ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ରାଜ୍ୟରେ କୋଭିଡ ପରିସ୍ଥିତି ସଂପର୍କରେ ସମୀକ୍ଷା କରିଥିଲେ। କୋଭିଡରେ ନିଜ ସ୍ବାମୀଙ୍କୁ ହରାଇଥିବା ମହିଳା ଏବଂ ବାପା ମା’ଙ୍କୁ ହରାଇଥିବା ପିଲାମାନଙ୍କୁ ପ୍ରାଥମିକତା ଭିତ୍ତିରେ ଚିହ୍ନଟ କରିବା ସହିତ ଆଗାମୀ ୨ ସପ୍ତହ ମଧ୍ୟରେ ମଧୁବାବୁ ପେନ୍ସନ୍ ଯୋଜନାରେ ସେମାନଙ୍କୁ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ସେହିପରି କୋଭିଡ ପରିସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ତ ସାମାଜିକ ନିରାପତ୍ତା ଯୋଜନାର ହିତାଧିକାରୀ ମାନଙ୍କୁ ଆଗୁଆ ୩ ମାସର ପେନ୍ସନ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହି ପେନ୍ସନ ନଗଦ ଟଙ୍କା ଆକାରରେ ହିତାଧିକାରୀଙ୍କ ଗାଁରେ ହିଁ ଦିଆଯିବ। ଦେଶର ବିଭିନ୍ନ ରାଜ୍ୟରେ ବର୍ତ୍ତମାନ ବ୍ଲାକ ଫଙ୍ଗସର ରୋଗୀ ବହୁ ସଂଖ୍ୟାରେ ବାହାରୁଥିବାରୁ ମୁଖ୍ୟମନ୍ତ୍ରୀ ଉଦ୍ବେଗ ପ୍ରକାଶ କରିବା ସହିତ ରାଜ୍ୟରେ ଏହାର ମୁକାବିଲା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତ ରହିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ତାଲିମପ୍ରାପ୍ତ ଡାକ୍ତର ଓ ମେଡିସିନ୍…
Author: Samikhsya Bureau
ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୧୧ ହଜାର ୯୫ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୧୮୫୯, କଟକରୁ ୧୧୧୫, ଅନୁଗୁଳରୁ ୭୨୯, ସୁନ୍ଦରଗଡରୁ ୮୪୦, ମୟୂରଭଞ୍ଜରୁ ୬୪୨, କଳାହାଣ୍ଡିରୁ ୬୫୯, ବରଗଡରୁ ୪୫୦, ପୁରୀରୁ ୪୨୭, ସମ୍ବଲପୁରରୁ ୩୭୪, ବାଲେଶ୍ବରରୁ ୩୨୮, କେନ୍ଦ୍ରାପଡାରୁ ୩୨୧, ନବରଙ୍ଗପୁରରୁ ୩୧୫, ଝାରସୁଗୁଡାରୁ ୩୦୧, କୋରାପୁଟରୁ ୨୭୬, ବୌଦ୍ଧରୁ ୨୪୧, ଜଗତସିଂହପୁରରୁ ୧୯୦, ଗଞ୍ଜାମରୁ ୧୮୦, ବଲାଙ୍ଗୀରିରୁ ୧୬୧, ରାୟଗଡାରୁ ୧୫୯, ଭଦ୍ରକରୁ ୧୫୧, ଢେଙ୍କାନାଳରୁ ୧୩୮, ଯାଜପୁରରୁ ୧୩୦, ନୟାଗଡରୁ ୧୨୫, ସୋନପୁରରୁ ୧୨୪, କେନ୍ଦୁଝରରୁ ୧୧୫, କନ୍ଧମାଳରୁ ୧୦୦, ଦେବଗଡରୁ ୯୭, ମାଲକାନାଗିରିରୁ ୮୪, ନୂଆପଡାରୁ ୬୭, ଗଜପତିରୁ ୬୫ ଏବଂ ଷ୍ଟେଟ ପୁଲରୁ ୩୩୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୬…
