Author: Samikhsya Bureau

ଭୁବନେଶ୍ବର: ଆଜି ସଂଧ୍ୟାରେ ଭୁବନେଶ୍ବରର ବିମାନ ବନ୍ଦରରେ ପହଞ୍ଚିଛନ୍ତି ଉଭୟ ଭାରତ ଓ ଇଂଲଣ୍ଡର ଖେଳାଳୀ। ଏକ ସ୍ବତନ୍ତ୍ର ବିମାନରେ ସେମାନେ ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ କଡା ସୁରକ୍ଷା ମଧ୍ୟରେ ମୋ ଫାୟାର ହୋଟେଲକୁ ନିଆଯାଇଥିଲା। ସେଠାରେ ତାଙ୍କୁ ଭବ୍ୟ ସ୍ବାଗତ ପ୍ରଦାନ କରାଯାଇଥିଲା। ହୋଟେଲ ବାହାରେ ଓଡିଶାର ଲୋକନୃତ୍ୟ ଶିଳ୍ପୀମାନେ ସେମାନଙ୍କ ନୃତ୍ୟରେ ଖେଳାଳୀମାନଙ୍କୁ ସ୍ବାଗତ କରିଥିଲେ। ସେହିପରି ହୋଟେଲ ପ୍ରବେଶ ପଥରେ ତାଙ୍କୁ ଫୁଲ ଚନ୍ଦନ ଦେଇ ସ୍ବାଗତ କରାଯାଇଥିଲା। ଆଜି ଉଭୟ ଦଳ ସେଠାରେ ବିଶ୍ରାମ କରିବା ପରେ ଆସନ୍ତାକାଲି ବାରବାଟୀ ଷ୍ଟାଣ୍ଡିୟମକୁ ଅଭ୍ୟାସ ପାଇଁ ଯିବେ। ଖେଳାଳୀମାନଙ୍କ ପାଇଁ କମିଶନେରଟ ପୋଲିସ ତରଫରୁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଖେଳାଳୀଙ୍କ ସୁରକ୍ଷା ପାଇଁ ୨୦୦ ପୋଲିସ ଅଧିକାରୀଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ୫୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି। ସେହିପରି ଆସନ୍ତାକାଲି କଟକ ଯିବା ବେଳେ ରାସ୍ତାର ଉଭୟ ପାର୍ଶ୍ବରେ ପୋଲିସ ମୁତୟନ…

Read More

ଭୁବନେଶ୍ବର: ଆଜି ନୟାଗଡ଼ ପି.ଟି.ଏସ୍ ଗ୍ରାଉଣ୍ଡ ଠାରେ ପ୍ରଥମ ବ୍ୟାଚ଼୍ ଅବକାରୀ ସିପାହୀ ପ୍ରଶିକ୍ଷାର୍ଥୀଙ୍କର ଦୀକ୍ଷାନ୍ତ ସମାରୋହରେ ମୁଖ୍ୟଅତିଥି ଭାବେ ଆଇନ, ପୂର୍ତ୍ତ‌ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚ଼ନ୍ଦନ ଯୋଗ ଦେଇ ଉଦବୋଧନ ପ୍ରଦାନ କରିଥିଲେ। ଅବକାରୀ ସିପାହୀ ମାନେ ହେଉଛନ୍ତି ଅବକାରୀ ବିଭାଗ ର ମେରୁଦଣ୍ଡ ସଦୃଶ।ଅବକାରୀ ସିପାହୀ ମାନଙ୍କର ସମାଜରେ ଏକ ପ୍ରମୁଖ ଭୂମିକା ରହିଛି।ଅବକାରୀ ପ୍ରଶାସନର ସମ୍ପୂର୍ଣ୍ଣ କାର୍ଯ୍ୟ ଅବକାରୀ ଷ୍ଟେସନର ଅଧିକାରୀଙ୍କ ଦକ୍ଷତା,ପ୍ରତିବଦ୍ଧତା, ବୃତ୍ତିଗତତା ଏବଂ ସାଧୁତା ଉପରେ ନିର୍ଭର କରେ।ଏକ ଷ୍ଟେସନରେ ନିଯୁକ୍ତ ଅବକାରୀ ସିପାହୀ ଅନୁଭବ କରିବା ଉଚିତ ଯେ ଅବକାରୀ ଆଇନ ଅନୁଯାୟୀ ବ୍ୟବସ୍ଥାର ସଫଳ କାର୍ଯ୍ୟାନ୍ଵୟନ ପାଇଁ ସମାଜରେ ତାଙ୍କର ଅଂଶଗ୍ରହଣ ଅତ୍ୟନ୍ତ ଜରୁରୀ। ଏହା ଅବକାରୀ ଆଇନ ଏବଂ ନିୟମ ଅନୁଯାୟୀ ବିଭିନ୍ନ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିବା ସମୟରେ ସାଧାରଣ ଜନତାଙ୍କଠାରୁ ପ୍ରମୁଖ ସହଯୋଗ ହାସଲ କରିବ ଉଚିତ। ଓଡ଼ିଶା ପ୍ରଦେଶରେ ବେଆଇନ ମଦ,ଗଞ୍ଜେଇ ଓ…

Read More

ଭୁବନେଶ୍ବର: ବର୍ତ୍ତମାନ ଟୋଲଗେଟରେ କେବଳ ଟୋଲ ଆଦାୟ ନୁହେଁ, ଆପଣଙ୍କ ଗାଡିର ସମସ୍ତ ବିବରଣୀ ଠିକ ଅଛି କି ନାହିଁ ଯାଞ୍ଚ ହେଉଛି। ପୂର୍ବରୁ ପରମିଟ ଟିକସ ଆଦି ଯାଞ୍ଚ ହେଉଥିଲା। ହେଲେ ଚଳିତ ଫେବୃୟାରୀ 1 ତାରିଖରୁ ଗାଡିର ବୀମା ଅଛି କି ନାହିଁ ତାହା ମଧ୍ୟ ଯାଞ୍ଚ ହେଉଛି। ଏ ନେଇ ରାଜ୍ୟରେ ଥିବା 22 ଟି ଟୋଲଗେଟରେ ଏହି ଯାଞ୍ଚ ପକ୍ରିୟା ଜାରୀ ରହିଛି। ବର୍ତ୍ତମାନ ଓଡିଶାରେ ପ୍ରାୟ 15 ଶହଟି ଗାଡି ବିନା ବୀମାରେ ଚାଲୁଥିବାର ଜଣାପଡିଛି। ଇ ଡିଟେକସନ ମାଧ୍ୟମରେ ଏହି ବୀମା ଅଛି କି ନାହିଁ ତାହା ଜଣାପଡିଯାଉଛି। ଫଳରେ ଗାଡି ଚାଳକଙ୍କୁ ବର୍ତ୍ତମାନ ତାଗିଦ କରି ଛାଡି ଦିଆଯାଉଛି। ପରବର୍ତ୍ତି ସମୟରେ ଏହା ଉପରେ କଡାକଡି ଧରପଗଡ କରାଯିବ ବୋଲି ନିଷ୍ପତି କରାଯାଇଛି। ସାଧାରଣତଃ ଗାଡିର ବୀମା ନ ଥିଲେ ଯଦି ଦୁର୍ଘଟଣା ହୁଏ ତେବେ କ୍ଷତିଗସ୍ତଙ୍କୁ କୌଣସି ସହାୟତା ରାଶି…

