Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଞ୍ଚଳିକ»ତୁଷାର ଚାରିଟେବୁଲ ଟ୍ରଷ୍ଟ ତରଫରୁ ଡ଼ାକ୍ତର ଓ ନର୍ସମାନଙ୍କୁ କରୋନା ଯୋଦ୍ଧା ସମ୍ମାନ
ଆଞ୍ଚଳିକ

ତୁଷାର ଚାରିଟେବୁଲ ଟ୍ରଷ୍ଟ ତରଫରୁ ଡ଼ାକ୍ତର ଓ ନର୍ସମାନଙ୍କୁ କରୋନା ଯୋଦ୍ଧା ସମ୍ମାନ

July 18, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର: ତୁଷାର ଚାରିଟେବୁଲ ଟ୍ରଷ୍ଟ ଏବଂ ଆଚାର୍ଯ୍ୟ ବିହାର ପରିଷଦର ମିଳିତ ଉଦ୍ୟମରେ ଆଚାର୍ଯ୍ୟ ବିହାର ଅଞ୍ଚଳରେ ଥିବା ହସ୍ପିଟାଲ ପରିସରରେ ଡ଼ାକ୍ତର ଏବଂ ନର୍ସମାନଙ୍କୁ କରୋନା ଯୋଦ୍ଧା ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏଥିସହିତ ଟ୍ରଷ୍ଟ ତରଫରୁ ଆଚାର୍ଯ୍ୟ ବିହାର ପାର୍କ ପରିସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଯୋଗଦେଇ କରୋନା ଯୋଦ୍ଧାଙ୍କୁ ସମ୍ମାନିତ କରିବା ସହିତ ନିଷ୍ଠା, କର୍ତ୍ତବ୍ୟ ଓ ତ୍ୟାଗ ପାଇଁ ଡ଼ାକ୍ତରମାନଙ୍କୁ ଦ୍ୱିତୀୟ ଭଗବାନ ବୋଲି କହିଥିଲେ।

ମହାମାରୀ କରୋନା ଦୁଇବର୍ଷ ଧରି ରାଜ୍ୟରେ ତାର କାୟାବିସ୍ତାର କରିଚାଲିଛି। ଏଥିରେ ବହୁ ଲୋକ ସଂକ୍ରମିତ ହୋଇଥିବା ବେଳେ ଅନେକ ଲୋକ ପ୍ରାଣ ହରାଇଛନ୍ତି। କରୋନାର ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ନିଜ ଜୀବନକୁ ବାଜି ଲଗାଇ ଡ଼ାକ୍ତର ଏବଂ ନର୍ସମାନେ ଦିନରାତି ପରିଶ୍ରମ କରି ଲୋକମାନଙ୍କୁ ସେବା ଯୋଗାଇ ଆସୁଛନ୍ତି। ଡାକ୍ତର ଏବଂ ନର୍ସମାନଙ୍କ ଏହି ମହନୀୟ କାର୍ଯ୍ୟ ପାଇଁ ଟ୍ରଷ୍ଟ ତରଫରୁ ଡଃ ସିଦ୍ଧାର୍ଥ ବେହେରା, ରବିରଞ୍ଜନ ରାଉତ, ଅଶ୍ୱିନୀ କୁମାର ପାଟ୍ଟଶାଣି, ସୌଦାମିନୀ ସାହୁ, ପ୍ରତିମା ଦେଇ, ଡଃ ଶାନ୍ତିଲତା ରଥ, ଡଃ ଦେବବ୍ରତ ପାଢୀ, ଡଃ. ଦ୍ରିଜେଶ କୁମାର ପଣ୍ଡା, ଡଃ ଅଶୋକ କୁମାର ଦାସ, ଡଃ ବି.ପି. ଦୁବେ, ଡଃ ସନ୍ତୋଷ ବିଶ୍ୱାଳ, ସସ୍ମିତା ବିଶ୍ୱାଳ, ଡଃ ମମତା ରଥ. ଡଃ ମନୋଜ କୁମାର ତ୍ରିପାଠୀ ଏବଂ ଡଃ ରମେଶ ଚନ୍ଦ୍ର ଶତପଥୀ ପ୍ରମୁଖ ୧୫ଜଣ ଡ଼ାକ୍ତର ଓ ନର୍ସମାନଙ୍କୁ କରୋନା ଯୋଦ୍ଧାରେ ସମ୍ମାନିତ କରାଯାଇଥିଲା।

