Author: Samikhsya Bureau

ମେଷ:- ରୋଜଗାର ବୃଦ୍ଧି ପାଇବ। ବ୍ୟବସାୟ ଯାତ୍ରା ଲାଭଦାୟକ ହେବ। ବେକାରୀ ସମସ୍ୟା ଦୂର କରିବା ପାଇଁ ପ୍ରୟାସ ସଫଳ ହେବ। ନୂତନ ପୋଷାକ ଗ୍ରହଣ କରାଯିବ। କିଛି ବଡ କାମ କରି ଖୁସି ହେବ। ବିନିଯୋଗ ଲାଭଦାୟକ ହେବ। ମକର :- କାରବାରରେ ସାବଧାନ ରୁହନ୍ତୁ। କୈଣସି ଅପରିଚିତ ବ୍ୟକ୍ତିଙ୍କ ଉପରେ ଅନ୍ଧବିଶ୍ୱାସ ରଖନ୍ତୁ ନାହିଁ। ସମବେଦନା ବାର୍ତ୍ତା ମିଳିପାରିବ। ବିବାଦକୁ ଉତ୍ସାହିତ କରନ୍ତୁ ନାହିଁ । କାହା ଦ୍ୱାରା ପ୍ରଲୋଭିତ ହୁଅନ୍ତୁ ନାହିଁ । ଦିନତମାମ ବ୍ୟସ୍ତ ରହିବେ।

Read More

ଭୁବନେଶ୍ବର, ସାବିତ୍ରୀ ବ୍ରତ ହେଉଛି ଏପରି ଏକ ପୂଜା ଯାହା ସ୍ବାମୀସ୍ତ୍ରୀଙ୍କ ମଧ୍ୟରେ ଥିବା ପବିତ୍ର ସଂପର୍କର ବାର୍ତ୍ତା ପ୍ରଦାନ କରିଥାଏ । ଏହି ବ୍ରତରୁ ସ୍ପଷ୍ଟ ଯେ ଜଣେ ନାରୀର ଏତେ ଶକ୍ତି ଅଛି ଯେ ସେ ଯମରାଜଙ୍କ ଠାରୁ ମଧ୍ୟ ସ୍ୱାମୀଙ୍କ ଜୀବନ ଫେରାଇ ଆଣି ପାରିବେ । ଏଥି ସହିତ ଶାଶୁ ଏବଂ ପତ୍ନୀଙ୍କ ଧର୍ମର ସେବା ମଧ୍ୟ ଏହି ପର୍ବରୁ ଶିକ୍ଷା ମିଳିଥାଏ । ବିଶ୍ୱାସ କରାଯାଏ ଯେ ଏହି ଦିନ ଭାଗ୍ୟଶାଳୀ ମହିଳାମାନେ ନିଜ ସ୍ୱାମୀଙ୍କ ଦୀର୍ଘ ଜୀବନ, ​​ସ୍ୱାସ୍ଥ୍ୟ ଏବଂ ପ୍ରଗତି ଏବଂ ସନ୍ତାନ ପ୍ରାପ୍ତି ପାଇଁ ଉପବାସ ପାଳନ କରନ୍ତି। ଚଳିତ ବର୍ଷ ବିଶେଷ କଥା ହେଉଛି ସାବିତ୍ରୀ ବ୍ରତ ଦିନ ଦୁଇଟି ରାଶିରେ ଚର୍ତ୍ତୁଃଗ୍ରହ ଯୋଗ ରହିଛି। ଏହି ଦିନ ସୂର୍ଯ୍ୟ, ଚନ୍ଦ୍ର, ବୁଧ ଏବଂ ରାହୁ ତୁଳା ରାଶିରେ ବସିବେ। ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଶୁକ୍ର ଶୁଭ୍ର ଏବଂ…

Read More

ଭୁବନେଶ୍ବର, ରଜ ହେଉଛି ଓଡିଶାର ଏକ ଗଣପର୍ବ। ଏହି ପର୍ବ ସମୟରେ ଗାଁଗଣ୍ଡା ଉଛୁଳି ପଡେ। ବିଶେଷ କରି ଝିଅମାନଙ୍କର ଏହି ପର୍ବ ବେଶ ଆନନ୍ଦ ଦାୟକ। ତେବେ ଏହି ରଜରେ ଏକ ବହୁଳ ବ୍ୟବହାର ଜିନିଷ ହେଉଛି ପାନ। ସାଧାରଣତଃ ଅନେକ ଲୋକ ପାନ ଦୈନିକ ବ୍ୟବହାର କରିଥାନ୍ତି। ହେଲେ ରଜରେ ପ୍ରାୟ ସମସ୍ତେ ପାନ ଖାଇବାକୁ ପସନ୍ଦ କରିଥାନ୍ତି। ବିଶେଷ କରି ଝିଅମାନେ ରଜ ତିନିଦିନ ପାନଖାଇ ପାଟି ଲାଲ କରି ଗାଁ ଦାଣ୍ଡରେ ବୁଲିଥାନ୍ତି। ପାନ ଓଡିଆ ସଂସ୍କୃତିରେ କାହିଁ କେଉଁ କାଳରୁ ରହିଆସିଛି। ଭୋଜନ ଶେଷରେ ତାମ୍ବୁଳ ସେବା ଏକ ପ୍ରାଣମୟ ବ୍ୟବସ୍ଥା । ଓଡ଼ିଆଙ୍କ ଇଷ୍ଟ ଦେବାତା ଜଗନ୍ନାଥ ପ୍ରତିଦିନ ଭୋଜନ ପରେ ତାମ୍ବୁଳ ସେବା କରି ନିଦ୍ରା ଯାଆନ୍ତି । ପାନ ହେଉଛି ମୁଖବାସ, ପରିତୋଷ । ରଜ ସହିତ ପାନ ଯୋଡ଼ିହେବା ପଛରେ କଥା ଅଛି, ଏହା ବନ୍ଧୁତାର ଡେ଼ାରିକୁ ସୁଦୃଢ…