Read More

ଭୁବନେଶ୍ୱର: ଓଡ଼ିଶାକୁ ବିକଶିତ ରାଜ୍ୟ ଭାବେ ଗଢ଼ି ତୋଳିବାକୁ ବିଜେପି ସରକାର ବଦ୍ଧ ପରିକର । ବିଜେପି ସରକାର ଉପରେ ଓଡ଼ିଶାବାସୀଙ୍କ ଆସ୍ଥା ଓ ବିଶ୍ୱାସ ବୃଦ୍ଧି ପାଇବାରେ ଲାଗିଛି । ବିଜେଡି ଉପରୁ ଆସ୍ଥା ହରାଇ ଆଜି ଉଦଳା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ମଞ୍ଜୁଲତା ବିଶ୍ୱାଳ ଆନୁଷ୍ଠାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି । ଶ୍ରୀମତୀ ବିଶ୍ୱାଳଙ୍କ ସମେତ ପଂଚାୟତ ସମିତି ସଦସ୍ୟା ମାଳତି ଟୁଡୁ, ପୂର୍ବତନ ଜିଲ୍ଲା ପରିଷଦ ଉଦଳା ଲକ୍ଷ୍ମୀଧର ମୁର୍ମୁ, ଶତ୍ରୁଘ୍ନ ବିଶ୍ୱାଳ, ଡମ୍ବୁରୁଧର ବିଶ୍ୱାଳ, ରୋହିଦାଶ ଟୁଡୁ, ଯୋଗେନ୍ଦ୍ର ଖଡିକା, ଶ୍ରୀଧର ଖଉଡେଇ, ଗୋପିନାଥ ପ୍ରଧାନ, ଶ୍ରୀକାନ୍ଥ ନାଏକ, ରାମ ଚରନ ପାନିଆଲ୍‌, ହରିଶ୍ ଚନ୍ଦ୍ର ନାଏକ, ସୁଶାନ୍ତ କୁମାର ବରଶାଲିଆ, ପ୍ରଶନ୍ନ ପାନିଆଲିଆ, ଗୋବିନ୍ଦ ରଣସିଆ, ହରେକୃଷ୍ଣ ବିଶ୍ୱାଳ ଆଜି ବିଜେଡି ଦଳ ତ୍ୟାଗ କରି ବିଜେପିରେ ସାମିଲ ହୋଇଛନ୍ତି । ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ମିଶ୍ରଣ ପର୍ବରେ ରାଜ୍ୟ ସଭାପତି…

Read More

ଭୁବନେଶ୍ବର: ଶେଷରେ ଗିରଫ ହେଲେ ମାଲକାନଗିରି ଜଳ ବିଭିଜିକା ପିଡି ତଥା ଉପନିର୍ଦ୍ଦେଶକ ଶ୍ରୀ ଶାନ୍ତନୁ ମହାପାତ୍ର। ଭିଜିଲାନସ ତାଙ୍କୁ ଗିରଫ କରିବା ସହିତ ତାଙ୍କର ଚାରି ସହଯୋଗୀଙ୍କୁ ମଧ୍ୟ ଗିରଫ କରିଛି। ସେମାନେ ହେଲେ ମୋହନ ମଣ୍ଡଳ, ବିଶ୍ବଜିତ ମଣ୍ଡଳ,ଅମୀୟକାନ୍ତ ସାହୁ ଏବଂ ଏକ ଜନସେବା କେନ୍ଦ୍ର ମୁଖ୍ୟ ଅଲେଖ ପ୍ରଧାନ। ଏ ନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଭିଜିଲାନ୍ସ ନିର୍ଦ୍ଦେଶକ ଶ୍ରୀ ଯଶବନ୍ତ ଜେଠୱା। ସେ କହିଛନ୍ତି ଯେ, ଶ୍ରୀ ମହାପାତ୍ରଙ୍କ ଘରୁ ବର୍ତ୍ତମାନ ଦୁଇ କୋଟି ଟଙ୍କା ଜବତ କରାଯାଇଛି। ଏଥିସହିତ ତାଙ୍କର ଫ୍ଲାଟ ଓ ଦାମୀ ପ୍ଲଟର ହିସାବ ଚାଲିଛି। ଏଥିସହିତ ଯେଉଁମାନେ ତାଙ୍କୁ ଏହି ବେଆଇନି କାର୍ଯ୍ୟରେ ସହଯୋଗ କରୁଥିଲେ ସେମାନଙ୍କୁ ମଧ୍ୟ ଗିରଫ କରାଯାଇଛି। ଭିଜିଲାନ୍ସ ନିର୍ଦ୍ଦେଶକ କହିଛନ୍ତି ଯେ, ଶ୍ରୀ ମହାପାତ୍ର ଯେତେବେଳେ ଗଂଜାମରେ ଚାକିରୀ କରୁଥିଲେ ସେତେବେଳେ ସେ ଜନସେବା କେନ୍ଦ୍ରର ଅଲେଖ ପ୍ରଧାନଙ୍କ ସହିତ…

