Author: Samikhsya Bureau

ଭୁବନେଶ୍ବର: କୋଭିଡ ଟୀକାକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡା. ହର୍ଷବର୍ଦ୍ଧନଙ୍କ ନିକଟକୁ ରାଜ୍ୟ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ଚିଠି ଲେଖିଛନ୍ତି। କେନ୍ଦ୍ର ସରକାର ଗ୍ଲୋବାଲ ଟେଣ୍ଡର କରି ରାଜ୍ୟଗୁଡିକୁ ଟୀକା ଦେବା ପାଇଁ ଅନୁରୋଧ କରିଛନ୍ତି। ନଚେତ ଟୀକା କିଣିବା ପାଇଁ ରାଜ୍ୟ ସରକାରଙ୍କୁ ପୂର୍ଣ୍ଣ ସ୍ଵାଧୀନତା ଦିଆଯାଉ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ନବ ଦାସ କହିଛନ୍ତି। ରାଜ୍ୟରେ ଗ୍ଲୋବାଲ ଟେଣ୍ଡର ପ୍ରତି କମ୍ପାନୀଗୁଡିକ ଆଗ୍ରହ ଦେଖାଉନଥିବାରୁ ନବ ଦାସ ଏଭଳି ଚିଠି ଲେଖି କେନ୍ଦ୍ରକୁ ଜଣାଇଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି ଯେ, ଓଡିଶାରେ ଗ୍ଲୋବାଲ ଟେଣ୍ଡର ପାଇଁ କୌଣସି କମ୍ପାନୀ ଆଗ୍ରହ ପ୍ରକାଶ କରୁନାହାନ୍ତି। ପ୍ରଥମ ପର୍ଯ୍ୟାୟରେ ଦୁଇ ସ୍ଵଦେଶୀ ଟୀକା କମ୍ପାନୀ ଭାରତ ବାୟୋଟେକ ଏବଂ ସେରମ ଇନଷ୍ଟିଚ୍ୟୁଟ ଭାଗ ନେଇନଥିଲେ। ସେଥିପାଇଁ ନିୟମକୁ କୋହଳ କରି ସମୟ ଘୁଞ୍ଚାଯାଇଛି।

Read More

ନୂଆଦିଲ୍ଲୀ: ଦୁଇ ଦିନ ପରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପହଞ୍ଚିବ ବୋଲି ଅନୁମାନ କରାଯାଇଛି। ଆସନ୍ତା ୩ ତାରିଖ ଦିନ କେରଳରେ ମୌସୁମୀ ବାୟୁ ପହଞ୍ଚିବା ନେଇ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁମାନ କରିଛି। ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ଜୁନ ୧ ତାରିଖରୁ ଦକ୍ଷିଣ ପଶ୍ଚିମ ବାୟୁ ବହିବା ଆରମ୍ଭ କରିବ। ଏହାଦ୍ବାରା କେରଳ ଏବଂ ଆଖ ପାଖ ଅଞ୍ଚଳରେ ପ୍ରବଳ ବର୍ଷା ହେବ। ଏପରିକି ୩ ତାରିଖ ଦିନ କେରଳରେ ମୌସୁମୀ ସ୍ପର୍ଶ କରିବ ବୋଲି ଆଶା କରାଯାଉଛି। ତେବେ ଚଳିତ ବର୍ଷ ବର୍ଷା ସ୍ଵାଭାବିକ ହେବ ବୋଲି ପାଣିପାଗ କେନ୍ଦ୍ର ଅନୁମାନ କରିଛି। ଚଳିତ ବର୍ଷ ୯୬ ପ୍ରତିଶତରୁ ୧୦୪ ପ୍ରତିଶତ ବର୍ଷା ହେବ ବୋଲି ଆକଳନ କରାଯାଇଛି।

