Author: Samikhsya Bureau

ନୂଆଦିଲ୍ଲୀ, ଭାରତ ସରକାର ପ୍ରଭାବୀ ଟିକାକରଣ ଅଭିଯାନ ନିମନ୍ତେ ‘ସମ୍ପୂର୍ଣ୍ଣ ସରକାର’ ଦୃଷ୍ଟିକୋଣ ସହିତ ଚଳିତ ବର୍ଷ ଜାନୁଆରୀ 16 ତାରିଖ ଠାରୁ ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ପ୍ରଦେଶ ସରକାରଙ୍କ ପ୍ରୟାସରେ ସହାୟତା କରି ଆସୁଛନ୍ତି। କେନ୍ଦ୍ର ସରକାରଙ୍କୁ ମିଳିଥିବା ବିଭିନ୍ନ ପ୍ରସ୍ତାବଗୁଡ଼ିକର ଆଧାରରେ ଭାରତ ସରକାର ଟିକାକରଣ ନୀତିକୁ ଉଦାରୀକରଣ କରିଥିଲେ। ଏହି ଉଦାର ନୀତି ଅନୁଯାୟୀ, 1 ମଇ, 2021 ଠାରୁ ଦେଶରେ ତୃତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଥିଲା। ଏଥିରେ 18 ବର୍ଷରୁ ଊର୍ଦ୍ଧ୍ବ ବୟସ୍କଙ୍କ ଟିକାକରଣ କରାଯାଉଛି। ଏବେ ଦେଶବ୍ୟାପୀ ଟିକାକରଣ ଅଭିଯାନକୁ ଆହୁରି ଅଧିକ ସାର୍ବଜନୀନ କରିବା ଉଦ୍ଦେଶ୍ୟରେ 18 ବର୍ଷରୁ ଅଧିକ ଆୟୁର ସମସ୍ତ ନାଗରିକମାନଙ୍କୁ ସରକାରୀ ସ୍ବାସ୍ଥ୍ୟ କେନ୍ଦ୍ରଗୁଡ଼ିକରେ ସମ୍ପୂର୍ଣ୍ଣ ଭାବେ ମାଗଣାରେ ଟିକା ଦିଆଯିବ। ପ୍ରଧାନମନ୍ତ୍ରୀ ଏ ସଂକ୍ରାନ୍ତରେ ଘୋଷଣା କରିବାର ତୁରନ୍ତ ପରେ ଜାତୀୟ କୋଭିଡ ଟିକାକରଣ କାର୍ଯ୍ୟକ୍ରମର ମାର୍ଗଦର୍ଶିକାରେ ଗତକାଲି ପରିବର୍ତ୍ତନ କରାଯାଇଛି। ସ୍ବାସ୍ଥ୍ୟ ମନ୍ତ୍ରଣାଳୟ…

Read More

ଭୁବନେଶ୍ବର, ରାଜ୍ୟରେ କରୋନା ସ୍ଥିତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଏକ ସମୀକ୍ଷା ବୈଠକ କରିଥିଲେ। ଏହି ବୈଠକରେ  ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବର୍ତ୍ତମାନ ରାଜ୍ୟରେ ଲକ୍‌ଡାଉନ ଜାରି ରହିଛି। କିନ୍ତୁ ଯେଉଁ ଜିଲ୍ଲା ଗୁଡିକରେ ସଂକ୍ରମଣ ହାର କମୁଛି, ସେଠାରେ ପଯ୍ୟାୟକ୍ରମେ ଅନ୍‌-ଲକ୍ ପ୍ରକ୍ରିୟା ଆରମ୍ଭ କରିବା ବିଷୟ ସରକାରଙ୍କ ବିଚରାଧୀନ ରହିଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ। ଫଳରେ ଜୁନ 17 ତାରିଖ ପରେ ଯେଉଁ ଜିଲ୍ଲାରେ ସଂକ୍ରାମଣ ସଂଖ୍ୟା ହ୍ରାସ ପାଇଛି ସେଗୁଡିକ କେବ ଅନ୍ ଲକ ହେବ। ଏହି ଆଲୋଚନାରେ ଅଂଶଗ୍ରହଣ କରି ମୁଖ୍ୟଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଥିଲେ ଯେ ବାତ୍ୟା ପ୍ରଭାବିତ ଅଞ୍ଚଳରେ କୋଭିଡ ସଂକ୍ରମଣରେ କୌଣସି ବୃଦ୍ଧି ଘଟି ନ ଥିବା ଆଶ୍ବସ୍ତିର ବିଷୟ । ରାଜ୍ୟରେ ପିଜିଟିଭିଟି ହାର କମି ଥିବାରୁ ICU ଓ ଅକ୍‌ସିଜେନ ସଂଯୁକ୍ତ ବେଡ୍ ଉପରେ ଚାପ ହ୍ରାସ ପାଇଛି । ଖୁବଶୀଘ୍ର…

