ଭୁବନେଶ୍ବର: ରାଜ୍ୟରେ ଲକଡାଉନ ଅବଧିକୁ ସରକାର ବୃଦ୍ଧି କରିଛନ୍ତି। ଜୁନ୍ ୧ ତାରିଖ ଯାଏଁ ଲକଡାଉନକୁ ବୃଦ୍ଧି କରାଯାଇଛି। ଜୁନ୍ ୧ ତାରିଖ ସକାଳ ୫ ଟା ଯାଏଁ ରାଜ୍ୟରେ କଟକଣା ବଳବତ୍ତର ରହିବ। ଏହାସହ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ସମୟ ଅବଧିକୁ ହ୍ରାସ କରାଯାଇଛି। ପୂର୍ବରୁ ସକାଳ ୬ ଟା ରୁ ୧୨ ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ଅନୁମତି ରହିଥିବା ବେଳେ ବର୍ତ୍ତମାନ ଏହାର ଅବଧିକୁ ସକାଳ ୭ ଟାରୁ ୧୧ ଟା ଯାଏଁ ଅନୁମତି ରହିଛି। ଏହି ସମୟରେ ୫୦୦ ମିଟର ଭିତରେ ଚାଲିକି ଯାଇ ସାମଗ୍ରୀ କିଣିବାକୁ ଅନୁମତି ମିଳିଛି। ପୂର୍ବଭଳି ପ୍ରତ୍ୟେକ ଶନିବାର ଏବଂ ରବିବାର ଦିନ ସଟଡାଉନ କଟକଣା ଜାରି ରହିବ। ବିବାହ ଉତ୍ସବରେ ମାତ୍ର ୨୫ ଜଣଙ୍କୁ ଅନୁମତି ରହିଛି। ବାହାଘର, ବ୍ରତ ଘର, ଶୁଦ୍ଧିକ୍ରିୟାରେ ଭୋଜି ଭାତ ପାଇଁ ଅନୁମତି ନାହିଁ। କେବଳ ପ୍ୟାକେଟ ଖାଦ୍ୟ ଅନୁମତି…
Author: Samikhsya Bureau
ଭୁବନେଶ୍ବର: ଆଜି ଦିନ ୧ ଟା ୪୫ ମିନିଟରେ ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ଏକ ସାମ୍ବାଦିକ ସମ୍ମିଳନୀ କରିବାକୁ ଯାଉଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ କରୋନା ସମ୍ପର୍କରେ ମୁଖ୍ୟ ଶାସନ ସଚିବ କିଛି ବଡ ଘୋଷଣା କରିବା ସମ୍ଭାବନା ରହିଛି। ତେବେ ଆସନ୍ତାକାଲି ପର୍ଯ୍ୟନ୍ତ ରାଜ୍ୟରେ ଲକଡାଉନ ଜାରି ରହିଥିବା ବେଳେ କଟକଣା ଉପରେ କିଛି ବଡ ଘୋଷଣା କରିବା ସମ୍ଭାବନା ରହିଛି।
ନୂଆଦିଲ୍ଲୀ: ହତ୍ୟାକାଣ୍ଡ ଘଟଣାରେ ଅଲମ୍ପିକ ପଦକ ବିଜେତା ରେସଲର ସୁଶୀଲ କୁମାର ବିରୋଧରେ ମାମଲା ରୁଜ୍ଜୁ ହୋଇଛି। ଦିଲ୍ଲୀ ପୋଲିସର ଗିରଫ ଭୟରେ ସୁଶୀଲ ଅଗ୍ରୀମ ଜାମିନ ପାଇଁ ଆବେଦନ କରିଛନ୍ତି। ଗତକାଲି ରୋହିଣୀ କୋର୍ଟରେ ସେ ଜାମିନ ପାଇଁ ଆବେଦନ କରିଛନ୍ତି। ସେପଟେ ସୁଶୀଲଙ୍କ ବିଷୟରେ ସୂଚନା ଦେବାପାଇଁ ପୋଲିସ ୧ ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରିଛି। ଉଲ୍ଲେଖ ଯୋଗ୍ୟ ଯେ, ମେ’ ୧୧ ତାରିଖରେ ଦିଲ୍ଲୀର ଛତ୍ରଶାଳ ଷ୍ଟାଡିୟମରେ ଝଗଡା ହୋଇ ଜଣେ କୁସ୍ତି ଖେଳାଳି ସାଗର ରାଣାଙ୍କ ମୃତ୍ୟୁ ହୋଇଥିଲା। ସାଗରଙ୍କ ଦୁଇ ଜଣ ବନ୍ଧୁଙ୍କ କହିବା ଅନୁଯାୟୀ, ସାଗରଙ୍କୁ କେତେଜଣ କୁସ୍ତି ଖେଳାଳି କଦର୍ଯ୍ୟ ଭାବେ ମାରିଥିଲେ। ଯାହାଫଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ଅଲମ୍ପିକ ପଦକ ବିଜେତା ସୁଶୀଲ କୁମାରଙ୍କ ନାମରେ ଅଭିଯୋଗ ଆସିଥିଲା। ଏହାପରେ ତାଙ୍କ ନାମରେ ଥାନାରେ ଏତଲା ହୋଇଥିଲା। ସେହିଦିନ ଠାରୁ ସୁଶିଲଙ୍କୁ ଗିରଫ କରିବା ପାଇଁ…
କନ୍ଦର୍ପ ବେହେରା ରେଢାଖୋଲ: ନିଜ ଝିଅ ଘରକୁ କେନ୍ଦୁପତ୍ର ତୋଳିବାକୁ ଯାଇ ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଅଂଚଳର ଜନୈକା ମହିଳା ନିଖୋଜ ହେବାର ୨ ଦିନ ପରେ ହିତସରା ନିକଟସ୍ଥ ଲାଣ୍ଡିମାଳ ସଂରକ୍ଷିତ ଜଙ୍ଗଲରୁ ଉଦ୍ଧାର କରିବାରେ ସଫଳ ହୋଇଛି ବନ ବିଭାଗ। ବନବିଭାଗ ସୂତ୍ରରୁ ପ୍ରକାଶ ଯେ, ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ଥାନା ଜରିପାଳ ଗ୍ରାମର ଗୁରୁବାରୀ ନାମକ ଜନୈକା ହରିଜନ ମହିଳା ନାକଟିଦେଉଳ ଥାନା ବାଟଗାଁ ପଂଚାୟତର କେଲୋବେନୀ ଗ୍ରାମ ନିଜ ଝିଅଘରକୁ ଆସି ଗତ ତା ୧୫ ତାରିଖରେ ଗ୍ରାମର କେତେଜଣ ମହିଳା ଓ ନିଜ ଝିଅ ସହ ଜଙ୍ଗଲକୁ କେନ୍ଦୁପତ୍ର ତୋଳିବାକୁ ଯାଇଥିଲେ। ଗୁରୁବାରୀ ନାଏକ ର ଝିଅ ତାକୁ ସମୟ ବହୁତ ହେଇଯିବ ଖରା ହେଉଛି କହି ଘରକୁ ଯିବାକୁ କହିଥିଲେ। ଝିଅ କଥାରେ ସେ ଜଙ୍ଗଲରୁ ଏକୁଟିଆ ଫେରିଆସୁଥିଲା ହେଲେ ଜଙ୍ଗଲ ମଧ୍ୟରେ ବାଟ ନ ପାଇ ଗତ ତା ୧୫ ତାରିଖରୁ…
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୨ ଲକ୍ଷ ୬୩ ହଜାର ୫୩୩ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୪ ହଜାର ୩୨୯ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୨ କୋଟି ୫୨ ଲକ୍ଷ ୨୮ ହଜାର ୯୯୬ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୭୮ ହଜାର ୭୧୯ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୧୫ ଲକ୍ଷ ୯୬ ହଜାର ୫୧୨ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୩୩ ଲକ୍ଷ ୫୩ ହଜାର ୭୬୫ ଆକ୍ଟିଭ୍ କେସ୍ ରହିଛି।
ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୨୨ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୨୨ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୩୫୭ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ଖୋର୍ଦ୍ଧା, ବୌଦ୍ଧ, କଳାହାଣ୍ଡି, ନୂଆପଡା, ସୁନ୍ଦରଗଡ ଜିଲ୍ଲାରୁ ୩ ଜଣ ଲେଖାଏଁ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଗଜପତି, ରୟାଗଡା, କୋରାପୁଟ ଜିଲ୍ଲାରୁ ୨ ଜଣ ଲେଖାଏଁ ଏବଂ ବଲାଙ୍ଗୀରି ଜିଲ୍ଲାରୁ ଜଣେ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୩୩ ହଜାର ୩୦୨ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୫ ଲକ୍ଷ ୨୬ ହଜାର ୩୫୩ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧ ଲକ୍ଷ ୪ ହଜାର ୫୩୯ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୩୫୭ କୁ ବୃଦ୍ଧି ହୋଇଛି।
ଭୁବନେଶ୍ବର: ଆଜି ରାଜ୍ୟରେ ୧୦ ହଜାର ୩୨୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୫୭୭୯ ଜଣ ଚିହ୍ନଟ ହୋଇଥିବା ବେଳେ ୪୫୪୨ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୩୩ ହଜାର ୩୦୨ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୫ ଲକ୍ଷ ୨୬ ହଜାର ୩୫୩ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧ ଲକ୍ଷ ୪ ହଜାର ୫୩୯ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୩୩୫ କୁ ବୃଦ୍ଧି ହୋଇଛି। ଆଜି ମୋଟ ୩୦ ଟି ଜିଲ୍ଲାରୁ ୧୦ ହଜାର ୩୨୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୧୫୬୬ ଜଣ, ଅନୁଗୁଳ ଜିଲ୍ଲାରୁ ୪୭୧ ଜଣ,…
