Author: Samikhsya Bureau

ସୀତାରାମ ଅଗ୍ରୱାଲ ବାଣପୁର: କରୋନା ମହାମାରୀ ଯୋଗୁ ଲୋକଙ୍କୁ ଘର ପାଖରେ ସେବା ଯୋଗାଇ ଦେବା ଲାଗି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ଖୋର୍ଦ୍ଧା ଜିଲା ବାଣପୁର ତହସିଲ ପକ୍ଷରୁ ଆଜି ରାଜସ୍ବ ରଥ ଗଡ଼ିଛି। ତହସିଲଦାର ମନ୍ମଥ ବେହେରାଙ୍କ ତତ୍ତ୍ୱାବଧାନରେ ବାଣପୁର ଏନଏସିରୁ ଏହାର ଶୁଭାରମ୍ଭ ହୋଇଛି। ଆଜି ସମୁଦାୟ ୨୦ ଟି ପଟ୍ଟା ହିତାଧିକାରୀଙ୍କୁ ବଣ୍ଟନ ସରିଥିବାର ସୂଚନା ଦେଇଛନ୍ତି ତହସିଲଦାର ଶ୍ରୀ ବେହେରା। ଏଥିରେ ଅନ୍ୟତମ ଅଧିକାରୀ ଭାବେ ଅତରିକ୍ତ ତହସିଲଦାର ପ୍ରମୋଦ ପାଢ଼ୀ ଏବଂ ତହସିଲ କର୍ମଚାରୀ ସୋମନାଥ ବେହେରା, ସିଧସ୍ତି ବିଶ୍ୱାଳ, ପୂର୍ଣ୍ଣଚନ୍ଦ୍ର ବେହେରା, ଶ୍ୟାମସୁନ୍ଦର ଶାସମଲ ଓ ବୀରେନ୍ଦ୍ର ପଣ୍ଡା ଆଦି ଘରକୁ ଘର ଯାଇ ହିତାଧିକାରୀଙ୍କୁ ଜମି, ଘର ପଟ୍ଟା ଏବଂ ଅନ୍ୟାନ ପ୍ରମାଣପାତ୍ର ପ୍ରଦାନ କରୁଥିବାର ଦେଖାଯାଇଛି। ତେବେ ତହସିଲର ଏପରି ପଦକ୍ଷେପ ଦ୍ୱାରା ହିତାଧିକାରୀ ମାନେ ବେଶ ଖୁସି ହେବା ସହ ସରକାରଙ୍କୁ ଏଥିପାଇଁ ଧନ୍ୟବାଦ ଜଣାଇଛନ୍ତି।

Read More

ଭୁବନେଶ୍ବର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସଂଧ୍ୟାରେ ଓଡିଶା ପାଇଁ ସହାୟତା ରାଶି ଘୋଷଣା କରିପାରନ୍ତି। ଏ ନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ। ପ୍ରଧାନମନ୍ତ୍ରୀଙ୍କ ବାତ୍ୟା ସମୀକ୍ଷା ବୈଠକ ପରେ ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ରାଜ୍ୟର ସମସ୍ତ ଦାବୀ ଶୁଣିଛନ୍ତି। ତେବେ ରାଜ୍ୟ ସରକାରଙ୍କ ତରଫରୁ କୌଣସି ରାଶି ସହାୟତା ଦାବୀ କରାଯାଇ ନାହିଁ। ତେବେ ରାଜ୍ୟ ସରକାର ବାତ୍ୟା ମୁୁକାବିଲା ପାଇଁ ଯେଉଁ ସ୍ଥାୟୀ ସମାଧାନ ଦାବୀ କରିଛନ୍ତି ତାହା ପ୍ରଧାନମନ୍ତ୍ରୀ ଗୁରୁତର ସହ ଗ୍ରହଣ କରିଛନ୍ତି। ସେ ଏହାପରେ ପଶ୍ଚିମବଂଗ ବାତ୍ୟା କ୍ଷୟକ୍ଷତିର ସମୀକ୍ଷା କରିବେ। ଦୁଇ ରାଜ୍ୟର ସମୀକ୍ଷା ସରିବା ପରେ ପ୍ରଧାନମନ୍ତ୍ରୀ ଦିଲ୍ଲୀରେ କିଛି ଘୋଷଣା କରିପାରନ୍ତି ବୋଲି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ କହିଛନ୍ତି।