Read More

ଭୁବନେଶ୍ବର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ଭିଡିଓ କନ୍‌ଫରେନ୍‌ସିଂ ଯୋଗେ ରାଜ୍ୟରେ କୋଭିଡ ପରିସ୍ଥିତି ସଂପର୍କରେ ସମୀକ୍ଷା କରିଥିଲେ । କୋଭିଡ ତୃତୀୟ ଲହରରେ ଶିଶୁମାନେ ଅଧିକ ପ୍ରଭାବିତ ହେବାର ଆଶଙ୍କା ସଂପର୍କରେ ବିଶେଷଜ୍ଞମାନେ ମତ ଦେଉଥିବାରୁ, ଏବେଠାରୁ ଏହାର ମୁକାବିଲା ପାଇଁ ପ୍ରସ୍ତୁତ ରହିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ପିଲାମାନଙ୍କ ପାଇଁ ସ୍ବତନ୍ତ୍ର କୋଭିଡ ଚିକିତ୍ସା ସୁବିଧାର ବିକାଶ, ଆବଶ୍ୟକ ଉପକରଣ ଏବଂ ଔଷଣ ମହଜୁଦ ରଖିବା ସଂଗେ ସଂଗେ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀମାନଙ୍କୁ ଶିଶୁ ରୋଗ ସଂପର୍କରେ ତାଲିମ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ତୃତୀୟ ଲହର ପାଇଁ ଗଠିତ Technical Task force committee ର ସୁପାରିଶ ଅନୁଯାୟୀ ଆଗୁଆ ପ୍ରସ୍ତୁତି କରିବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଥିଲେ। ବର୍ତ୍ତମାନ ରାଜ୍ୟରେ ଦୈନିକ ଟିକାକରଣ ଦେଢ ଲକ୍ଷ ଥିବାବେଳେ, ଏହାକୁ ୩ ଲକ୍ଷକୁ ବୃଦ୍ଧି କରିବା ପାଇଁ ମୁଖ୍ୟମନ୍ତ୍ରୀ…

Read More

ନୂଆଦିଲ୍ଲୀ: ପାଣି ପାଇଁ ୫ ବର୍ଷର ଶିଶୁ କନ୍ୟାଟିର ଛଟପଟ ହୋଇ ଜୀବନ ଚାଲିଯାଇଛି। ଏହା ସହ ଝିଅଟିର ଜେଜେମା’ ମଧ୍ୟ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ରାଜସ୍ଥାନର ଜାଲୋର ଜିଲ୍ଲାରେ ଏଭଳି ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ସୂଚନା ଅନୁଯାୟୀ, ଜାଲୋର ଜିଲ୍ଲା ଅନ୍ତର୍ଗତ ରାଣୀୱାଡ ଗ୍ରାମର ସୁଖୀ ନାମକ ଜଣେ ମହିଳା ଏବଂ ତାଙ୍କର ନାତୁଣୀ ମଞ୍ଜୁ (୫ ବର୍ଷ) ରୋଡ଼ା ଗାଁର ସମ୍ପର୍କୀୟଙ୍କ ଘରକୁ ଚାଲି ଚାଲି ଯାଉଥିଲେ। ରାସ୍ତାରେ ଉଭୟଙ୍କୁ ଶୋଷ ଲାଗିଥିଲା। କିନ୍ତୁ ପାଖାପାଖି ଅଞ୍ଚଳରେ ସେମାନଙ୍କୁ ପାଣି ମିଳିଲା ନାହିଁ। ଫଳରେ ଉଭୟ ଗୁରୁତର ହୋଇପଡିଥିଲେ। ସ୍ଥାନୀୟ କିଛି ଲୋକ ଉଭୟଙ୍କୁ ଅଚେତ ଅବସ୍ଥାରେ ଦେଖି ତୁରନ୍ତ ଗାଁର ସରପଞ୍ଚଙ୍କୁ ସୂଚନା ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟଙ୍କୁ ଉଦ୍ଧାର କରିଥିଲା। ସେଠାରେ ପୋଲିସ ସେମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଚିକିତ୍ସା ପାଇଁ ହସ୍ପିଟାଲକୁ ପଠାଇ ଦେଇଥିଲା। ହେଲେ…

Read More

କନ୍ଦର୍ପ ବେହେରା ନାକଟିଦେଉଳ: ରେଢାଖୋଲ ଡାକ୍ତରଖାନାକୁ ଓଡିଶା ସାମ୍ବାଦିକ ୟୁନିୟନ ତରଫରୁ ଏକ ଅକ୍ସିଜେନ୍ କନସେନ ଟ୍ରେଟର ପ୍ରଦାନ କରାଯାଇଛି। ନାକଟିଦେଉଳ ଅଂଚଳରେ ଯେଉଁ ରୋଗୀମାନେ ଅମ୍ଳଜାନ ପାଇପାରିବେ ନାହିଁ ସେମାନଙ୍କୁ ଏହି ସୁବିଧା ଯୋଗାଇ ଦିଆଯିବ ବୋଲି ସାମ୍ବାଦିକ ସଂଘର ସଭାପତି ରମାକାନ୍ତ ମହାନନ୍ଦ ପ୍ରକାଶ କରିଛନ୍ତରି। ସଂଘ ତରଫରୁ ନାକଟିଦେଉଳ ଡାକ୍ତରଖାନାର ଅଧିକ୍ଷକ ଡା. ଅମୂଲ୍ୟରତ୍ନ ମହନ୍ତ ଓ ଡାକ୍ତର ମାନସ ଉଦୟ ରଞନ ସାହୁଙ୍କୁ ଅକ୍ସିଜେନ୍ କନରେନ୍‌ଟ୍ରେଟର ପ୍ରଦାନ କରାଯାଇଥିଲା। ଏହି ପ୍ରଦାନ ଦିବସରେ ନାକଟିଦେଉଳ ବିଡିଓ ବିବେକାନନ୍ଦ ସାହୁ ଉପସ୍ଥିତ ରହି ସାମ୍ବାଦିକ ସଂଘର ଏଭଳି ଉଦ୍ୟମକୁ ଭୂୟସୀ ପ୍ରଶଂସା କରିଥିଲେ। ଆଗାମୀ ଦିନରେ ବାସୁ ଫାଉଣ୍ଡେସନ୍, ବ୍ରଜରାଜନଗର ତରଫରୁ କରୋନା ରୋଗୀମାନଙ୍କ ଅଧିକ ସୁବିଧା ପାଇଁ ଅକ୍ସିଜେନ୍ ବ୍ୟାଙ୍କର ସୁବିଧା କରାଯିବ ବୋଲି ସଂଘକୁ ଦାୟିତ୍ୱ ଦିଆଯାଇଛି ବୋଲି ସଂଘ ତରଫରୁ ସୂଚନା ଦିଆଯାଇଥିଲା। ରେଢାଖୋଲ ଓୟୁଜେ ଶାଖାର ସଭାପତି ରମାକାନ୍ତ ମହାନନ୍ଦ ,…

Read More

ସୀତାରାମ ଅଗ୍ରୱାଲ ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀରେ କରୋନା ସଂକ୍ରମଣ ଲଗାତାର ଭାବେ ନିମ୍ନଗାମୀ ହେଉଛି। ଆଜି ଉକ୍ତ ନିର୍ବାଚନମଣ୍ଡଳୀରେ ୨୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ୨୫ ଜଣଙ୍କ ମଧ୍ୟରୁ ବାଣପୁର ବ୍ଲକରେ ୬ ଜଣ, ଚିଲିକା ବ୍ଲକରେ ୧୨ ଜଣ ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୫ ଜଣ ଏବଂ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି ୩୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସୁସ୍ଥ ୩୩ ଜଣଙ୍କ ମଧ୍ୟରୁ ବାଣପୁର ବ୍ଲକରୁ ୧୫ ଜଣ, ଚିଲିକା ବ୍ଲକରୁ ୧୨ ଜଣ, ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୪ ଜଣ ଏବଂ ବାଲୁଗାଁ ବିଜ୍ଞାପିତ ଅଞ୍ଚଳରୁ ୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଆଜି ସୁଦ୍ଧା ବାଣପୁର ବ୍ଲକରେ ୧୨୨ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଥିବା ବେଳେ ବାଣପୁର…

Read More

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୬୬୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୬୬୧ ଆକ୍ରାନ୍ତଙ୍କ ମଧ୍ୟରୁ ୧୫୬ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୫୦୫ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୧ ହଜାର ୫୭୦ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୧୩୫୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୭୩ ହଜାର ୯୬୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୭ ହଜାର ୨୨୨ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୩୬୨ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Read More

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୮ ହଜାର ୮୩୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୧୦୯୫, କଟକରୁ ୯୫୬, ସୁନ୍ଦରଗଡରୁ ୫୯୦, ଯାଜପୁରରୁ ୪୯୯, ଅନୁଗୁଳରୁ ୪୯୦, ଭଦ୍ରକରୁ ୪୬୨, ମୟୂରଭଞ୍ଜରୁ ୪୫୩, ପୁରୀରୁ ୪୦୫, କେନ୍ଦ୍ରାପଡାରୁ ୩୮୪, ବୌଦ୍ଧରୁ ୩୧୦, କଳାହାଣ୍ଡିରୁ ୩୧୦, ବରଗଡରୁ ୨୭୬, ନୟାଗଡରୁ ୨୭୩, ଜଗତସିଂହପୁରରୁ ୨୪୨, କୋରାପୁଟରୁ ୨୦୬, ନବରଙ୍ଗପୁରରୁ ୧୯୭, କେନ୍ଦୁଝରରୁ ୧୯୬, ସୋନପୁରରୁ ୧୪୦, ସମ୍ବଲପୁରରୁ ୧୨୬, ବଲାଙ୍ଗୀରିରୁ ୧୧୮, ଝାରସୁଗୁଡାରୁ ୧୦୮, ଗଞ୍ଜାମରୁ ୧୦୫, ମାଲକାନାଗିରିରୁ ୧୦୪, ବାଲେଶ୍ବରରୁ ୧୦୧, ଢେଙ୍କାନାଳାରୁ ୯୦,ଗଜପତିରୁ ୮୬, କନ୍ଧମାଳରୁ ୮୬, ରାୟଗଡାରୁ ୮୫, ଦେବଗଡରୁ ୬୪, ନୂଆପଡାରୁ ୫୨ ଏବଂ ଷ୍ଟେଟ ପୁଲରୁ ୨୨୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୭ ଲକ୍ଷ…

