Author: Samikhsya Bureau

ଭୁବନେଶ୍ଵର: ରାଜଧାନୀ ଭୁବନେଶ୍ବର ସ୍ଥିତ ଝାରପଡା ଜେଲରୁ ୯୬ ଜଣ ପଜିଟିଭ ଚିହ୍ନଟ ଅଛନ୍ତି। ଚିହ୍ନଟ ୯୬ ଜଣଙ୍କ ମଧ୍ୟରୁ କିଛି ଜେଲ କର୍ମଚାରୀ ଏବଂ କଏଦୀ ଅଛନ୍ତି। ଝାରପଡା ଜେଲରେ ମୋଟ ୧୯୫ ଜଣଙ୍କ ଠାରୁ ସ୍ଵାବ ଟେଷ୍ଟ କରାଯାଇଥିଲା। ଯେଉଁଥିରେ ୯୬ ଜଣଙ୍କର ଟେଷ୍ଟ ରିପୋର୍ଟ ପଜିଟିଭ ଆସିଛି। ବର୍ତ୍ତମାନ ସମସ୍ତ ଆକ୍ରାନ୍ତଙ୍କୁ ଆଇସୋଲେସନ ୱାର୍ଡରେ ରଖାଯାଇଥିବା ସୂଚନା ରହିଛି।

Read More

ମୁମ୍ବାଇ: ମହାରାଷ୍ଟ୍ରର ଗଢଚିରେଲିରେ ସୁରକ୍ଷାକର୍ମୀଙ୍କ ସହ ନକ୍ସଲମାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି। ଗଢଚିରେଲି ଜଙ୍ଗଲରେ ମହାରାଷ୍ଟ୍ର ପୋଲିସର ସି୬୦ କମାଣ୍ଡୋ ଏବଂ ନକ୍ସଲମାନଙ୍କ ମଧ୍ୟରେ ଗୁଳି ବିନିମୟରେ ୧୩ ନକ୍ସଲଙ୍କ ମୃତ୍ୟୁ ହୋଇଛି। ତଦନ୍ତ ଅଭିଯାନ ଏବେ ବି ଜାରି ରହିଛି। ସୁଚୋନା ଅନୁଯାୟୀ, କୋଟମିର ଏକ ଜଙ୍ଗଲ ଅଞ୍ଚଳରେ ମିଟିଂ ପାଇଁ ନକ୍ସଲମାନେ ଏକତ୍ରିତ ହୋଇଥିବା ପୋଲିସକୁ ବିଶେଷ ସୂତ୍ରରୁ ଖବର ମିଳିଥିଲା। ଯାହାଫଳରେ ପୋଲିସ ତଦନ୍ତ ଅଭିଯାନ ଆରମ୍ଭ କରିଦେଇଥିଲା। ପୋଲିସଙ୍କ ତଦନ୍ତ ଖବର ମିଳିବା ମାତ୍ରେ ନକ୍ସଲମାନେ ଗୁଳି ଚଳାଇଥିଲେ। ଏହାପରେ ପୋଲିସ ପକ୍ଷରୁ ପାଲଟା ଆକ୍ରମଣ ହୋଇଥିଲା। ଯାହା ପ୍ରାୟ ଏକ ଘଣ୍ଟା ପର୍ଯ୍ୟନ୍ତ ଚାଲିଥିଲା। ସକାଳ ୫.୩୦ ମିନିଟ ସମୟରେ ହୋଇଥିବା ଆକ୍ରମଣରେ ୧୩ ଜଣ ନକ୍ସଲଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଡିଆଇଜି ସନ୍ଦୀପ ପାଟିଲ ଏନେଇ ସୂଚନା ଦେଇଛନ୍ତି।