Read More

ଭୁବନେଶ୍ବର, ବାତ୍ୟା ୟଶ ଯୋଗୁଁ ଯେଉଁ କ୍ଷତି ହୋଇଛି ସେଥିରେ ରାଜ୍ୟ ସରକାର ମୁକାବିଲା କରିବାରେ ସକ୍ଷମ। ବର୍ତ୍ତମାନ ପାଇଁ କେନ୍ଦ୍ରର କୌଣସି ସହାୟତା ଆବଶ୍ୟକ ନାହି ବୋଲି ପ୍ରଧାନମନ୍ତ୍ରୀଙ୍କ ସମୀକ୍ଷା ବୈଠକରେ ଏ କଥା କହିଛନ୍ତି ରାଜ୍ୟ ସରକାର। ଭୁବନେଶ୍ବର ବିମାନ ବନ୍ଦରରେ ଆୟୋଜିତ ଏହି ସମୀକ୍ଷା ବୈଠକରେ ରାଜ୍ୟ ସରକାରଙ୍କ ତରଫରୁ ବିସ୍ତୁତ ତଥ୍ୟ ଉପସ୍ଥାପିତ କରାଯାଇଥିଲା। ସମୀକ୍ଷା ବୈଠକ ସରିବ ପରେ ଅତିରିକ୍ତ ମୁଖ୍ୟଶାସନ ସଚିବ ତଥା ଏସଆରସି ପ୍ରଦୀପ ଜେନା କହିଛନ୍ତି ଯେ, ବର୍ତ୍ତମାନ ଯାହା କ୍ଷୟକ୍ଷତି ହୋଇଛି, ସେଥିରେ ରାଜ୍ୟ ପରିଚାଳନା କରିବାରେ ସକ୍ଷମ। ହେଲେ ପ୍ରଧାନମନ୍ତ୍ରୀଙ୍କ ସମ୍ମୁଖରେ ରାଜ୍ୟ ସରକାରଙ୍କ ତରଫରୁ ଦୁଇଟି ଦାବୀ କରାଯାଇଥିଲା। ପ୍ରଥମରେ ହେଲା ରାଜ୍ୟରେ ବାତ୍ୟା ମୁକାବିଲା ପାଇଁ ସ୍ଥାୟୀ ଭିତ୍ତିଭୂମି ତଥା ବିଦ୍ୟୁତ ଯୋଗାଣରେ ସୁଧାର। ଦ୍ବିତୀୟରେ ହେଲା ସମୁଦ୍ର କୂଳ ଲଙ୍ଘିବାକୁ ରୋକିବା। ସବୁ ବର୍ଷ ବାତ୍ୟା ବେଳେ ରାଜ୍ୟର ବିଦ୍ୟୁତ ବିଭାଗର ବଡ…

Read More

ଭୁବନେଶ୍ବର, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଭୁବନେଶ୍ବରର ବିମାନ ବନ୍ଦରରେ ବାତ୍ୟା ୟଶ କ୍ଷୟକ୍ଷତି ଉପରେ ସମୀକ୍ଷା କରିଛନ୍ତି। ଏହି ସମୀକ୍ଷା ବୈଠକରେ ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପ୍ରତାପ ଷଡଙ୍ଗୀ ଉପସ୍ଥିତ ରହିଛନ୍ତି। ଏଥିସହିତ ମୁଖ୍ୟଶାସନ ସଚିବ, ପୋଲିସ ଡିଜି ଏବଂ ଏସଆରସିଙ୍କ ସହିତ ବହୁ ଉଚ୍ଚ ପଦସ୍ଥ ଅଧିକାରୀ ଏହି ବୈଠକରେ ସାମିଲ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ଆଜି ସକାଳେ ଭୁବନେଶ୍ବର ବିମାନ ବନ୍ଦରରେ ପହଁଞ୍ଚିବା ପରେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଏବଂ ମୁଖ୍ୟ ଶାସନ ସଚିବ ସ୍ବାଗତ କରିଥିଲେ। ଏହାପରେ ସମୀକ୍ଷା ବୈଠକ ବିମାନ ବନ୍ଦର ଭିତରେ କରାଯାଇଥିଲା। ଏହି ବୈଠକ ପରେ ମୋଦି ଆକାଶ ମାର୍ଗରୁ ବାତ୍ୟା ପରିସ୍ଥିତି ଦେଖିବାର କାର୍ଯ୍ୟକ୍ରମ ମଧ୍ୟ ରହିଛି। ଓଡିଶାର ବାତ୍ୟା କ୍ଷୟକ୍ଷତି ଉପରେ ପ୍ରଧାନମନ୍ତ୍ରୀ କିଛି ଘୋଷଣା କରିବାର ସମ୍ଭାବନା ରହିଛି।