ନୂଆଦିଲ୍ଲୀ: ଆଜି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ସିବିଏସଇ ଦ୍ଵାଦଶ ବୋର୍ଡ ପରୀକ୍ଷାକୁ ନେଇ ବୈଠକରେ ଆଲୋଚନା ହୋଇଥିଲା। କରୋନା ସଂକ୍ରମଣକୁ ଦେଖି ଦ୍ଵାଦଶ ପରୀକ୍ଷାକୁ ରଦ୍ଦ କରିବା ପାଇଁ ଏହି ବୈଠକରେ ନିଷ୍ପତ୍ତି ହୋଇଛି। ଏହା ପୂର୍ବରୁ ଦଶମ ବୋର୍ଡ ପରୀକ୍ଷାକୁ ମଧ୍ୟ କେନ୍ଦ୍ର ସରକାର ବାତିଲ କରିଥିଲା।
ଭୁବନେଶ୍ଵର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି କୋଭିଡ ସମୀକ୍ଷା କରିଛନ୍ତି। ଏହି ଅବସରରେ ରାଜ୍ୟର ସମସ୍ତ ସାମାଜିକ ସୁରକ୍ଷା ହିତାଧିକାରୀଙ୍କୁ ଅଗ୍ରୀମ ୩ ମାସର ଭତ୍ତା ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ କରୋନାରେ ଅନାଥ ଓ ବିଧବା ହୋଇଥିବା ପୀଡ଼ିତଙ୍କୁ ତୁରନ୍ତ ଚିହ୍ନଟ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସେମାନଙ୍କୁ ଚିହ୍ନଟ କରି ୧୫ ଦିନ ଭିତରେ ଭତ୍ତା ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ସମସ୍ତ ପୀଡିତଙ୍କୁ ମଧୁବାବୁ ପେନସନ ଯୋଜନାରେ ଭତ୍ତା ଦେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି। ସେହିଭଳି ବ୍ଲାକ ଫଙ୍ଗସ ନିରାକରଣ ପାଇଁ ପ୍ରସ୍ତୁତି କରିବାକୁ ନିର୍ଦ୍ଦେଶ ହୋଇଛି। ସମ୍ଭାବ୍ୟ ତୃତୀୟ ଲହରୀରେ ପିଲାମାନଙ୍କ ପ୍ରତି ବିଶେଷ ଧ୍ୟାନ ରଖିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି।
ଭୁବନେଶ୍ୱର: ଓଡ଼ିଶା ପ୍ରେସ୍ ଏକାଡ଼େମୀର ୨୬ତମ ବାର୍ଷିକ ଉତ୍ସବ ଏକାଡ଼େମୀର କାର୍ଯ୍ୟାଳୟଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଚନ୍ଦ୍ର ଘଡ଼ାଇ କହିଲେ ଯେ, ବହୁ ବାଧାବିଘ୍ନ ଓ ପ୍ରତିକୂଳ ବ୍ୟବସ୍ଥାରେ ଦେଶର ଚତୁର୍ଥ ସ୍ତମ୍ଭ ଭାବରେ କାର୍ଯ୍ୟ କରୁଥିବା ଅନ୍ୟ ରାଜ୍ୟମାନଙ୍କ ଭଳି କର୍ମଜୀବୀ ସାମ୍ବାଦିକମାନଙ୍କୁ ମାସିକ ଦଶ ହଜାର ଟଙ୍କାର ପେନ୍ସନ ବ୍ୟବସ୍ଥା କରାଯିବା ଆବଶ୍ୟବ ବୋଲି ସରକାରଙ୍କ ନିକଟରେ ପ୍ରସ୍ତାବ ଦେଇଥିବା ଜଣାଯାଇଛି ଏବଂ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବରେ କଂଗ୍ରେସ ବାର୍ତ୍ତାର ସମ୍ପାଦକ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଯୋଗଦେଇ କହିଲେ ଯେ, ରାଜ୍ୟ ସରକାର ସାମ୍ବାଦିକମାନଙ୍କୁ କରୋନା ଯୋଦ୍ଧା ଭାବରେ ଘୋଷଣା କରି ମୃତ୍ୟୁବରଣ କରୁଥିବା ସମ୍ବାଦିକଙ୍କ ପରିବାରକୁ ପନ୍ଦର ଲକ୍ଷ ଟଙ୍କା ଅନୁକମ୍ପା ରାଶି ଦେଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାଧୁବାଦ ଜଣାଇବା ସଙ୍ଗେ ସଙ୍ଗେ ଓଡ଼ିଶା ପ୍ରେସ୍ ଏକାଡ଼େମୀକୁ…
ଲକ୍ଷ୍ନୌ: ଦେଶରେ ଟୀକାର ଅଭାବ ଯୋଗୁଁ ଟୀକାକରଣରେ ସମସ୍ୟା ଉପୁଜୁଛି। କେନ୍ଦ୍ର ସରକାର ଉପରେ ଏନେଇ ଅନେକ ରାଜ୍ୟ ସରକାର ଚାପ ପକାଉଛନ୍ତି। ଅନେକ ରାଜ୍ୟ ସରକାର ଟୀକାର ଅଭାବ ଯୋଗୁଁ ଗ୍ଲୋବାଲ ଟେଣ୍ଡର ପାଇଁ ପ୍ରୟାସ ଜାରି ରଖିଛନ୍ତି। ଏପରିସ୍ଥଳେ କିଛି ରାଜ୍ୟରେ ଟୀକା ଦେବା ପାଇଁ ଲୋକଙ୍କ ମଧ୍ୟରେ ଭୟର ବାତାରଣ ସୃଷ୍ଟି ହୋଇଛି। ଲୋକଙ୍କୁ ଟୀକା ଦେବା ପାଇଁ ପ୍ରଶାସନକୁ ବଡ ପରିଶ୍ରମ କରିବାକୁ ପଡୁଛି। ଲୋକଙ୍କୁ ସଚେତନ କରିବା ପରେ ମଧ୍ୟ ଲୋକେ ଟୀକା ନେବା ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି। ଅନେକ ସ୍ଥାନରେ ସ୍ୱାସ୍ଥ୍ୟକର୍ମୀଙ୍କୁ ଦେଖି ଲୋକେ ଦୌଡି ପଳାଇଯାଉଥିବା ମଧ୍ୟ ଦେଖିବାକୁ ମିଳୁଛି। ସେଥିପାଇଁ ଲୋକଙ୍କୁ ଟୀକା ଦେବା ପାଇଁ ପ୍ରଶାସନ ପକ୍ଷରୁ କେଉଁଠି ୫ ଲକ୍ଷ ଟଙ୍କାର ବୀମା ଯୋଗାଇ ଦିଆଯାଉଛି ତ କେଉଁଠି କଟକଣା ମଧ୍ୟ ଲଗାଯାଉଛି। ଉତ୍ତରପ୍ରଦେଶର ଅନେକ ଅଞ୍ଚଳରେ ଏଭଳି ପରିସ୍ଥିତି ଦେଖିବାକୁ ମିଳୁଛି। ଏହି ରାଜ୍ୟର…
ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୯୭୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୯୭୪ ଆକ୍ରାନ୍ତଙ୍କ ମଧ୍ୟରୁ ୧୭୦ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୮୦୪ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୬ ହଜାର ୭୫୮ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୧୦୪୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୬୫ ହଜାର ୨୨୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୧ ହଜାର ୧୭୪ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୩୪୧ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।