Read More

ଭୁବନେଶ୍ବର: ଓଡିଶା ସରକାର, ରାଜ୍ୟର ସଂସ୍କୃତି ଓ ପର୍ଯ୍ୟଟନର ବିଶ୍ଵ ବ୍ୟାପି ପ୍ରଚାର, ପ୍ରସାର ଓ ବିକାଶ ଉଦ୍ଦେଶ୍ୟ ନେଇ କାର୍ଯ୍ୟରତ। ଓଡିଶାକୁ ବିଶ୍ଵ ମାନଚିତ୍ରରେ ଏକ ପ୍ରମୁଖ ସାଂସ୍କୃତିକ ଓ ପର୍ଯ୍ୟଟନ କ୍ଷେତ୍ର ଭାବେ ଉପସ୍ଥାପିତ କରିବା ପାଇଁ ରାଜ୍ୟ ସରକାର ସର୍ବଦା ଚେଷ୍ଟା କରି ଆସୁଅଛନ୍ତି। ବିଶେଷ କରି ସାଂସ୍କୃତିକ ପର୍ଯ୍ୟଟନ ସ୍ଥଳିର ବିକାଶ, ଜାତୀୟ ଐତିହର ସୁରକ୍ଷା, ପର୍ଯାବରଣ ପର୍ଯ୍ୟଟନର ପ୍ରସାର କରି ଦେଶ ବିଦେଶରୁ ବହୁ ସଂଖ୍ୟକ ପର୍ଯ୍ୟଟକଙ୍କୁ ଓଡିଶାମୁଖୀ କରିବା ସରକାରଙ୍କର ଲକ୍ଷ୍ୟ। ଏହି ପରିପ୍ରେକ୍ଷିରେ ଆସନ୍ତା ଫେବୃୟାରୀ ୭ ତାରିଖରୁ ୯ ତାରିଖ ପର୍ଯ୍ୟନ୍ତ ପାଳିତ ହେବାକୁ ଯାଉଛି ଏକବିଂଶତମ ଧଉଳି-କଳିଙ୍ଗ ମହୋତ୍ସବ। ପ୍ରତି ବର୍ଷ ଫେବୃୟାରୀ ମାସରେ ଏହି ମହୋତ୍ସବ ବିଶ୍ଵ ପ୍ରସିଦ୍ଧ ଧଉଳି ପାହାଡର ପାଦ ଦେଶରେ ଅନୁଷ୍ଠିତ ହୋଇଥାଏ। ଦେଶ ବିଦେଶରୁ ଖ୍ୟାତି ସମ୍ପନ୍ନ କଳାକାର ମାନେ ନୃତ୍ୟ ଓ ସଙ୍ଗୀତ ମାଧ୍ୟମରେ ଏହିଠାରେ ଅବସ୍ଥିତ ଶାନ୍ତି ସ୍ତୂପକୁ…

Read More

ଭୁବନେଶ୍ବର: ଆସନ୍ତା ୯ ତାରିଖ ରବିବାର ଦିନ କଟକ ବାରବାଟୀ ଷ୍ଟାଣ୍ଡିୟମରେ ଭାରତ ଇଂଲଣ୍ଡ ମ୍ୟାଚ ଖେଳାଯିବ। ସେଥିପାଇଁ ଆସନ୍ତାକାଲି ଶୁକ୍ରବାର ଦିନ ଭୁବନେଶ୍ବରରେ ପହଞ୍ଚିବେ ଉଭୟ ଦଳ। ସେଥିପାଇଁ ଭୁବନେଶ୍ବର ବିମାନ ବନ୍ଦରରୁ ମେ ଫାୟାର ପର‌୍ୟ୍ୟନ୍ତ ସୁରକ୍ଷା କଡାକଡି କରାଯାଇଛି। ମୁଖ୍ୟତଃ ହୋଟେଲ ସମ୍ମୁଖ, ବିମାନ ବନ୍ଦର ଏବଂ ଭୁବନେଶ୍ବର କଟକ ରାସ୍ତା ସାରା ସୁରକ୍ଷା ବ୍ୟବସ୍ଥା କରାଯାଇଛି। କେତେକ ସ୍ଥାନରେ ବ୍ୟାରିକେଟ କରାଯାଇଛି। ଆସନ୍ତାକାଲି ଖେଳାଳୀମାନେ ବିମାନ ବନ୍ଦରରେ ପହଞ୍ଚିବା ପରେ ସେଠାରୁ ତାଙ୍କୁ କଡା ସୁରକ୍ଷା ମଧ୍ୟରେ ହୋଟେଲ ନିଆଯିବ। ବିମାନ ବନ୍ଦରରେ ସେମାନଙ୍କୁ ଦେଖିବା ପାଇଁ ଲୋକଙ୍କ ଭିଡ ରହିବାର ସମ୍ଭାବନା ରହିଛି। ଖେଳାଳୀମାନେ ୭ ତାରିଖରେ ଭୁବନେଶ୍ବରରେ ପହଞ୍ଚିବା ପରେ ୮ ତାରିଖରେ ସେମାନେ ବାରବାଟୀ ଷ୍ଟାଣ୍ଡିୟମ ଅଭ୍ୟାସ ପାଇଁ ଯିବେ। ଏହାପରେ ୯ ତାରିଖରେ ଖେଳ ହେବ ଏବଂ ସମସ୍ତ ଖେଳାଳୀ ୧୦ ତାରିଖରେ ଭୁବନେଶ୍ବର ଛାଡିବେ। ଖେଳାଳୀଙ୍କ ସୁରକ୍ଷା ପାଇଁ…

Read More

ଭୁବନେଶ୍ବର: କୁମ୍ଭମେଳାରେ ବୁଡ଼ ପକାଇବା ପାଇଁ ପ୍ରୟାଗରାଜ ବାହାରିଲେ ଓଡିଶାର ତିନି ମନ୍ତ୍ରୀ। ସେମାନେ ହେଲେ ବାଣିଜ୍ୟ ପରିବହନ ଏବଂ ଇସ୍ପାତ ଓ ଖଣି ମନ୍ତ୍ରୀ ଶ୍ରୀ ବିଭୁତି ଭୂଷଣ ଜେନା, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ବୈଷୟିକ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଏବଂ ମତ୍ସ୍ୟ, ପ୍ରାଣୀ ସମ୍ପଦ ବିକାଶ, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ଗୋକୁଳାନନ୍ଦ ମଲ୍ଲିକ। ଏମାନେ ନିଜ ପରିବାର ସହିତ ପ୍ରୟାଗରାଜ ଗସ୍ତରେ ବାହାରିଛନ୍ତି। ଗତକାଲି ପ୍ରୟାଗରାଜରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଡ ପକାଇଥିଲେ। ସେ ସେଠାରେ ପୂଜାପାଠ ମଧ୍ୟ କରିଥିଲେ। ସେହିପରି ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ସପରିବାର ଯାଇ ପ୍ରୟାଗରାଜରେ ବୁଡ ପକାଇଥିଲେ। ଏଥିସହିତ ବିଭିନ୍ନ ରାଜ୍ୟର ମନ୍ତ୍ରୀ ବିଧାୟକ ତଥା ନେତାମାନେ ମହାକୁମ୍ଭ ମେଳାରେ ସାମିଲ ହୋଇଛନ୍ତି।