Read More

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧ ଲକ୍ଷ ୮୬ ହଜାର ୩୬୪ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୩ ହଜାର ୬୬୦ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୨ କୋଟି ୭୫ ଲକ୍ଷ ୫୫ ହଜାର ୪୫୭ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୧୮ ହଜାର ୮୯୫ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୪୮ ଲକ୍ଷ ୯୩ ହଜାର ୪୧୦ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୨୩ ଲକ୍ଷ ୪୩ ହଜାର ୧୫୨ ଆକ୍ଟିଭ୍‌ କେସ୍ ରହିଛି।

Read More

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୩୩ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୩୩ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୬୫୧ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ଅନୁଗୁଳ ଜିଲ୍ଲାରୁ ୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ସୁନ୍ଦରଗଡ ଜିଲ୍ଲାରୁ ୪ ଜଣ ଲେଖାଏଁ, ବୌଦ୍ଧ, ଖୋର୍ଦ୍ଧା, କଳାହାଣ୍ଡି ଏବଂ କେନ୍ଦୁଝର ଜିଲ୍ଲାରୁ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି। ସେହିଭଳି ଗଜପତି, ଝାରସୁଗୁଡା, କେନ୍ଦ୍ରାପଡା, କୋରାପୁଟ ଓ ରାୟଗଡା ଜିଲ୍ଲାରୁ ୨ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଢେଙ୍କାନାଳ ଏବଂ ନବରଙ୍ଗପୁର ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୩୯ ହଜାର ୯୫୫ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୬ ଲକ୍ଷ ୩୫ ହଜାର ୧୭୯…

Read More

ଭୁବନେଶ୍ବର: ଆଜି ରାଜ୍ୟରେ ୭ ହଜାର ୨୧୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୪୦୪୧ ଜଣ ଚିହ୍ନଟ ହୋଇଥିବା ବେଳେ ୩୧୭୫ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୩୯ ହଜାର ୯୫୫ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୬ ଲକ୍ଷ ୩୫ ହଜାର ୧୭୯ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧ ଲକ୍ଷ ୨ ହଜାର ୭୨ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୫୧୬ କୁ ବୃଦ୍ଧି ହୋଇଛି। ଆଜି ମୋଟ ୩୦ ଟି ଜିଲ୍ଲାରୁ ୭ ହଜାର ୨୧୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ କଟକ ଜିଲ୍ଲାରୁ ୧୦୯୧ ଜଣ, ଖୋର୍ଦ୍ଧା ଜିଲ୍ଲାରୁ ୮୦୯, ଅନୁଗୁଳ…

Read More

ମେଷ- ଭ୍ରମଣ ଏବଂ ମନୋରଞ୍ଜନ ସୁଯୋଗ ଉପଲବ୍ଧ ହେବ। ଅଧସ୍ତନମାନେ ଚାକିରିରେ ସହାୟତା ପାଇବେ। ସାଙ୍ଗମାନଙ୍କ ସହିତ କିଛି ନୂତନ କାର୍ଯ୍ୟ କରିବାକୁ ଇଚ୍ଛୁକ ହେବେ। ସମୟ ଅନୁକୂଳ ଅଟେ। ଖୁସି ହେବେ। ଆର୍ଥିକ ଦିଗ ଦୃଢ ରହିବ। ବିବାହିତ ଜୀବନ ସୁଖୀ ହେବ। ବ୍ୟବସାୟ ପ୍ରତିଷ୍ଠା ବୃଦ୍ଧି ପାଇବ। ବୃଷ- କାର୍ଯ୍ୟରେ ବିଳମ୍ବ ହେତୁ ଚାପ ହେବ। ଆପଣଙ୍କ ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନିଅନ୍ତୁ । ଆଜି ଟଙ୍କା ରହିବ। କାହା ଦ୍ୱାରା ପ୍ରଭାବିତ ହୁଅନ୍ତୁ ନାହିଁ । ବ୍ୟବସାୟ-ଟୁ-ବ୍ୟବସାୟ ଆପଣଙ୍କ ଇଚ୍ଛା ଅନୁଯାୟୀ ଚାଲିବ। ଅପ୍ରତ୍ୟାଶିତ ବଡ ଖର୍ଚ୍ଚ ହୋଇପାରେ। ଜଣେ ବ୍ୟକ୍ତିଙ୍କର ଏକ ଅନାବଶ୍ୟକ ବିବାଦରେ ଫସିପାରନ୍ତି। ମିଥୁନ୍ – ଯେ କୈଣସି ପ୍ରମୁଖ କାର୍ଯ୍ୟ ଆରମ୍ଭ ହୋଇପାରିବ। ଏକ ଦୀର୍ଘ ଯାତ୍ରା କରିବାର ସମ୍ଭାବନା ଅଛି । ଆପଣ ଚାକିରିରେ ପଦୋନ୍ନତି ପାଇପାରିବେ। ବିବାଦ କରନ୍ତୁ ନାହିଁ । ଶାରୀରିକ ଯନ୍ତ୍ରଣା ହେବାର ସମ୍ଭାବନା ଅଛି।…

