ଭୁବନେଶ୍ବର: ଆଜି ରାଜ୍ୟରେ ୧୧ ହଜାର ୫୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୬୧୯୩ ଜଣ ଚିହ୍ନଟ ହୋଇଥିବା ବେଳେ ୪୮୬୬ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୩ ହଜାର ୪୪୧ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୫ ଲକ୍ଷ ୮୯ ହଜାର ୬୧୦ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧ ଲକ୍ଷ ୧୧ ହଜାର ୨୬୨ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୪୮୪ କୁ ବୃଦ୍ଧି ହୋଇଛି। ଆଜି ମୋଟ ୩୦ ଟି ଜିଲ୍ଲାରୁ ୧୧ ହଜାର ୫୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ କଟକ ଜିଲ୍ଲାରୁ ୧୧୩୩, ଖୋର୍ଦ୍ଧା ଜିଲ୍ଲାରୁ ୧୦୧୦ ଜଣ, ଅନୁଗୁଳ…
Author: Samikhsya Bureau
ମେଷ- ଛାତ୍ରଛାତ୍ରୀ ସଫଳତା ହାସଲ କରିବ। ଆପଣ ସ୍ୱାଦିଷ୍ଟ ଖାଦ୍ୟ ଉପଭୋଗ କରିବେ। କ୍ଳାନ୍ତ ହୋଇଯିବ। ଟଙ୍କା ଗ୍ରହଣ ସହଜ ହେବ। ଶକ୍ତି ବୃଦ୍ଧି ପାଇବ। ପତି-ପତ୍ନୀଙ୍କ ଆର୍ଥିକ ପାର୍ଥକ୍ୟ ହୋଇପାରେ। ଆଶା କରାଯାଉଥିବା ଆଜିର ପରିସ୍ଥିତି କାର୍ଯ୍ୟରେ ଲାଗି ରହିବ। ପିଲାମାନଙ୍କର ଆଚରଣ ଉପରେ ନଜର ରଖନ୍ତୁ। ବୃଷ- ଖରାପ ଖବର ମିଳିପାରେ। ବକ୍ତବ୍ୟର ନିୟନ୍ତ୍ରଣ ରଖନ୍ତୁ। ସ୍ୱାସ୍ଥ୍ୟ ଦୁର୍ବଳ ରହିବ। କାରବାରରେ ସାବଧାନ ରୁହନ୍ତୁ। ଆର୍ଥିକ ସ୍ଥିତି ଭଲ ରହିବ। ଉପର ଅଧିକାରୀ ଆପଣଙ୍କ ଆଚରଣ ଏବଂ ଦକ୍ଷତା ଦ୍ୱାରା ଉପକୃତ ହେବ। ପାରସ୍ପରିକ ଆଲୋଚନା ଲାଭଦାୟକ ହେବ। ମିଥୁନ- ଆପଣ କଠିନ ପରିଶ୍ରମର ଫଳ ପାଇବେ। ପ୍ରତିଷ୍ଠା ବୃଦ୍ଧି ପାଇବ। ଯାତ୍ରା ସଫଳ ହେବ। ଏକ ଲାଭ ହେବ। ସୁଖ ରହିବ। ଯାନ କିଣିବାର ଆନନ୍ଦ ପାଇବେ। ସମ୍ପତ୍ତି କାରବାରରେ ସତର୍କତା ବ୍ୟବହାର କରନ୍ତୁ। ପରିବାରରେ ସହଯୋଗର ପରିବେଶ ରହିବ। ବ୍ୟବସାୟ ଭଲ କରିବ। ପିଲାମାନଙ୍କୁ ଧ୍ୟାନ…
ବୃଷ- ଖରାପ ଖବର ମିଳିପାରେ। ବକ୍ତବ୍ୟର ନିୟନ୍ତ୍ରଣ ରଖନ୍ତୁ। ସ୍ୱାସ୍ଥ୍ୟ ଦୁର୍ବଳ ରହିବ। କାରବାରରେ ସାବଧାନ ରୁହନ୍ତୁ। ଆର୍ଥିକ ସ୍ଥିତି ଭଲ ରହିବ। ଉପର ଅଧିକାରୀ ଆପଣଙ୍କ ଆଚରଣ ଏବଂ ଦକ୍ଷତା ଦ୍ୱାରା ଉପକୃତ ହେବ। ସିଂହ- ସରକାରୀ ସହାୟତା ଉପଲବ୍ଧ ହେବ। ବ୍ୟବସାୟ ଯାତ୍ରା ସଫଳ ହେବ। ଅପ୍ରତ୍ୟାଶିତ ଲାଭ ହେବ। ଆଦୈ ବିବାଦରେ ପଶନ୍ତୁ ନାହିଁ। ଧର୍ମ ପ୍ରତି ଆଗ୍ରହ ବୃଦ୍ଧି ପାଇବ। ବ୍ୟବସାୟ ଏବଂ ଚାକିରିରେ ସମ୍ପୂର୍ଣ୍ଣ ସନ୍ତୁଷ୍ଟ ହେବେ।
