Author: Samikhsya Bureau

Sun Halo: ଆଜି ଆଇଟି ସହର ବାଙ୍ଗାଲୁର ଆକାଶରେ ଦେଖାଦେଇଛି ଏକ ଅଭୁତ ଦୃଶ୍ୟ। ଏହି ଦୃଶ୍ୟ ଦେଖିବା ପାଇଁ ସହରର ଲୋକେ ବାହାରକୁ ଆସି ଉପଭୋଗ କରିବାକୁ ଲାଗିଲେ। ଏହି ଅଭୁତ ଦୃଶ୍ୟଟି ହେଉଛି ଯେ, ଆଜି ଠିକ୍ ମଧ୍ୟାହ୍ନରେ ବାଙ୍ଗାଲୁର ଆକାଶରେ ସୂର୍ଯ୍ୟଙ୍କର ଚାରିପଟେ ଏକ ବଳୟ ଦେଖିବାକୁ ମିଳିଥିଲା। ତେବେ ଏହି ସାଧାରଣ ବଳୟ ନ ଥିଲା। ଇନ୍ଦ୍ରଧନୁ ପରି ରଂଗୀନ ବଳୟ ଥିଲା। ପ୍ରାୟ 22 ଡିଗ୍ରୀ ପରଧିର ଏହି ବଳୟ ଭିତରେ ସୂର୍ଯ୍ୟ ରହିଥିଲେ। ସୂର୍ଯ୍ୟ ଠିକ୍ ମୁଣ୍ଡ ଉପରେ ଥିବା ବେଳେ ଏହି ବଳୟ ସୃଷ୍ଟି ହୋଇଥିଲା। ସାଧାରଣତଃ ବର୍ଷା ହେଲେ ଇନ୍ଦ୍ରଧନୁ ଦେଖାଦେଇଥାଏ। ମାତ୍ର ବାଙ୍ଗାଲୁରରେ ଆଜି ସକାଳୁ ପାଗ ଶୁଖିଲା ଅଛି। ହେଲେ ଆକାଶରେ ଠାଏଁ ଠାଏଁ  ମେଘ ରହିଛି। କିନ୍ତୁ ସୂର୍ଯ୍ୟଙ୍କୁ ଘୋଡାଇ ହେବା ପରି ମେଘ ନ ଥିଲା। ଏହିପରି ବଳୟ ବେଶ କିଛି ସମୟ ଧରି…

Read More

ରମେଶ ମହାନ୍ତି ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଳକ ଅଞ୍ଚଳରେ କରୋନା କଟକଣାକୁ ଫୁ କରି ଯାଜପୁର ଜିଲ୍ଲା ସୁକିନ୍ଦା ତହସିଲଦାରଙ୍କ ନାଗିନ୍ ନୃତ୍ୟକୁ ନେଇ ଏବେ ଜୋରଦାର ଚର୍ଚ୍ଚା। କରୋନା ମହାମାରୀକୁ ନେଇ ସମଗ୍ର ବିଶ୍ୱ ଆତଙ୍କିତ ଥିବା ବେଳେ ରାଜ୍ୟ ସରକାର କରୋନା ମହାମାରୀର ସଂକ୍ରମଣ ଚେନକୁ ଭାଙ୍ଗିବା ପାଇଁ ରାଜ୍ୟରେ ଶକ୍ତ କଟକଣା ଜାରି କରିଛନ୍ତି। ଲକଡାଉନ, ସର୍ଟଡାଉନ ସହ ବିବାହ, ବ୍ରତ, ଭୋଜିଭାତ ଓ ଜନସମାବେଶ ଉପରେ ବିଭିନ୍ନ କଟକଣା ଜାରି କରାଯାଇଛି। ମାତ୍ର ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଜଗନ୍ନାଥପୁରରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଛି। ଜଗନ୍ନାଥପୁର ଗ୍ରାମରେ ଗତ ଶୁକ୍ରବାର ରାତିରେ ଏକ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା।ବିବାହ ଉତ୍ସବରେ ୨୫ଜଣଙ୍କ ପରିବର୍ତ୍ତେ ଶତାଧିକ ଲୋକ ସାମିଲ ହୋଇଥିଲେ। ବାଜାବାଣ ଫୁଟାଇ ଶତାଧିକ ବରଯାତ୍ରୀ ଦଳ ବେଫିକର ଭାବେ ଶୋଭାଯାତ୍ରା କରିଥିଲେ। ଏହି ବରଯାତ୍ରୀ ଦଳରେ କେତେକ ହାଇପ୍ରୋଫାଇଲ ବ୍ୟକ୍ତି ଓ ପ୍ରଶାସନିକ…

Read More

ଖୋର୍ଦ୍ଧା: ଖୋର୍ଦ୍ଧା ଟାଉନ ଥାନା ପୋଲିସକୁ ଏକ ବଡ ସଫଳତା ମିଳିଛି। ବେଆଇନ ଗୋରୁ ଚାଲାଣ କରୁଥିବା ଏକ କଣ୍ଟେନରକୁ ପୋଲିସ ଜବତ କରିଛି। ସେଥିରେ ୪୫ ଟି ଗୋରୁଙ୍କୁ ପୋଲିସ ଉଦ୍ଧାର କରିବା ସହ ଡ୍ରାଇଭରକୁ ଗିରଫ କରିଛି। ସୂଚନା ମୁତାବକ, କୌଣସି ଏକ ନିର୍ଭରଯୋଗ୍ୟ ସୂତ୍ରରୁ ଖବର ପାଇ ଟାଉନ ଥାନା ଆଇଆଇସି ସଞ୍ଜୟ କୁମାର ପଟ୍ଟନାୟକ ଏବଂ ଟିମ୍ ଗତକାଲି ରାତିରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଛପି ରହିଥିଲେ। ତେବେ ପାଖାପାଖି ରାତି ୨ ଟା ସମୟରେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଦୀକ୍ଷିତପଡ଼ାରୁ ଏକ ଗାଈ, ଷଣ୍ଢ ବୋଝେଇ କଣ୍ଟେନର ବାହାରି କୋଲକାତାର ଏକ କଂସେଇଖାନା ଅଭିମୁଖେ ଯାଉଥିବା ବେଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ପୋଲିସ ଦ୍ୱାରା ଧରା ପଡିଥିଲା। ଗାଡ଼ି ଡ୍ରାଇଭରକୁ ପୋଲିସ ଗିରଫ କରିବା ସହ ତାଙ୍କ ବିରୁଦ୍ଧରେ କେସ ନମ୍ବର ୨୧୧/୨୧ ରେ ମାମଲା ରୁଜୁ କରିଛି। ଗାଡ଼ି ଡ୍ରାଇଭର ଜଣଙ୍କ…

Read More

ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଗତକାଲି ସଟଡାଉନ ରାତିରେ ଲୁଟେରାମାନେ ସକ୍ରିୟ ହୋଇଥିବା ଦେଖାଯାଇଛି। ଏଟିଏମ ମେସିନ୍ ଭାଙ୍ଗି ଟଙ୍କା ଲୁଟିନେବାକୁ ଲୁଟେରା ଉଦ୍ୟମ କରିଛନ୍ତି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ କାଳୁପଡାଘାଟ ଗଣେଶ ବଜାରରେ ଏଭଳି ଘଟଣା ଦେଖିବାକୁ ମିଳିଛି। ସଟ୍ ଡାଉନ ଯୋଗୁଁ ଲୋକେ ଘରେ ରହିଥିବା ବେଳେ ବଜାର ଘାଟ ଶୁନ୍ ଶାନ୍ ଥିଲା। ଏହାର ସୁଯୋଗ ନେଇ ଗତକାଲି ବିଳମ୍ବିତ ରାତିରେ କାନାଡା ବ୍ୟାଙ୍କ୍ ର ଏଟିଏମ ମେସିନ୍ କୁ ଲୁଟେରା ମାନେ ଭାଙ୍ଗି ଦେଇଥିଲେ। ହେଲେ ମେସିନ୍ ରୁ ଟଙ୍କା ନେବାରେ ସେମାନେ ବିଫଳ ହୋଇଥିଲେ। ସକାଳୁ ସକାଳୁ ସ୍ଥାନୀୟ ଅଂଚଳର ଜଣେ ବ୍ୟକ୍ତି ଉକ୍ତ ଏଟିଏମରୁ ଟଙ୍କା ଉଠାଇବାକୁ ଯିବା ସମୟରେ ଘଟଣା ସଂପର୍କରେ ଜାଣିବାକୁ ପାଇଥିଲେ। ତେବେ ସି ସି ଟିଭି ଫୁଟେଜ୍ ରୁ ଏହି ଘଟଣାରେ ସମ୍ପୃକ୍ତ ଥିବା ଲୁଟେରାମାନଙ୍କ ପରିଚୟ ମିଳିପାରିବ ବୋଲି କୁହାଯାଇଛି।

Read More

ଭୁବନେଶ୍ବର: ଆଜି ଅପରାହ୍ନ ୪ଟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ। ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ପରାମର୍ଶ ଦେଇପାରନ୍ତି। ସେପଟେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ମଧ୍ୟ ତିନୋଟି ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ସାମ୍ଭାବ୍ୟ ବାତ୍ୟାକୁ ନେଇ ଆଲୋଚନା କରିବେ। ଆନ୍ଧ୍ରପ୍ରଦେଶ, ଓଡିଶା ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀମାନଙ୍କ ସହ ଗୃହମନ୍ତ୍ରୀ ଆଲୋଚନା କରିବେ। ଏହାସହ ପ୍ରାଭାବିତ ହେଉଥିବା କେନ୍ଦ୍ରଶାସିତ ଅଞ୍ଚଳର ଉପ-ରାଜ୍ୟପାଳଙ୍କ ସହ ଅମିତଶାହ ଆଲୋଚନା କରିବେ।

Read More

ଭୁବନେଶ୍ବର: ବଙ୍ଗୋପସାଗରରେ ସକାଳ ୫ ଟା ୩୦ରେ ସୃଷ୍ଟ ଲଘୁଚାପ ବାତ୍ୟା ରୂପ ନେଇଛି। ଗତ ୬ ଘଣ୍ଟା ଯାଏଁ ସମୁଦ୍ର ଭିତରେ ଏହା ଗତି କରିନ ଥିବା ବେଳେ ବର୍ତ୍ତମାନ ଏହା ଉତ୍ତର ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି। ତେବେ ୨୬ ତାରିଖ ମଧ୍ୟାହ୍ନରେ ବାତ୍ୟା ୟସ୍ ଲ୍ୟାଣ୍ଡଫଲ କରିବା ସମ୍ଭାବନା ରହିଛି। ପାରାଦୀପ ଏବଂ ସାଗର ଦୀପ ମଧ୍ୟରେ ଏହା ଲ୍ୟାଣ୍ଡଫଲ କରିବା ନେଇ ଅନୁମାନ କରାଯାଇଛି। ଏନେଇ ପାଣିପାଗ ବିଜ୍ଞାନୀ ରାଜେନ୍ଦ୍ର ଜେନାମଣି ସୂଚନା ଦେଇଛନ୍ତି।

Read More

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା ଯୋଗୁଁ ୧୦ଟି ଜିଲ୍ଲାରେ ଲକଡାଉନ କଟକଣାକୁ କୋହଳ କରାଯାଇଛି। ୧୦ ଟି ଜିଲ୍ଲାରେ କଟକଣାକୁ ୨ ଘଣ୍ଟା କୋହଳ କରାଯାଇଛି। ବାଲେଶ୍ଵର, ଭଦ୍ରକ, ଜଗତସିଂହପୁର, କେନ୍ଦ୍ରାପଡା, ମୟୂରଭଞ୍ଜ, କେନ୍ଦୁଝର, ପୁରୀ, ଯାଜପୁର, କଟକ ଏବଂ ଖୋର୍ଦ୍ଧା ଜିଲ୍ଲାରେ କଟକଣାକୁ କୋହଳ କରାଯାଇଛି। ଆଜି ଏବଂ ଆସନ୍ତାକାଲି ପାଇଁ କଟକଣାକୁ କୋହଳ କରାଯାଇଛି। ସକାଳ ୭ ଟା ରୁ ଦିନ ୧ ଟା ପର୍ଯ୍ୟନ୍ତ ଲୋକେ ଅତ୍ୟାବଶ୍ୟକ ସାମଗ୍ରୀ କିଣିପାରିବେ। ପୂର୍ବରୁ ଏହି କଟକଣାକୁ ଦିନ ୧୧ ଟା ପର୍ଯ୍ୟନ୍ତ ରଖାଯାଇଥିଲା। ଏନେଇ ସ୍ଵତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ଯାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି।