ନୂଆଦିଲ୍ଲୀ, 2-DG ହେଉଛି DRDO ଦ୍ବାରା ପ୍ରସ୍ତୁତ ଏକ ଆଣ୍ଟି-କୋଭିଡ୍ ଔଷଧ ଯାହା କରୋନା ରୋଗୀଙ୍କ ପାଇଁ ଆଶାର କିରଣ ଭାବରେ ଉଭା ହୋଇଛି । DRDO ର ବୈଜ୍ଞାନିକ ଏବଂ କେନ୍ଦ୍ର ସରକାର କହିଛନ୍ତି ଯେ ଏହି ଔଷଧ ସାହାଯ୍ୟରେ ରୋଗୀଙ୍କ ସୁସ୍ଥ ହେବାର ହାର ତ୍ୱରାନ୍ୱିତ ହୋଇପାରୁଛି। ଏପରିକି ସେମାନଙ୍କର ଅମ୍ଳଜାନ ଆବଶ୍ୟକତା ମଧ୍ୟ ହ୍ରାସ ପାଉଛି। ଏହି ଔଷଧ INMAS ଏବଂ DRDO ଦ୍ବାରା ଡକ୍ଟର ରେଡ୍ଡୀ ଲାବୋରେଟୋରୀରେ ବିକଶିତ କରାଯାଇଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଏହି ଔଷଧର ପ୍ରଥମ ପ୍ୟାକେଟ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ ଏବଂ ଦିଲ୍ଲୀ ଏଆଇଏମ୍ଏସ୍ ନିର୍ଦ୍ଦେଶକ ଡକ୍ଟର ରଣଦୀପ ଗୁଲେରିଆଙ୍କ ଉପସ୍ଥିତିରେ ଲୋକାର୍ପଣ କରିଛନ୍ତି। କ୍ଲିନିକାଲ୍ ପରୀକ୍ଷଣର ସଫଳତା ପରେ ଏହି 2-DG ଔଷଧକୁ ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମୋଦନ କରାଯାଇଛି । ଏହି ଔଷଧ ହେଉଛି ଗ୍ଲୁକଜ ପରି ଏକ ପାଉଡର। ଏହାକୁ ପାଣିରେ ଗୋଳି ପିଇବାକୁ…
ମେଷ-ଧର୍ଯ୍ୟବାନ ହେବା ଉଚିତ୍। ଟଙ୍କା କ୍ଷେତ୍ରରେ, କ୍ଷତି ହୋଇପାରେ। କିଛି ଆଇନଗତ ପ୍ରସଙ୍ଗରେ ଆପଣ ଜଡିତ ହୋଇପାରନ୍ତି। ସମୟର ଯତ୍ନ ନିଅନ୍ତୁ । କିଛି ବିଶେଷ କାର୍ଯ୍ୟ ପାଇଁ ଆପଣଙ୍କୁ ବହୁତ କଠିନ ପରିଶ୍ରମ କରିବାକୁ ପଡିପାରେ। ଆପଣ ମଧ୍ୟ କୈଣସି ଆକସ୍ମିକ ଘଟଣାରେ ତୁରନ୍ତ ନିଷ୍ପତ୍ତି ନେବା ଠାରୁ ଦୂରେଇ ରହିବା ଉଚିତ୍। ଆପଣଙ୍କ ସ୍ୱାସ୍ଥ୍ୟ ସ୍ୱାଭାବିକ ହେବ। ସାମାନ୍ୟ ଥକ୍କା ମଧ୍ୟ ହୋଇପାରେ। ବୃଷ- କାରବାର ଏବଂ ସଞ୍ଚୟ ପ୍ରସଙ୍ଗରେ ଆପଣଙ୍କୁ ଗମ୍ଭୀର ହେବାକୁ ପଡିବ । ଆପଣଙ୍କ ପାଇଁ ଭଲ ଭବିଷ୍ୟତ ଯୋଜନାଗୁଡିକ ପ୍ରତି ଧ୍ୟାନ ଦିଅନ୍ତୁ । ଆପଣଙ୍କ ସାଥୀଙ୍କ ସହିତ ମତଭେଦ ଦୂର କରିବାକୁ ଏକ ପ୍ରୟାସ ହୋଇପାରେ, ଆପଣ ଏଥିରେ ସଫଳତା ପାଇପାରନ୍ତି । ଜୀବନ ସାଥୀଙ୍କ ଆତ୍ମାକୁ ବୁଝିବାକୁ ଚେଷ୍ଟା କରନ୍ତୁ । ଆପଣ ପିଲାମାନଙ୍କ ସହିତ ଜଡିତ କିଛି ଭଲ ଖବର ପାଇପାରିବେ । ମିଥୁନ- ପରିବାର ସଦସ୍ୟ ସାହାଯ୍ୟ…
କୁମ୍ଭ– ଆପଣଙ୍କର ଆତ୍ମବିଶ୍ୱାସ ବୃଦ୍ଧି ପାଇବ। ଆପଣ ଲୋକମାନଙ୍କୁ ମଧ୍ୟ ପ୍ରଭାବିତ କରିବେ। ଲୋକମାନେ ଆପଣଙ୍କର ଚିନ୍ତାଧାରାକୁ ପସନ୍ଦ କରିବେ । ଲୋକମାନେ ଆପଣଙ୍କ ପରାମର୍ଶରୁ ଉପକୃତ ହେବେ। ଆପଣ କିଛି ଭଲ ଖବରକୁ ଅପେକ୍ଷା କରିବେ । ମୀନ- ଶାରୀରିକ ଭାବରେ ବ୍ୟସ୍ତ ରହିବେ। କାମରୁ ପଛକୁ ଯାଆନ୍ତୁ ନାହିଁ । ଟଙ୍କା ରୋଜଗାର କରିବାର କିଛି ନୂତନ ଏବଂ ଭଲ ସୁଯୋଗ ମଧ୍ୟ ମିଳିପାରେ । ଆପଣଙ୍କର ଆତ୍ମବିଶ୍ୱାସ ଆଧାରରେ, ଅନ୍ୟମାନଙ୍କଠାରୁ ଭିନ୍ନ ପରିଚୟ ସୃଷ୍ଟି କରିବାରେ ସଫଳ ହୋଇପାରିବ ।