Read More

ଭୁବନେଶ୍ବର, ଓଡିଶାର ଗଣପର୍ବ ହେଉଛି ରଜ। ଏହା କାହିଁ କେଉଁ କାଳରୁ ଓଡିଶାର ସଂସ୍କୃତି ସହିତ ଜଡିତ ହୋଇ ରହିଛି। ହେଲେ ଏହି ପର୍ବର ବନାନକୁ ନେଇ ଗତ କିଛି ବର୍ଷ ଧରି ଭୁଲ ଲେଖାଯାଉଛି। ଯାହାକୁ ନେଇ ସ୍ବର ଉଠାଇଛନ୍ତି ସାମ୍ବାଦିକ ସୌମ୍ୟା ପରିଡା ଏବଂ ସ୍ତମ୍ଭକାର ରୁଦ୍ର ପ୍ରସାଦ ରଥ। ଗତ ତିନି ବର୍ଷ ଧରି ସେମାନେ ସୋସିଆଲ ମିଡିଆରେ ଏହି କ୍ୟାମ୍ପନ କରୁଛନ୍ତି। କେତେକ ସଂସ୍ଥା ସେମାନଙ୍କର ରଜ ସମୟର ବିଜ୍ଞାପନରେ ରଜୋ ଲେଖି ପ୍ରକାଶିତ କରିଥାନ୍ତି। ଏହାକୁ ଦେଖି ଅନେକ ମଧ୍ୟ ସେହି ରଜୋ ଶଦ୍ଦକୁ ବ୍ୟବହାର କରିଥାନ୍ତି। ଏହାର କାରଣରେ କୁହାଯାଉଛି ଯେ ରଜକୁ ଅନେକ ଇଂରାଜୀରେ Rajo ବୋଲି ଲେଖିଥାନ୍ତି। ତାହା ଓଡିଆରେ ରଜୋ ବୋଲି ଉଚ୍ଚାରଣ ହୋଇଥାଏ । ସେଥିପାଇଁ ଯେଉଁମାନେ ଓଡିଆ ସଂସ୍କୃତି ସହିତ ପରିଚିତ ନ ଥାନ୍ତି ସେମାନେ ଏହାକୁ ରଜୋ ବୋଲି ଲେଖିଥାନ୍ତି। ତେବେ ଏହା ସଂପୂର୍ଣ୍ଣ…

Read More

ରମେଶ ମହାନ୍ତି ଜଗତସିଂହପୁର: ତିର୍ତ୍ତୋଲ ବ୍ଳକ ଅନ୍ତର୍ଗତ ମଣିଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ମୁଖ୍ୟ ଗେଟ୍ ନିକଟସ୍ଥ କଟକ-ପାରାଦ୍ବୀପ ମୁଖ୍ୟ ରାସ୍ତା କଡରେ ଉଲଗ୍ନ ହୋଇ ବସିଥିବା ଜଣେ ଅଜଣା ମାନସିକ ବିକାରଗ୍ରସ୍ତ ବ୍ୟକ୍ତିଙ୍କୁ ସହାୟ ହେଲେ ସ୍ଥାନୀୟ ଔଷଧ ଦୋକାନୀମାନେ। ନୂଆକରି ମଣିଜଙ୍ଗା ବଜାରରେ ବୁଲୁଥିବା ଏହି ମାନସିକ ବିକାରଗ୍ରସ୍ତ ବ୍ୟକ୍ତି ଜଣକ ମଣିଜଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ନିକଟସ୍ଥ କଟକ-ପାରାଦ୍ବୀପ ରାସ୍ତା କଡରେ ଉଲଗ୍ନ ହୋଇ ମୁର୍ମୁଷ ଅବସ୍ଥାରେ ବସିଥିବା ବେଳେ ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତଚିହ୍ନ ରହିଥିବା ଦେଖି ସ୍ଥାନୀୟ କିଛି ଔଷଧ ଦୋକାନୀ ସାଇ ମେଡିସିନ୍ ଷ୍ଟୋର୍ ଦେୱାନ ନାଥ, ଜଗନ୍ନାଥ ମେଡିସିନ୍ ଷ୍ଟୋର୍ ପ୍ରିତମ୍ ରାୟ(ଟୁବୁ),ମହାବୀର ମେଡ଼ିସିନ୍ ଷ୍ଟୋର୍ ମନୋଜ୍ ସାହୁ, ସ୍ୱସ୍ଥି ମେଡ଼ିସିନ୍ ଷ୍ଟୋର୍ ସଞ୍ଜିତ୍ ରାୟ, ପ୍ରଦ୍ୟୁମ୍ନ ପଶାୟତ୍ ପ୍ରମୁଖ ଦୁଃଖ ପ୍ରକାଶ କରିବା ସହିତ ଉଲଗ୍ନ ହୋଇ ବସିଥିବା ଉକ୍ତ ମାନସିକ ବିକାରଗ୍ରସ୍ତ ବ୍ୟକ୍ତିକୁ କିଛି ବସ୍ତ୍ର ଆଣି ପିନ୍ଧାଇଦେବା ସହିତ…