ମେଷ- ଛାତ୍ରଛାତ୍ରୀ ସଫଳତା ହାସଲ କରିବ। ଆପଣ ସ୍ୱାଦିଷ୍ଟ ଖାଦ୍ୟ ଉପଭୋଗ କରିବେ। କ୍ଳାନ୍ତ ହୋଇଯିବ। ଟଙ୍କା ଗ୍ରହଣ ସହଜ ହେବ। ଶକ୍ତି ବୃଦ୍ଧି ପାଇବ। ପତି-ପତ୍ନୀଙ୍କ ଆର୍ଥିକ ପାର୍ଥକ୍ୟ ହୋଇପାରେ। କନ୍ୟା- ଅପଚୟ ଖର୍ଚ୍ଚ ହେବ। ସ୍ୱାସ୍ଥ୍ୟ ଦୁର୍ବଳ ରହିବ। ଦୁଷ୍କର୍ମରୁ ଦୂରେଇ ରୁହନ୍ତୁ। ଅନ୍ୟମାନଙ୍କୁ ବିଶ୍ୱାସ କର ନାହିଁ । ଧୈର୍ଯ୍ୟ ଧରନ୍ତୁ ପାରିବାରିକ ଜୀବନ ଭଲ ହେବ। ବନ୍ଦ ହୋଇପଡିଥିବା ଟଙ୍କା ମିଳିବ।
ମିଥୁନ- ଆପଣ କଠିନ ପରିଶ୍ରମର ଫଳ ପାଇବେ। ପ୍ରତିଷ୍ଠା ବୃଦ୍ଧି ପାଇବ। ଯାତ୍ରା ସଫଳ ହେବ। ଏକ ଲାଭ ହେବ। ସୁଖ ରହିବ। ଯାନ କିଣିବାର ଆନନ୍ଦ ପାଇବେ। ସମ୍ପତ୍ତି କାରବାରରେ ସତର୍କତା ବ୍ୟବହାର କରନ୍ତୁ। କର୍କଟ- ଆପଣ ଉତ୍ସାହଜନକ ସୂଚନା ପାଇବେ। ଆତ୍ମ ସମ୍ମାନ ବୃଦ୍ଧି ପାଇବ। ପୁରୁଣା ବନ୍ଧୁମାନଙ୍କୁ ଦେଖା ହେବ। ବ୍ୟବସାୟ ଭଲ କରିବ। କାର୍ଯ୍ୟ ଏବଂ ବ୍ୟବସାୟ କ୍ଷେତ୍ରରେ ବିଭିନ୍ନ ବାଧାବିଘ୍ନ ହେତୁ ମନ ବିଚଳିତ ରହିବ। ବିବାଦକୁ ଏଡ଼ାଇବା ଉଚିତ୍। ଆର୍ଥିକ ଋଣରେ ଭାବେ ବାନ୍ଧି ହୋଇଯିବେ।
ତୂଳା- ତୁମେ ନିଶ୍ଚିତ ଥିବା ଟଙ୍କା ପାଇବ। ବ୍ୟବସାୟ ଯାତ୍ରା ସଫଳ ହେବ। ବିବାଦ କର ନାହିଁ। ବ୍ୟବସାୟ ଭଲ କରିବ। ବିବାହିତ ଜୀବନ ସୁଖଦ ହେବ । ପୁଞ୍ଜି ବିନିଯୋଗ ବୃଦ୍ଧି ପାଇବ । ସାହିତ୍ୟ ପ୍ରତି ଆଗ୍ରହ ବୃଦ୍ଧି ପାଇବ। ଆର୍ଥିକ ଯୋଗ ଶୁଭ ଅଟେ। ମୀନ- ସମ୍ପତ୍ତି କାର୍ଯ୍ୟରେ ଉପକୃତ ହେବ। ପ୍ରଗତିର ରାସ୍ତା ପକ୍କା ହେବ। ବ୍ୟବସାୟ ଭଲ କରିବ। ଖୁସି ହେବେ। ଖର୍ଚ୍ଚ ବୃଦ୍ଧି ଚିନ୍ତା କରିବ। ଶିଶୁ ରୋଜଗାରର ସମସ୍ୟାର ସମାଧାନ ସମ୍ଭବ।
ବିଛା- ଯୋଜନା ଫଳପ୍ରଦ ହେବ। ନୂତନ ଚୁକ୍ତିନାମା ହେବ। ପ୍ରତିଷ୍ଠା ବୃଦ୍ଧି ପାଇବ। ବ୍ୟବସାୟ ଭଲ କରିବ। ବିନିଯୋଗ ଶୁଭ ହେବ। ଶୀଘ୍ର ଏବଂ ପଳାୟନ ସହିତ କାମ କରିବାର ପ୍ରବୃତ୍ତି ବନ୍ଦ କରନ୍ତୁ। ଜଣେ ଭଲ ବନ୍ଧୁଙ୍କୁ ଭେଟିବେ। ଧନୁ- ଧର୍ମ ପ୍ରତି ଆଗ୍ରହ ପ୍ରକାଶ କରିବ। ବରିଷ୍ଠ ନାଗରିକଙ୍କ ସମର୍ଥନ ରହିବ। କୋର୍ଟ କାର୍ଯ୍ୟ କରାଯିବ। ସେଠାରେ ସଫଳତା ହେବ। ଆୟ ଏବଂ ବ୍ୟୟ ମଧ୍ୟରେ ଏକ ସନ୍ତୁଳନ ରହିବ। କ୍ରୋଧ ଉପରେ ସଂଯମତା ଆବଶ୍ୟକ।
