Author: Samikhsya Bureau

ଭୁବନେଶ୍ବର, ପ୍ରଖ୍ୟାତ ପ୍ରବଚକ ତଥା ଜଗନ୍ନାଥ ସଂସ୍କୃତି ଗବେଷକ ଚାରଣ ରାମଦାସଙ୍କର କରୋନାରେ ପରଲୋକ ହୋଇଛି। ସେ କିଛିଦିନ ତଳେ କରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ। ଶ୍ବାସ ପ୍ରଶ୍ବାସ ନେବାରେ ଅସୁବିଧା ହେଉଥିବାରୁ ତାଙ୍କୁ ଅକ୍ସିଜେନରେ ରଖାଯାଇଥିଲା। ହେଲେ ଗତକାଲିଠାରୁ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ହୋଇପଡିଥିଲା। ଡାକ୍ତରଙ୍କ ସମସ୍ତ ଚେଷ୍ଠା ସତ୍ବେ ସେ ଆଜି ଦେହତ୍ୟାଗ କରିଛନ୍ତି। ଚାରଣ ରାମ ଦାସ ଓଡିଶାର ଘରେ ଘରେ ପରିଚିତ ଜଣେ ବ୍ୟକ୍ତିତ୍ବ। ସେ ବିଭିନ୍ନ ଟେଲିଭିଜନ ଚ୍ୟାନେଲ ମାଧ୍ୟମରେ ପ୍ରବଚନ ଦେଇ ନିଜକୁ ପ୍ରତିଷ୍ଠିତ କରାଇପାରିଥିଲେ। ସେ ବର୍ତ୍ତମାନ ଓଡିଶାର ଲୋକପ୍ରିୟ ଚ୍ୟାନେଲ ଜୀ ସାର୍ଥକରେ ପ୍ରବଚକ ଭାବେ କାର୍ଯ୍ୟ କରୁଥିଲେ। କେବଳ ଜଗନ୍ନାଥ ସଂସ୍କୃତି ନୁହେଁ ତାଙ୍କର ରାମାୟଣ, ମହାଭାରତ, ଶୈବ୍ୟ ସଂସ୍କୃତି ଏବଂ ଦେବୀ ସଂସ୍କୃତି ଉପରେ ବେଶ ପାଣ୍ଡିତ୍ୟ ରହିଥିଲା। ମୁଖ୍ୟତଃ ତାଙ୍କର ଉପସ୍ଥାପନା ଶୈଳୀ ଲୋକଙ୍କ ଦ୍ବାରା ବେଶ୍ ଆଦୃତି ହୋଇପାରିଥିଲା। ଉଚ୍ଚ ସ୍ବରରେ…

Read More

ଭୁବନେଶ୍ବର, ବାତ୍ୟା ୟଶ୍ ବର୍ତ୍ତମାନ ଧିରେ ଧିରେ ସ୍ଥଳଭାଗ ଆଡକୁ ମାଡି ଆସୁଛି। ତାଜା ସୂଚନା ଅନୁସାରେ ଏହା ଘଣ୍ଟାକୁ 12 କିଲୋମିଟର ବେଗରେ ଗତି କରୁଛି। ଏହା ଆସନ୍ତା 26 ତାରିଖରେ ସ୍ଥଳ ଭାଗ ସ୍ପର୍ଶ କରିବ ବୋଲି ପାଣିପାଗ ବିଭାଗ ତରଫରୁ କୁହାଯାଇଛି। ତେବେ ଏହି ବାତ୍ୟା କେଉଁ ଦିନ କିପରି ରୂପ ଧାରଣ କରୁଛି ତାହା ଆସନ୍ତୁ ଜାଣିବା

Read More

ଭୁବନେଶ୍ବର, ବଙ୍ଗୋବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ୟଶ୍ ତୀବ୍ର ରୂପ ଧାରଣ କରିଛି। ବର୍ତ୍ତମାନ ଏହି ବାତ୍ୟା ୟଶ୍ ଘଣ୍ଟାକୁ ୭ କିଲୋମିଟର ବେଗରେ ସ୍ଥଳ ଭାଗ ଆଡକୁ ମାଡି ଆସୁଛି। ଏହି ସୂଚନା ଦେଇଛି ଭାରତୀୟ ପାଣିପାଗ ବିଭାଗ। ତେବେ ଏହା କେଉଁଠାରେ ସ୍ଥଳ ଭାଗ ଛୁଇଁବ ତାହା ନିର୍ଦ୍ଧାରଣ କରାଯାଇ ପାରି ନାହିଁ। ବର୍ତ୍ତମାନର ଗତିପଥ ଅନୁସାରେ ବାଲେଶ୍ବରରେ ସ୍ଥଳ ଭାଗ ଛୁଇଁବ ବୋଲି ସମ୍ଭାବନା ରହିଛି। ବର୍ତ୍ତମାନ ବାତ୍ୟା ୟଶ୍ ପାରାଦୀପଠାରୁ ଦକ୍ଷିଣ ଦକ୍ଷିଣ ପୂର୍ବ ଦିଗରେ ୪୯୦ କିଲୋମିଟର ଦୂରରେ ଥିବା ବେଳେ ଦକ୍ଷିଣ-ଦକ୍ଷିଣପୂର୍ବ ବାଲେଶ୍ବର ଠାରୁ ୫୯୦ କିଲୋମିଟର ଓ ଦୀଘା ଠାରୁ ୫୪୦ କିଲୋମିଟର ଦୂରରେ ରହିଛି। ଆସନ୍ତାକାଲି ସକାଳ ସୁଦ୍ଧା ଏହା ଅତି ଭୀଷଣ ବାତ୍ୟାର ରୂପ ନେବ । ଭାରତୀୟ ପାଣିପାଗ ସୂଚନା ଅନୁସାରେ ବାତ୍ୟା ୟଶ୍ ଆସନ୍ତା ୨୬ ତାରିଖ ଦିନ ପୂର୍ବାହ୍ନରେ ଲ୍ୟାଣ୍ଡଫଲ କରିବ। ପାରାଦୀପ…