Read More

ଭୁବନେଶ୍ୱର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ରିଲିଫ୍ ପାଣ୍ଠିରୁ କରୋନାର ଦ୍ୱିତୀୟ ଲହରରେ କ୍ଷତିଗ୍ରସ୍ତ ହୋଇଥିବା ସହରାଞ୍ଚଳ ଉଠାଦୋକାନୀ ମାନଙ୍କ ପାଇଁ ୨୬ କୋଟି ୨୯ ଲକ୍ଷ ୭୧ ହଜାର ଟଙ୍କା ମଞ୍ଜୁର କରିଥିବାରୁ ଓଡ଼ିଶା ଉଠାଦୋକାନୀ ମହାସଂଘର ରାଜ୍ୟ ସଭାପତି ପ୍ରତାପ କୁମାର ସାହୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି ଯେ, ଫନି ସମୟରେ ଉଠାଦୋକାନୀମାନଙ୍କୁ ୧୦ ହଜାର ଟଙ୍କା, କରୋନାର ପ୍ରଥମ ଲହରରେ ଉଠାଦୋକାନୀମାନଙ୍କୁ ୩ ହଜାର ଟଙ୍କା ପ୍ରଦାନ କରିଥିଲେ । ଏବେ କରୋନାର ଦ୍ୱିତୀୟ ଲହରରେ ୮୭ ହଜାର ୬ଶହ ୫୬ଜଣ ଉଠାଦୋକାନୀ ମାନଙ୍କୁ ଆର୍ଥିକ ପ୍ରୋତ୍ସାହନ ଦେବା ପାଇଁ ଘୋଷଣା କରିଛନ୍ତି । ଏଥିପାଇଁ ସଂଘ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ପ୍ରଦାନ କରାଯାଇଛି।

Read More

ସୀତାରାମ ଅଗ୍ରୱାଲ ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ବ୍ଲକ ଦାମିଆ ବରବରା ପଞ୍ଚାୟତର ବିଭିନ୍ନ ଗ୍ରାମରେ ପୋଲିସ ଏବଂ ଅବକାରୀ ବିଭାଗ ପକ୍ଷରୁ ଦେଶୀ ମଦ ଭାଟି ଉପରେ ମିଳିତ ଚଢ଼ାଉ କରାଯାଇଥିଲା। ଦାମିଆ ବରବରାର କୋଷରଡ଼ା ଏବଂ ପ୍ରଧାନ ସାହି ଗ୍ରାମରେ ଆଜି ସକାଳ ୭ ଘଟିକାରୁ ପୂର୍ବାହ୍ନ ୧୧ ଘଟିକା ଯାଏଁ ଉକ୍ତ ଚଢ଼ାଉ ଜାରି ରହିଥିଲା। ଖୋର୍ଦ୍ଧା ଜିଲ୍ଲା ଅବକାରୀ ଉପ ଅଧିକ୍ଷିକା ସୁମିତ୍ରା ଓରାମ ଏବଂ ବାଣପୁର ପୋଲିସ ଏସ ଆଈ ପ୍ରସନ୍ନ ଜେନାଙ୍କ ମିଳିତ ନେତୃତ୍ବରେ ଉକ୍ତ ଚଢାଉ କାର୍ଯ୍ୟ ଆରମ୍ଭ ହୋଇଥିଲା। ଚଢାଉ ସମୟରେ ମୋଟ ୬ ହଜାର ଲିଟର ଦେଶୀ ମଦ ପୋଚ ଏବଂ ୧୭୫ ଲିଟର ରନ୍ଧା ମଦ ଜବତ କରି ନଷ୍ଟ କରିଦିଆଯାଇଛି। ଉକ୍ତ ଚଢାଉରେ ବାଣପୁର ଅତିରିକ୍ତ ତହସିଲଦାର ପ୍ରମୋଦ ପାଢ଼ୀ, ବାଲୁଗାଁ ଅବକାରୀ ସବ ଇନ୍ସପେକ୍ଟର ମନୋଜ କୁମାର ବାରିକ, ଟାଙ୍ଗୀ ଅବକାରୀ…

Read More

ଭୁବନେଶ୍ୱର, କରୋନାର ୨ୟ ଲହର ସାରା ଦେଶକୁ କବଳିତ କରିଥିବା ସମୟରେ କେନ୍ଦ୍ରର ମୋଦୀ ସରକାର ଲଗାତାର ଭାବେ ପେଟ୍ରୋଲ ଓ ଡିଜେଲର ଦରବୃଦ୍ଧି କରିବାରେ ଲାଗିଛନ୍ତି। ଦେଶର କେତେକ ଅଂଚଳରେ ପେଟ୍ରୋଲ ଓ ଡିଜେଲର ଦର ଲିଟର ପ୍ରତି ୧୦୦ ଟଙ୍କା ପାର ହୋଇଛି ଓ ଜନସାଧାରଣଙ୍କୁ ଏହା ଅତ୍ୟନ୍ତ ପୀଡ଼ାଦାୟକ ହୋଇଛି, ଯାହାଦ୍ବାରା ଘରୋଇ ସାମଗ୍ରୀ ଓ ନିତ୍ୟ ବ୍ୟବହୃତ ଖାଦ୍ୟ ସାମଗ୍ରୀର ଦର ଆକାଶଛୁଆଁରେ ପହଂଚିଛି । ଏହା ବିରୋଧରେ ପ୍ରଦେଶ କଂଗ୍ରେସ କରିବ ବିକ୍ଷୋଭ। ଆଜି ଏକ ପ୍ରେସ ବିଜ୍ଞପ୍ତିରେ କଂଗ୍ରେସ ତରଫରୁ ଏହା କୁହାଯାଇଛି। କଂଗ୍ରେସ କହିଛି ଯେ, ଅଖିଳ ଭାରତ କଂଗ୍ରେସ କମିଟିର ନିର୍ଦେଶ ମୁତାବକ ଜୁନ ୧୧ ତାରିଖ ଶୁକ୍ରବାରରେ ଏହି ବିକ୍ଷୋଭ କରାଯିବ। ସେଦିନ ସକାଳ ୭ ଟାରୁ ୧୧ ଟା ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସହରାଂଚଳ ଓ ଗ୍ରାମାଚଂଳର ପେଟ୍ରୋଲ ପମ୍ପ ଆଗରେ ସାଂକେତିକ ଭାବେ ଧାରଣା ଓ…