Read More

ନୂଆଦିଲ୍ଲୀ, ଶୁକ୍ରବାର ଦିନ ପଞ୍ଜାବର ମୋଗା ନିକଟରେ ଏକ ମିଗ୍ -21 ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ଭାରତୀୟ ବାୟୁସେନାର ପାଇଲଟ ଅଭିନବ ଚୌଧୁରୀଙ୍କ ମୃତ୍ୟୁ ଘଟିଛି ବୋଲି ଅଧିକାରୀମାନେ କହିଛନ୍ତି। ଶୁକ୍ରବାର ପ୍ରାୟ ରାତି ପ୍ରାୟ 1ଟା ସମୟରେ ପଂଜାବର ମୋଗାର ବାଗପୁରାନାର ଲାଙ୍ଗିଆନା ଗ୍ରାମରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ସେତେବେଳେ ଆଇଏଏଫ୍ ବିମାନଟି ଏକ ଦୈନିକ ପ୍ରଶିକ୍ଷଣ ପାଇଁ ଉଡାଣ ଭରିଥିଲା ବୋଲି ବାୟୁସେନା ଅଧିକାରୀ କହିଛନ୍ତି। ତେବେ ଏହି ଦୁର୍ଘଟଣାର କାରଣ ସଂପର୍କରେ ଜାଣିବା ପାଇଁ ବାୟୁ ସେନା ତଦନ୍ତ ନିର୍ଦ୍ଦେଶ ଦେଇଛି।

Read More

ନୂଆଦିଲ୍ଲୀ, ଭାରତୀୟ ବଜାର ପାଇଁ ପ୍ରତିଷ୍ଠିତ କାର ନିର୍ମାତା ଟୟୋଟା କଂପାନୀ ଏକ ଶସ୍ତା କାର ଆଣିବାକୁ ନିଷ୍ପତି କରିଛି। ଭାରତୀୟ ଗ୍ରାହକଙ୍କୁ ଲକ୍ଷ ରଖି କଂପାନୀ ଏହି କାର ଲଞ୍ଚ କରିବାକୁ ଯାଉଛି। ଏହି କାରଟି ମାରୁତି ସେଲେରିଓ ଏବଂ ହିଣ୍ଡାଇ ଗ୍ରାଣ୍ଡ ଆଇ10 କୁ ଟକ୍କର ଦେବ ବୋଲି ବଜାର ସମୀକ୍ଷକ କହିଛନ୍ତି। ତେବେ ଟୟୋଟା ଆଣୁଥିବା ଏହି ନୂଆ ଶସ୍ତା କାରର ନାମ ରହିଛି AGYA । ଏହାର ଦାମ ପ୍ରାୟ 6 ଲକ୍ଷ ଟଙ୍କା ଭିତରେ ରହିବ ବୋଲି ଜଣାପଡିଛି। ତେବେ କଂପାନୀ ପୂର୍ବରୁ ଏହି ବ୍ରାଣ୍ଡର କାର ଅନ୍ୟ ଦେଶରେ ବିକ୍ରି କରୁଛି। ଏହି ଗାଡିରେ ଟଚ୍ ସ୍କ୍ରିନ ଇନଫୋଟେନମେଣ୍ଟ, ଅଟୋମେଟିକ କ୍ଲାଇମେଟ ନିୟନ୍ତ୍ରଣ ରହିଛି। ଏହି କାରଟି ଭାରତୀୟ ବଜାରରେ ଆଦୃତ ଲାଭ କରିବ ବୋଲି କଂପାନୀ ଆଶା ରଖିଛି।

Read More

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୨ ଲକ୍ଷ ୫୯ ହଜାର ୫୫୧ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୪ ହଜାର ୨୦୯ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୨ କୋଟି ୬୦ ଲକ୍ଷ ୩୧ ହଜାର ୯୯୧ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୮୮ ହଜାର ୩୪୧ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୨୭ ଲକ୍ଷ ୧୨ ହଜାର ୭୩୫ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୩୦ ଲକ୍ଷ ୨୭ ହଜାର ୯୨୫ ଆକ୍ଟିଭ୍‌ କେସ୍ ରହିଛି।