Read More

ନୂଆଦିଲ୍ଲୀ: ଦିଲ୍ଲୀ ନିର୍ବାଚନର ଏକଜିଟ୍ ପୋଲ ଫଳାଫଳ ଆସିବା ଆରମ୍ଭ ହୋଇଛି। ଏପର୍ଯ୍ୟନ୍ତ ଛଅଟି ଏକଜିଟ୍ ପୋଲ ବିଜେପିକୁ ୩୫-୬୦ ଆସନରେ ଜିତିବାର ପୂର୍ବାନୁମାନ କରିଛି। ସେହିପରି ଶାସକ ଆପ ପାଇଁ ଆକଳନ ବହୁତ ଖରାପ ବୋଲି କୁହାଯାଇଛି। ଆପର ଆସନ ଆକଳନ ୩୨-୩୭ ମଧ୍ୟରେ ରହିଛି। ଅରବିନ୍ଦ କେଜରିୱାଲଙ୍କ ନେତୃତ୍ୱାଧୀନ ଆପ, ସମସ୍ତ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରି, ଏକାକୀ ବିଜୟର ହ୍ୟାଟ୍ରିକ୍ ଲକ୍ଷ୍ୟ ରଖିଛି। ଦଳ ୨୦୧୩ ରୁ ଦିଲ୍ଲୀରେ କ୍ଷମତାରେ ଅଛି। ସେତେବେଳେ ଏହାକୁ କଂଗ୍ରେସ ସମର୍ଥନ କରିଥିଲା। ୬୮ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବିଜେପି ଗତ ୨୮ ବର୍ଷ ଧରି ଦିଲ୍ଲୀରେ କ୍ଷମତା ବାହାରେ ଅଛି। ୧୫ ବର୍ଷ ଧରି ସହରକୁ ଶାସନ କରିଥିବା କଂଗ୍ରେସ ଗତ ଦୁଇଟି ନିର୍ବାଚନରେ ​​କୌଣସି ଆସନ ଜିତିପାରି ନାହିଁ।

Read More

ଭୁବନେଶ୍ୱର: ରାଜ୍ୟରେ ଆୟୁଷ ସର୍ଜନ ଙ୍କ ଭତ୍ତା ଵୃଦ୍ଧି ପାଇଁ ବହୁଦିନରୁ ଦାବୀ ରହିଥିଲା।ଏ ସମ୍ପର୍କରେ ଭୁବନେଶ୍ୱର, ବ୍ରହ୍ମପୁର, ସମ୍ବଲପୁର, ରାଉରକେଲା ରେ ଥିବା ୪ଟି ସରକାରୀ ହୋମିଓପ୍ୟାଥିକ ଓ ପୁରୀ, ଅଙ୍କୁଶପୁର,ବଲାଙ୍ଗୀରରେ ଥିବା୩ଟି ଆୟୁର୍ବେଦ ଭେଷଜ ମହାବିଦ୍ୟାଳୟ ଛାତ୍ର ଛାତ୍ରୀଙ୍କ ପକ୍ଷରୁ ଏକ ମାସ ଧରି ସମସ୍ତ ସରକାରୀ ଆୟୁର୍ବେଦ ଓ ହୋମିଓପ୍ୟାଥିକ ଭେଷଜ ମହାବିଦ୍ୟାଳୟ ବନ୍ଦ ଡାକରା ଦେଇ ଭୁବନେଶ୍ୱର ସ୍ଥିତ ଲୋୟର ପିଏମଜି ରେ ଆନ୍ଦୋଳନ କରାଯାଇଥିଲା। ଏମବିବିଏସ ଓ ବିଡିଏସ ଛାତ୍ର ଛାତ୍ରୀ ଙ୍କ ଭତ୍ତା ଯଥେଷ୍ଟ ବୃଦ୍ଧି ପାଇଥିବା ବେଳେ ଆୟୁଷ ହାଉସ ସର୍ଜନ ଙ୍କୁ ପୂର୍ଣ ମାତ୍ରାରେ ଉପେକ୍ଷା କରାଯାଉଥିବା ନେଇ ତୀବ୍ର ସମାଲୋଚନା କରିଥିଲେ। ତେବେ ନୂତନ ସରକାର ଆସିବା ପରେ ଅଲ ଓଡ଼ିଶା ଆୟୁଷ ଷ୍ଟୁଡେଣ୍ଟ ଆସୋସିଏସନ ପକ୍ଷ ରୁ ପୂର୍ବରୁ ଆୟୁଷ ହାଉସ ସର୍ଜନ ଙ୍କ ଥିବା୧୭ହଜାର ଟଙ୍କା ଭତ୍ତା କୁ ଆୟୁଷ ମେଡ଼ିକାଲ ଅଫିସର ଙ୍କ ମାସିକ…