Read More

ନୂଆଦିଲ୍ଲୀ, ମ୍ୟୁକୋରମାଇକୋସିସ୍ ବା ବ୍ଲକ୍ ଫଙ୍ଗସ ଏକ ସାଧାରଣ ଫଙ୍ଗାଲ୍ (ଫିମ୍ପି) ସଂକ୍ରମଣ ଯାହାକି ଏବେ କୋଭିଡ଼ ୧୯ ସଂକ୍ରମିତ କିମ୍ବା ସେଥିରୁ ଆରୋଗ୍ୟ ଲାଭ କରିଥିବା ରୋଗୀଙ୍କ ଠାରେ ଲକ୍ଷ୍ୟ କରାଯାଉଛି । ଏଭଳି ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବା ରିପୋର୍ଟ କରାଯାଉଛି, କିନ୍ତୁ ଏହା କୌଣସି ସଂକ୍ରାମକ ରୋଗ ନୁହେଁ, ଯାହା ଜଣେ ବ୍ୟକ୍ତିଙ୍କ ଠାରୁ ଅନ୍ୟଜଣେ ବ୍ୟକ୍ତିଙ୍କ ଶରୀରକୁ ବ୍ୟାପିବ । ଏହାର ଅର୍ଥ ହେଲା କୋଭିଡ଼ ୧୯ଭଳି ଏହା ଜଣେ ବ୍ୟକ୍ତିଙ୍କ ଠାରୁ ଅନ୍ୟ ଜଣେ ସୁସ୍ଥ ବ୍ୟକ୍ତିଙ୍କ ଶରୀରକୁ ସଂକ୍ରମିତ ହେବନାହିଁ । ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନ (ଏମ୍ସ) ନୂଆଦିଲ୍ଲୀର ନିର୍ଦ୍ଦେଶକ ଡାକ୍ତର ରଣଦୀପ ଗୁଲେରିଆ କହିଛନ୍ତି । ମ୍ୟୁକୋରମାଇକୋସିସକୁ ବ୍ଲାକ୍ ଫଙ୍ଗସ୍ କହିବା ଉଚିତ ନୁହେଁ ଡାକ୍ତର ଗୁଲେରିଆଙ୍କ ମତରେ ଏହି ରୋଗକୁ ବ୍ଲାକ୍ ଫଙ୍ଗସ୍ ବୋଲି ନାମିତ କରିବା ଉଚିତ ନୁହେଁ, ବରଂ ଏହା ମ୍ୟୁକୋରମାଇକୋସିସ୍ । କାରଣ ଏଭଳି…

Read More

ଭୁବନେଶ୍ୱର, ସମ୍ଭାବ୍ୟ ବାତ୍ୟା ‘ୟାସ୍‌’ ଦ୍ୱାରା ଓଡ଼ିଶାର ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକ ପ୍ରଭାବିତ ହେବାର ଆଶଙ୍କା ଦୃଷ୍ଟିରୁ ଜନସାଧାରଣଙ୍କ ଅତ୍ୟାବଶ୍ରକ ସାମଗ୍ରୀ ଯୋଗାଣକୁ ସୁନିଶ୍ଚିତ କରିବା ପାଇଁ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଆଜି ଭର୍ଚୁଆଲ ମାଧ୍ୟମରେ ଆୟୋଜିତ ବୈଠକରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ଖୋର୍ଦ୍ଧା, ପୁରୀ, ନୟାଗଡ଼, ଗଞ୍ଜାମ, ଗଜପତି ଏବଂ ମୟୂରଭଞ୍ଜ ଜିଲ୍ଲାରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣର ସଦ୍ୟତମ ସ୍ଥିତି ଏବଂ ରବିଧାନ ସଂଗ୍ରହ ବିଷୟରେ ସମୀକ୍ଷା କରିବା ଅବସରରେ ବିଭାଗୀୟ ଅଧିକାରୀମାନଙ୍କୁ ସଂପୂର୍ଣ୍ଣ ପ୍ରସ୍ତୁତ ରହି ସ୍ଥିତିର ମୁକାବିଲା କରିବା ପାଇଁ କହିଛନ୍ତି । ସମ୍ବେଦନଶୀଳ ଅଞ୍ଚଳ ଏବଂ ବାତ୍ୟା ଦ୍ୱାରା ବିଚ୍ଛିନ୍ନ ହେବାକୁ ଥିବା ଅଞ୍ଚଳଗୁଡ଼ିକରେ ପର୍ଯ୍ୟାପ୍ତ ପରିମାଣର ଖାଦ୍ୟଶସ୍ୟ ଓ ଅତ୍ୟାବଶ୍ୟକ ସାମଗ୍ରୀ ଗଚ୍ଛିତ ରଖିବା ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।…