Read More

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୨ ଲକ୍ଷ ୨୨ ହଜାର ୩୧୫ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୪ ହଜାର ୪୫୪ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୨ କୋଟି ୬୭ ଲକ୍ଷ ୫୨ ହଜାର ୪୪୭ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୩ ହଜାର ୭୨୦ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୩୭ ଲକ୍ଷ ୨୮ ହଜାର ୧୧ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୨୭ ଲକ୍ଷ ୨୦ ହଜାର ୭୧୬ ଆକ୍ଟିଭ୍‌ କେସ୍ ରହିଛି।

Read More

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୩୨ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୩୨ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୫୧୬ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ  ଗଞ୍ଜାମ, ଝାରସୁଗୁଡା ଜିଲ୍ଲାରୁ ୪ ଜଣ, ଅନୁଗୁଳ, କଳାହାଣ୍ଡି ଏବଂ ସୁନ୍ଦରଗଡ ଜିଲ୍ଲାରୁ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି। ସେହିଭଳି ଗଜପତି, ପୁରୀ ଜିଲ୍ଲାରୁ ୨ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ବଲାଙ୍ଗୀରି, କଟକ, କେନ୍ଦୁଝର, ନୟାଗଡ ଏବଂ ସମ୍ବଲପୁର ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୩ ହଜାର ୪୪୧ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୫ ଲକ୍ଷ ୮୯ ହଜାର ୬୧୦ ଜଣ।…

Read More

ଭୁବନେଶ୍ବର: ଆଜି ରାଜ୍ୟରେ ୧୧ ହଜାର ୫୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୬୧୯୩ ଜଣ ଚିହ୍ନଟ ହୋଇଥିବା ବେଳେ ୪୮୬୬ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୩ ହଜାର ୪୪୧ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୫ ଲକ୍ଷ ୮୯ ହଜାର ୬୧୦ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧ ଲକ୍ଷ ୧୧ ହଜାର ୨୬୨ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୪୮୪ କୁ ବୃଦ୍ଧି ହୋଇଛି। ଆଜି ମୋଟ ୩୦ ଟି ଜିଲ୍ଲାରୁ ୧୧ ହଜାର ୫୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ କଟକ ଜିଲ୍ଲାରୁ ୧୧୩୩, ଖୋର୍ଦ୍ଧା ଜିଲ୍ଲାରୁ ୧୦୧୦ ଜଣ, ଅନୁଗୁଳ…

Read More

ମେଷ- ଛାତ୍ରଛାତ୍ରୀ ସଫଳତା ହାସଲ କରିବ। ଆପଣ ସ୍ୱାଦିଷ୍ଟ ଖାଦ୍ୟ ଉପଭୋଗ କରିବେ। କ୍ଳାନ୍ତ ହୋଇଯିବ। ଟଙ୍କା ଗ୍ରହଣ ସହଜ ହେବ। ଶକ୍ତି ବୃଦ୍ଧି ପାଇବ। ପତି-ପତ୍ନୀଙ୍କ ଆର୍ଥିକ ପାର୍ଥକ୍ୟ ହୋଇପାରେ। ଆଶା କରାଯାଉଥିବା ଆଜିର ପରିସ୍ଥିତି କାର୍ଯ୍ୟରେ ଲାଗି ରହିବ। ପିଲାମାନଙ୍କର ଆଚରଣ ଉପରେ ନଜର ରଖନ୍ତୁ। ବୃଷ- ଖରାପ ଖବର ମିଳିପାରେ। ବକ୍ତବ୍ୟର ନିୟନ୍ତ୍ରଣ ରଖନ୍ତୁ। ସ୍ୱାସ୍ଥ୍ୟ ଦୁର୍ବଳ ରହିବ। କାରବାରରେ ସାବଧାନ ରୁହନ୍ତୁ। ଆର୍ଥିକ ସ୍ଥିତି ଭଲ ରହିବ। ଉପର ଅଧିକାରୀ ଆପଣଙ୍କ ଆଚରଣ ଏବଂ ଦକ୍ଷତା ଦ୍ୱାରା ଉପକୃତ ହେବ। ପାରସ୍ପରିକ ଆଲୋଚନା ଲାଭଦାୟକ ହେବ। ମିଥୁନ- ଆପଣ କଠିନ ପରିଶ୍ରମର ଫଳ ପାଇବେ। ପ୍ରତିଷ୍ଠା ବୃଦ୍ଧି ପାଇବ। ଯାତ୍ରା ସଫଳ ହେବ। ଏକ ଲାଭ ହେବ। ସୁଖ ରହିବ। ଯାନ କିଣିବାର ଆନନ୍ଦ ପାଇବେ। ସମ୍ପତ୍ତି କାରବାରରେ ସତର୍କତା ବ୍ୟବହାର କରନ୍ତୁ। ପରିବାରରେ ସହଯୋଗର ପରିବେଶ ରହିବ। ବ୍ୟବସାୟ ଭଲ କରିବ। ପିଲାମାନଙ୍କୁ ଧ୍ୟାନ…