ସେହିପରି କରୋନା ସମୟରେ ଅମ୍ଲଜାନ ଅଭାବରୁ ବହୁ କରୋନା ରୋଗୀ ମୃତ୍ୟୁବରଣ କରିଥିଲେ। ଅମ୍ଲଜାନର ଅଭାବକୁ ପୂରଣ କରିବା ପାଇଁ ଟ୍ରଷ୍ଟ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବିରଞ୍ଚି ନାରାୟଣ ମହାସୁପକାର ଏବଂ ଅତିଥି ଭାବେ ଟ୍ରଷ୍ଟର ଉପଦେଷ୍ଟା ନବକିଶୋର ବେହେରା, ଶିବିର କୁମାର ପରିଡ଼ା, ପୁଷ୍ପାଞ୍ଜଳି ଦାସ, ଆଡ଼ଭୋକେଟ ସିଦ୍ଧାର୍ଥ ଦାସ, ସଭାପତି ଜିତେନ୍ଦ୍ର କୁମାର ଜେନା, ଆଚାର୍ଯ୍ୟ ବିହାର ପରିଷଦର ସଭାପତି ଭାଗବତ ଦାଶ, ଶିଶିର କୁମାର ମହାପାତ୍ର, ପ୍ରଶାନ୍ତ ମହାନ୍ତି, ସୁଷମା ଦେଇ ମହାପାତ୍ର, ଗୀତାଞ୍ଜଳି ପ୍ରଧାନ, ଆରତୀ ବିଶ୍ୱାଳ, ମଧୁସୂତନ ଦୋରା, ମୁନା ମିଶ୍ର, ଅମ୍ଲେଶ ଦାଶ, ସଂଗ୍ରାମ ଜେନା, ସୁଶାନ୍ତ ରାଉ. ମନୋରଞ୍ଜନ ମହାନ୍ତି ଏବଂ ଶକ୍ତିସାହେବ ପତି ପ୍ରମୁଖ ଉପସ୍ଥିତ କରି ବିଭିନ୍ନ ଚାରା ରୋପଣ କରିଥିଲେ। ଟ୍ରଷ୍ଟର ସମ୍ପାଦକ ବିବେକାନନ୍ଦ ବାରିକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ।

କରୋନା ଯୋଦ୍ଧା ସମ୍ମାନ ଡାକ୍ତର ଓ ନର୍ସ ତୁଷାର ଚାରିଟେବୁଲ ଟ୍ରଷ୍ଟ ବିଧାୟକ ଅନନ୍ତ ନାରାୟଣ ଜେନା
Share. Facebook Twitter LinkedIn Email WhatsApp Copy Link

Related Posts

ଟାଙ୍ଗୀ ସରକାରୀ ବାଳିକା ଉଚ୍ଚବିଦ୍ୟାଳୟରେ ସଂସ୍କୃତ ସପ୍ତାହ ସମାରୋହରେ ପାଳିତ

September 1, 2026

ବାଲୁଗାଁ ଏନଏସିରେ ନିଖିଳ ଭାରତ ସ୍ୱାୟତ୍ତ ଶାସନ ଦିବସ ପାଳିତ

August 31, 2026

ବଜ୍ରକୋଟ ବିଦ୍ୟାଳୟରେ ସ୍ଥାନାନ୍ତରିତ ଶିକ୍ଷକଙ୍କୁ ସେବା ସମ୍ବର୍ଦ୍ଧନା

August 30, 2026

ବାଣପୁର: ସରସ୍ବତୀ ଶିଶୁମନ୍ଦିରରେ ଜାତୀୟ କ୍ରୀଡା ଦିବସ ପାଳିତ

August 29, 2026
Latest News

ଜାତୀୟ ଗ୍ରାମୀଣ ଜୀବିକା ମିଶନ ଅଧୀନରେ ଏସଏଚଜି ଓ ବ୍ୟକ୍ତିଗତ ଉଦ୍ୟୋଗ ଋଣ ସମୀକ୍ଷା

September 3, 2026

ମାକ୍ସ ସ୍ମାର୍ଟ ସୁପର ସ୍ପେଶାଲିଟି ହସ୍ପିଟାଲର ନୂତନ ଭବନ ଉଦଘାଟନ କଲେ ଅମିତ ଶାହ

September 3, 2026

ସମନ୍ୱିତ ଓ ପ୍ରଭାବଶାଳୀ ସରକାରୀ ଯୋଗାଯୋଗ ପାଇଁ ଆଇଏମପିସିସି ବୈଠକରେ ଗୁରୁତ୍ୱ

September 3, 2026

ରେଳ ସୁରକ୍ଷା, ବୈଷୟିକ ଏବଂ ରକ୍ଷଣାବେକ୍ଷଣ ତ୍ରୁଟିର ସଂଶୋଧନ ପାଇଁ ଅଶ୍ୱିନୀ ବୈଷ୍ଣବଙ୍କ ନିର୍ଦ୍ଦେଶ

September 3, 2026

ହିମାଳୟ ନିକଟବର୍ତ୍ତୀ ଅଞ୍ଚଳ ଗୁଡ଼ିକରେ ଜିଏଲଓଏଫ୍‌ ଓ ହିମସ୍ଖଳନ ପ୍ରସ୍ତୁତି ସମୀକ୍ଷା

September 3, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.