Read More

ସୀତାରାମ ଅଗ୍ରୱାଲ ବାଲୁଗାଁ: ଆଜି ରାତିରେ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ତୋଟାପଡ଼ା ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ଉକ୍ତ ଗ୍ରାମର ଜଣେ ମହିଳା ବିଷପିଇ ଆତ୍ମହତ୍ୟା କରିଥବାର ଅଭିଯୋଗ ହୋଇଛି। ପୋଲିସଠାରୁ ମିଳିଥିବା ସୂଚନା ଅନୁଯାୟୀ ଚିଲିକା ବ୍ଲକ ନିମିଖେତା ପଞ୍ଚାୟତ ଅନ୍ତର୍ଗତ ନୂଆଗଡ ଗ୍ରାମର ମାଟିଆ ପଲେଇଙ୍କ ଧର୍ମପତ୍ନୀ ଅଟନ୍ତି ସଜି ପଲେଇ(୫୮)। ସଜି ତାଙ୍କ ବାପଘର ତୋଟାପଡ଼ା ଗ୍ରାମକୁ ଯାଇଥିବାବେଳେ ଆଜି ରାତି ୮ ଘଟିକା ସମୟରେ କୌଣସି କାରଣରୁ ନିଜ ବାପଘରେ ବିଷପିଇ ଦେଇଥିଲେ। ସଙ୍ଗେ ସଙ୍ଗେ ବାପ ଘର ଲୋକମାନେ ସଜିଙ୍କୁ ବାଲୁଗାଁ ମେଡିକାଲ ନେଇଥିବାବେଳେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଡାକ୍ତରଙ୍କ ସୂଚନା ପାଇ ନାଭାଲ ଫାଣ୍ଡି ଅଧିକାରୀ ଦିଲ୍ଲୀପ ସାହୁ ଘଟଣାସ୍ଥଳକୁ ଯାଇ ଶବ ଜବତ କରିବା ସହ ତଦନ୍ତ ଜାରିରଖିଛନ୍ତି।

Read More

ନୟାଗଡ଼/ଚାନ୍ଦପୁର: ଆସନ୍ତାକାଲି ସାବିତ୍ରୀ ଅମାବାସ୍ୟା ଥିବାବେଳେ ଆଜି ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅଞ୍ଚଳରେ ଘଟିଯାଇଛି ଏକ ଅଭାବନୀୟ ଘଟଣା। ସାବିତ୍ରୀଙ୍କୁ ସତ୍ୟବାନ ମରଣାନ୍ତକ ଆକ୍ରମଣ କରି ଜେଲ ଯାଇଛନ୍ତି। ଟାଙ୍ଗୀ ମଙ୍ଗଳାଯୋଡ଼ି ଅଞ୍ଚଳର ସୁଶାନ୍ତ ମହାରଣା ତାଙ୍କ ପତ୍ନୀ କୁନି ମହାରଣାଙ୍କୁ ମରଣାନ୍ତକ ଆକ୍ରମଣ କରି ଗିରଫ ହୋଇଛନ୍ତି। ସୂଚନା ମୁତାବକ ସୁଶାନ୍ତ ଏକ ଠିକା ଡ୍ରାଇଭର ଭାବେ ଚିଲିକା ଅଞ୍ଚଳରେ କାର୍ଯ୍ୟ କରନ୍ତି। ସେ ଚାନ୍ଦପୁର ଅଞ୍ଚଳର କୁନି ମହାରଣାଙ୍କୁ ବିବାହ କରିଛନ୍ତି। ତେବେ ଆଜି ଅପରାହ୍ନରେ ସୁଶାନ୍ତ ମଦ ପିଇ ଏକ ସ୍କୃଡ୍ରାଇଭର ଧରି ତାଙ୍କ ପତ୍ନୀ କୁନିଙ୍କୁ ଜୀବନରୁ ମାରିବା ପାଇଁ ଗୋଡ଼ାଇଥିଲେ। କୁନି ଜୀବନ ବିକଳରେ ଧାଇଁ ଧାଇଁ ଚାନ୍ଦପୁର ଥାନା ଭିତରେ ପଶିଯାଇଥିଲେ। କିନ୍ତୁ ଏତିକିରେ ସୁଶାନ୍ତଙ୍କ ମନ ଶାନ୍ତି ହୋଇନଥିଲା। ସେ ଥାନା ଭିତରକୁ ପଶି ମଧ୍ୟ କୁନିଙ୍କୁ ସ୍କୃଡ୍ରାଇଭର ଦ୍ୱାରା ଆକ୍ରମଣ କରିବାକୁ ପଛାଇନଥିଲେ। ତେବେ ଚାନ୍ଦପୁର ପୋଲିସ କର୍ମଚାରୀମାନେ…

