ସୀତାରାମ ଅଗ୍ରୱାଲ ଚିଲିକା: ନିୟମ ଉଲ୍ଲଂଘନ ଅଭିଯୋଗରେ ଆଜି ଦୁଇଟି ପଥର ବୋଝେଇ ଗାଡିକୁ ଜବତ କରାଯାଇଛି। ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକ ଏହି ଦୁଇ ଗାଡିକୁ ଜବତ କରି ଟାଙ୍ଗୀ ତହସିଲକୁ ଜିମା ଦେଇଛନ୍ତି। ସୂଚନା ମୁତାବକ ଆଜି ମଧ୍ୟାହ୍ନରେ ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ ଜିଲ୍ଲାପାଳଙ୍କ ଗସ୍ତ ନିମନ୍ତେ କୁହୁଡି ଅଭିମୁଖେ ଯାଉଥିବାବେଳେ କୁହୁଡି ନିକଟରେ ଦୁଇଟି ପଥର ବୋଝଇ ହାଇୱାକୁ ଜବତ କରିଥିଲେ। ଗୋଟାଏ ଗାଡିର ୱାୟୀ ଫର୍ମ ନଥିବାବେଳେ ଅନ୍ୟ ଗାଡିଟି ଓଭରଲୋଡ଼ ସହ ବିପଦ ସଂକୁଳ ଅବସ୍ଥାରେ ବଡ ବଡ ପଥର ନେଇ ଯାଉଥିଲା। ଦୁଇ ଗୋଟି ଗାଡିକୁ ଟାଙ୍ଗୀ ତହସିଲ ଜିମ୍ମା ଦେଇଥିଲେ ଏସଡ଼ିପିଓ। ତେବେ ଉଭୟ ଗାଡ଼ିରୁ ୧ ଲକ୍ଷ ୨୫ ହଜାର ଟଙ୍କା ଜରିମାନା ଆଦାୟ ହୋଇଥିବାର ସୂଚନା ଦେଇଛନ୍ତି ଟାଙ୍ଗୀ ଅତିରିକ୍ତ ତହସିଲଦାର ଶରତ କୁମାର ଦେହୁରୀ। ସେହିପରି ଭାବେ ଆଜି ମଧ୍ୟାହ୍ନରେ ସଟ ଡ଼ାଉନ ନିୟମ ଉଲଂଘନ କରି…
Author: Samikhsya Bureau
ନୟାଗଡ/ଚାନ୍ଦପୁର: ପୁଣି ଏକ ସାମ୍ବାଦିକଙ୍କୁ ଗାଳି ଗୁଲଜ ସହ ଧମକ ମିଳିଥିବା ଅଭିଯୋଗ ହୋଇଛି। ସାମ୍ଵାଦିକ ଜଣଙ୍କ ଏନେଇ ଧମକ ଦେଇଥିବା ବ୍ୟକ୍ତିଙ୍କ ନାମରେ ଥାନାରେ ଏତଲା ଦେଇଛନ୍ତି। ଅଭିଯୁକ୍ତ ଯୁବକ ଜଣକ ହେଉଛନ୍ତି ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅନ୍ତର୍ଗତ ମୟୁରଝାଲିଆ ଗ୍ରାମର ନଗୁ କଳସ ଓରଫ ସୁରେନ୍ଦ୍ର ବୋଲି ଜଣାପଡିଛି। ସୂଚନା ମୁତାବକ ଗତ କାଲି ମୟୁର ଝାଲିଆ ଗ୍ରାମରେ କୋଭିଡ୍ ଟେଷ୍ଟକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା। ଚିକିତ୍ସା ପାଇଁ ଯାଇଥିବା ସ୍ୱାସ୍ଥ୍ୟ କର୍ମୀ ଏବଂ ରଣପୁର ତହସିଲଦାରଙ୍କୁ ନଗୁ କଳସଙ୍କ ସହ ସ୍ଥାନୀୟ ଲୋକେ ରଖିଥିଲେ ଅଟକ। ତେବେ ଖବର ସଂଗ୍ରହ ପାଇଁ ମୟୁର ଝାଲିଆ ଗାଁକୁ ଗଣମାଧ୍ୟମର ପ୍ରତିନିଧୀ ଦଳ ଯାଇଥିବା ବେଳେ ନଗୁ କଳସ ସାମ୍ବାଦିକମାନଙ୍କୁ ଧମକ ଚମକ ଦେଇଥିଲେ। ଏପରିକି ଜୀବନରୁ ମାରିଦେବାକୁ ମଧ୍ୟ ଧମକ ଦେଇଥିବାର ଅଭିଯୋଗ ହୋଇଛି। ଏ ନେଇ ଆଜି ମଧ୍ୟାହ୍ନରେ ଦୁଇ ଜଣ ସାମ୍ବାଦିକ ଚାନ୍ଦପୁର ଆଇଆଇସି…
