ମେଷ- ଆଜି ମେଷ ରାଶିର ଲୋକଙ୍କ ପାଇଁ ଲାଭଦାୟକ ହେବ। ଆଜି ଅର୍ଥର ବିନିଯୋଗ ବିଷୟରେ ଆଲୋଚନା କରିପାରିବେ। ରୋଜଗାର ଏବଂ ଅର୍ଥ ପାଇଁ କରାଯାଉଥିବା ପ୍ରୟାସରେ ଆଜି ଆପଣ ସଫଳତା ପାଇବେ। ଆଜି, ଛାତ୍ରମାନେ ଆଶା କରାଯାଉଥିବା ପରି ସେମାନଙ୍କ କାର୍ଯ୍ୟରେ ସଫଳତା ପାଇବେ। ଆପଣଙ୍କ ଜୀବନସାଥୀ ସହିତ ଆପଣଙ୍କର ସମ୍ପର୍କ ଭଲ ହେବ। ପିଲାଠାରୁ ଲାଭ ଏବଂ ସୁଖ ପାଇବେ। ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅସୁବିଧା ଦୂର ହେବ। ବୃଷ- ବୃଷ ରାଶିର ଲୋକମାନେ ଆଜି କିଛି ବୃଥା ଚାପ ପାଇବେ। ଆଜି ଟଙ୍କା ଅପଚୟ କାର୍ଯ୍ୟରେ ଖର୍ଚ୍ଚ ହେବ। ଆଜି ଆପଣ ଚାକିରୀ କ୍ଷେତ୍ରରେ ସମସ୍ୟା ହୋଇପାରେ, କିନ୍ତୁ ଆପଣଙ୍କର କାର୍ଯ୍ୟ ସରିଯିବ। ଆଜି ପେଟ ସହିତ ଜଡିତ ଏକ ପ୍ରକାର ଅସୁବିଧା ହୋଇପାରେ। ଜୀବନ ସାଥୀଙ୍କ ପୂର୍ଣ୍ଣ ସମର୍ଥନ ପାଇବେ। ଆଜି ଭ୍ରମଣରେ ଆପଣଙ୍କୁ କିଛି ଅସୁବିଧା ହୋଇପାରେ। ଆଜି ନିଜକୁ ଏବଂ ଅନ୍ୟମାନଙ୍କୁ ବିତର୍କରୁ ଦୂରରେ…
Author: Samikhsya Bureau
ନୂଆଦିଲ୍ଲୀ, ଭାରତୀୟ ପାଣିପାଗ ବିଭାଗ ଅନୁସାରେ ଆସନ୍ତା 6 ଘଣ୍ଟା ମଧ୍ୟରେ ଘୂର୍ଣ୍ଣିବଳୟ ୟାସ୍ ଉତ୍ତର-ଉତ୍ତର-ପଶ୍ଚିମ ଦିଗକୁ ଗତି କରିବା ଏବଂ ଏକ ଭୟଙ୍କର ଘୂର୍ଣ୍ଣିିଝଡରେ ପରିଣତ ହେବାର ସମ୍ଭାବନା ରହିଛି। ଆସନ୍ତାକାଲି ସକାଳେ ଉତ୍ତର ଓଡ଼ିଶା ଉପକୂଳ ନିକଟ ଧାମରା ବନ୍ଦର ଛୁଇଁବ ବୋଲି ଆଶା କରାଯାଉଛି। ଆସନ୍ତାକାଲି ଅପରାହ୍ନରେ ଧାମରାର ଉତ୍ତର ଏବଂ ପାରାଦୀପ ଏବଂ ସାଗର ଦ୍ୱୀପପୁଞ୍ଜ ମଧ୍ୟରେ ଉତ୍ତର ଓଡିଶା ଏବଂ ପଶ୍ଚିମବଙ୍ଗ ଉପକୂଳ ପାର ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ କହିଛି। ପାଣିପାଗ ବିଭାଗ କହିଛି ଯେ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଏବଂ ଉତ୍ତର-ପଶ୍ଚିମ ଦିଗରେ ସୃଷ୍ଟି ହୋଇଥିବା ଏହି ବାତ୍ୟା 6 ଘଣ୍ଟା ତଳେ ପ୍ରାୟ 15 କିଲୋମିଟର ବେଗରେ ଉତ୍ତର-ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି। ଏହା ପାରାଦୀପ ଠାରୁ ପ୍ରାୟ 200 କିଲୋମିଟର ଦକ୍ଷିଣ-ପୂର୍ବରେ, ବାଲେଶ୍ବରର 290 କିଲୋମିଟର ଦକ୍ଷିଣ-ପୂର୍ବରେ, ଏବଂ ସାଗର ଦ୍ୱୀପର 280 କିଲୋମିଟର ଦକ୍ଷିଣରେ ରହିଛି।
ନୂଆଦିଲ୍ଲୀ, କୋଭିଡ଼ ୧୯ ଟିକାକରଣ କାର୍ଯ୍ୟକ୍ରମ ସମ୍ପର୍କରେ ରାଜ୍ୟ , କେନ୍ଦ୍ରଶାସିତ କ୍ଷେତ୍ର ତଥା ଅନ୍ୟ ସମସ୍ତ ହିତଧାରକମାନଙ୍କୁ ମାର୍ଗଦର୍ଶନ କରିବା, ସମୀକ୍ଷା ଓ ଏହି କାର୍ଯ୍ୟକ୍ରମର ନିରୀକ୍ଷଣ କରିବା ପାଇଁ ଦେଇଥିବା ପ୍ରତିଶ୍ରୁତି ସ୍ୱରୂପ, କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ଆଜି ଭିଡ଼ିଓ କନଫରେନ୍ସିଂ ଯୋଗେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ଓ କେନ୍ଦ୍ରଶାସିତ କ୍ଷେତ୍ରର ସ୍ୱାସ୍ଥ୍ୟ ପ୍ରଶାସକମାନଙ୍କ ସହ ଅନୁଷ୍ଠିତ ଏହି ସମୀକ୍ଷା ବୈଠକରେ ରାଜ୍ୟମାନଙ୍କ ଟିକାକରଣ ପ୍ରଗତି, କୋୱିନ୍ ସଫ୍ଟୱେରରେ ଆବଶ୍ୟକ ପରିବର୍ତ୍ତନ ଯାହାକି ରାଜ୍ୟମାନଙ୍କୁ ଟିକାକରଣ ପ୍ରକ୍ରିୟାକୁ ଅଧିକ ସରଳ ଓ ସହଜ ଭାବେ ସଂପାଦନ କରିବାରେ ସହାୟକ ହେବ ତଥା କୋଭିଡ଼ ୧୯ ସଂକ୍ରମଣ ପରିଚାଳନାକୁ ଅନୁପାଳନ ପୂର୍ବକ କଣ୍ଟେନମେଣ୍ଟ ଜୋନ୍ ପ୍ରତିଷ୍ଠ ଏବଂ ସେହିସବୁ ନିର୍ଦ୍ଦେଶାବଳୀର ପ୍ରବର୍ତ୍ତନ ଉପରେ ଆଲୋଚନା କରାଯାଇଥିଲା । କୋଭିଡ଼ ମହାମାରୀକୁ ନିୟନ୍ତ୍ରଣ କରିବାରେ ଏହା ମେରୁଦଣ୍ଡ ସଦୃଶ କାର୍ଯ୍ୟ…
ନୂଆଦିଲ୍ଲୀ, ଶେଷରେ ସିବିଆଇକୁ ମିଳିଲା ସ୍ଥାୟୀ ନିର୍ଦ୍ଦେଶକ। ନୂଆ ନିର୍ଦ୍ଦେଶକ ହେଲେ ବରିଷ୍ଠ ଆଇଏଏସ ସୁବୋଧ ଜୟସୱାଲ। ମହାରାଷ୍ଟ୍ର କ୍ୟାଡରର 1985 ବ୍ୟାଚ୍ ଆଇପିଏସ୍ ଅଧିକାରୀ ଜୟସୱାଲ୍ ବର୍ତ୍ତମାନ ସିଆଇଏସଏଫର ମୁଖ୍ୟ ଅଛନ୍ତି। ଏହା ପୂର୍ବରୁ ସେ ମୁମ୍ବାଇ ପୋଲିସ କମିଶନର ତଥା ମହାରାଷ୍ଟ୍ର ଡିଜିପି ଥିଲେ। ଇଣ୍ଟେଲିଜେନ୍ସ ବ୍ୟୁରୋ ଏବଂ ରିସର୍ଚ୍ଚ ଆଣ୍ଡ ଆନାଲିସିସ୍ ୱିଙ୍ଗରେ ତାଙ୍କର ଦୀର୍ଘ ସମୟର ଅଭିଜ୍ଞତା ରହିଛି। ହେଲେ ଦୀର୍ଘ ଭାରତୀୟ ପୋଲିସ ଚାକିରୀ ଭିତରେ ସେ କେବେ ସିବିଆଇରେ ସେବା କରିବାର ସୁଯୋଗ ପାଇପାରି ନାହାଁନ୍ତି। ମହାରାଷ୍ଟ୍ରରେ ଥିବାବେଳେ ଜୟସୱାଲ କୁଖ୍ୟାତ ତେଲଗି ସ୍କାମର ଯାଞ୍ଚ କରିଥିଲେ। ପରବର୍ତ୍ତି ସମୟରେ ଏହି ମାମଲା ସିବିଆଇ ନେଇଥିଲା। ସେତେବେଳେ ଜୟସ୍ୱାଲ ରାଜ୍ୟ ରିଜର୍ଭ ପୋଲିସ ଫୋର୍ସର ନେତୃତ୍ୱ ନେଉଥିଲେ। ପରେ ସେ ମହାରାଷ୍ଟ୍ର ଏଟିଏସରେ ଯୋଗ ଦେଇଥିଲେ ଏବଂ ପ୍ରାୟ ଏକ ଦଶନ୍ଧି ଧରି ରିସର୍ଚ୍ଚ ଏବଂ ଆନାଲିସିସ୍ ୱିଙ୍ଗରେ କାର୍ଯ୍ୟ କରିଛନ୍ତି। ସେ…
ବିଜନ କୁମାର ମହାପାତ୍ର ଏକ ନୂଆ ରୋଗ ଦ୍ୱାରା ମାନବ ସମାଜ କବଳିତ ହେଲେ ଆରୋଗ୍ୟର ଔଷଧ ଓ ଟୀକା ବାହାର ପାଇଁ ଆରମ୍ଭ ହୁଏ ପ୍ରୟାସ । ଡାକ୍ତର ଓ ବୈଜ୍ଞାନିକମାନେ ଅକ୍ଲାନ୍ତ ଗବେଷଣା ପରେ ରୋଗର କାରଣ ଜାଣିବା ସହ ଏହାର ଔଷଧ ବାହାର କରନ୍ତି । ପ୍ରାୟତଃ ଦେଖାଯାଇଛି ଯେ, ନୂଆ ଉଦ୍ଭାବିତ ଔଷଧ ବା ଟୀକାର ପ୍ରଭାବ ଜାଣିବା ପାଇଁ ପ୍ରଥମେ ପଶୁଙ୍କ ଉପରେ ଏହାର ପ୍ରୟୋଗ କରାଯାଏ । କିନ୍ତୁ ଏମିତି ଅନେକ ଦୁଃସାହସୀ ଚିକିତ୍ସା ବିଜ୍ଞାନୀ ଓ ଡାକ୍ତରଙ୍କ ଉଦାହରଣ ରହିଛି , ଯେଉଁମାନେ କି ନିଜ ଜୀବନକୁ ଭ୍ରୁକ୍ଷେପ ନ କରି ପ୍ରଥମେ ସେମାନଙ୍କ ଉପରେ ହିଁ ନୂଆ ଔଷଧ ବା ଟୀକାର ପରୀକ୍ଷଣ କରିଛନ୍ତି । ନିଜ ଉପରେ ହିଁ ନୂଆ ପ୍ରୟୋଗ କରିଛନ୍ତି । କିଏ ସଫଳ ହୋଇଛି ତ ଆଉ କିଏ ବିଫଳ ହୋଇଛି। ଏମିତି କିଛି…
