ନୂଆଦିଲ୍ଲୀ: ଜନପ୍ରିୟ ହିନ୍ଦୀ ସିରିଏଲ “ବାଳିକା ବଧୁ”ର ମୁଖ୍ୟ ଭୂମିକାରେ ଅଭିନୟ କରୁଥିବା ସୁରେଖା ସିକ୍ରିଙ୍କ ଆଜି ପରଲୋକ ହୋଇଯାଇଛି। ସୁରେଖା ୭୫ ବର୍ଷ ବୟସରେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି। ଆଜି ତାଙ୍କର ହୃଦଘାତରେ ନିଧନ ହୋଇଯାଇଛି। ଏହାପୂର୍ବରୁ ୨୦୨୦ ମସିହାରେ ତାଙ୍କର ବ୍ରେନ ଷ୍ଟ୍ରୋକ ହୋଇଥିଲା। ସେହି ଦିନଠାରୁ ସେ ଅସୁସ୍ଥ ଥିଲେ। ୨୦୧୮ ମସିହାରେ ତାଙ୍କର ପାରାଲାଇଟିକ୍ ଷ୍ଟ୍ରୋକ ମଧ୍ୟ ଆସିଥିଲା। ସେ ହିନ୍ଦୀ ସିରିଏଲ “ବାଳିକା ବଧୁ”ରେ ଜେଜେ ମା’ ଚରିତ୍ରରେ ଅଭିନୟ କରି ଦର୍ଶକଙ୍କ ନିକଟରେ ଜନପ୍ରିୟତା ହାସଲ କରିଥିଲେ। ଥିଏଟର, ଚଳଚ୍ଚିତ୍ର ଏବଂ ଟେଲିଭିଜନ ଧାରାବାହିକରେ ଅଭନୟ କରି ଦର୍ଶକଙ୍କ ଦ୍ଵାରା ସୁରେଖା ବହୁ ପ୍ରଶଂସା ଲାଭ କରିଥିଲେ। ୧୯୭୮ ମସିହାରେ ସେ ପଲିଟିକାଲ ଡ୍ରାମା ଫିଲ୍ମରେ ଅଭିନୟ କରି କ୍ୟାରିଅର ଆରମ୍ଭ କରିଥିଲେ। ତାଙ୍କୁ ତିନି ଥର ଶ୍ରେଷ୍ଠ ସହ-ଅଭିନେତ୍ରୀ ଭାବେ ଜାତୀୟ ପୁରସ୍କାର ମିଳିଥିଲା। ସେ ୧୯୮୮ ମସିହାରେ ତମସ…
Author: Samikhsya Bureau
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୩୮ ହଜାର ୯୪୯ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୫୪୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୩ କୋଟି ୧୦ ଲକ୍ଷ ୨୬ ହଜାର ୮୨୯ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୧୨ ହଜାର ୫୩୧ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୩ କୋଟି ୧ ଲକ୍ଷ ୮୩ ହଜାର ୮୭୬ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୪ ଲକ୍ଷ ୩୦ ହଜାର ୪୨୨ ଆକ୍ଟିଭ୍ କେସ୍ ରହିଛି।
ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୬୪ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୬୪ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୪୯୨୪ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ଖୋର୍ଦ୍ଧା ଜିଲ୍ଲାର ସର୍ବାଧିକ ୨୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ବରଗଡ ଜିଲ୍ଲାରୁ ୧୦ ଜଣ ଲେଖାଏଁ, ବାଲେଶ୍ଵର ଜିଲ୍ଲାରୁ ୮ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୭ ଜଣ ଏବଂ ଗଞ୍ଜାମ ଜିଲ୍ଲାରୁ ୬ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ସେହିଭଳି କନ୍ଧମାଳ, ସମ୍ବଲପୁର ଜିଲ୍ଲାରୁ ୨ ଜଣ ଲେଖାଏଁ, ବୌଦ୍ଧ, କଳାହାଣ୍ଡି,କେନ୍ଦ୍ରାପଡା, ମୟୂରଭଞ୍ଜ, ନୂଆପଡା, ପୁରୀ ଏବଂ ରାୟଗଡା ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୪୯ ହଜାର ୯୨୯ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୨୩ ହଜାର…