ନୂଆଦିଲ୍ଲୀ: କରୋନା ଟୀକା ନେଇ କେନ୍ଦ୍ର ସରକାର ଗୁରୁତ୍ୱପୂର୍ଣ୍ଣ ସୂଚନା ଦିଆଯାଇଛି। ଡିସେମ୍ବର ସୁଦ୍ଧା ଦେଶରେ ସମସ୍ତଙ୍କୁ ଟୀକା ମିଳିବା ନେଇ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ବିଶ୍ଵରେ ଟୀକା ଉତ୍ପାଦନ କରୁଥିବା ୫ ଟି ଦେଶ ମଧ୍ୟରେ ଭାରତ ଗୋଟିଏ ଦେଶ। ଭାରତରେ ଟୀକା ଉତ୍ପାଦନ ହେଉଥିବାରୁ ଟୀକା ଉପଲବ୍ଧ ହେବାରେ ଅସୁବିଧା ରହିବ ନାହିଁ। ଜୁଲାଇ ଏବଂ ଅଗଷ୍ଟ ମାସ ବେଳକୁ ଦେଶରେ ପ୍ରଚୁର ପରିମାଣର ଟୀକା ଉତ୍ପାଦନ ହେଉଥିବ। ଭାରତ ଏକ ବିଶାଳ ଜନସଂଖ୍ୟା ବିଶିଷ୍ଟ ଦେଶ ଅଟେ। ତେଣୁ ସମସ୍ତଙ୍କୁ ଟୀକା ଦେବାକୁ ସମୟ ଲାଗିବ। ଚଳିତ ବର୍ଷ ଡିସେମ୍ବର ମାସ ସୁଦ୍ଧା ସମସ୍ତଙ୍କୁ ଟୀକାକରଣ କରାଯିବା ନେଇ ଲକ୍ଷ୍ୟ ରଖାଯାଇଛି। ଟୀକାକରଣକୁ ନେଇ ଆଇସିଏମଆର ଡିଜି ବଳରାମ ଭାର୍ଗବ ସୂଚନା ଦେଇଛନ୍ତି।
ଭୁବନେଶ୍ବର: ଭୁବନେଶ୍ବର ମହାନଗର ଅଞ୍ଚଳରେ ଟୀକା ନେବା ପାଇଁ ଆଜି ସନ୍ଧ୍ୟାରେ ସ୍ଲଟ ବୁକିଂ ଆରମ୍ଭ ହେବ। ୧୮ ରୁ ୧୪ ବର୍ଷ ବୟସ୍କଙ୍କ ୨ ୟ ଡୋଜ ଟୀକା ପାଇଁ ସ୍ଲଟ୍ ବୁକ୍ କରିପାରିବେ। ଆଜି ଏହି ବର୍ଗର ବୟସ୍କଙ୍କ ପାଇଁ ୧ ଲକ୍ଷ ଟୀକା ଆସିବା ପରେ ବିଏମସି ସ୍ଲଟ୍ ବୁକିଂ ପାଇଁ କହିଛି। ଆଜି ଓଡିଶାକୁ ୫୦ ହଜାର କୋଭିଶିଲ୍ଡ ଏବଂ ୫୦ ହଜାର କୋଭାକ୍ସିନ ଟିକା ଆସୁଛି।
ଲକ୍ଷ୍ମୌ, ବାହା ବେଦି ପାଖରେ ବ୍ଲାଙ୍କ ଫାଇରିଂ। ସେ ପୁଣି କେହି ନୁହେଁ ନିଜ ବାହାଘରରେ ନିଜେ କନ୍ୟା କରିଛି ଏହି ଫାଇରିଂ। ବେଦୀ ଉପରକୁ ଯିବା ପୂର୍ବରୁ କନ୍ୟା କରିଛି ଏହି ଫାଇରିଂ। ଆଶ୍ଚର୍ଯ୍ୟର କଥା ସେହି ପାଖରେ ସମସ୍ତେ ଥିଲେ ମଧ୍ୟ କେହି ପାଟି ଫିଟାଇଲେ ନାହିଁ। ଏପରିକି ନିଜେ ବର ମଧ୍ୟ ନିଜ ଭାବି ସ୍ତ୍ରୀଙ୍କର ଏପରି କାରନାମା ଦେଖି ଖୁସି ହେଉଥିଲେ, ହେଲେ ତାଗିଦ କଲେ ନାହିଁ। ଏହିପରି ଘଟଣା ଉତ୍ତର ପ୍ରଦେଶର ପ୍ରତାପଗଡ ଜିଲ୍ଲାର ଜେଠୱାଡା ଅଞ୍ଚଳରେ ଘଟିଛି । ଗତକାଲି ଏହି ବିବାହ ଅନୁଷ୍ଠିତ ହୋଇଥିଲା। ଏଥିରେ କନ୍ୟା ବେଦୀକୁ ଆସିବା ବେଳେ ଷ୍ଟେଜ ପାଖରେ ଛିଡାହୋଇ ଲାଇସ୍ସେନସ ପ୍ରାପ୍ତ ପିସ୍ତଲଟି ପାଖ ଲୋକଠାରୁ ଆଣିଲେ। ତାପରେ ହାତ ଉପରକୁ କରି ଫାଇରିଂ କଲେ। ଫାଇରିଂ କରିବା ପରେ କନ୍ୟା ଷ୍ଟେଜ ଉପରକୁ ଚଢିଥିଲେ। ଷ୍ଟେଜ ଉପରେ ଥିବା ବର କନ୍ୟାର ହାତ…