Read More

ରମେଶ ମହାନ୍ତି ଜଗତସିଂହପୁର: ରାଜ୍ୟ ସରକାରଙ୍କ ଦ୍ବାରା ନିଯୁକ୍ତ ବରିଷ୍ଠ ଅଧିକାରୀ ତଥା ଉଚ୍ଚଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ଆଜି ଅପରାହ୍ନରେ ଜଗତସିଂହପୁର ଠାରେ ପହଞ୍ଚି ସାମ୍ଭାବ୍ୟ ‘ୟାସ୍’ ବାତ୍ୟା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଥିବା ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏହି ବାତ୍ୟା ପାରାଦ୍ଵୀପ ଓ ସାଗରଦ୍ୱୀପ ମଧ୍ୟରେ ଲ୍ୟାଣ୍ଡଫଲ୍ କରିବା ସମ୍ପର୍କରେ ସୂଚନା ଦେଇଥିଲେ। ଆସନ୍ତା କାଲି ସକାଳ ସୁଦ୍ଧା ଏ ସମ୍ପର୍କରେ ସଠିକ୍ ତଥ୍ୟ ମିଳିପାରିବ। ଜିଲ୍ଲା ପ୍ରଶାସନ ପକ୍ଷରୁ ସାମ୍ଭାବ୍ୟ ବାତ୍ୟାର ମୁକାବିଲା ନିମନ୍ତେ ସମସ୍ତ ପ୍ରସ୍ତୁତି କାର୍ଯ୍ୟ ଶେଷ ହୋଇଛି। ଜିଲ୍ଲାରେ ୪୨ଟି ବାତ୍ୟା ଆଶ୍ରୟସ୍ଥଳୀ ଓ ୧୮୧ଟି ବିକଳ୍ପ ଆଶ୍ରୟସ୍ଥଳୀ ଚିହ୍ନଟ କରାଯାଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି। ଜିଲ୍ଲାରେ ୧୫ ହଜାରରୁ ୨୦ ହଜାର ଲୋକଙ୍କୁ ବାତ୍ୟା ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତରଣ କରାଯିବାର ଲକ୍ଷ୍ୟ ରହିଛି ।ଆଜି ପାଖାପାଖି ୨୦୦ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଇଛି। ତିର୍ତ୍ତୋଲ ବ୍ଳକର ତଳିଆ…

Read More

ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ନିର୍ବାଚନ ପରେ ହୋଇଥିବା ହିଂସା ଘଟଣାର ଏକ ନୂଆ ମୋଡ ନେଇଛି। ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କୁ ଦୁଇ ହଜାରରୁ ଉର୍ଦ୍ଧ୍ଵ ମହିଳା ଆଇନଜୀବୀ ଏହି ହିଂସା ଘଟଣାର ଏସଆଇଟି ଗଠନ ପାଇଁ ନିବେଦନ କରିଛନ୍ତି। ଏହି ଘଟଣା ଉପରେ ପ୍ରଧାନ ବିଚାରପତି ନିଜେ ସଜ୍ଞାନକୁ ନେଇଛନ୍ତି ବୋଲି ମହିଳା ଆଇନଜୀବୀମାନେ କହିଛନ୍ତି। ସମ୍ପୃକ୍ତ ଆଇନଜୀବୀମାନେ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ମହିଳା, ଶିଶୁ ଏବଂ ଦଳିତଙ୍କ ବିରୋଧରେ ମାନବାଧିକାର ସୁରକ୍ଷା ସୁନିଶ୍ଚିତ କରିବା ଉଚିତ। ନିର୍ବାଚନ ପରେ ହୋଇଥିବା ହିଂସା ଯୋଗୁଁ ଅନେକ ଲୋକ ପଡୋଶୀ ରାଜ୍ୟକୁ ପଳାୟନ କରିଛନ୍ତି। ଏହି ମାମଲାରେ ଏତାଲା ରୁଜ୍ଜୁ କରାଯାଇ ସ୍ଵତନ୍ତ୍ର ତଦନ୍ତ ଦଳ ଗଠନ କରାଯିବା ଆବଶ୍ୟକ। ହିଂସା ପରେ ଯେଉଁ ଲୋକ ପଳାୟନ କରିଛନ୍ତି, ସେମାନଙ୍କ ସୁରକ୍ଷା ପାଇଁ ପଶ୍ଚିମବଙ୍ଗ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଉ। ପଡୋଶୀ ରାଜ୍ୟରେ ଶରଣ ନେଇଥିବା ଲୋକଙ୍କ ତାଲିକା ପ୍ରସ୍ତୁତ କରାଯାଇ ସେମାନଙ୍କର ସୁରକ୍ଷା…

