Author: Samikhsya Bureau

କଲିକତା: ପଶ୍ଚିମବଙ୍ଗ ନିର୍ବାଚନ ଫଳାଫଳ ପରେ ଦଳର ଅସନ୍ତୋଷକୁ ଦୂର କରିବା ପାଇଁ ବିଜେପି ପ୍ରୟାସ ଜାରି ରଖିଛି। ନିର୍ବାଚନରେ ପରାଜୟ ପରେ ବିଜେପିର କିଛି ନେତା ପ୍ରଶ୍ନ ଉଠାଇଥିଲେ ଏବଂ ଅସନ୍ତୋଷ ବ୍ୟକ୍ତ କରିଥିଲେ। ପ୍ରଦେଶର ବିଜେପି ଅଧ୍ୟକ୍ଷ ଦିଲ୍ଲୀପ ଘୋଷଙ୍କ ଦ୍ଵାରା ଅନୁଷ୍ଠିତ ହୋଇଥିବା ବୈଠକରେ ଉପାଧ୍ୟକ୍ଷ ମୁକୁଲ ରାୟ ସାମିଲ ହୋଇନଥିଲେ। ମୁକୁଲ ରାୟ ଚୁପ ରହିଥିଲେ ମଧ୍ୟ ପୁଅ ଶୁଭ୍ରାଂଶୁ ଖୋଲା ଖୋଲି ଅସନ୍ତୋଷ ପ୍ରକାଶ କରୁଛନ୍ତି। ସେ ମମତାଙ୍କ ତୃଣମୂଳ କଂଗ୍ରେସକୁ ଫେରିବା ସମ୍ଭାବନାକୁ ମନା କରି ନାହାନ୍ତି। ବିଜେପିର ୩୫ ଜଣ ବିଧାୟକ ଦଳକୁ ଫେରିବା ପାଇଁ ଚାହୁଁଛନ୍ତି ବୋଲି ତୃଣମୂଳ ଦାବି କରିଛି। ଉଲ୍ଲେଖ ଯୋଗ୍ୟ ଯେ, ବିଧାନସଭା ନିର୍ବାଚନ ପୂର୍ବରୁ ତୃଣମୂଳରେ ବହୁ ନେତା ବିଜେପିରେ ସାମିଲ ହୋଇଥିଲେ। କିନ୍ତୁ ବିଜେପିର ପରାଜୟ ପରେ ସେମାନଙ୍କ ମଧ୍ୟରୁ କିଛି ନେତା ପୁଣି ଦଳକୁ ଫେରିବେ ବୋଲି କୁହାଯାଉଛି। ତେବେ ଏହାକୁ…

Read More

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ରାହୁଲ ଗାନ୍ଧୀଙ୍କ ବିଶ୍ଵସ୍ତ କୁହାଯାଉଥିବା କଂଗ୍ରେସ ନେତା ଜିତିନ୍ ପ୍ରସାଦ ବିଜେପିରେ ସାମିଲ ହୋଇଛନ୍ତି। ବିଜେପି ମୁଖ୍ୟାଳୟରେ ଜିତିନ୍ ଦଳର ସଦସ୍ୟତା ଗ୍ରହଣ କରିଛନ୍ତି। ଆସନ୍ତା ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଜିତିନଙ୍କ ବିଜେପିରେ ସାମିଲ ହେବା କଂଗ୍ରେସ ପାଇଁ ବଡ ଝଟକା ବୋଲି କୁହାଯାଉଛି। କଂଗ୍ରେସରେ ୨୦ ବର୍ଷ ପର୍ଯ୍ୟନ୍ତ କାର୍ଯ୍ୟ କରିଥିବା ଜିତିନ୍ ପ୍ରସାଦଙ୍କ ଅସନ୍ତୋଷ କାହାକୁ ଅଜଣା ନଥିଲା। ଜି-୨୩ ତଥା କଂଗ୍ରେସର ପରିବର୍ତ୍ତନ ଚାହୁଁଥିବା ୨୩ ଜଣ ବରିଷ୍ଠ ନେତାଙ୍କ ମଧ୍ୟରେ ସେ ସାମିଲ ଥିଲେ। ପୂର୍ବରୁ ଏହି ଜି-୨୩ ନେତା ଦଳରେ ବ୍ୟାପକ ପରିବର୍ତ୍ତନ ପାଇଁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଚିଠି ଲେଖିଥିଲେ। ଜିତିନଙ୍କୁ ପଶ୍ଚିମବଙ୍ଗ ନିର୍ବାଚନରେ ଦଳ ଦାୟିତ୍ଵ ଦେଇଥିଲେ ମଧ୍ୟ ସେ ସନ୍ତୋଷ ବ୍ୟକ୍ତ କରିନଥିଲେ। ଇଣ୍ଡିଆନ ସେକୁଲାର ଫ୍ରଣ୍ଟ ମେଣ୍ଟକୁ ନେଇ ସେ କଂଗ୍ରେସକୁ ସମାଲୋଚନା କରିଥିଲେ।