ସୀତାରାମ ଅଗ୍ରୱାଲ ଚିଲିକା: ଆସନ୍ତାକାଲି ସାମୁଦ୍ରିକ ଝଡ ‘ୟଶ’ ଓଡ଼ିଶାରେ ଲ୍ୟାଣ୍ଡଫଲ କରିବ। ଏହି ପରିପ୍ରେକ୍ଷୀରେ ସରକାରଙ୍କ ପକ୍ଷରୁ ଖୋର୍ଦ୍ଧା ଜିଲ୍ଲାକୁ ମଧ୍ୟ ବିପଦ ଜୋନ ଭାବେ ଘୋଷଣା କରାଯାଇଛି। ଖୋର୍ଦ୍ଧା ଜିଲ୍ଲାର ଚିଲିକା ନିର୍ବାଚନମଣ୍ଡଳୀରେ ମୁଖ୍ୟତଃ ବାତ୍ୟାର ପ୍ରଭାବ ପଡ଼ିବାର ଆଶଙ୍କା ରହିଛି। ଏଥିଲାଗି ଖୋର୍ଦ୍ଧା ଜିଲ୍ଲା ପ୍ରଶାସନର ସ୍ଥାନୀୟ ପ୍ରଶାସନ ସହ ତୁହାକୁ ତୁହା ବୈଠକ ଜାରି ରଖିବା ସହ ଚିଲିକା ଅଞ୍ଚଳକୁ ବାରମ୍ବାର ପରିଦର୍ଶନ ମଧ୍ୟ ଜାରି ରହିଛି। ଆଜି ଖୋର୍ଦ୍ଧା ଉପଜିଲ୍ଲାପାଳ ଅଶୋକ ବେହୁରିଆ ଚିଲିକା ଗସ୍ତରେ ଆସିଛନ୍ତି। ଉପଜିଲ୍ଲାପାଳ ମଧ୍ୟାହ୍ନରୁ ଚିଲିକା ବ୍ଲକ ଏବଂ ବାଲୁଗାଁ ଏନଏସି ର ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ ଜାରି ରଖିଛନ୍ତି। ତତ ସହିତ ବିପଦପୂର୍ଣ୍ଣ ଅଞ୍ଚଳରେ ବସବାସ କରୁଥିବା ଜନସାଧାରଣମାନଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରିତ କରିବା ଉପରେ ଉପଜିଲ୍ଲାପାଳ ଗୁରୁତ୍ଵ ଦେଉଛନ୍ତି। ସମଗ୍ର ନିର୍ବାଚନମଣ୍ଡଳୀରେ ଜିରୋ କାଜୁଆଲିଟି ଲକ୍ଷ ରଖି ଉପଜିଲ୍ଲାପାଳ କାମ ବଢ଼ାଇଛନ୍ତି। ଆଜି ଉପଜିଲ୍ଲାପାଳ ଚିଲିକା…
ନୂଆଦିଲ୍ଲୀ: କରୋନା ମହାମାରୀ ଯୋଗୁଁ ଭାରତରେ ଆଇପିଏଲର ୧୪ ତମ ସଂସ୍କରଣକୁ ଅଧାରୁ ସ୍ଥଗିତ ରଖାଯାଇଛି। ଆଇପିଏଲରେ ଆହୁରି ୩୧ ଟି ମ୍ୟାଚ ଖେଳାଯିବା ବାକି ଅଛି। ଏହି ସବୁ ମ୍ୟାଚ ଖେଳାଯିବ, ତାହା ଏବେ ବିସିସିଆଇ ସ୍ପଷ୍ଟ କରିନାହିଁ। କିନ୍ତୁ ମେ’ ୨୯ରେ ହେବାକୁ ଥିବା ବିସିସିଆଇର ସାଧାରଣ ବୈଠକରେ ଏହାର ତାରିଖ ଘୋଷଣା ହୋଇପାରେ ବୋଲି ବିଶେଷ ସୂତ୍ରରୁ ଖବର ମିଳିଛି। ଦୁବାଇରେ ଏହି ସଂସ୍କରଣର ବାକି ଥିବା ସମସ୍ତ ମ୍ୟାଚ ଆୟୋଜନ ହେବା ସମ୍ଭାବନା ରହିଛି। ତେବେ ସେଥିପାଇଁ ଅନ୍ୟ ଦେଶର କ୍ରିକେଟ ବୋର୍ଡ ଏବଂ ଆଇପିଏଲ ଫ୍ରାଞ୍ଚାଇଜ ସାଥିରେ ଆଲୋଚନା ଜାରି ରହିଛି। ମିଳିଥିବା ଖବର ଅନୁଯାୟୀ, ଆସନ୍ତା ସେପ୍ଟେମ୍ବର ମାସର ୧୯-୨୦ ତାରିଖରେ ଆଇପିଏଲ-୧୪ ସଂସ୍କରଣ ପୁଣି ଥରେ ଆରମ୍ଭ ହେବାର ସମ୍ଭାବନା ରହିଛି। ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଅକ୍ଟୋବର ୧୦ ତାରିଖରେ ହେବ ବୋଲି ଖବର ମିଳିଛି। ଏହି ଟୁର୍ଣ୍ଣାମେଣ୍ଟ ୨୧ ଦିନ…
ନୂଆଦିଲ୍ଲୀ: ବଲିଉଡର ବାଦଶାହ ଶାହରୁଖ ଖାନ ଏବଂ ଗୌରୀ ଖାନଙ୍କ ଝିଅ ସୁହାନା ଖାନ ଗତ ୨୨ ତାରିଖରେ ୨୧ ତମ ଜନ୍ମଦିନ ପାଳନ କରିଛନ୍ତି। ଯଦିବା ସୁହାନା ଖାନ ଏପର୍ଯ୍ୟନ୍ତ ଫିଲ୍ମରେ ଡେବ୍ୟୁ କରିନାହାନ୍ତି, ହେଲେ ତାଙ୍କର ସମର୍ଥକ ଏବଂ ତାଙ୍କ ସମର୍ଥକ ପେଜର ତାଲିକା ବହୁତ ଲମ୍ବା ଅଛି। ସୋସିଆଲ ମିଡିଆରେ ସୁହାନା ଖାନ ବହୁତ ସକ୍ରିୟ ଅଛନ୍ତି। ବର୍ତ୍ତମାନ ତାଙ୍କର ଏକ ବିଡିଓ ସୋସିଆଲ ମିଡିଆରେ ତାଙ୍କ ସମର୍ଥକମାନଙ୍କ ଦ୍ଵାରା ବହୁତ ପସନ୍ଦ କରାଯାଉଛି। ବନ୍ଧୁମାନଙ୍କ ସହ ମିଶି ସୁହାନା ଖାନ ୨୧ ତମ ଜନ୍ମଦିନ ନ୍ୟୁୟର୍କରେ ପାଳନ କରିଥିଲେ। ଏହି ସମୟରେ ସେ ବେଲୁନ ସାଥିରେ ଖେଳୁଥିବା ସୁହାନା ନଜର ଆସିଥିଲେ। ଭିଡିଓର ବ୍ୟାକଗ୍ରାଉଣ୍ଡରେ ଶାହାରୁଖ ଖାନଙ୍କ ‘ମୋହବତେ’ ଫିଲ୍ମର ମ୍ୟୁଜିକ ବାଜୁଥିଲା, ଯାହା ଫ୍ୟାନ୍ସମାନଙ୍କୁ ବହୁତ ପସନ୍ଦ ଆସିଛି। ତାଙ୍କୁ ଖୁବ ଶୀଘ୍ର ଫିଲ୍ମରେ ଦେଖିବା ପାଇଁ ଚାହୁଁଛନ୍ତି ବୋଲି ସୁହାନାଙ୍କ ଫ୍ୟାନ୍ସମାନେ କମେଣ୍ଟରେ…
ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୧୦୬୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୧୦୬୨ ଆକ୍ରାନ୍ତଙ୍କ ମଧ୍ୟରୁ ୧୭୨ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୮୯୦ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୦ ହଜାର ୯୬୪ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୯୯୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୫୭ ହଜାର ୮୨୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୨ ହଜାର ୭୯୫ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୩୨୧ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।
ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୧୧ ହଜାର ୬୭୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୧୭୩୨, ଅନୁଗୁଳରୁ ୯୪୩, କଟକରୁ ୮୫୨, ଯାଜପୁରରୁ ୬୭୯, ସୁନ୍ଦରଗଡରୁ ୬୨୭, ସମ୍ବଲପୁରରୁ ୫୩୮, ବଲାଙ୍ଗୀରିରୁ ୫୦୬, ବାଲେଶ୍ଵର ଜିଲ୍ଲାରୁ ୪୭୨, ମୟୂରଭଞ୍ଜରୁ ୪୪୯, ଭଦ୍ରକରୁ ୪୧୪, କୋରାପୁଟରୁ ୩୫୫, ବରଗଡରୁ ୩୫୧, ପୁରୀରୁ ୩୫୦, ନବରଙ୍ଗପୁରରୁ ୩୪୨, କଳାହାଣ୍ଡିରୁ ୨୭୧, ଜଗତସିଂହପୁରରୁ ୨୬୭, କେନ୍ଦୁଝରରୁ ୨୩୭, ସୋନପୁରରୁ ୨୩୬, ଝାରସୁଗୁଡାରୁ ୨୩୧, ଗଞ୍ଜାମରୁ ୨୧୫, ନୟାଗଡରୁ ୨୧୫, ବୌଦ୍ଧରୁ ୧୯୦, ନୂଆପଡାରୁ ୧୮୦, ଢେଙ୍କାନାଳରୁ ୧୬୯, ରାୟଗଡାରୁ ୧୬୫, କେନ୍ଦ୍ରାପଡାରୁ ୧୬୨, ମାଲକାନାଗିରିରୁ ୧୧୧, ଦେବଗଡରୁ ୧୦୬, କନ୍ଧମାଳରୁ ୭୫, ଗଜପତିରୁ ୬୩ ଏବଂ ଷ୍ଟେଟ ପୁଲରୁ ୨୬୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ…