Read More

ନୂଆଦିଲ୍ଲୀ, ଦେଶ କରୋନା ସହ ଲଢୁଥିବା ସମୟରେ ସମାଜରେ ଥିବା କିନ୍ନରମାନଙ୍କର ଜୀବନ ଜୀବିକା ଗୁରୁତରଭାବେ ପ୍ରଭାବିତ ହୋଇଛି । ବର୍ତ୍ତମାନର ସ୍ଥିତିରେ ସମାଜର ଏହି ସଂଖ୍ୟାନ୍ୟୁନ ଗୋଷ୍ଠୀରେ ଆସୁଥିବା ଲୋକମାନେ ଖାଦ୍ୟ, ସ୍ୱାସ୍ଥ୍ୟସେବା ଭଳି ମୌଳିକ ଆବଶ୍ୟକତା ଯୋଗାଡ କରିବା କ୍ଷେତ୍ରରେ ଘୋର ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଛନ୍ତି । ତେଣୁ ପ୍ରତ୍ୟେକ କିନ୍ନରଙ୍କୁ ଦେଢ ହଜାର ଟଙ୍କାର ଆର୍ଥିକ ସହାୟତା ଦେବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । କିନ୍ନର ଗୋଷ୍ଠୀରେ ଆସୁଥିବା ବ୍ୟକ୍ତିମାନେ ବିଭିନ୍ନ ସମୟରେ ସରକାରଙ୍କୁ ଇ-ମେଲ ଏବଂ ଫୋନକଲ୍ କରି ବର୍ତ୍ତମାନ ପରିସ୍ଥିତିରେ ସେମାନଙ୍କ ଦୟନୀୟ ଅବସ୍ଥା ଜଣାଇବା ସହିତ ସହାୟତା ପାଇଁ ସରକାରଙ୍କୁ ନିବେଦନ କରିଥିଲେ । ସାମାଜିକ ନ୍ୟାୟ ଏବଂ ସଶକ୍ତିକରଣ ମନ୍ତ୍ରଣାଳୟ କିନ୍ନରମାନଙ୍କ କଲ୍ୟାଣ କ୍ଷେତ୍ରରେ ସାମାଜିକ ସହାୟତା ଦେଉଥିବା କେନ୍ଦ୍ର ସରକାରଙ୍କ ମୂଳ ସଂସ୍ଥା ହୋଇଥିବାରୁ ଜୀବନଜୀବିକା ପାଇଁ ସହାୟତା ବାବଦରେ ପ୍ରତ୍ୟେକ କିନ୍ନରଙ୍କୁ ସେମାନଙ୍କର ଜରୁରୀ ଆବଶ୍ୟକତା…

Read More

ସୀତାରାମ ଅଗ୍ରୱାଲ ଚିଲିକା: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ଏବଂ ବାଣପୁର ସହରରେ ଆଜି ତହସିଲ, ଏନଏସି ଏବଂ ପୋଲିସ ପକ୍ଷରୁ ଭିନ୍ନ ଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା। ଜିଲ୍ଲାପାଳଙ୍କ ଗସ୍ତ ପରେ ଆହୁରି ଆକ୍ଟିଭ ହୋଇଯାଇଛି ସ୍ଥାନୀୟ ପୋଲିସ ଏବଂ ପ୍ରଶାସନ। ଉଭୟ ତହସିଲ ଅଞ୍ଚଳରେ ‘ଜିରୋ’ କୋଭିଡ଼ ଲକ୍ଷ୍ୟକୁ ନେଇ ଗତକାଲିଠାରୁ କାମ ଆରମ୍ଭ ହୋଇଯାଇଛି। ବାଲୁଗାଁ ଏବଂ ବାଣପୁର ସହରରେ କୋଭିଡ ସ୍ଥିତି ଜଟିଳ ଥିବାବେଳେ ଆଜି ଉଭୟ ସହରରୁ ମାତ୍ର ୪ ଜଣ ନୂତନ ପଜିଟିଭ ଚି଼ହ୍ନଟ ହୋଇଛନ୍ତି ଯାହା ପ୍ରଶାସନର ମନୋବଳକୁ ଆହୁରି ବଢ଼ାଇଦେଇଛି। ଉଭୟ ତହସିଲଦାର ଆଜି ସହରରେ କଡା କୋଭିଡ ଏନ୍ଫୋର୍ସମେଣ୍ଟ କରୁଥିବାର ଦେଖାଯାଇଥିଲା। ତେବେ ଚିଲିକା ତହସିଲ ପକ୍ଷରୁ ବାଲୁଗାଁରୁ ୫ ହଜାର ଟଙ୍କା ଏବଂ ବାଣପୁର ତହସିଲ ଦ୍ୱାରା ବାଣପୁରରୁ ୮ ହଜାର ଟଙ୍କା ଜରିମାନା ଆଦାୟ ହୋଇଥିବାର ସୂଚନା ମିଳିଛି। ସେହିପରି ଭାବେ ବାଣପୁର ଏବଂ ବାଲୁଗାଁ ଏନଏସି…

Read More

ଭୁବନେଶ୍ୱର: ସୋମବାର ଦକ୍ଷିଣ ଓ ଦକ୍ଷିଣ ପୂର୍ବ ପାରାଦ୍ୱୀପ ଠାରୁ ୫୩୦ କି.ମି ଦୂରରେ କେନ୍ଦ୍ରିଭୂତ ହୋଇଥିବା ଘୂର୍ଣ୍ଣିଝଡ “ୟଶ୍‌” ଉତ୍ତର-ଉତ୍ତର ପଶ୍ଚିମ ଦିଗ ଆଡକୁ ମୁହାଁଇବ ଏବଂ ମେ ୨୬ ତାରିଖ ପୂର୍ବାହ୍ନରେ କେନ୍ଦ୍ରାପଡା ଜିଲ୍ଲାର ରାଜନଗର ଏବଂ ବାଲେଶ୍ୱର ଜିଲ୍ଲା ବାଲିଆପାଳ ମଧ୍ୟ ଦେଇ ଓଡ଼ିଶା ଉପକୂଳ ଅତିକ୍ରମ କରିବ ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ ପରିଚାଳିତ) ପରିବେଶ ଏବଂ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ସୂଚନା ଦିଆଯାଇଛି। ଓଡ଼ିଶା ଉପକୂଳ ଅତିକ୍ରମ କରିବା ସମୟରେ ପବନର ବେଗ ଘଂଟା ପ୍ରତି ୮୦ ରୁ ୧୦୦ କି.ମି ତଥା ତୀବ୍ରତା ୧୨୦ କି.ମି ପର୍ଯ୍ୟନ୍ତ ହୋଇପାରେ ବୋଲି ସିଇସିର ନିର୍ଦ୍ଦେଶକ ଡ. ଶରତ ଚନ୍ଦ୍ର ସାହୁ କହିଛନ୍ତି। ତେବେ ପାଣିପାଗର ବିଭିନ୍ନ ପରିମାପକୁ ବିଚାରକୁ ନେଇ ଜଣାଯାଏ ଯେ ଉପକୂଳ ଅତିକ୍ରମ କରିବା ସମୟରେ ପବନର ବେଗ କମ ରହିପାରେ ବୋଲି ସେ କହିଛନ୍ତି। ସଦ୍ୟତମ ବିଶ୍ଳେଷଣ…