ଭୁବନେଶ୍ବର: ଆଜି ଓଡିଶାକୁ ଆଉ ୧ ଲକ୍ଷ ଟୀକା ଡୋଜ ଆସିବ। ଆଜି ୫୦ ହଜାର କୋଭାକ୍ସିନ ଏବଂ ୫୦ ହଜାର କୋଭିଶିଲ୍ଡ ଟୀକା ଓଡିଶାରେ ପହଞ୍ଚିବ। ୧୮ ରୁ ୪୪ ବର୍ଷ ବର୍ଗର ବ୍ୟକ୍ତିଙ୍କୁ ଏହି ଟୀକା ଦିଆଯିବ। ଏସବୁ ଟୀକା ଡୋଜ ଓଡିଶାକୁ କେନ୍ଦ୍ର ସରକାର ଦେଉଛି। ତେବେ ଜୁନ୍ ୭ ତାରିଖ ସୁଦ୍ଧା ୨୬,୦୦୦ ଡୋଜ୍ କୋଭାକ୍ସିନ ରାଜ୍ୟ ସରକାର କିଣିବାକୁ ଥିବା ବେଳେ ଜୁନ୍ ୯ ସୁଦ୍ଧା ୨,୨୭,୭୫୦ ଡୋଜ କୋଭିଶିଲ୍ଡ ଟିକା କିଣିବାକୁ ଯାଉଛନ୍ତି।
ଭୁବନେଶ୍ବର: କୋଭିଡ ଟୀକାକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନଙ୍କ ନିକଟକୁ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ଚିଠି ଲେଖିଛନ୍ତି। କେନ୍ଦ୍ର ସରକାର ଗ୍ଲୋବାଲ ଟେଣ୍ଡର କରି ରାଜ୍ୟଗୁଡିକୁ ଟୀକା ଦେବା ପାଇଁ ଅନୁରୋଧ କରିଛନ୍ତି। ନଚେତ ଟୀକା କିଣିବା ପାଇଁ ରାଜ୍ୟ ସରକାରଙ୍କୁ ପୂର୍ଣ୍ଣ ସ୍ଵାଧୀନତା ଦିଆଯାଉ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ନବ ଦାସ କହିଛନ୍ତି। ରାଜ୍ୟରେ ଗ୍ଲୋବାଲ ଟେଣ୍ଡର ପ୍ରତି କମ୍ପାନୀଗୁଡିକ ଆଗ୍ରହ ଦେଖାଉନଥିବାରୁ ନବ ଦାସ ଏଭଳି ଚିଠି ଲେଖି କେନ୍ଦ୍ରକୁ ଜଣାଇଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି ଯେ, ଓଡିଶାରେ ଗ୍ଲୋବାଲ ଟେଣ୍ଡର ପାଇଁ କୌଣସି କମ୍ପାନୀ ଆଗ୍ରହ ପ୍ରକାଶ କରୁନାହାନ୍ତି। ପ୍ରଥମ ପର୍ଯ୍ୟାୟରେ ଦୁଇ ସ୍ଵଦେଶୀ ଟୀକା କମ୍ପାନୀ ଭାରତ ବାୟୋଟେକ ଏବଂ ସେରମ ଇନଷ୍ଟିଚ୍ୟୁଟ ଭାଗ ନେଇନଥିଲେ। ସେଥିପାଇଁ ନିୟମକୁ କୋହଳ କରି ସମୟ ଘୁଞ୍ଚାଯାଇଛି।
ନୂଆଦିଲ୍ଲୀ: ଦୁଇ ଦିନ ପରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପହଞ୍ଚିବ ବୋଲି ଅନୁମାନ କରାଯାଇଛି। ଆସନ୍ତା ୩ ତାରିଖ ଦିନ କେରଳରେ ମୌସୁମୀ ବାୟୁ ପହଞ୍ଚିବା ନେଇ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁମାନ କରିଛି। ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ଜୁନ ୧ ତାରିଖରୁ ଦକ୍ଷିଣ ପଶ୍ଚିମ ବାୟୁ ବହିବା ଆରମ୍ଭ କରିବ। ଏହାଦ୍ବାରା କେରଳ ଏବଂ ଆଖ ପାଖ ଅଞ୍ଚଳରେ ପ୍ରବଳ ବର୍ଷା ହେବ। ଏପରିକି ୩ ତାରିଖ ଦିନ କେରଳରେ ମୌସୁମୀ ସ୍ପର୍ଶ କରିବ ବୋଲି ଆଶା କରାଯାଉଛି। ତେବେ ଚଳିତ ବର୍ଷ ବର୍ଷା ସ୍ଵାଭାବିକ ହେବ ବୋଲି ପାଣିପାଗ କେନ୍ଦ୍ର ଅନୁମାନ କରିଛି। ଚଳିତ ବର୍ଷ ୯୬ ପ୍ରତିଶତରୁ ୧୦୪ ପ୍ରତିଶତ ବର୍ଷା ହେବ ବୋଲି ଆକଳନ କରାଯାଇଛି।