Read More

ଭୁବନେଶ୍ୱର: ଓଡିଶାକୁ ଚାରିଦିନିଆ ଗସ୍ତରେ ଆସିଥିବା ଷୋଡ଼ଶ ଅର୍ଥ କମିଶନ ଅଧ୍ୟକ୍ଷ ଡ଼ଃ ଅରବିନ୍ଦ ପାନାଗାରିଆଙ୍କ ନେତୃତ୍ୱରେ ଦ୍ଵିତୀୟ ଦିନରେ ଶ୍ରୀକ୍ଷେତ୍ର ପୁରୀ ଗସ୍ତରେ ଆସି ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଛନ୍ତି । ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ପରେ କମିଶନର ସଦସ୍ୟମାନେ ପୁରୀ ରାଜଭବନରେ ସ୍ଥାନୀୟ ପୌର ପ୍ରଶାସନ ସହିତ ସହରର ଉନ୍ନତିକରଣ, ଭିତ୍ତିଭୂମି ବିକାଶ ଏବଂ ନାଗରିକ ସୁବିଧା ବୃଦ୍ଧି ପାଇଁ ଆବଶ୍ୟକ ଆର୍ଥିକ ଆବଣ୍ଟନ ସମ୍ପର୍କରେ ବିଷଦ ଆଲୋଚନା କରିଥିଲେ । ବୈଠକରେ ପୌର ପ୍ରଶାସନ ଶ୍ରଦ୍ଧାଳୁ ଓ ଜନସଂଖ୍ୟା ବୃଦ୍ଧିକୁ ଲକ୍ଷ୍ୟକରି ସହରର ପରିମଳ, ବର୍ଜ୍ୟବସ୍ତୁ ପରିଚାଳନା, ଆଲୋକୀକରଣ ଓ ଅନ୍ୟାନ୍ୟ ଭିତ୍ତିଭୂମିକୁ ଆହୁରି ଅଧିକ ବ୍ୟବସ୍ଥିତ ଓ ପରିମାର୍ଜିତ କରାଯିବାର ଆବଶ୍ୟକତା ରହିଛି ବୋଲି କମିଶନଙ୍କୁ ଅବଗତ କରିଥିଲେ । ଅର୍ଥ କମିଶନ ପୁରୀର ସମୃଦ୍ଧ ଐତିହ୍ୟକୁ ସଂରକ୍ଷିତ ରଖାଯାଇ ସାମଗ୍ରିକ ସହରାଞ୍ଚଳ ବିକାଶ ସୁନିଶ୍ଚିତ କରିବା ପାଇଁ ସମୁଚିତ ସମ୍ବଳ ବଣ୍ଟନ ଉପରେ ଗୁରୁତ୍ୱାରୋପ…

Read More

ଭୁବନେଶ୍ୱର: ସମସ୍ତେ ଚାହାନ୍ତି ଯାତ୍ରା ସୁରକ୍ଷିତ ହେଉ , ଯିବା ଆସିବା ଭଡା ବି ଉଚିତ ହେଉ।ଏପରି ଏକ ସହର କଳ୍ପନା କରନ୍ତୁ ଯେଉଁଠାରେ ପ୍ରତ୍ୟେକ ଯାତ୍ରା ସୁରକ୍ଷିତ, ପ୍ରତ୍ୟେକ ଭଡ଼ା ନ୍ୟାୟପୂର୍ଣ୍ଣ ଏବଂ ପ୍ରତ୍ୟେକ ଡ୍ରାଇଭର ସଶକ୍ତ। ଓଡ଼ିଶା ଏହି ଦୃଷ୍ଟିକୋଣକୁ ବାସ୍ତବରେ ପରିଣତ କରୁଛି ଓଡ଼ିଶା ଯାତ୍ରୀ – ଏକ ଅଭିନବ ଗତିଶୀଳତା ଆପ୍ ଯାହା ଭୁବନେଶ୍ୱର ଏବଂ କଟକରେ ଲୋକଙ୍କ ଯାତାୟାତକୁ ପରିବର୍ତ୍ତନ କରୁଛି। ଏହାର କାର୍ଯ୍ୟର ମୂଳରେ ସୁରକ୍ଷା ସହିତ, ଏହି ଆପ୍ ଶୀଘ୍ର ହଜାର ହଜାର ନାଗରିକଙ୍କ ପାଇଁ ବିଶ୍ୱସ୍ତ ଯାତ୍ରା ସାଥୀ ହୋଇପାରିଛି । ଏହି କାହାଣୀ ଗତ ମାସରେ “ଘରକୁ ନିରାପଦରେ ଆସ” ଶୀର୍ଷକ ସଡ଼କ ସୁରକ୍ଷା ସଚେତନତା ମାସ ପାଳନ ସମୟରେ ଆରମ୍ଭ ହୋଇଥିଲା। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆନୁଷ୍ଠାନିକ ଭାବରେ ଓଡ଼ିଶା ଯାତ୍ରୀ ଆରମ୍ଭ କରିଥିଲେ, ଯାହା ଯାତ୍ରୀ ସୁରକ୍ଷା ବୃଦ୍ଧି କରିବା ଏବଂ ସ୍ମାର୍ଟ, ଅଧିକ…

Read More

ଭୁବନେଶ୍ବର: ଆଜି ଭିଜିଲାନ୍ସ ଜାଲରେ ଫସିଛି ଏକ ବଡ ମାଛ। ତାଙ୍କ ଘର ଆଉ ବିଭିନ୍ନ ସ୍ଥାନ ଚଢାଉ କରିବା ପରେ ମିଳୁଛି ଖାଲି ଟଙ୍କା, ସୁନା, ପ୍ଲଟ ଆଉ କୋଠା। ଟଙ୍କାର ପରିମାଣ ଏତେ ଯେ, ଭିଜିଲାନ୍ସ ଅଧିକାରୀ ଟଙ୍କା ମେସନ ଆଣି ତାହା ଗଣିବାରେ ଲାଗିଛନ୍ତି। ଦେଖନ୍ତୁ ଏହି ଭିଡିଓ… ତେବେ ଏହି ଅଧିକାରୀ ଜଣଙ୍କ ହେଉଛନ୍ତି ମାଲକାନାଗିର ୱାଟରସେଡ ପ୍ରକଳ୍ପର ଉପ ନିର୍ଦ୍ଦେଶକ ଏବଂ ପିଡି। ତାଙ୍କ ନାମ ହେଉଛି ସାନ୍ତନୁ ମହାପାତ୍ର। ତାଙ୍କର ସାତଟି ସ୍ଥାନରେ ଚଢାଉ ଚାଲିଛି। ସେଥିରେ ଯାହା ଏ ପର୍ଯ୍ୟନ୍ତ ମିଳିଛି ତାହା ହେଲା କୋରାପୁଟ ଜୟପୁରରେ ଛଅ ହଜାର ସ୍କ୍ବାର ଫୁଟର ଏକ ତିନି ମହଲା ବାସ ଗୃହ, ଭୁବନେଶ୍ବର ହଂସାପଳରେ  33 ଡିସିମିଲି ପ୍ଲଟ, ଜୟପୁର ଟାଉନରେ 40 ଡିସିମିଲର ପ୍ଲଟ, ସେହି ଜୟପୁରରେ ଆଉ ଏକ 55 ଡିସିମିଲି ପ୍ଲଟ ରହିଛି। ଉପରୋକ୍ତ ଗୃହ ଏବଂ ଜମିଗୁଡ଼ିକର…