ସୀତାରାମ ଅଗ୍ରୱାଲ ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀରେ କରୋନା ସ୍ଥିତି ସାଙ୍ଘାତିକ ହେବାରେ ଲାଗିଛି। ଆଜି ଉକ୍ତ ନିର୍ବାଚନମଣ୍ଡଳୀରେ ମୋଟ ୫୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ୫୯ ଜଣଙ୍କ ମଧ୍ୟରୁ ବାଣପୁର ବ୍ଲକରେ ୨୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଚିଲିକା ବ୍ଲକରୁ ୨୨ ଜଣ, ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୮ ଜଣ ଏବଂ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି ୩୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସୁସ୍ଥ ୩୮ ଜଣଙ୍କ ମଧ୍ୟରୁ ବାଣପୁର ବ୍ଲକରୁ ୧୯ ଜଣ ସୁସ୍ଥ ହୋଇଥିବା ବେଳେ ଚିଲିକା ବ୍ଲକରୁ ଜଣେ, ବାଲୁଗାଁ ବିଜ୍ଞାପିତ ଅଞ୍ଚଳରୁ ୧୧ ଜଣ ଏବଂ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଆଜି ସୁଦ୍ଧା ବାଣପୁର ବ୍ଲକରେ ୧୬୧ ଜଣ…
ନୂଆଦିଲ୍ଲୀ: ଆଜି ଦେଶରେ ରେକର୍ଡ ସଂଖ୍ୟକ କୋଭିଡ ପରୀକ୍ଷା କରାଯାଇଛି। ଆଜି ଗୋଟିଏ ଦିନରେ ସର୍ବାଧିକ ୨୧ ଲକ୍ଷ ୨୩ ହଜାର ୭୮୨ ନମୁନା ପରୀକ୍ଷା କରାଯାଇଛି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଏନେଇ ସୂଚନା ଦେଇଛନ୍ତି। କ୍ରମାଗତ ପଞ୍ଚମ ଦିନରେ ୨୦ ଲକ୍ଷରୁ ଅଧିକ ନମୁନା ପରୀକ୍ଷା କରାଯାଇଛି ବୋଲି ମନ୍ତ୍ରାଳୟ କହିଛି। ସେହିଭଳି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଅନୁଯାୟୀ, ଦେଶରେ ଏପର୍ଯ୍ୟନ୍ତ ୧୯ କୋଟି ୫୦ ଲକ୍ଷ ୪ ହଜାର ୧୮୪ ଡୋଜ ଟୀକା ଦିଆଯାଇଛି।
ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୧୧ ହଜାର ୬୨୭ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୨୧୮୮, ସୁନ୍ଦରଗଡରୁ ୮୭୮, କଟକରୁ ୭୭୦, ଅନୁଗୁଳରୁ ୭୦୬, ସମ୍ବଲପୁରରୁ ୬୭୮, ଯାଜପୁରରୁ ୪୬୬, ଭଦ୍ରକରୁ ୪୧୨, ପୁରୀରୁ ୩୮୬, ବଲାଙ୍ଗୀରିରୁ ୩୫୭, ମୟୂରଭଞ୍ଜରୁ ୩୪୭, ବାଲେଶ୍ବରରୁ ୩୪୦, ଝାରସୁଗୁଡାରୁ ୨୯୮, ନବରଙ୍ଗପୁରରୁ ୨୯୦, ବରଗଡରୁ ୨୮୭, ନୟାଗଡରୁ ୨୬୧, ଗଞ୍ଜାମରୁ ୨୩୮, ରାୟଗଡାରୁ ୨୩୬, ଜଗତସିଂହପୁରରୁ ୨୩୪, ବୌଦ୍ଧରୁ ୨୨୭, ସୋନପୁରରୁ ୨୧୧, କଳାହାଣ୍ଡିରୁ ୨୦୬, ନୂଆପଡାରୁ ୨୦୧, ଢେଙ୍କାନାଳରୁ ୧୭୩, କେନ୍ଦୁଝରରୁ ୧୬୬, କୋରାପୁଟରୁ ୧୬୫, କେନ୍ଦ୍ରାପଡାରୁ ୧୩୬, ଦେବଗଡରୁ ୧୨୫, ମାଲକାନାଗିରିରୁ ୧୨୨, ଗଜପତିରୁ ୧୦୨, କନ୍ଧମାଳରୁ ୭୦ ଏବଂ ଷ୍ଟେଟ ପୁଲରୁ ୩୫୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୫…
ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୧୦୪୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୧୦୪୧ ଆକ୍ରାନ୍ତଙ୍କ ମଧ୍ୟରୁ ୧୫୧ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୮୯୦ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୮ ହଜାର ୯୯୭ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୯୪୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୫୫ ହଜାର ୮୧୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୨ ହଜାର ୮୫୨ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୩୧୪ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।
ସୀତାରାମ ଅଗ୍ରୱାଲ ବାଣପୁର: ଆଜି ମଧ୍ୟାହ୍ନରେ ଖୋର୍ଦ୍ଧା ଜିଲ୍ଲାପାଳ ସନତ କୁମାର ମହାନ୍ତି ସାମ୍ଭାବ୍ୟ ବାତ୍ୟା ଏବଂ କୋଭିଡ ସ୍ଥିତି ଅନୁଧ୍ୟାନ ପାଇଁ ଚିଲିକା ନିର୍ବାଚନମଣ୍ଡଳୀ ଗସ୍ତରେ ଆସିଥିଲେ। ଉକ୍ତ ଗସ୍ତରେ ଅତିରିକ୍ତ ଜିଲ୍ଲାପାଳ ମନୋଜ ପାଢ଼ୀ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ଅନୁଜ ଦାସ ପଟ୍ଟନାୟକ ଏବଂ ଉପଜିଲ୍ଲାପାଳ ଅଶୋକ ବେହୁରିଆ ମଧ୍ୟ ସାମିଲ ଥିଲେ। ଜିଲ୍ଲାପାଳ ପ୍ରଥମେ ସାମ୍ଭାବ୍ୟ ବାତ୍ୟା ପାଇଁ ଚିଲିକା ବ୍ଲକ ପ୍ରଶାସନ ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ବିରିବାଡ଼ି ପଂଚାୟତର ବାତ୍ୟା ଆଶ୍ରୟ ସ୍ଥଳୀ ପରିଦର୍ଶନ କରିଥିଲେ। ସେଠାରେ ବାତ୍ୟା ପାଇଁ ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଥିବା ଆଗୁଆ ପଦକ୍ଷେପ ଗୁଡିକର ତଦାରଖ କରିଥିଲେ। ଏହାପରେ ଜିଲ୍ଲାପାଳ ବାଲୁଗାଁ ଏନଏସିର ସଭାଗୃହ କକ୍ଷରେ ଏକ ବୈଠକର ଅଧ୍ୟକ୍ଷତା କରିଥିଲେ। ପାଖାପାଖି ଦୁଇ ଘଣ୍ଟା ଧରି ଚାଲିଥିବା ଉକ୍ତ ବୈଠକରେ ଚିଲିକା ନିର୍ବାଚନମଣ୍ଡଳୀରେ ସମ୍ପ୍ରତି କୋଭିଡ ସ୍ଥିତି ଏବଂ ସାମ୍ଭାବ୍ୟ ବାତ୍ୟା ପାଇଁ ପ୍ରଶାସନ ପକ୍ଷରୁ ନିଆଯାଇଥିବା ଆଗୁଆ ପଦକ୍ଷେପ ଗୁଡିକ…
ଖୋର୍ଦ୍ଧା: କୋଭିଡ ସମୟରେ ସ୍ୱାସ୍ଥ୍ୟକର୍ମୀଙ୍କୁ ଏବେ ଭଗବାନଙ୍କ ଏକ ରୂପ ବୋଲି କୁହାଯାଉଛି। ସ୍ୱାସ୍ଥ୍ୟକର୍ମୀ ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କ ସେବା କରି ଚାଲିଛନ୍ତି। ସେହିଭଳି ଏହି ମହାମାରୀ ସମୟରେ ସ୍ୱାସ୍ଥ୍ୟକର୍ମୀଙ୍କ ଭଳି ଆମ୍ବୁଲାନ୍ସରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କ ଅବଦାନ ମଧ୍ୟ କୌଣସି କ୍ଷେତ୍ରରେ କମ ନୁହେଁ। ଆମ୍ବୁଲାନ୍ସରେ କାର୍ଯ୍ୟରତ କର୍ମଚାରୀମାନେ ଦିନ ତମାମ କରୋନା ଆକ୍ରାନ୍ତଙ୍କୁ କୋଭିଡ ହସ୍ପିଟାଲରେ ପହଞ୍ଚାଇବା ଭଳି କାର୍ଯ୍ୟ କରିଆସୁଛନ୍ତି। ରାସ୍ତାରେ ଯାଉଥିବା ସମୟରେ ଆମ୍ବୁଲାନ୍ସର ଯେପରି କୌଣସି ବାଧା ନଆସିବ, ସେଥିପାଇଁ ବିଶେଷ ଧ୍ୟାନ ଦିଆଯାଉଛି। ଆମ୍ବୁଲାନ୍ସକୁ ଅଟକାଇବା କିମ୍ବା ବାଧା ଦେବା ଏକ ଅପରାଧ ବୋଲି କୁହାଯାଉଛି। ହେଲେ କିଛି ଅସାମାଜିକ ବ୍ୟକ୍ତି ଏହାର ଦୁରୂପୋଯୋଗ କରି ଆମ୍ବୁଲାନ୍ସରେ ଦେଶୀ ମଦ ନେଉଥିବା ଦେଖିବାକୁ ମିଳିଛି। ଏହି ଘଟଣାରେ ଜଣେ ଡ୍ରାଇଭରକୁ ପୋଲିସ ଗିରଫ କରିଛି। ସୂଚନା ଅନୁଯାୟୀ, ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ହଳଦିଆ ହାଟଛକ ନିକଟରେ ଏକ ଦେଶୀ ମଦ…
ଗୌହାଟି: ଆସାମ-ନାଗାଲାଣ୍ଡ ସୀମାର କାର୍ବୀ ଆଙ୍ଗଲୋଙ୍ଗ ଜିଲ୍ଲାରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ମିଳିଛି। ଆଜି ଏକ ଅପରେସନରେ ୬ ଜଣ ଉଗ୍ରବାଦୀଙ୍କୁ ସୁରକ୍ଷାକର୍ମୀମାନେ ନିହତ କରିଛନ୍ତି। ଡିଏନଏଲଏ ଉଗ୍ରବାଦୀ ସଂଗଠନ ସହ ଏମାନଙ୍କର ସମ୍ପର୍କ ଥିଲା ବୋଲି ଜଣାପଡିଛି। ଏହି ଉଗ୍ରବାଦୀ ସଂଗଠନ ବିଶେଷ କରି ଆସାମର ଦୀମା ହାସାଓ ଏବଂ କାର୍ବୀ ଆଙ୍ଗଲୋଙ୍ଗରେ ସକ୍ରିୟ ରୁହନ୍ତି। ପୋଲିସ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ଗତ ବିଳମ୍ବିତ ରାତିରେ ଡିଏନଏଲଏ ଉଗ୍ରବାଦୀ ସଂଗଠନର ଠିକଣା ଉପରେ ସୁରକ୍ଷାକର୍ମୀଙ୍କୁ ସୂଚନା ମିଳିଥିଲା। ଯାହାଫଳରେ ସେହି ଅଞ୍ଚଳକୁ ବିଳମ୍ବିତ ରାତିରେ ସୁରକ୍ଷାକର୍ମୀ ତୁରନ୍ତ ତଦନ୍ତ ଅଭିଯାନ ଆରାମ୍ଭ କରିଦେଇଥିଲେ। ଉଭୟ ପକ୍ଷରୁ ଗୁଳି ବିନିମୟ ହୋଇଥିଲେ ମଧ୍ୟ ପୋଲିସ ଏବଂ ଆସାମ ରାଇଫଲର ଯବାନମାନଙ୍କୁ ବଡ ସଫଳତା ମିଳିଛି। ସେମାନେ ୬ ଜଣ ଉଗ୍ରବାଦୀଙ୍କୁ ମାରି ଦେଇଥିବା ବେଳେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଛନ୍ତି।
ସୀତାରାମ ଅଗ୍ରୱାଲ ଚିଲିକା: କିଛିଦିନର ବ୍ୟବଧାନପରେ ପୁଣି ଆସନ୍ତାକାଲି ଆରମ୍ଭ ହେବାକୁ ଯାଉଛି ଚିଲିକା ନିର୍ବାଚନମଣ୍ଡଳୀରେ ଟୀକାକରଣ। ତେବେ ୪୫ ବର୍ଷରୁ ଉର୍ଦ୍ଧ୍ଵ ନାଗରିକ ମାନେ କେବଳ ପ୍ରଥମ ଡୋଜ ଟୀକା ନେବେ। ଏ ନେଇ ଉଭୟ ବାଣପୁର ଏବଂ ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ସୂଚନା ଦେଇଛନ୍ତି। ଆସନ୍ତୁ ଜାଣିବା କେବେ, କେଉଁଠି ଏବଂ କେତେଜଣଙ୍କୁ ଟୀକା ଦିଆଯିବ: ଆସନ୍ତା ସୋମବାର (ମଇ ୨୪) ଏବଂ ମଙ୍ଗଳବାର (ମଇ ୨୫) ରେ ସକାଳ ୬ ଘଟିକାରୁ ବାଣପୁର ମାଇନର ସ୍କୁଲ, ନୀଳାଦ୍ରିପ୍ରସାଦ ଉପସ୍ୱାସ୍ଥ୍ୟ କେନ୍ଦ୍ର, ଗମ୍ଭାରୀମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଏବଂ ସୁନାଖଳା ଉପସ୍ୱାସ୍ଥ୍ୟ କେନ୍ଦ୍ରରେ ୧୦୦ ଜଣ ନାଗରିକମାନଙ୍କୁ ପ୍ରଥମ ଡୋଜ ଟୀକା ଦିଆଯିବ। ଅନୁରୂପ ଭାବେ ଗୁରୁବାର(ମଇ ୨୭) ଏବଂ ଶୁକ୍ରବାର (ମଇ ୨୮) ରେ କେବଳ ବାଣପୁର ମାଇନର ସ୍କୁଲ ରେ ୧୦୦ ଜଣଙ୍କୁ ପ୍ରଥମ ଡୋଜ ଟୀକା ଦିଆଯିବ। ସେହିପରି ଆସନ୍ତାକାଲି ସୋମବାର…