Read More

ନୂଆଦିଲ୍ଲୀ: କରୋନା ଭୂତାଣୁ ସମଗ୍ର ବିଶ୍ଵକୁ କବଳିତ କରି ରଖିଛି। କିନ୍ତୁ ଯେଉଁ ଦେଶରୁ ଏହାର ଉତ୍ପତ୍ତି ହୋଇଛି, ସେଠାରେ ସଂକ୍ରମଣ ହ୍ରାସ ପାଇଛି। ଚୀନରୁ ଏହି ଭୂତାଣୁର ଉତ୍ପତ୍ତି ହୋଇ ସାରା ବିଶ୍ଵକୁ ବ୍ୟାପୀଯାଇଥିବା ବେଳେ ସେଠାରେ ସଂକ୍ରମଣ ଆଉ ଦେଖିବାକୁ ମିଳିନଥିଲା। କିନ୍ତୁ ପୁଣି ଚୀନରେ ଏବେ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛନ୍ତି। ସୂଚନା ମୁତାବକ ଗତକାଲି ୨୩ ଟି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୩୦ ତାରିଖ ଦିନ ୨୭ ଟି ନୂଆ ମାମଲା ଚିହ୍ନଟ ହୋଇଛି। ଫଳରେ ଚୀନର ଗ୍ବାନଗନ୍ଦୋଗ ଅଞ୍ଚଳରେ କଟକଣା ଲଗାଯାଇଛି। ଏହି ଅଞ୍ଚଳରୁ ବାହାରକୁ ଯାଉଥିବା ଲୋକଙ୍କ ପାଇଁ କୋଭିଡ ପରୀକ୍ଷା ବାଧ୍ୟତାମୂଳକ କରାଯାଇଛି। ଏହାସହ ଏହି ଅଞ୍ଚଳକୁ ଆସୁଥିବା ଲୋକଙ୍କୁ ମଧ୍ୟ କୋଭିଡ ପରୀକ୍ଷା ରିପୋର୍ଟ ବାଧ୍ୟତାମୂଳକ କରାଯାଇଛି। ସେଥିପାଇଁ ସହରର ସବୁ ଅଞ୍ଚଳରେ କୋଭିଡ ପରୀକ୍ଷା ଲ୍ୟାବ ସ୍ଥାପିତ କରାଇ ଟେଷ୍ଟିଙ୍ଗକୁ ବୃଦ୍ଧି କରାଯାଇଛି। ହଙ୍ଗକଙ୍ଗ…

Read More

ନୂଆଦିଲ୍ଲୀ: କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଛି। ଅସୁସ୍ଥତା କାରଣରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଚଳିତ ବର୍ଷ ଏପ୍ରିଲ ମାସରେ ୬୧ ବର୍ଷୀୟ ରମେଶ ପୋଖରିଆଲ କରୋନାରେ ସଂକ୍ରମିତ ହୋଇଥିଲେ। କରୋନା ପରବର୍ତ୍ତୀ ସମସ୍ୟା ଯୋଗୁଁ ସେ ଅସୁସ୍ଥତା ଅନୁଭବ କରୁଛନ୍ତି। ତେଣୁ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି।

Read More

ସୀତାରାମ ଅଗ୍ରୱାଲ ଚିଲିକା: ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ନାଭାଲ ଫାଣ୍ଡିରେ ନୂତନ ଫାଣ୍ଡି ଅଧିକାରୀ ଭାବେ ଯୋଗଦେଇଛନ୍ତି ଏସଆଇ ଦିଲୀପ ସାହୁ। ଶ୍ରୀ ସାହୁ ଦୀର୍ଘ ଏକ ବର୍ଷ ହେଲା ବାଲୁଗାଁ ଥାନାରେ କାର୍ଯ୍ୟରତ ଅଛନ୍ତି। ତେବେ ନିକଟରେ ପୂର୍ବତନ ନାଭାଲ ଫାଣ୍ଡି ଅଧିକାରୀ ଗୋବିନ୍ଦ ଗୌଡ଼ଙ୍କ ଆଇଆଇସି ଭାବେ ଗଜପତି ଜିଲ୍ଲାକୁ ପଦୋନ୍ନତି ହୋଇଥିବାରୁ ଫାଣ୍ଡି ଅଧିକାରୀ ପଦବୀ ଖାଲି ପଡିଥିଲା। ଏହି ପରିପ୍ରେକ୍ଷୀରେ ଗତ ୨୬ ତାରିଖରେ ଖୋର୍ଦ୍ଧା ଏସପି ଦିଲୀପ ସାହୁଙ୍କୁ ନାଭାଲ ଫାଣ୍ଡି ଅଧିକାରୀ ଭାବେ ନିଯୁକ୍ତି ଦେଇଛନ୍ତି। ତେବେ ନାଭାଲ ଫାଣ୍ଡି ଚିଲିକାର ଏକ ଗୁରୁତ୍ୱପୂର୍ଣ ଅଞ୍ଚଳ ହୋଇଥିବାହେତୁ ଉକ୍ତ ଅଞ୍ଚଳରୁ ଚୋରା ମଦ ବେପାର ବନ୍ଦ କରିବା ସହ ଅପରାଧ ମୁକ୍ତ କରିବା ପ୍ରଥମ ପ୍ରାଥମିକତା ରହିବ ବୋଲି ଶ୍ରୀ ସାହୁ ପ୍ରକାଶ କରିଛନ୍ତି।