ସୀତାରାମ ଅଗ୍ରୱାଲ ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀରେ କରୋନା ସଂକ୍ରମଣ ପୁଣି ଉପରମୁହାଁ ହୋଇଛି। ଆଜି ଉକ୍ତ ନିର୍ବାଚନମଣ୍ଡଳୀରେ ମୋଟ ୬୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଯାହାକି ଗତକାଲି ସଂଖ୍ୟାର ଦୁଇ ଗୁଣରୁ ଅଧିକ। ଚିହ୍ନଟ ହୋଇଥିବା ୬୩ ଜଣଙ୍କ ମଧ୍ୟରୁ ବାଣପୁର ବ୍ଲକରେ ୨୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଚିଲିକା ବ୍ଲକରୁ ୨୦ ଜଣ, ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୧୪ ଜଣ ଏବଂ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି ୨୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସୁସ୍ଥ ୨୧ ଜଣଙ୍କ ମଧ୍ୟରୁ ବାଣପୁର ବ୍ଲକରୁ ୧୨ ଜଣ ସୁସ୍ଥ ହୋଇଥିବା ବେଳେ ଚିଲିକା ବ୍ଲକରୁ ୩ ଜଣ ଏବଂ ବାଲୁଗାଁ ବିଜ୍ଞାପିତ ଅଞ୍ଚଳରୁ ୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଆଜି ସୁଦ୍ଧା ବାଣପୁର ବ୍ଲକରେ…
ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ‘ୟଶ’ ବର୍ତ୍ତମାନ ପାରାଦୀପ ଠାରୁ ୨୮୦ କିଲୋମିଟର ଦକ୍ଷିଣ-ଦକ୍ଷିଣ ପୂର୍ବ ଦୂରରେ ଥିବା ବେଳେ ବୁଧବାର ସକାଳ ସୁଦ୍ଧା ଏହା ବାଲେଶ୍ୱର ଜିଲ୍ଲା ସୋର- ବାହାନଗା ନିକଟରେ ଓଡିଶା ଉପକୂଳ ଅତିକ୍ରମ କରିବ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆ ଯାଇଛି। ଏହି ସାମୁଦ୍ରିକ ଝଡ଼ ଉତ୍ତର-ଉତ୍ତରପୂର୍ବ ଦିଗ ଦେଇ ଗତି କରିବାର ସମ୍ଭାବନା ଥିବାବେଳେ ଏହି ସମୟରେ ପବନର ବେଗ ଘଣ୍ଟାପ୍ରତି ୧୦୦ ରୁ ୧୨୦ କିଲୋମିଟର ହେବ ବୋଲି ସିଇସି ର ନିର୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି। ଏହି ଝଡ ବୁଧବାର ମଧ୍ୟରାତ୍ରି ଓ ଭୋର ୪ଟ। ମଧ୍ୟରେ ଲାଣ୍ଡଫଲ କରିପାରେ ବୋଲି ଆକଳନ କରିଛନ୍ତି ଡକ୍ଟର ସାହୁ। ଭୁବନେଶ୍ୱରରେ ମଙ୍ଗଳବାର ସନ୍ଧ୍ୟାରୁ ସାମାନ୍ୟ ରୁ ମଧ୍ୟମ ଧରଣର ବର୍ଷା ହେବା ସହ ଏହି ସମୟରେ ପବନର ବେଗ ଘଂଟାପ୍ରତି…
ନୂଆଦିଲ୍ଲୀ: କରୋନା ସଂକ୍ରମଣ ଭିତରେ କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ର ଦ୍ଵାଦଶ ପରୀକ୍ଷା ଏବେ ବି ଆଶଙ୍କା ରହିଛି। ଉକ୍ତ ପରୀକ୍ଷା ଆୟୋଜନକୁ ନେଇ ଦେଶର ସମସ୍ତ ରାଜ୍ୟ ସରକାର ଏବଂ କେନ୍ଦ୍ର ଶାସିତ ଅଞ୍ଚଳ ସରକାର ଠାରୁ କେନ୍ଦ୍ର ସରକାର ପକ୍ଷରୁ ପରାମର୍ଶ ମଗା ଯାଇଥିଲା। ତେବେ ଏହାକୁ ନେଇ ବିଭିନ୍ନ ରାଜ୍ୟର ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି, କେନ୍ଦ୍ର ଯାହା ନିଷ୍ପତ୍ତି ନେବ, ତାହାକୁ ମାନିବେ ବୋଲି କେତେକ ରାଜ୍ୟ ସରକାର କହିଥିବା ବେଳେ ପରୀକ୍ଷାର ସମୟକୁ ହ୍ରାସ କରିବା ପକ୍ଷରେ ମତ ଦେଇଛନ୍ତି। ସେହିଭଳି ପରୀକ୍ଷାକୁ ବାତିଲ କରିବା ପକ୍ଷରେ କେତୋଟି ରାଜ୍ୟ ମତ ଦେଇଛନ୍ତି। ହେଲେ ଅଧିକାଂଶ ରାଜ୍ୟ ପରୀକ୍ଷା ଆୟୋଜନ କରିବା ଉପରେ ମତ ପ୍ରକାଶ କରିଛନ୍ତି। ସେମାନଙ୍କ ମତରେ ପରୀକ୍ଷାର ସମୟ ସୀମା ୩ ଘଣ୍ଟାକୁ ହ୍ରାସ କରାଇ ୧.୫ ଘଣ୍ଟା କରିଦେବା ଉଚିତ୍। ଉତ୍ତରପ୍ରଦେଶ, ଗୁଜୁରାଟ, ଜାମୁ-କାଶ୍ମୀର, ଉତ୍ତରାଖଣ୍ଡ,…
