ତୁଷାର ଚାରିଟେବୁଲ ଟ୍ରଷ୍ଟ ତରଫରୁ ଡ଼ାକ୍ତର ଓ ନର୍ସମାନଙ୍କୁ କରୋନା ଯୋଦ୍ଧା ସମ୍ମାନ

Published: Jul 18, 2021, 6:29 pm IST

ଭୁବନେଶ୍ୱର: ତୁଷାର ଚାରିଟେବୁଲ ଟ୍ରଷ୍ଟ ଏବଂ ଆଚାର୍ଯ୍ୟ ବିହାର ପରିଷଦର ମିଳିତ ଉଦ୍ୟମରେ ଆଚାର୍ଯ୍ୟ ବିହାର ଅଞ୍ଚଳରେ ଥିବା ହସ୍ପିଟାଲ ପରିସରରେ ଡ଼ାକ୍ତର ଏବଂ ନର୍ସମାନଙ୍କୁ କରୋନା ଯୋଦ୍ଧା ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏଥିସହିତ ଟ୍ରଷ୍ଟ ତରଫରୁ ଆଚାର୍ଯ୍ୟ ବିହାର ପାର୍କ ପରିସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଯୋଗଦେଇ କରୋନା ଯୋଦ୍ଧାଙ୍କୁ ସମ୍ମାନିତ କରିବା ସହିତ ନିଷ୍ଠା, କର୍ତ୍ତବ୍ୟ ଓ ତ୍ୟାଗ ପାଇଁ ଡ଼ାକ୍ତରମାନଙ୍କୁ ଦ୍ୱିତୀୟ ଭଗବାନ ବୋଲି କହିଥିଲେ।

ମହାମାରୀ କରୋନା ଦୁଇବର୍ଷ ଧରି ରାଜ୍ୟରେ ତାର କାୟାବିସ୍ତାର କରିଚାଲିଛି। ଏଥିରେ ବହୁ ଲୋକ ସଂକ୍ରମିତ ହୋଇଥିବା ବେଳେ ଅନେକ ଲୋକ ପ୍ରାଣ ହରାଇଛନ୍ତି। କରୋନାର ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ନିଜ ଜୀବନକୁ ବାଜି ଲଗାଇ ଡ଼ାକ୍ତର ଏବଂ ନର୍ସମାନେ ଦିନରାତି ପରିଶ୍ରମ କରି ଲୋକମାନଙ୍କୁ ସେବା ଯୋଗାଇ ଆସୁଛନ୍ତି। ଡାକ୍ତର ଏବଂ ନର୍ସମାନଙ୍କ ଏହି ମହନୀୟ କାର୍ଯ୍ୟ ପାଇଁ ଟ୍ରଷ୍ଟ ତରଫରୁ ଡଃ ସିଦ୍ଧାର୍ଥ ବେହେରା, ରବିରଞ୍ଜନ ରାଉତ, ଅଶ୍ୱିନୀ କୁମାର ପାଟ୍ଟଶାଣି, ସୌଦାମିନୀ ସାହୁ, ପ୍ରତିମା ଦେଇ, ଡଃ ଶାନ୍ତିଲତା ରଥ, ଡଃ ଦେବବ୍ରତ ପାଢୀ, ଡଃ. ଦ୍ରିଜେଶ କୁମାର ପଣ୍ଡା, ଡଃ ଅଶୋକ କୁମାର ଦାସ, ଡଃ ବି.ପି. ଦୁବେ, ଡଃ ସନ୍ତୋଷ ବିଶ୍ୱାଳ, ସସ୍ମିତା ବିଶ୍ୱାଳ, ଡଃ ମମତା ରଥ. ଡଃ ମନୋଜ କୁମାର ତ୍ରିପାଠୀ ଏବଂ ଡଃ ରମେଶ ଚନ୍ଦ୍ର ଶତପଥୀ ପ୍ରମୁଖ ୧୫ଜଣ ଡ଼ାକ୍ତର ଓ ନର୍ସମାନଙ୍କୁ କରୋନା ଯୋଦ୍ଧାରେ ସମ୍ମାନିତ କରାଯାଇଥିଲା।

ସେହିପରି କରୋନା ସମୟରେ ଅମ୍ଲଜାନ ଅଭାବରୁ ବହୁ କରୋନା ରୋଗୀ ମୃତ୍ୟୁବରଣ କରିଥିଲେ। ଅମ୍ଲଜାନର ଅଭାବକୁ ପୂରଣ କରିବା ପାଇଁ ଟ୍ରଷ୍ଟ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବିରଞ୍ଚି ନାରାୟଣ ମହାସୁପକାର ଏବଂ ଅତିଥି ଭାବେ ଟ୍ରଷ୍ଟର ଉପଦେଷ୍ଟା ନବକିଶୋର ବେହେରା, ଶିବିର କୁମାର ପରିଡ଼ା, ପୁଷ୍ପାଞ୍ଜଳି ଦାସ, ଆଡ଼ଭୋକେଟ ସିଦ୍ଧାର୍ଥ ଦାସ, ସଭାପତି ଜିତେନ୍ଦ୍ର କୁମାର ଜେନା, ଆଚାର୍ଯ୍ୟ ବିହାର ପରିଷଦର ସଭାପତି ଭାଗବତ ଦାଶ, ଶିଶିର କୁମାର ମହାପାତ୍ର, ପ୍ରଶାନ୍ତ ମହାନ୍ତି, ସୁଷମା ଦେଇ ମହାପାତ୍ର, ଗୀତାଞ୍ଜଳି ପ୍ରଧାନ, ଆରତୀ ବିଶ୍ୱାଳ, ମଧୁସୂତନ ଦୋରା, ମୁନା ମିଶ୍ର, ଅମ୍ଲେଶ ଦାଶ, ସଂଗ୍ରାମ ଜେନା, ସୁଶାନ୍ତ ରାଉ. ମନୋରଞ୍ଜନ ମହାନ୍ତି ଏବଂ ଶକ୍ତିସାହେବ ପତି ପ୍ରମୁଖ ଉପସ୍ଥିତ କରି ବିଭିନ୍ନ ଚାରା ରୋପଣ କରିଥିଲେ। ଟ୍ରଷ୍ଟର ସମ୍ପାଦକ ବିବେକାନନ୍ଦ ବାରିକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

Related posts