ମକର- ଯାନ ଏବଂ ଯନ୍ତ୍ରପାତି ବ୍ୟବହାରରେ ସତର୍କତା ବ୍ୟବହାର କରନ୍ତୁ । କ୍ରନିକ ରୋଗ ଦେଖାଦେଇପାରେ। ବକ୍ତବ୍ୟର ନିୟନ୍ତ୍ରଣ ନିଅ। ବ୍ୟବସାୟକୁ ବିସ୍ତାର କରିବା ପାଇଁ କରାଯାଇଥିବା ପ୍ରୟାସ ସଫଳ ହେବ। କୁମ୍ଭ- ପ୍ରେମ ସଂପର୍କରେ ସୁସଙ୍ଗତତା ରହିବ। ସରକାରୀ ବାଧା ଦୂର ହେବ। ବ୍ୟବସାୟ ଭଲ କରିବ ହେଲେ ଶତ୍ରୁ ରହିବେ। କାର୍ଯ୍ୟରେ ଉପକୃତ ହେବେ। ଅତୀତର କାର୍ଯ୍ୟଗୁଡିକ ଏଡ଼ାଇବା ଉଚିତ ଯେହେତୁ ସେମାନେ ବିଫଳତାକୁ ସମାପ୍ତ କରନ୍ତି।
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ବାତ୍ୟା ‘ୟାସ’ ଜନିତ ପରିସ୍ଥିତିର ମୁକାବିଲା ଲାଗି ହୋଇଥିବା ପ୍ରସ୍ତୁତି ଓ ଯୋଜନାର ସମୀକ୍ଷା କରିଛନ୍ତି। ଏଥିରେ ସେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରୀୟ ମନ୍ତ୍ରଣାଳୟ ଏବଂ ସଂସ୍ଥାର ପ୍ରତିନିଧିମାନଙ୍କ ସହିତ ଆଲୋଚନା କରିଥିଲେ। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ସୂଚନା ଦେଇଛି ଯେ ‘ୟାସ’ ବାତ୍ୟା ୨୬ ତାରିଖ ସନ୍ଧ୍ୟାରେ ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ଦେଇ ଗତି କରିବ। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୫୫-୧୬୫ କିମି କିମ୍ବା ସ୍ଥଳବିଶେଷରେ ଘଣ୍ଟା ପ୍ରତି ୧୮୫ କିମି ରହିବ ବୋଲି ପୂର୍ବାନୁମାନ କରାଯାଇଛି। ବାତ୍ୟା ପ୍ରଭାବରେ ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗର ଉପକୂଳବର୍ତ୍ତୀ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଓଡ଼ିଶା ଓ ପଶ୍ଚିମବଙ୍ଗର ଉପକୂଳବର୍ତ୍ତୀ କ୍ଷେତ୍ରରେ ସମୁଦ୍ରରୁ ୨-୪ ମିଟର ଉଚ୍ଚତାର ଜୁଆର ଉଠି ଆସିବ ବୋଲି ଆଇଏମଡି ପକ୍ଷରୁ ସତର୍କ…
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ସାର ଉପରେ ରିହାତି ଯୋଗାଣ ଘୋଷଣା ପରେ ସରକାରଙ୍କ ପକ୍ଷରୁ ଏ ସଂକ୍ରାନ୍ତରେ ବିଜ୍ଞପ୍ତି ଜାରି କରାଯାଇଛି । କେନ୍ଦ୍ର ସରକାର ଆଗାମୀ ଖରିଫ ଋତୁରେ ଦେଶର କୃଷକମାନଙ୍କୁ ସାର ଉପରେ ୧୪,୭୭୫ କୋଟି ଟଙ୍କାର ଅଧିକ ସବସିଡ଼ି ଯୋଗାଇଦେବେ । ଏହି ସବସିଡ଼ି ମଧ୍ୟରେ ଡିଏପି ସାର ଉପରେ ୯,୧୨୫ କୋଟି ଟଙ୍କାର ଅତିରିକ୍ତ ସବସିଡ଼ି ଏବଂ ଏନପିକେ ଭିତ୍ତିକ ଯୌଗିକ ସାର ଉପରେ ୫,୬୫୦ କୋଟି