ଭୁବନେଶ୍ବର: ଆଜି ରାଜ୍ୟରେ ୨ ହଜାର ୭୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୧୧୯୫ ଜଣ ଚିହ୍ନଟ ହୋଇଥିବା ବେଳେ ୮୭୫ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୪୯ ହଜାର ୯୨୯ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୯ ଲକ୍ଷ ୨୩ ହଜାର ୨୦୯ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୨୧ ହଜାର ୭୪୨ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୪୮୬୦ କୁ ବୃଦ୍ଧି ହୋଇଛି। ଆଜି ମୋଟ ୩୦ ଟି ଜିଲ୍ଲାରୁ ୨ ହଜାର ୭୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୪୪୬ ଜଣ, କଟକ ଜିଲ୍ଲାରୁ ୩୧୯ ଜଣ, ଅନୁଗୁଳ ଜିଲ୍ଲାରୁ…
ନୂଆଦିଲ୍ଲୀ, ଆଜି ଭିଡିଓ କନଫରେନ୍ସ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜୁରାଟରେ ଅନେକ ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପର ଉଦଘାଟନ କରିବେ। ଏଥିମଧ୍ୟରେ ନବନିର୍ମିତ ଗାନ୍ଧିନଗର ରେଳ ଷ୍ଟେସନ୍, ଗେଜ୍ ରୂପାନ୍ତରିତ ଏବଂ ମହସାନା-ଭାରେଥା ଲାଇନର ବିଦ୍ୟୁତକରଣ ଏବଂ ସୁରେନ୍ଦ୍ରନଗର-ପିପାଭ ଲାଇନର ନୂତନ ବିଦ୍ୟୁତକରଣ ଅନ୍ତର୍ଭୁକ୍ତ। ପ୍ରଧାନମନ୍ତ୍ରୀ ଗାନ୍ଧିନଗର ଏବଂ ବରେଠା ମଧ୍ୟରେ ଚାଲୁଥିବା ଦୁଇଟି ନୂତନ ଟ୍ରେନ୍ , ବାରାଣାସୀ ସୁପରଫାଷ୍ଟ ଏକ୍ସପ୍ରେସ ଏବଂ MEMU କୁ ମଧ୍ୟ ଫ୍ଲାଗ୍ କରିବେ। ପ୍ରଧାନମନ୍ତ୍ରୀ ଗୁଜୁରାଟବାସୀଙ୍କୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୋଟ ସାତୋଟି ପ୍ରକଳ୍ପ ଉତ୍ସର୍ଗ କରିବେ। ଏଥିମଧ୍ୟରେ ଏକ ନୂତନ ଆଧୁନିକ ରେଳ ଷ୍ଟେସନ ଏବଂ ରାଜ୍ୟ ରାଜଧାନୀ ଗାନ୍ଧିନଗରର ଏକ ପାଞ୍ଚ ତାରକା ହୋଟେଲ ଅନ୍ତର୍ଭୁକ୍ତ। ଏହି ହୋଟେଲ ଗାନ୍ଧି ନଗର ରେଳ ଷ୍ଟେସନ ଉପରେ ନିର୍ମାଣ କରାଯାଇଛି। ଏଥିରେ ଯାତ୍ରୀମାନେ ପଞ୍ଚତାରକା ହୋଟେଲର ସମସ୍ତ ସୁବିଧା ପାଇପାରିବେ। ପ୍ରଧାନମନ୍ତ୍ରୀ ବାରାଣାସୀ ଏବଂ ତାଙ୍କ ନିଜ ସହର ଭଡନଗରକୁ ସଂଯୋଗ…
ନୂଆଦିଲ୍ଲୀ, ସାଧାରଣତଃ ଘରୁ କୌଣସି ଶୁଭ କାମରେ ବାହାରିବା ବେଲେ ସମସ୍ତେ ଭଗବାନଙ୍କ ନାମକୁ ସ୍ମରଣ କରି ବାହାରିଥାନ୍ତି। ଏହାର କାରଣ ହେଲା ଯେଉଁ କାମ କରିବାକୁ ଯାଉଛନ୍ତି ତାହା ଯେପରି ଶୁଭ ହୁଏ। ହେଲେ ବେଳେ ବେଳେ ଘରୁ ବାହାରିବା ବେଳେ କିଛି ଏପର ଘଟଣା ଘଟେ ଯାହା ଆପଣଙ୍କ ପାଇଁ ଅଶୁଭ ହୋଇଯାଏ। କାର୍ଯ୍ୟଟି ସଫଳ ହୋଇ ନ ଥାଏ। ସେହିପରି କିଛି ଘଟଣା ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯାହା ଆପଣଙ୍କ ପାଇଁ ବେଶ ଦରକାରରେ ଆସିପାରେ। ପୋଷାକ ବଟନ୍: ଯଦି ଆପଣ ପୋଷାକ ପିନ୍ଧିସା ବେଳେ ବଟମଗୁଡିକ ଭୁଲରେ ଲଗାଇଲେ ତେବେ ଏହା ଖରାପ । ବିଶ୍ୱାସ କରାଯାଏ ଯେ ଏହା ସହିତ ଆପଣଙ୍କର ସମସ୍ତ କାର୍ଯ୍ୟ ମଧ୍ୟ ସିଧା ହେବା ଆରମ୍ଭ କରେ । ଏପରି ପରିସ୍ଥିତିରେ ତୁମେ ପୁଣି ପୋଷାକ କାଢିବା ଉଚିତ ଏବଂ ସେହି ବଟନ୍ କୁ ସଠିକ୍ ଭାବରେ ରଖିବା…
ମେଷ-ଏକ ଉତ୍ସବରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିବ। ଛାତ୍ରଛାତ୍ରୀମାନେ ସଫଳତା ହାସଲ କରିବେ। ତୁମର ପ୍ରିୟ ଖାଦ୍ୟ ଉପଭୋଗ କରିବ। ବ୍ୟବସାୟରେ ଅଭିବୃଦ୍ଧି ହେବାର ସମ୍ଭାବନା ଅଛି। ପରିବାର ଏବଂ ସାଙ୍ଗମାନଙ୍କ ସହିତ ସମୟ ଖୁସିରେ ବିତାଇବେ। ଶାରୀରିକ ଯନ୍ତ୍ରଣା ସମ୍ଭାବନା, ସାବଧାନ ରୁହ। ବିନିଯୋଗ ଭଲ ହେବ। ତୀର୍ଥଯାତ୍ରା ଯୋଜନା କରାଯାଇପାରେ। ବୃଷ-ଦୂରରୁ ସୁସମାଚାର ଗ୍ରହଣ କରାଯିବ। ଅତିଥିମାନେ ଘରେ ପହଞ୍ଚିବେ। ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ରିସ୍କ ନେବାକୁ ସାହସ କର। ବ୍ୟବସାୟରେ ଲାଭ ହେବ। ବିନିଯୋଗ ଭଲ ହେବ। ସ୍ୱାସ୍ଥ୍ୟ ଏବଂ ଶିଶୁ ପକ୍ଷରୁ ଅଧ୍ୟୟନ ସମ୍ବନ୍ଧୀୟ ଚିନ୍ତା ରହିବ। ଦୁଷ୍ଟ ଲୋକମାନଙ୍କଠାରୁ ଦୂରରେ ରୁହ। କ୍ଷତି ସମ୍ଭବ। ଭାଇମାନଙ୍କ ସମର୍ଥନ ପାଇବେ। ମିଥୁନ-ଯନ୍ତ୍ରଣା, ଭୟ, ଚିନ୍ତା ଏବଂ ଟେନସନର ପରିବେଶ ସୃଷ୍ଟି ହୋଇପାରେ। ପତି ଅଧିକ ଦୟାଳୁ ହେବେ। କୋର୍ଟ କାର୍ଯ୍ୟରେ ସୁସଙ୍ଗତତା ରହିବ। ଲାଭ ବୃଦ୍ଧି ପାଇବ। ପାରିବାରିକ ସୁଖ ଏବଂ ସନ୍ତୁଷ୍ଟ ମିଳିବ। ବିନିଯୋଗ…
ଭୁବନେଶ୍ୱର, ଓଡ଼ିଶା ପ୍ରଦେଶ ଛାତ୍ର କଂଗ୍ରେସର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ସଭାପତି ସୟଦ ୟାସିର୍ ନୱାଜ୍ ଅଧ୍ୟକ୍ଷତାରେ ରାଜ୍ୟ କଂଗ୍ରେସ ଭବନଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି ବୈଠକରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପି.ସି.ସି. ସଭାପତି ନିରଞ୍ଜନ ପଟ୍ଟନାୟକ କହିଥିଲେ ଯେ ଓଡ଼ିଶାରେ ଖଣିଜସମ୍ପଦ ଭରପୁର ରହିଥିଲାବେଳେ ରାଜନେତାମାନଙ୍କ ଇଚ୍ଛାଶକ୍ତି ଅଭାବରୁ ଓଡ଼ିଶା ଆଜି ଭାରତ ବର୍ଷର ପଛୁଆ ରାଜ୍ୟ ଭାବେ ଦୁର୍ନାମ ମୁଣ୍ଡାଉଅଛି । ଜଣେ ଛାତ୍ର କଂଗ୍ରେସ କର୍ମୀର ଲକ୍ଷ୍ୟ, ବିଚାରଧାରା ଓ କାର୍ଯ୍ୟକ୍ରମ କ’ଣ ରହିବା ଦରକାର, ସେ ସମ୍ପର୍କରେ ଶ୍ରୀ ପଟ୍ଟନାୟକ ଦିଗ୍ଦର୍ଶନ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏ.ଆଇ.ସି.ସି. ସମ୍ପାଦକ ତଥା ଓଡ଼ିଶା ସହ ପ୍ରଭାରୀ ଶ୍ରୀଯୁକ୍ତ ରୁଦ୍ର ରାଜୁ କହିଥିଲେ ଛାତ୍ର କଂଗ୍ରେସ ବ୍ୟାପକ ଆନ୍ଦୋଳନାତ୍ମକ ପନ୍ଥା ମାଧ୍ୟମରେ ଓଡ଼ିଶାର ରାଜନୈତିକ ଦୃଶ୍ୟପଟ୍ଟକୁ ପରିବର୍ତ୍ତନ କରିପାରିବ । ଏହି କାର୍ଯ୍ୟକାରିଣୀରେ ରାଜନୈତିକ ପସ୍ତାବ ମଧ୍ୟରେ କରୋନା ମହାମାରୀରେ ଛାତ୍ରଛାତ୍ରୀଙ୍କ ସ୍ୱାର୍ଥପ୍ରତି…