ଭୁବନେଶ୍ୱର: କୋଭିଡ଼ ମହାମାରୀ ନିୟନ୍ତ୍ରଣ ପାଇଁ ବର୍ତ୍ତମାନ ସାରା ରାଜ୍ୟରେ ଲକ୍ ଡାଉନ୍ ଜାରି ରହିଛି। ଏହି ପରିପ୍ରେକ୍ଷୀରେ ବୁଲା ଗାଈ ଗୋରୁ କୁକୁର ଆଦି ପ୍ରାଣମାନେ ଖାଦ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ରିଲିଫ ପାଣ୍ଠିରୁ ପାଞ୍ଚ ମହାନଗର ନିଗମ ୪୮ ଟି ମ୍ୟୁନିସପାଲଟି ଓ ୬୧ ଟିଏନ୍ଏସି ମାନଙ୍କୁ ପଞ୍ଚାବନ ଲକ୍ଷ ଟଙ୍କା ସହାୟତା ମଞ୍ଜୁର କରିଛନ୍ତି। ଏହି ଅର୍ଥରେ ସେମାନେ ବିଭିନ୍ନ ସ୍ବେଚ୍ଛାସେବୀ ଅନୁଷ୍ଠାନ ମାନଙ୍କ ଜରିଆରେ ବୁଲା ପ୍ରାଣୀ ମାନଙ୍କୁ ଖାଦ୍ୟ ଯୋଗାଇ ଦେବେ। ନିର୍ଦ୍ଦେଶ ଅନୁଯାୟୀ ଭୁବନେଶ୍ୱର ମହାନଗର ନିଗମ ଏଥିପାଇଁ ଦୈନିକ କୋଡ଼ିଏ ହଜାର ଟଙ୍କା, କଟକ, ସମ୍ବଲପୁର, ରାଉରକେଲା ଓ ଵ୍ରହ୍ମପୁର ମହାନଗର ନିଗମ ଦୈନିକ ଦଶହଜାର ଟଙ୍କା, ମ୍ୟୁନିସପାଲଟି ମାନେ ଦୈନିକ ପାଞ୍ଚ ହଜାର ଟଙ୍କା ଓ ଏନଏସି ମାନେ ଦୈନିକ ଦୁଇ ହଜାର ଟଙ୍କା ଖର୍ଚ୍ଚ କରିପାରିବେ। ସୂଚନାଯୋଗ୍ୟ ଯେ,…
ଚାନ୍ଦପୁର: ସଟଡ଼ାଉନ ସମୟରେ ଜୁଆ ଖେଳ ଚାଲିଥିବା ବେଳେ ଅଚାନକ ପୋଲିସ ଆଡ୍ଡା ଉପରେ ଚଢାଉ କରିଛି। ଖେଳୁଥିବା ୭ ଜଣ ଜୁଆଡିକୁ ପୋଲିସ ଗିରଫ କରିବା ସହ ଜରିମାନା ମଧ୍ୟ ଆଦାୟ କରିଛି। ସୂଚନା ମୁତାବକ ଗତକାଲି ରାତିରେ ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଅନ୍ତର୍ଗତ ରାମଚଣ୍ଡୀ ମନ୍ଦିର ପରିସରରେ ଜୁଆ ଆଡ୍ଡା ଚାଲିଥିବାର ଖବର ପାଇଥିଲା ପୋଲିସ। ପରବର୍ତ୍ତୀ ସମୟରେ ଚାନ୍ଦପୁର ଆଇଆଇସି ରଶ୍ମି ରଞ୍ଜନ ଦାସଙ୍କ ତତ୍ୱାବଧାନରେ ଏକ ଟିମ ଗଠନ କରାଯାଇ ଉକ୍ତ ଅଞ୍ଚଳରେ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ୭ ଜଣ ଜୁଆଡ଼ିଙ୍କୁ ପୋଲିସ ଗିରଫ କରିଛି। ସେମାନଙ୍କ ନିକଟରୁ ନକଦ ୨ ହଜାର ୬ଶହ ସତୁରି ଟଙ୍କା, ଚାରି ଗୋଟି ମୋବାଇଲ ଏବଂ ଜୁଆ ସମ୍ପର୍କିତ ଜିନିଷ ପୋଲିସ ଜବତ କରିଛି। ତେବେ ସମସ୍ତ ଅଭିଯୁକ୍ତ ଚାନ୍ଦପୁର ଅଞ୍ଚଳର ହୋଇଥିବା ବେଳେ ସେମାନଙ୍କ ବିରୁଦ୍ଧରେ କୋଭିଡ଼ ଏବଂ ଓପିଜି ନିୟମ ଅନୁଯାୟୀ କେସ ନମ୍ବର…
ଭୁବନେଶ୍ବର: କରୋନା ପୃଥିବୀ ପୃଷ୍ଠକୁ ଆସି ଅନେକଙ୍କୁ କଲବଲ କରି ମାରି ସାରିଲାଣି। ବର୍ତ୍ତମାନ ସମସ୍ତେ କରୋନାକୁ ନେଇ ଘରେ ଆତଙ୍କିତ ଅବସ୍ଥାରେ। ଏସବୁ ଭିତରେ କରୋନାକୁ ନେଇ ଘଟିଯାଉଥିବା କିଛି କିଛି ଘଟଣା ଅନେକ ସେମାନଙ୍କର ସାମାଜିକ ଗଣମାଧ୍ୟମରେ ଉପସ୍ଥାପିତ କରିଛନ୍ତି। ସେସବୁକୁ ନେଇ ଏହି ଭିନ୍ନ ଉପସ୍ଥାପନା… (୧) ତିନିବର୍ଷ ହେଲାଣି