Read More

ସୀତାରାମ ଅଗ୍ରୱାଲ ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ୧୬ ନଂ ଜାତୀୟ ରାଜପଥରେ ଦୁଇ ଜଣ ଦୁର୍ବୃତ୍ତ ଚଳନ୍ତା ବାଇକରୁ ମହିଳାଙ୍କ ଭ୍ୟାନିଟି ବ୍ୟାଗ ଝାମ୍ପି ନେଇଥିବା ଖବର ହସ୍ତଗତ ହୋଇଛି। ଫଳରେ ମହିଳାଜଣଙ୍କ ବାଇକରୁ ପଡ଼ି ଗୁରୁତର ହୋଇପଡିଛନ୍ତି। ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ନାଚୁଣୀ ବାଇପାସ ନିକଟରେ ଏପରି ଏକ ଚାଞ୍ଚଲ୍ୟକର ଘଟଣା ଘଟିଯାଇଛି। ସୂଚନା ମୁତାବକ କଟକ ଜିଲ୍ଲା ନରସିଂହପୁର ଅଞ୍ଚଳର ଜଣେ ଦମ୍ପତି ଆଜି ସକାଳେ ନିଜ ବାଇକ ଯୋଗେ ବାଣପୁର ବ୍ଲକ ଅନ୍ତର୍ଗତ ବାଁଳୋଇ ଗ୍ରାମରେ ବିବାହ ହୋଇଥିବା ନିଜ ଝିଅ ଘରକୁ ସାବିତ୍ରୀ ଉପଲକ୍ଷେ ଯାଉଥିଲେ। ଦମ୍ପତି ଦ୍ୱୟ ହେଲେ ନଗେନ୍ଦ୍ର ବେହେରା ଏବଂ ମମତା ବେହେରା। ତେବେ ସକାଳ ପାଖାପାଖି ୮.୩୦ ସମୟରେ ନାଚୁଣୀ ବାଇପାସ ନିକଟରେ ଏକ କଳା ରଙ୍ଗର ପଲସର ବାଇକରେ ଦୁଇ ଜଣ ଦୁର୍ବୃତ୍ତ ଆସି ମମତାଙ୍କ ଭ୍ୟାନିଟି ବ୍ୟାଗ ଝାମ୍ପି ଦୃତଗତିରେ ବାଲୁଗାଁ ଅଭିମୁଖେ ଫେରାର ହୋଇଯାଇଥିଲେ। ଫଳରେ…

Read More

ନୂଆଦିଲ୍ଲୀ: ବିମାନ ବନ୍ଦରରୁ ବିମାନ ଅପହରଣ କରି ପାକିସ୍ଥାନ ନେଇଯିବା ନେଇ ଧମକ ହୋଇଛି। ମଧ୍ୟପ୍ରଦେଶର ଭୋପାଳ ଏବଂ ଇନ୍ଦୋର ବିମାନ ବନ୍ଦରରୁ ବିମାନ ଅପହରଣ କରି ପାକିସ୍ତାନ ନେଇଯିବା ନେଇ ଧମକ ହୋଇଛି। ଧମକ ଦେଇଥିବା ଯୁବକଜଣଙ୍କୁ ପୋଲିସ ଅଟକ ରଖିଛି। ସୁଚନା ଅନୁଯାୟୀ, ଗତକାଲି ସନ୍ଧ୍ୟା ୫ ଟା ସମୟରେ ଭୋପାଳ ବିମାନ ବନ୍ଦରକୁ ଜଣେ ୩୪ ବର୍ଷୀୟ ଯୁବକ ଫୋନ କରି ବିମାନ ଅପହରଣ କରି ପାକିସ୍ଥାନ ନେଇଯିବା ନେଇ ଧମକ ଦେଇଥିଲା। ଏଭଳି ଧମକ ପାଇବା ପରେ ପୋଲିସ ତଦନ୍ତ ଆରମ୍ଭ କରିଦେଇଥିଲା। ତେବେ ତଦନ୍ତ ପରେ ଅଭିଯୁକ୍ତ ଯୁବକଜଣଙ୍କୁ ଗତକାଲି ବିଳମ୍ବିତ ରାତିରେ ପୋଲିସ ଅଟକ ରଖିଛି। ବର୍ତ୍ତମାନ ଯୁବକଜଣଙ୍କୁ ପଚରାଉଚରା କରାଯାଉଛି। ଏନେଇ ବିମାନବନ୍ଦରର ସୁରକ୍ଷାକୁ ବଢାଇ ଦିଆଯାଇଛି। ମୁମ୍ବାଇ ଯାଉଥିବା ସମସ୍ତ ବିମାନକୁ କଡାକଡି ଯାଞ୍ଚ କରାଯାଉଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି।

