Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଜାତୀୟ ଖବର»ବାତ୍ୟା ପୂର୍ବରୁ ଆକାଶରେ ଦେଖା ଦେଲା ଏକ ଅଭୁତ ଦୃଶ୍ୟ, ଲୋକେ ଦେଖି ହେଲେ ଆଶ୍ଚର୍ଯ୍ୟ
ଜାତୀୟ ଖବର

ବାତ୍ୟା ପୂର୍ବରୁ ଆକାଶରେ ଦେଖା ଦେଲା ଏକ ଅଭୁତ ଦୃଶ୍ୟ, ଲୋକେ ଦେଖି ହେଲେ ଆଶ୍ଚର୍ଯ୍ୟ

May 24, 2021No Comments2 Mins Read
Share Facebook Twitter LinkedIn Email WhatsApp Copy Link
ବାତ୍ୟା ପୂର୍ବରୁ ଆକାଶରେ ଦେଖା ଦେଲା ଏକ ଅଭୁତ ଦୃଶ୍ୟ, ଲୋକେ ଦେଖି ହେଲେ ଆଶ୍ଚର୍ଯ୍ୟ

Sun Halo: ଆଜି ଆଇଟି ସହର ବାଙ୍ଗାଲୁର ଆକାଶରେ ଦେଖାଦେଇଛି ଏକ ଅଭୁତ ଦୃଶ୍ୟ। ଏହି ଦୃଶ୍ୟ ଦେଖିବା ପାଇଁ ସହରର ଲୋକେ ବାହାରକୁ ଆସି ଉପଭୋଗ କରିବାକୁ ଲାଗିଲେ। ଏହି ଅଭୁତ ଦୃଶ୍ୟଟି ହେଉଛି ଯେ, ଆଜି ଠିକ୍ ମଧ୍ୟାହ୍ନରେ ବାଙ୍ଗାଲୁର ଆକାଶରେ ସୂର୍ଯ୍ୟଙ୍କର ଚାରିପଟେ ଏକ ବଳୟ ଦେଖିବାକୁ ମିଳିଥିଲା। ତେବେ ଏହି ସାଧାରଣ ବଳୟ ନ ଥିଲା। ଇନ୍ଦ୍ରଧନୁ ପରି ରଂଗୀନ ବଳୟ ଥିଲା। ପ୍ରାୟ 22 ଡିଗ୍ରୀ ପରଧିର ଏହି ବଳୟ ଭିତରେ ସୂର୍ଯ୍ୟ ରହିଥିଲେ।

ସୂର୍ଯ୍ୟ ଠିକ୍ ମୁଣ୍ଡ ଉପରେ ଥିବା ବେଳେ ଏହି ବଳୟ ସୃଷ୍ଟି ହୋଇଥିଲା। ସାଧାରଣତଃ ବର୍ଷା ହେଲେ ଇନ୍ଦ୍ରଧନୁ ଦେଖାଦେଇଥାଏ। ମାତ୍ର ବାଙ୍ଗାଲୁରରେ ଆଜି ସକାଳୁ ପାଗ ଶୁଖିଲା ଅଛି। ହେଲେ ଆକାଶରେ ଠାଏଁ ଠାଏଁ  ମେଘ ରହିଛି। କିନ୍ତୁ ସୂର୍ଯ୍ୟଙ୍କୁ ଘୋଡାଇ ହେବା ପରି ମେଘ ନ ଥିଲା।

ଏହିପରି ବଳୟ ବେଶ କିଛି ସମୟ ଧରି ବାଙ୍ଗାଲୁର ଆକାଶରେ ପରିଲକ୍ଷିତ ହୋଇଥିଲା। ଲୋକମାନେ ବାହାରକୁ ଆସି ମୋବାଇଲିରେ ଫଟୋ ନେବାରେ ଲାଗିଥିଲେ। ଫଳରେ ଆଜି ସୋସିଆଲ ମିଡିଆରେ ଏହି ଘଟଣା ପୁରା ଛାଇ ହୋଇ ରହିଛି। ଇଂରାଜୀ Halo ନାମରେ ଏହି ଭାଇରାଲ ହେବାରେ ଲାଗିଛି।

ତେବେ ବିଶେଷଜ୍ଞଙ୍କ କହିବା କଥା ହେଲା ଯେ, ଏହା ମେଘ ଏବଂ ସୂର୍ଯ୍ୟ କିରଣ ଦ୍ବାରା ସୃଷ୍ୟି ହୋଇଥାଏ। ଯାହାକୁ ଇଂରାଜୀରେ Sun Halo ବୋଲି କୁହାଯାଇଥାଏ। ଓଡିଆରେ ଏହା ପ୍ରଭାମଣ୍ଡଳ ବୋଲି କୁହାଯାଏ। ତେବେ ଏହା ବର୍ଷା ଦିନେ ବା ବର୍ଷା ହେବା ବେଳେ ପରିଲକ୍ଷିତ ହେବା କଥା। ଅନ୍ୟପକ୍ଷରେ ଏହି ପ୍ରଭାମଣ୍ଡଳ ଥଣ୍ଡା ଦେଶରେ ସାଧାରଣ କଥା। ମାତ୍ର ବାଙ୍ଗାଲୁରରେ ଏପରି ଦେଖାଯିବା ନିଶ୍ଚିତ ଭିନ୍ନତା ରହିଛି।

ନିକଟରେ ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ଧିରେ ଧିରେ ସ୍ଥଳଭାଗ ଆଡକୁ ମୁହାଁବାରେ ଲାଗିଛି। ଆସନ୍ତା 26 ତାରିଖରେ ଏହା ସ୍ଥଳ ଭାