ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ସ୍ୱାସ୍ଥ୍ୟବିଭାଗ ପକ୍ଷରୁ ଜିଲ୍ଲାରେ ତୃତୀୟ ପର୍ଯ୍ୟାୟ ୧୮ରୁ୪୪ ବୟସ ବର୍ଗଙ୍କୁ ସ୍ୱତନ୍ତ୍ର ଟିକାକରଣ ଗତ ୨୬/୫/୨୦୨୧ରୁ ୨୯/୫/୨୦୨୧ ଚାରିଦିନ ବ୍ୟାପି ଟିକାକରଣ ଅନୁଷ୍ଠିତ ହୋଇଯାଇଛି। ଭବାନୀପାଟଣା ପୌରପାଳିକା ଅଞ୍ଚଳରେ ମୋଟ ୮ ଟି କେନ୍ଦ୍ରରେ ନିର୍ଦ୍ଧାରିତ ସ୍ଲଟ୍ ଅନୁସାରେ ବୁକିଂ କରିଥିବା ଯୁବବର୍ଗଙ୍କୁ ଟିକା ପ୍ରଦାନ କରାଯାଇଥିଲା। ଭବାନୀପାଟଣା ଜିଲ୍ଲା ମୁଖ୍ୟଡାକ୍ତରଖାନାରେ ୧୦୪୮ଜଣ, ଓୟୁଏଟି କୃଷିମହାବିଦ୍ୟାଳୟ କେନ୍ଦ୍ରରେ ୧୬୯୦, ପୁଲିସ୍ ଡାକ୍ତରଖାନାରେ ୫୧୦ଜଣ, ସରକାରୀ ଆଇଟିଆଇ କେନ୍ଦ୍ରରେ ୨୦୭୬ଜଣ, କେନ୍ଦ୍ରୀୟ ବିଦ୍ୟାଳୟ କେନ୍ଦ୍ରରେ ୩୯୬୫ଜଣ, ପ୍ରଗତୀ କଲେଜ କେନ୍ଦ୍ରରେ ୩୭୭୦ଜଣ, ବିମଳା କନଭେଣ୍ଟ ସ୍କୁଲରେ ୪୬୨୫ଜଣ, ନକଟିଗୁଡ଼ାସ୍ଥିତ ସରକାରୀ ମହିଳା ମହାବିଦ୍ୟାଳୟ କେନ୍ଦ୍ରରେ ୨୨୬୬ଜଣ ଓ ସହରାଞ୍ଚଳ ସ୍ୱାସ୍ଥ୍ୟକେନ୍ଦ୍ରରେ ୯୫୬ ଜଣଙ୍କୁ ମିଶାଇ ମୋଟ ୨୦୯୦୬ ଜଣଙ୍କୁ ଟିକା ପ୍ରଦାନ କରାଯାଇଥିଲା। ଜିଲ୍ଲାପାଳ ଡା.ଗାଭାଲି ପରାଗ ହର୍ଷଦଙ୍କ ପ୍ରତ୍ୟକ୍ଷ ତତ୍ୱବଧାନରେ ସ୍ୱାସ୍ଥ୍ୟବିଭାଗ, ପ୍ରଶାସନ, ପୌରପରିଷଦ ଅଧିକାରୀ ଓ କର୍ମଚାରୀଙ୍କୁ…
Author: Samikhsya Bureau
ଭୁବନେଶ୍ବର: ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ଆଜି ପରଲୋକ ହୋଇଯାଇଛି। କୋଭିଡରେ ଆକ୍ରାନ୍ତ ହୋଇ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ବିଜୟଶ୍ରୀ ଚିକିତ୍ସିତ ହେଉଥିଲେ। କୋଭିଡ ପରବର୍ତ୍ତୀ ଜଟିଳତା ଯୋଗୁଁ ସେ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି। ୬୮ ବର୍ଷ ବୟସରେ ବିଜୟଶ୍ରୀଙ୍କ ପରଲୋକ ଘଟିଛି। ବିଜୟଶ୍ରୀ ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟଙ୍କ ପୁଅ। ସେ ବାସୁଦେବପୁର ନିର୍ବାଚନମଣ୍ଡଳୀରୁ ୬ ଥର ବିଧାୟକ ଭାବେ ନିର୍ବାଚିତ ଥିଲେ। ହେଲେ ସେ 2019 ନିର୍ବାଚନରେ ପ୍ରତିଦ୍ବନ୍ଦିତା କରି ନ ଥିଲେ। ବିଜୟଶ୍ରୀ ନବୀନ ସରକାରରେ ଏକାଧିକ ମନ୍ତ୍ରୀ ପଦବୀରେ ରହି କାର୍ଯ୍ୟ କରିଛନ୍ତି।
ନୟାଗଡ/ଚାନ୍ଦପୁର: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଜାତୀୟ ରାଜପଥରେ ଏକ ସଡକ ଦୁର୍ଘଟଣା ଘଟିଯାଇଛି। ଚାନ୍ଦପୁର ଥାନା ୧୬ ନମ୍ବର ଜାତୀୟ ରାଜପଥରେ ଟ୍ରକର ପଛ ପଟୁ ପିଟି ଗୋଟିଏ କାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୁର୍ଘଟଣାଗ୍ରସ୍ତ କାର ଭିତରୁ ୨ ଲକ୍ଷରୁ ଉର୍ଦ୍ଧ୍ଵ ଟଙ୍କା ଚୋରି