ଟଙ୍କାର ଅତିରିକ୍ତ ବ୍ୟୟଭାର ସରକାର ବହନ କରିବେ ବୋଲି ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି । ଏହା ଫଳରେ ଖରିଫ ଋତୁ ୨୧ ପାଇଁ ଡିଏପି ସମେତ ପି ଏବଂ କେ ସାର ଉପରେ ୧୦୦% ସବସିଡି ବୃଦ୍ଧି କରାଯାଇଛି । ଏହି ସବସିଡ଼ି ବାବଦକୁ ସରକାରଙ୍କୁ ଅତିରିକ୍ତ ୧୪,୭୭୫ କୋଟି ଟଙ୍କାର ବ୍ୟୟଭାର ବହନ କରିବାକୁ ପଡ଼ିବ । ୨୦୨୦-୨୧ ଆର୍ଥିକ ବର୍ଷରେ ଇତି…
ଭୁବନେଶ୍ବର, ଆସନ୍ତା ୨୬ତାରିଖ ଦିନ ପୂର୍ବ ଉପକୂଳରେ ମାଡ ହେବାକୁ ଥିବା ସମ୍ଭାବ୍ୟ ବାତ୍ୟା ‘ୟାସ’ ପ୍ରଭାବର ମୁକାବିଲା ନିମନ୍ତେ ସଶସ୍ତ୍ର ସେନା ପ୍ରସ୍ତୁତି ଆରମ୍ଭ କରିଦେଇଛି । ଭାରତୀୟ ବାୟୁସେନା ଦ୍ୱାରା ୯୫୦ଜଣ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ ବା ଏନଡିଆରଏଫ ଯବାନ ଓ ୭୦ଟନ୍ ଓଜନର ସାମଗ୍ରୀ ସହ ଜାମନଗର, ବାରଣାସୀ, ପାଟନା ଓ ଆରାକୋନ୍ନମରୁ କୋଲକାତା, ଭୁବନେଶ୍ୱର ଓ ପୋର୍ଟ ବ୍ଲେୟାରରେ ୧୫ଟି ପରିବହନ ଏୟାରକ୍ରାଫ୍ଟ ଦ୍ୱାରା ଆଜି ସୁଦ୍ଧା ପହଂଚାଯାଇଛି । ୧୬ଟି ପରିବହନ ଏୟାରକ୍ରାଫ୍ଟ ଓ ୨୦ଟି ହେଲିକପ୍ଟର ତତ୍କାଳ ମୁତୟନ ପାଇଁ ସଜାଗ ରହିଛନ୍ତି । ପଶ୍ଚିମାଞ୍ଚଳରେ ମାନବିକ ସହାୟତା ଓ ବିପର୍ୟ୍ୟୟ ପ୍ରଶମନ କାର୍ୟ୍ୟରୋ ନିୟୋଜିତ ଭାରତୀୟ ନୌସେନାର ଦଶଟି ଏଚଏଡିଆର ଦଳକୁ ଭୁବନେଶ୍ୱର ଓ କୋଲକାତା ପଠାଇଥିବାବେଳେ ୫ଟି ମାନବିକ ସହାୟତା ଓ ବିପର୍ୟ୍ୟୟ ପ୍ରଶମନ (ଏଚଏଡିଆର)ଦଳ ପୋର୍ଟବ୍ଲେୟାରରେ ପ୍ରସ୍ତୁତ ଅଛନ୍ତି । ପୂର୍ବ ନୌକମାଣ୍ଡ, ଆଣ୍ଡାମାନ ଓ ନିକୋବର…
ନୂଆଦିଲ୍ଲୀ: ଡାକ୍ତରଙ୍କ ବିରୋଧରେ ରାମଦେବ ବାବା ଦେଇଥିବା ବିବାଦୀୟ ମନ୍ତବ୍ୟକୁ ଫେରାଇ ନେବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ କହିଛନ୍ତି। ଏହି ବିଷୟରେ ରାମଦେବ ବାବାଙ୍କୁ ସ୍ୱାସ୍ଥ୍ୟମନ୍ତ୍ରୀ ଚିଠି ଲେଖିଛନ୍ତି। ଏଲୋପ୍ୟାଥି ଡାକ୍ତରଙ୍କୁ ରାମଦେବ ବାବା ମୂର୍ଖ ବୋଲି କହୁଥିବା ଏକ ଭିଡିଓ ଭାଇରାଲ ହୋଇଥିଲା। ଯାହାଫଳରେ ଡାକ୍ତରମାନେ କଡା ବିରୋଧ କରିଥିଲେ। ତେଣୁ ରାମଦେବ ବାବାଙ୍କୁ ତାଙ୍କ ମନ୍ତବ୍ୟ ଫେରାଇ ନେବା ପାଇଁ ସ୍ବାସ୍ଥ୍ୟମନ୍ତ୍ରୀ ଚିଠି ଲେଖି କହିଛନ୍ତି।
