ନୂଆଦିଲ୍ଲୀ, ଅନେକ ବାଧାବିଘ୍ନ ସତ୍ୱେ ଭାରତୀୟ ରେଳବାଇ ଦେଶର ବିଭିନ୍ନ ରାଜ୍ୟରେ ତରଳ ମେଡିକାଲ ଅମ୍ଳଜାନ ଏଲଏମଓ ଟ୍ୟାଙ୍କର ପହଂଚାଇ ସେହି ରାଜ୍ୟଗୁଡିକୁ ଆଶ୍ୱସ୍ତ କରିଛନ୍ତି । ଦେଶର ବିଭିନ୍ନ ରାଜ୍ୟକୁ ଭାରତୀୟ ରେଳବାଇ ୨୩ହଜାର ୭୪୧ ମେଟିକ ଟନ୍ ଏଲଏମଓ, ୧୪୦୫ରୁ ଅଧିକ ଟ୍ୟାଙ୍କର ଯୋଗେ ଯୋଗାଇ ଦେଉଛି । ଏଠାରେ ସୂଚନାଯୋଗ୍ୟ ଯେ ୩୪୪ ଅମ୍ଳଜାନ ଏକ୍ସପ୍ରେସ ଦେଶବ୍ୟାପୀ ଏହି ଏଲଏମଓ ପହଞ୍ଚାଇବାରେ ସହାୟତା କରିଛନ୍ତି । ଏପର୍ଯ୍ୟନ୍ତ ଅମ୍ଳଜାନ ଏକ୍ସପ୍ରେସ ୮୦୨୫ଏମ.ଟି ଝାଡଖଣ୍ଡରୁ, ୭୧୦୨ ଏମ.ଟି. ଓଡିଶାରୁ, ୬୩୮୪ ଏମ.ଟି ଗୁଜରାଟରୁ, ୧୩୬୦ଏମ.ଟି ପଶ୍ଚିମବଙ୍ଗରୁ, ୪୮୮ ଏମ.ଟି ମହାରାଷ୍ଟ୍ରରୁ, ୨୧୮ଏମ.ଟି. ଛତିଶଗଡରୁ ଓ ୧୬୪ ଏମ.ଟି. ଏଲଏମଓ ଆନ୍ଧ୍ରପ୍ରଦେଶରୁ ବିଭିନ୍ନ ରାଜ୍ୟରେ ପହଞ୍ଚାଇଛନ୍ତି । ଦେଶର କୋଣ ଅନୁକୋଣରୁ ଭାରତୀୟ ରେଳବାଇ ଅମ୍ଳଜାନ ସିଲିଣ୍ଡର ସଂଗ୍ରହ କରିଛି । ଯେପରିକି ପଶ୍ଚିମ ଭାରତର ହେପା, ବରୋଦା ଓ ମୁନ୍ଦ୍ରା, ପୂର୍ବାଞ୍ଚଳରୁ ରାଉରକେଲା, ଦୁର୍ଗାପୁର, ଟାଟାନଗର ଓ ଅନୁଗୋଳରୁ…
Author: Samikhsya Bureau
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ବୈଠକରେ ପୋଷଣୀୟ ସହରାଞ୍ଚଳ ବିକାଶ ନିମନ୍ତେ ଭାରତ ଓ ମାଳଦ୍ୱୀପ ମଧ୍ୟରେ ସହଯୋଗ ନିମନ୍ତେ ସ୍ୱାକ୍ଷରିତ ବୁଝାମଣା ପତ୍ରକୁ ମଞ୍ଜୁରି ମିଳିଛି । ଭାରତ ସରକାରଙ୍କ ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ (ଏମଓଏଚୟୁଏ) ଏବଂ ମାଳଦ୍ୱୀପର ରାଷ୍ଟ୍ରୀୟ ପ୍ଲାନିଂ, ଗୃହନିର୍ମାଣ ଓ ଭିତ୍ତିଭୂମି ମନ୍ତ୍ରଣାଳୟ ମଧ୍ୟରେ ଏହି ବୁଝାମଣା ପତ୍ର ୨୦୨୧ ମସିହା ଫେବୃଆରୀ ମାସରେ ସ୍ୱାକ୍ଷରିତ ହୋଇଛି । ଏହି ବୁଝାମଣା ପତ୍ରର ଢ଼ାଂଚା ଅନୁସାରେ ସହଯୋଗ କାର୍ୟ୍ୟକ୍ରମକୁ ରଣନୀତିକ ଭାବେ ପ୍ରସ୍ତୁତ କରିବା ତଥା ପ୍ରବର୍ତ୍ତନ କରିବା ନିମନ୍ତେ ଏକ ମିଳିତ କାର୍ୟ୍ୟକାରୀ ଗୋଷ୍ଠୀ (ଜେଡବ୍ଲୁଜି) ଗଠନ କରାଯିବ । ଉପକାରିତା ଏହି ବୁଝାମଣା ପତ୍ର ଉଭୟ ରାଷ୍ଟ୍ର ମଧ୍ୟରେ ପୋଷଣୀୟ ସହରାଞ୍ଚଳ ବିକାଶ କ୍ଷେତ୍ରରେ ଏକ ସୁଦୃଢ଼, ନିବିଡ଼ ତଥା ଦୀର୍ଘସ୍ଥାୟୀ ଦ୍ୱିପାକ୍ଷିକ ସହଯୋଗ ସୃଷ୍ଟିକୁ ପ୍ରୋତ୍ସାହିତ କରିବ । ଆଶା କରାଯାଏ…
