁ…

Read More

ଭୁବନେଶ୍ବର, ଆଜି ସଂଧ୍ୟାରେ ମୋଦି ମନ୍ତ୍ରୀ ମଣ୍ଡଳର ସଂପ୍ରସାରଣ ହେବ। ସେଥିପାଇଁ  ଯେଉଁମାନେ ନୂଆରେ ସାମିଲ ହେବେ ସେମାନଙ୍କୁ ଦିଲ୍ଲୀ ଡକାଯାଇଛି। ଗତକାଲି ବହୁ ନେଇ ଦିଲ୍ଲୀରେ ହାଜର ହୋଇଛନ୍ତି। ସେହିପରି ସ୍ଥିତିରେ ଓଡିଶାରେ ଚର୍ଚ୍ଚାରେ ନ ଥିବା ଜଣେ ସାଂସଦଙ୍କୁ ଦିଲ୍ଲୀ ଡକରା ହୋଇଛି। ଗତକାଲି ସେ ଭୁବନେଶ୍ବରରେ ଥିଲେ। ଫୋନ କଲ ପାଇବା ପରେ ରାତାରାତି ଯାଇ ଦିଲ୍ଲୀରେ ହାଜର ହୋଇଛନ୍ତି। ତେବେ ସେ ହେଉଛନ୍ତି ମୟୁରଭଂଜ ସାଂସଦ ବିଶେଶ୍ବର ଟୁଡୁ। ତାଙ୍କର ନିକଟତମ ମହଲର ସୂଚନା ଅନୁସାରେ ଗତକାଲି ସାଂସଦଙ୍କ ପାଖକୁ ଦିଲ୍ଲୀ ବିଜେପି ଅଫିସରୁ ଫୋନ ଆସିଥିଲା। ସେଥିରେ କେବଳ କୁହାଗଲା ଯେ ତୁରନ୍ତ ରାତି ଭିତରେ ଦିଲ୍ଲୀରେ ଉପସ୍ଥିତ ହୁଅ। ଏହାପରେ ସାସଂଦ ବ୍ୟସ୍ତ ବିବ୍ରତ ହୋଇ ବିମାନରେ ରାତାରାତି ଦିଲ୍ଲୀ ଉଡିଗଲେ। ହେଲେ ତାଙ୍କୁ ମନ୍ତ୍ରୀ ହେବା ପାଇଁ ଡକାଯାଇଛି କି ନାହିଁ ସେ ବିଷୟରେ କେହି କହିଲେ ନାହିଁ। ମୟୁରଭଂଜ ସାଂସଦ…

Read More

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୪୩ ହଜାର ୭୩୩ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୯୩୦ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୬ ଲକ୍ଷ ୬୩ ହଜାର ୬୬୫ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୪ ହଜାର ୨୧୧ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୯୭ ଲକ୍ଷ ୯୯ ହଜାର ୫୩୪ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୪ ଲକ୍ଷ ୫୯ ହଜାର ୨୨୦ ଆକ୍ଟିଭ୍‌ କେସ୍ ରହିଛି।