Read More

ବୃଷ- ଖରାପ ଖବର ମିଳିପାରେ। ବକ୍ତବ୍ୟର ନିୟନ୍ତ୍ରଣ ରଖନ୍ତୁ। ସ୍ୱାସ୍ଥ୍ୟ ଦୁର୍ବଳ ରହିବ। କାରବାରରେ ସାବଧାନ ରୁହନ୍ତୁ। ଆର୍ଥିକ ସ୍ଥିତି ଭଲ ରହିବ। ଉପର ଅଧିକାରୀ ଆପଣଙ୍କ ଆଚରଣ ଏବଂ ଦକ୍ଷତା ଦ୍ୱାରା ଉପକୃତ ହେବ। ସିଂହ- ସରକାରୀ ସହାୟତା ଉପଲବ୍ଧ ହେବ। ବ୍ୟବସାୟ ଯାତ୍ରା ସଫଳ ହେବ। ଅପ୍ରତ୍ୟାଶିତ ଲାଭ ହେବ। ଆଦୈ ବିବାଦରେ ପଶନ୍ତୁ ନାହିଁ। ଧର୍ମ ପ୍ରତି ଆଗ୍ରହ ବୃଦ୍ଧି ପାଇବ। ବ୍ୟବସାୟ ଏବଂ ଚାକିରିରେ ସମ୍ପୂର୍ଣ୍ଣ ସନ୍ତୁଷ୍ଟ ହେବେ।

Read More

ମେଷ- ଛାତ୍ରଛାତ୍ରୀ ସଫଳତା ହାସଲ କରିବ। ଆପଣ ସ୍ୱାଦିଷ୍ଟ ଖାଦ୍ୟ ଉପଭୋଗ କରିବେ। କ୍ଳାନ୍ତ ହୋଇଯିବ। ଟଙ୍କା ଗ୍ରହଣ ସହଜ ହେବ। ଶକ୍ତି ବୃଦ୍ଧି ପାଇବ। ପତି-ପତ୍ନୀଙ୍କ ଆର୍ଥିକ ପାର୍ଥକ୍ୟ ହୋଇପାରେ। କନ୍ୟା- ଅପଚୟ ଖର୍ଚ୍ଚ ହେବ। ସ୍ୱାସ୍ଥ୍ୟ ଦୁର୍ବଳ ରହିବ। ଦୁଷ୍କର୍ମରୁ ଦୂରେଇ ରୁହନ୍ତୁ। ଅନ୍ୟମାନଙ୍କୁ ବିଶ୍ୱାସ କର ନାହିଁ । ଧୈର୍ଯ୍ୟ ଧରନ୍ତୁ ପାରିବାରିକ ଜୀବନ ଭଲ ହେବ। ବନ୍ଦ ହୋଇପଡିଥିବା ଟଙ୍କା ମିଳିବ।

Read More

ମିଥୁନ- ଆପଣ କଠିନ ପରିଶ୍ରମର ଫଳ ପାଇବେ। ପ୍ରତିଷ୍ଠା ବୃଦ୍ଧି ପାଇବ। ଯାତ୍ରା ସଫଳ ହେବ। ଏକ ଲାଭ ହେବ। ସୁଖ ରହିବ। ଯାନ କିଣିବାର ଆନନ୍ଦ ପାଇବେ। ସମ୍ପତ୍ତି କାରବାରରେ ସତର୍କତା ବ୍ୟବହାର କରନ୍ତୁ। କର୍କଟ- ଆପଣ ଉତ୍ସାହଜନକ ସୂଚନା ପାଇବେ। ଆତ୍ମ ସମ୍ମାନ ବୃଦ୍ଧି ପାଇବ। ପୁରୁଣା ବନ୍ଧୁମାନଙ୍କୁ ଦେଖା ହେବ। ବ୍ୟବସାୟ ଭଲ କରିବ। କାର୍ଯ୍ୟ ଏବଂ ବ୍ୟବସାୟ କ୍ଷେତ୍ରରେ ବିଭିନ୍ନ ବାଧାବିଘ୍ନ ହେତୁ ମନ ବିଚଳିତ ରହିବ। ବିବାଦକୁ ଏଡ଼ାଇବା ଉଚିତ୍। ଆର୍ଥିକ ଋଣରେ ଭାବେ ବାନ୍ଧି ହୋଇଯିବେ।

Read More

ତୂଳା- ତୁମେ ନିଶ୍ଚିତ ଥିବା ଟଙ୍କା ପାଇବ। ବ୍ୟବସାୟ ଯାତ୍ରା ସଫଳ ହେବ। ବିବାଦ କର ନାହିଁ। ବ୍ୟବସାୟ ଭଲ କରିବ। ବିବାହିତ ଜୀବନ ସୁଖଦ ହେବ । ପୁଞ୍ଜି ବିନିଯୋଗ ବୃଦ୍ଧି ପାଇବ । ସାହିତ୍ୟ ପ୍ରତି ଆଗ୍ରହ ବୃଦ୍ଧି ପାଇବ। ଆର୍ଥିକ ଯୋଗ ଶୁଭ ଅଟେ। ମୀନ- ସମ୍ପତ୍ତି କାର୍ଯ୍ୟରେ ଉପକୃତ ହେବ। ପ୍ରଗତିର ରାସ୍ତା ପକ୍କା ହେବ। ବ୍ୟବସାୟ ଭଲ କରିବ। ଖୁସି ହେବେ। ଖର୍ଚ୍ଚ ବୃଦ୍ଧି ଚିନ୍ତା କରିବ। ଶିଶୁ ରୋଜଗାରର ସମସ୍ୟାର ସମାଧାନ ସମ୍ଭବ।

Read More

ବିଛା- ଯୋଜନା ଫଳପ୍ରଦ ହେବ। ନୂତନ ଚୁକ୍ତିନାମା ହେବ। ପ୍ରତିଷ୍ଠା ବୃଦ୍ଧି ପାଇବ। ବ୍ୟବସାୟ ଭଲ କରିବ। ବିନିଯୋଗ ଶୁଭ ହେବ। ଶୀଘ୍ର ଏବଂ ପଳାୟନ ସହିତ କାମ କରିବାର ପ୍ରବୃତ୍ତି ବନ୍ଦ କରନ୍ତୁ। ଜଣେ ଭଲ ବନ୍ଧୁଙ୍କୁ ଭେଟିବେ। ଧନୁ- ଧର୍ମ ପ୍ରତି ଆଗ୍ରହ ପ୍ରକାଶ କରିବ। ବରିଷ୍ଠ ନାଗରିକଙ୍କ ସମର୍ଥନ ରହିବ। କୋର୍ଟ କାର୍ଯ୍ୟ କରାଯିବ। ସେଠାରେ ସଫଳତା ହେବ। ଆୟ ଏବଂ ବ୍ୟୟ ମଧ୍ୟରେ ଏକ ସନ୍ତୁଳନ ରହିବ। କ୍ରୋଧ ଉପରେ ସଂଯମତା ଆବଶ୍ୟକ।

Read More

ମକର- ଯାନ ଏବଂ ଯନ୍ତ୍ରପାତି ବ୍ୟବହାରରେ ସତର୍କତା ବ୍ୟବହାର କରନ୍ତୁ । କ୍ରନିକ ରୋଗ ଦେଖାଦେଇପାରେ। ବକ୍ତବ୍ୟର ନିୟନ୍ତ୍ରଣ ନିଅ। ବ୍ୟବସାୟକୁ ବିସ୍ତାର କରିବା ପାଇଁ କରାଯାଇଥିବା ପ୍ରୟାସ ସଫଳ ହେବ। କୁମ୍ଭ- ପ୍ରେମ ସଂପର୍କରେ ସୁସଙ୍ଗତତା ରହିବ। ସରକାରୀ ବାଧା ଦୂର ହେବ। ବ୍ୟବସାୟ ଭଲ କରିବ ହେଲେ ଶତ୍ରୁ ରହିବେ। କାର୍ଯ୍ୟରେ ଉପକୃତ ହେବେ। ଅତୀତର କାର୍ଯ୍ୟଗୁଡିକ ଏଡ଼ାଇବା ଉଚିତ ଯେହେତୁ ସେମାନେ ବିଫଳତାକୁ ସମାପ୍ତ କରନ୍ତି।