ନୂଆଦିଲ୍ଲୀ: କରୋନା ଭୂତାଣୁ ସମଗ୍ର ବିଶ୍ଵକୁ କବଳିତ କରି ରଖିଛି। କିନ୍ତୁ ଯେଉଁ ଦେଶରୁ ଏହାର ଉତ୍ପତ୍ତି ହୋଇଛି, ସେଠାରେ ସଂକ୍ରମଣ ହ୍ରାସ ପାଇଛି। ଚୀନରୁ ଏହି ଭୂତାଣୁର ଉତ୍ପତ୍ତି ହୋଇ ସାରା ବିଶ୍ଵକୁ ବ୍ୟାପୀଯାଇଥିବା ବେଳେ ସେଠାରେ ସଂକ୍ରମଣ ଆଉ ଦେଖିବାକୁ ମିଳିନଥିଲା। କିନ୍ତୁ ପୁଣି ଚୀନରେ ଏବେ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛନ୍ତି। ସୂଚନା ମୁତାବକ ଗତକାଲି ୨୩ ଟି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୦ ତାରିଖ ଦିନ ୨୭ ଟି ନୂଆ ମାମଲା ଚିହ୍ନଟ ହୋଇଛି। ଫଳରେ ଚୀନର ଗ୍ବାନଗନ୍ଦୋଗ ଅଞ୍ଚଳରେ କଟକଣା ଲଗାଯାଇଛି। ଏହି ଅଞ୍ଚଳରୁ ବାହାରକୁ ଯାଉଥିବା ଲୋକଙ୍କ ପାଇଁ କୋଭିଡ ପରୀକ୍ଷା ବାଧ୍ୟତାମୂଳକ କରାଯାଇଛି। ଏହାସହ ଏହି ଅଞ୍ଚଳକୁ ଆସୁଥିବା ଲୋକଙ୍କୁ ମଧ୍ୟ କୋଭିଡ ପରୀକ୍ଷା ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି। ସେଥିପାଇଁ ସହରର ସବୁ ଅଞ୍ଚଳରେ କୋଭିଡ ପରୀକ୍ଷା ଲ୍ୟାବ ସ୍ଥାପିତ କରାଇ ଟେଷ୍ଟିଙ୍ଗକୁ ବୃଦ୍ଧି କରାଯାଇଛି। ହଙ୍ଗକଙ୍ଗ…
ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି। ଅସୁସ୍ଥତା କାରଣରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଚଳିତ ବର୍ଷ ଏପ୍ରିଲ ମାସରେ ୬୧ ବର୍ଷୀୟ ରମେଶ ପୋଖରିଆଲ କରୋନାରେ ସଂକ୍ରମିତ ହୋଇଥିଲେ। କରୋନା ପରବର୍ତ୍ତୀ ସମସ୍ୟା ଯୋଗୁଁ ସେ ଅସୁସ୍ଥତା ଅନୁଭବ କରୁଛନ୍ତି। ତେଣୁ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି।
ସୀତାରାମ ଅଗ୍ରୱାଲ ଚିଲିକା: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ନାଭାଲ ଫାଣ୍ଡିରେ ନୂତନ ଫାଣ୍ଡି ଅଧିକାରୀ ଭାବେ ଯୋଗଦେଇଛନ୍ତି ଏସଆଇ ଦିଲୀପ ସାହୁ। ଶ୍ରୀ ସାହୁ ଦୀର୍ଘ ଏକ ବର୍ଷ ହେଲା ବାଲୁଗାଁ ଥାନାରେ କାର୍ଯ୍ୟରତ ଅଛନ୍ତି। ତେବେ ନିକଟରେ ପୂର୍ବତନ ନାଭାଲ ଫାଣ୍ଡି