Read More

ସୀତାରାମ ଅଗ୍ରୱାଲ ବାଣପୁର: ଜଣେ ୮୩ ବର୍ଷୀୟ ବୃଦ୍ଧଙ୍କୁ ଅକ୍ଷତ ଏବଂ ଜୀବନ୍ତ ଅବସ୍ଥାରେ ଗଭୀର କୂପରୁ ଉଦ୍ଧାର କରି ପ୍ରଶଂସା ସାଉଁଟିଛି ଅଗ୍ନିଶମ ବିଭାଗ। ଏପରି ଘଟଣା ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ନାଚୁଣୀ ଅଞ୍ଚଳରେ ଘଟିଯାଇଛି। ସୂଚନା ମୁତାବକ, ଆଜି ସକାଳେ ନାଚୁଣୀ ବଜାରର ଶତ୍ରୁଘ୍ନ ସୁବୁଦ୍ଧିଙ୍କ ଘର ପଛପଟେ ଥିବା ୩୨ ଫୁଟ ଗଭୀର ବିଶିଷ୍ଟ କୂପ ଭିତରକୁ ସୁଦେଇ ମହାପାତ୍ର (୮୩) ନାମକ ଜଣେ ବୃଦ୍ଧ ଅସାବଧାନତାବଶତଃ ଗଳି ପଡ଼ିଥିଲେ। ଏହା ଦେଖି ଶତ୍ରୁଘ୍ନଙ୍କ ପରିବାର ଲୋକେ ଗଙ୍ଗାଧରପୁର ଅଗ୍ନିଶମ ବାହିନୀକୁ ତୁରନ୍ତ ଫୋନ କରିଥିଲେ। ଖବର ପାଇ ସଙ୍ଗେସଙ୍ଗେ ଘଟଣାସ୍ଥଳରେ ଗଙ୍ଗାଧରପୁର ଅଗ୍ନିଶମ ଅଧିକାରୀ ମନୋଜ ସାହୁ ଏବଂ ଟିମ ପହଞ୍ଚିଥିଲେ। ପରବର୍ତ୍ତୀ ସମୟରେ ଦଉଡି ଏବଂ ରୋପଲ୍ୟାଡ଼ର ସାହାଯ୍ୟରେ ବହୁ ଯତ୍ନର ସହ ବୃଦ୍ଧଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରିପାରିଥିଲା। ତେବେ ୮୩ ବର୍ଷୀୟ ବୃଦ୍ଧ ଜଣକ ଅକ୍ଷତ ଏବଂ ଜୀବନ୍ତ…

Read More

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୫୯ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୫୧ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୪୩୫୭ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ଖୋର୍ଦ୍ଧା ଜିଲ୍ଲାର ସର୍ବାଧିକ ୧୦ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ବରଗଡ, ଢେଙ୍କାନାଳ, ପୁରୀ ଜିଲ୍ଲାରୁ ୫ ଜଣ ଲେଖାଏଁ, ଗଞ୍ଜାମ, ନୟାଗଡ, ରାୟଗଡା ଓ ସୁନ୍ଦରଗଡ  ଜିଲ୍ଲାରୁ ୪ ଜଣ ଲେଖାଏଁ, କଳାହାଣ୍ଡି, କେନ୍ଦ୍ରାପଡା, ନବରଙ୍ଗପୁର ଜିଲ୍ଲାରୁ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ସେହିଭଳି କଟକ, ଯାଜପୁର, ମୟୂରଭଞ୍ଜ ଜିଲ୍ଲାରୁ ୨ ଜଣ ଲେଖାଏଁ, ଅନୁଗୁଳ, ଜଗତସିଂହପୁର, କୋରାପୁଟ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୨୯ ହଜାର ୭୮୮ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୮ ଲକ୍ଷ…

Read More

ଭୁବନେଶ୍ବର: ଆଜି ରାଜ୍ୟରେ ୨ ହଜାର ୬୦୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୧୪୯୫ ଜଣ ଚିହ୍ନଟ ହୋଇଥିବା ବେଳେ ୧୧୦୭ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୨୯ ହଜାର ୭୮୮ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୮ ଲକ୍ଷ ୯୭ ହଜାର ୩୬୨ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨୮ ହଜାର ୧୫ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୪୧୫୩ କୁ ବୃଦ୍ଧି ହୋଇଛି। ଆଜି ମୋଟ ୩୦ ଟି ଜିଲ୍ଲାରୁ ୨ ହଜାର ୬୦୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୫୨୯ ଜଣ, କଟକ ଜିଲ୍ଲାରୁ ୩୯୭ ଜଣ,  ଅନୁଗୁଳ ଜିଲ୍ଲାରୁ…