ତୂଳା- ପରିବାର ତରଫରୁ ସାହାଯ୍ୟ ମିଳି ପାରିବ। ଆପଣଙ୍କର ମାନସିକ ସନ୍ତୁଳିତ ରହିବ ଏବଂ ଏହା ଆପଣଙ୍କ ପାରିବାରିକ ଜୀବନରେ ମଧ୍ୟ ସୁଖ ଆଣିପାରେ। କାର୍ଯ୍ୟ ସମାପ୍ତ ହୋଇପାରିବ। କ୍ୟାରିୟର ଏବଂ ପୁଞ୍ଜି ବିନିଯୋଗ କ୍ଷେତ୍ରରେ ଆପଣ କିଛି ନୂତନ ଏବଂ ମହତ୍ ସୁଯୋଗ ମଧ୍ୟ ପାଇପାରିବେ, ଆପଣ ଟଙ୍କା ଏବଂ ପାରିବାରିକ ପରିସ୍ଥିତି ପ୍ରତି ସମ୍ପୂର୍ଣ୍ଣ ଧ୍ୟାନ ଦେବା ଉଚିତ୍। ଧନୁ-ବ୍ୟବସାୟରେ ବ୍ୟସ୍ତ ରହିବେ। ସମ୍ମାନ ସାମାଜିକ କ୍ଷେତ୍ରରେ ମିଳିପାରିବ । କଠିନ ପରିଶ୍ରମ ସହିତ ଟଙ୍କା ରୋଜଗାର କରିବେ। ଗତ କିଛି ଦିନ ଧରି କାମ ଅସମ୍ପୂର୍ଣ୍ଣ ଥିଲା, ତାହା ସମାପ୍ତ ହେବ। ନୂତନ ଚୁକ୍ତିନାମା କିମ୍ବା ନୂତନ ସମ୍ପର୍କ ଗଠନ ହେବାର ସମ୍ଭାବନା ଅଛି।
କର୍କଟ- ଭାଗ୍ୟ ଆପଣଙ୍କ ସହିତ ହୋଇପାରେ। ଆପଣଙ୍କୁ ଦେଖା କରୁଥିବା ଲୋକମାନେ ଆପଣଙ୍କୁ କିଛି ନୂଆ ଚେଷ୍ଟା କରିବାକୁ ପ୍ରେରଣା ଦେଇପାରିବେ। ଏହି ସମୟରେ କରାଯାଇଥିବା ପ୍ରୟାସ ସଫଳ ହେବାର ସମ୍ଭାବନା ଅଧିକ। ବୋଧହୁଏ ଆପଣ ଅତିରିକ୍ତ ଦାୟିତ୍ବ ପାଇବେ କିମ୍ବା ଆପଣଙ୍କର ସାମ୍ପ୍ରତିକ ଚାକିରିରେ କାମ କରିବ। ସିଂହ- ଅନେକ ଦିନ ଧରି ବନ୍ଦ ହୋଇଯାଇଥିବା କାର୍ଯ୍ୟ ମଧ୍ୟ ସମାପ୍ତ ହୋଇପାରେ । ଆପଣ ଧର୍ଯ୍ୟବାନ ହେବା ଉଚିତ୍। ଆପଣ କଠିନ ପରିଶ୍ରମ ସହିତ ସଫଳତା ପାଇବେ। ଆପଣଙ୍କର ଇଚ୍ଛା ମଧ୍ୟ ପୂରଣ ହେବ। ପଦୋନ୍ନତି ପାଇବାର ସମ୍ଭାବନା ମଧ୍ୟ କରାଯାଉଛି। କୈଣସି ପ୍ରକାରର ସୁଯୋଗକୁ ଛାଡନ୍ତୁ ନାହିଁ । କାମ ଆପଣଙ୍କର ହାତରେ ରହିବ ।
ମେଷ-ଧର୍ଯ୍ୟବାନ ହେବା ଉଚିତ୍। ଟଙ୍କା କ୍ଷେତ୍ରରେ, କ୍ଷତି ହୋଇପାରେ। କିଛି ଆଇନଗତ ପ୍ରସଙ୍ଗରେ ଆପଣ ଜଡିତ ହୋଇପାରନ୍ତି। ସମୟର ଯତ୍ନ ନିଅନ୍ତୁ । କିଛି ବିଶେଷ କାର୍ଯ୍ୟ ପାଇଁ ଆପଣଙ୍କୁ ବହୁତ କଠିନ ପରିଶ୍ରମ କରିବାକୁ ପଡିପାରେ। ମିଥୁନ- ପରିବାର ସଦସ୍ୟ ସାହାଯ୍ୟ କରିବେ। ଆପଣଙ୍କର ମାନସିକ ସନ୍ତୁଳିତ ରହିବ ଏବଂ ଏହା ଆପଣଙ୍କ ପାରିବାରିକ ଜୀବନରେ ମଧ୍ୟ ସୁଖ ଆଣିପାରେ। କାର୍ଯ୍ୟ ସମାପ୍ତ ହୋଇପାରିବ । ବୁଦ୍ଧିମାନ ଭାବରେ ଷ୍ଟକ୍ ମାର୍କେଟରେ ବିନିଯୋଗ କରନ୍ତୁ । ବସ୍ ସହିତ ଆପଣଙ୍କର ସମ୍ପର୍କ ବିଷୟରେ ଟିକିଏ ସଚେତନ ହେବା ଉଚିତ୍ ।