Read More

କନ୍ଦର୍ପ ବେହେରା ନାକଟିଦେଉଳ: ରାତିରେ ଶୋଇଥିବା ସମୟରେ ୨ ଭଉଣୀକୁ ସାପ କାମୁଡିବା ଭଳି ଦୁଃଖଦ ଘଟଣା ଘଟିଛି କିସିଣ୍ଡା ଥାନା ହିରାଲୋଇ ଗ୍ରାମରେ। ସୂଚନାରୁ ପ୍ରକାଶ ଯେ, କିସିଣ୍ଡା ଥାନା ହିରାଲୋଇ ଗ୍ରାମର ଆଶ୍ରିତା ସୋରେନ୍ ଙ୍କ ଝିଅ ଲଳିତା ସୋରେନ୍ (୯ବର୍ଷ), ଓ ଶୁଶ୍ମିତା ସୋରେନ୍ (୧୧ବର୍ଷ) ରାତିରେ ଶୋଇଥିବା ବେଳେ କୈାଣସି ଏକ ବିଷଧର ସାପ ୨ ଭଉଣୀକୁ କାମୁଡି ଦେଇଥିଲା। ରାତି ସମୟରେ ଗାଡିର ସୁବିଧା ହୋଇ ନ ପାରିବାରୁ ସେମାନେ ଡାକ୍ତରଖାନକୁ ନେବାରେ ବିଳମ୍ବ ହେବାରୁ ୨ ଭଉଣୀ ମୃତ୍ୟୁ ବରଣ କରିଥିଲେ। ସକାଳୁ ସକାଳୁ ରେଢାଖୋଲ ଡାକ୍ତରଖାନାକୁ ଆଣିଥିଲେ। ଶବ ବ୍ୟବଚ୍ଛେଦ ପରେ ସେମାନଙ୍କ ଶବକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ସରକାରଙ୍କ ତରଫରୁ ଆବଶ୍ୟକ ସାହାଯ୍ୟ ପ୍ରଦାନ କରାଯିବ ବୋଲି ନାକଟିଦେଉଳ ବିଡିଓ ବିବେକାନନ୍ଦ ସାହୁ ପ୍ରକାଶ କରିଛନ୍ତି।

Read More

ଭୁବନେଶ୍ୱର: ପରିବାରର କେହି କରୋନା ସଂକ୍ରମିତ ହୋଇଗଲେ ଆମେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ନେଇ ବ୍ୟତିବ୍ୟସ୍ତ ହୋଇଉଠୁଛୁ। ଏହି ଅଦୃଶ୍ୟ ଶତ୍ରୁ ଦ୍ୱାରା କବଳିତ ହେବା ପରେ ସେହି ଆତ୍ମିୟ ଜଣଙ୍କ ପାଖରେ ଯଦି କେହି ନିଜ ଲୋକ ରହିପାରିବା ସମ୍ଭବପର ନ ହୁଏ, ତେବେ ଉଭୟ ସଂକ୍ରମିତ ଏବଂ ପରିବାର ସଦସ୍ୟଙ୍କ ମନୋବଳ ଭାଙ୍ଗିପଡ଼ିଥାଏ। ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା ନେଇ ପରିବାର ବର୍ଗ ବିବ୍ରତ ହୋଇପଡ଼ନ୍ତି। ତେବେ ସଂକ୍ରମିତ ବ୍ୟକ୍ତିଙ୍କର ପରିବାର ଲୋକେ ରାଜ୍ୟ ବାହାରେ ଥାଆନ୍ତୁ ଅଥବା ଦେଶ ବାହାରେ ସେମାନଙ୍କର ଚିକିତ୍ସା ଏବଂ ଯତ୍ନ ଖୁବ ସୁଚାରୁରୂପେ ତୁଲାଇଥାନ୍ତି ସମ୍ କୋଭିଡ ହସ୍ପିଟାଲ୍ ଏବଂ ସମ୍ ଅଲ୍ଟିମେଟ ମେଡିକେୟାର। ଖାଲି ସେତିକି ନୁହେଁ ସେମାନଙ୍କ ପରିବାର ଲୋକଙ୍କୁ ମଧ୍ୟ ନିରନ୍ତର ସଂପୃକ୍ତ ରୋଗୀଙ୍କର ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ସମସ୍ତ ସୂଚନା ପ୍ରଦାନ କରିବା ସହ ଭିଡିଓ କଲ୍ ଦ୍ୱାରା ପରିବାର ସହ ଯୋଡିଥାନ୍ତି। ଗତ ଏପ୍ରିଲ୍ ମାସ ୨୬ ତାରିଖରେ କରୋନା…

