ତୂଳା- ଆବଶ୍ୟକ ଡକ୍ୟୁମେଣ୍ଟଗୁଡିକ ଉପରେ ଅଧିକ ଧ୍ୟାନ ଦିଅନ୍ତୁ । ମଧ୍ୟଭାଗ ପରେ, କାମ ଆରମ୍ଭ କରିବା ସହଜ ହେବ । ମନର ଏକାଗ୍ରତା ହେତୁ, ଆପଣଙ୍କର ମନରେ ଅସନ୍ତୁଷ୍ଟ ରହିବ। ଆପଣ ଶାରୀରିକ ଭାବରେ ଚିନ୍ତିତ ଅନୁଭବ କରିବ । ମକର- ଲକ୍ଷ୍ମୀ ମାତାଙ୍କ ଆଶୀର୍ବାଦ ରହିବ। ଉଚ୍ଚ ଅଧିକାରୀଙ୍କ ବ୍ୟବସାୟକୁ ସଫଳ କରିବ ଏବଂ ଲାଭ କରିବ। ଏହା ବଣିକ ଶ୍ରେଣୀ ପାଇଁ ଶୁଭ ଅଟେ। ବ୍ୟବସାୟ ବଢିବା ସହିତ ବ୍ୟବସାୟୀମାନେ ମଧ୍ୟ ସଫଳତା ଏବଂ ସଂଗ୍ରହ ଟଙ୍କା ଫେରି ପାଇବେ ।
Author: Samikhsya Bureau
କୁମ୍ଭ- ଜୀବନସାଥୀ ସହିତ କାରବାର କରିବା ଅଧିକ ମିଠା ହେବ। ସାଙ୍ଗମାନଙ୍କ ସହିତ ଏକ ଭ୍ରମଣର ଆୟୋଜନ କରିବାକୁ ସମର୍ଥ ହେବେ । ଭାଇ ଏବଂ ପ୍ରିୟଜନଙ୍କ ସହିତ ସମ୍ପର୍କ ଭଲ ରହିବ । ସମ୍ମାନ ବୃଦ୍ଧି ପାଇବ। ପ୍ରତିଯୋଗୀମାନେ ଜିତିବେ। ମୀନ– ଆପଣଙ୍କର ଭ୍ରମଣ କିମ୍ବା ସ୍ଥାନାନ୍ତରଣ ସମ୍ଭାବନା ଅଛି । ବ୍ୟବହାରିକ କାର୍ଯ୍ୟଗୁଡିକ ପରିଚାଳନା କରିବା ଶୁଭ ଅଟେ। ଘରର ପରିବେଶ ସୁଖଦ ଏବଂ ଶାନ୍ତିପୂର୍ଣ୍ଣ ରହିବ। କଳାକାରମାନଙ୍କ ପାଇଁ ଶୁଭ।
ସିଂହ- ମନେରଖନ୍ତୁ ଯେ ମାତାର ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଏବଂ ପରିବାରର ଅବାଞ୍ଛିତ ପରିବେଶ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପକାଇବା ଉଚିତ୍ ନୁହେଁ । ଏହା ଆପଣଙ୍କ ସ୍ୱାସ୍ଥ୍ୟକୁ ମଧ୍ୟ ଖରାପ କରିପାରେ। କନ୍ୟା- ମାନସିକ ଚାପ ଏବଂ ବିଶୃଙ୍ଖଳା ମଧ୍ୟରେ ଆପଣଙ୍କ ଦିନ ଆରମ୍ଭ ହେବ। ଶାରୀରିକ ଭାବରେ ଅଳସୁଆ ରହିବେ। ପେଟ ସମ୍ବନ୍ଧୀୟ ରୋଗ ହେବ। ଏହା ଏକ ଅନୁଭୂତି ମିଳିବ ଯାହା ଭାଗ୍ୟ କୈଣସି କାର୍ଯ୍ୟରେ ସମର୍ଥନ କରୁନାହିଁ ।
ବୃଷ- ଆପଣଙ୍କ ଘରେ ଧାର୍ମିକ କାର୍ଯ୍ୟ ହେବ, ପରିବାରରେ ଖୁସିର ପରିବେଶ ରହିବ। ସଫଳତା ପାଇବେ। ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ନୂତନ କାର୍ଯ୍ୟ ପାଇଁ ଖୁସି ହେବେ। ମିଥୁନ- ମଧ୍ୟାହ୍ନ ସମୟ ଆପଣଙ୍କ ପାଇଁ ଫଳପ୍ରଦ ହେବ। ନୈତିକତା ଉପରେ ସଂଯମତା ଏବଂ ଅନୈତିକ କାର୍ଯ୍ୟରୁ ଦୂରରେ ରହିବାର ଆବଶ୍ୟକତା ଅଛି। ଶାରୀରିକ ଏବଂ ମାନସିକ ପରିଶ୍ରମ ଅଧିକ ହେବ। ତେଣୁ ଅସୁସ୍ଥତା ମଧ୍ୟ ହୋଇପାରେ ।