ହୋଇଥିବା ଚାଳକଜଣଙ୍କ ଅଭିଯୋଗ କରିଛନ୍ତି। ସୂଚନା ନୁଯାୟୀ, ବିଶାଖାପାଟଣାମରୁ ଭୁବନେଶ୍ଵର ଅଭିମୁଖେ ଯାଉଥିବା ଏକ କାର (ଏପି ୩୯ ଏଫଏନ ୫୦୦୪) ଟି ଶନିମନ୍ଦିର ଓଭରବ୍ରିଜ ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ଓଭରବ୍ରିଜ ନିକଟରେ ଥିବା ହମ୍ପସରେ ଗୋଟିଏ ଟ୍ରକ ହଠାତ ବ୍ରେକ ମାରିବା ଦ୍ଵାରା ପଛରେ ଥିବା କାରଟି ଭାରସାମ୍ୟ ହରାଇ ତାକୁ ଧକ୍କା ଦେଇଥିଲା। ଘଟଣାସ୍ଥଳରୁ ଟ୍ରକ ଚାଳକ ଫେରାର ହୋଇଯାଇଥିବା ବେଳେ ସ୍ଥାନୀୟଲୋକେ କାର ଚାଲାକଙ୍କୁ ଉଦ୍ଧାର କରିଥିଲେ। କାର ଚାଳକଙ୍କୁ ଚିକିତ୍ସା ପାଇଁ ସେମାନେ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଚାନ୍ଦପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡିକୁ ଜବତ କରିଛି। ଏପଟେ କାର…
ଭୁବନେଶ୍ବର, ବର୍ତ୍ତମାନ ସାରା ଦେଶରେ ଅମ୍ଳଜାନ ସଙ୍କଟ ପରିଲକ୍ଷିତ ହେଉଛି। କୋଭିଡ ଆକ୍ରାନ୍ତଙ୍କ ପାଇଁ ଅମ୍ଳଜାନ ଏକ ଆବଶ୍ୟକ ପଥି ହୋଇଯାଇଛି। କାରଣ କରୋନା ଭୂତାଣୁ ମଣିଶ ଶରୀର ଭିତରେ ପ୍ରବେଶ କରି ସେ ଅମ୍ଲଜାନ ସ୍ତରକୁ ହ୍ରାସ କରିଦିଏ। ସାଧାରଣତଃ ମଣିଷ ଶରୀରରେ ଆମ୍ଳଜାନ ସ୍ତର 75 ରୁ ଉର୍ଦ୍ଧ ମିଲିମିଟର ଭିତରେ ରହିଥାଏ। ହେଲେ 70 ତଳକୁ ଖସିଲେ ସତର୍କ ହୋଇ ଡାକ୍ତରଙ୍କ ପରାମର୍ଶର ଆବଶ୍ୟତା ହୋଇଥାଏ। ସାଧାରଣତଃ ମଣିଷମାନଙ୍କର ଦୈନିକ 12 ହଜାର ଲିଟର ଅମ୍ଲଜାନର ଆବଶ୍ୟକତା ପଡିଥାଏ। ପ୍ରତି ମିନିଟରେ 7 ରୁ 8 ହଜାର ଲିଟର ଅମ୍ଳଜାନର ଆବଶ୍ୟକ ପଡେ। କାରଣ ଏହି ଅମ୍ଲଜାନ ଦେହରେ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି କରିବାରେ ସାହାର୍ଯ୍ୟ କରିଥାଏ। ସେଥିପାଇଁ ଆମ ପାଇଁ ଶୁଦ୍ଧ ଅମ୍ଲଜାନର ଆବଶ୍ୟକତା ରହିଛି। ତେବେ ବର୍ତ୍ତମାନ ବାୟୁ ପ୍ରଦୂଷଣ ଭିତରେ ଶୁଦ୍ଧ ଅମ୍ଲଜାନ ସବୁ ସ୍ଥାନରେ ମିଳିପାରେ ନାହିଁ। ବିଶେଷ କରି…
ନୂଆଦିଲ୍ଲୀ: ଭାରତକୁ ଫାଇଜର ଏବଂ ମଡାର୍ଣ୍ଣ ଭଳି ବିଦେଶୀ ଟୀକା ଶୀଘ୍ର ଆଣିବା ପାଇଁ ଏକ ବଡ ପଦକ୍ଷେପ ନିଆଯାଇଛି। ଏହି ଟୀକାର ଭାରତରେ ଅଲଗା ଟ୍ରାଏଲ ସର୍ତ୍ତକୁ ଡିସିଜିଆଇ ଉଠାଇଦେଇଛି। ଅନ୍ୟ ଦେଶରେ ଦିଆଯାଉଥିବା ତଥା ବିଶ୍ଵ ସ୍ୱାସ୍ଥ୍ୟ ସଂଗଠନ ଯେଉଁ ଟୀକାକୁ ଜରୁରୀକାଳିନ ବ୍ୟବହାର ପାଇଁ ଅନୁମତି ଦେଇଛି, ସେହି ଟୀକା ପାଇଁ ଭାରତରେ ବ୍ରିଜିଙ୍ଗ ଟ୍ରାଏଲ କରିବା ଆବଶ୍ୟକ ନାହିଁ। ଭାରତକୁ ଏହି ଦୁଇ କମ୍ପାନୀ ଟୀକା ଦେବା ପାଇଁ ପୂର୍ବରୁ ଆଗ୍ରହ ପ୍ରକାଶ କରିଥିଲେ। ଏହି ଦୁଇ କମ୍ପାନୀ କ୍ଷତିପୂରଣ ଏବଂ ସ୍ଥାନୀୟ ଟ୍ରାଏଲରୁ ମୁକ୍ତ କରିବା ପାଇଁ ଭାରତକୁ କହିଥିଲେ। ଅତ୍ୟଧିକ ଖରାପ ପ୍ରଭାବ ପାଇଁ କ୍ଷତିପୂରଣ ସହାୟତା କିମ୍ବା କମ୍ପାନୀର ଦାୟିତ୍ଵ ଉପରେ ଭାରତ ସରକାର କୌଣସି ନିଷ୍ପତ୍ତି ନେଇନାହିଁ। କିନ୍ତୁ ସ୍ଥାନୀୟ ଟ୍ରାଏଲ ନକରିବା ପାଇଁ ଭାରତ ସରକାର ରାଜି ହୋଇଛି।