Read More

ସୁବାସ କୁମାର ତାରଣିଆଁ କେଉଁ ଅନାଦି କାଳରୁ ମନୁଷ୍ୟ ଓ ପଶୁପକ୍ଷୀମାନଙ୍କ ମଧ୍ୟରେ ରହିଆସିଛି ନିବିଡ଼ ସମ୍ପର୍କ। ପଶୁପକ୍ଷୀ ହେଲେ ବି ଏମାନଙ୍କ ବୁଝିବାର ଶକ୍ତି ମଣିଷଙ୍କଠାରୁ କୌଣସି ଗୁଣରେ କମ୍ ନୁହଁ । ଏଥିପାଇଁ ଲୋକମାନେ ଘରେ କୁକୁର, ବିଲେଇ, ଶୁଆ, ଶାରୀ ଆଦି ପୋଷୁଥିଲେ । ଏହି ପଶୁପକ୍ଷୀମାନଙ୍କୁ ପରିବାରର ଜଣେ ସଦସ୍ୟ ଭାବେ ଗ୍ରହଣ କରିବା, ସେମାନଙ୍କ ସହିତ ଉତ୍ତମ ଆଚରଣ ଓ ଉଚ୍ଚାରଣ କରିବା ଦ୍ୱାରା ଖୁବ୍ କମ୍ ଦିନରେ ସେମାନେ ଅତି ଆପଣାର ପାଲଟିଯାଆନ୍ତି ଏବଂ ମଣିଷର ସୁଖ ଦୁଃଖରେ ଭାଗୀ ହୁଅନ୍ତି । ଏବେ କିନ୍ତୁ ସମୟ ବଦଳିଯାଇଛି। ବଳଦଙ୍କ ବଂଶ ଧୀରେ ଧୀରେ ଲୋପ ପାଇବାକୁ ବସିଲାଣି । ଷଣ୍ଢଟିଏ ବୟସ ହୋଇଗଲାଣି। ଚରି ବୁଲିବାକୁ ଆଉ ସକ୍ଷମ ନାହିଁ । ଖାଦ୍ୟ ଅନ୍ୱେଷଣରେ ଯାହା ବାଡ଼ି ବଗିଚାରେ ପଶୁଛି, ସେ ମାର ମାର, ଧରଧର କରୁଛି । ମାଡ଼ ଭୟରେ…

Read More

ମୁମ୍ବାଇ: ଗତକାଲି ରାତିରେ ଅଭିନେତା କରଣ ମେହେରାଙ୍କୁ ପୋଲିସ ଗିରଫ କରିଛି। “ୟେ ରିସ୍ତା କ୍ୟା କହଲାତା ହେ” ସିରିଏଲରେ ନୈତିକ ସିଙ୍ଘାଣିଆ ଭୂମିକାରେ ଅଭିନୟ କରି କରଣ ପ୍ରସିଦ୍ଧ ଲାଭ କରିଥିଲେ। କରଣଙ୍କ ପତ୍ନୀ ତଥା ଅଭିନେତ୍ରୀ ନିଶା ରାୱଲଙ୍କ ଅଭିଯୋଗ ପରେ ପୋଲିସ ଗିରଫ କରିଛି। ନିଶା ଗୋରେଗାଓଁରେ କରଣଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଏନେଇ ମୁମ୍ବାଇ ପୋଲିସ କରଣଙ୍କ ନାମରେ କେସ ପଞ୍ଜୀକୃତ କରିଛି।

Read More

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧ ଲକ୍ଷ ୨୭ ହଜାର ୫୧୦ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୨ ହଜାର ୭୯୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୨ କୋଟି ୮୧ ଲକ୍ଷ ୭୫ ହଜାର ୪୪ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୩୧ ହଜାର ୮୯୫ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୫୯ ଲକ୍ଷ ୪୭ ହଜାର ୬୨୯ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୧୮ ଲକ୍ଷ ୯୫ ହଜାର ୫୨୦ ଆକ୍ଟିଭ୍‌ କେସ୍ ରହିଛି।

Read More

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୩୭ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୩୭ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୭୯୧ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ଅନୁଗୁଳ ଜିଲ୍ଲାରୁ ୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ବଲାଙ୍ଗୀରି ଜିଲ୍ଲାରୁ ଜଣେ, ଭୁବନେଶ୍ବରରୁ ୩ ଜଣ, କଟକରୁ ୪ ଜଣ, ଗଜପତି ଜିଲ୍ଲାରୁ ଜଣେ, ଗଞ୍ଜାମରୁ ଜଣେ, ଝାରସୁଗୁଡାରୁ ୩ ଜଣ, କଳାହାଣ୍ଡିରୁ ୪ ଜଣ, କୋରାପୁଟରୁ ଜଣେ, କେନ୍ଦ୍ରାପଡାରୁ ୨ ଜଣ, ନବରଙ୍ଗପୁରରୁ ୩ ଜଣ, ନୂଆପଡାରୁ ୨ ଜଣ, ରାୟଗଡାରୁ ୨ ଜଣ, ସୋନପୁରରୁ ୨ ଜଣ ଏବଂ ସୁନ୍ଦରଗଡରୁ ୩ ଜଣ ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୭୩ ହଜାର ୭୩୨ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୬ ଲକ୍ଷ…