ବିଛା- ଶୀଘ୍ର କୈଣସି କାମ କରନ୍ତୁ ନାହିଁ । ପରିସ୍ଥିତିକୁ ନେଇ ଟଙ୍କା ଚିନ୍ତା କରିବାକୁ ପଡିବ। ଆପଣଙ୍କର ଅନାବଶ୍ୟକ ଖର୍ଚ୍ଚ ଥାଇପାରେ। ଚାକିରି ଏବଂ ବ୍ୟବସାୟରେ ଦ୍ୱନ୍ଦ୍ୱ ବଢିପାରେ। ଟଙ୍କା ମାମଲାରେ ଯତ୍ନବାନ ହେବାକୁ ପଡିବ। ବୃଷ- କାରବାର ଏବଂ ସଞ୍ଚୟ ପ୍ରସଙ୍ଗରେ ଆପଣଙ୍କୁ ଗମ୍ଭୀର ହେବାକୁ ପଡିବ । ଆପଣଙ୍କ ପାଇଁ ଭଲ ଭବିଷ୍ୟତ ଯୋଜନାଗୁଡିକ ପ୍ରତି ଧ୍ୟାନ ଦିଅନ୍ତୁ । ଆପଣଙ୍କ ସାଥୀଙ୍କ ସହିତ ମତଭେଦ ଦୂର କରିବାକୁ ଏକ ପ୍ରୟାସ ହୋଇପାରେ, ଆପଣ ଏଥିରେ ସଫଳତା ପାଇପାରନ୍ତି ।
ମକର- ଆଜି ରୋଗ ପାଇଁ ବିଶ୍ରାମ ନେଇପାରନ୍ତି। ଅନେକ ଦିନ ଧରି ବନ୍ଦ ହୋଇ ଯାଇଥିବା କାର୍ଯ୍ୟଗୁଡ଼ିକ ମଧ୍ୟ ସଂପୂର୍ଣ୍ଣ ହୋଇପାରିବ । ପାରିବାରିକ ସମ୍ପର୍କ ଆନ୍ତରିକ ହେବ। କନ୍ୟା- ଦୈନିକ କାର୍ଯ୍ୟଗୁଡିକ କିଛି ବିପଦ ବହନ କରିପାରେ। ଚାକିରିରେ ସମସ୍ୟା ହୋଇପାରେ। ଯଦି ଆପଣ ଜିଦି କରନ୍ତି ତେବେ କାହା ସହିତ ବିବାଦ ହେବାର ସମ୍ଭାବନା ଅଛି ।
ପୁରୀ ଗୋବର୍ଦ୍ଧନପୀଠର ଆଦି ଶଙ୍କରାଚାର୍ଯ୍ୟଙ୍କ ଜୟନ୍ତୀ ସମାରୋହ ନିରାମ୍ବର ଭାବେ ହେଲା ପାଳିତ
ଭୋପାଳ: ଗୋମୁତ୍ର କରୋନା ସଂକ୍ରମଣରୁ ରକ୍ଷା କରିପାରିବ। କରୋନାରେ ସଂକ୍ରମିତ ଫୁସଫୁସକୁ ଗୋମୁତ୍ର ଚିକିତ୍ସା ଦ୍ଵାରା ସୁସ୍ଥ କରାଯାଇପାରିବ। ବିଜେପି ସାଂସଦ ପ୍ରଜ୍ଞା ସିଂହ ଠାକୁର ଏଭଳି ଏକ ମନ୍ତବ୍ୟ ରଖିଛନ୍ତି। ପ୍ରଜ୍ଞା କହିଛନ୍ତି ଯେ, ସେ ଦୈନିକ ଗୋମୁତ୍ର ପିଉଛନ୍ତି। ଯାହାଫଳରେ ସେ କରୋନା ଭୂତାଣୁ ଠାରୁ ରକ୍ଷା ପାଇଛନ୍ତି। ସେଥିପାଇଁ ଦୈନିକ ଗୋମୁତ୍ର ପିଇବାକୁ ସେ ଏକ କାର୍ଯ୍ୟକ୍ରମରେ ଲୋକଙ୍କୁ ପରାମର୍ଶ ଦେଇଛନ୍ତି। ତେବେ ପୂର୍ବରୁ ଗୋମୁତ୍ରକୁ ପିଇବା ଦ୍ଵାରା ଅନେକ ବଡ ବଡ ରୋଗ ଭଲ ହୋଇଥାଏ ବୋଲି ସେ ଦାବି କରିଛନ୍ତି। ଗୋମୁତ୍ର ଦ୍ଵାରା କ୍ୟାନ୍ସର ଭଳି ରୋଗ ମଧ୍ୟ ଭଲ ହୋଇଥାଏ ବୋଲି