Read More

ମେଷ- ଦୈନ୍ୟନ୍ଦିନ କାର୍ଯ୍ୟଗୁଡିକ କିଛି ବିପଦ ବହନ କରିପାରେ । ଚାକିରିରେ ସମସ୍ୟା ହୋଇପାରେ। ଯଦି ଆପଣ ଜିଦି କରନ୍ତି ତେବେ, କାହା ସହିତ ବିବାଦ ହେବାର ସମ୍ଭାବନା ଅଛି । ଅଧିକ ଚିନ୍ତାରେ ସମୟ ନଷ୍ଟ କରନ୍ତୁ ନାହିଁ । ହଠାତ୍ ଆପଣ ଅସୁବିଧା ମଧ୍ୟ ବଢିପାରେ । କାର୍ଯ୍ୟରେ ବାଧା ଯୋଗୁଁ ଆପଣଙ୍କ ମନୋବଳ ବିଚଳିତ ହୋଇପାରେ । ଲୋକମାନେ କେତେକ କ୍ଷେତ୍ରରେ ସାହାଯ୍ୟ ପାଇବାକୁ ସକ୍ଷମ ହେବେ ନାହିଁ। ବୃଷ- ବ୍ୟବସାୟରେ ବ୍ୟସ୍ତ ରହିବେ। ସାମାଜିକ ସ୍ତରରେ ସମ୍ମାନ ମିଳିବ । କଠିନ ପରିଶ୍ରମ ସହିତ ଟଙ୍କା ରୋଜଗାର କରିବେ। ଗତ କିଛି ଦିନ ଧରି ଥିବା ଅସମ୍ପୂର୍ଣ୍ଣ କାମ ସଂପୂର୍ଣ୍ଣ ହେବ। ନୂତନ ଚୁକ୍ତିନାମା କିମ୍ବା ନୂତନ ସମ୍ପର୍କ ଗଠନ ହେବାର ସମ୍ଭାବନା ଅଛି । ସମୟ ଭଲ ଅଟେ । ଆପଣ ଏକାସାଙ୍ଗରେ ଅନେକ କ୍ଷେତ୍ରରେ ସକ୍ରିୟ ରହିବେ । ଆଗକୁ ବଢିବା ପାଇଁ…

Read More

ଭୁବନେଶ୍ବର, ପୁରୀ ଶ୍ରୀକ୍ଷେତ୍ରରେ ରଥଯାତ୍ରାର ପରଂପରା କାହିଁ କେଉଁ କାଳରୁ ପାଳିତ ହୋଇ ଆସୁଛି। ଏହାର ପ୍ରମାଣ ବିଭିନ୍ନ ସମୟରେ ଐତିହାସିକମାନେ ବର୍ଣ୍ଣନା କରିଛନ୍ତି। ସେହିପରି ବହୁ ପ୍ରାଚୀନ ପୁରାଣରେ ମଧ୍ୟ ପ୍ରଭୃ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ବର୍ଣ୍ଣନା ମଧ୍ୟ ରହିଛି। ସେଗୁଡିକ ମଧ୍ୟରେ ରହିଛି ବ୍ରହ୍ମ ପୁରାଣ, ନାରଦ ପୁରାଣ, ନୀଳାଦ୍ରି ମହୋଦୟ, କପିଳ ସଂହିତା, ଜଗନ୍ନାଥ ପୁରାଣ, ଯାତ୍ରା ଭାଗବତ, ପଦ୍ମପୁରାଣ, ଚୈତନ୍ୟ ଚରିତାମୃତ, ବାମଦେବ ସଂହିତା ଏବଂ ଶାରଦା ପୁରାଣ ପରି ଅସଂଖ ପୁରାଣ ପୋଥୀରେ ଏହାର ବର୍ଣ୍ଣନା ରହିଛି। ସ୍କନ୍ଧ ପୁରାଣର ପୁରୁଷୋତ୍ତମ ମାହାତ୍ମ୍ୟରେ କୁହାଯାଇଛି ଯେ, ମହାପ୍ରଭୁଙ୍କର ଦ୍ୱାଦଶ ଯାତ୍ରା ମଧ୍ୟରୁ ଶ୍ରୀଗୁଣ୍ଡିଚା ଯାତ୍ରା ବା ମହାବେଦୀ ମହୋତ୍ସବ ହିଁ ଶ୍ରେଷ୍ଠ। ଏପରିକି ଏହି ମହାବେଦୀ ମହୋତ୍ସବକୁ ନିର୍ମଳ ମନରେ ଯେଉଁ ଭକ୍ତ ଦର୍ଶନ କରେ ତାର ଶତକୋଟି ଜନ୍ମର ପାପରାଶି କ୍ଷଣକେ ନଷ୍ଟ ହୁଏ। ଶ୍ରୀଜଗନ୍ନାଥଙ୍କର ଉତ୍ସବମୁଖର ଏହି ଗୁଣ୍ଡିଚା ଯାତ୍ରା କେବଳ ଓଡ଼ିଶା…