ଭୁବନେଶ୍ୱର, କୃଷି ଓ କୃଷକର ଉନ୍ନତି ନିମନ୍ତେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏବଂ ସମବାୟ ବିଭାଗ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରୁଥିବା ପରିପ୍ରେକ୍ଷୀରେ ଦୁଇ ବିଭାଗ ମଧ୍ୟରେ ଏକାଭିମୁଖିତା ଉପରେ ଗୁରୁତ୍ୱ ଦିଆଯାଇଛି । ରାଜ୍ୟ ସ୍ତରରେ ନିୟମିତ ଭାବେ ପ୍ରତି ମାସରେ ଉଭୟ ବିଭାଗର ବରିଷ୍ଠ ଅଧିକାରୀ ସ୍ତରୀୟ ବୈଠକ ଆୟୋଜନ କରିବା ସହିତ ଜିଲ୍ଲା ଓ ବ୍ଲକ୍ ସ୍ତରରେ ନିୟମିିତ ବୈଠକ କରି ଚାଷୀଙ୍କ ସମସ୍ୟା ତୁରନ୍ତ ସମାଧାନ କରିବା ଦିଗରେ ପଦକ୍ଷେପ ନେବା ପାଇଁ କୁହାଯାଇଛି । ଆଜି କୃଷି ଭବନଠାରେ ଆୟୋଜିତ ଯୁଗ୍ମ ବୈଠକରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଏବଂ ସମବାୟ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଯୋଗଦେଇ ଚଳିତ ଖରିଫରେ ବିଭାଗ ଦ୍ୱୟ ପକ୍ଷରୁ ନିଆଯାଇଥିବା ପଦକ୍ଷେପ ସଂପର୍କରେ ବିଶଦ ଭାବରେ ଆଲୋଚନା କରିବା…
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ ନୂତନ ପିଢ଼ିର ଦକ୍ଷତା ବିକାଶ ଏକ ଜାତୀୟ ଆବଶ୍ୟକତା ଓ ଆତ୍ମନିର୍ଭରଶୀଳ ଭାରତର ମୂଳଦୁଆ, କାରଣ ଏହି ପିଢ଼ି ଆମ ଗଣରାଜ୍ୟକୁ ୭୫ ବର୍ଷରୁ ୧୦୦ ପର୍ୟ୍ୟନ୍ତ ଆଗେଇ ନେବ। ସେ ଆହ୍ୱାନ କରିଥିଲେ ଯେ ବିଗତ ଛଅ ବର୍ଷ ମଧ୍ୟରେ ଯାହା ଅର୍ଜନ କରାଯାଇଛି, ସେଥିରୁ ଲାଭ ଉଠାଇବା ଲାଗି ସ୍କିଲ ଇଣ୍ଡିଆ ମିଶନକୁ ଗତି ଦେବାକୁ ପଡ଼ିବ । ପ୍ରଧାନମନ୍ତ୍ରୀ ବିଶ୍ୱ ଯୁବ କୌଶଳ ଦିବସ ଅବସରରେ ଉଦବୋଧନ ଦେଇ ଏହା କହିଛନ୍ତି। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଭାରତୀୟ ସଂସ୍କୃତିରେ କୌଶଳର ଅତ୍ୟନ୍ତ ଗୁରୁତ୍ୱ ରହିଛି । ସେ ଏଥିପ୍ରତି ମଧ୍ୟ ଜୋର ଦେଇ କହିଥିଲେ ଯେ ଦକ୍ଷତା ବିକାଶ ଏବଂ ‘ଅପ-ସ୍କିଲିଂ’ର ମହତ୍ୱକୁ ସମାଜର ପ୍ରଗତି ସହିତ ଯୋଡ଼ିବାକୁ ହେବ । ଶ୍ରୀ ମୋଦୀ କହିଥିଲେ ଯେ ବିଜୟାଦଶମୀ, ଅକ୍ଷୟ ତୃତୀୟା ଏବଂ ବିଶ୍ୱକର୍ମା ପୂଜା ଭଳି…
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବାରଣାସୀରେ ଅନେକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିଛନ୍ତି । ସେ ଯେଉଁ କେତେକ ପ୍ରକଳ୍ପ ଓ ନିର୍ମାଣ କାର୍ଯ୍ୟର ଉଦ୍ଘାଟନ କରିଛନ୍ତି ତାହା ମଧ୍ୟରେ ବି.ଏଚ.ୟୁରେ ଶହେ ଶଯ୍ୟା ବିଶିଷ୍ଟ ଏମ୍.ସି.ଏଚ. ଶାଖା, ଗୋଡୁଲିଆରେ ବହୁମୁଖୀ ଉଦ୍ୟାନ, ଗଙ୍ଗାନଦୀରେ ପର୍ଯ୍ୟଟନ ବିକାଶ ପାଇଁ ରୋ ରୋ ଭେଳା, ବାରଣାସୀ-ଗାଜିପୁର ରାଜପଥରେ ତିନିଥାକିଆ ଫ୍ଲାଏଓଭର ବ୍ରିଜ ଇତ୍ୟାଦି ଅନ୍ତର୍ଭୁକ୍ତ। ଏହିସବୁ ପ୍ରକଳ୍ପ ବାବଦରେ ୭୪୪କୋଟି ଟଙ୍କା ଖର୍ଚ୍ଚ ହେବ । ଏହାଛଡା ମୋଦୀ ପ୍ରାୟ ୮୩୯କୋଟି ଟଙ୍କାର ଅନେକ ପ୍ରକଳ୍ପ ଓ ପୂର୍ତ୍ତ ବିଭାଗୀୟ କାର୍ଯ୍ୟର ଶିଳାନ୍ୟାସ ମଧ୍ୟ କରିଛନ୍ତି । ଏଥିରେ ସିପେଟ, ଜଳଜୀବନ ମିଶନ ଅଧୀନରେ ୧୪୩ଟି ପ୍ରକଳ୍ପ ଓ କାରରିୟାଁନରେ ଆମ୍ବ ଓ ପନିପରିବା ସମନ୍ୱିତ ପ୍ୟାକ ହାଉସ ଅନ୍ତର୍ଭୁକ୍ତ । ଜନତାଙ୍କୁ ଉଦ୍ବୋଧନ ଦେଇ ପ୍ରଧାନମନ୍ତ୍ରୀ ଗତ କିଛି ମାସର ଭୟଙ୍କର କରୋନା ସଂକ୍ରମଣ ଅବସ୍ଥାର ସ୍ମୃତିଚାରଣ କରିଥିଲେ…