Read More

ନୂଆଦିଲ୍ଲୀ: ଆଜି ସକାଳୁ ଦିଲ୍ଲୀର 70ଟି ଆସନ ପାଇଁ ଆରମ୍ଭ ହୋଇଛି ଭୋଟ ଗ୍ରହଣ। ସକାଳୁ ସାତଟାରୁ ଏହି ଭୋଟ ଗ୍ରହଣ ପକ୍ରିୟା ଆରମ୍ଭ ହୋଇଛି। ଏହି ଗଣପର୍ବରେ ସାମିଲ ହୋଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସେ ଆଜି ସାଧାରଣ ଭୋଟରେ ଭାବେ ମତଦାନ କେନ୍ଦ୍ରକୁ ଯାଇ ନିଜର ମତାଧିକାର ସାବ୍ୟସ୍ତ କରିଥିଲେ। କଡା ସୁରକ୍ଷା ମଧ୍ୟରେ ସେ ପ୍ରେସିଡେଣ୍ଟ ଇଷ୍ଟେଟରେ ଥିବା ରାଜେନ୍ଦ୍ର ପ୍ରସାଦ କେନ୍ଦ୍ରୀୟ ବିଦ୍ୟାଳୟରେ ସେ ଭୋଟ ଦେଇଥିଲେ।

Read More

ଭୁବନେଶ୍ୱର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ବାର୍ଷିକ ଉଚ୍ଚମାଧ୍ୟମିକ ପରୀକ୍ଷା-୨୦୨୫ ଯଥା +୨ କଳା, ବିଜ୍ଞାନ , ବାଣିଜ୍ୟ ଓ ଧନ୍ଦାମୂଳକ ପରୀକ୍ଷା (ଭୋକେସନାଲ) ଏବଂ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ହାଇସ୍କୁଲ ସାର୍ଟିଫିକେଟ୍‌ (୧୦ମ)  ପରୀକ୍ଷା-୨୦୨୫ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଆଜି ଲୋକସେବା ଭବନରେ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ଅନୁ​ଷ୍ଠିତ ହୋଇଯାଇଛି। ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର କମିଶନର ତଥା ଶାସନ ସଚିବ ଶ୍ରୀମତୀ ଶାଳିନୀ ପଣ୍ଡିତଙ୍କ ସମେତ  ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ଅଧ୍ୟକ୍ଷା, ମାଧ୍ୟମିକ ଶିକ୍ଷା ପରିଷଦର ସଭାପତି ତଥା ସଂପୃକ୍ତ  ଅନ୍ୟ ପଦାଧିକାରୀମାନେ  ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ସମସ୍ତ ଜିଲ୍ଲାର ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ ଓ ଜିଳ୍ଲା ଶିକ୍ଷା ଅଧିକାରୀମାନେ ଆଭାସୀ ମାଧ୍ୟମରେ ବୈଠକରେ ଯୋଗ ଦେଇଥିଲେ। ବୈଠକରୁ ଜଣାଯାଇଛି ଯେ ଚଳିତ ବର୍ଷ ଯୁକ୍ତ ୨ କଳାରେ ୨,୪୭,୩୯୧…

Read More

ଭୁବନେଶ୍ୱର: ଆଲମଣ୍ଡ ବୋର୍ଡ ଅଫ କାଲିଫର୍ଣ୍ଣିଆ ପକ୍ଷରୁ ସ୍ୱସ୍ତି ପ୍ରିମିୟମ ହୋଟେଲଠାରେ ‘ଏ ହ୍ୟାଣ୍ଡଫୁଲ ଅଫ୍ ଆଲ୍‌ମଣ୍ଡସ ଏ ଡେ: ନ୍ୟାଚୁରାଲ ଆପ୍ରୋଚ ଟୁ ସପୋର୍ଟିଂ ହେଲ୍‌ଥ ଇନ ଟୁଡେସ୍ ଫାଷ୍ଟ-ପେସ୍‌ଡ ଲାଇଫ୍‌ଷ୍ଟାଇଲ’ ଶୀର୍ଷକ ଏକ ତଥ୍ୟପୂର୍ଣ୍ଣ ଅଧିବେଶନର ଆୟୋଜନ କରାଯାଇଛି । ଏହି ଅଧିବେଶନରେ ଏମବିବିଏସ୍ ଓ ନ୍ୟୁଟ୍ରିସନିଷ୍ଟ ଡା. ରୋହିଣୀ ପାଟିଲ, ଓଡିଆ ଅଭିନେତ୍ରୀ ନୈନା ଦାସ ତିୱାରୀଙ୍କ ସମେତ ବିଶିଷ୍ଟ ପ୍ୟାନେଲିଷ୍ଟ ମାନେ ଯୋଗ ଦେଇଥିଲେ ଯିଏ ଉପଯୁକ୍ତ ଆହାର ବିକଳ୍ପର ମହତ୍ୱ ଓ ଏକ ସନ୍ତୁଳିତ ଆହାର ବଜାୟ ରଖିବା ଉପରେ ଗୁରୁତ୍ୱ ଦେଇଥିଲେ। ଏହି ଆଲୋଚନା ସମୟରେ ପ୍ୟାନେଲିଷ୍ଟମାନେ ବିଶ୍ୱର ସବୁଠାରୁ ଲୋକପ୍ରିୟ କାଲିଫର୍ଣ୍ଣିଆ ଆଲ୍‌ମଣ୍ଡଗୁଡିକୁ ଆମର ଦୈନିକ ଆହାରରେ ସାମିଲ କରିବା ଦ୍ୱାରା ତାହା କିଭଳି ଆଜିର ବ୍ୟସ୍ତତାପୂର୍ଣ୍ଣ ଜୀବନଶୈଳୀରେ ଆମର ସାମଗ୍ରିକ ସ୍ୱାସ୍ଥ୍ୟରେ ସହଯୋଗ କରିପାରିଥାଏ ସେ ସମ୍ପର୍କରେ ଆଲୋକପାତ କରିଥିଲେ । ଭିଜେ ପୁଣ୍ୟଶ୍ଳୋକ ଏହି ଅଧିବେଶନକୁ ପରିଚାଳନା କରିଥିଲେ।…