ବିଛା- ଆଜି ଆପଣଙ୍କ ପାଇଁ ଶୁଭ ଅଛି। ଆପଣ ଦୃଢ ମନୋବଳ ଏବଂ ଆତ୍ମବିଶ୍ୱାସ ସହିତ ଯେ କୈଣସି କାର୍ଯ୍ୟ କରିବାକୁ ସମର୍ଥ ହେବେ। ନିଜ ମନକୁ ଶାନ୍ତ ରଖନ୍ତୁ । ଘରର ପରିବେଶ ସୁଖଦ ଏବଂ ଶାନ୍ତିପୂର୍ଣ୍ଣ ହେବ। ଧନୁ- ଆପଣ ଖର୍ଚ୍ଚରେ ସଂଯମତା ଅବଲମ୍ବନ କରିବାକୁ ପଡିବ। ଏହା ସହିତ କ୍ରୋଧ ଏବଂ ଜିଭ ଉପରେ ମଧ୍ୟ ସଂଯମତା ରଖିବାକୁ ପଡିବ। ଯାହାଦ୍ୱାରା କାହା ସହିତ ବିତର୍କରେ କୈଣସି କ୍ରୋଧ ନଥାଏ ଏବଂ ସେହି ସମୟରେ ନକାରାତ୍ମକ ଚିନ୍ତାଧାରା ମଧ୍ୟ ମନରୁ ଦୂରେଇ ଯାଏ ।
ନୂଆଦିଲ୍ଲୀ: ସାର ଦର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ସାର ଦର ଉପରେ ଏକ ବିସ୍ତୃତ ଉପସ୍ଥାପନା ତାଙ୍କ ସମ୍ମୁଖରେ ଉପସ୍ଥାପନ କରାଯାଇଥିଲା। ଅନ୍ତର୍ଜାତୀୟ ସ୍ତରରେ ଫସଫୋରିକ ଏସିଡ, ଆମୋନିଆ ଆଦିର ମୂଲ୍ୟ ବୃଦ୍ଧି ପାଉଥିବା କାରଣରୁ ଦେଶରେ ସାର ମୂଲ୍ୟ ବୃଦ୍ଧି ପାଉଥିବା ସମ୍ପର୍କରେ ଆଲୋଚନା କରାଯାଇଥିଲା। ତେବେ ଅନ୍ତର୍ଜାତୀୟ ବଜାରରେ ମୂଲ୍ୟ ବୃଦ୍ଧି ସତ୍ତ୍ବେ ଚାଷୀ ପୁରୁଣା ଦରରେ ସାର ପାଇବା ଉଚିତ୍ ବୋଲି ପ୍ରଧାନମନ୍ତ୍ରୀ ଗୁରୁତ୍ବାରୋପ କରି କହିଥିଲେ। ଏହି ଅବସରରେ ଡିଏପି ସାର ବସ୍ତା ପିଛା ସବସିଡି ପରିମାଣକୁ ୫୦୦ ଟଙ୍କା ପରିବର୍ତ୍ତେ ୧୨୦୦ ଟଙ୍କାକୁ ବୃଦ୍ଧି କରିବା ଲାଗି ଐତିହାସିକ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା, ଯାହାକି ୧୪୦% ବୃଦ୍ଧି। ତେଣୁ ଅନ୍ତର୍ଜାତୀୟ ବଜାରରେ ଡିଏପି ମୂଲ୍ୟ ବୃଦ୍ଧି ସତ୍ତ୍ବେ ଏହାକୁ ପୁରୁଣା ଦରରେ ବସ୍ତା ପିଛା ୧୨୦୦ ଟଙ୍କାରେ ବିକ୍ରି କରାଯିବା ଲାଗି ନିଷ୍ପତ୍ତି ଗ୍ରହଣ…
ରମେଶ ମହାନ୍ତି ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରୁ ଆଜି ୩୦୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କୁଜଙ୍ଗ ବ୍ଲକରୁ ସର୍ବାଧିକ ୪୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ବାଲିକୁଦା ବ୍ଲକରୁ ୪୬ଜଣ, ଜଗତସିଂହପୁର ବ୍ଲକ ଓ ପାରାଦ୍ବୀପରୁ ୪୩ ଜଣ ଲେଖାଏଁ, ତିର୍ତ୍ତୋଲ ବ୍ଳକରୁ ୩୮ଜଣ, ବିରିଡ଼ି ବ୍ଲକରୁ ୩୨ଜଣ, ନାଉଗାଁ ବ୍ଲକରୁ ୨୧ଜଣ, ରଘୁନାଥପୁର ବ୍ଲକରୁ ୧୩ଜଣ, ଜଗତସିଂହପୁର ମ୍ୟୁନିସିପାଲିଟିରୁ ୧୧ଜଣ ଓ ଏରସମା ବ୍ଲକରୁ ୮ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିସହିତ ଜଗତସିଂହପୁର ଜିଲ୍ଲାରୁ ଚିହ୍ନଟ ହୋଇଥିବା ସମୁଦାୟ ୧୩୯୭୦ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୧୮୧୮ ସୁସ୍ଥ ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ ସମୁଦାୟ ୪୧ ଜଣଙ୍କର ମୃତ୍ୟୁ ହୋଇଛି। ଆଜି ଜିଲ୍ଲାରୁ ୧୫୫ ଜଣ ସୁସ୍ଥ ହୋଇଥିବା ବେଳେ ବର୍ତ୍ତମାନ ଜିଲ୍ଲାରେ ୨୧୧୧ ଜଣ ଆକ୍ରାନ୍ତ ସକ୍ରିୟ ରହିଛନ୍ତି ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।
ନୂଆଦିଲ୍ଲୀ: କେନ୍ଦ୍ରଶାସିତ ଅଞ୍ଚଳ ଏବଂ ରାଜ୍ୟଗୁଡିକୁ କେନ୍ଦ୍ର ସରକାର ଜୁନ ୧୫ତାରିଖ ପର୍ଯ୍ୟନ୍ତ କୋଭିଡ ଟିକା ଯୋଗାଣ ସମ୍ପର୍କିତ ତଥ୍ୟ ଆଗୁଆ ଦେଇଛନ୍ତି। ଏଥିପାଇଁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକରେ କୋଭିଡ ଟିକା କେନ୍ଦ୍ର ପ୍ରସ୍ତୁତ କରିବା ଏବଂ ଏହାର ପ୍ରଶାସନିକ ପରିଚାଳନା ପାଇଁ ଯୋଜନା କରି ଏହାର ପ୍ରଚାର କରିବା ପାଇଁ ପରାମର୍ଶ ଦେଇଛନ୍ତି। ଟିକାଦାନ କେନ୍ଦ୍ରଗୁଡିକ ଭିଡ ନ ହେବା ପାଇଁ ଟିକାଦାନ ବ୍ୟବସ୍ଥା ନିର୍ଘଣ୍ଟ ପ୍ରସ୍ତୁତ କରି ଜନସାଧାରଣଙ୍କୁ ଜଣାଇବାକୁ ମଧ୍ୟ ପରାମର୍ଶ ଦେଇଛନ୍ତି। ଚଳିତ ମେ’ ମାସ ପହିଲାଠାରୁ ଜାତୀୟସ୍ତରରେ କୋଭିଡ-୧୯ ଟିକାକରଣ ଏବଂ ଏହାର ସୁଲଭ ମୂଲ୍ୟ ସମ୍ପର୍କିତ ନୀତି ନିର୍ଦ୍ଧାରଣ କରାଯାଇଛି। ଏହି ନୀତି ଅନୁଯାୟୀ ସମସ୍ତ କେନ୍ଦ୍ରୀୟ ଔଷଧ ଲାବରେଟରୀ ପ୍ରସ୍ତୁତ କରିଥିବା ଟିକାର ୫୦ଶତାଂଶ କେନ୍ଦ୍ର ସରକାର ଅଧିଗ୍ରହଣ କରିବେ। ଏହାକୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ପୂର୍ବଭଳି ବିନା ମୂଲ୍ୟରେ ଦେବେ। ଏଥି ସହିତ ଅନ୍ୟ ୫୦ଶତାଂଶକୁ…
ଭୁବନେଶ୍ବର: କରୋନା ଲଢେଇ ପାଇଁ ଗାଁ କଲ୍ୟାଣ ସମିତିକୁ ବଡ ଦାୟିତ୍ଵ ମିଳିଛି। ଏହି ଲଢେଇ ପାଇଁ ସମିତିକୁ ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ମିଳିବା ସହ ବଡ ଦାୟିତ୍ଵ ମଧ୍ୟ ପ୍ରଦାନ କରାଯାଇଛି। ବୈଠକ କରି ତିନି ମାସର ଆକ୍ସନ ପ୍ଳାନ କରିବା ପାଇଁ ସମିତିଗୁଡିକୁ କୁହାଯାଇଛି। ସ୍ଥାନୀୟ ଗଣମାଧ୍ୟମକୁ ନେଇ ଲୋକଙ୍କୁ କରୋନା ସମ୍ପର୍କରେ ସମିତି ସଚେତନ କରିବ। ସାନିଟାଇଜ ସହ ଟୀକା ଏବଂ ଟେଷ୍ଟିଂ ପାଇଁ ଲୋକଙ୍କୁ ସମିତି ଉତ୍ସାହିତ କରିବ। ଏହାସହ ଆକ୍ରାନ୍ତଙ୍କୁ ମେଡିକାଲ ନେବାକୁ ସମିତି ଗାଡି ବ୍ୟବସ୍ଥା କରିବ। କୋଭିଡ ନିୟମ ଉଲ୍ଲଂଘନକାରୀଙ୍କ ଉପରେ ସମିତି କଡା କାର୍ଯ୍ୟାନୁଷ୍ଠାନ ନେଇପାରିବ। ସବୁ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନରଙ୍କୁ ଏନେଇ ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ଚିଠି ଲେଖି ସୂଚନା ଦେଇଛନ୍ତି। ତେବେ କରୋନା ଲଢେଇ ପାଇଁ ଗାଁ କଲ୍ୟାଣ ସମିତିକୁ ସର୍ବାଧିକ ୨୦ ହଜାର ଟଙ୍କା ମିଳିବ। ୨୦୨୧-୨୨ ବର୍ଷ ପାଇଁ ୪ ଟି କିସ୍ତିରେ ୨୦…