ନୂଆଦିଲ୍ଲୀ, ଜିଏସଟି କ୍ଷତିପୂରଣ ବଦଳରେ ଗୋଟିଏ ପରେ ଗୋଟିଏ ଋଣ ସୁବିଧା ଅନ୍ତର୍ଗତ ବିଧାନସଭା ଥିବା ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକୁ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ୭୫,୦୦୦ କୋଟି ଟଙ୍କା ଜାରି କରାଯାଇଛି। ବାସ୍ତବ ଉପକର (ସେସ୍) ସଂଗ୍ରହ ମଧ୍ୟରୁ ପ୍ରତି ଦୁଇ ମାସରେ ଥରେ ଜାରି କରାଯାଉଥିବା ସାଧାରଣ ଜିଏସଟି କ୍ଷତିପୂରଣ ଅତିରିକ୍ତ ଉପରୋକ୍ତ ପାଣ୍ଠି ଯୋଗାଣ କରାଯାଇଛି। ୨୮.୦୫.୨୦୨୧ରେ ଅନୁଷ୍ଠିତ ୪୩ତମ ଜିଏସଟି ପରିଷଦ ବୈଠକରେ ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। କ୍ଷତିପୂରଣ ପାଣ୍ଠିରେ ଯଥେଷ୍ଟ ପରିମାଣର ଅର୍ଥ ନଥିବା କାରଣରୁ କ୍ଷତିପୂରଣ ଜାରି କରିବା କ୍ଷେତ୍ରରେ ଦେଖାଦେଇଥିବା ନିଅଣ୍ଟକୁ ଭରଣା କରିବା ନିମନ୍ତେ କେନ୍ଦ୍ର ସରକାର ୧.୫୯ ଲକ୍ଷ କୋଟି ଟଙ୍କାର ଋଣ ସଂଗ୍ରହ କରିବେ ଏବଂ ସମ୍ବଳ ଅଭାବକୁ ପୂରଣ କରିବା ଲାଗି ଏହାକୁ ବିଧାନସଭା ଥିବା ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକୁ ଗୋଟିଏ ପରେ ଗୋଟିଏ ଋଣ ସୁବିଧା ଆଧାରରେ…
ନୂଆଦିଲ୍ଲୀ, ବାଣିଜ୍ୟ ଏବଂ ଉଦ୍ଦ୍ୟୋଗ, ଉପଭୋକ୍ତା ବ୍ୟାପାର ତଥା ଖାଦ୍ୟ ଓ ସାଧାରଣ ବଣ୍ଟନ ଏବଂ କପଡ଼ା ମନ୍ତ୍ରୀ ଶ୍ରୀ ପୀୟୂଷ ଗୋଏଲ ଆଜି ବିଶ୍ୱ ବ୍ୟାପାର ସଂଗଠନର ମତ୍ସ୍ୟ ପାଳନ ସବସିଡ଼ି ଆଲୋଚନାର ଏକ ବିଶେଷ ମନ୍ତ୍ରିସ୍ତରୀୟ ବୈଠକରେ ବିକାଶଶୀଳ ଦେଶମାନଙ୍କ ଅଧିକାରଗୁଡ଼ିକ ନିମନ୍ତେ ଅତି ଦୃଢ଼ ଭାବେ ନିଜର ମତ ପୋଷଣ କରିଛନ୍ତି । ଏହି ବୈଠକରେ ବିଶ୍ୱ ବ୍ୟାପାର ସଂଗଠନର ଅନ୍ୟ ସଦସ୍ୟ ରାଷ୍ଟ୍ରଙ୍କ ମନ୍ତ୍ରୀଗଣ, ରାଷ୍ଟ୍ରଦୂତବୃନ୍ଦ ଏବଂ ବିଶ୍ୱ ବ୍ୟାପାର ସଂଗଠନର ମହାନିର୍ଦ୍ଦେଶକ ଡ. ନଗୋଜୀ ଅଂଶଗ୍ରହଣ କରିଥିଲେ । ଭାରତ ପକ୍ଷରୁ ଏକ ସୁଦୃଢ଼ ଯୁକ୍ତି ଉପସ୍ଥାପନ କରି ଶ୍ରୀ ଗୋଏଲ କହିଳେ ଯେ ଭାରତ ଏ ସଂକ୍ରାନ୍ତ ବୁଝାମଣାକୁ ଅନ୍ତିମ ରୂପ ପ୍ରଦାନ କରିବା ନିମନ୍ତେ ବେଶ୍ ଉତ୍ସୁକ ରହିଛି କାରଣ ତର୍କହୀନ ସବସିଡ଼ି ଆହୁରି କେତେକ ରାଷ୍ଟ୍ର ଦ୍ୱାରା ଅଧିକ ମାଛ ଧରିବା ଫଳରେ ଭାରତୀୟ ମତ୍ସ୍ୟଜୀବୀ ଏବଂ ସେମାନଙ୍କର ଆଜୀବିକାକୁ…
ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୨ ହଜାର ୫୬୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ କଟକରୁ ୪୧୮, ଖୋର୍ଦ୍ଧାରୁ ୩୯୨, ଯାଜପୁରରୁ ୨୫୧, ପୁରୀରୁ ୧୬୯, କେନ୍ଦ୍ରପଡାରୁ ୧୬୭, ମୟୂରଭଞ୍ଜରୁ ୧୪୮, ବାଲେଶ୍ବରରୁ ୧୪୭, ଭଦ୍ରକରୁ ୧୧୮, ଜଗତସିଂହପୁରରୁ ୧୦୮, କେନ୍ଦୁଝରରୁ ୯୪, ଢେଙ୍କାନାଳରୁ ୮୦, ନୟାଗଡରୁ ୫୩, ଅନୁଗୁଳରୁ ୬୭, ମାଲକାନାଗିରିରୁ ୩୮, କୋରାପୁଟରୁ ୨୯, କୋରାପୁଟରୁ ୨୯, ରାୟଗଡାରୁ ୨୫, ସୁନ୍ଦରଗଡରୁ ୨୨, ବୌଦ୍ଧରୁ ୨୧, ନବରଙ୍ଗପୁରରୁ ୨୧, ସମ୍ବଲପୁରରୁ ୨୧, କନ୍ଧମାଳରୁ ୧୯, ସୋନପୁରରୁ ୧୫, ବରଗଡରୁ ୧୨, ଝାରସୁଗୁଡାରୁ ୧୦, ଗଞ୍ଜାମରୁ ୯, ଗଜପତିରୁ ୮, ନୂଆପଡାରୁ ୮, ଦେବଗଡରୁ ୭, କଳାହାଣ୍ଡିରୁ ୬, ବଲାଙ୍ଗୀରିରୁ ୪ ଏବଂ ଷ୍ଟେଟ ପୁଲରୁ ୭୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ…
କନ୍ଦର୍ପ ବେହେରା ରେଢାଖୋଲ: ଦେଶରେ ଜନସଂଖ୍ୟାର ସଠିକ୍ ସନ୍ତୁଳନ ହେଲେ ଦେଶର ଉନ୍ନତି ସମ୍ଭବ। ଅତ୍ୟଧିକ ଜନସଂଖ୍ୟା ବୃଦ୍ଧି ଯୋଗୁଁ ଭାରତରେ ଆଇନ ଶୃଙ୍ଖଳା ପରିସ୍ଥିତି ମଧ୍ୟ ଧ୍ୱଂସ ହେବାରେ ଲାଗିଛି। ସଂସଦରେ ଜନସଂଖ୍ୟା ବୃଦ୍ଧିକୁ କିପରି କମାଯାଇପାରିବ ସେ ଉପରେ ଏକ ବିଲ୍ ଆଗତ କରିବା ସହ ଦୁଇଟି ସନ୍ତାନ ଜନ୍ମ ହେବା ଉପରେ ବ୍ୟବସ୍ଥା କରିବାକୁ ଦାବୀ ହେଉଛି। ଜନସଂଖ୍ୟା ବୃଦ୍ଧି କାରଣରୁ ସରକାର ଏତେ ବଡ ଜନସଂଖ୍ୟାକୁ ପାନୀୟ ଜଳ , ପର୍ଯ୍ୟବରଣ, ସ୍ୱାସ୍ଥ୍ୟ ଓ ଶିକ୍ଷା ସମେତ ଅନ୍ୟାନ୍ୟ ସରକାରୀ ଜନ ମଙ୍ଗଳକାରୀ ଯୋଜନା ଯୋଗାଇବାରେ ଅସମ୍ଭବ ହୋଇପଡିଛି। ଆଜି ପ୍ରଧାନମନ୍ତ୍ରୀଙ୍କ ପାଖକୁ ନାକଟିଦେଉଳ ବିଡିଓ ବିବେକାନନ୍ଦ ସାହୁଙ୍କ ମାଧ୍ୟମରେ ଏକ ସ୍ମାରକପତ୍ର ଜନସଂଖ୍ୟା ସମାଧାନ ଫାଉଣ୍ଡେସନ୍ ତରଫରୁ ପଠାଯାଇଛି। ଆଇନ୍ ଅବମାନକାରୀ ଦମ୍ପତିମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ସହ ଆର୍ଥିକ ଜୋରିମାନା ଏବଂ ଜେଲ୍ ଦଣ୍ଡାଦେଶ ସହ ମତାଧିକାରରୁ ବଂଚିତ କରାଯିବାକୁ ଏହି ଫାଉଣ୍ଡେସନ୍…
ଭୁବନେଶ୍ୱର: ଅଖିଳ ଭାରତ ରାଜ୍ୟ ସରକାରୀ କର୍ମଚାରୀ ମହାସଂଘ ଆହ୍ୱାନରେ ତିନି କିସ୍ତି ମହଙ୍ଗା ଭତ୍ତା ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ଦିଆଯାଇଛି। ଆଜି ଦେଶବ୍ୟାପୀ ‘ଜାତୀୟ ପ୍ରତିରୋଧ ଦିବସ’କୁ ଓଡ଼ିଶାରେ ‘ଓଡ଼ିଶା ରାଜ୍ୟ ସରକାରୀ କର୍ମଚାରୀ ସମନ୍ୱୟ ସମିତି’ ନେତୃତ୍ୱରେ ପାଳନ କରାଯାଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅବିଳମ୍ବେ ୩ କିସ୍ତି ମହଙ୍ଗା ଭତ୍ତା ନଗଦ ଆକାରରେ ପ୍ରଦାନ କରିବାକୁ ଦାବି କରାଯାଇଛି। ଏହି ପ୍ରରିପ୍ରେକ୍ଷୀରେ ରାଜ୍ୟର ବିଭିନ୍ନ ଜିଲ୍ଲାପାଳଙ୍କ ମାଧ୍ୟମରେ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର ଦିଆଯାଇଛି। ଏନେଇ ସମନ୍ୱୟ ସମିତିର ସଭାପତି ଲିଙ୍ଗରାଜ ମହାନ୍ତି, ସାଧାରଣ ସମ୍ପାଦକ ନରୋତ୍ତମ ପାର୍ଥସାରଥୀ, କାର୍ଯ୍ୟକାରୀ ସଭାପତି ଶ୍ରୀମତୀ ସାହୁ, ସୁଦର୍ଶନ ପ୍ରଧାନ, ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ନାଦଗ୍ଦ ଓ ହେଡ୍କ୍ୱାର୍ଟର ସମ୍ପାଦକ କାହ୍ନୁଚରଣ ମଲ୍ଲିକ ଏକ ପ୍ରେସ୍ ନୋଟରେ ପ୍ରକାଶ କରିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ, କୋଭିଡ଼ ମହାମାରୀର ଆଳ ନେଇ କେନ୍ଦ୍ର ସରକାର ଓ ଓଡ଼ିଶା ରାଜ୍ୟ ସରକାର କର୍ମଚାରୀଙ୍କ ନ୍ୟାର୍ଯ୍ୟ ପ୍ରାପ୍ୟ ୨୦୨୦ ଜାନୁୟାରୀ…