ସୀତାରାମ ଅଗ୍ରୱାଲ ଚିଲିକା: ନିୟମ ଉଲ୍ଲଂଘନ ଅଭିଯୋଗରେ ଆଜି ଦୁଇଟି ପଥର ବୋଝେଇ ଗାଡିକୁ ଜବତ କରାଯାଇଛି। ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ ଏହି ଦୁଇ ଗାଡିକୁ ଜବତ କରି ଟାଙ୍ଗୀ ତହସିଲକୁ ଜିମା ଦେଇଛନ୍ତି। ସୂଚନା ମୁତାବକ ଆଜି ମଧ୍ୟାହ୍ନରେ ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ ଜିଲ୍ଲାପାଳଙ୍କ ଗସ୍ତ ନିମନ୍ତେ କୁହୁଡି ଅଭିମୁଖେ ଯାଉଥିବାବେଳେ କୁହୁଡି ନିକଟରେ ଦୁଇଟି ପଥର ବୋଝଇ ହାଇୱାକୁ ଜବତ କରିଥିଲେ। ଗୋଟାଏ ଗାଡିର ୱାୟୀ ଫର୍ମ ନଥିବାବେଳେ ଅନ୍ୟ ଗାଡିଟି ଓଭରଲୋଡ଼ ସହ ବିପଦ ସଂକୁଳ ଅବସ୍ଥାରେ ବଡ ବଡ ପଥର ନେଇ ଯାଉଥିଲା। ଦୁଇ ଗୋଟି ଗାଡିକୁ ଟାଙ୍ଗୀ ତହସିଲ ଜିମ୍ମା ଦେଇଥିଲେ ଏସଡ଼ିପିଓ। ତେବେ ଉଭୟ ଗାଡ଼ିରୁ ୧ ଲକ୍ଷ ୨୫ ହଜାର ଟଙ୍କା ଜରିମାନା ଆଦାୟ ହୋଇଥିବାର ସୂଚନା ଦେଇଛନ୍ତି ଟାଙ୍ଗୀ ଅତିରିକ୍ତ ତହସିଲଦାର ଶରତ କୁମାର ଦେହୁରୀ। ସେହିପରି ଭାବେ ଆଜି ମଧ୍ୟାହ୍ନରେ ସଟ ଡ଼ାଉନ ନିୟମ ଉଲଂଘନ କରି…
ନୟାଗଡ/ଚାନ୍ଦପୁର: ପୁଣି ଏକ ସାମ୍ବାଦିକଙ୍କୁ ଗାଳି ଗୁଲଜ ସହ ଧମକ ମିଳିଥିବା ଅଭିଯୋଗ ହୋଇଛି। ସାମ୍ଵାଦିକ ଜଣଙ୍କ ଏନେଇ ଧମକ ଦେଇଥିବା ବ୍ୟକ୍ତିଙ୍କ ନାମରେ ଥାନାରେ ଏତଲା ଦେଇଛନ୍ତି। ଅଭିଯୁକ୍ତ ଯୁବକ ଜଣକ ହେଉଛନ୍ତି ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅନ୍ତର୍ଗତ ମୟୁରଝାଲିଆ ଗ୍ରାମର ନଗୁ କଳସ ଓରଫ ସୁରେନ୍ଦ୍ର ବୋଲି ଜଣାପଡିଛି। ସୂଚନା ମୁତାବକ ଗତ କାଲି ମୟୁର ଝାଲିଆ ଗ୍ରାମରେ କୋଭିଡ୍ ଟେଷ୍ଟକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ଚିକିତ୍ସା ପାଇଁ ଯାଇଥିବା ସ୍ୱାସ୍ଥ୍ୟ କର୍ମୀ ଏବଂ ରଣପୁର ତହସିଲଦାରଙ୍କୁ ନଗୁ କଳସଙ୍କ ସହ ସ୍ଥାନୀୟ ଲୋକେ ରଖିଥିଲେ ଅଟକ। ତେବେ ଖବର ସଂଗ୍ରହ ପାଇଁ ମୟୁର ଝାଲିଆ ଗାଁକୁ ଗଣମାଧ୍ୟମର ପ୍ରତିନିଧୀ ଦଳ ଯାଇଥିବା ବେଳେ ନଗୁ କଳସ ସାମ୍ବାଦିକମାନଙ୍କୁ ଧମକ ଚମକ ଦେଇଥିଲେ। ଏପରିକି ଜୀବନରୁ ମାରିଦେବାକୁ ମଧ୍ୟ ଧମକ ଦେଇଥିବାର ଅଭିଯୋଗ ହୋଇଛି। ଏ ନେଇ ଆଜି ମଧ୍ୟାହ୍ନରେ ଦୁଇ ଜଣ ସାମ୍ବାଦିକ ଚାନ୍ଦପୁର ଆଇଆଇସି…