Read More

ଭୁବନେଶ୍ବର: ଚଳିତ ବର୍ଷ ସେପ୍ଟେମ୍ବର-ଅକ୍ଟୋବର ମାସରେ କରୋନାର ୩ ୟ ଲହରୀ ଆସିବା ସମ୍ଭାବନା ରହିଛି। ଏହି ୩ ୟ ଲହରୀରେ ଶିଶୁମାନେ ଅଧିକ ଆକ୍ରାନ୍ତ ହେବା ନେଇ ବିଶେଷଜ୍ଞମାନେ ସତର୍କ କରାଇଛନ୍ତି। ସେଥିପାଇଁ ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ପ୍ରତିକ୍ରିୟା ରଖିଛନ୍ତି। ୩ ୟ ଲହରୀକୁ ସାମ୍ନା କରିବା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଶିଶୁଙ୍କ ପାଇଁ ସାଧାରଣ ୱାର୍ଡ ଓ ଆଇସିୟୁ ଶଯ୍ୟା ପ୍ରସ୍ତୁତ ରଖାଯାଇଛି। ଶିଶୁଙ୍କ ଚିକିତ୍ସା ଅନ୍ୟ ରୋଗୀଙ୍କ ଠାରୁ ଭିନ୍ନ ଥିବାରୁ ଡାକ୍ତରଙ୍କ ଏବେଠୁ ଟ୍ରେନିଂ ଦେଉଛୁ। ଏନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି। କିନ୍ତୁ ୩ ୟ ଲହରୀରେ ଶିଶୁ ବିଶେଷ ପ୍ରଭାବିତ ହେବେ ନାହିଁ ବୋଲି ଦିଲ୍ଲୀ ଏମ୍ସ ନିର୍ଦ୍ଦେଶକ କହିଛନ୍ତି।

Read More

ଭୁବନେଶ୍ବର: ଦେଶରେ ସମସ୍ତଙ୍କୁ ମାଗଣାରେ ଟୀକା ମିଳିବା ନେଇ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି। ତଥାପି ଯେଉଁମାନେ ନିଜ ଅର୍ଥରେ କିଣି ଟୀକା ନେବାପାଇଁ ଚାହିଁବେ, ସେମାନଙ୍କ ପାଇଁ ଟୀକାର ମୂଲ୍ୟ ଧାର୍ଯ୍ୟ କରାଯାଇଛି। ଟୀକା କିଣି ନେବାକୁ ଚାହୁଁଥିବା ଲୋକଙ୍କ ପାଇଁ ଘରୋଇ ହସ୍ପିଟାଲରେ ବ୍ୟବସ୍ଥା କରାଯାଇଛି। ସେଥିପାଇଁ ପ୍ରତି ଟୀକାକୁ ସେବ କର ଭାବେ ଲୋକଙ୍କୁ ଅତିରିକ୍ତ ୧୫୦ ଟଙ୍କା ଦେବାକୁ ପଡିବ। ହେଲେ ପ୍ରତ୍ୟେକ  କମ୍ପାନୀର ଟୀକା ଦର ଭିନ୍ନ ଭିନ୍ନ ରହିଛି। ପ୍ରତି ଡୋଜ ପିଛା କୋଭିସିଲ୍ଡ ଟୀକାର ମୂଲ୍ୟ ୭୮୦ ଟଙ୍କା ରହିଥିବା ବେଳେ ସ୍ପୁଟିନିକ-ଭି ଟୀକାର ମୂଲ୍ୟ ୧୧୪୫ ଟଙ୍କା  ଏବଂ କୋଭାକ୍ସିନ ଟୀକାର ମୂଲ୍ୟ ୧୪୧୦ ଟଙ୍କା ଧାର୍ଯ୍ୟ କରାଯାଇଛି। ଏହାସହ ପ୍ରତ୍ୟେକ ଡୋଜ ପାଇଁ ଲୋକଙ୍କୁ ୫ ପ୍ରତିଶତ ଜିଏସଟି ମଧ୍ୟ ଦେବାକୁ ପଡିବ। ସ୍ୱାସ୍ଥ୍ୟ ଓ ଅର୍ଥ ସଚିବଙ୍କ ମିଳିତ ବୈଠକ ପରେ ଏହି ନିଷ୍ପତି ନିଆଯାଇଛି। ଟିକା ପାଇଁ…

Read More

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୯୨ ହଜାର ୫୯୬ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୨ ହଜାର ୨୧୯ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୨ କୋଟି ୯୦ ଲକ୍ଷ ୮୯ ହଜାର ୬୯ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୫୩ ହଜାର ୫୨୮ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୭୫ ଲକ୍ଷ ୪ ହଜାର ୧୨୬ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୧୨ ଲକ୍ଷ ୩୧ ହଜାର ୪୧୫ ଆକ୍ଟିଭ୍‌ କେସ୍ ରହିଛି।