ଭୁବନେଶ୍ବର, ରାଜ୍ୟରେ ମହିଳା ସଶକ୍ତିକରଣ ପାଇଁ ରାଜ୍ୟ ସରକାରଙ୍କ ତରଫରୁ ଚାଲିଛି ବିଭିନ୍ନ ପଦକ୍ଷେପ। ସେହି ଅନୁସାରେ ମିଶନ ଶକ୍ତି ବିଭାଗ ବିଭିନ୍ନ ପଦକ୍ଷେପ ଗ୍ରହଣ କରିବାରେ ଲାଗିଛି। ସେହିପରି ଏକ ପଦକ୍ଷେପ ହେଲା ମିସନ ଶକ୍ତି କେଫ୍। ପାରଂପାରିକ ସହିତ ଆଧୁନିକତାର ଏକ ମିଶ୍ରତ ଯୋଜନା ହେଉଛି ମିଶନ ଶକ୍ତି କେଫ୍। ଏହି କେଫ୍ କେନ୍ଦ୍ରାପଡା ଜିଲ୍ଲାର ଗରଦରପୁର ବ୍ଲକରେ ଖୋଲାଯାଇଛି। ବ୍ଲକ ଲେବୁଲ ଫେଡେରସନ ସହଯୋଗରେ ଏହି କେଫ ଖୋଲାଯାଇଛି। ଏହି କେଫ୍ ରେ କେବେଳ ମହିଳାମାନେ କାର୍ଯ୍ୟ କରୁଛନ୍ତି। ସେମାନଙ୍କ ପ୍ରସ୍ତୁତ ଖାଦ୍ୟ ସବୁ ଗରାଖମାନଙ୍କୁ ପରଶି ଦିଆଯିବ। ତେବେ ବର୍ତ୍ତମାନ ରେଷ୍ଟିରାଣ୍ଟ ଖୋଲାଯାଇ ନ ଥିବାରୁ କେବଳ ପାର୍ସଲ ପ୍ରସ୍ତୁତ କରି ପ୍ରଦାନ କରାଯାଉଛି।
ଭୁବନେଶ୍ବର: ଗରିବ ଲୋକଙ୍କୁ ତାଙ୍କ ଅଧିକାରରୁ କେହି ବି ବଞ୍ଚିତ କରିପାରିବେ ନାହିଁ। ଗରିବ ଲୋକଙ୍କର ସମ୍ମାନର ସହ ବଞ୍ଚିବାର ସମସ୍ତ ଅଧିକାର ରହିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଆଜି ନିର୍ମାଣ ଶ୍ରମିକ ମାନଙ୍କୁ ଭିଡିଓ କନ୍ଫରେନ୍ସିଂ ଜରିଆରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ କୋଭିଡ ସହାୟତା ପ୍ରଦାନ କରିବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି। ଏହି ପ୍ୟାକେଜରେ ପ୍ରତି ପଞ୍ଜୀକୃତ ନିର୍ମାଣ ଶ୍ରମିକ ୧୫୦୦ ଟଙ୍କା ଲେଖାଏ ପାଇଲେ। ଗତ ବର୍ଷ ମଧ୍ୟ କୋଭିଡର ପ୍ରଥମ ଲହର ସମୟରେ ନିର୍ମାଣ ଶ୍ରମିକ ମାନଙ୍କୁ ୧୫୦୦ ଟଙ୍କା ଲେଖାଏ ଦିଆଯାଇଥିଲା। ମୁଖ୍ୟମନ୍ତ୍ରୀ କହିଥିଲେ ଯେ କୋଭିଡ ସମୟରେ ଏହି ସହାୟତା ନିର୍ମାଣ ଶ୍ରମିକଙ୍କ ଅସୁବିଧାକୁ ହ୍ରାସ କରିବାରେ ସହାୟକ ହେବ। ଅର୍ଥନୀତିରେ ଶ୍ରମିକ ମାନଙ୍କ ଗୁରୁତ୍ବ ବିଷୟରେ ଉଲ୍ଲେଖକରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଶ୍ରମିକ ମାନଙ୍କ କଲ୍ୟାଣ ବିନା ଅର୍ଥନୀତି କେବେ ବି ସମୃଦ୍ଧ ହୋଇପାରିବ ନାହିଁ। ନିର୍ମାଣ…