Read More

ଭୁବନେଶ୍ୱର: ଆଇଟି ଓ ଆଇଟିଇଏସ ସଲ୍ୟୁଶନ୍ସ କ୍ଷେତ୍ରରେ ଏକ ଗ୍ଲୋବାଲ ଲିଡର, ତତ୍ୱ ଟେକ୍ନୋଲୋଜି ଭୁବନେଶ୍ୱରସ୍ଥିତ ଏହାର କର୍ପୋରେଟ ମୁଖ୍ୟାଳୟରେ ଏକ ବିଶାଳ ସମାରୋହରେ ନିଜର ୨୩ତମ ପ୍ରତିଷ୍ଠା ଦିବସ ପାଳନ କରିଛି । ଦେଶବ୍ୟାପୀ କମ୍ପାନୀର ସମସ୍ତ ଡେଲିଭରି ସେଂଟରଗୁଡିକରେ ଏହି ସେଲିବ୍ରେଶନ ଡିଜିଟାଲ ମାଧ୍ୟମରେ ପାଳନ ହୋଇଥିଲା ଯେଉଁଥିରେ ୩୦୦୦ରୁ ଅଧିକ କର୍ମଚାରୀ ଓ ସହଯୋଗୀ ଯୋଗ ଦେଇଥିଲେ। କମ୍ପାନୀର ଏଆଇ ଗ୍ରୁପ ତତ୍ୱଓରେସନ.ଏଆଇ (TatwaOrationAI) ଅଧିନରେ ଏହାର ଅତ୍ୟାଧୁନିକ କନଭରସେଶନାଲ ଏଆଇ ପ୍ରଡକ୍ଟ- ଏଆଇ ଫାଷ୍ଟ ଓମନିଏଜେଂଟର ଶୁଭାରମ୍ଭ ଏହି ସେଲିବ୍ରେଶନର ମୁଖ୍ୟ ଆକର୍ଷଣ ଥିଲା । ଏଆଇ ଫାଷ୍ଟ ଓମନିଏଜେଂଟ ହେଉଛି ଭାରତର ପ୍ରଥମ ବହୁଭାଷୀୟ, ମାନବ-ସଦୃଶ ଏଆଇ ଏଜେଂଟ ଯାହା ପ୍ରସଙ୍ଗ-ସଚେତନ, ଭାବନା-ପରିଚାଳିତ ଯୋଗାଯୋଗ ପ୍ରଦାନ କରିବାରେ ସକ୍ଷମ । ଏହାକୁ ହାସ୍ୟ, ବ୍ୟଙ୍ଗ ଓ ସମାନୁଭୂତି ଭଳି ମାନବିକ ଗୁଣ ସହିତ କଷ୍ଟମାଇଜ କରାଯାଇପାରିବ, ଯାହା ଏହାକୁ ବିଶ୍ୱବ୍ୟାପୀ ଏଆଇ-ପରିଚାଳିତ ଗ୍ରାହକ ନିୟୋଜନରେ…

Read More

ଭୁବନେଶ୍ୱର: ନ୍ୟାସନାଲ ଡିଫେନ୍ସ କଲେଜ,ନୂଆଦିଲ୍ଲୀରୁ ଭାରତକୁ ବୁଝିବା ଶିକ୍ଷା ପରିଭ୍ରମଣ (ଅଣ୍ଡରଷ୍ଟାଣ୍ଡିଙ୍ଗ ଇଣ୍ଡିଆ ଷ୍ଟଡି ଟୁର) ରେ ଆସିଥିବା ୧୭ ଜଣ ପ୍ରତିନିଧି ସୋମବାର ରାଜ୍ୟ ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ଏବଂ ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗଙ୍କୁ ଲୋକସେବା ଭବନରେ ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା କରିଥିଲେ । ଭାରତ ଏବଂ ବିଭିନ୍ନ ପଡୋଶୀ ରାଷ୍ଟ୍ରମାନଙ୍କରୁ ଆସିଥିବା ସାମରିକ ଓ ବେସାମରିକ ସେବାରେ ଯଥାକ୍ରମେ  ବ୍ରିଗେଡିୟର ତଥା  ଯୁଗ୍ମ ଶାସନ ସଚିବ ପାହ୍ୟାରେ ଥିବା ଏହି ଅଧିକାରୀମାନେ ଓଡ଼ିଶା ଗସ୍ତରେ ଆସିଛନ୍ତି । ଫେବୃୟାରୀ ୩ ରୁ ୭ ତାରିଖ ପର୍ଯ୍ୟନ୍ତ ଗସ୍ତରେ ଆସିଥିବା ଏହି ଅଧିକାରୀମାନେ ରାଜ୍ୟର  ସାମାଜିକ, ରାଜନୈତିକ ଓ ଅର୍ଥନୈତିକ ଦୃଷ୍ଟିକୋଣ ସଂପର୍କରେ ନିକଟରୁ ଜାଣିବାର ଆଭିମୁଖ୍ୟ ରହିଛି । ନ୍ୟାସନାଲ ଡିଫେନ୍ସ କଲେଜରେ ଜାତୀୟ ନିରାପତ୍ତା ଏବଂ ରଣନୀତିକ ଶିକ୍ଷା ପାଠ୍ୟକ୍ରମ ବିଷୟରେ ଏକ ବର୍ଷିଆ ପ୍ରଶିକ୍ଷଣ ନେଉଥିବା  ଏହି ଅଧିକାରୀମାନେ…