Read More

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୪୩ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୪୩ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୩୧୨୩ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଅନୁଗୁଳ, କଟକ, ସୁନ୍ଦରଗଡ ଓ ଝାରସୁଗୁଡା ଜିଲ୍ଲାରୁ ୪ ଜଣ ଲେଖାଏଁ,  ବରଗଡ, ବଲାଙ୍ଗୀରି ଏବଂ ବୌଦ୍ଧ ଜିଲ୍ଲାରୁ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ସେହିଭଳି ଗଞ୍ଜାମ, ମୟୂରଭଞ୍ଜ ଓ ପୁରୀ ଜିଲ୍ଲାରୁ ୨ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ବାଲେଶ୍ଵର, ଢେଙ୍କାନାଳ, କେନ୍ଦ୍ରାପଡା, କୋରାପୁଟ, ନୂଆପଡା, ରାୟଗଡା  ଓ ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୩୧ ହଜାର ୧୨୯ କୁ ବୃଦ୍ଧି ହୋଇଥିବାବେଳେ…

Read More

ଭୁବନେଶ୍ବର: ଆଜି ରାଜ୍ୟରେ ୬ ହଜାର ୧୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୩୩୯୭ ଜଣ ଚିହ୍ନଟ ହୋଇଥିବା ବେଳେ ୨୬୨୨ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୩୧ ହଜାର ୧୨୯ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୭ ଲକ୍ଷ ୫୬ ହଜାର ୬୪୧ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୭୧ ହଜାର ୩୧୨ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୩୦୮୦ କୁ ବୃଦ୍ଧି ହୋଇଛି। ଆଜି ମୋଟ ୩୦ ଟି ଜିଲ୍ଲାରୁ ୬ ହଜାର ୧୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୭୯୬ ଜଣ, କଟକ ଜିଲ୍ଲାରୁ ୫୩୧, ଅନୁଗୁଳ ଜିଲ୍ଲାରୁ ୩୩୫…

Read More

ମେଷ: – ଆଜି ଆପଣ କିଛି ଭଲ ଖବର ପାଇପାରିବେ। ଏହା ସହିତ, ଆପଣଙ୍କର ବୟସ୍କ ଏବଂ ସହକର୍ମୀମାନେ ଆପଣଙ୍କୁ ପୂର୍ଣ୍ଣ ସମର୍ଥନ ପ୍ରଦାନ କରିବେ। ଅନେକ ନୂତନ ଲୋକଙ୍କ ସହିତ  ଆପଣଙ୍କର ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରହିବ। ଆପଣ ଏକ ଗାଡି ମଧ୍ୟ କିଣି ପାରନ୍ତି। ବୃଷ: – ଆଜି ଅଫିସରେ ଉଚ୍ଚ ପଦାଧିକାରୀମାନେ ଆପଣଙ୍କ ଉପରେ ସନ୍ତୁଷ୍ଟ ହେବେ। ଆହୁରି ମଧ୍ୟ ଆପଣଙ୍କର କ୍ୟାରିଅରରେ କିଛି ବଡ଼ ସଫଳତା ପାଇବେ। ଆଜି ଆପଣ ବ୍ୟବସାୟରେ ଏକ ଯୋଜନାବଦ୍ଧ ଢଙ୍ଗରେ କାର୍ଯ୍ୟ କରିବେ। ଆପଣଙ୍କର ଆଧ୍ୟାତ୍ମିକତା ପ୍ରତି ଏକ ପ୍ରବୃତ୍ତି ଆସିପାରେ। ମିଥୁନ: – ଆଜି ଆପଣଙ୍କ କାର୍ଯ୍ୟରେ ଅଗ୍ରଗତି ହେବ। ଆପଣ ଚେଷ୍ଟା କରୁଥିବା କ୍ଷେତ୍ରରେ ଆପଣ ସମ୍ପୂର୍ଣ୍ଣ ସଫଳତା ପାଇପାରିବେ। ଆପଣଙ୍କର ପାରିବାରିକ ସମସ୍ୟା ସମାପ୍ତ ହେବ। ପୁରୁଣା ବିବାଦର ଫଳାଫଳ ଆପଣଙ୍କ ସପକ୍ଷରେ ଆସିବ । କର୍କଟ : – ଆପଣଙ୍କର ସହକର୍ମୀମାନଙ୍କ ମଧ୍ୟରେ ଆପଣଙ୍କର ଲୋକପ୍ରିୟତା…