Read More

ଭୁବନେଶ୍ୱର, ରାଜ୍ୟ ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ବିଭାଗ ତରଫରୁ ରାଜ୍ୟର ବିଭିନ୍ନ ହସ୍ତଶିଳ୍ପ କଳାର ଭୌଗୋଳିକ ସୂଚକାଙ୍କ(ଜିଓଗ୍ରାଫିକାଲ୍‌ ଇଣ୍ଡିକେସନ୍‌) ପଂଜୀକରଣ ନିମନ୍ତେ ପଦକ୍ଷେପ ନିଆଯାଇଛି । ଏହି କ୍ରମରେ ଓଡ଼ିଶାର ୩ଟି ଶିଳ୍ପକଳା ଯଥା କୋଣାର୍କ ପଥର ଖୋଦେଇ, ପିପିଲି ଚାନ୍ଦୁଆ ଏବଂ ଓଡ଼ିଶା ପଟ୍ଟଚିତ୍ରିର ଭୌଗୋଳିକ ସୂଚକାଙ୍କ ସଂପନ୍ନ ହୋଇସାରିଛି । ବର୍ତ୍ତମାନ ବିଭାଗ ତରଫରୁ କଟକ ଚାନ୍ଦି ତାରକସି କଳାର ଭୌଗୋଳିକ ସୂଚକାଙ୍କ ପଂଜୀକରଣ ନିମନ୍ତେ ଉତ୍କଳିକା ମାଧ୍ୟମରେ ଆବଶ୍ୟକ ନଥି ସହ ଭୌଗୋଳିକ ସୁଚକାଙ୍କ ପଂଜୀକରଣ କାର୍ଯ୍ୟାଳୟ, ଚେନ୍ନାଇରେ ବିଧିବଦ୍ଧ ଦରଖାସ୍ତ ୨୦୨୧ ଜୁଲାଇ ୫ ତାରିଖରେ ଦାଖଲ କରାଯାଇଛି । ଓଡ଼ିଶାର ହସ୍ତଶିଳ୍ପ କାରିଗରମାନଙ୍କ ପାଇଁ ଏହା ଏକ ଖୁସି ଖବର । ଏହି ପ୍ରକ୍ରିୟାରେ ରାଜ୍ୟରେ ହସ୍ତଶିଳ୍ପ କ୍ଷେତ୍ରରେ ପ୍ରସିଦ୍ଧି ଆଣିବା ସ୍ଥାନଗୁଡ଼ିକୁ ଚିହ୍ନଟ କରି ଭୌଗୋଳିକ ସୂଚକାଙ୍କ ପ୍ରାପ୍ତି ନିମନ୍ତେ ବିଭାଗ ତରଫରୁ ପଦକ୍ଷେପ ନିଆଯାଉଛି ବୋଲି ନିର୍ଦ୍ଦେଶକ ସନାତନ ନାୟକ…

Read More

ଭୁବନେଶ୍ବର, ତୈଳ ଦର ଏବଂ ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି ଓ ଉଭୟ ସରକାରଙ୍କ କୃଷକ ମାରଣ ନୀତି କୁ ବିରୋଧ କରି ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀଯୁକ୍ତ ବିଶ୍ୱଜିତ ଦାଶ ଓ ପ୍ରଦେଶ ଛାତ୍ର କଂଗ୍ରେସର ମିଳିତ ସହଯୋଗରେ କଂଗ୍ରେସ ନେତୃବୃନ୍ଦ ଆସନ୍ତାକାଲି ୭ ତାରିଖ ସକାଳ ୧୦ ଘଣ୍ଟା ୩୦ ମିନିଟ ସମୟରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅଭିନବ ଉପାୟରେ ଥାଳି ଓ ଘଣ୍ଟ ବାଡେଇ ପ୍ରତିବାଦ କରିବେ।

Read More