Read More

ଭୁବନେଶ୍ୱର: ଚାରି ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ଷୋଡ଼ଶ ଅର୍ଥ କମିଶନ ଆଜି ଭୁବନେଶ୍ୱରରେ ପହଞ୍ଚିଛନ୍ତି । କମିଶନ ଅଧ୍ୟକ୍ଷ ଓ ସଦସ୍ୟ ବୃନ୍ଦ ଅପରାହ୍ନରେ ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟ ଓ କଳିଙ୍ଗ ଷ୍ଟାଡିୟମ ପରିଦର୍ଶନ କରିଥିଲେ । ଓଡ଼ିଶା ରାଜ୍ୟ ଜନଜାତି ସଂଗ୍ରହାଳୟ ପରିଦର୍ଶନ ବେଳେ ବ୍ୟକ୍ତିଗତ ଆଭୂଷଣ କେନ୍ଦ୍ରରେ ଜନଜାତି ଅଳଙ୍କାର, ଗୋଡ ଖଡୁ, ବାହୁଟି, ଅଣ୍ଟାସୂତା ମାଳିହାର ଆଦି ଦେଖିଥିଲେ । ଜନଜାତି ହସ୍ତତନ୍ତ, ବ୍ୟକ୍ତିଗତ ଆସବାବପତ୍ର, ଡୋକ୍ରା ଶିଳ୍ପ ଏବଂ ବିଭିନ୍ନ ଚିତ୍ରକଳା ଦେଖି ଅଭିଭୂତ ହୋଇଥିଲେ । ପ୍ରେକ୍ଷାଳୟରେ ଆଦିମ ଜନଜାତିଙ୍କ ସଂସ୍କୃତି, ପରମ୍ପରା, ଜୀବନଯାପନ ଶୈଳୀକୁ ନେଇ ପ୍ରସ୍ତୁତ ବୃତ୍ତଚିତ୍ର ଦେଖିଥିଲେ । ବିଶେଷ ଭାବେ ଅନୁନ୍ନତ ଜନଜାତି ସମୁଦାୟଙ୍କ ଦୁନିଆ, ଜନଜାତି ଗୃହ ପୁଞ୍ଜ ଦେଖି ଖୁସି ବ୍ୟକ୍ତ କରିଥିଲେ । ରାଜ୍ୟ ସରକାରଙ୍କ ପ୍ରୟାସରେ କରାଯାଉଥିବା ଜନଜାତିଙ୍କ ସରଂକ୍ଷଣକୁ ମଧ୍ୟ ପ୍ରଶଂସା କରିଥିଲେ । ପରେ ପରେ କଳିଙ୍ଗ…

Read More

ନୂଆଦିଲ୍ଲୀ: ସଂସଦର ବଜେଟ ଅଧିବେଶନରେ ରାଷ୍ଟ୍ରପତି ଦ୍ରୋପଦି ମୁର୍ମୁଙ୍କ ଅଭିଭାଷଣ ପରେ କଂଗ୍ରେସର ବରିଷ୍ଠ ନେତା ରାହୁଲ ଗାନ୍ଧୀ ଓ ସୋନିଆ ଗାନ୍ଧୀ ରାଷ୍ଟ୍ରପତିଙ୍କ ପ୍ରତି ଅପମାନ ଜନକ ଟିପ୍ପଣୀ ଦେଇଥିଲେ । ଏହାର ପ୍ରତିବାଦରେ ଆଜି ପୁରୀ ଲୋକସଭା ସାଂସଦ ସମ୍ବିତ ପାତ୍ର ସଂସଦରେ ନିଜ ପ୍ରତିକ୍ରିୟା ରଖିଛନ୍ତି । ସମ୍ବିତ ପାତ୍ର ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ମହାମହିମ ରାଷ୍ଟ୍ରପତି ଓଡ଼ିଆ ଅସ୍ମିତାର ପ୍ରତୀକ। ସେ ଚାରି କୋଟି ଓଡ଼ିଆଙ୍କ ମଉଡ଼ ମଣି ଶ୍ରୀ ଜଗନ୍ନାଥଙ୍କ ଭକ୍ତ । ତାଙ୍କ ଅପମାନ ଓଡ଼ିଆ ଜାତି ସହିବ ନାହିଁ । ରାଷ୍ଟ୍ରପତି ଦ୍ରୋପଦି ମୂର୍ମୁଙ୍କ ପଛରେ ସାଢେ଼ ଚାରି କୋଟି ଓଡ଼ିଆ ଛିଡା ହୋଇ ରହିଛନ୍ତି । ଏହା ସହିତ ସମ୍ବିତ ପାତ୍ର ସୋନିଆ ଗାନ୍ଧିଙ୍କ ବିରୋଧରେ ସଂସଦରେ ପ୍ରିଭିଲେଜ ମୋସନ ଆଣିବା ପାଇଁ ମଧ୍ୟ ମତ ରଖିଥିଲେ ଓ ସୋନିଆ ଗାନ୍ଧୀଙ୍କୁ କ୍ଷମା ମାଗିବା ପାଇଁ କହି ଥିଲେ…

Read More

ବାଣପୁର: ଆଜି ବାଣପୁର କୋର୍ଟର ନୂତନ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି (ଜେଏମଏଫସି) ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି ଇପ୍ସିତା ପ୍ରିୟା ଏକ୍କା। ଏହି ଅବସରରେ ତାଙ୍କୁ ବାଣପୁର ଓକିଲ ସଂଘ ପକ୍ଷରୁ ସ୍ୱାଗତ କରାଯାଇଥିଲା। ସଂଘ ସଭାପତି ବୃନ୍ଦାବନ ପ୍ରଧାନ, ସମ୍ପାଦକ ରଞ୍ଜନ କୁମାର ବେଦମତ୍ତାଙ୍କ ସମେତ ଉପସଭାପତି ରାମଚନ୍ଦ୍ର ପଲେଇ, ସହ ସମ୍ପାଦକ ନରେନ୍ଦ୍ର ନାୟକ, କାର୍ଯ୍ୟକାରୀ ସଭ୍ୟ ସନ୍ତୋଷ ମହାପାତ୍ର, ଦେବବ୍ରତ ବଡ଼ଜେନା ଏବଂ ଆଇନଜୀବୀ ସୀତାରାମ ଅଗ୍ରୱାଲ ଆଦି ନୂତନ ବିଚାରପତିଙ୍କୁ ଭେଟି ପୁଷ୍ପଗୁଛ ଦେଇ ସ୍ୱାଗତ ଜଣାଇଥଲେ। ନୂତନ ବିଚାରପତି ବାଣପୁର ଓକିଲ ସଂଘର ସମସ୍ତ ପ୍ରକାର ସହଯୋଗ ଲୋଡ଼ିବା ସହ ବାର ଓ ବେଞ୍ଚ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରି କୋର୍ଟ କାର୍ଯ୍ୟ କିପରି ସୁରୁଖୁରୁରେ ଜାରି ରହିବ ତାହାଉପରେ ଗୁରୁତ୍ୱ ଦେବେ ବୋଲି କହିଥିଲେ। ସୂଚନା ଥାଉକି ପୂର୍ବତନ ବାଣପୁର ଜେଏମଏଫସି ସ୍ନାତକୀ ଦାସଙ୍କ ନୂଆପଡା ଏସଡିଜେଏମ ଭାବେ…

Read More