ସୀତାରାମ ଅଗ୍ରୱାଲ ଟାଙ୍ଗୀ: ସୋସିଆଲ ମିଡିଆରେ ଯୁବତୀଙ୍କ ଅଶ୍ଳୀଳ ଫୋଟୋ ଭାଇରାଲ କରିବା ମହଙ୍ଗା ପଡିଛି। ଏହି ମାମଲାରେ ଦୁଇ ଜଣ ଯୁବକଙ୍କୁ ପୋଲିସ ଗିରଫ କରିଛି। ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅଞ୍ଚଳରେ ଏପରି ଏକ ଘଟଣା ଘଟିଛି। ଏ ନେଇ ଆଜି ମଧ୍ୟାହ୍ନରେ ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ ଟାଙ୍ଗୀ ଥାନା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି। ଏସଡ଼ିପିଓ ଙ୍କ ସୂଚନା ମୁତାବକ ଗତ ମଇ ୨୯ ତାରିଖରେ ଟାଙ୍ଗୀ ଥାନାରେ ପୀଡିତାଙ୍କ ମା’ ତାଙ୍କ ଝିଅର ଅଶ୍ଳୀଳ ଫୋଟୋ ସୋସିଆଲ ମିଡ଼ିଆରେ ଭାଇରାଲ ହୋଇଥିବାର ଲିଖିତ ଅଭିଯୋଗ କରିଥିଲେ। ଟାଙ୍ଗୀ ପୋଲିସ ସଙ୍ଗେସଙ୍ଗେ ସୂଚନା ଏବଂ ପ୍ରଯୁକ୍ତିବିଦ୍ୟା ନିୟମ ଅନୁଯାୟୀ ଧାରା ୬୬(ସି), ୬୬(ଇ), ୬୭ ରେ ୧୬୮/୨୧ ରେ ଏକ ମାମଲା ରୁଜୁ କରିଥିଲା। ଏହି ଘଟଣାକୁ ଖୋର୍ଦ୍ଧା ଏସପି ଗୁରୁତର ସହକାରେ ନେଇ ଦୁଇଟି ସ୍ୱତନ୍ତ୍ର ଟିମ ଗଠନ…
ନୂଆଦିଲ୍ଲୀ: ଗ୍ୟାସ ସିଲିଣ୍ଡର ବିସ୍ଫୋରଣରେ ୭ ଜଣଙ୍କ ମୃତ୍ୟୁ ହୋଇଛି। ଯେଉଁଥିରେ ୭ ଜଣ ଲୋକ ଆହତ ହୋଇଛନ୍ତି। ଉତ୍ତରପ୍ରଦେଶର ଗୋଣ୍ଡା ଜିଲ୍ଲାରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ସୂଚନା ଅନୁଯାୟୀ, ଗତକାଲି ବିଳମ୍ବିତ ରାତିରେ ଗୋଣ୍ଡା ଜିଲ୍ଲାରେ ଏକ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣଟି ଏତେ ଶକ୍ତିଶାଳୀ ଥିଲା ଯେ, ଦୁଇଟି ଘର ଧରାଶାୟୀ ହୋଇପଡିଥିଲା। ଏଥିରେ ୭ ଜଣ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଆହାତ ହୋଇଛନ୍ତି। ଆହାତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ହେଲେ ଆଉ ଜଣେ ବ୍ୟକ୍ତି ଭଙ୍ଗା ଘର ଭିତରେ ଫାଶୀ ରହିଥିବା ଜଣା ପଡିଛି। ନୁରୁଲ ହାସନ ନାମକ ଜଣେ ବ୍ୟକ୍ତିଙ୍କ ଘରେ ବିସ୍ଫୋରଣ ହୋଇଥିବା ଜଣାପଡିଛି।
ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ବିଜେପି ସରକାରର କାର୍ଯ୍ୟକୁ ସମୀକ୍ଷା କରି ଶୀର୍ଷ ନେତାମାନେ ଦିଲ୍ଲୀ ଫେରିଛନ୍ତି। ସମୀକ୍ଷା ପରେ ଯୋଗୀ ସରକାରର କାର୍ଯ୍ୟକୁ ଦଳର ଏହି ଶୀର୍ଷ ନେତାମାନେ ସନ୍ତୋଷବ୍ୟକ୍ତ କରିଛନ୍ତି। ବିଜେପିର ରାଷ୍ଟ୍ରୀୟ ସମ୍ପାଦକ ବିଏଲ ସନ୍ତୋଷ କହିଛନ୍ତି ଯେ, ରାଜ୍ୟରେ କରୋନାର ଦ୍ଵିତୀୟ ଲହରକୁ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଭଲ ଭାବେ କାବୁ କରିଛନ୍ତି। ପାଞ୍ଚ ସପ୍ତାହ ଭିତରେ ଦୈନିକ ସଂକ୍ରମଣ ମାମଲାକୁ ୯୩ ପ୍ରତିଶତ ହାରରେ କମ କରାଯାଇଛି। ସେ ଆହୁରି କହିଛନ୍ତି ଯେ, ୨୦ କୋଟି ଜନସଂଖ୍ୟା ବିଶିଷ୍ଠ ରାଜ୍ୟରେ କରୋନା ସଂକ୍ରମଣକୁ ଭଲ ଭାବେ ଯୋଗୀ ଆଦିତ୍ୟନାଥ କାବୁ କରିଛନ୍ତି। ଯେଉଁଠି ଜଣେ ମୁଖ୍ୟମନ୍ତ୍ରୀ ମାତ୍ର ୧.୫ କୋଟି ଜନସଂଖ୍ୟା ବିଶିଷ୍ଠ ସହରକୁ କରୋନା ସଂକ୍ରମଣକୁ ରୋକିବାରେ ବିଫଳ ହୋଇଛନ୍ତି, ହେଲେ ଯୋଗୀ ସରକାର କରୋନା ସଂକ୍ରମଣକୁ ରୋକିବାରେ ସଫଳ ହୋଇଛି।
କନ୍ଦର୍ପ ବେହେରା ରେଢାଖୋଲ: ନାକଟିଦେଉଳ ବ୍ଲକ୍ ଜାମୁଯୋରୀ ପଂଚାୟତର ଆମ୍ବଝରି ଗ୍ରାମରେ ଚାଷ ଜମିରେ ଗେଲ୍ ଇଣ୍ଡିଆ ନାମକ ଏକ ଗ୍ୟାସ୍ କଂପାନୀ ପାଇପ୍ ବିଛାକୁ ନେଇ ଗ୍ରାମବାସୀ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବା ସହ ଏହି କାମକୁ ବିରୋଧ କରିଥିବା ଜଣା ପଡିଛି। ପ୍ରକାଶ ଯେ, ଆମ୍ବଝରି ଗ୍ରାମରେ ପାଇପ୍ ବିଛାଇବା ପାଇଁ ଗତ ୪/୯/୨୦୧୮ ରେ ଏକ ସର୍ଭେକାମ କଂପାନୀ କରିଥିଲା। ଗ୍ରାମବାସୀ ଏ ସଂପର୍କରେ ଜାଣିପାରି ନ ଥିଲେ। ଚାଷ ଜମିରେ ପାଇପ୍ ବିଛା ହେବା ସଂପର୍କରେ ଗ୍ରାମବାସୀ ଜାଣିବା ପରେ ଗତ ୨୨/୧୦/୨୦୧୮ ରେ କଂପାନୀ ମୁଖ୍ୟ, ପ୍ରଧାନମନ୍ତ୍ରୀ, ସମ୍ବଲପୁର ଜିଲ୍ଲାପାଳ, ନାକଟିଦେଉଳ ତହସିଲ୍ଦାର, ବିଧାୟକ, ମାନବାଧିକାର କମିଶନ୍ ଆଦିକୁ ଲିଖିତା କାରରେ ଜଣାଇଥିଲେ। ହେଲେ ଗେଲ୍ ଇଣ୍ଡିଆ କଂପାନୀ ଚାଷୀମାନଙ୍କୁ କିଛି ବି ନୋଟିସ୍ ନ ଦେଇ ବିନା ଅନୁମତିରେ ପାଇପ୍ ଲାଇନ୍ ବିଛାଇବା ଜାଣିବା ଖବର ପାଇବା ପରେ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା…
ଭୁବନେଶ୍ବର: ରାଜ୍ୟରେ ଏବେ ୪୧ ଜଣ ବ୍ଲାକ ଫଙ୍ଗସ୍ ରୋଗୀ ଚିହ୍ନଟ ହୋଇ ଚିକିତ୍ସାଧୀନ ଅଛନ୍ତି। ଚିହ୍ନଟ ହେଉଥିବା ବ୍ଲାକ ଫଙ୍ଗସ୍ ରୋଗୀଙ୍କ ଚିକିତ୍ସା ପାଇଁ ସ୍ଵତନ୍ତ୍ର ୱାର୍ଡର ବ୍ୟବସ୍ଥା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ସ୍ଵତନ୍ତ୍ର ୱାର୍ଡ ବ୍ୟାବସ୍ଥା ପାଇଁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ମେଡିକାଲ କଲେଜ ଏବଂ ହସ୍ପିଟାଲରେ ମଧ୍ୟ ସ୍ଵତନ୍ତ୍ର ୱାର୍ଡ ପାଇଁ ନିର୍ଦ୍ଦେଶ ହୋଇଛି। କୋଭିଡ ଆକ୍ରାନ୍ତ ଏବଂ ବ୍ଲାକ ଫଙ୍ଗସ୍ ରୋଗୀଙ୍କ ପାଇଁ ଅଲଗା ଅଲଗା ୱାର୍ଡର ବ୍ୟବସ୍ଥା କରାଯାଉଛି। ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶ ନିରଞ୍ଜନ ମିଶ୍ର ଏନେଇ ସୂଚନା ଦେଇଛନ୍ତି।