ମେଷ- ସୃଜନଶୀଳ କାର୍ଯ୍ୟ ସଫଳ ହେବ। ଆପଣଙ୍କ କାର୍ଯ୍ୟକୁ ପ୍ରଶଂସା କରାଯିବ । ଆଜି ସୁଖ ଏବଂ ତୃପ୍ତି ରହିବ। ଭ୍ରମଣ ଉପଭୋଗ୍ୟ ହୋଇପାରେ। ବ୍ୟବସାୟରେ ନୂତନ ପରୀକ୍ଷଣ କରାଯାଇପାରିବ। ସମୟର ଅନୁକୂଳତାର ସୁଯୋଗ ନିଅନ୍ତୁ। ଟଙ୍କା ହାସଲ ସହଜ ହେବ। ଚାକିରିରେ ସୁସଙ୍ଗତତା ରହିବ। କାର୍ଯ୍ୟଭାର ଏବଂ କର୍ତ୍ତୃପକ୍ଷ ବୃଦ୍ଧି ପାଇପାରେ। ବୃଷ- ବିବାଦକୁ ଉତ୍ସାହିତ କରନ୍ତୁ ନାହିଁ । ଅନାବଶ୍ୟକ ଯୁକ୍ତି ହୋଇପାରେ। ସ୍ୱାସ୍ଥ୍ୟ ଦୁର୍ବଳ ହେବ। ଥକ୍କା ଏବଂ ଦୁର୍ବଳତା ରହିପାରେ। କାରବାରକୁ ଶୀଘ୍ର ଆରମ୍ଭ କର ନାହିଁ। ଟଙ୍କା କ୍ଷତି ହେବାର ସମ୍ଭାବନା ଅଛି। ବ୍ୟବସାୟରେ ମନ୍ଥରତା ହୋଇପାରେ। ଆୟରେ ନିଶ୍ଚିତତା ରହିବ। ଶୀଘ୍ର ଉନ୍ନତି ହେବ। ମିଥୁନ- ଆପଣ ସାଙ୍ଗମାନଙ୍କ ସହିତ ସହଯୋଗ କରିବାକୁ ଏକ ସୁଯୋଗ ପାଇପାରନ୍ତି। ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ। ଆପଣଙ୍କ ଇଚ୍ଛା ଅନୁଯାୟୀ ବ୍ୟବସାୟ ଚାଲିବ। ସେୟାର ବଜାର ଏବଂ ମ୍ୟୁଚୁଆଲ୍ ଫଣ୍ଡରୁ ଲାଭ ମିଳିବ। ଯାତ୍ରା ସଫଳ…
ନୂଆଦିଲ୍ଲୀ, ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ ବିଭିନ୍ନ ପଶୁପକ୍ଷୀମାନଙ୍କ ଠାରୁ ମଧ୍ୟ କିଛି ଶିକ୍ଷାଲାଭ କରିବାର ଆବଶ୍ୟକତା ରହିଛି। ସେଥିରେ ସେ କୁକୁଡାଠାରୁ କିପରି ଚାରୋଟି ଗୁଣ ମଣିଷମାନେ ଶିକ୍ଷା କରିବା ଦରକାର ତାହା ଉଲ୍ଲେଖ କରିଛନ୍ତି। ସେ କହିଛନ୍ତି ଯେ କୁକୁଡାଠାରୁ ସକାଳୁ ଉଠିବା ମଣିଷମାନେ ଶିଖିବା ଉଚିତ। ଏଥିସହିତ ବିପଦର କିପରି ମୁକାବିଲା କରାଯାଏ ତାହା କୁକୁଡାକୁ ଭଲ ଭାବରେ ଜଣା। ତାହା ମଧ୍ୟ ଶିକ୍ଷା କରିବା ଉଚିତ। ସେହିପରି ଆଉ ଦୁଇଟି ଗୁଣ ହେଲା ଖାଦ୍ୟକୁ ଭାଗ କରି ଖାଇବା ଏବଂ ନିଜ ଖାଦ୍ୟ ସଂଗ୍ରହ କରିବା। କୁକୁଡାମାନେ ଖାଦ୍ୟ ଖାଇବା ବେଳେ ଅନ୍ୟ କୁକୁଡା ସହିତ ଭାଗ କରି ଖାଆନ୍ତି। କଜିଆ କରନ୍ତି ନାହିଁ। ସେହିପରି କୁକୁଡାମାନେ ସାଧାରଣତଃ ନିଜ ଖାଦ୍ୟ ନିଜେ ଖୋଜିବାକୁ ଭଲ ପାଆନ୍ତି। ଏହି ଗୁଣଗୁଡିକ ସାଧାରଣ ମଣିଷ ମଧ୍ୟ ଶିଖିବା ଉଚିତ ବୋଲି ଚାଣକ୍ୟ କହିଛନ୍ତି।
ଧନୁ- ଆଧ୍ୟାତ୍ମିକତାର ଏକ ଧାରା ମନରେ ରହିବ। ଆପଣ ସତସଙ୍ଗର ଲାଭ ପାଇବେ। ରାଜନୈତିକ ପ୍ରତିବନ୍ଧକକୁ ହଟାଇ ପରିସ୍ଥିତି ଲାଭଦାୟକ ହେବ। ବ୍ୟବସାୟ ବୃଦ୍ଧି ପାଇବ। ଆଖପାଖର ପରିବେଶ ସୁଖଦ ହେବ। ମୀନ- ଜମି, ନିର୍ମାଣ, ଘର ଏବଂ ଦୋକାନ ଇତ୍ୟାଦି କିଣିବା ଏବଂ ବିକ୍ରୟ କରିବା ଅନୁକୂଳ ଲାଭ ଦେବ। ବେକାରୀ ଦୂର ହେବ। ନୂତନ ଆୟର ଉତ୍ସ ମିଳିପାରିବ। ଭାଗ୍ୟ ଆପଣଙ୍କୁ ସମର୍ଥନ କରିବ। ଚାରିଆଡେ ସଫଳତା ମିଳିବ।