Read More

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୧୧ ହଜାର ୬୧୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୧୪୦୭, ସୁନ୍ଦରଗଡରୁ ୧୨୦୬, କଟକରୁ ୧୧୮୦, ଅନୁଗୁଳରୁ ୭୦୩, ସମ୍ବଲପୁରରୁ ୫୫୨, ବରଗଡରୁ ୪୧୨, ବଲାଙ୍ଗୀରିରୁ ୪୦୦, ପୁରୀରୁ ୩୮୯, ମୟୂରଭଞ୍ଜରୁ ୩୮୮, କଳାହାଣ୍ଡିରୁ ୩୭୫, ଯାଜପୁରରୁ ୩୪୯, ଝାରସୁଗୁଡାରୁ ୩୪୬, ନବରଙ୍ଗପୁରରୁ ୩୪୫, ବାଲେଶ୍ବରରୁ ୩୦୩, ଭଦ୍ରକରୁ ୨୯୮, ଢେଙ୍କାନାଳରୁ ୨୮୨, ଜଗତସିଂହପୁରରୁ ୨୬୪, ନୟାଗଡରୁ ୨୫୯, ସୋନପୁରରୁ ୨୩୯, ଗଞ୍ଜାମରୁ ୨୩୧, କୋରାପୁଟରୁ ୧୯୯, ନୂଆପଡାରୁ ୧୮୭, ବୌଦ୍ଧରୁ ୧୮୫, କେନ୍ଦ୍ରାପଡାରୁ ୧୪୮, କେନ୍ଦୁଝରରୁ ୧୩୮, ରାୟଗଡାରୁ ୧୩୨, ଦେବଗଡରୁ ୧୦୭, ଗଜପତିରୁ ୧୦୪, କନ୍ଧମାଳରୁ ୧୦୨, ମାଲକାନାଗିରିରୁ ୧୦୦ ଏବଂ ଷ୍ଟେଟ ପୁଲରୁ ୨୮୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୬…

Read More

ସୀତାରାମ ଅଗ୍ରୱାଲ ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀରେ ଗତକାଲି କରୋନା ସ୍ଥିତି ଉପରମୁହାଁ ଥିବା ବେଳେ ଆଜି ତଳ ମୁହାଁ ହୋଇଛି। ଯାହା ଲୋକଙ୍କୁ ସାମାନ୍ୟ ଆଶ୍ଵସ୍ତି ମିଳିଛି। ଆଜି ଉକ୍ତ ନିର୍ବାଚନମଣ୍ଡଳୀରେ ମୋଟ ୩୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ଯାହାକି ଗତକାଲିର ସଂଖ୍ୟାଠାରୁ ଅଧା। ଚିହ୍ନଟ ହୋଇଥିବା ୩୦ ଜଣଙ୍କ ମଧ୍ୟରୁ ବାଣପୁର ବ୍ଲକରେ ୧୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଚିଲିକା ବ୍ଲକରୁ ୧୨ ଜଣ, ବାଲୁଗାଁ ଏବଂ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୨ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି ୩୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସୁସ୍ଥ ୩୮ ଜଣଙ୍କ ମଧ୍ୟରୁ ବାଣପୁର ବ୍ଲକରୁ ୨୦ ଜଣ ସୁସ୍ଥ ହୋଇଥିବା ବେଳେ ଚିଲିକା ବ୍ଲକରୁ ୧୫ ଜଣ ଏବଂ ବାଲୁଗାଁ ବିଜ୍ଞାପିତ ଅଞ୍ଚଳରୁ ୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଆଜି…

Read More

ଭୁବନେଶ୍ବର: ବାତ୍ୟାକୁ ନେଇ ୩ ଟି ଜିଲ୍ଲାରେ ତିନି ଦିନ ପାଇଁ ଟୀକାକରଣ ବନ୍ଦ ରହିବ। ୨୫, ୨୬ ଏବଂ ୨୭ ତାରିଖରେ ୩ ଟି ଜିଲ୍ଲାରେ ଟୀକାକରଣ ବନ୍ଦ ରହିବ। ବାଲେଶ୍ଵର, ଭଦ୍ରକ ଏବଂ ମୟୂରଭଞ୍ଜ ଜିଲ୍ଲାରେ କୋଭିଡ ପରୀକ୍ଷା ସହ ଟୀକାକରଣ ମଧ୍ୟ ବନ୍ଦ ରହିବ। ସେହିଭଳି ଆଉ ୩ ଟି ଜିଲ୍ଲାରେ ସ୍ଥିତି ଦେଖି ଜିଲ୍ଲାପାଳ ଟୀକାକରଣ ଏବଂ କୋଭିଡ ପରୀକ୍ଷା ଉପରେ ନିଷ୍ପତ୍ତି ନେବେ। କେନ୍ଦ୍ରାପଡା, ଜଗତସିଂହପୁର ଏବଂ କେନ୍ଦୁଝର ଜିଲ୍ଲାର ଜିଲ୍ଲାପାଳ ସ୍ଥିତି ଦେଖି ନିଷ୍ପତ୍ତି ନେବାକୁ କୁହାଯାଇଛି। ଏନେଇ ଏସିଏସ ପ୍ରଦୀପ୍ତ ମହାପାତ୍ର ଚିଠି ଲେଖି ସମ୍ପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ସୂଚନା ଦେଇଛନ୍ତି।