ସୀତାରାମ ଅଗ୍ରୱାଲ ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀରେ କରୋନା ସ୍ଥିତି ସାଙ୍ଘାତିକ ହେବାରେ ଲାଗିଛି। ଆଜି ଉକ୍ତ ନିର୍ବାଚନମଣ୍ଡଳୀରେ ମୋଟ ୫୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ୫୯ ଜଣଙ୍କ ମଧ୍ୟରୁ ବାଣପୁର ବ୍ଲକରେ ୨୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଚିଲିକା ବ୍ଲକରୁ ୨୨ ଜଣ, ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୮ ଜଣ ଏବଂ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି ୩୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସୁସ୍ଥ ୩୮ ଜଣଙ୍କ ମଧ୍ୟରୁ ବାଣପୁର ବ୍ଲକରୁ ୧୯ ଜଣ ସୁସ୍ଥ ହୋଇଥିବା ବେଳେ ଚିଲିକା ବ୍ଲକରୁ ଜଣେ, ବାଲୁଗାଁ ବିଜ୍ଞାପିତ ଅଞ୍ଚଳରୁ ୧୧ ଜଣ ଏବଂ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଆଜି ସୁଦ୍ଧା ବାଣପୁର ବ୍ଲକରେ ୧୬୧ ଜଣ…
ନୂଆଦିଲ୍ଲୀ: ଆଜି ଦେଶରେ ରେକର୍ଡ ସଂଖ୍ୟକ କୋଭିଡ ପରୀକ୍ଷା କରାଯାଇଛି। ଆଜି ଗୋଟିଏ ଦିନରେ ସର୍ବାଧିକ ୨୧ ଲକ୍ଷ ୨୩ ହଜାର ୭୮୨ ନମୁନା ପରୀକ୍ଷା କରାଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏନେଇ ସୂଚନା ଦେଇଛନ୍ତି। କ୍ରମାଗତ ପଞ୍ଚମ ଦିନରେ ୨୦ ଲକ୍ଷରୁ ଅଧିକ ନମୁନା ପରୀକ୍ଷା କରାଯାଇଛି ବୋଲି ମନ୍ତ୍ରାଳୟ କହିଛି। ସେହିଭଳି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁଯାୟୀ, ଦେଶରେ ଏପର୍ଯ୍ୟନ୍ତ ୧୯ କୋଟି ୫୦ ଲକ୍ଷ ୪ ହଜାର ୧୮୪ ଡୋଜ ଟୀକା ଦିଆଯାଇଛି।
ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୧୧ ହଜାର ୬୨୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୨୧୮୮, ସୁନ୍ଦରଗଡରୁ ୮୭୮, କଟକରୁ ୭୭୦, ଅନୁଗୁଳରୁ ୭୦୬, ସମ୍ବଲପୁରରୁ ୬୭୮, ଯାଜପୁରରୁ ୪୬୬, ଭଦ୍ରକରୁ ୪୧୨, ପୁରୀରୁ ୩୮୬, ବଲାଙ୍ଗୀରିରୁ ୩୫୭, ମୟୂରଭଞ୍ଜରୁ ୩୪୭, ବାଲେଶ୍ବରରୁ ୩୪୦, ଝାରସୁଗୁଡାରୁ ୨୯୮, ନବରଙ୍ଗପୁରରୁ ୨୯୦, ବରଗଡରୁ ୨୮୭, ନୟାଗଡରୁ ୨୬୧, ଗଞ୍ଜାମରୁ ୨୩୮, ରାୟଗଡାରୁ ୨୩୬, ଜଗତସିଂହପୁରରୁ ୨୩୪, ବୌଦ୍ଧରୁ ୨୨୭, ସୋନପୁରରୁ ୨୧୧, କଳାହାଣ୍ଡିରୁ ୨୦୬, ନୂଆପଡାରୁ ୨୦୧, ଢେଙ୍କାନାଳରୁ ୧୭୩, କେନ୍ଦୁଝରରୁ ୧୬୬, କୋରାପୁଟରୁ ୧୬୫, କେନ୍ଦ୍ରାପଡାରୁ ୧୩୬, ଦେବଗଡରୁ ୧୨୫, ମାଲକାନାଗିରିରୁ ୧୨୨, ଗଜପତିରୁ ୧୦୨, କନ୍ଧମାଳରୁ ୭୦ ଏବଂ ଷ୍ଟେଟ ପୁଲରୁ ୩୫୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୫…
ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୧୦୪୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୧୦୪୧ ଆକ୍ରାନ୍ତଙ୍କ ମଧ୍ୟରୁ ୧୫୧ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୮୯୦ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୮ ହଜାର ୯୯୭ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୯୪୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୫୫ ହଜାର ୮୧୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୨ ହଜାର ୮୫୨ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୩୧୪ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।
ସୀତାରାମ ଅଗ୍ରୱାଲ ବାଣପୁର: ଆଜି ମଧ୍ୟାହ୍ନରେ ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତି ସାମ୍ଭାବ୍ୟ ବାତ୍ୟା ଏବଂ କୋଭିଡ ସ୍ଥିତି ଅନୁଧ୍ୟାନ ପାଇଁ ଚିଲିକା ନିର୍ବାଚନମଣ୍ଡଳୀ ଗସ୍ତରେ ଆସିଥିଲେ। ଉକ୍ତ ଗସ୍ତରେ ଅତିରିକ୍ତ ଜିଲ୍ଲାପାଳ ମନୋଜ ପାଢ଼ୀ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ଅନୁଜ ଦାସ ପଟ୍ଟନାୟକ ଏବଂ ଉପଜିଲ୍ଲାପାଳ ଅଶୋକ ବେହୁରିଆ ମଧ୍ୟ ସାମିଲ ଥିଲେ। ଜିଲ୍ଲାପାଳ ପ୍ରଥମେ ସାମ୍ଭାବ୍ୟ ବାତ୍ୟା ପାଇଁ ଚିଲିକା ବ୍ଲକ ପ୍ରଶାସନ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ବିରିବାଡ଼ି ପଂଚାୟତର ବାତ୍ୟା ଆଶ୍ରୟ ସ୍ଥଳୀ ପରିଦର୍ଶନ କରିଥିଲେ। ସେଠାରେ ବାତ୍ୟା ପାଇଁ ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଥିବା ଆଗୁଆ ପଦକ୍ଷେପ ଗୁଡିକର ତଦାରଖ କରିଥିଲେ। ଏହାପରେ ଜିଲ୍ଲାପାଳ ବାଲୁଗାଁ ଏନଏସିର ସଭାଗୃହ କକ୍ଷରେ ଏକ ବୈଠକର ଅଧ୍ୟକ୍ଷତା କରିଥିଲେ। ପାଖାପାଖି ଦୁଇ ଘଣ୍ଟା ଧରି ଚାଲିଥିବା ଉକ୍ତ ବୈଠକରେ ଚିଲିକା ନିର୍ବାଚନମଣ୍ଡଳୀରେ ସମ୍ପ୍ରତି କୋଭିଡ ସ୍ଥିତି ଏବଂ ସାମ୍ଭାବ୍ୟ ବାତ୍ୟା ପାଇଁ ପ୍ରଶାସନ ପକ୍ଷରୁ ନିଆଯାଇଥିବା ଆଗୁଆ ପଦକ୍ଷେପ ଗୁଡିକ…