Read More

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୨୫ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୨୫ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୪୦୩ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ଖୋର୍ଦ୍ଧା ଓ କୋରାପୁଟ ଜିଲ୍ଲାରୁ ୪ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ନୂଆପଡା, ରାୟଗଡା ଓ ସୁନ୍ଦରଗଡ ଜିଲ୍ଲାରୁ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ସେହିଭଳି କଳାହାଣ୍ଡି ଜିଲ୍ଲାରୁ ୨ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ବରଗଡ, ବଲାଙ୍ଗୀରି, ବୌଦ୍ଧ, ଗଜପତି, ଝାରସୁଗୁଡା, ନବରଙ୍ଗପୁର, ପୁରୀ ଏବଂ ସୋନପୁର ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୬୮ ହଜାର ୪୨୨ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୫ ଲକ୍ଷ ୫୬ ହଜାର ୫୦୧ ଜଣ। ରାଜ୍ୟରେ ଏବେ…

Read More

ଭୁବନେଶ୍ବର: ଆଜି ରାଜ୍ୟରେ ୧୨ ହଜାର ୫୨୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୭୦୧୨ ଜଣ ଚିହ୍ନଟ ହୋଇଥିବା ବେଳେ ୫୫୧୧ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୬୮ ହଜାର ୪୨୨ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୫ ଲକ୍ଷ ୫୬ ହଜାର ୫୦୧ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧ ଲକ୍ଷ ୯ ହଜାର ୪୩୮ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୪୦୩ କୁ ବୃଦ୍ଧି ହୋଇଛି। ଆଜି ମୋଟ ୩୦ ଟି ଜିଲ୍ଲାରୁ ୧୨ ହଜାର ୫୨୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୧୮୪୨ ଜଣ, ଅନୁଗୁଳ ଜିଲ୍ଲାରୁ ୯୩୦ ଜଣ,…

Read More

ମେଷ ରାଶି- ଦୁଃଖଦ ଖବର ମିଳିପାରିବ। ବିଭିନ୍ନ କ୍ଷେତ୍ରରୁ ବିରୋଧ ହେବ। ଏକ ନିର୍ଦ୍ଦୟ ପଳାୟନ ହେବ। ଲାଭ ସୁଯୋଗକୁ ସ୍ଥଗିତ ରଖାଯିବ। ବିବାଦ କର ନାହିଁ । କାର୍ଯ୍ୟ ନିଷ୍ପତ୍ତିକୁ ଅତି ଶାନ୍ତ ଭାବରେ ବିଚାର କରିବା ଶୁଭ ଅଟେ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । ବନ୍ଦ ପଡିଥିବା ଟଙ୍କା ମିଳିବ। ବୃଷ ରାଶି- ସୁଖର ମାଧ୍ୟମ ସଂଗ୍ରହ କରିବ। ପ୍ରୟାସ ସଫଳ ହେବ। ଆଜି ସମ୍ମାନ ପାଇବେ। ବ୍ୟବସାୟ ଭଲ କରିବ। ଖୁସି ହେବେ। ଚାକିରିରେ ଆପଣ ଚାହୁଁଥିବା ପଦୋନ୍ନତି ପାଇବାକୁ ସୁଯୋଗ ପାଇବେ। ଧର୍ମର କାର୍ଯ୍ୟ ପ୍ରତି ଆଗ୍ରହ ଆପଣଙ୍କ ମନୋବଳ ବୃଦ୍ଧି କରିବ । ଅପରିଚିତ ଲୋକଙ୍କୁ ବିଶ୍ୱାସ କର ନାହିଁ । ମିଥୁନ ରାଶି- ଖର୍ଚ୍ଚ ଅପଚୟ ହେବ। ଅତିଥିମାନେ ଘରକୁ ଆସିବେ।  ଭଲ ଖବର ପାଇବ। ସଂପତ୍ତିର ମୂଲ୍ୟ ବୃଦ୍ଧି ହେବ। ବିବାଦ କର ନାହିଁ। ଆର୍ଥିକ ସ୍ଥିତିରେ ସୁଧାର ଆସିବାର…