ଭୁବନେଶ୍ୱର: କରୋନା ବିରୁଦ୍ଧ ଯୁଦ୍ଧରେ ବିଜୟୀ ହେଉଛନ୍ତି ବୟୋଜ୍ୟେଷ୍ଠ। ସମ କୋଭିଡ ହସ୍ପିଟାଲରୁ ସୁସ୍ଥ ହେଉଛନ୍ତି ଜଣକ ପରେ ଜଣେ ବରିଷ୍ଠ ନାଗରିକ। ଏହି କ୍ରମରେ ଆଜି ଜଣେ ୯୯ ବର୍ଷୀୟ ବୃଦ୍ଧ କରୋନା ରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଭୁବନେଶ୍ୱର ସହିଦନଗର ଅଂଚଳର ମୁରଲୀଧର ଦାସ କୋଭିଡ ସଂକ୍ରମିତ ହୋଇ ଗତ ମେ ୯ ତାରିଖରେ ସମ କୋଭିଡ ହସ୍ପିଟାଲରେ ଭର୍ତି ହୋଇଥିଲେ। ତେବେ ସମ କୋଭିଡ ର ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟ ସେବାରେ ନିୟୋଜିତ ଥିବା କର୍ମଚାରୀଙ୍କ ଉତ୍ତମ ଚିକିତ୍ସା, ସେବା ଓ ଯତ୍ନ ଫଳରେ ସେ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ମୁରଲୀଧରଙ୍କର ପାର୍କିନ୍ସନ, ଉଚ୍ଚ ରକ୍ତଚାପ, ମଧୁମେହ ଭଳି ଅନେକ ସ୍ୱାସ୍ଥ୍ୟଗତ ସମସ୍ୟା ରହିଥିବା ବେଳେ ଆଗରୁ ବ୍ରେନଷ୍ଟ୍ରୋକ ମଧ୍ୟ ହୋଇସାରିଛି। କୋଭିଡ ଆକ୍ରାନ୍ତ ହେବା ପରେ ସେ ଠିକ ଭାବେ କଥା ମଧ୍ୟ କହି ପାରୁନଥିଲେ। ତେଣୁ ଏହି ବୟୋଜ୍ୟେଷ୍ଠଙ୍କର ନିଷ୍ଠା ଓ…
ସୀତାରାମ ଅଗ୍ରୱାଲ ବାଲୁଗାଁ: ସାରା ରାଜ୍ୟରେ ବୁଧବାରଠାରୁ ଲକଡ଼ାଉନର ଦ୍ଵିତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି। ଏହି ପରିପ୍ରେକ୍ଷୀରେ ଉକ୍ତ ଲକଡ଼ାଉନକୁ ଆହୁରି କଡାକଡି କରାଯାଇଛି। ଅତ୍ୟାବଶ୍ୟକ ସାମଗ୍ରୀ କିଣିବାର ସମୟ ଅବଧିକୁ ୬ ଘଣ୍ଟାରୁ ୪ ଘଣ୍ଟାକୁ କମାଇଦିଆଯାଇଛି। ହେଲେ ଆଜି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଏନଏସି ଅଞ୍ଚଳରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଥିଲା। ସହରର ବହୁ ମଦ ଦୋକାନୀମାନେ ଲକଡ଼ାଉନ ନିୟମ ଉଲଂଘନ କରି ହୋମ ଡେଲିଭେରି ବଦଳରେ ଖୋଲାରେ ମଦ ବିକୁଥିବାର ଦେଖାଯାଇଥିଲା। ଅନୁରୂପ ଭାବେ ମାଛ ମାର୍କେଟରେ ଦୋକାନୀମାନେ ଲକଡ଼ାଉନ ନିୟମ ଉଲଂଘନ କରିଥିବାର ଦେଖିବାକୁ ମିଳିଥିଲା। ତେବେ ଏହାକୁ ଗୁରୁତର ସହ ନେଇ ବାଲୁଗାଁ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରିଣୀ ଆକୃତି ଗୋଏଙ୍କା ନିୟମ ଉଲଂଘନକାରୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ଦୁଇ ଗୋଟି ମଦ ଦୋକାନ ଏବଂ ଗୋଟାଏ ମାଛ ଦୋକାନୀଙ୍କ ଠାରୁ ବାଲୁଗାଁ ଏନଏସି ୧୦ ହଜାର ୫୦୦ ଟଙ୍କା ଜରିମାନା ଆଦାୟ କରିଛି।
କଟକ: ଓଡିଶା ହାଇକୋର୍ଟକୁ ସଂପୂର୍ଣ୍ଣ ସଟଡାଉନ୍ ଘୋଷଣା କରାଯାଇଛି। ମେ’ ୨୦ ତାରିଖରୁ ୨୭ ତାରିଖ ଯାଏଁ ହାଇକୋର୍ଟକୁ ସଂପୂର୍ଣ୍ଣ ସଟଡାଉନ ଘୋଷଣା କରାଯାଇଛି। ହାଇକୋର୍ଟରେ କରୋନା ସଂକ୍ରମଣ ବୃଦ୍ଧି ଓ କିଛି କର୍ମଚାରୀ ସଂକ୍ରମିତ ହୋଇଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି। ହାଇକୋର୍ଟଙ୍କ ପକ୍ଷରୁ ଏନେଇ ନିର୍ଦ୍ଦେଶନାମା ଜାରି କରାଯାଇଛି। ତେବେ ଜରୁରୀ ମାମଲାର ଶୁଣାଣି ପାଇଁ ରେଜିଷ୍ଟ୍ରାର ଜୁଡିସିଆଲଙ୍କ ନିକଟରେ ଆବେଦନ କରାଯାଇପାରିବ।
ଭୁବନେଶ୍ବର: ଲକଡାଉନ୍ ଏବଂ କରୋନା ଭୁତାଣୁ ସଂକ୍ରମଣର ଦ୍ଵିତୀୟ ଲହରୀ ସତ୍ତ୍ୱେ ଭାରତୀୟ ରେଳବାଇ ସମଗ୍ର ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣ ଓ ପରିବହନକୁ ସୁନିଶ୍ଚିତ କରିଛି। ଭାରତୀୟ ରେଳବାଇ ପେଟ୍ରୋଲିୟମ ଉତ୍ପାଦ, କୋଇଲା ଇତ୍ୟାଦି ବ୍ୟତୀତ ଖାଦ୍ୟ ଶସ୍ୟ, ଫଳ ଏବଂ ପନିପରିବା, ଦୁଗ୍ଧଜାତ ଦ୍ରବ୍ୟ, ଖାଇବା ତେଲ, ଚିନି ଏବଂ ଲୁଣ, ଚିକିତ୍ସା ଉପକରଣ ଏବଂ ଔଷଧ, ପିପି କିଟ୍ ଏବଂ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ଇତ୍ୟାଦି କ୍ରମାଗତ ଭାବେ ପରିବହନ କରିଆସୁଅଛି। ଦେଶର ବିଭିନ୍ନ ସ୍ଥାନରେ ରୋଗୀଙ୍କ ଜୀବନ ରକ୍ଷା ପାଇଁ ତରଳ ମେଡିକାଲ ଅମ୍ଳଜାନ (ଏଲଏମଓ) ପରିବହନକୁ ବର୍ତ୍ତମାନ ପ୍ରାଥମିକତା ଦେଉଛି। ତରଳ ମେଡିକାଲ ଅମ୍ଳଜାନ, ଖାଦ୍ୟ ଶସ୍ୟ ଏବଂ ଅନ୍ୟାନ୍ୟ ଜରୁରୀ ଦ୍ରବ୍ୟର ଗୁରୁତ୍ୱକୁ ଦୃଷ୍ଟିରେ ରଖି ପୂର୍ବ ତଟ ରେଳପଥ ନିରବଛିନ୍ନଭାବେ ବିଭିନ୍ନ ଗନ୍ତବ୍ୟ ସ୍ଥାନକୁ ଶୀଘ୍ର ପରିବହନ କରି ନିରନ୍ତର ଯୋଗାଣ ସୁନିଶ୍ଚିତ କରିବା ପାଇଁ ଏହାକୁ ଏକ ଆହ୍ୱାନ ଭାବରେ…