Read More

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ୭ଟି ଜିଲ୍ଲାରେ ୭ଟି ତରଳ ମେଡିକାଲ ଅକ୍‌ସିଜେନ ପ୍ଲାଣ୍ଟ ଏବଂ ୭ଟି ପିଏସଏ ବ୍ୟବସ୍ଥାର ଭିତ୍ତିପ୍ରସ୍ତର ରଖିଛନ୍ତି। ଏହାସହିତ ବାଲେଶ୍ବରରେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ସହାୟତାରେ ଏକ ଅତିରିକ୍ତ ସ୍ବାସ୍ଥ୍ୟ ସୁବିଧା କେନ୍ଦ୍ର, ଡେଙ୍ଗୁ ଓ ଡାଇରିଆ ୱାର୍ଡ, ରକ୍ତ ବର୍ଗୀକରଣ ୟୁନିଟ, କଟକରେ ଫୁସଫୁସ ରୋଗର ଚିକିତ୍ସା ପାଇଁ ଏକ ଉତ୍କର୍ଷ କେନ୍ଦ୍ର ଏବଂ ନବରଙ୍ଗପୁରରେ ଏକ ଆରଟିପିସିଆର ଟେଷ୍ଟ ଲାବୋରେଟୋରୀର ମଧ୍ୟ ଉଦ୍‌ଘାଟନ କରିଛନ୍ତି। ଏହି ସମସ୍ତ ଭିତ୍ତିଭୂମି ପାଇଁ ୨୯ କୋଟି ୪୧ ଲକ୍ଷ ଟଙ୍କା ବିନିଯୋଗ କରାଯାଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କରୋନାର ଦ୍ବିତୀୟ ଲହରୀରେ ମେଡିକାଲ ଅକ୍‌ସିଜେନର ଆବଶ୍ୟକତା ବହୁତ ବଢିଯାଇଥିଲା। ଏହି ସମୟରେ ଓଡିଶାରେ ଅକ୍‌ସିଜେନ ଯୋଗାଣ ନେଇ କୌଣସି ସମସ୍ୟା ହୋଇନାହିଁ। ନିଜର ଆବଶ୍ୟକତାକୁ ପୂରଣ କରିବା ସହ ଓଡିଶା ୧୭ଟି ରାଜ୍ୟକୁ ଅକ୍‌ସିଜେନ ଯୋଗାଇ ଅନେକ ମୂଲ୍ୟବାନ ଜୀବନ ରକ୍ଷା କରିପାରିଛି।…

Read More

ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଖଣିରେ ବେଆଇନ ବ୍ଲାଷ୍ଟିଂକୁ ନେଇ ଗ୍ରାମଵାସୀମାନଙ୍କ ଦ୍ଵାରା ବିରୋଧ କରାଯାଇଛି। ଟାଙ୍ଗୀ ଥାନା ବ୍ରୁଷବନ୍ଧ ପାହାଡରେ ବ୍ଲାଷ୍ଟି ଯୋଗୁଁ ଧନ ଜୀବନ କ୍ଷୟକ୍ଷତି ହେଉଥିବା ନେଇ ଗ୍ରାମଵାସୀ ଅଭିଯୋଗ କରି ରାସ୍ତା ଅବରୋଧ କରିଛନ୍ତି। ଘଟଣା ସ୍ଥଳରେ ଉତ୍ତେଜନା ସୃଷ୍ଟି ହେବାରୁ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ ଏବଂ ଟାଙ୍ଗୀ ତହସିଲଦାର ଶରତ କୁମାର ଦେହୁରୀ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛନ୍ତି। ସୂଚନା ଅନୁଯାୟୀ, ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ତହସିଲ ଆଡିଆ ପଡା ମୌଜାରେ ରହିଛି ବ୍ରୁଷବନ୍ଧ ପାହାଡ। ଏହି ପାହାଡରୁ କଳା ମୁଗୁନି ପଥର ଉତ୍ତୋଳନ କରିବା ପାଇଁ ପ୍ରଶାସନ ଲିଜ୍ ଅନୁମତି ଦେଇଛି। ମାତ୍ର ଲିଜ୍ ଧାରୀ ଲାଭ ଆଶାରେ ସମସ୍ତ ନୀତି ନିୟମକୁ ବେଖାତିର କରି ବ୍ଳାଷ୍ଟିଂ କରିବା ଯୋଗୁଁ ଖଣିରୁ ପଥର ପଡି ଗ୍ରାମବାସୀ ମାନଙ୍କ ଘର ଦ୍ୱାର ବିଲ ଵାଡି ନଷ୍ଟ ହେଉଥିବା ଅଭିଯୋଗ ହେଉଛି। ଏହା ସହ…