Read More

ଭୁବନେଶ୍ବର, 2021 ର ପ୍ରଥମ ଚନ୍ଦ୍ରଗ୍ରହଣ 26 ମଇରେ ହେବ । ଚନ୍ଦ୍ରଗ୍ରହଣ ଦିନ ବୁଦ୍ଧ ପୂର୍ଣ୍ଣିମା ବା ବୈଷ୍ଣବ ପୂର୍ଣ୍ଣିମା ମଧ୍ୟ ଅଛି । ଚନ୍ଦ୍ର ଗ୍ରହଣ ଜ୍ୟୋତିଷ ଶାସ୍ତ୍ର ସହିତ ବୈଜ୍ଞାନିକ ମହତ୍ତ୍ୱ ମଧ୍ୟ ରହିଛି । ଏହି ଚନ୍ଦ୍ର ଗ୍ରହଣ ହେଉଛି ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ। ଭାରତରେ ଚନ୍ଦ୍ର ଗ୍ରହଣ ଅପରାହ୍ନ 2.17 ରୁ ଆରମ୍ଭ ହୋଇ ସନ୍ଧ୍ୟା 07.19 ରେ ଶେଷ ହେବ । ତେବେ ଏହି ଚନ୍ଦ୍ର ଗ୍ରହଣରେ ଚନ୍ଦ୍ର ବେଶ୍ ଲାଲ ବା ରକ୍ତ ରଂଗର ଦେଖାଯିବେ, ଯାହାକୁ ରକ୍ତ ଚନ୍ଦ୍ର ବୋଲି କୁହାଯାଏ ରକ୍ତ ଚନ୍ଦ୍ର କ’ଣ ଯେତେବେଳେ ପୃଥିବୀ , ସୂର୍ଯ୍ୟ ଏବଂ ଚନ୍ଦ୍ର ମଧ୍ୟରେ ଆସନ୍ତି, ସେତେବେଳେ ଏହି ଗ୍ରହଣ ସୃଷ୍ଟି ହୋଇଥାଏ। ଏହାକୁ ଚନ୍ଦ୍ର ଗର୍ହଣ କୁହାଯାଇଥାଏ। ଏହି ସମୟରେ ପୃଥିବୀ ରହୁଥିବାରୁ ସୂର୍ଯ୍ୟ କିରଣ ଚନ୍ଦ୍ରକୁ ଯାଇପାରେ ନାହିଁ। ଫଳରେ ଚନ୍ଦ୍ର କିଛି ସମୟ…

Read More

ମେଷ ରାଶି- ଦୁଃଖଦ ଖବର ମିଳିପାରିବ। ବିଭିନ୍ନ କ୍ଷେତ୍ରରୁ ବିରୋଧ ହେବ। ଏକ ନିର୍ଦ୍ଦୟ ପଳାୟନ ହେବ। ଲାଭ ସୁଯୋଗକୁ ସ୍ଥଗିତ ରଖାଯିବ। ବିବାଦ କର ନାହିଁ । କାର୍ଯ୍ୟ ନିଷ୍ପତ୍ତିକୁ ଅତି ଶାନ୍ତ ଭାବରେ ବିଚାର କରିବା ଶୁଭ ଅଟେ। ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ । କନ୍ୟା ରାଶି- ବୈବାହିକ ପ୍ରସ୍ତାବ ମିଳିପାରିବ। ବକେୟା ରାଶି ପ୍ରାପ୍ତ ପାଇଁ ପ୍ରୟାସ ସଫଳ ହେବ। ଯାତ୍ରା ସଫଳ ହେବ। ଉପକୃତ ହେବେ। ଉତ୍ତମ ମନୋବଳ ଆପଣଙ୍କର ସମସ୍ତ ସମସ୍ୟାର ସମାଧାନ କରିବ।