ଭୁବନେଶ୍ବର: ବଙ୍ଗୋପସାଗରରେ ଆଉ ଏକ ବାତ୍ୟା ସୃଷ୍ଟି ହେଉଛି। ୨୨ ତାରିଖରେ ଉତ୍ତର ଆଣ୍ଡାମାନ ସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। କ୍ରମେ ଏହା ଘନୀଭୂତ ହୋଇ ୭୨ ଘଣ୍ଟା ପରେ ବାତ୍ୟା ରୂପ ନେବ। ୨୫ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ରରେ ବାତ୍ୟାର ରୂପ ନେବ। ପରେ ଏହା ଉତ୍ତର-ପଶ୍ଚିମ ଦିଗରେ ଆଗେଇବ। ତେବେ ବର୍ତ୍ତମାନ ଆକାଳନ ଅନୁଯାୟୀ, ୨୬ ତାରିଖ ସକାଳେ ଉପକୂଳ ମୁହାଁଇବ। ଓଡିଶା-ପଶ୍ଚିମବଙ୍ଗ ମଧ୍ୟରେ ଉପକୂଳ ଛୁଇଁବା ଅନୁମାନ କରାଯାଉଛି। ହେଲେ ଏହା ନିର୍ଦ୍ଦିଷ୍ଟ କେଉଁ ସ୍ଥାନରେ ସ୍ଥଳ ଭାଗ ଛୁଇଁବ ସ୍ପଷ୍ଟ ହୋଇପାରିନି। ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଏନେଇ ସୂଚନା ଦେଇଛନ୍ତି।
ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୯୨୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୯୨୫ ଆକ୍ରାନ୍ତଙ୍କ ମଧ୍ୟରୁ ୧୩୭ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୭୮୮ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୪ ହଜାର ୫୭୪ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୮୫୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୫୧ ହଜାର ୯୧୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୨ ହଜାର ୩୪୧ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୩୦୧ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।
ସୀତାରାମ ଅଗ୍ରୱାଲ ବାଣପୁର: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଣପୁର ଥାନାରେ ଆଜି ନୂତନ ଥାନାଧିକାରୀ ଭାବେ ରଶ୍ମି ରଞ୍ଜନ ସାହୁ ଯୋଗଦେଇଛନ୍ତି। ଆଜି ମଧ୍ୟାହ୍ନରେ ଶ୍ରୀ ସାହୁ ବାଣପୁର ଥାନାରେ ପହଞ୍ଚିବାପରେ ତାଙ୍କୁ ପୂର୍ବତନ ଆଇଆଇସି ସଞ୍ଜୟ କୁମାର ପଟ୍ଟନାୟକ ଏବଂ ଅନ୍ୟ ସମସ୍ତ କର୍ମଚାରୀମାନେ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିବାସହ ଶୁଭେଚ୍ଛା ଜଣାଇଥିଲେ। ଏହାପରେ ଶ୍ରୀ ସାହୁ ଅଫିସ ଗୃହକୁ ରୀତିନୀତି ଅନୁଯାୟୀ ହୋମ ପୂଜା କରିବା ସହ ଈଶ୍ୱରଙ୍କ ଆଶୀର୍ବାଦ ଲୋଡି ବାଣପୁର ଆଇଆଇସି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଶ୍ରୀ ସାହୁ ଏହାପୂର୍ବରୁ ଦୀର୍ଘ ତିନି ବର୍ଷ ହେବ ବେଗୁନିଆ ଥାନାଧିକାରୀ ଭାବେ ବେଶ ସଫଳତାର ସହ ନିଜ ଦାଇତ୍ୱ ତୁଲାଇଛନ୍ତି। ତେବେ ବାଣପୁର ଖୋର୍ଦ୍ଧା ଜିଲ୍ଲାର ଏକ ବୃହତ ଏବଂ ଗୁରୁତ୍ୱପୂର୍ଣ୍ଣ ଥାନା ହୋଇଥିବାରୁ ତାଙ୍କର ଦାୟିତ୍ୱ ଆହୁରି ବଢିଯାଇଛି ଏବଂ ବାଣପୁର ଅଞ୍ଚଳରେ ଶାନ୍ତି ବଜାୟ ରଖିବା ସହ ନାଗରିକଙ୍କ ସୁରକ୍ଷା ଏବଂ ଆଇନ…
ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୧୦ ହଜାର ୩୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୧୪୭୧, ସୁନ୍ଦରଗଡରୁ ୮୧୪, କଟକରୁ ୭୧୮, ଅନୁଗୁଳରୁ ୫୧୦, ବରଗଡରୁ ୪୫୫, କଳାହାଣ୍ଡିରୁ ୪୩୭, ଯାଜପୁରରୁ ୪୦୭, ଗଞ୍ଜାମରୁ ୩୬୬, ନବରଙ୍ଗପୁରରୁ ୩୫୬, ପୁରୀରୁ ୩୫୧, ବଲାଙ୍ଗୀରିରୁ ୩୪୨, ଝାରସୁଗୁଡାରୁ ୩୩୪, ସମ୍ବଲପୁରରୁ ୩୦୦, ଭଦ୍ରକରୁ ୨୫୦, ନୟାଗଡରୁ ୨୪୫, ଢେଙ୍କାନାଳରୁ ୨୩୬, ବାଲେଶ୍ବରରୁ ୨୩୦, ବୌଦ୍ଧରୁ ୨୧୮, ନୂଆପଡାରୁ ୨୦୨, ରାୟଗଡାରୁ ୧୯୯, କେନ୍ଦୁଝରରୁ ୧୮୬, ମୟୂରଭଞ୍ଜରୁ ୧୬୫, ଜଗତସିଂହପୁରରୁ ୧୫୫, ସୋନପୁରରୁ ୧୪୮, କେନ୍ଦ୍ରାପଡାରୁ ୧୪୧, ଦେବଗଡରୁ ୧୩୮, କୋରାପୁଟରୁ ୧୧୧, ଗଜପତିରୁ ୧୦୨, କନ୍ଧମାଳରୁ ୯୫, ମାଲକାନାଗିରିରୁ ୮୩ ଏବଂ ଷ୍ଟେଟ ପୁଲରୁ ୨୭୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୫…
ଭୁବନେଶ୍ବର: ଡ୍ରାଇଭ ଇନ୍ ଓ ଡୋର ଷ୍ଟେପ୍ ଟୀକାକରଣକୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ବାରଣ କରିଛି। ଯେଉଁ ଜିଲ୍ଲାରେ ଏଭଳି ପ୍ରକ୍ରିୟା ଜାରି ରହିଛି, ତାହା ବନ୍ଦ କରିବାକୁ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି। ଏନେଇ ରାଜ୍ୟର ସମସ୍ତ ଜିଲ୍ଲାପାଳ ଏବଂ ମ୍ୟୁନିସିପାଲ କମିଶନରଙ୍କୁ ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି। ଏହା କେନ୍ଦ୍ର ସ୍ୱାସ୍ଥ୍ୟ ବିଭାଗର ଗାଇଡଲାଇନ ବିରୋଧୀ ବୋଲି ସ୍ୱାସ୍ଥ୍ୟ ସଚିବ ଦର୍ଶାଇଛନ୍ତି।
ରାଉରକେଲା, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଙ୍ଗନବାଡି କର୍ମଚାରୀଙ୍କୁ କୋଭିଡ ଯୁଦ୍ଧରେ ସାମିଲ ହେବାକୁ ଆହ୍ବାନ ଦେବା ପରେ ବର୍ତ୍ତମାନ କାର୍ଯ୍ୟ ଆରମ୍ଭ ହୋଇଛି। ଅଙ୍ଗନବାଡି ଏବଂ ଆଶାକର୍ମିମାନେ ଘରକୁ ଘର ବୁଲି ଲୋକଙ୍କର ସ୍ବାସ୍ଥ୍ୟ ଉପରେ ସର୍ଭେ କରିବେ। ସେଥିପାଇଁ ସମସ୍ତ ଅଙ୍ଗନବାଡି କର୍ମିଙ୍କୁ ବିଭିନ୍ନ ଉପକରଣ ଯୋଗାଇ ଦିଆଯାଇଛି। ସୁନ୍ଦରଗଡ ଜିଲ୍ଲାପାଳଙ୍କ ସୂଚନା ଅନୁସାରେ ଜିଲ୍ଲାର ସମସ୍ତ ଅଙ୍ଗନବାଡି କର୍ମଚାରୀଙ୍କୁ ଗୋଟିଏ ଅକ୍ସିମିଟର ଏବଂ ଥର୍ମାଲ ସ୍କାନର ପ୍ରଦାନ କରାଯାଇଛି। ଯଦି ଗ୍ରାମାଞ୍ଚଳରେ କାହାର ଦେହ ଖରାପ ଥିବ ତେବେ ପ୍ରାରମ୍ଭିକ ପର୍ଯ୍ୟାୟରେ ଏହି ଉପକରଣ ମାଧ୍ୟମରେ ସେମାନେ ରିପୋର୍ଟ ନେଇପାରିବେ। କରୋନାର କିଛି ଲକ୍ଷଣ ପରିଲକ୍ଷିତ ହେଲେ ତାଙ୍କୁ ତୁରନ୍ତ ପରୀକ୍ଷା କରିବା ପାଇଁ ସାହାର୍ଯ୍ୟ କରିବା ସହ କ୍ବାରଣ୍ଟାଇନରେ ରହିବା ପାଇଁ ଉପଦେଶ ଦେବେ। ଫଳରେ ଗ୍ରାମାଞ୍ଚଳରେ କରୋନା ସଂକ୍ରାମଣକୁ ଏହା ରୋକିବାରେ ସାହାଯ୍ୟ କରିପାରିବ।
ସୀତାରାମ ଅଗ୍ରୱାଲ ବାଣପୁର: ରାଜ୍ୟରେ କରୋନା ମହାମାରୀ ସମୟରେ ରକ୍ତର ଅଭାବ ପରିଲିକ୍ଷିତ ହେଉଛି। ରକ୍ତର ଅଭାବ ଯୋଗୁଁ ବିଭିନ୍ନ ରୋଗରେ ପୀଡିତ ଥିବା ଅନେକ ଲୋକଙ୍କ ଜୀବନ ଚାଲିଯାଉଛି। ଲକଡାଉନ ସମୟରେ ଲୋକେ ଘରେ ରହୁଥିବା ବେଳେ ରୋଗୀଙ୍କ ପାଇଁ ରକ୍ତର ବହୁତ ଆବଶ୍ୟକତା ପଡୁଛି। ତେବେ ଏଭଳି କଟକଣା ସମୟରେ ନିଜ ଜୀବନକୁ ବାଜି ଲଗାଇ ରକ୍ତଦାନ କରୁଥିବା ବ୍ୟକ୍ତି ବହୁତ କମ ଦେଖିବାକୁ ମିଳନ୍ତି। ତେଣୁ ଏହାକୁ ଲକ୍ଷ୍ୟ କରି ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀରେ କିଛି ସଂଗଠନ ରକ୍ତ ଦାନ ଶିବିର କରି ଚର୍ଚ୍ଚାକୁ ଆସିଛନ୍ତି। ସ୍ଵାମୀ ବିବେକାନନ୍ଦ ସେବା ସଂଘ, ବାଣପୁର, ‘ଦି ବ୍ଲଡ଼ ଡୋନର୍ସ ଓଡିଶା’ ଏବଂ ବଜରଙ୍ଗ ଦଳ, ଚିଲିକା ପ୍ରଖଣ୍ଡ ପକ୍ଷରୁ ଏକ ରକ୍ତଦାନ ଶିବିର ବାଣପୁର ବ୍ଲକ ଅନ୍ତର୍ଗତ ବୋରିଗାଁ ଗ୍ରାମରେ ଆଜି ଅନୁଷ୍ଠିତ ହୋଇଯାଇଛି। କରୋନା କଟକଣା ନିୟମ ଉକ୍ତ ଶିବିର ପାଇଁ ଚ୍ୟାଲେଞ୍ଜ ଥିଲେ…
ଭୁବନେଶ୍ବର: ସ୍ୱାସ୍ଥ୍ୟ କର୍ମୀଙ୍କ ପରିବାର ଲୋକଙ୍କୁ ଟୀକା ଦେବା ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଡାକ୍ତର, ନର୍ସ, ପାରାମେଡିକ ଷ୍ଟାଫଙ୍କ ପରିବାର ଲୋକଙ୍କୁ ଟୀକା ଦେବା ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ଏନେଇ ସ୍ୱାସ୍ଥ୍ୟ ଏସିଏସ ପ୍ରଦୀପ୍ତ ମହାପାତ୍ର ଚିଠି ଲେଖି ସୂଚନା ଦେଇଛନ୍ତି। ସବୁ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନର ଏବଂ ସିଡିଏମଓଙ୍କୁ ଚିଠି ଲେଖି ଏସିଏସ ନିର୍ଦ୍ଦେଶ ଦେଇଛନ୍ତି। ନିଜ ନିଜ ଜିଲ୍ଲାରେ ସ୍ୱାସ୍ଥ୍ୟ କର୍ମୀଙ୍କ ପରିବାର ଲୋକଙ୍କୁ ଟୀକା ଦେବାକୁ ଏସିଏସ ନିର୍ଦ୍ଦେଶ ଦେଇଛନ୍ତି। ସ୍ୱାସ୍ଥ୍ୟ କର୍ମୀଙ୍କ ସଂସ୍ପର୍ଶରେ ପରିବାର ଲୋକ ଆସୁଥିବାରୁ ସେମାନଙ୍କୁ ସଂକ୍ରମଣ ଭୟ ରହିଛି।