ଅଧିକାରୀ ଗୋବିନ୍ଦ ଗୌଡ଼ଙ୍କ ଆଇଆଇସି ଭାବେ ଗଜପତି ଜିଲ୍ଲାକୁ ପଦୋନ୍ନତି ହୋଇଥିବାରୁ ଫାଣ୍ଡି ଅଧିକାରୀ ପଦବୀ ଖାଲି ପଡିଥିଲା। ଏହି ପରିପ୍ରେକ୍ଷୀରେ ଗତ ୨୬ ତାରିଖରେ ଖୋର୍ଦ୍ଧା ଏସପି ଦିଲୀପ ସାହୁଙ୍କୁ ନାଭାଲ ଫାଣ୍ଡି ଅଧିକାରୀ ଭାବେ ନିଯୁକ୍ତି ଦେଇଛନ୍ତି। ତେବେ ନାଭାଲ ଫାଣ୍ଡି ଚିଲିକାର ଏକ ଗୁରୁତ୍ୱପୂର୍ଣ ଅଞ୍ଚଳ ହୋଇଥିବାହେତୁ ଉକ୍ତ ଅଞ୍ଚଳରୁ ଚୋରା ମଦ ବେପାର ବନ୍ଦ କରିବା ସହ ଅପରାଧ ମୁକ୍ତ କରିବା ପ୍ରଥମ ପ୍ରାଥମିକତା ରହିବ ବୋଲି ଶ୍ରୀ ସାହୁ ପ୍ରକାଶ କରିଛନ୍ତି।
ସୁବାସ କୁମାର ତାରଣିଆଁ କେଉଁ ଅନାଦି କାଳରୁ ମନୁଷ୍ୟ ଓ ପଶୁପକ୍ଷୀମାନଙ୍କ ମଧ୍ୟରେ ରହିଆସିଛି ନିବିଡ଼ ସମ୍ପର୍କ। ପଶୁପକ୍ଷୀ ହେଲେ ବି ଏମାନଙ୍କ ବୁଝିବାର ଶକ୍ତି ମଣିଷଙ୍କଠାରୁ କୌଣସି ଗୁଣରେ କମ୍ ନୁହଁ । ଏଥିପାଇଁ ଲୋକମାନେ ଘରେ କୁକୁର, ବିଲେଇ, ଶୁଆ, ଶାରୀ ଆଦି ପୋଷୁଥିଲେ । ଏହି ପଶୁପକ୍ଷୀମାନଙ୍କୁ ପରିବାରର ଜଣେ ସଦସ୍ୟ ଭାବେ ଗ୍ରହଣ କରିବା, ସେମାନଙ୍କ ସହିତ ଉତ୍ତମ ଆଚରଣ ଓ ଉଚ୍ଚାରଣ କରିବା ଦ୍ୱାରା ଖୁବ୍ କମ୍ ଦିନରେ ସେମାନେ ଅତି ଆପଣାର ପାଲଟିଯାଆନ୍ତି ଏବଂ ମଣିଷର ସୁଖ ଦୁଃଖରେ ଭାଗୀ ହୁଅନ୍ତି । ଏବେ କିନ୍ତୁ ସମୟ ବଦଳିଯାଇଛି। ବଳଦଙ୍କ ବଂଶ ଧୀରେ ଧୀରେ ଲୋପ ପାଇବାକୁ ବସିଲାଣି । ଷଣ୍ଢଟିଏ ବୟସ ହୋଇଗଲାଣି। ଚରି ବୁଲିବାକୁ ଆଉ ସକ୍ଷମ ନାହିଁ । ଖାଦ୍ୟ ଅନ୍ୱେଷଣରେ ଯାହା ବାଡ଼ି ବଗିଚାରେ ପଶୁଛି, ସେ ମାର ମାର, ଧରଧର କରୁଛି । ମାଡ଼ ଭୟରେ…
ମୁମ୍ବାଇ: ଗତକାଲି ରାତିରେ ଅଭିନେତା କରଣ ମେହେରାଙ୍କୁ ପୋଲିସ ଗିରଫ କରିଛି। “ୟେ ରିସ୍ତା କ୍ୟା କହଲାତା ହେ” ସିରିଏଲରେ ନୈତିକ ସିଙ୍ଘାଣିଆ ଭୂମିକାରେ ଅଭିନୟ କରି କରଣ ପ୍ରସିଦ୍ଧ ଲାଭ କରିଥିଲେ। କରଣଙ୍କ ପତ୍ନୀ ତଥା ଅଭିନେତ୍ରୀ ନିଶା ରାୱଲଙ୍କ ଅଭିଯୋଗ ପରେ ପୋଲିସ ଗିରଫ କରିଛି। ନିଶା ଗୋରେଗାଓଁରେ କରଣଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଏନେଇ ମୁମ୍ବାଇ ପୋଲିସ କରଣଙ୍କ ନାମରେ କେସ ପଞ୍ଜୀକୃତ କରିଛି।