Read More

ଭୁବନେଶ୍ବର, ସମ୍ଭାବ୍ୟ ବାତ୍ୟା ପରିସ୍ଥିତିକୁ ସାମ୍ନା କରିବା ପାଇଁ ଅତିରିକ୍ତ ମୁଖ୍ୟଶାସନ ସଚିବ ତଥା ସ୍ୱତନ୍ତ୍ର ରିଲିଫ୍‍ କମିଶନର ପ୍ରଦୀପ ଜେନା ରାଜ୍ୟର ପ୍ରଭାବିତ ହେବାର ସମ୍ଭାବନା ଥିବା ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ପୁରୀ, ଗଞ୍ଜାମ, ମୟୁରଭଞ୍ଜ, ଯାଜପୁର, ନୟାଗଡ, ଖୋର୍ଦ୍ଧା, କଟକ, ଗଜପତି ଜିଲ୍ଲାଗୁଡିକର ଜିଲ୍ଲାପାଳ, ପୋଲିସ୍‍ ଅଧିକ୍ଷକ, ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ଜରୁରୀକାଳୀନ ଅଧିକାରୀ, ଜିଲ୍ଲା ଅଗ୍ନିଶମ ସେବା ଅଧିକାରୀଙ୍କ ସହ ପ୍ରାକ୍‍ ପ୍ରସ୍ତୁତି ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ । ଏଥି ସହିତ ରାଜ୍ୟସ୍ତରରେ ସଂପୃକ୍ତ ସମସ୍ତ ବିଭାଗକୁ ପ୍ରାକ୍‍ ପ୍ରସ୍ତୁତି କରିବାକୁ ଜଣାଇ ଦିଆଯାଇଛି । ସମସ୍ତ ଜିଲ୍ଲା ପ୍ରଶାସନ ସେମାନଙ୍କର ଅଧିକାରୀମାନଙ୍କ ଦ୍ୱାରା ବହୁମୁଖୀ ବାତ୍ୟା ଏବଂ ବନ୍ୟା ଆଶ୍ରୟସ୍ଥଳୀ ପରିଦର୍ଶନ କରି ସେଗୁଡିକୁ ବ୍ୟବହାର ଉପଯୋଗୀ କରିବା ନିମନ୍ତେ କାର୍ଯ୍ୟାରମ୍ଭ କରିଛନ୍ତି । ଆଶ୍ରୟସ୍ଥଳୀଗୁଡିକରେ ବିକଳ୍ପ ବିଦ୍ୟୁତ ଯୋଗାଣ, ପାନୀୟ ଜଳ, ପରିମଳ ବ୍ୟବସ୍ଥା ଇତ୍ୟାଦି ଉପରେ ତଦାରଖ କରିଛନ୍ତି ।…

Read More

କୁମ୍ଭ ରାଶି- ଶତ୍ରୁମାନେ ପରାସ୍ତ ହେବେ। ଜମି ଏବଂ ନିର୍ମାଣ କାର୍ଯ୍ୟରେ କମିଶନି କାରବାର ହୋଇପାରେ । ଚାକିରି ପାଇବାର ସମ୍ଭାବନା। ବ୍ୟବସାୟ ଭଲ କରିବ। ନୂତନ କାର୍ଯ୍ୟକଳାପ ଲାଭଦାୟକ ହେବ। ବୃଷ ରାଶି- ସୁଖର ମାଧ୍ୟମ ସଂଗ୍ରହ କରିବ। ପ୍ରୟାସ ସଫଳ ହେବ। ଆଜି ସମ୍ମାନ ପାଇବେ। ବ୍ୟବସାୟ ଭଲ କରିବ। ଖୁସି ହେବେ। ଚାକିରିରେ ଆପଣ ଚାହୁଁଥିବା ପଦୋନ୍ନତି ପାଇବାକୁ ସୁଯୋଗ ପାଇବେ।

Read More

ତୂଳା ରାଶି- ଏକ ନୂତନ ଯୋଜନା ପ୍ରସ୍ତୁତ ହେବ। କାର୍ଯ୍ୟ ବିସ୍ତାର ହେବ। ବ୍ୟବସାୟ ଭଲ କରିବ। ଘର ବାହାରେ ସୁଖ ମିଳିବ। ତୁମର ଜିନିଷକୁ ସୁରକ୍ଷିତ ରଖ। କାର୍ଯ୍ୟ ପ୍ରତି ଦୃଢତା କାର୍ଯ୍ୟରେ ଅନୁକୂଳ ସଫଳତା ଆଣିବ। ମୀନ ରାଶି- ଛାତ୍ର ଶ୍ରେଣୀ ସଫଳତା ହାସଲ କରିବେ। ଆପଣ ପାର୍ଟୀ ଏବଂ ପିକନିକ୍ ଉପଭୋଗ କରିବେ। ଘର ବାହାରେ ସୁଖ ମିଳିବ। ରୋଜଗାର ଚିନ୍ତା ହୋଇପାରେ। ସ୍ୱାସ୍ଥ୍ୟ ଭଲ ରହିବ। ଏକ ଦୃଢ ନିଷ୍ପତ୍ତି ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ୍।