Read More

ଭୁବନେଶ୍ବର: ଆଜି ରାଜ୍ୟରେ ୮ ହଜାର ୭୩୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୪୮୯୨ ଜଣ ଚିହ୍ନଟ ହୋଇଥିବା ବେଳେ ୩୮୪୩ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୭୩ ହଜାର ୭୩୨ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୬ ଲକ୍ଷ ୮୦ ହଜାର ୯୩୨ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୮୯ ହଜାର ୯୫୬ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୭୧୯ କୁ ବୃଦ୍ଧି ହୋଇଛି। ଆଜି ମୋଟ ୩୦ ଟି ଜିଲ୍ଲାରୁ ୮ ହଜାର ୭୩୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୧୨୨୨ ଜଣ, କଟକ ଜିଲ୍ଲାରୁ ୬୭୩, ଅନୁଗୁଳ ଜିଲ୍ଲାରୁ ୪୫୬…

Read More

ଭୁବନେଶ୍ବର, ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ମଣିଷ କିପରି ସୁଖରେ ରହିବ  ସେଥିପାଇଁ ସେ ପାଞ୍ଚୋଟି ଉପାୟ ଉଲ୍ଲେଖ କରିଛନ୍ତି। ଏଥିରେ ସାବଧାନ ରହିବା ସହିତ ଶିଷ୍ଟାଚାର ମଧ୍ୟ ଜଡିତ ରହିଛି। ଜାଣନ୍ତୁ ସେହି ପାଞ୍ଚୋଟି ଜିନିଷ କଣ 1-ଜମି, ଘର, ଅସ୍ଥାବର ସଂପତ୍ତି କାରବାର ବେଳେ ସାବଧାନ ରହିବେ। ଲାଜ ନ କରି ଖୋଲାଖୋଲି ଭାବେ ଆଇନି ମୁତିବିକ କାମ କରନ୍ତୁ। ନଚେତ ପଛରେ ସାରା ଜୀବନ ପସ୍ତାଇବେ। 2-ଟଙ୍କା କାରବାର କରିବା ବେଳେ ତାହା ଭଲ ଭାବରେ ଗଣତି କରି ନିଅନ୍ତୁ। ଲାଜରେ କିମ୍ବା ସମ୍ମାନ ଦେଖେଇ ହେବା ପାଇଁ ପକେଟରେ ଭର୍ତ୍ତି କରି ପଳାନ୍ତୁ ନାହିଁ। ପରେ ଭୁଲ ରହିଲେ ବନ୍ଧୁତା ମଧ୍ୟରେ ବିଭେଦ ସୃଷ୍ଟି ହେବା ନିଶ୍ଚିତ। 3-ବିଦ୍ୟା ଅଧ୍ୟୟନ ସମୟରେ କୌଣସି ବିଷୟ ବୁଝି ନ ପାରିଲେ ତାହାକୁ ବାରମ୍ବାର ପଚାରି ବୁଝନ୍ତୁ। ଲାଜରେ ନ ପଚାରିଲେ ତାହା କାଳକାଳ ପାଇଁ ଅବୁଝା…

Read More

ମେଷ-ଏହି ସପ୍ତାହ ଛାତ୍ର ତଥା ବୃତ୍ତିଗତ କ୍ଷେତ୍ରରେ ଅତ୍ୟନ୍ତ ଲାଭଦାୟକ ପ୍ରମାଣିତ ହେବ । କର୍ମକ୍ଷେତ୍ରରେ ଆପଣଙ୍କର ଭଲ ପ୍ରଦର୍ଶନ ଏବଂ ଦକ୍ଷତା ଆପଣଙ୍କ ବୟସ୍କମାନଙ୍କୁ ଆକର୍ଷିତ କରିବ । ଟଙ୍କା ପ୍ରସଙ୍ଗରେ ତୁମର ଚିନ୍ତିତ ବିନିଯୋଗ ତୁମର ଆର୍ଥିକ ସ୍ଥିତିକୁ ଅଧିକ ଶକ୍ତିଶାଳୀ କରିବ । ଖାଦ୍ୟ ନିୟନ୍ତ୍ରଣ ଏବଂ ବକ୍ତବ୍ୟରେ ନିୟନ୍ତ୍ରଣ ରଖିବାର ଆବଶ୍ୟକ ରହିଛି। ଭାଗ୍ୟ ନମ୍ବର-4. ଭାଗ୍ୟ ରଂଗ-ନୀଳ ବୃଷ-ବୃତ୍ତିଗତ ଜୀବନରେ ଏକ ନୂତନ ପ୍ରୋଜେକ୍ଟ କରିବାକୁ, ଆପଣଙ୍କୁ ସଜାଇବାକୁ ପଡିବ। ପରିବାରର ଗୁରୁଜନମାନଙ୍କ ପରାମର୍ଶରେ କାର୍ଯ୍ୟ କରି ଆପଣ ଜୀବନରେ ସଫଳତା ପାଇବେ । ଏହି ସପ୍ତାହରେ, କାହାର ଅସହିଷ୍ଣୁ ଜିନିଷ ଆପଣଙ୍କୁ ବିଭ୍ରାନ୍ତ କରିପାରେ । କୈତୁହଳପ୍ରଦ ବ୍ୟକ୍ତିଙ୍କ ସହିତ ତୁମର ଘନିଷ୍ଠତା ବୃଦ୍ଧି କରିବାର ଲକ୍ଷଣ ଅଛି । ଏକ ଉତ୍ସାହୀ ପ୍ରେମ ଜୀବନ ଆରମ୍ଭ ହେବାର ଅନେକ ସମ୍ଭାବନା ଅଛି । ଭାଗ୍ୟ ସଂଖ୍ୟା: ୧ ଭାଗ୍ୟ ରଙ୍ଗ: ଗୋଲାପୀ…