Read More

କଟକ, ଆପଣ ଟିକା ନେବା ପରେ କେନ୍ଦ୍ର ସରକାରଙ୍କ ତରଫରୁ ଏକ ସାର୍ଟିଫିକେଟ୍ ବା ପ୍ରମାଣପତ୍ର ଆସିବ। ତାହାକୁ ଡାଉନଲୋଡ କରି ଆପଣ ଆପଣଙ୍କର ପାଖରେ ରଖନ୍ତୁ। କେବେ ହେଲେ ଏହି ସାର୍ଟିଫିକେଟକୁ ଆପଣଙ୍କ ସୋସିୟାଲ ମିଡିଆରେ ସେୟାର କରନ୍ତୁ ନାହିଁ। ଏହିପରି ସତର୍କ କରାଇଛି କଟକ କମିଶନରେଟ ପୋଲିସ। ପୋଲିସ ତରଫରୁ କୁହାଯାଇଛି, ଏହି ଟିକା ସାର୍ଟିପିକେଟରେ ଏକ QR କୋଡ ରହିଛି। ଏହି କୋର୍ଡଟି ସୋସିଆଲ ମିଡିଆରେ ସେୟାର ହେଲେ ହୁଏତ କିଛି ଅସୁବିଧା ହୋଇପାରେ। କାରଣ ଏହି QR କେତେକ ଲୁକାୟିତ ତଥ୍ୟ ରଖାଯାଇଛି। ଏହା ସାଇବର ହାକରମାନେ ପାଇଗଲେ ସେମାନେ ହୁଏତ ବ୍ଲାକ ମେଲିଂ କରିପାରନ୍ତି। ସେଥିପାଇଁ ଏହାକୁ ସେୟାର ନ କରିବା ପାଇଁ ପୋଲିସ ତରଫରୁ ସତର୍କ କରାଯାଇଛି।

Read More

ଭୁବନେଶ୍ବର, ବର୍ତ୍ତମାନ ପରିସ୍ଥିତିରେ UG ଏବଂ PG ପରୀକ୍ଷା କିପରି ହେବ ସେ ନେଇ କୁଳପତିଙ୍କ ବୈଠକ ଡକାଯାଇଛି। ଭିଡିଓକନଫ୍ରେସିଂରେ ଏହି ବୈଠକ ଆସନ୍ତା 12 ତାରିଖରେ ବସିବ ବୋଲି ନିଷ୍ପତି ହୋଇଛି। ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ବୈଠକରେ କୁଳପତିଙ୍କ ମତାମତ ନିଆଯିବ। ସେହିପରି ଲକଡାଉନ ସମୟରେ ଛାତ୍ରଛାତ୍ରୀଙ୍କ ପାଠପଢା ନେଇ ମଧ୍ୟ ବିସ୍ତୁତ ଆଲୋଚନା କରାଯିବ।

Read More

ବଲାଙ୍ଗିର, କରୋନା ସମୟରେ ବର୍ତ୍ତମାନ ତଳ ସ୍ତର ଲୋକମାନେ ଜୀବନଧାରଣ ବଡ ସମସ୍ୟା ହୋଇପଡିଛି। ଲକଡାଉନରେ ଦୋକାନ ବଜାର ବନ୍ଦ ଥିବାରୁ ଜୀବନ ଭିତରେ ଜୀବିକା ବଡ ଅସହାୟ ହୋଇପଡିଛି। ଏପରି ପରିସ୍ଥିତିରେ ବଲାଙ୍ଗିର ମ୍ୟୁନିସପାଲଟ ତରଫରୁ କୁଷ୍ଠ ରୋଗାକ୍ରାନ୍ତଙ୍କୁ ସହାୟତା ପ୍ରଦାନ କରାଯାଇଛି। ଆଜି ମ୍ୟୁନିସପାଲଟ ତରଫରୁ ଅଧିକାରୀମାନେ ସହରରେ ଥିବା ଲେପରସି କଲୋନୀକୁ ଯାଇ ସେଠାରେ ଶୁଖିଲା ଖାଦ୍ୟ ପ୍ରଦାନ କରିଛନ୍ତି। ସେଠାରେ ବାସ କରୁଥିବା ପ୍ରାୟ 30ଟି ପରିବାରଙ୍କୁ ଏହି ସହାୟତା ଯୋଗାଇ ଦିଆଯାଇଛି।