Read More

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୯୦୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୯୦୫ ଆକ୍ରାନ୍ତଙ୍କ ମଧ୍ୟରୁ ୧୪୫ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୭୬୦ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୯ ହଜାର ୯୦୨ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୧୦୨୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୫୫ ହଜାର ୮୩୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୨ ହଜାର ୭୩୨ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୩୧୮ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Read More

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସ ଆଣ୍ଡ ସମ୍ ହସ୍ପିଟାଲକୁ ସମ୍ମାନଜନକ ନ୍ୟାସନାଲ ଆକ୍ରେଡିସନ ବୋର୍ଡ ଫର ହସ୍ପିଟାଲ୍ସ ଆଣ୍ଡ ହେଲଥକେୟାର ପ୍ରୋଭାଇଡର୍ସ (ଏନଏବିଏଚ) ସ୍ୱୀକୃତି ପ୍ରାପ୍ତ ହୋଇଛି। ଗତ ମେ ୧୩ ତାରିଖରୁ ଲାଗୁ ହୋଇଥିବା ଏହି ସ୍ୱୀକୃତି ଆସନ୍ତା ୪ ବର୍ଷ ଯାଏଁ ବଳବତ୍ତର ରହିବ। ଏନଏବିଏଚ ହେଉଛି କ୍ୱାଲିଟି କାଉନସିଲ ଅଫ ଇଣ୍ଡିଆର ଏକ କନଷ୍ଟିଚ୍ୟୁଏଂଟ ବୋର୍ଡ ଅଟେ। ଆଇଏମଏସ ଆଣ୍ଡ ସମ୍ ହସ୍ପିଟାଲ ଦ୍ୱିତୀୟ ଥର ପାଇଁ ଏହି ଏନଏବିଏଚ ମାନ୍ୟତା ହାସଲ କରିଛି।

Read More

ଭୁବନେଶ୍ବର, ମହାମାରୀ ସମୟରେ ଅମ୍ଳଜାନ ଅଭାବ ଥିବା ରାଜ୍ୟମାନଙ୍କୁ ପର‌୍ୟ୍ୟାପ୍ତ ପରିମାଣର ଅମ୍ଳଜାନ ସହାୟତା ଏବଂ ରିଲିଫ୍ ଯୋଗାଇବା ପାଇଁ ଭାରତୀୟ ରେଳବାଇ ଦେଶର ବିଭିନ୍ନ ପ୍ରାନ୍ତରୁ ଅମ୍ଳଜାନ ଏକ୍ସପ୍ରେସ ସ୍ପେଶାଲ ଟ୍ରେନ୍ ଚଳାଚଳ କରୁଅଛି। ଜାତୀୟ ପରିବହନକାରୀ ଭାରତୀୟ ରେଳବାଇ ଦ୍ୱାରା ଏପର‌୍ୟ୍ୟନ୍ତ ୧୫୦୦୦ ଟନ ଅମ୍ଳଜାନ ପରିବହନ କରାଯାଇଛି। କୋଭିଡ଼୧୯ ସଂକ୍ରମଣ ଯୋଗୁଁ ସଙ୍କଟାପନ୍ନ ପରିସ୍ଥିତିରେ ପୂର୍ବ ତଟ ରେଳପଥ ରୋଗୀ ମାନଙ୍କ ଜୀବନ ରକ୍ଷା ପାଇଁ ଏକ ପ୍ରମୁଖ ଭୂମିକା ଗ୍ରହଣ କରି ତରଳ ମେଡିକାଲ ଅମ୍ଳଜାନ (LMO) ପରିବହନ କରିବା କ୍ଷେତ୍ରରେ ଏକ ଅଗ୍ରଣୀ ରେଳପଥ ହୋଇ ପାରିଛି। ଆଜି ପର‌୍ୟ୍ୟନ୍ତ ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ ଥିବା ବିଭିନ୍ନ ଷ୍ଟିଲ ପ୍ଲାଣ୍ଟରୁ ଦେଶର ବିଭିନ୍ନ ରାଜ୍ୟକୁ ପ୍ରାୟ ୨୨୫୨ ଟନ ତରଳ ମେଡିକାଲ ଅମ୍ଳଜାନ ବିଭିନ୍ନ ରାଜ୍ୟକୁ ପରିବହନ କରି ସାରିଲାଣି। ଭାରତୀୟ ରେଳବାଇ ଦ୍ୱାରା ପ୍ରଥମ ଅମ୍ଳଜାନ ଏକ୍ସପ୍ରେସ ଚଳାଚଳ ଠାରୁ ତଥା…