ନୂଆଦିଲ୍ଲୀ, ଜାତୀୟ ରାଜନୀତିରେ ଖୁବ ଶିଘ୍ର ଏକ ବଡ ଭୂକମ୍ପ ହେବାର ସମ୍ଭାବନା ସୃଷ୍ଟି ହେଲାଣି। ତେବେ ଏହି ଭୂକମ୍ପରେ ମୋଦିସାହା ପ୍ରଭାବିତ ହେବେ ବୋଲି ରାଜନୈତିକ ପାଣିପାଗ ବିଶେଷଜ୍ଞମାନେ ଆକଳନ କରିଛନ୍ତି। ଅନ୍ୟପଟେ ଜାତୀୟ ରାଜନୀତିରେ ଏପରି ପରିବର୍ତ୍ତନ ମଧ୍ୟ ମୋଦିସାହାଙ୍କର ମଧ୍ୟ ମୁଣ୍ଡବିନ୍ଧାର କାରଣ ପାଲଟିଛି ବୋଲି ଅନୁମାନ କରାଯାଉଛି। ରାଜନୈତିକ ସମୀକ୍ଷକଙ୍କ ଆକଳନ ଅନୁସାରେ ବର୍ତ୍ତମାନ ମୋଦିଙ୍କୁ ଟକ୍କର ଦେବା ପାଇଁ କୁଆଡେ ମମତା ଧରିବେ ଜାତୀୟ ମହାମେଣ୍ଟର ମଙ୍ଗ। ଏଥିପାଇଁ ମମତା ଆସନ୍ତା 25 ତାରିଖରେ ନୂଆଦିଲ୍ଲୀ ଗସ୍ତରେ ଯାଉଛନ୍ତି। ସେହିଦିନ ମମତା ନୂଆଦିଲ୍ଲୀରେ ଅବସ୍ଥାନ କରିବାର କାର୍ଯ୍ୟକ୍ରମ ରହିଛି। ପଶ୍ଚିମବଂଗ ନିର୍ବାଚନ ପରେ ଏହା ହେଉଛି ମମତାଙ୍କୁ ପ୍ରଥମ ନୂଆଦିଲ୍ଲୀ ଗସ୍ତ। ତେବେ ଏହି ଗସ୍ତକାଳରେ ମମତା ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିବାର କୌଣସି ଯୋଜନା ନାହିଁ। ସାଧାରଣତଃ ମୁଖ୍ୟମନ୍ତୀମାନେ ନୂଆଦିଲ୍ଲୀ ଗଲେ ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ କରିଥାନ୍ତି। ମାତ୍ର ମମତାଙ୍କ କାର୍ଯ୍ୟକ୍ରମରେ ସେପରି କିଛି ନାହିଁ।…
ସୀତାରାମ ଅଗ୍ରୱାଲ ବାଣପୁର: ଆଜି ପ୍ରଥମ ଥର ପାଇଁ ଖୋର୍ଦ୍ଧା ନୂତନ ଉପଜିଲ୍ଲାପାଳ ଆଇଏଏସ ଗୌରବ ଶିବାଜୀ ଇଶାଲୱର ବାଣପୁର ଗସ୍ତରେ ଯାଇଥିଲେ। ବନବାସପୁର ନିକଟରେ ବାଣପୁର ଏନଏସି ଦ୍ୱାରା ନିର୍ମାଣ ହେବାକୁ ଥିବା ସେପ୍ଟେଜ ଟ୍ରିଟମେଣ୍ଟ ପ୍ଲାଣ୍ଟ ସ୍ଥାନ ପରିଦର୍ଶନ କରିବାକୁ ଉପଜିଲ୍ଲାପାଳ ଶ୍ରୀ ଇଶାଲୱ ଯାଇଥିଲେ ଏବଂ ପ୍ଲାଣ୍ଟର ବ୍ଲୁ ପ୍ରିଣ୍ଟ ବିଷୟରେ ସ୍ଥାନୀୟ ପ୍ରଶାସନଠାରୁ ପଚାରି ବୁଝିଥିଲେ। ଏହାପରେ ଉପଜିଲ୍ଲାପାଳ ବାଣପୁର ତହସିଲ କାର୍ଯ୍ୟାଳୟକୁ ଯାଇ ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିବା ସହ ତହସିଲ କର୍ମଚାରୀଙ୍କ ସହ ସ୍ୱଳ୍ପ ସମୟ ପାଇଁ ଆଲୋଚନା ମଧ୍ୟ କରିଥିଲେ। ଉପଜିଲ୍ଲାପାଳଙ୍କ ଉକ୍ତ ଗସ୍ତ ସମୟରେ ବାଣପୁର ତହସିଲଦାର ପ୍ରମୋଦ କୁମାର ପାଢ଼ୀ, ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତି, ଉପଜିଲ୍ଲାପାଳ କାର୍ଯ୍ୟାଳୟର ସହାୟକ ଜିଲ୍ଲାପାଳ ତରୁଣ କୁମାର ଦାସ ଏବଂ ଅନ୍ୟାନ୍ୟ କର୍ମଚାରୀ ମାନେ ଉପସ୍ଥିତି ଥିଲେ।
ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୨୮୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୨୮୩ ଆକ୍ରାନ୍ତଙ୍କ ମଧ୍ୟରୁ ୬୧ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୨୨୨ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୪ ହଜାର ୮୮୩ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୨୩୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୯୩ ହଜାର ୯୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧ ହଜାର ୧୯୨ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୫୭୩ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