ଖୋର୍ଦ୍ଧା: କୋଭିଡ ସମୟରେ ସ୍ୱାସ୍ଥ୍ୟକର୍ମୀଙ୍କୁ ଏବେ ଭଗବାନଙ୍କ ଏକ ରୂପ ବୋଲି କୁହାଯାଉଛି। ସ୍ୱାସ୍ଥ୍ୟକର୍ମୀ ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କ ସେବା କରି ଚାଲିଛନ୍ତି। ସେହିଭଳି ଏହି ମହାମାରୀ ସମୟରେ ସ୍ୱାସ୍ଥ୍ୟକର୍ମୀଙ୍କ ଭଳି ଆମ୍ବୁଲାନ୍ସରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କ ଅବଦାନ ମଧ୍ୟ କୌଣସି କ୍ଷେତ୍ରରେ କମ ନୁହେଁ। ଆମ୍ବୁଲାନ୍ସରେ କାର୍ଯ୍ୟରତ କର୍ମଚାରୀମାନେ ଦିନ ତମାମ କରୋନା ଆକ୍ରାନ୍ତଙ୍କୁ କୋଭିଡ ହସ୍ପିଟାଲରେ ପହଞ୍ଚାଇବା ଭଳି କାର୍ଯ୍ୟ କରିଆସୁଛନ୍ତି। ରାସ୍ତାରେ ଯାଉଥିବା ସମୟରେ ଆମ୍ବୁଲାନ୍ସର ଯେପରି କୌଣସି ବାଧା ନଆସିବ, ସେଥିପାଇଁ ବିଶେଷ ଧ୍ୟାନ ଦିଆଯାଉଛି। ଆମ୍ବୁଲାନ୍ସକୁ ଅଟକାଇବା କିମ୍ବା ବାଧା ଦେବା ଏକ ଅପରାଧ ବୋଲି କୁହାଯାଉଛି। ହେଲେ କିଛି ଅସାମାଜିକ ବ୍ୟକ୍ତି ଏହାର ଦୁରୂପୋଯୋଗ କରି ଆମ୍ବୁଲାନ୍ସରେ ଦେଶୀ ମଦ ନେଉଥିବା ଦେଖିବାକୁ ମିଳିଛି। ଏହି ଘଟଣାରେ ଜଣେ ଡ୍ରାଇଭରକୁ ପୋଲିସ ଗିରଫ କରିଛି। ସୂଚନା ଅନୁଯାୟୀ, ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ହଳଦିଆ ହାଟଛକ ନିକଟରେ ଏକ ଦେଶୀ ମଦ…
ଗୌହାଟି: ଆସାମ-ନାଗାଲାଣ୍ଡ ସୀମାର କାର୍ବୀ ଆଙ୍ଗଲୋଙ୍ଗ ଜିଲ୍ଲାରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ମିଳିଛି। ଆଜି ଏକ ଅପରେସନରେ ୬ ଜଣ ଉଗ୍ରବାଦୀଙ୍କୁ ସୁରକ୍ଷାକର୍ମୀମାନେ ନିହତ କରିଛନ୍ତି। ଡିଏନଏଲଏ ଉଗ୍ରବାଦୀ ସଂଗଠନ ସହ ଏମାନଙ୍କର ସମ୍ପର୍କ ଥିଲା ବୋଲି ଜଣାପଡିଛି। ଏହି ଉଗ୍ରବାଦୀ ସଂଗଠନ ବିଶେଷ କରି ଆସାମର ଦୀମା ହାସାଓ ଏବଂ କାର୍ବୀ ଆଙ୍ଗଲୋଙ୍ଗରେ ସକ୍ରିୟ ରୁହନ୍ତି। ପୋଲିସ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଗତ ବିଳମ୍ବିତ ରାତିରେ ଡିଏନଏଲଏ ଉଗ୍ରବାଦୀ ସଂଗଠନର ଠିକଣା ଉପରେ ସୁରକ୍ଷାକର୍ମୀଙ୍କୁ ସୂଚନା ମିଳିଥିଲା। ଯାହାଫଳରେ ସେହି ଅଞ୍ଚଳକୁ ବିଳମ୍ବିତ ରାତିରେ ସୁରକ୍ଷାକର୍ମୀ ତୁରନ୍ତ ତଦନ୍ତ ଅଭିଯାନ ଆରାମ୍ଭ କରିଦେଇଥିଲେ। ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିଲେ ମଧ୍ୟ ପୋଲିସ ଏବଂ ଆସାମ ରାଇଫଲର ଯବାନମାନଙ୍କୁ ବଡ ସଫଳତା ମିଳିଛି। ସେମାନେ ୬ ଜଣ ଉଗ୍ରବାଦୀଙ୍କୁ ମାରି ଦେଇଥିବା ବେଳେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି।