Read More

ମେଷ- ଭ୍ରମଣ ଏବଂ ମନୋରଞ୍ଜନ ସୁଯୋଗ ଉପଲବ୍ଧ ହେବ। ଅଧସ୍ତନମାନେ ଚାକିରିରେ ସହାୟତା ପାଇବେ। ସାଙ୍ଗମାନଙ୍କ ସହିତ କିଛି ନୂତନ କାର୍ଯ୍ୟ କରିବାକୁ ଇଚ୍ଛୁକ ହେବେ। ସମୟ ଅନୁକୂଳ ଅଟେ। ଖୁସି ହେବେ। ବୃଷ- କାର୍ଯ୍ୟରେ ବିଳମ୍ବ ହେତୁ ଚାପ ହେବ। ଆପଣଙ୍କ ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନିଅନ୍ତୁ । ଆଜି ଟଙ୍କା ରହିବ। କାହା ଦ୍ୱାରା ପ୍ରଭାବିତ ହୁଅନ୍ତୁ ନାହିଁ । ବ୍ୟବସାୟ-ଟୁ-ବ୍ୟବସାୟ ଆପଣଙ୍କ ଇଚ୍ଛା ଅନୁଯାୟୀ ଚାଲିବ। ଅପ୍ରତ୍ୟାଶିତ ବଡ ଖର୍ଚ୍ଚ ହୋଇପାରେ।

Read More

ମିଥୁନ୍ – ଯେ କୈଣସି ପ୍ରମୁଖ କାର୍ଯ୍ୟ ଆରମ୍ଭ ହୋଇପାରିବ। ଏକ ଦୀର୍ଘ ଯାତ୍ରା କରିବାର ସମ୍ଭାବନା ଅଛି । ଆପଣ ଚାକିରିରେ ପଦୋନ୍ନତି ପାଇପାରିବେ। ବିବାଦ କରନ୍ତୁ ନାହିଁ । ଶାରୀରିକ ଯନ୍ତ୍ରଣା ହେବାର ସମ୍ଭାବନା ଅଛି। କର୍କଟ- କର୍ମକ୍ଷେତ୍ରରେ ସଂଶୋଧନ ହୋଇପାରେ। ନୂତନ ଚୁକ୍ତିନାମା ହେବ । ଘର ବାହାରେ ଖୁସିର ପରିବେଶ ରହିବ। ଅଂଶୀଦାରମାନଙ୍କ ଦ୍ୱାରା ପାର୍ଥକ୍ୟ ଦୂର ହେବ । ଏହାର ପ୍ରଭାବ ଚାକିରିରେ ବୃଦ୍ଧି ପାଇବ। ଆପଣ ସରକାରଙ୍କ ତରଫରୁ ଲାଭ ଏବଂ ପ୍ରତିଷ୍ଠା ପାଇବେ ।

Read More

ସିଂହ- ଚାକିରିରେ ଶାନ୍ତି ରହିବ। ଏକ ଯାତ୍ରା ଯୋଜନା ହେବ। ମନ ପୂଜାରେ ନିୟୋଜିତ ହେବ। ଖୁସି ହେବେ। ସୁଖର ମାଧ୍ୟମ ଉପରେ ଖର୍ଚ୍ଚ ହେବ। ଲାଭ ପାଇଁ ସୁଯୋଗ ଆସିବ। ବ୍ୟବସାୟ ଭଲ କରିବ। ମୀନ- ସ୍ୱାସ୍ଥ୍ୟ ଭଲ ହେବ। ଉତ୍ସାହର ସହିତ କାମ କରିବାକୁ ସମର୍ଥ ହେବେ। ଆୟ ବୃଦ୍ଧି ପାଇବ। ଏହାର ପ୍ରଭାବ ଚାକିରିରେ ବୃଦ୍ଧି ପାଇବ। ଅତିଥିମାନେ ଘରେ ପହଞ୍ଚିବେ। ଯେକୈଣସି ମାଙ୍ଗଳିକ କାର୍ଯ୍ୟ ସଂଗଠିତ ହୋଇପାରିବ।