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୧ ଲକ୍ଷ ୩୨ ହଜାର ୭୮୮ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୩ ହଜାର ୨୦୭ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୨ କୋଟି ୮୩ ଲକ୍ଷ ୭ ହଜାର ୮୩୨ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୩୫ ହଜାର ୭୦୨ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୬୧ ଲକ୍ଷ ୭୯ ହଜାର ୮୫ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୧୭ ଲକ୍ଷ ୯୩ ହଜାର ୬୪୫ ଆକ୍ଟିଭ୍ କେସ୍ ରହିଛି।
ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୪୦ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୪୦ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୮୩୧ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ଅନୁଗୁଳ, କଟକ, କଳାହାଣ୍ଡି ଓ ଖୋର୍ଦ୍ଧା ଜିଲ୍ଲାରୁ ୫ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ସୁନ୍ଦରଗଡରୁ ୪ ଜଣ, ବୌଦ୍ଧ ଏବଂ ରାୟଗଡା ଜିଲ୍ଲାରୁ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ସେହିଭଳି ଦେବଗଡ, ସମ୍ବଲପୁର, ନବରଙ୍ଗପୁର ଜିଲ୍ଲାରୁ ୨ ଜଣ ଲେଖାଏଁଙ୍କ ମୃତ୍ୟୁ ହୋଇଥିବା ବେଳେ ବାଲେଶ୍ଵର, ଢେଙ୍କାନାଳ, ଯାଜପୁର ଓ ମାଲକାନାଗିରି ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନି ଘଟିଛି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୮୨ ହଜାର ୧୩୧ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୬ ଲକ୍ଷ ୯୨ ହଜାର ୨୭ ଜଣ। ରାଜ୍ୟରେ…
ସୀତାରାମ ଅଗ୍ରୱାଲ ବାଣପୁର: ଲକଡାଉନ ସମୟରେ ଦୋକାନ ବଜାର ବନ୍ଦ ରହୁଥିବାବେଳେ ଜନସାଧାରଣ ଘରେ ରହୁଛନ୍ତି। ଏହାର ସୁଯୋଗ ନେଇ ଗୋ ମାଫିଆ ମାନେ ସକ୍ରିୟ ହୋଇଉଠିଛନ୍ତି। ଦିନ ହେଉ ବା ରାତି ବେଧଡକ ବେଆଇନ ଗୋରୁ ଚାଲାଣ କରିବାକୁ ମାଫିଆମାନେ ପଛାଉନାହାନ୍ତି। ପୂର୍ବରୁ ଖୋର୍ଦ୍ଧା ଜିଲ୍ଲାର ବେଗୁନିଆ ଓ ଟାଙ୍ଗୀ ଅଞ୍ଚଳ ଗୋମାଫିଆଙ୍କ ହିଟ ଲିଷ୍ଟରେ ରହିଆସୁଥିବାବେଳେ ବର୍ତ୍ତମାନ ଆଉ ଏକ ନୂଆ ଅଞ୍ଚଳ ଏଥିରେ ଯୋଡି ହୋଇଯାଇଛି ତାହା ହେଉଛି ବାଣପୁର। ବର୍ତ୍ତମାନ ବାଣପୁର ଅଞ୍ଚଳରେ ମଧ୍ୟ ଗୋମାଫିଆ ମାନେ ମୁଣ୍ଡଟେକିବା ଆରମ୍ଭ କଲେଣି। ଆଜି ରାତି ଭୋର ୪ ଘଟିକାରେ ନାଚୁଣୀ ଫାଣ୍ଡି ପୋଲିସ ବାଣପୁର ବ୍ଲକ ଜୀବନଦେଇପୁର ନିକଟରେ ଏକ ଗୋରୁ ବୋଝେଇ ଗାଡିକୁ ଜବତ କରିବା ସହ ୬ ଗୋଟି ଗୋରୁଙ୍କୁ ଉଦ୍ଧାର କରିଛି। ସୂଚନା ମୁତାବକ ବାଣପୁର ଆଇଆଇସି ରଶ୍ମିରଞ୍ଜନ ସାହୁଙ୍କ ତତ୍ୱାବଧାନରେ ଗତକାଲି ରାତିତମାମ ନାଚୁଣୀ ଓ ଗମ୍ଭାରୀମୁଣ୍ଡା ଅଞ୍ଚଳରେ ଚେକିଂ…