ପ୍ରଜ୍ଞା କହିଛନ୍ତି। ସେ ଗୋମୁତ୍ର ପିଇ କ୍ୟାନ୍ସରକୁ ହରାଇଛନ୍ତି ବୋଲି ନିଜେ ଯୁକ୍ତି ବାଢିଛନ୍ତି। କିନ୍ତୁ ଗୋମୁତ୍ର ଦ୍ଵାରା କରୋନା ଆକ୍ରାନ୍ତ ସୁସ୍ଥ ହେବାକୁ ନେଇ ଏଯାଏଁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କୁ କୌଣସି ପ୍ରମାଣ ମିଳି ନାହିଁ।
ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୮୬୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୮୬୪ ଆକ୍ରାନ୍ତଙ୍କ ମଧ୍ୟରୁ ୧୩୪ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୭୩୦ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୨ ହଜାର ୪୯୮ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୯୩୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୫୦ ହଜାର ୧୬୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୨ ହଜାର ୨୧ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୯୬ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।
ଭୁବନେଶ୍ବର: ସମଗ୍ର ଦେଶ ଗତ ଏକ ବର୍ଷରୁ ଅଧିକ ସମୟ ଧରି କରୋନା ସହ ଲଢୁଛି। କରୋନାର ଏହି ଦ୍ବିତୀୟ ଲହରୀ ସାରା ଦେଶରେ ଗୁରୁତର ଜନସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିବା ସହ ବିପୁଳ କ୍ଷତି କରିଚାଲିଛି। ଏହି ପରିପ୍ରେକ୍ଷୀରେ ସମସ୍ତଙ୍କ ସହଯୋଗରେ କରୋନା ବିରୋଧରେ ଆମର ଲଢେଇକୁ ଆହୁରି ମଜବୁତ କରିବା ପାଇଁ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଗତ ଏକ ମାସରୁ ଉର୍ଦ୍ଧ୍ବ ସମୟ ଧରି ଓଡିଶାରେ ସଂକ୍ରମଣ ବଢୁଛି। ମହାପ୍ରଭୁଙ୍କ ଆଶୀର୍ବାଦରୁ ଆମେ ପରିସ୍ଥିତିକୁ ମୋଟାମୋଟି ଭାବରେ ନିୟନ୍ତ୍ରଣରେ ରଖିବା ସହ ରୋଗୀକୁ ସେବା ଯୋଗାଇ ଦେବା ଦିଗରେ କାମ କରିଚାଲିଛୁ। ଆମ ପ୍ରଶାସନ ଓ ସ୍ବାସ୍ଥ୍ୟକର୍ମୀ ମାନେ ଯେପରି ଦିନରାତି କାମ କରିଚାଲିଛନ୍ତି, ସେଥିପାଇଁ ମୁଖ୍ୟମନ୍ତ୍ରୀ ଏହି ଅବସରରେ ସେମାନଙ୍କର ଉଚ୍ଚପ୍ରଶଂସା କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ…
ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୧୧ ହଜାର ୮୨୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ସୁନ୍ଦରଗଡରୁ ୧୯୨୧, ଖୋର୍ଦ୍ଧାରୁ ୧୫୯୬, କଟକରୁ ୧୦୫୨, କଳାହାଣ୍ଡିରୁ ୫୭୫, ଅନୁଗୁଳରୁ ୫୬୨, ସମ୍ବଲପୁରରୁ ୫୩୩, ବରଗଡରୁ ୪୫୭, ଝାରସୁଗୁଡାରୁ ୪୪୨, ପୁରୀରୁ ୪୩୩, ବଲାଙ୍ଗୀରିରୁ ୩୧୮, ନବରଙ୍ଗପୁରରୁ ୩୧୬, କେନ୍ଦୁଝରରୁ ୩୧୫, ବୌଦ୍ଧରୁ ୨୭୮, ଯାଜପୁରରୁ ୨୩୭, ଗଞ୍ଜାମରୁ ୨୩୩, ନୂଆପଡାରୁ ୨୨୯, କେନ୍ଦ୍ରାପଡାରୁ ୨୦୩, ଦେବଗଡରୁ ୧୯୯, ମୟୂରଭଞ୍ଜରୁ ୧୭୯, ନୟାଗଡରୁ ୧୭୪, ଜଗତସିଂହପୁରରୁ ୧୪୨, ରାୟଗଡାରୁ ୧୩୭, ସୋନପୁରରୁ ୧୩୪, ଢେଙ୍କାନାଳରୁ ୧୨୯, ଗଜପତିରୁ ୧୨୦, କୋରାପୁଟରୁ ୧୨୦, କନ୍ଧମାଳରୁ ୮୫, ଭଦ୍ରକରୁ ୮୩, ମାଲକାନାଗିରିରୁ ୫୮ ଏବଂ ଷ୍ଟେଟ ପୁଲରୁ ୩୦୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୫ ଲକ୍ଷ ୨୬…
ସୀତାରାମ ଅଗ୍ରୱାଲ ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ଅରାକ୍ଷୀ ଅଧିକ୍ଷକଙ୍କ ଅନୁମୋଦନ କ୍ରମେ ଜିଲ୍ଲାର ବହୁ ଥାନାର ଆଇଆଇସିମାନଙ୍କୁ ଅଦଳ ବଦଳ କରାଯିବା ସହ କେତେ ଗୋଟି ଥାନାରେ ନୂଆ ଆଇଆଇସି ନିଯୁକ୍ତି ଦିଆଯାଇଛି। ଏହି କ୍ରମରେ ଖୋର୍ଦ୍ଧା ଜିଲ୍ଲାର ସବୁଠାରୁ ବୃହତ ଏବଂ ବ୍ୟସ୍ତବହୁଳ ଥାନା ରୂପେ ପରିଗଣିତ ବାଣପୁର ଥାନାର ଆଇଆଇସି ସଞ୍ଜୟ କୁମାର ପଟ୍ଟନାୟକଙ୍କ ବଦଳି ହୋଇଛି। ତାଙ୍କର ଖୋର୍ଦ୍ଧା ଟାଉନ ଥାନା ଆଇଆଇସି ରୂପେ ବଦଳି ହୋଇଛି। ତାଙ୍କ ଜାଗାରେ ବାଣପୁର ଥାନା ଭାର ସମ୍ଭାଳିବେ ବେଗୁନିଆ ଥାନା ଆଇଆଇସି ରଶ୍ମିରଂଜନ ସାହୁ। ତେବେ ଦୀର୍ଘ ଦୁଇ ବର୍ଷରୁ ଉର୍ଦ୍ଧ୍ଵ ହେଲା ଶ୍ରୀ ପଟ୍ଟନାୟକ ଅତ୍ୟନ୍ତ ନିଷ୍ଠାର ସହ ବାଣପୁର ଥାନାରେ ନିଜ କାର୍ଯ୍ୟନିର୍ବାହ କରିଥିବାବେଳେ ବାଣପୁରବାସିଙ୍କ ପ୍ରିୟଭାଜନ ମଧ୍ୟ ହୋଇପାରିଛନ୍ତି। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ବାଣପୁର ଥାନାର ବହୁ ଜଟିଳ ମାମଲାଗୁଡିକର ସମାଧାନ କରିପାରିଛନ୍ତି ଶ୍ରୀ ପଟ୍ଟନାୟକ। ଜଣେ ଶାନ୍ତ, ମିଷ୍ଟଭାସି ଏବଂ ନିଆରା…