Read More

ଭୁବନେଶ୍ବର: ପ୍ରତ୍ୟେକ ପୂଜାରେ ପ୍ରଥମେ ଅଗ୍ରପୂଜ୍ୟ ଶ୍ରୀଗଣେଶଙ୍କ ପୂଜା କରାଯାଇଥାଏ। ଘର ହେଉ କି ବ୍ୟବସାୟ ଅଥବା ମାଙ୍ଗଳିକ ଉତ୍ସବ ହେଉ ସବୁଠି ଶ୍ରୀଗଣେଶଙ୍କ ପୂଜା ପ୍ରଥମେ କରାଯାଇଥାଏ। କିଛି ଜାଗାରେ ସବୁଜ ରଙ୍ଗର ଗଣପତିଙ୍କ ମୂର୍ତ୍ତି ଦେଖାଯାଇଥାଏ। ତେବେ ଆସନ୍ତୁ ଜାଣିବା କେଉଁ ରଙ୍ଗର ଗଣେଶଜୀଙ୍କ ମୂର୍ତ୍ତି ପୂଜା କରିବା ଦ୍ବାରା କ’ଣ ମିଳିଥାଏ। ଲାଲ୍‌ ରଙ୍ଗର ଗଣେଶଙ୍କୁ ପୂଜା କରିବା ଦ୍ବାରା ଶୁଭ ଫଳ ମିଳିଥାଏ। କୁହାଯାଏ ଯେ, ଯେତେବେଳେ ଶିର କାଟ ପରେ ପରେ ଶ୍ରୀଗଣେଶଙ୍କର ହାତୀ ମୁଣ୍ଡ ଲଗାଇବା ଦ୍ବାରା ନୂତନ ଜୀବନ ମିଳିଥିଲା। ଏହି ସମୟରେ ମାତା ପାର୍ବତୀ ଗଣେଶଙ୍କୁ ଦେଖି କହିଥିଲେ ତାଙ୍କ ମୁଖରେ ସିନ୍ଦୂର ଦେଖିଥିବାର କହିଥିଲେ। ଏଥିପାଇଁ ମନୁଷ୍ୟ ସର୍ବଦା ଶ୍ରୀଗଣେଶଙ୍କ ପୂଜା କରିବା ସିନ୍ଦୂର ଦେଇ ପୂଜା କରିଥା’ନ୍ତି। ପ୍ରାୟତଃ ମନ୍ଦିରରେ ଲାଲରଙ୍ଗରେ ସଜ୍ଜିତ ଗଣେଶଙ୍କ ମୂର୍ତ୍ତି ଦେଖାଯାଇଥାଏ। ଶ୍ରୀତତ୍ତ୍ବନିଧି ଗ୍ରନ୍ଥରେ 32 ଗଣପତିଙ୍କ ନାମ ଓ ରୂପର…

Read More

ମେଷ-ଏହି ସପ୍ତାହ ଛାତ୍ର ତଥା ବୃତ୍ତିଗତ କ୍ଷେତ୍ରରେ ଅତ୍ୟନ୍ତ ଲାଭଦାୟକ ପ୍ରମାଣିତ ହେବ । କର୍ମକ୍ଷେତ୍ରରେ ଆପଣଙ୍କର ଭଲ ପ୍ରଦର୍ଶନ ଏବଂ ଦକ୍ଷତା ଆପଣଙ୍କ ବୟସ୍କମାନଙ୍କୁ ଆକର୍ଷିତ କରିବ । ଟଙ୍କା ପ୍ରସଙ୍ଗରେ ତୁମର ଚିନ୍ତିତ ବିନିଯୋଗ ତୁମର ଆର୍ଥିକ ସ୍ଥିତିକୁ ଅଧିକ ଶକ୍ତିଶାଳୀ କରିବ । କର୍କଟ- ପ୍ରେମ ସମ୍ପର୍କର ବିବାହରେ ପରିଣତ ହେବାର ଲକ୍ଷଣ ଅଛି । ଆର୍ଥିକ ଦୃଷ୍ଟିରୁ, ଆପଣ ଆପଣଙ୍କର ଆୟ ବୃଦ୍ଧି କରିବାକୁ କଠିନ ଚେଷ୍ଟା କରିବେ । ଏକ ନିୟନ୍ତ୍ରିତ ଖାଦ୍ୟ ଏବଂ ସକ୍ରିୟ ଜୀବନଶୈଳୀ ଅନୁସରଣ କରି, ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ । ଆପଣ କର୍ମକ୍ଷେତ୍ରରେ ସବୁଠାରୁ ବଡ ସମସ୍ୟାକୁ ଦକ୍ଷତାର ସହିତ ସମାଧାନ କରିବାରେ ସକ୍ଷମ ହେବେ ।