Read More

ଭୁବନେଶ୍ବର, ସାଢେ ଚାରି କୋଟି ଓଡିଶାବାସୀ ମୋର ପରିବାର। ବିପଦ ସମୟରେ ମୋ ପରିବାରର ନିରାପତ୍ତା ମୋ ପାଇଁ ସବୁଠାରୁ ବଡ ପ୍ରାଥମିକତା । ଆସୁଥିବା ବାତ୍ୟା ପରିପ୍ରେକ୍ଷୀରେ ଲୋକମାନଙ୍କ ଏକ ଭିଡ଼ିଓ ବାର୍ତ୍ତା ଜରିଆରେ ଆଜି ସତର୍କ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତି ଯେ ଆମେ ଏକା ସମୟରେ ଦୁଇଟି ବଡ ବିପଦର ସାମ୍‌ନା କରୁଛୁ – କୋଭିଡ ଓ ବାତ୍ୟା ୟଶ । ତେଣୁ ସମସ୍ତେ ପ୍ରଶାସନକୁ ସ୍ଥାନାନ୍ତରରେ ସହଯୋଗ କରନ୍ତୁ ଓ ଡବଲ ମାସ୍କ ପିନ୍ଧନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ନିବେଦନ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ପ୍ରତ୍ୟେକ ଲୋକଙ୍କୁ ନିରାପଦ ସ୍ଥାନରେ ପହଞ୍ଚାଇବା ଆମର ଲକ୍ଷ୍ୟ। ତେଣୁ ସମସ୍ତେ ବାତ୍ୟା ଆଶ୍ରୟସ୍ଥଳ ତଥା ପକ୍କା ଘର ଆଦି ନିରାପଦ ସ୍ଥାନକୁ ଚାଲିଆସିବା ପାଇଁ ସେ ଅନୁରୋଧ କରିଛନ୍ତି । କୋଭିଡ ପାଇଁ ପ୍ରଶାସନ ଗତ ଦୁଇ ମାସ ଧରି ଚାପରେ ଅଛି ।…

Read More

ଭୁବନେଶ୍ବର, ପାଞ୍ଚ ଜଣ ବରିଷ୍ଠ ଆଇଏସଙ୍କ ପରି ବରିଷ୍ଠ ଆଇପିଏସଙ୍କୁ ମଧ୍ୟ ପ୍ରଭାବିତ 5ଟି ଜିଲ୍ଲାର ଦାୟିତ୍ବ ଦିଆଯାଇଛି। ଏ ନେଇ ପୋଲିସ ମହାନିର୍ଦ୍ଦେଶକଙ୍କ ଅଫିସରୁ ଏକ ବିଜ୍ଞପ୍ତି ପ୍ରକାଶିତ ହୋଇଛି। ସେମାନେ ପ୍ରଭାବିତ ଜିଲ୍ଲାରେ କିପରି ବାତ୍ୟା ମୁକାବିଲା କରିବେ ସେ ନେଇ ତଦାରଖ କରିବେ। ବିଜ୍ଞପ୍ତି ଅନୁସାରେ ଯେଉଁମାନଙ୍କୁ ପାଞ୍ଚୋଟି ଜିଲ୍ଲା ଦାୟିତ୍ବ ଦିଆଯାଇଛି ସେମାନେ ହେଲେ 1- କେନ୍ଦ୍ରାପଡା- ଜେ.ଏନ ପଙ୍କଜ, ପୋଲିସ ଡିଆଇଜି 2-ଜଗତସିଂହପୁର- ଅମିତାଭ ଠାକୁର, ଆଇଜି ପୋଲିସ 3-ଭଦ୍ରକ- ଅମିତେନ୍ଦ୍ର ନାଥ ସିହ୍ନା, ଆଇଜି ପୋଲିସ 4- ବାଲେଶ୍ବର- ଦୀପ୍ତେଶ ପଟ୍ଟନାୟକ, ଆଇଜି ପୋଲିସ 5- ମୟୁରଭଂଜ- ଅନିରୁଦ୍ଧ ସିଂହ, ଡିଆଇଜି ପୋଲିସ ପୂର୍ବରୁ ସରକାର ପାଞ୍ଚ ଟି ଜିଲ୍ଲାକୁ ୫ ଜଣ ଆଇଏଏସଙ୍କୁ ଦାୟିତ୍ଵ ଦେଇଛନ୍ତି। ହେମନ୍ତ ଶର୍ମା,ଆଇଏଏସ ଙ୍କୁ କେନ୍ଦ୍ରାପଡା ଦାୟିତ୍ଵ ଦିଆଯାଇଥିବା ବେଳେ ଶାଶ୍ଵତ ମିଶ୍ରଙ୍କୁ ଜଗତସିଂହପୁର ଜିଲ୍ଲା ଦାୟିତ୍ଵ ଦିଆଯାଇଛି। ସେହିଭଳି ଭଦ୍ରକ ଜିଲ୍ଲା ପାଇଁ ବୀର…