Read More

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୮ ହଜାର ୩୨ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୯୮୧, କଟକରୁ ୮୯୦, ପୁରୀରୁ ୪୬୭, ସୁନ୍ଦରଗଡରୁ ୪୬୨, ଅନୁଗୁଳରୁ ୪୨୩, ବରଗଡରୁ ୩୭୨, ଯାଜପୁରରୁ ୩୫୪, ଜଗତସିଂହପୁରରୁ ୩୩୨, ମୟୂରଭଞ୍ଜରୁ ୩୧୨, ବାଲେଶ୍ବରରୁ ୩୦୧, ରାୟଗଡାରୁ ୨୬୫, ବୌଦ୍ଧରୁ ୨୫୯, ନୟାଗଡରୁ ୨୫୫, ନବରଙ୍ଗପୁରରୁ ୨୪୯, କେନ୍ଦ୍ରାପଡାରୁ ୨୦୯, କେନ୍ଦୁଝରରୁ ୨୦୮, କୋରାପୁଟରୁ ୧୯୩, ସମ୍ବଲପୁରରୁ ୧୯୦, କଳାହାଣ୍ଡିରୁ ୧୮୧, ଗଞ୍ଜାମରୁ ୧୪୩, ଭଦ୍ରକରୁ ୧୩୯, ସୋନପୁରରୁ ୧୨୦, ମାଲକାନାଗିରିରୁ ୮୫, ଝାରସୁଗୁଡାରୁ ୭୭, ଗଜପତିରୁ ୭୧, କନ୍ଧମାଳରୁ ୭୧, ବଲାଙ୍ଗୀରିରୁ ୭୦, ଢେଙ୍କାନାଳାରୁ ୭୦, ନୂଆପଡାରୁ ୨୮ ଏବଂ ଷ୍ଟେଟ ପୁଲରୁ ୧୬୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୭ ଲକ୍ଷ ୬୪…

Read More

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୫୪୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୫୪୭ ଆକ୍ରାନ୍ତଙ୍କ ମଧ୍ୟରୁ ୧୦୦ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୪୪୭ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୨ ହଜାର ୧୧୭ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୧୧୩୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୭୫ ହଜାର ୧୦୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୬ ହଜାର ୬୨୮ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୩୬୫ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Read More

ଭୁବନେଶ୍ୱର: ସମ୍ମାନଜନକ କ୍ୟୁଏସ୍ ୱାଲର୍ଡ ୟୁନିଭରସିଟି ର‌୍ୟାଙ୍କିଂସ୍ ୨୦୨୨ ସଂସ୍କରଣରେ ଓଡ଼ିଶାରୁ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ସ୍ଥାନ ପାଇବାର ସଫଳତା ଅର୍ଜନ କରିଛି। ମଙ୍ଗଳବାର ପ୍ରକାଶିତ ଏହି ର‌୍ୟାଙ୍କିଂସ୍‌ରେ ସ୍ଥାନ ପାଇଥିବା ଭାରତର ୩୫ଟି ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡ଼ିକ ମଧ୍ୟରେ ଓଡ଼ିଶାରୁ ସୋଆ ଓ ଇଣ୍ଡିଆନ୍ ଇନ୍‌ଷ୍ଟିଚ୍ୟୁଟ ଅଫ୍ ଟେକନୋଲୋଜି, ଭୁବନେଶ୍ୱର ରହିଛନ୍ତି। ଓଡ଼ିଶାରୁ ଏହି ସମ୍ମାନଜନକ ର‌୍ୟାଙ୍କିଂ ଅର୍ଜନ କରିଥିବା ଶିକ୍ଷାନୁଷ୍ଠାନଗୁଡ଼ିକ ମଧ୍ୟରେ ୯ ଟି ଆଇଆଇଟି, ଇନ୍‌ଷ୍ଟିଚ୍ୟୁଟ ଅଫ ସାଇନ୍ସ, ବେଙ୍ଗାଲୁରୁ ଏବଂ ଅନ୍ୟାନ୍ୟ ପ୍ରସିଦ୍ଧ ଭାରତୀୟ ବିଶ୍ୱବିଦ୍ୟାଳୟଗୁଡ଼ିକ ରହିଥିବା ବେଳେ ଏହାର ୮୦୧-୧୦୦୦ ବ୍ରାକେଟ୍‌ ମଧ୍ୟରେ ସୋଆ ସ୍ଥାନ ପାଇଛି। ସେହିପରି ସୋଆ ସମେତ ଭାରତର ୩ଟି ଡିମ୍‌ଡ୍ ଟୁ ବି ୟୁନିଭରସିଟି ଏହି ର‌୍ୟାଙ୍କିଂରେ ସ୍ଥାନ ପାଇଛନ୍ତି। ସାରା ବିଶ୍ୱର ୯୩ଟି ଦେଶର ଅସଂଖ୍ୟ ଉଚ୍ଚଶିକ୍ଷା ଅନୁଷ୍ଠାନଗୁଡ଼ିର ସଫଳତାକୁ ବିଶ୍ଲେଷଣ କରାଯାଇଥିବା ବେଳେ ୧୩୦୦ଟି ଶିକ୍ଷାନୁଷ୍ଠାନକୁ ସେମାନଙ୍କର ଶୈକ୍ଷିକ ପ୍ରତିଷ୍ଠା, ନିଯୁକ୍ତିଦାତାଙ୍କ ପ୍ରତିଷ୍ଠା, ଫାକଲଟିମାନଙ୍କ ସନ୍ଦର୍ଭ,…