କ୍ଲାସ’ର ସବୁ ପରୀକ୍ଷାରେ ୪୦% ରୁ ୫୦% ନମ୍ବର ରଖୁଥିବା ପୁଅ ଏଇବର୍ଷ କ୍ଲାସଟେଷ୍ଟରେ ୯୫% ନମ୍ବର ରଖିଥିବା ଦେଖି ଖୁସିରେ ଉଛୁଳି ପଡି ମା କହୁଥିଲେ, “ଦେଖିଲ ? ମୁଁ କହୁ ନ ଥିଲି, ଆମ ପୁଅ ଭଲ ପଢୁଛି ଓ ପରୀକ୍ଷାରେ ବି ଠିକ୍ ଲେଖୁଥିବ। ଏଇ ସାର୍, ଦିଦିଗୁଡାକ ରାଗ ରଖି ଆମ ପୁଅକୁ କମ୍ ନମ୍ବର ଦେଉଥିଲେ।” ବାପା ଟିକେ ଆଶ୍ଚର୍ଯ୍ୟ ହୋଇ ପଚାରିଲେ, “ଏତେ ଅଧିକ ମାର୍କ ଆଗରୁ କାହିଁକି ଆଣୁ ନ ଥିଲା?” “ଆମ ପୁଅ, କ୍ଳାସରେ…
ନୂଆଦିଲ୍ଲୀ: ଅଲମ୍ପିକ ପଦକ ବିଜେତା ସୁଶୀଲ କୁମାରଙ୍କୁ ଆଜି ଦିଲ୍ଲୀ ପୋଲିସର ସ୍ଵତନ୍ତ୍ର ସେଲ ଗିରଫ କରିଛି। ସୁଶୀଲଙ୍କ ବନ୍ଧୁ ଅଜୟଙ୍କୁ ମଧ୍ୟ ପୋଲିସ ଧରିଛି। ଦିଲ୍ଲୀର ମୁଣ୍ଡକା ଅଞ୍ଚଳରୁ ସୁଶୀଲଙ୍କୁ ପୋଲିସ ଗିରଫ କରିଛି। ସୁଶୀଲଙ୍କ ଉପରେ ୧ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିବା ବେଳେ ଅଜୟଙ୍କ ପାଇଁ ୫୦ ହଜାର ଟଙ୍କାର ପୁରସ୍କାର ଘୋଷଣା କରଯାଇଥିଲା। ଏହାସହିତ ସେମାନଙ୍କ ଉପରେ ଜାମିନ ବିହୀନ କେସ ମଧ୍ୟ ଜାରି ହୋଇଥିଲା। ଉଲ୍ଲେଖ ଯୋଗ୍ୟ ଯେ, ମେ’ ୪ ତାରିଖରେ ଜଣେ କୁସ୍ତି ଖେଳାଳିଙ୍କୁ ହତ୍ୟା କରିଥିବା ଅଭିଯୋଗରେ ପୋଲିସ ତାଙ୍କୁ ଖୋଜୁଥିଲା। ଅଭିଯୋଗ ଅନୁଯାୟୀ, ସାଗର ରାଣା ନାମକ କୁସ୍ତି ଖେଳାଳିଙ୍କ ସହ ସୁଶୀଲ ଏବଂ ଅନ୍ୟମାନଙ୍କ ସହ ଦିଲ୍ଲୀର ଛତ୍ତ୍ରସାଲ ଷ୍ଟାଡିୟମରେ ଝଗଡା ହୋଇଥିଲା। ଫଳରେ ରେସଲର ସାଗରଙ୍କର ସେଠାରେ ମୃତ ହୋଇଥିଲା। ସାଗରଙ୍କ ସାଙ୍ଗମାନେ ସୁଶୀଲ ହତ୍ୟା କରିଥିବା ନେଇ ଥାନାରେ ଅଭିଯୋଗ କରିଥିଲେ।…
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୨ ଲକ୍ଷ ୪୦ ହଜାର ୮୪୨ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୩ ହଜାର ୭୪୧ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୨ କୋଟି ୬୫ ଲକ୍ଷ ୩୦ ହଜାର ୧୩୨ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୯୯ ହଜାର ୨୬୬ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୩୪ ଲକ୍ଷ ୨୫ ହଜାର ୪୬୭ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୨୮ ଲକ୍ଷ ୫ ହଜାର ୩୯୯ ଆକ୍ଟିଭ୍ କେସ୍ ରହିଛି।