Read More

ଭୁବନେଶ୍ୱର, ଅତି ପ୍ରବଳ ବାତ୍ୟା ‘ୟସ୍’ ଯୋଗୁ ରାଜ୍ୟରେ ହୋଇଥିବା କ୍ଷୟକ୍ଷତିର କ୍ଷେତ୍ର ସ୍ତରୀୟ  ଅନୁଧ୍ୟାନ ନିମନ୍ତେ  ଆସିଥିବା  ଆନ୍ତଃ-ମନ୍ତ୍ରଣାଳୟ କେନ୍ଦ୍ରୀୟ ଟିମ୍ ଆଜି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ  ସମେତ  ରାଜ୍ୟର ବରିଷ୍ଠ ପ୍ରଶାସନିକ  ଅଧିକାରୀମାନଙ୍କ ସହ ଆଲୋଚନା କରିଛନ୍ତି । ଏହି ୭ ଜଣିଆ କେନ୍ଦ୍ରୀୟ ଟିମ୍‌ର ନେତୃତ୍ୱ ନେଉଥିବା ଗୃହ ବିଭାଗ ଯୁଗ୍ମ ଶାସନ ସଚିବ ସୁନିଲ୍ କୁମାର ବର୍‌ନଓ୍ୱାଲ୍ କହିଥିଲେ ଯେ  ରାଜ୍ୟରେ ବାତ୍ୟା ପରିଚାଳନା ବାସ୍ତବିକ ପ୍ରସଂଶନୀୟ। ରାଜ୍ୟରୁ ପଂଚାୟତ ଏବଂ ଗ୍ରାମ ସ୍ତର ପର‌୍ୟ୍ୟନ୍ତ ସମସ୍ତେ ଏକ ଟିମ୍ ଭାବେ କାମ କରିଛନ୍ତି । ସେ ନିଜେ ଜିଲ୍ଲାପାଳ, ସରପଂଚ, ଓ୍ୱାର୍ଡମେମ୍ବର ଏବଂ ବାତ୍ୟା ଆଶ୍ରୟସ୍ଥଳ ପରିଚାଳନା କମିଟି ସଦସ୍ୟମାନଙ୍କ ସହ ଆଲୋଚନା କରିଛନ୍ତି । ସେମାନେ ସମସ୍ତେ ବାତ୍ୟା ବିଷୟରେ ଆଗୁଆ ସୂଚନା ପାଇଥିଲେ ଏବଂ ନିର୍ଦ୍ଧାରିତ କାର‌୍ୟ୍ୟପନ୍ଥା ଅନୁସାରେ ସମସ୍ତ ପ୍ରାକ୍ ପ୍ରସ୍ତୁତି କରିଥିଲେ। ବାତ୍ୟା ପରିଚାଳନା,…

Read More

ଭୁବନେଶ୍ୱର,  ରାଜ୍ୟରେ ୩୦ଟି ଜିଲ୍ଲାର ୨୫୮ଟି ବିଦ୍ୟାଳୟରେ ଆଇବିଏମ୍‌ ଷ୍ଟେମ୍‌ ସୁବିଧା ଆରମ୍ଭ କରାଯାଇଛି । ଆଜି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହି ସୁବିଧାର ଶୁଭାରମ୍ଭ କରିଛନ୍ତି । ଶୁଭାରମ୍ଭ କାର୍ଯ୍ୟକ୍ରମରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁ, ଓସେପାର ରାଜ୍ୟ ପ୍ରକଳ୍ପ ସଂଯୋଜକ ଭୂପେନ୍ଦ୍ର ସିଂ ପୁନିଆ, ଆଇବିଏମ୍‌ ଭାରତ ଓ ଦକ୍ଷିଣ ଏସିଆର ସିଏସ୍‌ଆର୍‌ ମୁଖ୍ୟ ମନୋଜ ବାଳଚନ୍ଦ୍ରନ୍‌ ତଥା ଅନ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲେ । ଏହି ସୁବିଧା ମାଧ୍ୟମରେ ବିଦ୍ୟାଳୟ ଛାତ୍ରୀମାନେ ଡିଜିଟାଲ୍‌ ସାକ୍ଷରତା ଅର୍ଜନ କରିବା ସହିତ ଜୀବନକୌଶଳ ତଥା ଭବିଷ୍ୟତ ଲକ୍ଷ୍ୟ ନିର୍ଦ୍ଧାରଣ କରିପାରିବେ । ଏହି ବିଦ୍ୟାଳୟଗୁଡ଼ିକ ଏକବିଂଶ ଶତାବ୍ଦୀର ଉପଯୋଗୀ ଦକ୍ଷତା ପ୍ରଶିକ୍ଷଣ କ୍ଷେତ୍ରରେ ରାଜ୍ୟର ଅନ୍ୟ ବିଦ୍ୟାଳୟଗୁଡ଼ିକ ପାଇଁ ରୋଲ୍‌ ମଡେଲ୍‌ ହେବେ । ରାଜ୍ୟ ଓ ଜିଲ୍ଲା ସ୍ତରରେ ଏଥିପାଇଁ ଆଇବିଏମ୍‌ ଏବଂ ଏହାର ସହଯୋଗୀ…

Read More

ଧନୁ : – ଆଜି ଆପଣ ଏକ ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଏକ ଧାରଣା କରିପାରିବେ। ଆହୁରି ମଧ୍ୟ, ପ୍ରେମ ସମ୍ପର୍କ ସମ୍ବନ୍ଧରେ ଆପଣ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରିବେ। ଅନ୍ୟମାନଙ୍କ ପାଇଁ ଖରାପ ଉଦ୍ଦେଶ୍ୟ ରହିବା ଦ୍ୱାରା ମାନସିକ ଚାପ ସୃଷ୍ଟି ହୋଇପାରେ। ମୀନ: – ଆଜି ଆପଣଙ୍କ ପାରିବାରିକ ଅବସ୍ଥା ଭଲ ରହିବ। ବିବାଦର ସମାଧାନ ହେବ। ବିନା ପ୍ରଶ୍ନରେ ସାହାଯ୍ୟ ଆସିବ। କୈଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଏହା ବହୁତ ଭଲ ଦିନ ହେବ।