Read More

ଭୁବନେଶ୍ବର, ଆଜି ରାଜ୍ୟ ସରକାର ଆଇପିଏସ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରିଛନ୍ତି। ସେହି ଅନୁସାରେ ଯେଉଁ ନୂଆ ବିଭାଗ ମିଳିଲା ତାହା ହେଲା.. 1- ଦୀପ୍ତେଶ ପଟ୍ଟନାୟକ- ଆଇଜି ଜେଲ ବିଭାଗ 2-ନରସିଂହ ଭୋଳ- ଆଇଜି କେନ୍ଦ୍ରାଞ୍ଚଳ, କଟକ 3- ଏଚ କେ ଲାଲ- ଆଇଜି ପୂର୍ବାଞ୍ଚଳ ରେଞ୍ଜ, ବାଲେଶ୍ବର 4-ଦୀପକ କୁମାର- ଡିଆଇଜି, ଉତ୍ତରାଞ୍ଚଳ, ସମ୍ବଲପୁର 5- ରାଜକିଶୋର ପାଇକରାୟ- ଏସପି ଦେବଗଡ 6- ଡି ପି ତ୍ରିପାଠୀ- ଏସ ଆର ପି, କଟକ

Read More

ଭୁବନେଶ୍ବର: ଆସନ୍ତାକାଲି ଠାରୁ ୧୪ ତାରିଖ ଯାଏଁ ରାଜ୍ୟରେ ପ୍ରବଳ ବର୍ଷା ହେବା ନେଇ ସମ୍ଭାବନା ରହିଛି। ରାଜ୍ୟର ସବୁ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ସ୍ଵତନ୍ତ୍ର ରିଲିଫ କମିଶନର ନିର୍ଦ୍ଦେଶ ଦେଇଛନ୍ତି। ପ୍ରବଳ ବର୍ଷା ଯୋଗୁଁ କେତେକ ସ୍ଥାନରେ ବନ୍ୟା ପରିସ୍ଥିତି ଉପୁଜିବ ବୋଲି ଏସଆରସି ସତର୍କ କରାଇଛନ୍ତି। ଏହାସହ କିଛି ଜାଗାରେ ଭୁସ୍ଖଳନ ହେବାରେ ସମ୍ଭାବନା ରହିଛି। ସେଭଳି ସ୍ଥାନରୁ ଲୋକଙ୍କୁ ସ୍ଥାନାନ୍ତରିତ କରିବା ପାଇଁ କୁହାଯାଇଛି। ବନ୍ୟା ଓ ଭୁସ୍ଖଳନରେ ପ୍ରଭାବିତ ହେବାକୁ ଥିବା ଲୋକମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ ପାଇଁ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ହୋଇଛି। ବନ୍ୟା କଥା ବୁଝୁଥିବା ସବୁ ଅଫିସ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ କରିବାକୁ ନିର୍ଦ୍ଦେଶ ହୋଇଛି। ବିପଦଜ୍ଜନକ ଅବସ୍ଥାରେ ଥିବା ନଦୀବନ୍ଧ ଉପରେ ନଜର ରଖିବାକୁ ବିଭାଗୀୟ ଯନ୍ତ୍ରୀଙ୍କୁ ଏସଆରସି କହିଛନ୍ତି। ଅଗ୍ନିଶମ ବାହିନୀକୁ ଡଙ୍ଗା ଏବଂ ଯନ୍ତ୍ରାଂଶ ସହ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ସମୁଦ୍ରକୁ ଯାଇଥିବା ମତ୍ସ୍ୟଜୀବୀଙ୍କୁ…

Read More

ଭୁବନେଶ୍ବର, ଆାସନ୍ତାକାଲି ଗୁରୁବାରରେ ସାବିତ୍ରୀ ବ୍ରତ। ପ୍ରତିଟି ସଧବାମାନେ ଏହି ସାବିତ୍ର ବ୍ରତ ପାଳନ କରିଥାନ୍ତି। ଏହି ବ୍ରତ ପାଇଁ ଆବଶ୍ୟକ ପଡିଥାଏ ବିଭିନ୍ନ ପ୍ରକାରର ଫଳମୂଳ। ହେଲେ ଲକଡାଉନ ଯୋଗୁଁ ଓଡିଶାରେ ମାତ୍ର ଦିନ 11ଟା ପର୍ଯ୍ୟନ୍ତ ଦୋକାନ ଖୋଲିବାକୁ ଅନୁମତି ମିଳିଛି। ସେଥିପାଇଁ ଭୁବନେଶ୍ବରର ବିଭିନ୍ନ ସ୍ଥାନରେ ବେଶ ଭିଡ ପରିଲକ୍ଷିତ ହୋଇଛି। ସାବିତ୍ରୀମାନେ ଅସନ୍ତୁଷ୍ଠ ନ ହେବା ପାଇଁ ସତ୍ୟବାନମାନେ କରୋନା ନିୟମ ଭାଙ୍ଗି ବିଭିନ୍ନ ପୂଜା ସାମଗ୍ରୀ କିଣୁଥିବାର ପରିଲକ୍ଷିତ ହୋଇଛି। ଭିଡ ଏପରି ହୋଇଛି ଯେ ସେଠାରେ ଶାରୀରିକ ଦୂରତା, ସାଇନିଟାଇଜେନ ଏବଂ ମାସ୍କ ପିନ୍ଧା ନିୟମ କୁଆଡେ ଉଡିଯାଇଛି। କେତେକ ସ୍ଥାନରେ ପୋଲିସ ଚଢାଉ କରି ଜବତ କରିବା ପାଇଁ ଚେଷ୍ଠା କରିଥିବାର ଦେଖାଯାଇଥିଲା।