ଭୁବନେଶ୍ଵର: ଓଡିଶାରେ ଯୁକ୍ତ ୨ ଦ୍ବାଦଶ ଶ୍ରେଣୀ ପରୀକ୍ଷା ହେବ କି ନାହିଁ ଆଜି ହେବ ଘୋଷଣା। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଏନେଇ ବୈଠକ ବସିବାର କାର୍ଯ୍ୟକ୍ରମ ରହିଛି। ସିବିଏସଇ ଦ୍ଵାଦଶ ପରୀକ୍ଷା ବାତିଲ ହେବା ପରେ ରାଜ୍ୟରେ ଯୁକ୍ତ ୨ ପରୀକ୍ଷା ନେଇ ରାଜ୍ୟ ସରାକର ବଡ ନିଷ୍ପତ୍ତି ନେଇପାରନ୍ତି। ପୂର୍ବରୁ ସିବିଏସଇ ଦଶମ ବୋର୍ଡ ପରୀକ୍ଷା ବାତିଲ ହେବା ପରେ ରାଜ୍ୟରେ ଓଡିଶା ମାଧ୍ୟମିକ ଶିକ୍ଷା ପରିଷଦ ମଧ୍ୟ ଦଶମ ପରୀକ୍ଷାକୁ ବାତିଲ କରିଥିଲେ।
ଭୁବନେଶ୍ବର, ସବୁବେଳେ କରୋନା ଆକ୍ରାନ୍ତରେ ସର୍ବାଧିକ ରହୁଥିବା ଖୋର୍ଦ୍ଧା ଜିଲ୍ଲାର ସଂଖ୍ୟା ଧିରେ ଧିରେ ନିୟନ୍ତ୍ରଣକୁ ଆସିବାରେ ଲାଗିଛି। ନୂଆ ତଥ୍ୟ ଅନୁସାରେ ବର୍ତ୍ତମାନ ଖୋର୍ଦ୍ଧା ଜିଲ୍ଲାରେ 1102 ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଦ୍ବିତୀୟରେ ରହୁଛି କଟକ ଜିଲ୍ଲା। ଏହି ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି 766 ଜଣ। ତେବେ ବିଭିନ୍ନ ସମୟରେ ସର୍ବାଧିକ ଆକ୍ରାନ୍ତ ସଂଖ୍ୟା ରହୁଥିବା ସୁନ୍ଦରଗଡ ଜିଲ୍ଲାର କରୋନା ହ୍ରାସ ପାଇବାରେ ଲାଗିଛି। ସୁନ୍ଦରଗଡରେ ବର୍ତ୍ତମାନ 477 ଜଣ ଚିହ୍ନଟ ହୋଇଛନ୍ତି। ସୂଚନା ଓ ଲୋକ ସଂପର୍କ ବିଭାଗର ନୂଆ କରୋନା ତଥ୍ୟ ଅନୁସାରେ କ୍ରମାନ୍ବୟରେ ବିଭିନ୍ନ ଜିଲ୍ଲାର ସ୍ଥିତି ରହିଛି ଏହିପରି.. Khurda: 1102 Cuttack: 766 Jajpur: 514 Mayurbhanj: 485 Sundargarh: 477 Puri: 475 Angul: 468 Dhenkanal: 451 Rayagada: 292 Jagatsinghpur: 269 Balasore: 240 Nayagarh: 223 Kendrapada: 210 Nawarangpur: 200 Sambalpur: 191 Kalahandi:…
ଭୁବନେଶ୍ବର, ଓଡିଶାରେ କରୋନା ଆକ୍ରାନ୍ତ ସଂଖ୍ୟା ଏକ ପ୍ରକାରର ସ୍ଥିର ରହିଛି। ପୂର୍ବରୁ ଯେପରି ହୁହୁ ହୋଇ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିଲା ସେଥିରେ ସାମାନ୍ୟ ରୋକ ଲାଗିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗର ନୂଆ ତଥ୍ୟ ଅନୁସାରେ ରାଜ୍ୟରୁ ୮ ହଜାର ୩୯୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲି ଏହି ସଂଖ୍ୟା ଥିଲା ୮ ହଜାର ୭୩୫ ଆକ୍ରାନ୍ତ। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରଣ୍ଟାଇନରୁ ୪ ହଜାର ୭୪୧ ଜଣ ଥିବା ବେଳେ ସ୍ଥାନୀୟ ସଂକ୍ରାମଣ ସଂଖ୍ୟା ହେଉଛି ୩ ହଜାର ୬୫୮। ମୁଖ୍ୟତଃ ରାଜ୍ୟରେ ଲକଡାଉନ ଲାଗୁ କରିବା ଦ୍ବାରା ଏହି ସଂକ୍ରାମଣ ସଂଖ୍ୟାକୁ ନିୟନ୍ତ୍ରଣରେ ରହିଛି।