Read More

ସିଂହ-ଅତ୍ୟଧିକ ଆତ୍ମବିଶ୍ୱାସ ବୃତ୍ତିଗତ ଜୀବନରେ ଆପଣଙ୍କ ପାଇଁ କ୍ଷତିକାରକ ପ୍ରମାଣିତ ହୋଇପାରେ । ବହୁତ ସମୟ ପରେ, ପୁରୁଣା ସାଙ୍ଗମାନଙ୍କୁ ଭେଟିବାର ସମ୍ଭାବନା ଅଛି । ପରିବାରର କାହାର ସ୍ୱାସ୍ଥ୍ୟ ଖରାପ ହେବା ଫଳରେ ଘରେ ଉତ୍ତେଜନା ସୃଷ୍ଟି ହୋଇପାରେ । କୌଣସି ପୁରୁଣା ପାର୍ଥକ୍ୟ ହେତୁ ବିବାହିତ ଜୀବନ ବିଚଳିତ ହୋଇପାରେ । ମୀନ-ବ୍ୟବସାୟ ଅଭିବୃଦ୍ଧି ପାଇଁ ବିଦେଶ ଭ୍ରମଣର ଲକ୍ଷଣ ଅଛି, ଯାହା ଶେଷରେ ଲାଭଦାୟକ ହେବ । କମିଶନ ଆଧାରରେ କାର୍ଯ୍ୟ କରୁଥିବା ଲୋକଙ୍କ ପାଇଁ ଏହି ସପ୍ତାହ ଅତ୍ୟନ୍ତ ଲାଭଦାୟକ ହେବ । ସ୍ୱାସ୍ଥ୍ୟ ଭଲ ରହିବ ।

Read More

ବିଛା-ତୁମର ସଂଗଠିତ କାର୍ଯ୍ୟ ଶୈଳୀ ଏବଂ କର୍ମକ୍ଷେତ୍ରରେ ଦକ୍ଷତାର ସହିତ କାର୍ଯ୍ୟ ପାଇଁ ତୁମେ ସମ୍ମାନ ପାଇବ । ଉଦାରତାରେ କରାଯାଇଥିବା କୌଣସି ଭଲ କାର୍ଯ୍ୟ ପାଇଁ ତୁମେ ସମାଜରେ ପ୍ରଶଂସିତ ହେବ । ଯଦି ବନ୍ଧୁମାନଙ୍କୁ ଦୀର୍ଘ ସମୟ ପାଇଁ ସମୟ ଦିଆଯାଇ ନ ଥାଏ ତେବେ ଖରାପ ସମ୍ପର୍କରେ ଉନ୍ନତିର ଲକ୍ଷଣ ଦେଖାଦେଇଛି । କୁମ୍ଭ-ଲଭ୍ ଲାଇଫରେ ତୁମେ ତୁମର ସାଥୀଙ୍କ ସହିତ ସମୟ ବିତାଇବାକୁ ଏକ ସୁଯୋଗ ପାଇବ । ଆପଣଙ୍କ ଇଚ୍ଛା ପୂରଣ କରିବା ପାଇଁ ଆପଣଙ୍କ ପରିବାର ଆପଣଙ୍କ ସମର୍ଥନରେ ଠିଆ ହେବେ । କିଛି ଲୋକ ଏହି ସପ୍ତାହରେ ଆର୍ଥିକ ସ୍ବାଧୀନ ହେବେ। କୈଣସି ସ୍ୱାସ୍ଥ୍ୟ ସମସ୍ୟା ହେବ ନାହିଁ ।