Read More

ନୂଆଦିଲ୍ଲୀ: କରୋନା ମହାମାରୀ ଭିତରେ ଆଜି କେନ୍ଦ୍ର ସରକାର ଚାଷୀଙ୍କ ପାଇଁ ଖୁସି ଖବର ଦେଇଛି। କେନ୍ଦ୍ର କ୍ୟାବିନେଟରେ ଆଜି ବିଭିନ୍ନ ଖାଦ୍ୟଶସ୍ୟର ସର୍ବନିମ୍ନ ସହାୟକ ମୂଲ୍ୟରେ ବୃଦ୍ଧି ନେଇ ନିଷ୍ପତ୍ତି ହୋଇଛି। ଧାନ କ୍ଵିଣ୍ଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ୧୯୪୦ ଟଙ୍କାକୁ କେନ୍ଦ୍ର ସରକାର ବୃଦ୍ଧି କରିଛି। ଏହା ପୂର୍ବରୁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୧୮୬୮ ଟଙ୍କା ଥିଲା। ଏହାସହ ରାଶି, ହରଡ, ବିରି, ବାଜରାର ସର୍ବନିମ୍ନ ସହାୟକ ମୂଲ୍ୟକୁ ମଧ୍ୟ କେନ୍ଦ୍ର ସରକାର ବୃଦ୍ଧି କରିଛି। ରାଶିର କ୍ଵିଣ୍ଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ୪୫୨ ଟଙ୍କାକୁ ବୃଦ୍ଧି କରାଯାଇଥିବା ବେଳେ ବିରି ଓ ହରଡ କ୍ଵିଣ୍ଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ୩୦୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଏନେଇ କେନ୍ଦ୍ର କୃଷିମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ସୂଚନା ଦେଇଛନ୍ତି।

Read More

ସୀତାରାମ ଅଗ୍ରୱାଲ ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀରେ କରୋନା ସଂକ୍ରମଣ ଲଗାତାର ଭାବେ ନିମ୍ନଗାମୀ ହେଉଛି। ଆଜି ଉକ୍ତ ନିର୍ବାଚନମଣ୍ଡଳୀରେ ମାତ୍ର ୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ୭ ଜଣଙ୍କ ମଧ୍ୟରୁ ବାଣପୁର ବ୍ଲକରେ ୨ ଜଣ, ଚିଲିକା ବ୍ଲକରେ ଜଣେ, ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୩ ଜଣ ଏବଂ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି ୪୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସୁସ୍ଥ ୪୯ ଜଣଙ୍କ ମଧ୍ୟରୁ ବାଣପୁର ବ୍ଲକରୁ ୩୬ ଜଣ, ଚିଲିକା ବ୍ଲକରୁ ୯ ଜଣ ଏବଂ ବାଲୁଗାଁ ବିଜ୍ଞାପିତ ଅଞ୍ଚଳରୁ ୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଆଜି ସୁଦ୍ଧା ବାଣପୁର ବ୍ଲକରେ ୮୮ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଥିବା ବେଳେ ବାଣପୁର ବିଜ୍ଞାପିତ ଅଞ୍ଚଳରେ ୧୫ ଜଣ, ଚିଲିକା ବ୍ଲକରେ ୫୭…

Read More

ଭୁବନେଶ୍ବର, ପୁରୀ ଏବଂ ବିକାନେର ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ରେଳ ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତି ନିଆଯାଇଛି। ସେହି ଅନୁସାରେ ନିମ୍ନଲିଖିତ ଅନୁଯାୟୀ ଏହି ଟ୍ରେନଟି ଚଲାଚଳ କରିବ। ୦୪୭୦୯/୦୪୭୧୦ ବିକାନେର-ପୁରୀ-ବିକାନେର ସ୍ପେଶାଲ୍ ଟ୍ରେନ ବିକାନେର ଠାରୁ ଜୁନ ମାସ ୧୩ ତାରିଖରୁ ପ୍ରତ୍ୟେକ ରବିବାର ଦିନ ସନ୍ଧ୍ୟା ୭ଘ ୩୫ମି ରେ ଛାଡିବାକୁ ଥିବାବେଳେ ଏହି ଟ୍ରେନ ପୁରୀ ଠାରୁ ଜୁନ ମାସ ୧୬ ତାରିଖ ଠାରୁ ପ୍ରତ୍ୟେକ ବୁଧବାର ଦିନ ସକାଳ ୦୬ଘ.୩୫ମି.ରେ ଛାଡି ପରବର୍ତ୍ତୀ ଆଦେଶ ପର‌୍ୟ୍ୟନ୍ତ ଚଳାଚଳ କରିବ। ଏହି ଟ୍ରେନ ପୂର୍ବତଟ ରେଳପଥ ପରିସୀମାରେ ଖୋର୍ଦ୍ଧା ରୋଡ, ଭୁବନେଶ୍ୱର, ଢେଙ୍କାନାଳ, ତାଳଚେର ରୋଡ଼, ଅନୁଗୁଳ, ରେଢ଼ାଖୋଲ, ସମ୍ବଲପୁର ଓ ଝାରସୁଗୁଡା ରୋଡ଼ ଷ୍ଟେସନ ମାନଙ୍କରେ ରହଣି କରିବାକୁ ଥିବାବେଳେ ପୁରୀ ଓ ବିକାନେର ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ ଯଥା ରାଇଗଡ଼, ବିଳାସପୁର, କାଟନୀ ମୁରୱାରା, କୋଟା ଏବଂ ଜୟପୁର ଭଳି ଗୁରୁତ୍ୱପୂର୍ଣ୍ଣ ଷ୍ଟେସନ…