ନୂଆଦିଲ୍ଲୀ, ସମ୍ମୁଖ ଭାଗରେ ରହି ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଥିବା ସ୍ୱାସ୍ଥ୍ୟକର୍ମୀମାନଙ୍କର ସୁରକ୍ଷାକୁ କେନ୍ଦ୍ର ସରକାର ଗୋଟିଏ ବର୍ଷର ଅବଧି ଲାଗି ଏହି ବୀମା ଯୋଜନାକୁ ସମ୍ପ୍ରସାରିତ କରିଛନ୍ତି। ଏହାଛଡ଼ା ଏଥିରେ ସେହି ସ୍ୱାସ୍ଥ୍ୟ କର୍ମୀମାନଙ୍କର ଆଶ୍ରିତମାନଙ୍କୁ ସୁରକ୍ଷା ପ୍ରଦାନ କରାଯିବା ଜାରି ରହିବ। ‘ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ପ୍ୟାକେଜ(ପିଏମଜିକେପି) ଅନ୍ତର୍ଗତ କୋଭିଡ-୧୯ ମୁକାବିଲା କରୁଥିବା ସ୍ୱାସ୍ଥ୍ୟ କର୍ମୀଙ୍କ ଲାଗି ବୀମା ଯୋଜନା’କୁ ୩୦ ମାର୍ଚ୍ଚ, ୨୦୨୦ରେ ଆରମ୍ଭ କରଯାଇଥିଲା। ଏହି ଯୋଜନାକୁ ପ୍ରାରମ୍ଭରେ ୯୦ ଦିନ ପର୍ୟ୍ୟନ୍ତ ଅବଧି ଲାଗି ୫୦ ଲକ୍ଷ ଟଙ୍କାର ବ୍ୟାପକ ବ୍ୟକ୍ତିଗତ ଦୁର୍ଘଟଣା କଭର ପ୍ରଦାନ କରିବା ନିମନ୍ତେ ଆରମ୍ଭ କରାଯାଇଥିଲା। ଏହାର ହିତାଧିକାରୀମାନଙ୍କ ମଧ୍ୟରେ ଗୋଷ୍ଠୀ ସ୍ୱାସ୍ଥ୍ୟ କର୍ମୀ ଓ ଘରୋଇ ସ୍ୱାସ୍ଥ୍ୟ କର୍ମୀଙ୍କ ସମେତ ସମସ୍ତ ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀମାନଙ୍କୁ ସାମିଲ କରାଯାଇଥିଲା। ସରକାର ଏହି ଯୋଜନାକୁ କୋଭିଡ ରୋଗୀଙ୍କ ଯତ୍ନ ନେବା ଲାଗି ତଥା ସେହି ଲୋକମାନଙ୍କ ପାଇଁ ପ୍ରସ୍ତୁତ…
ମେଷ-କୌଣସି ନିଷ୍ପତ୍ତି ନେବା ପୂର୍ବରୁ ସାମ୍ପ୍ରତିକ ପରିସ୍ଥିତି ଉପରେ ନଜର ରଖିବା ଆବଶ୍ୟକ ହେବ। ଏକ ବୃତ୍ତିଗତ ସ୍ତରର ସମସ୍ୟାର ସମାଧାନ ପାଇଁ ଆପଣ ପୁରସ୍କାର ପାଇପାରିବେ । ବୁଝାମଣା ମାଧ୍ୟମରେ ଏହି ରାଶିର ଲୋକମାନେ କମ୍ ମୂଲ୍ୟରେ କିଛି କିଣିବାକୁ ଯାଉଛନ୍ତି । ନବ ବିବାହିତାମାନେ ସେମାନଙ୍କର ଦାମ୍ପତ୍ୟ ଜୀବନକୁ ପୂର୍ଣ୍ଣ ଉପଭୋଗ କରିବାକୁ ସକ୍ଷମ ହେବେ। ପ୍ରେମ ଜୀବନ ସନ୍ତୋଷଜନକ ହେବ । ଖାଦ୍ୟ ପ୍ରତି ଭଲପାଇବା ଆପଣଙ୍କୁ ଅସୁବିଧାରେ ପକାଇପାରେ । ବୃଷ- କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ଅବଗଣନା ଆରମ୍ଭ ହୋଇଛି, ଭଲ ପ୍ରସ୍ତୁତ ରୁହ। ଅଧ୍ୟୟନ ସ୍ତରରେ ଯେଉଁମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ସେମାନେ ସ୍ଥିତିର ଉନ୍ନତି ପାଇଁ କଠିନ ପରିଶ୍ରମ ଆରମ୍ଭ କରିବେ । ସମ୍ପତ୍ତି ଭଲ ଫଳ ଆଣିବ ବୋଲି ଆଶା କରାଯାଉଛି । ଏହି ସପ୍ତାହରେ ଅଳଙ୍କାର କିମ୍ବା ସୁନା କ୍ଷେତ୍ରରେ କାର୍ଯ୍ୟ କରୁଥିବା ଲୋକଙ୍କ ଆୟ ବୃଦ୍ଧି ପାଇବ ବୋଲି…
