ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ପରଲୋକ: କୋଭିଡରେ ଆକ୍ରାନ୍ତ ହୋଇ ଚିକିତ୍ସତ ହେଉଥିଲେ

Published: Jun 2, 2021, 6:09 pm IST

ଭୁବନେଶ୍ବର: ପୂର୍ବତନ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟଙ୍କ ଆଜି ପରଲୋକ ହୋଇଯାଇଛି। କୋଭିଡରେ ଆକ୍ରାନ୍ତ ହୋଇ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ବିଜୟଶ୍ରୀ ଚିକିତ୍ସିତ ହେଉଥିଲେ। କୋଭିଡ ପରବର୍ତ୍ତୀ ଜଟିଳତା ଯୋଗୁଁ ସେ ଚିକିତ୍ସିତ ହେଉଥିଲେ। ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି। ୬୮ ବର୍ଷ ବୟସରେ ବିଜୟଶ୍ରୀଙ୍କ ପରଲୋକ ଘଟିଛି।

ବିଜୟଶ୍ରୀ ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନୀଳମଣି ରାଉତରାୟଙ୍କ ପୁଅ। ସେ ବାସୁଦେବପୁର ନିର୍ବାଚନମଣ୍ଡଳୀରୁ ୬ ଥର ବିଧାୟକ ଭାବେ ନିର୍ବାଚିତ ଥିଲେ। ହେଲେ ସେ 2019 ନିର୍ବାଚନରେ ପ୍ରତିଦ୍ବନ୍ଦିତା କରି ନ ଥିଲେ। ବିଜୟଶ୍ରୀ ନବୀନ ସରକାରରେ ଏକାଧିକ ମନ୍ତ୍ରୀ ପଦବୀରେ ରହି କାର୍ଯ୍ୟ କରିଛନ୍ତି।

Related posts