Read More

ମକର- ଯେ କୈଣସି ଦୁଃଖଦ ଖବର ମିଳିପାରିବ। ମୂଲ୍ୟବାନ ସାମଗ୍ରୀକୁ ସୁରକ୍ଷିତ ରଖନ୍ତୁ । କ୍ଳାନ୍ତ ହୋଇଯିବେ। ଆୟ ରହିବ। ପ୍ରୟାସ କରିବାକୁ ପଡିବ। ପରିବାରର ସାନ ସଦସ୍ୟମାନଙ୍କ ପାଇଁ ଚିନ୍ତା ହେବ। କୁମ୍ଭ- ଧାନର ପ୍ରାପ୍ତି ସହଜ ହେବ। ଜଣେ ବ୍ୟକ୍ତିଙ୍କୁ ସାହାଯ୍ୟ କରିବାକୁ ସମର୍ଥ ହେବେ । ଘର ବାହାରେ ସୁଖ ମିଳିବ। ପରିଶ୍ରମର ଫଳ ସମ୍ପୂର୍ଣ୍ଣ ରୂପେ ହୃଦୟଙ୍ଗମ ହେବ । କାର୍ଯ୍ୟରେ ସଫଳତା ହାସଲ ହେବ। କାର୍ଯ୍ୟକୁ ପ୍ରଶଂସା କରାଯିବ । କିଛି ନୂଆ କରିବାକୁ ଯୋଜନା ହୋଇପାରେ।

Read More

ବିଛା- ଉଚ୍ଚଶିକ୍ଷାରେ ଉଚ୍ଚ ପଦାଧିକାରୀମାନେ ଖୁସି ହେବେ। ଜମି ଏବଂ କୋଠା ଇତ୍ୟାଦି କିଣିବା ଏବଂ ବିକ୍ରୟ କରିବା ଦ୍ୱାରା ବହୁତ ଲାଭ ମିଳିପାରେ। ବ୍ୟବସାୟ ବୃଦ୍ଧି ପାଇଁ ପ୍ରୟାସ ସଫଳ ହେବ। କିଛି ବଡ ଲାଭ ହୋଇପାରେ । ଧନୁ- ବ୍ୟବସାୟ ଲାଭଦାୟକ ହେବ। ଚାକିରିରେ କୈଣସି ନୂତନ କାର୍ଯ୍ୟ କରିବାକୁ ସକ୍ଷମ ହେବେ । ଖୁସି ହେବ। ଶିକ୍ଷା ପ୍ରତିଯୋଗିତା କ୍ଷେତ୍ରରେ ସଫଳତା ଆସିବ। ପାର୍ଟୀ ଏବଂ ପିକନିକ୍ ଇତ୍ୟାଦି ପାଇଁ ଏକ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇପାରେ ।

Read More

କନ୍ୟା- ଯାନ ଏବଂ ଯନ୍ତ୍ରପାତି ବ୍ୟବହାରରେ ସାବଧାନ ରୁହନ୍ତୁ। ଟଙ୍କା ପାଇଁ ବଦନାମ ହୋଇପାରନ୍ତି । ବିବାଦ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ । ଚାକିରିରେ ଭଲ ରହିବେ । ବ୍ୟବସାୟ ଭଲ କରିବ। ତୂଳା – ନୂତନ ଯାନ ଉପହାର ମିଳିପାରିବ। ଭାଗ୍ୟ ତୁମ ସହିତ ରହିବ । ହଠାତ୍ ବଡ ଲାଭର ସମ୍ଭାବନା ଅଛି। ଭ୍ରମଣ ଲାଭଦାୟକ ହେବ। ଖୁସି ହେବେ। କୁମାରୀମାନଙ୍କୁ ବିବାହ ପ୍ରସ୍ତାବ ଆସିବ।