ନୂଆଦିଲ୍ଲୀ, ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ଚାଣକ୍ୟ ନୀତିରେ କେଉଁ ଲୋକଙ୍କୁ କେବେ ବି ବିଶ୍ବାସ କରିବ ନାହିଁ ତାହାର ଉଲ୍ଲେଖ କରିଛନ୍ତି। ଚାଣକ୍ୟ ନୀତି ଅନୁସାରେ ଯେଉଁମାନେ ସାକ୍ଷାତରେ ସବୁବେଳେ ମିଠା କଥା କହନ୍ତି ସେମାନଙ୍କୁ ବର୍ଜନ କରନ୍ତୁ। କାରଣ ମିଠା କଥା କହି ଆପଣଙ୍କ ବିଶ୍ବାସକୁ ସେମାନେ ହରଣ କରନ୍ତି। ଆଉ ଠିକ୍ ସମୟରେ ପଛରୁ ଛୁରାଘାତ କରିଥାନ୍ତି। ଏହି ଶ୍ରେଣୀର ଲୋକେ ଆପଣଙ୍କୁ ବିଶ୍ବାସ ଜନ୍ମମାଇ ଆପଣଙ୍କର ଗୁପ୍ତ କଥା ହାତେଇ ନିଅନ୍ତି। ପରବର୍ତ୍ତି ସମୟରେ ଆପଣଙ୍କୁ ଘାଟାରେ ପକାନ୍ତି। ସେଥିପାଇଁ ମିଷ୍ଟଭାଷୀ ଲୋକଙ୍କଠାରୁ ସବୁବେଳେ ଦୂରେଇ ରହନ୍ତୁ। କଦାପି ସେମାନଙ୍କୁ ବିଶ୍ବାସକୁ ନିଅନ୍ତୁ ନାହିଁ। ହଁ ଆପଣ ତାଙ୍କ ସହିତ ସଂପର୍କ ରଖିପାରନ୍ତି, ହେଲେ ଗଭୀର ସଂପର୍କ ରଖନ୍ତୁ ନାହିଁ। ଏମାନେ ହେଉଛନ୍ତି ପୂର୍ଣ ବିଷ ମାଠିଆ ଉପରେ ଥିବା କିଛି ଅମୃତ ସଦୃଶ୍ୟ।
ମେଷ-କୌଣସି ନିଷ୍ପତ୍ତି ନେବା ପୂର୍ବରୁ ସାମ୍ପ୍ରତିକ ପରିସ୍ଥିତି ଉପରେ ନଜର ରଖିବା ଆବଶ୍ୟକ ହେବ। ଏକ ବୃତ୍ତିଗତ ସ୍ତରର ସମସ୍ୟାର ସମାଧାନ ପାଇଁ ଆପଣ ପୁରସ୍କାର ପାଇପାରିବେ । ବୁଝାମଣା ମାଧ୍ୟମରେ ଏହି ରାଶିର ଲୋକମାନେ କମ୍ ମୂଲ୍ୟରେ କିଛି କିଣିବାକୁ ଯାଉଛନ୍ତି । କର୍କଟ- ଆପଣ ଜୀବନର ସେହି ଅଦ୍ଭୁତ ପର୍ଯ୍ୟାୟ ଦେଇ ଗତି କରୁଛନ୍ତି ଯାହା ଏପର୍ଯ୍ୟନ୍ତ ମିଳି ନାହଁ । ସ୍ୱାସ୍ଥ୍ୟ ଭଲ ହେବ ଏବଂ ଆପଣ ଏହାକୁ ଉପଭୋଗ କରିବାକୁ ସକ୍ଷମ ହେବେ । ବ୍ୟବସାୟ ବୃଦ୍ଧିରେ କିମ୍ବା ବୃତ୍ତିଗତ ଭାବରେ ତୁମର କ୍ୟାରିୟରର ସମ୍ଭାବନା ବଢାଇବାରେ ଆପଣ ସଫଳ ହେବାକୁ ଯାଉଛନ୍ତି ।
ବୃଷ- କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ଅବଗଣନା ଆରମ୍ଭ ହୋଇଛି, ଭଲ ପ୍ରସ୍ତୁତ ରୁହ। ଅଧ୍ୟୟନ ସ୍ତରରେ ଯେଉଁମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି, ସେମାନେ ସ୍ଥିତିର ଉନ୍ନତି ପାଇଁ କଠିନ ପରିଶ୍ରମ ଆରମ୍ଭ କରିବେ । ସମ୍ପତ୍ତି ଭଲ ଫଳ ଆଣିବ ବୋଲି ଆଶା କରାଯାଉଛି । ମିଥୁନ-ଆପଣ ବିଶ୍ବାସ ଯୋଗ୍ୟ ବ୍ୟକ୍ତିଙ୍କର ସହଯୋଗରେ ସଠିକ୍ ରାସ୍ତାରେ କାର୍ଯ୍ୟ ପାଇପାରିବେ। ସାମାଜିକ କ୍ଷେତ୍ରରେ ଆପଣ ସାମ୍ନା କରୁଥିବା ଯେ କୌଣସି ଘଟଣାରେ ଆପଣଙ୍କୁ ସାହସିକ ପଦକ୍ଷେପ ନେବାକୁ ପଡିପାରେ । ରୋମାଣ୍ଟିକ୍ ସ୍ତରରେ କିଛି ଲୁଚାଇ ପ୍ରେମିକ ଆପଣଙ୍କୁ ଲୋଭ କରିପାରେ ।