ଭୁବନେଶ୍ବର, ବର୍ତ୍ତମାନ ଓଡିଶାରେ ଖୋର୍ଦ୍ଧା ଏବଂ କଟକ ଜିଲ୍ଲାକୁ କରୋନା କଲବଲ କଲାଣି। ଏହି ଦୁଇ ଜିଲ୍ଲାରୁ ଲଗାତର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉ ନାହିଁ। ପୂର୍ବରୁ ସୁନ୍ଦରଗଡ ଜିଲ୍ଲାରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହେଉଥିଲେ। ହେଲେ ଗତ କିଛି ଦିନ ଧରି ଏହି ଜିଲ୍ଲାର କରୋନା ଗ୍ରାଫ ସ୍ଥିର ରହିଛି। ବର୍ତ୍ତମାନର ତାଜା ସୂଚନା ଅନୁସାରେ ଖୋର୍ଦ୍ଧାରୁ 19 ଶହ 9 ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାପରକୁ ରହିଛି କଟକ ଜିଲ୍ଲା। ଏହି ଜିଲ୍ଲାରୁ 1 ହଜାରେ 73 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ବିଭିନ୍ନ ଜିଲ୍ଲାରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ଏହିପରି 1.Khurda: 1909 2. Cuttack: 1073 3. Angul: 874 4. Sundargarh: 848 5. Kalahandi: 668 6. Mayurbhanj: 586 7. Balasore: 508 8. Dhenkanal: 482 9. Puri: 472 10. Bargarh: 461…
ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୨୮ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୨୮ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୪୮୪ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫ ଜଣ, କଳାହାଣ୍ଡି ଜିଲ୍ଲାରୁ ୪ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୪ ଜଣ, ଅନୁଗୁଳ ଏବଂ କେନ୍ଦ୍ରାପଡା ଜିଲ୍ଲାରୁ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ନବରଙ୍ଗପୁର, ପୁରୀ ଏବଂ ରାୟଗଡା ଜିଲ୍ଲାରୁ ୨ ଜଣ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ସେହିଭଳି ଗଞ୍ଜାମ, ଗଜପତି ଏବଂ ନୂଆପଡା ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୯୨ ହଜାର ୩୮୨ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୫ ଲକ୍ଷ ୭୭ ହଜାର ୯୮୩ ଜଣ। ରାଜ୍ୟରେ ଏବେ…
ଭୁବନେଶ୍ବର: ଆଜି ରାଜ୍ୟରେ ୧୨ ହଜାର ୮୫୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୭୧୯୫ ଜଣ ଚିହ୍ନଟ ହୋଇଥିବା ବେଳେ ୫୬୫୭ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୯୨ ହଜାର ୩୮୨ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୫ ଲକ୍ଷ ୭୭ ହଜାର ୯୮୩ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧ ଲକ୍ଷ ୧୧ ହଜାର ୮୬୨ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୪୫୬ କୁ ବୃଦ୍ଧି ହୋଇଛି। ଆଜି ମୋଟ ୩୦ ଟି ଜିଲ୍ଲାରୁ ୧୨ ହଜାର ୮୫୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୧୯୦୯ ଜଣ, ଅନୁଗୁଳ ଜିଲ୍ଲାରୁ ୮୭୪ ଜଣ,…