Read More

ନୂଆଦିଲ୍ଲୀ, ଜାତୀୟ ଡିଜିଟାଲ ସ୍ୱାସ୍ଥ୍ୟ ମିଶନ (ଏନଡିଏଚଏମ)ର ସମୀକ୍ଷା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ୧୫ ଅଗଷ୍ଟ ୨୦୨୦ରେ, ନିଜର ସ୍ୱାଧୀନତା ଦିବସ ଅଭିଭାଷଣରେ ପ୍ରଧାନମନ୍ତ୍ରୀ ଏନଡିଏଚଏମର ଶୁଭାରମ୍ଭ ଘୋଷଣା କରିଥିଲେ। ସେବେଠାରୁ, ଡିଜିଟାଲ ମଡ୍ୟୁଲ ଓ ରେଜିଷ୍ଟ୍ରି ବିକଶିତ କରାଯାଇ ଆସୁଛି ଏବଂ ଏହି ମିଶନକୁ ଛଅଟି କେନ୍ଦ୍ର ଶାସିତ ପ୍ରଦେଶରେ କାର‌୍ୟ୍ୟକାରୀ କରାଯାଇଛି। ବର୍ତ୍ତମାନସୁଦ୍ଧା ୧୧.୯ ଲକ୍ଷ ସ୍ୱାସ୍ଥ୍ୟ ଆଇଡି ସୃଷ୍ଟି କରାଯାଇଛି ଏବଂ ୩୧୦୬ ଡାକ୍ତର ଓ ୧୪୯୦ ଡାକ୍ତରଖାନା ଏହି ପ୍ଲାଟଫର୍ମରେ ପଞ୍ଜୀକରଣ କରିଛନ୍ତି। ଡିଜିଟାଲ ସ୍ୱାସ୍ଥ୍ୟ ପାଇଁ ଏକ ମୁକ୍ତ ଓ ଆନ୍ତଃପରିଚାଳିତ ଆଇଟି ନେଟଓ୍ବର୍କ-ୟୁନିଫାଏଡ ହେଲ୍ଥ ଇଣ୍ଟରଫେସ (ୟୁଏଚଆଇ) ଖୁବଶୀଘ୍ର କାର‌୍ୟ୍ୟକାରୀ କରିବା ପାଇଁ ପରିକଳ୍ପନା କରାଯାଇଛି। ଏହା ବ୍ୟବହାରକାରୀମାନଙ୍କୁ ଟେଲି ପରାମର୍ଶ ଏବଂ ଲାବୋରେଟୋରୀ ପରୀକ୍ଷା ଭଳି ଜରୁରି ଚିକିତ୍ସା ସେବା ସନ୍ଧାନ କରିବା, ପଞ୍ଜୀକରଣ କରିବା ଓ ହାସଲ କରିବାରେ ସହାୟକ…

Read More

ନୂଆଦିଲ୍ଲୀ, କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକରଙ୍କ ତତ୍ତ୍ଵାବଧାନରେ ମନ୍ତ୍ରଣାଳୟ ନିଜ ପକ୍ଷରୁ ୨୦୨୦ ଓ ୨୦୨୧ରେ କୋଭିଡ-୧୯ରେ ପ୍ରାଣ ହରାଇଥିବା ସାମ୍ବାଦିକମାନଙ୍କ ସମ୍ପର୍କରେ ସବିଶେଷ ବିବରଣୀ ସଂଗ୍ରହ କରି ସାମ୍ବାଦିକ କଲ୍ୟାଣ ପାଣ୍ଠିରୁ ସେମାନଙ୍କ ପରିବାରବର୍ଗଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ଯୋଜନା କରିଛନ୍ତି । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ସଚିବ ଅମିତ ଖାରେଙ୍କ ଅଧ୍ୟକ୍ଷତାରେ ଗଠିତ କମିଟି ସାମ୍ବାଦିକ କଲ୍ୟାଣ ଯୋଜନା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ପ୍ରସ୍ତାବରେ ୨୦୨୦-୨୧ ଆର୍ଥିକ ବର୍ଷରେ କୋଭିଡ-୧୯ ଯୋଗୁଁ ପ୍ରାଣ ହରାଇଥିବା ୨୬ଜଣ ସାମ୍ବାଦିକଙ୍କ ପ୍ରତ୍ୟେକ ପରିବାରକୁ ୫ଲକ୍ଷ ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ ଅନ୍ତର୍ଭୁକ୍ତ । କେନ୍ଦ୍ର ସରକାର ମୃତ ସାମ୍ବାଦିକମାନଙ୍କ ୪୧ଟି ପରିବାରକୁ ଦେଉଥିବା ଆର୍ଥିକ ସହାୟତା ମିଶାଇବା ପରେ କୋଭିଡ ସହ ପ୍ରାଣତ୍ୟାଗ କରିଥିବା ସାମ୍ବାଦିକଙ୍କ ସଂଖ୍ୟା ୬୭କୁ ବୃଦ୍ଧି ପାଇଛି । କମିଟି ପକ୍ଷରୁ ଗଭୀର ଶୋକପ୍ରକଟ କରାଯିବା ସହ…