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧ ଲକ୍ଷ ୨୭ ହଜାର ୫୧୦ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୨ ହଜାର ୭୯୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୨ କୋଟି ୮୧ ଲକ୍ଷ ୭୫ ହଜାର ୪୪ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୩୧ ହଜାର ୮୯୫ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୫୯ ଲକ୍ଷ ୪୭ ହଜାର ୬୨୯ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୧୮ ଲକ୍ଷ ୯୫ ହଜାର ୫୨୦ ଆକ୍ଟିଭ୍ କେସ୍ ରହିଛି।
ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୩୭ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୩୭ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୭୯୧ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ଅନୁଗୁଳ ଜିଲ୍ଲାରୁ ୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ବଲାଙ୍ଗୀରି ଜିଲ୍ଲାରୁ ଜଣେ, ଭୁବନେଶ୍ବରରୁ ୩ ଜଣ, କଟକରୁ ୪ ଜଣ, ଗଜପତି ଜିଲ୍ଲାରୁ ଜଣେ, ଗଞ୍ଜାମରୁ ଜଣେ, ଝାରସୁଗୁଡାରୁ ୩ ଜଣ, କଳାହାଣ୍ଡିରୁ ୪ ଜଣ, କୋରାପୁଟରୁ ଜଣେ, କେନ୍ଦ୍ରାପଡାରୁ ୨ ଜଣ, ନବରଙ୍ଗପୁରରୁ ୩ ଜଣ, ନୂଆପଡାରୁ ୨ ଜଣ, ରାୟଗଡାରୁ ୨ ଜଣ, ସୋନପୁରରୁ ୨ ଜଣ ଏବଂ ସୁନ୍ଦରଗଡରୁ ୩ ଜଣ ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୭୩ ହଜାର ୭୩୨ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୬ ଲକ୍ଷ…
ଭୁବନେଶ୍ବର: ଆଜି ରାଜ୍ୟରେ ୮ ହଜାର ୭୩୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୪୮୯୨ ଜଣ ଚିହ୍ନଟ ହୋଇଥିବା ବେଳେ ୩୮୪୩ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୭୩ ହଜାର ୭୩୨ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୬ ଲକ୍ଷ ୮୦ ହଜାର ୯୩୨ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୮୯ ହଜାର ୯୫୬ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୭୧୯ କୁ ବୃଦ୍ଧି ହୋଇଛି। ଆଜି ମୋଟ ୩୦ ଟି ଜିଲ୍ଲାରୁ ୮ ହଜାର ୭୩୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୧୨୨୨ ଜଣ, କଟକ ଜିଲ୍ଲାରୁ ୬୭୩, ଅନୁଗୁଳ ଜିଲ୍ଲାରୁ ୪୫୬…