Read More

ଭୁବନେଶ୍ୱର, ରାଜଧାନୀରେ କୋଭିଡ଼ ମହାମାରୀ ର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଆଉ କୋଡ଼ିଏ କୋଟି ଟଙ୍କା ମଂଜୁର କରିଛନ୍ତି ।  ପୂର୍ବରୁ ଏଥିପାଇଁ ଭୁବନେଶ୍ୱର ମହାନଗର ନିଗମ କୁ 77କୋଟି ଟଙ୍କା ଦିଆଯାଇଛି । ଭୁବନେଶ୍ୱରରେ ରାଜ୍ୟର ସର୍ବାଧିକ କୋଭିଡ଼ ହସ୍ପିଟାଲ ରହିଛି ଏବଂ ଚିକିତ୍ସିତ ରୋଗୀ ଙ୍କ ସଖ୍ୟା ମଧ୍ୟ ଏଠାରେ ସର୍ବାଧିକ। ୱଚିକିତ୍ସା ପାଇଁ ରାଜ୍ୟର ବିଭିନ୍ନ ଅଞ୍ଚଳରୁ କୋଭିଡ଼ ରୋଗୀ ଭୁବନେଶ୍ୱର କୁ ଆସି ଥାନ୍ତି। ତେଣୁ ଭୁବନେଶ୍ୱରର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ଅର୍ଥ ମଂଜୁର କରାଯାଇଛି ।

Read More

ଭୁବନେଶ୍ବର, ସାଧାରଣତଃ ରଜଗୀତଟି ଓଡିଶାର ପୁରପଲ୍ଲୀରେ ବେଶ୍ ଆଦୃତି ଲାଭ କରିଛି। ଏହି ଏକ ଲୋକଗୀତା ଯାହା ପିଢି ପରେ ପିଢି ଗାଇ ଆସୁଛନ୍ତି। ଏହି ଗୀତକୁ କିଏ ରଚନା କରିଛି ତାହା ଏ ପର୍ଯ୍ୟନ୍ତ କେହି ଜାଣନ୍ତି ନାହିଁ। ହେଲେ ଏହା ଓଡିଶାର ଏ ପ୍ରସିଦ୍ଧି ଲୋକଗୀତ ଭାବେ ମାନ୍ୟତା ହାସଲ କରିଆସିଛି। ଏହି ଗୀତର ପ୍ରଥମ ଧାଡି ପ୍ରାତଃ ସମସ୍ତେ ଅବଗତ ଅଛନ୍ତି। ତାହା ହେଲା ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ ଲୋ, ଘେନି ନୂଆ ସଜବାଜ । ହୁଏତ ଏହାପରେ ଆଉ ଦୁଇ ତିନି ଧାଡି କାହାର ମନେ ଥିବା। ମାତ୍ର ପୁରା ଗୀତଟି କାହାର ମନେ ନ ଥିବ। ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଏହି ଗୀତଟିରେ ରହିଛି ୩୭ଟି ବହୁତ ମଜାଳିଆ ପଦ। ସମସ୍ତ ପଦଗୁଡିକ ଓଡିଶାର ସାମାଜିକ ଜୀବନ ,ଲୋକ ସଂସ୍କୃତି ଓ ଲୋକକଳା ସହିତ ଓତଃପ୍ରାତ…

Read More

ଭୁବନେଶ୍ବର, ଆଜି ହେଉଛି ଓଡିଶାର ଏକମାତ୍ର ମହିଳା ମୁଖ୍ୟମନ୍ତ୍ରୀ ତଥା ଲୌହମାନବୀ ନନ୍ଦିନୀ ଶତପଥୀଙ୍କ ଜନ୍ମ ଦିନ। ଜନ୍ମଦିନ ଉପଲକ୍ଷେ ରାଜଭବନ ଛକ ପାଖରେ ଥିବା ନନ୍ଦିନୀ ଦେବୀଙ୍କ ପ୍ରତିମୂର୍ତ୍ତିରେ ରାଜ୍ୟର ପ୍ରତିଷ୍ଠିତ ବ୍ୟକ୍ତିମାନେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ। ତାଙ୍କର ପୁତ୍ରବଧୂ ତଥାଗତ ଶତପଥୀ ଏବଂ ଆଦ୍ୟାଶା ଶତପଥୀ ମଧ୍ୟ ପୁଷ୍ପମାଲ୍ୟ ପ୍ରଦାନ କରି ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଟୁଇଟ କରି ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ଏହି ମହୀୟଷି ମହିଳା 1931 ମସିହା ଜୁନ 9 ତାରିଖରେ ଜନ୍ମ ଗ୍ରହଣ କରିଥିଲେ। ଛାତ୍ରୀ ଜୀବନରୁ ସେ ନେତୃତ୍ୟ ନେବା ସହିତ ସାହିତ୍ୟ ଅନୁରାଗି ମଧ୍ୟ ଥିଲେ। ସେ 1962 ମସିହାରେ ରାଜ୍ୟ ସଭାକୁ ନିର୍ବାଚିତ ହୋଇଥିଲେ। ଏହାପରେ 1972ରେ ସେ ଓଡିଶାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଇଥିଲେ। ଏହା ପରଠାରୁ ସ 1995 ମସିହା ପର୍ଯ୍ୟନ୍ତ ସାତ ଥର ବିଧାୟିକା ଭାବେ ନିର୍ବାଚିତ ହୋଇଆସୁଥିଲେ।…

Read More

ଭୁବନେଶ୍ବର, ବାତ୍ୟା ୟଶ ଯାହା କ୍ଷତି କରିଛି ତାହା ଭିନ୍ନ କଥା। ହେଲେ ଏହାକୁ ନେଇ ରାଜନୈତିକ ବୟାନବାଜି ବଢିବାରେ ଲାଗିଛି। ଏହିପରି ଏକ ଘଟଣା ରାଜ୍ୟ ବିଜେପିରେ ପରିଲକ୍ଷିତ ହୋଇଛି। ଯାହା ଫଳରେ ଦଳକୁ ସାଧାରଣରେ ଲୋକହସିତ ହେବାକୁ ପଡିଛି। ଘଟଣାଟି ହେଲା ବାତ୍ୟା ୟଶ କ୍ଷୟକ୍ଷତି ଦେଖିବା ପାଇଁ 7 ଜଣିଆ କେନ୍ଦ୍ରୀୟ ଟିମ ଓଡିଶା ଆସିଥିଲେ। ସେମାନେ ବିଭିନ୍ନ ପ୍ରଭାବିତ ଜିଲ୍ଲା ଦେଖି ସେମାନଙ୍କ ହିସାବରେ ଆକଳନ କରିଥିଲେ। ଏହି ଟିମକୁ ଭୁବନେଶ୍ବରରେ ବିଜେପିର ଏକ ପ୍ରତିନିଧି ଦଳ ଭେଟିବାକୁ ଯାଇଥିଲେ। ଏଥିରେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ, ସଭାପତି ସମୀର ମହାନ୍ତିଙ୍କ ସହ ଆଉ କିଛି ନେତା ସାମିଲ ଥିଲେ। ଭୁବନେଶ୍ବରର ସରକାରୀ ଅତିଥୀ ଭବନରେ ସେମାନଙ୍କୁ ବିଜେପି ତରଫରୁ ଏକ ଦାବୀପତ୍ର ପ୍ରଦାନ କରାଯାଇଥିଲା। ସେଥିରେ ରାଜ୍ୟ ବିଜେପି 10ଟି ଦାବୀ କେନ୍ଦ୍ରୀୟ ଦଳ ନିକଟରେ ରଖିଥିଲା। ସେହି 10ଟି ମଧ୍ୟରୁ ସାତୋଟି ଦାବୀ ରହିଛି…

Read More

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଟାଉନ ଥାନା ପୋଲିସକୁ ମିଳିଛି ପୁଣି ଏକ ବଡ଼ ସଫଳତା। ଚାରି ଲକ୍ଷ ଟଙ୍କାର ବ୍ରାଉନ ସୁଗାର ସହ ଜଣେ ମହିଳାଙ୍କୁ  ଗିରଫ କରିଛି ପୋଲିସ। ସୂଚନା ମୁତାବକ ଆଜି ସକାଳୁ ଖୋର୍ଦ୍ଧା ଏସପି ବ୍ରାଉନସୁଗାର କାରବାରର କୌଣସିମତେ ସୂଚନା ପାଇ ସଙ୍ଗେସଙ୍ଗେ ଖୋର୍ଦ୍ଧା ଏସଡ଼ିପିଓ ସୁଶୀଲ କୁମାର ମିଶ୍ର ଏବଂ ଟାଉନ ଥାନା ଆଇଆଇସି ସଞ୍ଜୟ କୁମାର ପଟ୍ଟନାୟକଙ୍କ ତତ୍ୱାବଧାନରେ ଏକ ଟିମ ଗଠନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଉକ୍ତ ଟିମ ସାମନ୍ତରାୟପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ମୁଖରୁ ସକାଳ ୮ ଘଟିକା ସମୟରେ ଜଣେ ସଂନ୍ଦିଗ୍ଧ ମହିଳାଙ୍କୁ ବ୍ରାଉନ ସୁଗାର ବିକୁଥୁବା ସମୟରେ ଗିରଫ କରିଥିଲେ।  ମହିଳା ଜଣକ ହେଉଛନ୍ତି ସାମନ୍ତରାୟପୁରର ଟୁନି ଦଳେଇ (୩୫)। ତାଙ୍କ ନିକଟରୁ ପୋଲିସ ୩୦.୪୧ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି, ଯାହାର ମୂଲ୍ୟ ୩ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ହେବ। ଏହାସହ ଉକ୍ତ ମହିଳାଙ୍କ…

Read More