ମକର- ସ୍ୱାସ୍ଥ୍ୟ ଦୁର୍ବଳ ହେବ। କ୍ରୋଧ ଏବଂ ଉତ୍ତେଜନାକୁ ନିୟନ୍ତ୍ରଣ କରନ୍ତୁ। ଆଘାତ ଏବଂ ଦୁର୍ଘଟଣା ହେତୁ ବହୁତ କ୍ଷତି ହେବାର ସମ୍ଭାବନା ଅଛି, ସତର୍କତା ଆବଶ୍ୟକ। କାରବାରରେ ତତ୍ପର ହୁଅନ୍ତୁ ନାହିଁ । ଆୟ ଜାରି ରହିବ। କୁମ୍ଭ- କୋର୍ଟର କାର୍ଯ୍ୟ ଅନୁକୂଳ ହେବ। ବ୍ୟବସାୟ ଯାତ୍ରା ସଫଳ ହେବ। ଲାଭ ସୁଯୋଗ ଆସିବ । ବ୍ୟବସାୟ ଲାଭଦାୟକ ହେବ। ଏହାର ପ୍ରଭାବ ଚାକିରିରେ ବୃଦ୍ଧି ପାଇବ। ତୁମର ଜୀବନସାଥୀଙ୍କଠାରୁ ସମର୍ଥନ ପାଇବ।
ମେଷ- ସୃଜନଶୀଳ କାର୍ଯ୍ୟ ସଫଳ ହେବ। ଆପଣଙ୍କ କାର୍ଯ୍ୟକୁ ପ୍ରଶଂସା କରାଯିବ । ଆଜି ସୁଖ ଏବଂ ତୃପ୍ତି ରହିବ। ଭ୍ରମଣ ଉପଭୋଗ୍ୟ ହୋଇପାରେ। ବ୍ୟବସାୟରେ ନୂତନ ପରୀକ୍ଷଣ କରାଯାଇପାରିବ। ବିଛା- କର୍ମକ୍ଷେତ୍ରରେ ଉନ୍ନତି ଏବଂ ପରିବର୍ତ୍ତନ ହୋଇପାରେ। ଏହି ଯୋଜନା ସଫଳ ହେବେ। ତୁରନ୍ତ କୈଣସି ଲାଭ ହେବ ନାହିଁ । ବିନିଯୋଗ କରିବାକୁ ତତ୍ପର ହୁଅନ୍ତୁ ନାହିଁ । ନୂତନ ଆୟର ଉତ୍ସ ମିଳିପାରିବ।
ବୃଷ- ବିବାଦକୁ ଉତ୍ସାହିତ କରନ୍ତୁ ନାହିଁ । ଅନାବଶ୍ୟକ ଯୁକ୍ତି ହୋଇପାରେ। ସ୍ୱାସ୍ଥ୍ୟ ଦୁର୍ବଳ ହେବ। ଥକ୍କା ଏବଂ ଦୁର୍ବଳତା ରହିପାରେ। କାରବାରକୁ ଶୀଘ୍ର ଆରମ୍ଭ କର ନାହିଁ। ଟଙ୍କା କ୍ଷତି ହେବାର ସମ୍ଭାବନା ଅଛି। ସିଂହ- ବେକାରୀ ସମସ୍ୟା ଦୂର କରିବା ପାଇଁ ପ୍ରୟାସ ସଫଳ ହେବ। ନୂତନ ପୋଷାକ ମିଳିପାରିବ। ଏହାର ପ୍ରଭାବ ଚାକିରିରେ ବୃଦ୍ଧି ପାଇବ। ଭ୍ରମଣ ଲାଭଦାୟକ ହେବ। ଷ୍ଟକ୍ ମାର୍କେଟ୍ ଏବଂ ମ୍ୟୁଚୁଆଲ୍ ଫଣ୍ଡ ଅନୁକୂଳ ଲାଭ ଦେବ।
କନ୍ୟା- ସ୍ୱାସ୍ଥ୍ୟ ଦୁର୍ବଳ ହେବ। ବିପଦପୂର୍ଣ୍ଣ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ । କୈଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ତତ୍ପର ହୁଅନ୍ତୁ ନାହିଁ । ଅପଚୟ ଖର୍ଚ୍ଚ ହେବ। ଆପଣଙ୍କୁ ଏକ ଋଣ ନେବାକୁ ପଡିପାରେ। ଆୟ ହ୍ରାସ ପାଇବ। ତୂଳା- ଯାତ୍ରା ଅନୁକୂଳ ହେବ। ଆପଣ ଏକ ନୂତନ ଚାକିରି ପାଇବେ। ନୂତନ ଚୁକ୍ତିନାମା ହେବ। ଖରାପ ଟଙ୍କା ପୁନରୁଦ୍ଧାର ହୋଇପାରିବ। ବ୍ୟବସାୟ ବୃଦ୍ଧି ପାଇବ। ଏହାର ପ୍ରଭାବ ଚାକିରିରେ ବୃଦ୍ଧି ପାଇବ। ସମୟ ଅନୁକୂଳ ହେବ, ଏହାର ସୁଯୋଗ ନିଅନ୍ତୁ।
ମିଥୁନ- ଆପଣ ସାଙ୍ଗମାନଙ୍କ ସହିତ ସହଯୋଗ କରିବାକୁ ଏକ ସୁଯୋଗ ପାଇପାରନ୍ତି। ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ। ଆପଣଙ୍କ ଇଚ୍ଛା ଅନୁଯାୟୀ ବ୍ୟବସାୟ ଚାଲିବ। ସେୟାର ବଜାର ଏବଂ ମ୍ୟୁଚୁଆଲ୍ ଫଣ୍ଡରୁ ଲାଭ ମିଳିବ। ଯାତ୍ରା ସଫଳ ହେବ। କର୍କଟ- ଆତ୍ମ ସମ୍ମାନ ରହିବ। ଆପଣ ଉତ୍ସାହଜନକ ସୂଚନା ପାଇବେ। ଆପଣ ଭୁଲିଯାଇଥିବା ବନ୍ଧୁ ଏବଂ ସମ୍ପର୍କୀୟଙ୍କୁ ଭେଟିବ। ବ୍ୟବସାୟରେ ସୁସଙ୍ଗତତା ରହିବ। ସ୍ୱାସ୍ଥ୍ୟ ଦୁର୍ବଳ ହୋଇପାରେ। ବିପଦପୂର୍ଣ୍ଣ ଏବଂ ବନ୍ଧକ କାର୍ଯ୍ୟରୁ ଦୂରେଇ ରୁହନ୍ତୁ ।
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ ଆଜି ଘର ଭଡ଼ା ଦିଆଯିବା ସଂକ୍ରାନ୍ତ ଆଇନରେ ଆବଶ୍ୟକ ପରିବର୍ତ୍ତନ ଆଣିବା ଲାଗି ମଡେଲ ଟେନାନ୍ସି ଆଇନ ଲାଗୁ କରିବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଏହାକୁ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ସରକାରଙ୍କ ଲାଗି ଜାରି କରାଯାଇଛି। ଯାହାଫଳରେ ସେମାନେ ବର୍ତ୍ତମାନର ଆଇନ ଅନୁସାରେ ନୂଆ ଆଇନ ପ୍ରସ୍ତୁତ କରିପାରିବେ କିମ୍ବା ବର୍ତ୍ତମାନର ଆଇନରେ ସଂଶୋଧନ କରିପାରିବେ। ଏହାଫଳରେ ସାରା ଦେଶରେ ଭଡ଼ାରେ ଘର ଦିଆଯିବା ସଂକ୍ରାନ୍ତ ଆଇନଗତ ଢାଞ୍ଚାକୁ ସୁଦୃଢ଼ କରିବାରେ ସହାୟତା ମିଳିପାରିବ, ଯାହାଫଳରେ ଆଗାମୀ ଦିନରେ ବିକାଶର ମାର୍ଗ ପ୍ରଶସ୍ତ ହେବ। ମଡେଲ ଟେନାନ୍ସି ଆଇନର ଉଦ୍ଦେଶ୍ୟ ହେଉଛି ଦେଶରେ ଘର ଭଡ଼ା ଦିଆଯିବା ମାଧ୍ୟମରେ ଏକ ଜୀବନ୍ତ, ଦୀର୍ଘସ୍ଥାୟୀ ଏବଂ ସମାବେଶୀ ଢାଞ୍ଚା ପ୍ରସ୍ତୁତ କରିବା। ଏହାଫଳରେ ପ୍ରତ୍ୟେକ ଆୟ ବର୍ଗର ଲୋକମାନଙ୍କ ପାଇଁ ଭଡ଼ା ଘର ଉପଲବ୍ଧ ହୋଇପାରିବ ଓ ବେଘର ହେବାର…
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ସାଂଘାଇ ସହଯୋଗ ସଂଗଠନର ସମସ୍ତ ସଦସ୍ୟ ରାଷ୍ଟ୍ରଙ୍କ ସହ “ଗଣମାଧ୍ୟମ କ୍ଷେତ୍ରରେ ସହଯୋଗ” ସ୍ଥାପନ ନିମନ୍ତେ ସ୍ୱାକ୍ଷରିତ ରାଜିନାମାକୁ ସ୍ୱୀକୃତି ପ୍ରଦାନ କରାଯାଇଛି। ଏହି ରାଜିନାମା ୨୦୧୯ ମସିହା ଜୁନ୍ ମାସରେ ସ୍ୱାକ୍ଷରିତ ହୋଇଥିଲା । ଏହି ରାଜିନାମା ସଦସ୍ୟ ରାଷ୍ଟ୍ରଙ୍କ ମଧ୍ୟରେ ଗଣମାଧ୍ୟମ କ୍ଷେତ୍ରରେ ସମାନତା ଓ ପାରସ୍ପରିକ ହିତକର ସହଯୋଗକୁ ପ୍ରୋତ୍ସାହିତ କରିବ । ଏଥିପାଇଁ ପ୍ରତ୍ୟେକ ପକ୍ଷ ପାରସ୍ପରିକ ଆଗ୍ରହ ଆଧାରରେ ସମାନତାକୁ ସୁନିଶ୍ଚିତ କରିବା ଦିଗରେ ସକଳ ପ୍ରକାର ପଦକ୍ଷେପ ଗ୍ରହଣ କରିବେ । ଏହା ଫଳରେ ସଦସ୍ୟ ରାଷ୍ଟ୍ରଗୁଡ଼ିକୁ ଏଭଳି ସୁଯୋଗ ମିଳିବ ଯଦ୍ୱାରା ସେମାନେ ଶ୍ରେଷ୍ଠ କାର୍ୟ୍ୟଦକ୍ଷତା ପ୍ରତିପାଦନ କରିବା ସହ ଗଣମାଧ୍ୟମ କ୍ଷେତ୍ରରେ ଅଭିନବତ୍ୱ ପ୍ରଦର୍ଶନ କରିପାରିବେ । ବୁଝାମଣାରେ କଣ ରହିଛି ଏହି ରାଜିନାମା ଯୋଗୁଁ ଯେଉଁସବୁ ପ୍ରମୁଖ କ୍ଷେତ୍ରରେ ସହଯୋଗ ବୃଦ୍ଧି ହେବ ସେଗୁଡ଼ିକ…