Read More

ବିଛା ରାଶି- ଧର୍ମ ପ୍ରତି ଆଗ୍ରହ ପ୍ରକାଶ କରିବ। ଆଇନଗତ ପ୍ରତିବନ୍ଧକ ହଟିଯିବ । ଲାଭ ସୁଯୋଗ ଆସିବ। ଘର ବାହାରେ ସୁଖ ମିଳିବ। ସମାଜର କାର୍ଯ୍ୟରେ ଉତ୍ସାହର ସହିତ ଅଂଶଗ୍ରହଣ କରିବେ। ଚାକିରିରେ ସ୍ଥାନାନ୍ତର ଏବଂ ପଦୋନ୍ନତି ଅଛି । ମକର ରାଶି- ପରିବାର ଚିନ୍ତିତ ହେବେ। ପତି-ପତ୍ନୀଙ୍କଠାରୁ ସମର୍ଥନ ପାଇବେ। ଆଇନଗତ ପ୍ରତିବନ୍ଧକ ହଟିଯିବ। ବ୍ୟବସାୟ ଭଲ କରିବ। ଆପଣ ଦାନ କରି ମାନସିକ ସୁଖ ଅର୍ଜନ କରିବେ। ବ୍ୟବସାୟ ଅବସ୍ଥା ଆଶାବାଦୀ ରହିବ।

Read More

ମିଥୁନ ରାଶି- ଖର୍ଚ୍ଚ ଅପଚୟ ହେବ। ଅତିଥିମାନେ ଘରକୁ ଆସିବେ।  ଭଲ ଖବର ପାଇବ। ସଂପତ୍ତିର ମୂଲ୍ୟ ବୃଦ୍ଧି ହେବ। ବିବାଦ କର ନାହିଁ। ଆର୍ଥିକ ସ୍ଥିତିରେ ସୁଧାର ଆସିବାର ସମ୍ଭାବନା ରହିଛି । ବ୍ୟବସାୟରେ ନୂତନ ଚୁକ୍ତିନାମା ହେବ। କର୍କଟ ରାଶି- ବ୍ୟବସାୟ ଯାତ୍ରା ସଫଳ ହେବ। ଆଖି ଯନ୍ତ୍ରଣା ସମ୍ଭବ। ବିବାଦ କର ନାହିଁ । ଚାକିରି ପାଇବ। ଉପହାର ଗ୍ରହଣ କରାଯିବ। ତୁମର ସାମାଜିକତା ଏବଂ ଧର୍ଯ୍ୟର ମନୋଭାବ ତୁମ ଜୀବନରେ ଆନନ୍ଦ ଆଣିଦେବ।

Read More

ସିଂହ ରାଶି- ନିରାଶାରୁ ଦୂରେଇ ରୁହନ୍ତୁ। କାରବାରରେ ସାବଧାନ ରୁହନ୍ତୁ । ଶାରୀରିକ କଷ୍ଟ ସମ୍ଭବ । ଖର୍ଚ୍ଚ ବୃଦ୍ଧି ଚାପ ସୃଷ୍ଟି କରିବ। ବିବାଦ କର ନାହିଁ । ସର୍ବସାଧାରଣ କାର୍ଯ୍ୟରେ ସମୟ ଅତିବାହିତ ହେବ। ଆପଣ ପିଲାମାନଙ୍କଠାରୁ ଭଲ ଖବର ପାଇବେ । ଧନୁ ରାଶି- ପୁରୁଣା ରୋଗ ସୃଷ୍ଟି ହୋଇପାରେ । ଆଘାତ, ଚୋରି ଏବଂ ବିବାଦ ଇତ୍ୟାଦି କାରଣରୁ କ୍ଷତି ହୋଇପାରେ । ଆୟରେ ହ୍ରାସ ଘଟିବ। ଧର୍ଯ୍ୟ ଧରନ୍ତୁ, ସ୍ୱାସ୍ଥ୍ୟ ସମସ୍ୟାର ସମାଧାନ ହେବ। ଈଶ୍ବରଙ୍କ ଉପରେ ବିଶ୍ୱାସ ବୃଦ୍ଧି ପାଇବ ।