Read More

ମେଷ: – ଆଜି ଆପଣ କିଛି ଭଲ ଖବର ପାଇପାରିବେ। ଏହା ସହିତ, ଆପଣଙ୍କର ବୟସ୍କ ଏବଂ ସହକର୍ମୀମାନେ ଆପଣଙ୍କୁ ପୂର୍ଣ୍ଣ ସମର୍ଥନ ପ୍ରଦାନ କରିବେ। ଅନେକ ନୂତନ ଲୋକଙ୍କ ସହିତ  ଆପଣଙ୍କର ବନ୍ଧୁତ୍ୱପୂର୍ଣ୍ଣ ସମ୍ପର୍କ ରହିବ। ଆପଣ ଏକ ଗାଡି ମଧ୍ୟ କିଣି ପାରନ୍ତି। କନ୍ୟା: – ଆଜି ଆପଣଙ୍କ ପାଇଁ ଏକ ବିଶେଷ ଦିନ ହେବ। ଆପଣ ମଧ୍ୟ ଆପଣଙ୍କର କିଛି ନୂତନ କାର୍ଯ୍ୟ ଆରମ୍ଭ କରିପାରିବେ। ଆପଣ ସମ୍ପର୍କୀୟମାନଙ୍କଠାରୁ କିଛି ବଡ଼ ଖବର ପାଇପାରିବେ, ଯାହା ଆପଣ କେବେ ବି କଳ୍ପନା କରିନାହାଁନ୍ତି।

Read More

ବୃଷ: – ଆଜି ଅଫିସରେ ଉଚ୍ଚ ପଦାଧିକାରୀମାନେ ଆପଣଙ୍କ ଉପରେ ସନ୍ତୁଷ୍ଟ ହେବେ। ଆହୁରି ମଧ୍ୟ ଆପଣଙ୍କର କ୍ୟାରିଅରରେ କିଛି ବଡ଼ ସଫଳତା ପାଇବେ। ଆଜି ଆପଣ ବ୍ୟବସାୟରେ ଏକ ଯୋଜନାବଦ୍ଧ ଢଙ୍ଗରେ କାର୍ଯ୍ୟ କରିବେ। ମିଥୁନ: – ଆଜି ଆପଣଙ୍କ କାର୍ଯ୍ୟରେ ଅଗ୍ରଗତି ହେବ। ଆପଣ ଚେଷ୍ଟା କରୁଥିବା କ୍ଷେତ୍ରରେ ଆପଣ ସମ୍ପୂର୍ଣ୍ଣ ସଫଳତା ପାଇପାରିବେ। ଆପଣଙ୍କର ପାରିବାରିକ ସମସ୍ୟା ସମାପ୍ତ ହେବ। ପୁରୁଣା ବିବାଦର ଫଳାଫଳ ଆପଣଙ୍କ ସପକ୍ଷରେ ଆସିବ ।

Read More

ମକର : –  ମହିଳାଙ୍କ ନିକଟରୁ ବହୁତ ସାହାଯ୍ୟ ମିଲିବ। ଯଦି ଆପଣ ଦୀର୍ଘ ସମୟ ଧରି ଏକ ଗାଡି କିମ୍ବା ବିଳାସପୂର୍ଣ୍ଣ ଜିନିଷ କିଣିବାକୁ ଯୋଜନା କରୁଥିଲେ, ତେବେ ବର୍ତ୍ତମାନ ଏହାକୁ ଫଳପ୍ରଦ କରିବାର ସମୟ ଆସିଛି। କୁମ୍ଭ: – ଆଜି, ଆପଣଙ୍କ ସାଥୀଙ୍କ ପରାମର୍ଶରେ, ଆପଣ ଟଙ୍କା ରୋଜଗାରର ଏକ ନୂତନ ଉପାୟ ପାଇବେ। ଆହୁରି ମଧ୍ୟ କ୍ରୋଧକୁ ନିୟନ୍ତ୍ରଣ କରିବାକୁ ପଡିବ। ସାଙ୍ଗମାନଙ୍କ ସହିତ କିଛି ବିଷୟରେ ଯୁକ୍ତିତର୍କ ହେବାର ସମ୍ଭାବନା ଅଛି।