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଓ ଆର୍ଜେଣ୍ଟିନା ଗଣରାଜ୍ୟର ଉତ୍ପାଦକତା ବିକାଶ ମନ୍ତ୍ରଣାଳୟର ଖଣିଜ ନୀତି ସଚିବାଳୟ ମଧ୍ୟରେ ସହଯୋଗ ସମ୍ବନ୍ଧୀୟ ଏକ ବୁଝାମଣାପତ୍ର ସ୍ବାକ୍ଷର କରାଯିବା ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ଏହି ବୁଝାମଣାପତ୍ର ଖଣିଜ ସମ୍ପଦ କ୍ଷେତ୍ରରେ ସହଯୋଗ ଲାଗି ଏକ ସଂସ୍ଥାଗତ ବ୍ୟବସ୍ଥା ଉପଲବ୍ଧ କରାଇବ। ଲିଥିୟମ ଉତ୍ତୋଳନ, ଖନନ ଏବଂ ଲାଭ ହାସଲ କରିବା, ବେସ ମେଟାଲ କ୍ଷେତ୍ରରେ ମିଳିତ ଉଦ୍ୟୋଗ ପ୍ରତିଷ୍ଠା କରିବାର ସମ୍ଭାବନା ଖୋଜିବା, ଆପୋସ ଲାଭ ନିମନ୍ତେ ରଣନୈତିକ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ଖଣିଜ, ବୈଷୟିକ ଏବଂ ବୈଜ୍ଞାନିକ ସୂଚନା, ବିଚାର ଓ ଜ୍ଞାନର ବିନିମୟ, ପ୍ରଶିକ୍ଷଣ ଓ କ୍ଷମତା ନିର୍ମାଣ ତଥା ଖଣିଜ ଗତିବିଧି କ୍ଷେତ୍ରରେ ନିବେଶ ଓ ବିକାଶକୁ ପ୍ରୋତ୍ସାହନ ସମେତ ଖଣିଜ ଅନ୍ବେଷଣ ଓ ବିକାଶକୁ ପ୍ରୋତ୍ସାହନ ନିମନ୍ତେ ସହଯୋଗ ଜରିଆରେ ଗତିବିଧିକୁ ଆହୁରି ସୁଦୃଢ଼ କରିବା…
ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ଦୀର୍ଘସ୍ଥାୟୀ ସହରୀ ବିକାଶ ନିମନ୍ତେ ଭାରତ ସରକାରଙ୍କ ଆବାସ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରଣାଳୟ ଏବଂ ଜାପାନର ମିନିଷ୍ଟ୍ରି ଅଫ ଲ୍ୟାଣ୍ଡ, ଇନଫ୍ରାଷ୍ଟ୍ରକ୍ଚର, ଟ୍ରାନ୍ସପୋର୍ଟ ଆଣ୍ଡ ଟୁରିଜିମ ମନ୍ତ୍ରଣାଳୟ ମଧ୍ୟରେ ସହଯୋଗ ବୁଝାମଣାରେ ସ୍ବାକ୍ଷର କରାଯିବା ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ଏହା ସହରୀ ବିକାଶ କ୍ଷେତ୍ରରେ ୨୦୦୭ ଠାରୁ କାର୍ଯ୍ୟକାରୀ ହେଉଥିବା ଏମଓୟୁ ସ୍ଥାନରେ କାର୍ୟ୍ୟକାରୀ ହେବ। କାର୍ଯ୍ୟକାରିତା ରଣନୀତି ଏହି ଏମଓସିର ପରିଧିରେ ସହଯୋଗ ସଂକ୍ରାନ୍ତ କାଯ୍ୟକ୍ରମକୁ କାଯ୍ୟକାରୀ କରିବା ଏବଂ ରଣନୀତି ପ୍ରସ୍ତୁତ କରିବା ଲାଗି ଏକ ଯୁଗ୍ମ କାର୍ଯ୍ୟ ଦଳ ଗଠନ କରାଯିବ। ଏହି ଯୁଗ୍ମ କାର୍ଯ୍ୟ ଦଳର ବୈଠକ ବର୍ଷକୁ ଗୋଟିଏ ଥର ଆୟୋଜନ କରାଯିବ ଏବଂ ଥର ଥର କରି ଜାପାନ ଓ ଭାରତରେ ଆୟୋଜିତ ହେବ। ସ୍ବାକ୍ଷରିତ ହେବା ଦିନ ଠାରୁ ଏହି ଏମଓସି କାର୍ୟ୍ୟକାରୀ ହେବ ଏବଂ ଏହାର ଅବଧି ପରବର୍ତ୍ତୀ…
ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ଭିଡିଓ କନ୍ଫରେନ୍ସିଂ ଜରିଆରେ ବାତ୍ୟା ୟାସର କ୍ଷୟକ୍ଷତି ଓ ପୁନରୁଦ୍ଧାର କାର୍ଯ୍ୟକ୍ରମ ସଂପର୍କରେ ସମୀକ୍ଷା କରି ବାତ୍ୟା ସମୟରେ ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ତଥ୍ୟ ସଂଗ୍ରହ କରି ଉତ୍ତମ ଭାବରେ ଡକୁମେଣ୍ଟେସନ୍ କରିବା ପାଇଁ ପରାମର୍ଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ରାଜ୍ୟ ସରକାରଙ୍କ ବିଭିନ୍ନ ସଂପୃକ୍ତ ବିଭାଗ ଓ ଜିଲ୍ଲା ପ୍ରଶାସନ ବାତ୍ୟା ସମୟରେ ଉଲ୍ଲେଖନୀୟ ପଦର୍ଶନ କରି ଲୋକଙ୍କ ଜୀବନ ସୁରକ୍ଷା କରିଛନ୍ତି। ବାତ୍ୟା ପରେ ପୁନରୁଦ୍ଧାର କାର୍ଯ୍ୟ ମଧ୍ୟ ଅତି କମ୍ ସମୟ ମଧ୍ୟରେ କରାଯାଇପାରିଛି। ସେଥିପାଇଁ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଅଭିନନ୍ଦନ ଜଣାଇ ସମସ୍ତ କାର୍ଯ୍ୟର ଡକୁମେଣ୍ଟେସନ କରିବାର ଆବଶ୍ୟକତା ସଂପର୍କରେ କହିଥିଲେ। ବାତ୍ୟାର ଲ୍ୟାଣ୍ଡ ଫଲ୍ର ପୂର୍ବବର୍ତ୍ତୀ ସମୟର ପ୍ରସ୍ତୁତି, ସ୍ଥାନାନ୍ତର ଏବଂ ପରବର୍ତ୍ତୀ ସମୟରେ ବିଭିନ୍ନ ପୁନରୁଦ୍ଧାର କାର୍ଯ୍ୟ ସଂପର୍କରେ ଡକୁମେଣ୍ଟେସନ କରାଗଲେ, ଏହା ଆଗାମୀ ଦିନରେ ଆମକୁ ବାତ୍ୟା ପରିଚାଳନାରେ…
ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୧୦ ହଜାର ୫୯୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୧୧୭୯, କଟକରୁ ୧୧୫୨, ଅନୁଗୁଳରୁ ୯୬୯, ସୁନ୍ଦରଗଡରୁ ୭୨୩, ମୟୂରଭଞ୍ଜରୁ ୬୧୮, ବାଲେଶ୍ବରରୁ ୫୦୭, ପୁରୀରୁ ୪୫୬, ଢେଙ୍କାନାଳରୁ ୪୫୩, କଳାହାଣ୍ଡିରୁ ୩୯୭, ଭଦ୍ରକରୁ ୩୭୭, ବରଗଡରୁ ୩୫୭, ସମ୍ବଲପୁରରୁ ୩୧୭, ନବରଙ୍ଗପୁରରୁ ୨୯୬, ଜଗତସିଂହପୁରରୁ ୨୧୧, ରାୟଗଡାରୁ ୨୧୧, କେନ୍ଦ୍ରାପଡାରୁ ୧୯୮, ଗଞ୍ଜାମରୁ ୧୯୭, ବଲାଙ୍ଗୀରିରୁ ୧୯୫, ସୋନପୁରରୁ ୧୯୦, ନୟାଗଡରୁ ୧୮୪, କୋରାପୁଟରୁ ୧୮୧, ବୌଦ୍ଧରୁ ୧୭୭, ଯାଜପୁରରୁ ୧୭୦, ଝାରସୁଗୁଡାରୁ ୧୨୫, କେନ୍ଦୁଝରରୁ ୧୧୬, ମାଲକାନାଗିରିରୁ ୧୧୬, କନ୍ଧମାଳରୁ ୧୦୧, ଦେବଗଡରୁ ୮୭, ଗଜପତିରୁ ୭୨, ନୂଆପଡାରୁ ୬୦ ଏବଂ ଷ୍ଟେଟ ପୁଲରୁ ୨୦୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୭…