Read More

ସୀତାରାମ ଅଗ୍ରୱାଲ ଟାଙ୍ଗୀ: ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଟାଙ୍ଗୀ ଅଞ୍ଚଳରେ ପୋଲିସର କଡା କୋଭିଡ଼ ଏନ୍ଫୋର୍ସମେଣ୍ଟ ଦେଖିବାକୁ ମିଳିଛି। ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ ଏବଂ ଟାଙ୍ଗୀ ଥାନାରେ ନୂତନ ଭାବେ ଦାୟିତ୍ଵ ନେଇଥିବା ଆଇଆଇସି ବିଜୟ କୁମାର ମଲ୍ଲିକ ମିଳିତ ଭାବେ ଟାଙ୍ଗୀ ବଜାରରେ ଚଢ଼ାଉ ଜାରି ରଖିଥିଲେ। ତେବେ ଉକ୍ତ ଚଢ଼ାଉ ସମୟରେ ଟାଙ୍ଗୀ ପୋଲିସ ଅମାନିଆଙ୍କ ଠାରୁ ୬ ହଜାର ୭୦୦ ଟଙ୍କା ଏବଂ ଅମାନିଆ ବାଇକ ଚାଳକଙ୍କ ଠାରୁ ୬୦ ହଜାର ଟଙ୍କା ଜରିମାନା ଆଦାୟ କରିଛି।  ତେବେ ଜନସାଧାରଣଙ୍କୁ ଲକ ଡ଼ାଉନ ନିୟମ ମାନିବା ପାଇଁ ଅନୁରୋଧ କରିଛନ୍ତି ଟାଙ୍ଗୀ ଆଈଆଈସି ଶ୍ରୀ ମଲ୍ଲିକ।

Read More

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଛିଡା ହୋଇଥିବା ଏକ ସ୍କୁଲ ବସ ମଧ୍ୟରୁ ମୃତ ଦେହ ଉଦ୍ଧାର କରାଯାଇଛି। ଲକଡାଉନ ଯୋଗୁଁ ନୂଆପଲ୍ଲୀରେ ବସଟି ଛିଡା ହୋଇ ରହିଥିଲା। ମୃତ୍ୟୁକଙ୍କ ପରିଚୟ ମିଳିନଥିବା ବେଳେ ମୃତ୍ୟୁର କାରଣ ଏଯାଏଁ ସ୍ପଷ୍ଟ ହୋଇନି। ବର୍ତ୍ତମାନ ଘଟଣା ସ୍ଥାନରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।

Read More

ଭୁବନେଶ୍ବର/ବ୍ରହ୍ମପୁର: ଆଜି ବ୍ରହ୍ମପୁର ସ୍ଥିତ ଏମକେସିଜିରେ ଅକ୍ସିଜେନ ପ୍ଳାଣ୍ଟକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲୋକାର୍ପଣ କରିଛନ୍ତି। ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଅକ୍ସିଜେନ ପ୍ଳାଣ୍ଟକୁ ଲୋକାର୍ପଣ କରିଛନ୍ତି। ମୋଟ ୨ କୋଟି ଟଙ୍କାରେ ଏହି ପ୍ଳାଣ୍ଟ ନିର୍ମାଣ ହୋଇଛି। ଏଥିରୁ ୨୦ ହଜାର ଲିଟର ଅମ୍ଳଜାନ ଉତ୍ପାଦନ ହେବ। ଏହାଦ୍ବାରା ଦକ୍ଷିଣ ଓଡିଶା ଲୋକ ଉପକୃତ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Read More