ଲକ୍ଷ୍ନୌ: ଦେଶରେ ଅନେକ ରାଜ୍ୟରେ କୋରୋନ ଟୀକାକାରଣକୁ ନେଇ ବଡ ସମସ୍ୟା ଦେଖାଯାଇଛି। କେଉଁଠି ଟୀକାର ଅଭାବ ଯୋଗୁଁ ଟୀକାକରଣରେ ସମସ୍ୟା ଉପୁଜୁଥିବା ବେଳେ କେଉଁଠି ଟୀକା ନେବା ପାଇଁ ଲୋକେ ଆଗ୍ରହ ପ୍ରକାଶ କରୁନାହାନ୍ତି। ବର୍ତ୍ତମାନ ଯେଉଁ ସ୍ଥାନରେ ଲୋକେ ଟୀକା ନେବା ପାଇଁ ଆଗ୍ରହ ପ୍ରକାଶ କରୁଛନ୍ତି, ସେଠାରେ ଟୀକାର ଅଭାବ ଦେଖାଦେଉଛି। କରୋନା ସଂକ୍ରମଣକୁ ଦେଖି ଲୋକେ ଟୀକା ନେବା ପାଇଁ ବ୍ୟସ୍ତ ହେଉଥିବା ବେଳେ କେତେକ ସ୍ଥାନରେ ଏହାର ବିପରୀତ ପରିସ୍ଥିତି ଦେଖିବାକୁ ମିଳିଛି। ପ୍ରଶାସନ ଟୀକା ନେବା ପାଇଁ ଲୋକଙ୍କ ପଛରେ ପଡୁଥିବା ଦେଖାଯାଉଛି। ସେଇଭଳି କେତେକ ସ୍ଥାନରେ ଲୋକଙ୍କୁ ଟୀକା ଦେବା ପ୍ରଶାସନ ପାଇଁ ଏକ ବଡ ସମସ୍ୟା ହୋଇ ଠିଆ ହୋଇଛି। ଦେଶର ସର୍ବାଧିକ ଜନବହୁଳ ରାଜ୍ୟ ଉତ୍ତର ପ୍ରଦେଶରେ ଏବେ ଏମିତି କିଛି ସମସ୍ୟା ଠିଆ ହୋଇଛି, ଯାହା ପ୍ରଶାସନର ମୁଣ୍ଡା ବିନ୍ଧାର କାରଣ ହୋଇଛି। ଏହି ରାଜ୍ୟର ଗ୍ରାମାଞ୍ଚଳଗୁଡିକରେ…
ନୂଆଦିଲ୍ଲୀ: ଏଲୋପ୍ୟାଥିକ ଔଷଧ ଉପରେ ଯୋଗ ଗୁରୁ ରାମଦେବ ବାବା ଏକ ବିବାଦିତ ବୟାନ ଦେଇଥିଲେ। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଏହାକୁ ଦୁର୍ଭାଗ୍ୟପୂର୍ଣ୍ଣ କହିବା ସହ ବିବାଦିତ ବୟାନକୁ ଫେରାଇ ନେବା ପାଇଁ ଯୋଗ ଗୁରୁଙ୍କୁ କହିଥିଲେ। ଏହାପରେ ସେ ଏହି ବିବାଦିତ ବୟାନକୁ ଫେରାଇ ନେଇଥିଲେ ମଧ୍ୟ ବିବାଦ କମିବାର ନାଁ ନେଉନାହିଁ। ତେବେ ଇଣ୍ଡିଆନ ମେଡିକାଲ ଆସୋସିଏସନକୁ ଯୋଗ ଗୁରୁ ଏଲୋପ୍ୟାଥିକ ଚିକିତ୍ସା ଉପରେ ୨୫ ଟି ପ୍ରଶ୍ନ କରିଛନ୍ତି। କ’ଣ ଉଚ୍ଚ ରକ୍ତଚାପ ଏବଂ ଡାୟବିଟିଜ ରୋଗୀଙ୍କୁ ଏଲୋପ୍ୟାଥିକ ଔଷଧ ସ୍ଥାୟୀ ଉପଶମ ଦେଉଛି? କ’ଣ ଫ୍ୟାଟି ଲିଭର ଏବଂ ଲିଭର ସିରୋସିସ ରୋଗ ପାଇଁ ଔଷଧ ଅଛି? ଅସ୍ତ୍ରୋପଚାର ବିନା ହୃଦଜନିତ ରୋଗର ଚିକିତ୍ସା କରାଯାଇ ଉପଚାର କରାଯାଇ ପାରିବ? କୋଲେଷ୍ଟରର କୌଣସି ଉପଚାର ଅଛି? ଏହିଭଳି ସେ ଆଇଏମକୁ ୨୫ ଟି ପ୍ରଶ୍ନ ପଚାରିଛନ୍ତି। ଉଲ୍ଲେଖ ଯୋଗ୍ୟ ଯେ, ଯୋଗ ଗୁରୁଙ୍କ ଏକ ବିବାଦିତ ବୟାନ ଭାଇରାଲ…
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧ ଲକ୍ଷ ୯୬ ହଜାର ୪୨୭ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୩ ହଜାର ୫୧୧ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୨ କୋଟି ୬୯ ଲକ୍ଷ ୪୮ ହଜାର ୮୭୪ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୭ ହଜାର ୨୩୧ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୪୦ ଲକ୍ଷ ୫୪ ହଜାର ୮୬୧ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୨୫ ଲକ୍ଷ ୮୬ ହଜାର ୭୮୨ ଆକ୍ଟିଭ୍ କେସ୍ ରହିଛି।
ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୩୩ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୩୩ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୫୪୯ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ କଳାହାଣ୍ଡି, ଅନୁଗୁଳ, ଝାରସୁଗୁଡା ଜିଲ୍ଲାରୁ ୪ ଜଣ, ସୋନପୁର ଏବଂ ସୁନ୍ଦରଗଡ ଜିଲ୍ଲାରୁ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି। ସେହିଭଳି ଗଞ୍ଜାମ ଓ କେନ୍ଦୁଝର ଜିଲ୍ଲାରୁ ୨ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଦେବଗଡ, ଯାଜପୁର, କୋରାପୁଟ ଏବଂ କନ୍ଧମାଳ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୩ ହଜାର ୪୪୧ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୫ ଲକ୍ଷ ୮୯ ହଜାର ୬୧୦ ଜଣ।…
ଭୁବନେଶ୍ବର: ଆଜି ରାଜ୍ୟରେ ୧୦ ହଜାର ୯୩୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୬୧୭୮ ଜଣ ଚିହ୍ନଟ ହୋଇଥିବା ବେଳେ ୪୭୬୧ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୧୪ ହଜାର ୩୮୦ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୬ ଲକ୍ଷ ୧ ହଜାର ୨୨୪ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧ ଲକ୍ଷ ୧୦ ହଜାର ୫୫୪ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୫୧୬ କୁ ବୃଦ୍ଧି ହୋଇଛି। ଆଜି ମୋଟ ୩୦ ଟି ଜିଲ୍ଲାରୁ ୧୦ ହଜାର ୯୩୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୧୨୯୮, କଟକ ଜିଲ୍ଲାରୁ ୯୨୨ ଜଣ, ଅନୁଗୁଳ…
ନୂଆଦିଲ୍ଲୀ, ମ୍ୟୁକୋରମାଇକୋସିସ୍ ବା ବ୍ଲକ୍ ଫଙ୍ଗସ ଏକ ସାଧାରଣ ଫଙ୍ଗାଲ୍ ବା ଫିମ୍ପି ସଂକ୍ରମଣ ଯାହାକି ଏବେ କୋଭିଡ଼ ୧୯ ସଂକ୍ରମିତ କିମ୍ବା ସେଥିରୁ ଆରୋଗ୍ୟ ଲାଭ କରିଥିବା ରୋଗୀଙ୍କ ଠାରେ ଲକ୍ଷ୍ୟ କରାଯାଉଛି । ଏଭଳି ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବା ରିପୋର୍ଟ କରାଯାଉଛି, କିନ୍ତୁ ଏହା କୌଣସି ସଂକ୍ରାମକ ରୋଗ ନୁହେଁ, ଯାହା ଜଣେ ବ୍ୟକ୍ତିଙ୍କ ଠାରୁ ଅନ୍ୟଜଣେ ବ୍ୟକ୍ତିଙ୍କ ଶରୀରକୁ ବ୍ୟାପିବ । ଏହାର ଅର୍ଥ ହେଲା କୋଭିଡ଼ ୧୯ଭଳି ଏହା ଜଣେ ବ୍ୟକ୍ତିଙ୍କ ଠାରୁ ଅନ୍ୟ ଜଣେ ସୁସ୍ଥ ବ୍ୟକ୍ତିଙ୍କ ଶରୀରକୁ ସଂକ୍ରମିତ ହେବନାହିଁ । ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ) ନୂଆଦିଲ୍ଲୀର ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ କହିଛନ୍ତି । ସେ କହିଛନ୍ତି ଯେ, ଏହି ରୋଗ ବିଭିନ୍ନ ପ୍ରକାରର ରହିଛି। ମାନବ ଶରୀରର କେଉଁ ଅଙ୍ଗରେ ମ୍ୟୁକୋରମାଇକୋସିସ୍ ଲକ୍ଷଣ ଦେଖାଦେଇଛି ସେହି ଅନୁସାରେ ଏହାର ପ୍ରକାର ଭେଦ ନିର୍ଣ୍ଣୟ କରାଯାଇଥାଏ ।…
ମେଷ ରାଶିଫଳ- ଆଜି ଆପଣଙ୍କ ଦିନ ବହୁତ ଶୁଭ ହେବ। ଆପଣ ସଫଳତା ଏବଂ ଉଚ୍ଚ ପଦାଧିକାରୀଙ୍କ ଇଚ୍ଛା ହେତୁ ଆଜି ଆପଣଙ୍କ ପାଇଁ ଖୁସିର ଦିନ ହେବ । ବ୍ୟବସାୟୀମାନେ ବ୍ୟବସାୟରେ ଅଭିବୃଦ୍ଧି ଏବଂ ସଫଳତା ପାଇବେ । ପିତା ଏବଂ ବରିଷ୍ଠମାନେ ଉପକୃତ ହେବେ। ଲକ୍ଷ୍ମୀଦେବୀଙ୍କ ଆଶୀର୍ବାଦ ରହିବ । ପରିବାରରେ ଖୁସିର ପରିବେଶ ରହିବ । ସ୍ୱାସ୍ଥ୍ୟ ଭଲ ହେବ । ସରକାରଙ୍କ ଦ୍ୱାରା ଲାଭ ହେବ । ସମ୍ମାନ ଏବଂ ପଦୋନ୍ନତି ସେଠାରେ ରହିବ। ସାଂସାରିକ ଜୀବନ ସୁଖୀ ହେବ । ବୃଷ ରାଶିଫଳ- ଆପଣ ନୂତନ କାର୍ଯ୍ୟ ଆୟୋଜନ ଆରମ୍ଭ କରିବା ପାଇଁ ଆଜି ଶୁଭ ଦିନ। ଚାକିରୀ ଏବଂ ବ୍ୟବସାୟରେ ଲାଭ ହେବାର ସମ୍ଭାବନା ଅଛି । ଆପଣ ମହିଳା ସାଙ୍ଗମାନଙ୍କଠାରୁ କାମ ପାଇପାରିବେ । ଲକ୍ଷ୍ମୀ ଦେବୀଙ୍କ ଆଶୀର୍ବାଦ ଆଜି ଆପଣଙ୍କ ଉପରେ ଅଛି । ସାମାଜିକ କ୍ଷେତ୍ରରେ ଆପଣଙ୍କର ଖ୍ୟାତି…
ନୂଆଦିଲ୍ଲୀ, ବଙ୍ଗୋପ ସାଗରରେ ସୃଷ୍ଟ ସାମୁଦ୍ରିକ ଝଡବାତ୍ୟା “ୟାସ୍”ର ମୁକାବିଲା ପ୍ରସ୍ତୁତି ସମ୍ପର୍କରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆଜି ଭିଡ଼ିଓ କନଫରେନ୍ସିଂ ଯୋଗେ ଓଡ଼ିଶା, ପଶ୍ଚିମ ବଙ୍ଗ ଓ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ତଥା ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଂଜର ଉପ ରାଜ୍ୟପାଳଙ୍କ ସହ ଉଚ୍ଚସ୍ତରୀୟ ସମୀକ୍ଷା କରିଛନ୍ତି । ଏହି ସମୀକ୍ଷା ବୈଠକରେ ସ୍ୱରାଷ୍ଟ୍ର ମନ୍ତ୍ରୀ ସାମୁଦ୍ରିକ ଝଡ଼ବାତ୍ୟା “ୟାସ୍” ଫଳରେ ଯେଉଁ ସମ୍ଭାବ୍ୟ ସ୍ଥିତି ଉତ୍ପନ୍ନ ହେବ ତାହାର ମୁକୁବିଲା ନିମନ୍ତେ ବିସ୍ତୃତ ସମୀକ୍ଷା କରିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏହି ଝଡ଼ବାତ୍ୟା ସମ୍ପର୍କରେ ଗତକାଲି ଏକ ଉଚ୍ଚ ସ୍ତରୀୟ ସମୀକ୍ଷା ବୈଠକ କରିଥିଲେ । ଏହି ସମୀକ୍ଷା ବୈଠକରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ନିର୍ଦ୍ଦିଷ୍ଟ ଭାବେ ସଂପୃକ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ କ୍ଷେତ୍ର ପ୍ରଶାସନଙ୍କୁ କୋଭିଡ଼ ୧୯ ହସପିଟାଲ, ପରୀକ୍ଷାଗାର, ଟିକା କୋଲ୍ଡ ଚେନ୍ ତଥା ଅନ୍ୟାନ୍ୟ ମେଡ଼ିକାଲମାନଙ୍କରେ ବିଜୁଳି…