କଟକ: ବେଆଇନ ଚିଙ୍ଗୁଡି ଘେରି ମାମଲାରେ ଚାରି ଜିଲ୍ଲାର ଜିଲ୍ଲାପାଳମାନଙ୍କୁ ଅଦାଲତରେ ହାଜର ହେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଚାରି ଜିଲ୍ଲାପାଳଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ପୁରୀ, ଖୋର୍ଦ୍ଧା, ଗଞ୍ଜାମ ଏବଂ କେନ୍ଦ୍ରାପଡା ଜିଲ୍ଲାପାଳଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ନିର୍ଦ୍ଦେଶ ହୋଇଛି। କୋର୍ଟଙ୍କ ନିର୍ଦ୍ଦେଶକୁ କିପରି କାର୍ଯ୍ୟକାରୀ କରାଯାଇଛି, ତାହା ନେଇ ଅଦାଲତଙ୍କୁ ଜିଲ୍ଲାପାଳମାନେ ଜଣାଇବା ପାଇଁ କୁହାଯାଇଛି। ତେବେ ଆସନ୍ତା ୨୨ ତାରିଖରେ ଏହି ମାମଲାରେ ପରବର୍ତ୍ତୀ ଶୁଣାଣି ହେବ।
ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାତ୍ୟା “ୟଶ୍”ର କ୍ଷୟକ୍ଷତି ସମୀକ୍ଷା କରିଛନ୍ତି। ବାତ୍ୟା “ୟଶ୍” ଯୋଗୁଁ ରାଜ୍ୟରେ ମୋଟ ୬୧୦ କୋଟି ଟଙ୍କା କ୍ଷତି ହୋଇଛି। ସରକାରୀ ଭିତ୍ତି ଭୂମିର କ୍ଷତି ପରିମାଣ ୫୨୦ କୋଟି ଟଙ୍କା ହୋଇଥିବା ବେଳେ ୯୦ କୋଟି ଟଙ୍କାର ବ୍ୟକ୍ତିଗତ ସମ୍ପତ୍ତି ନଷ୍ଟ ହୋଇଛି। ବାତ୍ୟାରେ ୧୧ ହଜାର ଗାଁର ମୋଟ ୬୦ ଲକ୍ଷ ପ୍ରଭାବିତ ହୋଇଛନ୍ତି। ରିଲିଫ ପାଇଁ ୬୬ କୋଟି ଟଙ୍କା ଆବଶ୍ୟକ ଥିବା ବେଳେ ଶକ୍ତି ବିଭାଗର କ୍ଷୟକ୍ଷତି ପରିମାଣ ୧୫୦ କୋଟି ଟଙ୍କା ରହିଛି। ସେହିଭଳି ସ୍କୁଲ ଘର, ଅଙ୍ଗନବାଡି, ପଞ୍ଚାୟତ ରାସ୍ତା କ୍ଷତି ପରିମାଣ ୨୭୭ କୋଟି ଟଙ୍କା ରହିଛି। ଏନେଇ ମୁଖ୍ୟ ସଚିବ ସୂଚନା ଦେଇଛନ୍ତି।
ସୀତାରାମ ଅଗ୍ରୱାଲ ଚିଲିକା: ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନମଣ୍ଡଳୀରେ କରୋନା ସଂକ୍ରମଣ ଆଜି ସାମାନ୍ୟ ଅଛି। ଆଜି ଉକ୍ତ ନିର୍ବାଚନମଣ୍ଡଳୀରେ ମୋଟ ୩୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ୩୩ ଜଣଙ୍କ ମଧ୍ୟରୁ ବାଣପୁର ବ୍ଲକରେ ୧୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ, ଚିଲିକା ବ୍ଲକରୁ ୯ ଜଣ, ବାଲୁଗାଁ ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୨ ଜଣ ଏବଂ ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦରୁ ୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଆଜି ୫୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୫୪ ଜଣଙ୍କ ମଧ୍ୟରୁ ବାଣପୁର ବ୍ଲକରୁ ୧୪ ଜଣ ସୁସ୍ଥ ହୋଇଥିବା ବେଳେ ଚିଲିକା ବ୍ଲକରୁ ୩୩ ଜଣ ଏବଂ ବାଲୁଗାଁ ବିଜ୍ଞାପିତ ଅଞ୍ଚଳରୁ ୭ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଆଜି ସୁଦ୍ଧା ବାଣପୁର ବ୍ଲକରେ ୧୪୫ ଜଣ ଆକ୍ରାନ୍ତ ଚିକିତ୍ସିତ ହେଉଥିବା ବେଳେ ବାଣପୁର…