ନୂଆଦିଲ୍ଲୀ: କରୋନା ସଙ୍କଟ ଭିତରେ କର ଦାତାଙ୍କ ପାଇଁ କେନ୍ଦ୍ର ସରକାର ଏକ ବଡ ନିଷ୍ପତ୍ତି ନେଇଛି। ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ବ୍ୟକ୍ତିଗତ ଆୟକର ଟିଟର୍ଣ୍ଣ ଜମା କରିବା ଅବଧିକୁ କେନ୍ଦ୍ର ସରକାର ୩୦ ସେପ୍ଟେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରିଛି। ଏହାସହିତ କମ୍ପାନୀଗୁଡ଼ିକ ପାଇଁ କେନ୍ଦ୍ର ପ୍ରତ୍ୟେକ୍ଷ କର ବୋର୍ଡ ପକ୍ଷରୁ ଆୟକର ରିଟର୍ଣ୍ଣ ଜମା କରିବା ସମୟସୀମାକୁ ଏକ ମାସକୁ ବଢାଇ ୩୦ ନଭେମ୍ବର ଯାଏଁ କରାଯାଇଛି। ସେହିଭଳି ଯେଉଁମାନଙ୍କ ଆକାଉଣ୍ଟ ଅଡିଟ ଯ଼ୋଗ୍ୟ ସେମାନଙ୍କର ରିଟର୍ଣ୍ଣ ଫାଇଲ କରିବାର ଶେଷ ତାରିଖକୁ ଅକ୍ଟୋବର ୩୧ ତାରିଖକୁ ବୃଦ୍ଧି କରାଯାଇଛି।

Read More

ନୂଆଦିଲ୍ଲୀ: କରୋନା ମହାମାରୀର ସ୍ଥିତି ଏବେ ଉଦବେଗଜନକ ଥିବା ବେଳେ ବ୍ଲାକ ଫଙ୍ଗସ୍ ସାରା ଦେଶକୁ ଚିନ୍ତାରେ ପକାଇଛି। ଏହି ରୋଗର ସଂକ୍ରମଣକୁ ଦେଖି କେନ୍ଦ୍ର ସରକାର ମହାମାରୀ ଘୋଷଣା କରିବାକୁ ରାଜ୍ୟ ସରକାର ସୁପାରିସ କରିଛନ୍ତି। ହେଲେ ଆଜି ୪ ଜଣ ହ୍ଵାଇଟ ଫଙ୍ଗସ୍ ରୋଗୀ ବିହାରର ପାଟଣାରେ ଚିହ୍ନଟ ହୋଇଛନ୍ତି। କିନ୍ତୁ ଦେଶରେ ଏବେ ହ୍ବାଇଟ ଫଙ୍ଗସ୍ ଚିହ୍ନଟ ହେବା ପରେ ଲୋକଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଏହି ରୋଗ ସମଗ୍ର ଶରୀରକୁ ସଂକ୍ରମଣ ହେଉଥିବାରୁ ବ୍ଲାକ ଫଙ୍ଗସ୍ ଠାରୁ ଏହି ରୋଗ ଅଧିକ ବିପଦ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ମତ ରଖିଛନ୍ତି। ଏହା ମଣିଷ ଶରୀରର ନଖ, ଚରମ, ପାଟି, ଫୁସଫୁସ, ପାକସ୍ଥଳୀ, ଯକୃତ, ଗୁପ୍ତାଙ୍ଗ, ବ୍ରେନ ଆଦି କୁ ସଂକ୍ରମଣ ହୋଇ କ୍ଷତି ପହଞ୍ଚାଉଛି। ରୋଗ ପ୍ରତିରୋଧକ ଶକ୍ତି କମ ଥିବା ଲୋକଙ୍କୁ ଏହି ରୋଗ ସଂକ୍ରମଣ ହେଉଥିବା ସମ୍ଭାବନା ଅଧିକ ରହିଛି।…

Read More