Read More

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ ବାତ୍ୟା ‘ୟାସ’ ଜନିତ ପରିସ୍ଥିତିର ମୁକାବିଲା ଲାଗି ହୋଇଥିବା ପ୍ରସ୍ତୁତି ଓ ଯୋଜନାର ସମୀକ୍ଷା କରିଛନ୍ତି। ଏଥିରେ ସେ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରୀୟ ମନ୍ତ୍ରଣାଳୟ ଏବଂ ସଂସ୍ଥାର ପ୍ରତିନିଧିମାନଙ୍କ ସହିତ ଆଲୋଚନା କରିଥିଲେ। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ସୂଚନା ଦେଇଛି ଯେ ‘ୟାସ’ ବାତ୍ୟା ୨୬ ତାରିଖ ସନ୍ଧ୍ୟାରେ ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ଦେଇ ଗତି କରିବ। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ୧୫୫-୧୬୫ କିମି କିମ୍ବା ସ୍ଥଳବିଶେଷରେ ଘଣ୍ଟା ପ୍ରତି ୧୮୫ କିମି ରହିବ ବୋଲି ପୂର୍ବାନୁମାନ କରାଯାଇଛି। ବାତ୍ୟା ପ୍ରଭାବରେ ଉତ୍ତର ଓଡ଼ିଶା ଓ ପଶ୍ଚିମବଙ୍ଗର ଉପକୂଳବର୍ତ୍ତୀ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଓଡ଼ିଶା ଓ ପଶ୍ଚିମବଙ୍ଗର ଉପକୂଳବର୍ତ୍ତୀ କ୍ଷେତ୍ରରେ ସମୁଦ୍ରରୁ ୨-୪ ମିଟର ଉଚ୍ଚତାର ଜୁଆର ଉଠି ଆସିବ ବୋଲି ଆଇଏମଡି ପକ୍ଷରୁ ସତର୍କ…

Read More

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ସାର ଉପରେ ରିହାତି ଯୋଗାଣ ଘୋଷଣା ପରେ ସରକାରଙ୍କ ପକ୍ଷରୁ ଏ ସଂକ୍ରାନ୍ତରେ ବିଜ୍ଞପ୍ତି ଜାରି କରାଯାଇଛି । କେନ୍ଦ୍ର ସରକାର ଆଗାମୀ ଖରିଫ ଋତୁରେ ଦେଶର କୃଷକମାନଙ୍କୁ ସାର ଉପରେ ୧୪,୭୭୫ କୋଟି ଟଙ୍କାର ଅଧିକ ସବସିଡ଼ି ଯୋଗାଇଦେବେ । ଏହି ସବସିଡ଼ି ମଧ୍ୟରେ ଡିଏପି ସାର ଉପରେ ୯,୧୨୫ କୋଟି ଟଙ୍କାର ଅତିରିକ୍ତ ସବସିଡ଼ି ଏବଂ ଏନପିକେ ଭିତ୍ତିକ ଯୌଗିକ ସାର ଉପରେ ୫,୬୫୦ କୋଟି ଟଙ୍କାର ଅତିରିକ୍ତ ବ୍ୟୟଭାର ସରକାର ବହନ କରିବେ ବୋଲି ପ୍ରକାଶିତ ବିଜ୍ଞପ୍ତିରେ କୁହାଯାଇଛି । ଏହା ଫଳରେ ଖରିଫ ଋତୁ ୨୧ ପାଇଁ ଡିଏପି ସମେତ ପି ଏବଂ କେ ସାର ଉପରେ ୧୦୦% ସବସିଡି ବୃଦ୍ଧି କରାଯାଇଛି । ଏହି ସବସିଡ଼ି ବାବଦକୁ ସରକାରଙ୍କୁ ଅତିରିକ୍ତ ୧୪,୭୭୫ କୋଟି ଟଙ୍କାର ବ୍ୟୟଭାର ବହନ କରିବାକୁ ପଡ଼ିବ । ୨୦୨୦-୨୧ ଆର୍ଥିକ ବର୍ଷରେ ଇତି…