Read More

ଭୁବନେଶ୍ବର, ଆଜି ମଧ୍ୟାହ୍ନରୁ ଭୁବନେଶ୍ବର କଟକ ସମେତ ବିଭିନ୍ନ ସ୍ଥାନରେ ଝିପିଝିପି ବର୍ଷା ଆରମ୍ଭ ହୋଇଯାଇଛି। ମୁଖ୍ୟତଃ ଉପକୂଳବର୍ତ୍ତି ଜିଲ୍ଲାମାନଙ୍କରେ ଆଜି ମଧ୍ୟାହ୍ନରୁ କଳାହାଣ୍ଡିଆ ମେଘ ଆସି ଅନ୍ଧାର କରିଦେଇଛି। କିଛି ସମୟ ପରେ ବର୍ଷା ସହିତ କୋହଲା ପବନ ମଧ୍ୟ ପ୍ରବାହିତ ହେବାରେ ଲାଗିଛି। ପାଣିପାଗ ବିଭାଗ ଅନୁସାରେ ଆଜି ଉପକୂଳ ଜିଲ୍ଲାର ସମସ୍ତ ସ୍ଥାନରେ ବର୍ଷା ଆରମ୍ଭ ହୋଇଛି। ଏହା ହେଉଛି ବାତ୍ୟା ୟଶ୍ ଆସିବାର ପୂର୍ବ ସଙ୍କେତ। ଏଥିସହିତ ଏହି ଅଞ୍ଚଳରେ ପବନ ମଧ୍ୟ ପ୍ରବାହିତ ହେଉଛି। ତେବେ ଏହି ବର୍ଷା ଧିରେ ଧିରେ ପ୍ରବଳ ଆକାରକୁ ଧାରଣ କରିବ ବୋଲି ଅନୁମାନ କରାଯାଇଛି। ତେବେ ବାଲେଶ୍ବର ପାରାଦ୍ବୀପ ପ୍ରଭୃତି ସ୍ଥାନରେ ଏହି ବର୍ଷା ପ୍ରବଳ ହୋଇଥିବାର ଜଣାପଡିଛି।

Read More

ଭୁବନେଶ୍ବର, ତଳିଆ ଅଞ୍ଚଳରେ ଥିବା ଲୋକଙ୍କୁ ଶିଘ୍ର ସ୍ଥାନାନ୍ତରିତ କର। କୌଣସି ବିଳମ୍ବ ନ କରି ଏହି ନେଇ ପଦକ୍ଷେପ ନିଅ। ପ୍ରଭାବିତ ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଏହିପରି ଏକ ଜରୁରୀ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି। ଏହି ଜରୁରୀ ବାର୍ତ୍ତାରେ ଏସଆରସି ତଥା ଅତିରିକ୍ତ ମୁଖ୍ୟଶାସନ ସଚିବ ପ୍ରଦୀପ ଜେନା ଏହାକୁ ଗୁରୁତର ସହ ନେବାକୁ କହିଛନ୍ତି। ଆସନ୍ତାକାଲି ସଂଧ୍ୟା ସୁଦ୍ଧା ଏହି ସ୍ଥାନାନ୍ତରିତ ପକ୍ରିୟା ଶେଷ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ମଙ୍ଗଳବାରରେ ଲୋକଙ୍କୁ ସ୍ଥାନାନ୍ତରିତ କରିବା ପାଇଁ କୁହାଯାଇଥିଲା। ହେଲେ ବର୍ତ୍ତମାନ ବାତ୍ୟାର ପ୍ରଭାବକୁ ଦେଖି ଏହି ନିର୍ଦ୍ଦେଶରେ ପରିବର୍ତ୍ତନ କରାଯାଇଛି। ସେହି ପରିବର୍ତ୍ତନ ଅନୁସାରେ ଆଜି ତୁରନ୍ତ ସ୍ଥାନାନ୍ତରିତ ପକ୍ରିୟା ଆରମ୍ଭ କରିବାକୁ କୁହାଯାଇଛି। ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ବାତ୍ୟା ରୂପ ନେଇଛି। ଗତ ୬ ଘଣ୍ଟା ଯାଏଁ ସମୁଦ୍ର ଭିତରେ ଏହା ଗତି କରି ନ ଥିବା ବେଳେ ବର୍ତ୍ତମାନ ଏହା ଉତ୍ତର ଉତ୍ତର-ପଶ୍ଚିମ ଦିଗରେ…

Read More

ଭୁବନେଶ୍ବର: ସାମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ସେଥିପାଇଁ ଅଧିକ ପ୍ରଭାବିତ ହେଉଥିବା ୫ ଟି ଜିଲ୍ଲାକୁ ୫ ଜଣ ଆଇଏଏସଙ୍କୁ ଦାୟିତ୍ଵ ଦିଆଯାଇଛି। ଆଇଏଏସ ଅଧିକାରୀ ହେମନ୍ତ ଶର୍ମାଙ୍କୁ କେନ୍ଦ୍ରାପଡା ଦାୟିତ୍ଵ ଦିଆଯାଇଥିବା ବେଳେ ଶାଶ୍ଵତ ମିଶ୍ରଙ୍କୁ ଜଗତସିଂହପୁର ଜିଲ୍ଲା ଦାୟିତ୍ଵ ଦିଆଯାଇଛି। ସେହିଭଳି ଭଦ୍ରକ ଜିଲ୍ଲା ପାଇଁ ବୀର ବିକ୍ରମ ଯାଦବଙ୍କୁ ଦାୟିତ୍ଵ ମିଳିଥିବା ବେଳେ ବାଲେଶ୍ଵର ଜିଲ୍ଲା ପାଇଁ ବିଶାଳ କୁମାର ଦେବ ଏବଂ ମୟୂରଭଞ୍ଜ ଜିଲ୍ଲା ପାଇଁ ସୁରେଶ କୁମାର ବଶିଷ୍ଠଙ୍କୁ ରାଜ୍ୟ ସରକାର ଦାୟିତ୍ଵ ଦେଇଛନ୍ତି।

Read More