ଭୁବନେଶ୍ବର, ସାରା ଓଡିଶାରେ ଲକ ଡାଉନ ଥିଲେ ମଧ୍ୟ କରୋନା ଗ୍ରାଫ୍ ଖସିବାର ନାଁ ଧରୁନି। ହେଲେ ପୂର୍ବରୁ ଯେପରି ହୁ ହୁ ହୋଇ ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିଲା ସେଥିରେ ସମାନ୍ୟ ରୋକ ଲାଗିଛି। ବର୍ତ୍ତମାନର ନୂଆ ତଥ୍ୟ ଅନୁସାରେ ଓଡିଶାରୁ 12 ହଜାର 852 ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାର ପୂର୍ବ ରିପୋର୍ଟରେ ଏହି ସଂଖ୍ୟା ଥିଲା 11 ହଜାର 108। ତେବେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରଣ୍ଟାଇନରୁ 7 ହଜାର 195 ଜଣ ଥିବା ବେଳେ ସ୍ଥାନୀୟ ସଂକ୍ରାମଣ ସଂଖ୍ୟା ହେଉଛି 5 ହଜାର 657। ପୂର୍ବରୁ ସ୍ଥାନୀୟ ସଂକ୍ରାମଣଙ୍କ ସଂଖ୍ୟା କ୍ବାରଣ୍ଟାଇନରୁ ଅଦିକ ରହୁଥିଲା। ତେବେ ଗତ କିଛି ଦିନ ଧରି ସ୍ଥାନୀୟ ସଂକ୍ରାମଣଙ୍କ ସଂଖ୍ୟା ହ୍ରାସ ପାଉଛି।
ମେଷ ରାଶି-ଆଜି ଆପଣଙ୍କର ମିଶ୍ରର ଦିନ ଅଟେ। ଆଜି ଆପଣ ଅସୁସ୍ଥତା ଏବଂ ଚିନ୍ତା ଅନୁଭବ କରିବେ । ଶରୀରରେ ଥକାପଣ ଏବଂ ଅଳସୁଆତା ଏବଂ ମନରେ ବ୍ୟାକୁଳତା ଅନୁଭବ ହେବ । ଆଜି ଆପଣ ଟିକେ କ୍ରୋଧିତ ହେବେ ଯାହା ହେତୁ ଜିନିଷ ନଷ୍ଟ ହୋଇପାରେ । ଅଭ୍ୟାସରେ ନ୍ୟାୟ ଆଣିବାକୁ ଚେଷ୍ଟା କରନ୍ତୁ । ନିର୍ଦ୍ଦିଷ୍ଟ କାର୍ଯ୍ୟ କରିବାକୁ ଚେଷ୍ଟା କରନ୍ତୁ । ଧାର୍ମିକ ଯାତ୍ରା ଆୟୋଜିତ ହେବ । ଆଜି ଆପଣ ଯାହା ବି ଚେଷ୍ଟା କରୁଛନ୍ତି ତାହା ଭୁଲ୍ ଦିଗରେ ଅଛି । ବୃଷ ରାଶି-ଆପଣଙ୍କ ଦିନକୁ ଯତ୍ନର ସହିତ ବିତାନ୍ତୁ । ଆଜି କୈଣସି ପ୍ରକାରର ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ । ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ । ଖାଦ୍ୟ ଏବଂ ପାନୀୟରେ ବିଶେଷ ଯତ୍ନ ନେବା ଲାଭଦାୟକ ଅଟେ । ଆପଣ ଶାରୀରିକ ଥକ୍କା ଏବଂ ମାନସିକ ବିଭ୍ରାଟ…
କୁମ୍ଭ ରାଶି-ଆପଣ ନୂତନ କାର୍ଯ୍ୟ ଆୟୋଜନ ଆରମ୍ଭ କରିବା ପାଇଁ ଆଜି ଶୁଭ ଦିନ। ଚାକିରୀ ଏବଂ ବ୍ୟବସାୟରେ ଲାଭ ହେବାର ସମ୍ଭାବନା ଅଛି । ଆପଣ ମହିଳା ସାଙ୍ଗମାନଙ୍କଠାରୁ କାମ ପାଇପାରିବେ । ଲକ୍ଷ୍ମୀ ଦେବୀଙ୍କ ଆଶୀର୍ବାଦ ଆଜି ଆପଣଙ୍କ ଉପରେ ଅଛି । ସାମାଜିକ କ୍ଷେତ୍ରରେ ଆପଣଙ୍କର ଖ୍ୟାତି ବୃଦ୍ଧି ପାଇବ । ମୀନ ରାଶି-ଆଜି ଆପଣଙ୍କ ଦିନ ବହୁତ ଶୁଭ ହେବ। ଆପଣ ସଫଳତା ଏବଂ ଉଚ୍ଚ ପଦାଧିକାରୀଙ୍କ ଇଚ୍ଛା ହେତୁ ଆଜି ଆପଣଙ୍କ ପାଇଁ ଖୁସିର ଦିନ ହେବ । ବ୍ୟବସାୟୀମାନେ ବ୍ୟବସାୟରେ ଅଭିବୃଦ୍ଧି ଏବଂ ସଫଳତା ପାଇବେ । ପିତା ଏବଂ ବରିଷ୍ଠମାନେ ଉପକୃତ ହେବେ। ଲକ୍ଷ୍ମୀଦେବୀଙ୍କ ଆଶୀର୍ବାଦ ରହିବ ।