Read More

ତୂଳା:- ଆପଣଙ୍କର ବ୍ୟକ୍ତିତ୍ୱ ବୃଦ୍ଧି ପାଇବ ଏବଂ ଆପଣ ଲୋକମାନଙ୍କୁ ସହଜରେ ପ୍ରଭାବିତ କରିବାକୁ ସମର୍ଥ ହେବେ। ପଦୋନ୍ନତି ହେବାର ସମ୍ଭାବନା ଅଛି। ବରିଷ୍ଠମାନଙ୍କଠାରୁ ଆପଣ ସମର୍ଥନ ଏବଂ ପ୍ରଶଂସା ପାଇବା ଜାରି ରଖିବେ । ବିଛା : – ଆଜି ଆପଣ ବ୍ୟବସାୟ ସହ ଜଡିତ ସୁବର୍ଣ୍ଣ ସୁଯୋଗ ପାଇବେ। ସାମାଜିକ ସ୍ତରରେ ଆପଣଙ୍କର ଲୋକପ୍ରିୟତା ବୃଦ୍ଧି ପାଇବ। ଆପଣ କିଛି ବଡ ଦାୟିତ୍ବ ପାଇବେ। କର୍ମକ୍ଷେତ୍ରରେ ଆପଣଙ୍କର କାର୍ଯ୍ୟ ଉତ୍କୃଷ୍ଟ ହେବ।

Read More

କର୍କଟ : – ଆପଣଙ୍କର ସହକର୍ମୀମାନଙ୍କ ମଧ୍ୟରେ ଆପଣଙ୍କର ଲୋକପ୍ରିୟତା ବୃଦ୍ଧି ପାଇବ। ସେହି ସମୟରେ, ଆପଣଙ୍କର ଆୟ ମଧ୍ୟ ବୃଦ୍ଧି ପାଇବ। ବୃତ୍ତିଗତ ଭାବରେ, ଜିନିଷଗୁଡିକ ସୁଗମ ହେବ ଏବଂ ଭଲ ଅଗ୍ରଗତି ହେବ। ସିଂହ: – ଆଜି ଆପଣ କାହାଠାରୁ ଉପହାର ପାଇପାରିବେ। ଆଜି ଆପଣଙ୍କର ଅଧିକ ଆତ୍ମବିଶ୍ୱାସ ରହିବ। ଆଜି କିଛି ଲୋକ ଆପଣଙ୍କ ଦ୍ୱାରା ପ୍ରଭାବିତ ହେବେ। ସେମାନେ ମଧ୍ୟ ଆପଣଙ୍କ ସହିତ ଯୋଗାଯୋଗ କରିବାକୁ ଚେଷ୍ଟା କରିବେ ।

Read More

ଭୁବନେଶ୍ବର, ବାତ୍ୟା ୟଶ କ୍ଷୟକ୍ଷତି ଅନୁଧ୍ୟାନ କରିବାକୁ ଆସିଥିବା କେନ୍ଦ୍ରୀୟ ଦଳ ନିଟକରେ ରାଜ୍ୟ ସରକାର ପ୍ରାଥମିକ ରିପୋର୍ଟ ଉପସ୍ଥାପିତ କରିଛନ୍ତି। ପ୍ରାଥମିକ ଆକଳନ ଅନୁସାରେ ୧୧ ଟି ଜିଲ୍ଲାର ୨୧୩୮ ଟି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପ୍ରାୟ ୧୦୬୪୪ ଗ୍ରାମ ଏବଂ  ୩୦ ଟି ସହରାଞ୍ଚଳର  ପ୍ରାୟ ୪୨୫ ଟି  ଓ୍ୱାର୍ଡ ଏହି ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଛନ୍ତି ।ଏଥିରେ ପ୍ରାୟ ୭୫ ଲକ୍ଷରୁ  ଅଧିକ ଲୋକ କ୍ଷତିଗ୍ରସ୍ତ ହୋଇଛନ୍ତି। ୨୬୭୮୧ ଘର ଭାଙ୍ଗି ଯାଇଛି ଏବଂ ୧୨.୭୭ ଲକ୍ଷ ପ୍ରାଣୀ ସଂପଦ ପ୍ରଭାବିତ ହୋଇଛନ୍ତି ବୋଲି ରାଜ୍ୟ ସରକାର ଜଣାଇଛନ୍ତି। ଉପକୂଳବର୍ତ୍ତୀ ଗ୍ରାମ ଓ ସମ୍ବେଦନଶୀଳ ସ୍ଥାନମାନଙ୍କରେ ବସବାସ କରୁଥିବା ଲୋକମାନଙ୍କର ସୁରକ୍ଷା ନିମନ୍ତେ ପ୍ରାୟ ୭.୧୦ ଲକ୍ଷ ଲୋକଙ୍କୁ ନିରାପଦ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇ ଥିଲା। ଏହାଛଡା ପ୍ରାୟ ୬୩୪୮.୪ ହେକ୍ଟର ଚାଷଜମିରେ ଫସଲ ନଷ୍ଟ ହୋଇଛି। ବାତ୍ୟା ଦ୍ୱାରା ହୋଇଥିବା କ୍ଷୟକ୍ଷତିର ସଠିକ୍ ଆକଳନ କରାଯାଉଛି ଏବଂଏହା…

Read More

ନୂଆଦିଲ୍ଲୀ, ଏହା ଏକ ଭୁଲ ତଥ୍ୟ ଯେ କୋଭିଡ-୧୯ ମହାମାରୀର ପରବର୍ତ୍ତୀ ପଯ୍ୟାୟୟ ପିଲାମାନଙ୍କଠାରେ ଗୁରୁତର ସଂକ୍ରମଣ ସୃଷ୍ଟି କରିବାକୁ ଯାଉଛି । ପରବର୍ତ୍ତୀ ପଯ୍ୟାୟରେ ପିଲାମାନେ ଗୁରୁତର ଭାବରେ ସଂକ୍ରମିତ ହେବେ ବୋଲି ଦର୍ଶାଇବାକୁ ସର୍ବଭାରତୀୟ ସ୍ତରରେ କୌଣସି ତଥ୍ୟ ନାହିଁ। ଆଜି ପିଆଇବି ଦିଲ୍ଲୀରେ କୋଭିଡ-୧୯ ସଂପର୍କରେ ଗଣମାଧ୍ୟମକୁ ବିବୃତି ଦେବା ଅବସରରେ ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ସାଇନ୍ସ ବା ଏମସ ଦିଲ୍ଲୀର ନିର୍ଦ୍ଦେଶକ ଡ. ରଣଦୀପ ଗୁଲେରିଆ ଏହି ସୂଚନା ଦେଇଛନ୍ତି । ଡକ୍ଟର ଗୁଲେରିଆ ଦର୍ଶାଇଛନ୍ତି ଯେ, ଭାରତରେ ଦ୍ୱିତୀୟ ତରଙ୍ଗ ସମୟରେ ଯେଉଁ ପିଲା ସଂକ୍ରମିତ ହୋଇଥିଲେ ଏବଂ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ, ସେମାନଙ୍କ ମଧ୍ୟରୁ ୬୦ ପ୍ରତିଶତରୁ ୭୦ ପ୍ରତିଶତ ସାଂଘାତିକ ରୋଗୀ ଥିଲେ ଅବା ତାଙ୍କଠାରେ ରୋଗ ପ୍ରତିରୋଧକ ଶକ୍ତି କମ୍ ଥିଲା। ସୁସ୍ଥ ପିଲାମାନେ ସାମାନ୍ୟ ଅସୁସ୍ଥ ହେଲେ ଡାକ୍ତରଖାନାରେ ଭର୍ତ୍ତି କରିବାର ଆବଶ୍ୟକତା ନାହିଁ ।…

Read More

ଭୁବନେଶ୍ବର, ବାତ୍ୟା କ୍ଷୟକ୍ଷତି ଆକଳନ କରିବା ପାଇଁ ଆସିଥିବା କେନ୍ଦ୍ରୀୟ ଦଳକୁ ରାଜ୍ୟ ସରକାରଙ୍କ ତରଫରୁ ବିସ୍ତୁତ ରିପୋର୍ଟ ପ୍ରଦାନ କରାଯାଇଛି। ସ୍ବତନ୍ତ୍ର ରିଲିଫ କମିସନର ପ୍ରଦୀପ ଜେନା ଓଡିଶାର ବାତ୍ୟା ଇତିହାସ ସଂପର୍କରେ ଟିମକୁ ଅବଗତ କରାଇଥିଲେ। ସେ କହିଥିଲେ ଯେ, ୧୯୯୧ ମସିହାରୁ ୨୦୦୦ ମସିହା ମଧ୍ୟରେ ଓଡ଼ିଶା ପ୍ରାୟ ୯୮ ଟି ବାତ୍ୟାର ମୁକାବିଲା କରିଛି। ସେହିପରି ପଶ୍ଚିମ ବଙ୍ଗଳା ୬୯ଟି, ତାମିଳନାଡୁ ୬୨ଟି, ଗୁଜୁରାଟ ୨୮ଟି, କେରଳ ୩ଟି ଏବଂ କର୍ଣ୍ଣାଟକ ୨ଟି ବାତ୍ୟାର ସମ୍ମୁଖୀନ ହୋଇଛନ୍ତି । କେବଳ ୧୯୯୯ ରୁ ୨୦୨୧  ମଧ୍ୟରେ ଓଡ଼ିଶା ୮ ଟି ମହାବାତ୍ୟା ବା ଅତିଭୀଷଣ ବାତ୍ୟାରେ  କ୍ଷତିଗ୍ରସ୍ତ ହୋଇଛି ।   ବାତ୍ୟା ୟାସ୍ ପାଇଁ କରାଯାଇଥିବା ଆଗୁଆ ପ୍ରସ୍ତୁତି, ନିରାପଦ ସ୍ଥାନକୁ ଲୋକଙ୍କୁ ସ୍ଥାନାନ୍ତରୀକରଣ, ଉଦ୍ଧାର, ରିଲିଫ୍ ଏବଂ ପୁନଃ ଥଇଥାନ ଆଦି କାର‌୍ୟ୍ୟ ବିଷୟରେ ଜେନା ସବିଶେଷ ସୂଚନା ଦେବାସହ  ୟାସ୍ ର ପ୍ରଭାବ…

Read More