Read More

ଧନୁ-ପରିବାରର ଗୁରୁଜନମାନେ ତୁମେ କରୁଥିବା ସମସ୍ତ କାର୍ଯ୍ୟରେ ସାହାଯ୍ୟ କରିବ । ତୁମେ ତୁମର ସାମାଜିକ ଭିତରେ ଆକର୍ଷଣର କେନ୍ଦ୍ର ହୋଇ ରହିବ । ଏହି ସପ୍ତାହରେ ଆପଣ ଏକ ଦୀର୍ଘ ସମୟ ପରେ ଏକ ସାଥୀ ସହିତ ଏକାକୀ ସମୟ ଅତିବାହିତ କରିବାର ସୁଯୋଗ ପାଇବେ। ଆର୍ଥିକ ଅବସ୍ଥା ସନ୍ତୋଷଜନକ ରହିବ । ମକର –ଜଣେ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ଭେଟିବାର ସମ୍ଭାବନା ଅଛି, ଯିଏ ଆପଣଙ୍କ କ୍ୟାରିୟର ପାଇଁ ଲାଭଦାୟକ ପ୍ରମାଣିତ ହେବେ । ବୃତ୍ତିଗତ ଜୀବନରେ ଭଲ ନେଟୱାର୍କିଙ୍ଗ୍ ସାହାଯ୍ୟରେ, ତୁମେ ତୁମର ଲକ୍ଷ୍ୟ ଆଡକୁ ଯିବାରେ ସଫଳ ହେବ । ଅସୁବିଧା ସମୟରେ ତୁମର ବନ୍ଧୁ କିମ୍ବା ସମ୍ପର୍କୀୟଙ୍କୁ ସାହାଯ୍ୟ କରି ତୁମେ ପ୍ରଶଂସିତ ହେବ।

Read More

କନ୍ୟା-ଲଭ୍ ଲାଇଫ୍ ଆପଣଙ୍କୁ ଉତ୍ସାହିତ କରିବ । ବୃତ୍ତିଗତ ଜୀବନରେ ସହକର୍ମୀମାନଙ୍କ ସହ ମିଶି କାମ କରିବା ଆପଣଙ୍କ ଆଗ୍ରହରେ ରହିବ। ଏହି ସପ୍ତାହରେ, ଆବଶ୍ୟକତା ଅନୁଯାୟୀ ଏକ ନୂତନ ବିନିଯୋଗ ବିକଳ୍ପ ଆପଣଙ୍କୁ ଉପସ୍ଥାପିତ ହେବାର ସମ୍ଭାବନା ଅଛି । ସାମାଜିକ କାର୍ଯ୍ୟରେ କାହାର ସମ୍ବେଦନଶୀଳତା ଆପଣଙ୍କୁ ଅସନ୍ତୁଷ୍ଟ କରିପାରେ । ତୂଳା-ଭଲ ପ୍ରଦର୍ଶନ ସହିତ ଛାତ୍ରମାନେ ସେମାନଙ୍କର ଶିକ୍ଷକ ଏବଂ ବୟସ୍କମାନଙ୍କ ହୃଦୟ ଜିତିବାକୁ ସକ୍ଷମ ହେବେ । କିଛି ଲୋକଙ୍କ ପାଇଁ ଆର୍ଥିକ ସ୍ଥିତିରେ ଉନ୍ନତି ହେବାର ସମ୍ଭାବନା ଅଛି । ପରିବାର ସହିତ ବାହାରକୁ ଯିବା ଆନନ୍ଦଦାୟକ ହେବ । ସାମାଜିକ ପରିବେଷରେ ତୁମେ କିଛି ଗୁରୁତ୍ୱପୂର୍ଣ୍ଣ ଇଭେଣ୍ଟକୁ ଆମନ୍ତ୍ରିତ ହେବ ।

Read More

ବୃଷ-ବୃତ୍ତିଗତ ଜୀବନରେ ଏକ ନୂତନ ପ୍ରୋଜେକ୍ଟ କରିବାକୁ, ଆପଣଙ୍କୁ ସଜାଇବାକୁ ପଡିବ। ପରିବାରର ଗୁରୁଜନମାନଙ୍କ ପରାମର୍ଶରେ କାର୍ଯ୍ୟ କରି ଆପଣ ଜୀବନରେ ସଫଳତା ପାଇବେ । ଏହି ସପ୍ତାହରେ, କାହାର ଅସହିଷ୍ଣୁ ଜିନିଷ ଆପଣଙ୍କୁ ବିଭ୍ରାନ୍ତ କରିପାରେ । ମିଥୁନ- ଆପଣଙ୍କ ଦ୍ବାରା ଦିଆଯାଇଥିବା ପରାମର୍ଶଗୁଡିକ କାର୍ଯ୍ୟକ୍ଷେତ୍ରରେ ଆପଣଙ୍କର ବୟସ୍କମାନଙ୍କୁ ପ୍ରଭାବିତ କରିବ, ଯାହା ଦର୍ଶାଏ ଯେ ଆପଣଙ୍କ କମ୍ପାନୀ ମଧ୍ୟ ଉପକୃତ ହେବ। ପରୀକ୍ଷାରେ ଭଲ ଫଳାଫଳ ଛାତ୍ରମାନଙ୍କ ପାଇଁ ଇଚ୍ଛାକୃତ ଚାକିରି ପାଇବାରେ ଲାଭଦାୟକ ପ୍ରମାଣିତ ହେବ ।