Read More

ଭୁବନେଶ୍ବର, ଇତିମଧ୍ୟରେ ସାମୁଦ୍ରିକ ବାତ୍ୟା ‘ୟସ’ ଓଡ଼ିଶା ଅତିକ୍ରମ କରି ଝାଡଖଣ୍ଡ ରାଜ୍ୟକୁ ଚାଲିଯାଇଛି । ଏହାର ପ୍ରଭାବରେ ଉପକୂଳବର୍ତ୍ତୀ ଜିଲ୍ଲାରେ ଅଧିକ ବୃଷ୍ଟିପାତ ଯୋଗୁଁ କେତେକ ନଦୀରେ ଜଳସ୍ତର ବୃଦ୍ଧି ହୋଇଛି । ମୟୁରଭଞ୍ଜ, କେଉଁଝର ଓ ସୁନ୍ଦରଗଡ ଜିଲ୍ଲାରେ ପ୍ରବଳ ବୃଷ୍ଟିପାତ ଯୋଗୁଁ ବୁଢାବଳଙ୍ଗ, ସୁବର୍ଣ୍ଣରେଖା ନଦୀରେ ଜଳସ୍ତର ବୃଦ୍ଧିପାଇଥିଲେ ସୁଦ୍ଧା ବନ୍ୟା ପରିସ୍ଥିତି ସୃଷ୍ଟିହେବାର ସମ୍ଭାବନା ନାହିଁ ବୋଲି ସ୍ୱତନ୍ତ୍ର ରିଲିଫ୍ କମିଶନର ଶ୍ରୀଯୁକ୍ତ ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ବୈତରଣୀ ନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି । ଆନନ୍ଦପୁର ଓ ଆଖୁଆପଦା ଠାରେ ଜଳସ୍ତର ବିପଦସଂକେତ ଉପରେ ପ୍ରବାହିତ ହେଉଛି । ଆନନ୍ଦପୁର ଠାରେ ଜଳସ୍ତର ୩୯.୦୮ ମିଟର ଥିବାବେଳେ ଆଖୁଆପଦା ଠାରେ ୧୭.୯୨ ମି. ରହିଥିବା ସୂଚନା ମିଳିଛି । ବୈତରଣୀ ନଦୀରେ ବନ୍ୟା ସମ୍ଭାବନା ଦେଖେଦେଲେ ବିଶେଷ ଭାବେ ଭଦ୍ରକ, କେନ୍ଦ୍ରାପଡା ଓ ଯାଜପୁର…

Read More

ଭୁବନେଶ୍ୱର, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଆଜି ବାତ୍ୟା ‘ୟସ୍‌’ ଦ୍ୱାରା ପ୍ରଭାବିତ ବାଲେଶ୍ୱର ଜିଲ୍ଲାର ପ୍ରପୀଡ଼ିତଙ୍କୁ ରିଲିଫ୍‌ ପ୍ରଦାନ ଓ ବାତ୍ୟା ପରବର୍ତ୍ତୀ ଥଇଥାନ କାର୍ଯ୍ୟର ତଦାରଖ କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ମନ୍ତ୍ରୀ ବାଲେଶ୍ୱର ଯାଇ ଜିଲ୍ଲାର ବିଭିନ୍ନ ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଛନ୍ତି । ଏହି ଅବସରରେ ମନ୍ତ୍ରୀ ବାଲେଶ୍ୱର ସଦର ବିଧାୟକଙ୍କ ସହ ବାଲେଶ୍ୱର ପୌରପାଳିକା ଅନ୍ତର୍ଗତ ୱାର୍ଡ ୩୧ର ମସଜିଦ୍‌ ଗଳି ଓ ଅରୋଡ଼ ବଜାର ଏବଂ ୫ ନଂ ୱାର୍ଡକୁ ଯାଇ ବାତ୍ୟା ପରବର୍ତ୍ତୀ ରିଲିଫ୍‌ ବିଷୟରେ ଅଞ୍ଚଳବାସୀଙ୍କ ସହ ଆଲୋଚନା କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ ପ୍ରଭାବିତ ଅଞ୍ଚଳର ଲୋକମାନଙ୍କୁ ରିଲିଫ୍‌ ସାମଗ୍ରୀ ବଣ୍ଟନ ଦିଗରେ ଅଧିକାରୀଙ୍କ ସହ ସେ ଆଲୋଚନା କରିଥିଲେ । ଏଥି ସହିତ ମନ୍ତ୍ରୀ ବାଲେଶ୍ୱର ସଦର ବ୍ଲକ୍‌ର ସାରଥା ଗ୍ରାମପଞ୍ଚାୟତର…

Read More

ପୁରୀ, ଶ୍ରୀମନ୍ଦିର ରୂପକାର ସେବକ ମାନଙ୍କ ଦ୍ୱାରା ଅତ୍ୟନ୍ତ ସୁନ୍ଦର ଓ ନିଖୁଣ ଭାବରେ ମହାପ୍ରଭୁଙ୍କ ରଥ ତ୍ରୟର ଗୁଜ କାର୍ଯ୍ୟ ଆଗେଇଚାଲିଛି ।

Read More

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ଭିଡିଓ କନ୍‌ଫରେନ୍‌ସିଂ ଜରିଆରେ ବାତ୍ୟା ୟାସର ପରବର୍ତ୍ତୀ ପୁନର୍ଗଠନ ଓ ପୁନରୁଦ୍ଧାର କାର୍ଯ୍ୟ ସଂପର୍କରେ ସମୀକ୍ଷା କରି ୭ ଦିନ ମଧ୍ୟରେ ପ୍ରଭାବିତ ଜିଲ୍ଲା ଗୁଡିକରେ ଭାଙ୍ଗି ଯାଇଥିବା ଘର ଗୁଡିକ ସଂପର୍କରେ ଆକଳନ କରି ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବର୍ତ୍ତମାନ ରିଲିଫ, ପୁନର୍ଗଠନ ଓ ପୁନରୁଦ୍ଧାର ପ୍ରକ୍ରିୟା ଉପରେ ସମସ୍ତ ଧ୍ୟାନ କେନ୍ଦ୍ରୀତ କରିବାକୁ ପଡିବ। କ୍ଷତିଗ୍ରସ୍ତ ଜଳମଗ୍ନ ଅଞ୍ଚଳରେ ୭ ଦିନ ପାଇଁ ରିଲିଫ ଘୋଷଣା କରାଯାଇଛି ବୋଲି ପ୍ରକାଶ କରି ସମସ୍ତ ମରାମତି ଓ ପୁନରୁଦ୍ଧାର କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ପାନୀୟ ଜଳ ଓ ବିଦ୍ୟୁତ ଯୋଗାଣ ପ୍ରକ୍ରିୟା ଖୁବଶୀଘ୍ର ସ୍ବଭାବିକ କରିବା ପାଇଁ ପରାମର୍ଶ ଦେଇ ଆଜି ସଂଧ୍ୟା ସୁଦ୍ଧା ସମସ୍ତ ମୁଖ୍ୟ ସଡକ ଗୁଡିକ ଯାନବାହାନ ଚଳାଚଳ ପାଇଁ ଅବରୋଧମୁକ୍ତ ହେବ…

Read More

ଭୁବନେଶ୍ୱର: ମହାବୋଧି ସୋସାଇଟି ଅଫ୍ ଇଣ୍ଡିଆ ଓଡ଼ିଶା ଶାଖା ପକ୍ଷରୁ ବୁଦ୍ଧ ପୂର୍ଣ୍ଣିମା ନିଆରା ଢଙ୍ଗରେ ପାଳିତ ହୋଇଯାଇଛି। କରୋନା ମହାମାରୀର ପ୍ରକୋପ ତଥା ବାତ୍ୟା ପରିପ୍ରେକ୍ଷୀରେ ସୋସାଇଟି ପକ୍ଷରୁ କଳିଙ୍ଗ ନଗରଠାରେ ଗରିବଶ୍ରେଣୀର ଲୋକଙ୍କ ମଧ୍ୟରେ ଶୁଖିଲା ଖାଦ୍ୟ ଯଥା-ଚାଉଳ, ଅଟା, ଡ଼ାଲି, ତେଲ, ଆଳୁ ଓ ପିଆଜର ପ୍ୟାକେଟ ବଣ୍ଟନ କରାଯାଇଛି। ଏଥିସହିତ ଭୁବନେଶ୍ୱର ଓ ଛତିିଆର ତିନୋଟି ଅନାଥାଶ୍ରମ ଓ ବୃଦ୍ଧାଶ୍ରମରେ ରନ୍ଧାଖାଦ୍ୟ ବଣ୍ଟନ କରାଯାଇଛି। କାର୍ଯ୍ୟକ୍ରମକୁ ଓଡ଼ିଶା ଶାଖାର ସମ୍ପାଦକ ଡଃ ସୌରେନ୍ଦ୍ର କୁମାର ମହାପାତ୍ର ପରିଚାଳନା କରିଥିଲେ। ସୋସାଇଟିର ସଭ୍ୟ ଡଃ କରୁଣାକର ପ୍ରଧାନ, ନମ୍ରତା ଚଢା, ନମିତା ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ। ଓଡ଼ିଶା ଶାଖା ସଭାପତି ଡଃ ବିମଳେନ୍ଦୁ ମହାନ୍ତି, କେନ୍ଦ୍ରୀୟ ଉପସଭାପତି ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର, ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆ ଓ ବରିଷ୍ଠ ସଭ୍ୟ ବିଳମ ଦାସଙ୍କ ପ୍ରତ୍ୟକ୍ଷ ସହଯୋଗରେ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Read More