ଭୁବନେଶ୍ୱର: ୭୪ବର୍ଷର ସ୍ୱାଧୀନତା ପରେ ପ୍ରଥମ ବ୍ୟକ୍ତି ଭାବରେ ବିଶିଷ୍ଟ ସ୍ଥପତି ରଘୁନାଥ ମହାପାତ୍ରଙ୍କୁ ୨୦୧୮ ମସିହାରେ ଓଡ଼ିଶାରୁ ଭାରତବର୍ଷର ରାଷ୍ଟ୍ରପତି ରାଜ୍ୟସଭାକୁ ମନୋନୀତ କରିଥିଲେ। କିନ୍ତୁ ଦୁଃଖର କଥା କାଳର କରାଳ ସ୍ରୋତରେ କରୋନା ସଂକ୍ରମଣରେ ସଂକ୍ରମିତ ହୋଇ ରଘୁନାଥ ମହାପାତ୍ର ତାଙ୍କର ରାଜ୍ୟସଭା କାର୍ଯ୍ୟକାଳ ୩ବର୍ଷ ବାକି ଥାଉ ଥାଉ ଗତମାସରେ ଇହଧାମରୁ ବିଦାୟ ନେଲେ। ତାଙ୍କ ମୃତ୍ୟୁର ଦୁଃଖ ଓଡ଼ିଶାବାସୀଙ୍କ ମନରୁ ନ ଭୁଲୁଣୁ ଭାରତବର୍ଷର ରାଷ୍ଟ୍ରପତି ମହୋଦୟ ତାଙ୍କର ବାକି କାର୍ଯ୍ୟକାଳ ପାଇଁ ସୁପ୍ରିମକୋର୍ଟର ବିଶିଷ୍ଟ ଆଇନଜୀବୀ ମହେଶ ଜେଠମାଲାନୀଙ୍କୁ ମନୋନୀତ କରିଛନ୍ତି। ଶ୍ରୀଯୁକ୍ତ ଜେଠମାଲାନୀ ଜଣେ ଖ୍ୟାତନାମା ଓକିଲ ଏବଂ ତାଙ୍କୁ ରାଜ୍ୟସଭାକୁ ମନୋନୀତ କରିବାରେ ଆମ୍ଭର କୌଣସି ବିଦ୍ୱେଷ ନାହିଁ। କିନ୍ତୁ ଓଡ଼ିଶାର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ଶ୍ରୀଯୁକ୍ତ ଜେଠମାଲାନୀଙ୍କୁ ମନୋନୟନ କରିବା ଓଡ଼ିଶାବାସୀଙ୍କୁ ଆଘାତ ଦେଇଛି। ଏ ରାଜ୍ୟରେ ଶିଳ୍ପ, କଳା, ସାହିତ୍ୟ, ନୃତ୍ୟ, ସଙ୍ଗୀତ, ଶିଳ୍ପୀକଳା ଓ ରାଜନୀତି…
ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୯୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୯୧୮ ଆକ୍ରାନ୍ତଙ୍କ ମଧ୍ୟରୁ ୧୬୯ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୭୪୯ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୭ ହଜାର ୬୭୬ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୧୧୦୨ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୬୬ ହଜାର ୩୨୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୦ ହଜାର ୯୮୮ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୩୪୩ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