Read More

କଟକ, ଭିଜିଲାନସ ନିର୍ଦ୍ଦେଶକ ଦେବାଶୀଷ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର ହେବାରେ ଲାଗିଛି। ଫଳରେ ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ଆଜି ଏୟାରଲିଫ୍ଟରେ କୋଲକାତା ନିଆଯାଇଛି। ସେ ଗତ 29 ତାରିଖରେ କରୋନା ଆକ୍ରାନ୍ତ ହୋଇ କଟକସ୍ଥିତ ଅଶ୍ବନୀ ହସପିଟାଲରେ ଭର୍ତ୍ତି ହୋଇଥିଲେ। ହେଲେ ଗତ କିଛିଦିନ ତଳେ ସେ ଗୁରୁତର ହୋଇପଡିଥିଲେ। ଫଳରେ ଗତକାଲି ତାଙ୍କୁ ଏୟାରଲିଫ୍ଟରେ କୋଲକାତା ନେବାର ଥିଲା। ହେଲେ ତାହା ସମ୍ଭବ ହୋଇପାରି ନ ଥିଲା। ଆଜି ମଧ୍ୟାହ୍ନରେ ତାଙ୍କୁ ଏକ ସ୍ବତନ୍ତ୍ର ଆମ୍ବୁଲାନସରେ କଟକ ଅଶ୍ବନୀ ହସପିଟାଲରୁ ଏୟାରପୋର୍ଟ ନିଆଯାଇଥିଲା। ସେଥିପାଇଁ ପୋଲିସ ତରଫରୁ ରାସ୍ତା ସାରା ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା।

Read More

ଭୁବନେଶ୍ବର, କୋଭିଡ ଲହର ଜନଜୀବନକୁ ଗଭୀର ଭାବରେ ପ୍ରଭାବିତ କରିଛି। ଜୀବନଜୀବିକା ଉପରେ ଏହାର ପ୍ରଭାବ ସର୍ବାଧିକ। ସଂକ୍ରମଣ ନିୟନ୍ତ୍ରଣ ପାଇଁ କରାଯାଇଥିବା ଲକଡାଉନ ଯୋଗୁ ସହରାଞ୍ଚଳର ଉଠାଦୋକାନୀଙ୍କ ମାନେ ଆର୍ଥିକ ଦୃଷ୍ଟିରୁ କ୍ଷତିଗ୍ରସ୍ତ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ବିଭିନ୍ନ ସହରାଞ୍ଚଳର ଉଠାଦୋକାନୀଙ୍କ ଭାବରେ ଜୀବିକା ନିର୍ବାହ କରୁଥିବା ବ୍ୟକ୍ତି ମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨୬ କୋଟି ୨୯ ଲକ୍ଷ ୭୧ ହଜାର ଟଙ୍କା ମଂଜୁର କରିଛନ୍ତି । ଏହାଦ୍ବାରା ରାଜ୍ୟର ୮୭ ହଜାର ୬୫୭ ଜଣ ଉଠାଦୋକାନୀ ଉପକୃତ ହେବେ ।

Read More

ନୂଆଦିଲ୍ଲୀ, ବିଭିନ୍ନ ଦେଶରେ ପ୍ରଦାନ କରାଯାଉଥିବା ଟିକା କେଉଁଠି ଗୋଟିଏ ଡୋଜ ତ କେଉଁ ଦୁଇଟି ଡୋଜ ଦିଆଯାଉଛି। ହେଲେ ବର୍ତ୍ତମାନ ଗବେଷକମାନେ ତିନୋଟି ଡୋଜ ଟିକା ପ୍ରଚଳନ କରିବାକୁ ଚିନ୍ତା କଲେଣି। କାରଣ ବିଦେଶରେ ଯେଉଁ କରୋନା ଷ୍ଟ୍ରେନ ସୃଷ୍ଟି ହୋଇଛି ସେଥିରେ ବୟସ୍କମାନଙ୍କ ପାଇଁ ଦୁଇଟି ଡୋଜ ଟିକା ଯଥେଷ୍ଠ ନୁହେଁ ବୋଲି ଜଣାପଡିଛି। ଗବେଷକଙ୍କ ମତରେ ବୟସ୍କଙ୍କ ଦେହରେ ରୋଗ ପ୍ରତିରୋଧକ ଶକ୍ତି ଶିଘ୍ର ହ୍ରାସ ପାଇଯାଇଥାଏ। ବର୍ତ୍ତମାନ କରୋନାର ଯେଉଁ ନୂଆ ନୂଆ ଷ୍ଟ୍ରେନ ବାହାରୁଛି ସେଥିରେ ଏହି ଦୁଇଟି ଡୋଜ ବୟସ୍କଙ୍କ ପାଇଁ ଯଥେଷ୍ଠ ହୋଇପାରୁ ନାହିଁ। କେତେକ ଦେହରେ ଆଣ୍ଟିବଡି ପରୀକ୍ଷା କରି ଗବେଷକମାନେ ଏହି କଥା ଜାଣିବାକୁ ପାଇଛନ୍ତି। ସେଥିପାଇଁ ବସସ୍କଙ୍କୁ ତିନୋଟି ଡୋଜ ଟିକା ଦେବାର ଆବଶ୍ୟକତା ରହିଛି ବୋଲି ସେମାନେ କହିଛନ୍ତି। ଏହି ଗବେଷଣାରୁ ଜଣାପଡିଛି ଯେ ଭାରତରେ ଯେଉଁ ଡେଲଟା ଷ୍ଟ୍ରେନ ରହିଛି ତାହା ବିଦେଶରେ ବେଶ…

Read More