Read More

ଭୁବନେଶ୍ବର, ଆସନ୍ତା ୨୬ତାରିଖ ଦିନ ପୂର୍ବ ଉପକୂଳରେ ମାଡ ହେବାକୁ ଥିବା ସମ୍ଭାବ୍ୟ ବାତ୍ୟା ‘ୟାସ’ ପ୍ରଭାବର ମୁକାବିଲା ନିମନ୍ତେ ସଶସ୍ତ୍ର ସେନା ପ୍ରସ୍ତୁତି ଆରମ୍ଭ କରିଦେଇଛି । ଭାରତୀୟ ବାୟୁସେନା ଦ୍ୱାରା ୯୫୦ଜଣ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ ବା ଏନଡିଆରଏଫ ଯବାନ ଓ ୭୦ଟନ୍ ଓଜନର ସାମଗ୍ରୀ ସହ ଜାମନଗର, ବାରଣାସୀ, ପାଟନା ଓ ଆରାକୋନ୍ନମରୁ କୋଲକାତା, ଭୁବନେଶ୍ୱର ଓ ପୋର୍ଟ ବ୍ଲେୟାରରେ ୧୫ଟି ପରିବହନ ଏୟାରକ୍ରାଫ୍ଟ ଦ୍ୱାରା ଆଜି ସୁଦ୍ଧା ପହଂଚାଯାଇଛି । ୧୬ଟି ପରିବହନ ଏୟାରକ୍ରାଫ୍ଟ ଓ ୨୦ଟି ହେଲିକପ୍ଟର ତତ୍କାଳ ମୁତୟନ ପାଇଁ ସଜାଗ ରହିଛନ୍ତି । ପଶ୍ଚିମାଞ୍ଚଳରେ ମାନବିକ ସହାୟତା ଓ ବିପର‌୍ୟ୍ୟୟ ପ୍ରଶମନ କାର‌୍ୟ୍ୟରୋ ନିୟୋଜିତ ଭାରତୀୟ ନୌସେନାର ଦଶଟି ଏଚଏଡିଆର ଦଳକୁ ଭୁବନେଶ୍ୱର ଓ କୋଲକାତା ପଠାଇଥିବାବେଳେ ୫ଟି ମାନବିକ ସହାୟତା ଓ ବିପର‌୍ୟ୍ୟୟ ପ୍ରଶମନ (ଏଚଏଡିଆର)ଦଳ ପୋର୍ଟବ୍ଲେୟାରରେ ପ୍ରସ୍ତୁତ ଅଛନ୍ତି । ପୂର୍ବ ନୌକମାଣ୍ଡ, ଆଣ୍ଡାମାନ ଓ ନିକୋବର…

Read More

ନୂଆଦିଲ୍ଲୀ: ଡାକ୍ତରଙ୍କ ବିରୋଧରେ ରାମଦେବ ବାବା ଦେଇଥିବା ବିବାଦୀୟ ମନ୍ତବ୍ୟକୁ ଫେରାଇ ନେବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷ ବର୍ଦ୍ଧନ କହିଛନ୍ତି। ଏହି ବିଷୟରେ ରାମଦେବ ବାବାଙ୍କୁ ସ୍ୱାସ୍ଥ୍ୟମନ୍ତ୍ରୀ ଚିଠି ଲେଖିଛନ୍ତି। ଏଲୋପ୍ୟାଥି ଡାକ୍ତରଙ୍କୁ ରାମଦେବ ବାବା ମୂର୍ଖ ବୋଲି କହୁଥିବା ଏକ ଭିଡିଓ ଭାଇରାଲ ହୋଇଥିଲା। ଯାହାଫଳରେ ଡାକ୍ତରମାନେ କଡା ବିରୋଧ କରିଥିଲେ। ତେଣୁ ରାମଦେବ ବାବାଙ୍କୁ ତାଙ୍କ ମନ୍ତବ୍ୟ ଫେରାଇ ନେବା ପାଇଁ ସ୍ବାସ୍ଥ୍ୟମନ୍ତ୍ରୀ ଚିଠି ଲେଖି କହିଛନ୍ତି।

Read More