ଖୁବ୍‍ ଶୀଘ୍ର କୋଭିଡ଼ ଆକ୍ରାନ୍ତ ଶିଶୁଙ୍କ ପାଇଁ ଆସିବ ନୂଆ ଗାଇଡ ଲାଇନ, କହିଲେ ନିତି ଆୟୋଗ

Published: Jun 1, 2021, 11:31 pm IST

ନୂଆଦିଲ୍ଲୀ, ଦେଶରେ ଶିଶୁମାନେ କୋଭିଡ଼ ୧୯ ମହାମାରୀରେ ସଂକ୍ରମିତ ହେବା ଏବଂ ନୂତନ ଭାବେ ଏହି ମହାମାରୀ ଯେଉଁଭଳି ସଂକ୍ରମିତ ହେଉଛି ସେଭଳି ସମସ୍ୟାର ସମାଧାନ ନିମନ୍ତେ ଏକ ରାଷ୍ଟ୍ରୀୟ ବିଶେଷଜ୍ଞ ଗୋଷ୍ଠୀ ଗଠନ କରାଯାଇଛି । ଏହି ବିଶେଷଜ୍ଞ ଗୋଷ୍ଠୀ କୋଭିଡ଼ ମହାମାରୀର ମୁକାବିଲା ସକାଶେ ରାଷ୍ଟ୍ରକୁ ପ୍ରସ୍ତୁତ କରିବା ନିମନ୍ତେ ଉପଯୁକ୍ତ ରଣନୀତି ଓ କାର‌୍ୟ୍ୟପନ୍ଥା ନିର୍ଦ୍ଧାରଣ କରିବେ ।

ଗତ ୪ରୁ ୫ ମାସ ପୂର୍ବେ କୋଭିଡ଼ ମହାମାରୀର ଯେଉଁସବୁ ଲକ୍ଷଣ ନଥିଲା ଏବଂ ନିକଟ ଅତୀତରେ ତାହା ପରିଲକ୍ଷିତ ହେଉଛି ସେ ସଂପର୍କରେ ଏହି ବିଶେଷଜ୍ଞ ଗୋଷ୍ଠୀ ତର୍ଜମା କରିଛନ୍ତି । ଏଥି ନିମନ୍ତେ ଏବେସୁଦ୍ଧା ଉପଲବ୍ଧ ତଥ୍ୟାବଳୀ, କ୍ଲିନିକାଲ୍‍ ପ୍ରୋଫାଇଲ୍‍, ଦେଶ ଏପର‌୍ୟ୍ୟନ୍ତ ଆହରଣ କରିଥିବା ଉପଲବ୍ଧ, ରୋଗର ଗତିବିଧି, ଭୂତାଣର ସ୍ୱାଭାବ ତଥା ଏହା କିଭଳି ମହାମାରୀର ସ୍ୱରୂପ ଧାରଣ କରିଛି ସେ ସଂପର୍କରେ ଏକ ଗାଇଡ଼ଲାଇନ ପ୍ରସ୍ତୁତ କରିଛି । ଖୁବ୍‍ ଶୀଘ୍ର ଏହି ଗାଇଡ଼ଲାଇନ୍‍ ଜନସାଧାରଣଙ୍କୁ ଅବଗତି ନିମନ୍ତେ ଜାରି କରାଯିବ।

ନିତି ଆୟୋଗର ସଦସ୍ୟ (ସ୍ୱାସ୍ଥ୍ୟ) ଡକ୍ଟର ଭି କେ ପଲ୍‍ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୋଭିଡ଼-୧୯ ସଂପର୍କରେ ହେଉଥିବା ସାମ୍ବାଦିକ ସମ୍ମିଳନୀରେ ଏହି ବିଷୟ ପ୍ରକାଶ କରିଛନ୍ତି। ଆଜି ନୂଆଦିଲ୍ଲୀର ପିଆଇବିର ଜାତୀୟ ମିଡ଼ିଆ କେନ୍ଦ୍ର ଠାରେ ଏହି ସାମ୍ବାଦିକ ସମ୍ମିଳନୀର ଆୟୋଜନ କରାଯାଇଥିଲା ।

ସାମ୍ବାଦିକମାନଙ୍କୁ ଏହି ସୂଚନା ଦେଇ ଡକ୍ଟର ପଲ୍‍ କହିଛନ୍ତି ଯେ ‘ଏହି କ୍ଷେତ୍ରରେ ଆମେ ଅତି ସୁଚିନ୍ତିତ ତଥା ଶୃଙ୍ଖଳିତ ଭାବେ ସକଳ ପ୍ରକାର ବୈଜ୍ଞାନିକ ତଥ୍ୟାବଳୀ ଓ ଏହି ମହାମାରୀର ବିକାଶକୁ ସମୀକ୍ଷା କରୁଛୁ । ତେଣୁ ଏଭଳି ସ୍ଥିତି ସଂପର୍କରେ ଏକ ସୁପରିକଳ୍ପିତ କାର‌୍ୟ୍ୟନୁଷ୍ଠାନ ଗ୍ରହଣ ନିମନ୍ତେ ଏହି ବିଶେଷଜ୍ଞ ଗୋଷ୍ଠୀ ଗଠନ କରାଯାଇଛି ।”

Related posts