Read More

ଭୁବନେଶ୍ବର, ସୂଚନା ଓ ଲୋକ ସଂପର୍କ ବିଭାଗର ନିର୍ଦ୍ଦେଶକ ଭାବେ ଆଜି ବରିଷ୍ଠ ଅଧିକାରୀ ନିରଂଜନ ସେଠୀଙ୍କୁ ନିଯୁକ୍ତି ମିଳିଛି। ନିର୍ଦ୍ଦେଶକ ଥିବା ବରିଷ୍ଠ ଓଏଏସ ଅଧିକାରୀ କୃପାସିନ୍ଧୁ ମିଶ୍ର ଆଜି ଅବସର ଗ୍ରହଣ କରିଛନ୍ତି। ତାଙ୍କ ସ୍ଥାନରେ ନିର୍ଦ୍ଦେଶକ (ବୈଷୟିକ) ଭାବେ କାର୍ଯ୍ୟ କରୁଥିବା ନିରଂଜନ ସେଠୀଙ୍କୁ ନିର୍ଦ୍ଦେଶକ ଦାୟିତ୍ବ ଦିଆଯାଇଛି। ନିରଂଜନ ସେଠୀ ଓଡିଶା ସୂଚନା ସେବା ଅଧିକାରୀ ଭାବେ 32 ବର୍ଷର ଅଭିଜ୍ଞତା ରହିଛି। ସେ ବିଭିନ୍ନ ସମୟରେ ସରକାରଙ୍କ ସଫଳତାକୁ ଲୋକଲୋଚନକୁ ଆଣିବା ଦିଗରେ ଦକ୍ଷତାର ସହ କାର୍ଯ୍ୟ କରିଛନ୍ତି। ତାଙ୍କର କାର୍ଯ୍ୟକାଳ ମଧ୍ୟରେ ସୂଚନା ଓ ଲୋକସଂପର୍କ ବିଭାଗରେ ବେଶ କିଛି ପରିବର୍ତ୍ତନ ଘଟିଛି। ଆଜି କୃପାସିନ୍ଧୁ ମିଶ୍ରଙ୍କୁ କୋଭିଡ କଟକଣା ଭିତରେ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି। ଏଥିରେ ନିଜେ ନିରଂଜନ ସେଠୀଙ୍କ ସହିତ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ମଙ୍ଗଳବାର ଦିନ ସେ ନିର୍ଦ୍ଦେଶକ ଭାବେ ଦାୟିତ୍ବ ଗ୍ରହଣ କରିବେ।

Read More

ସୀତାରାମ ଅଗ୍ରୱାଲ ଟାଙ୍ଗୀ: କରୋନାକୁ ପ୍ରତିହତ କରିବା ପାଇଁ ରାଜ୍ୟରେ ଟୀକା କରଣ ପ୍ରକ୍ରିୟା ଜାରି ରହିଛି। ବରିଷ୍ଠ ନାଗରିକ ମାନଙ୍କୁ ସରକାରୀ ଚିକିତ୍ସାଳୟରେ କୋଭିଡ୍ ଟୀକା ଦିଆ ଯାଉଛି। ବରିଷ୍ଠ ଲୋକମାନଙ୍କୁ ଟୀକା ଦେବା ପାଇଁ ତାଙ୍କର ସଂପର୍କୀୟ ମାନେ ଟୀକା କେନ୍ଦ୍ରକୁ ନେଉଥିବା ବେଳେ ଜରାଶ୍ରମରେ ରହୁଥିଵା ବୃଦ୍ଧ ବୃଦ୍ଧାଙ୍କ ପକ୍ଷରେ ଏହା ସମ୍ଭବ ହୋଇପାରୁନାହିଁ। ସମ୍ପର୍କୀୟଙ୍କ ଅଲୋଡା ହୋଇ ଜରଶ୍ରମରେ ରହୁଥିବା ଏହି ବରିଷ୍ଠ ନାଗରିକଙ୍କ ପାଇଁ କରୋନା ମୁଖ୍ୟ ସମସ୍ୟା ହୋଇ ଛିଡା ହୋଇଛି। ସେଥିପାଇଁ ରାଜ୍ୟ ସରକାର ଏକ ବଡ ପଦକ୍ଷେପ ନେଇଛନ୍ତି। ଜରାଶ୍ରମକୁ ଯାଇ ଅନ୍ତେବାସୀଙ୍କୁ ଟୀକା ଦେବା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏହି ପ୍ରରିପେକ୍ଷୀରେ ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ମଙ୍ଗଳା ଯୋଡି, ନିରାକାରପୁର ଓ ଟାଙ୍ଗୀରେ ଥିବା ଜରାଶ୍ରମରେ ଅନ୍ତେବାସୀଙ୍କୁ ଟୀକା ଦିଆଯାଇଛି। ଆଜି ମୋଟ ୧୭୪ ଜଣ ଅନ୍ତେବାସୀ ଟୀକାକରଣରେ ସାମିଲ ହୋଇ ଉପକୃତ ହୋଇଛନ୍ତି।…

Read More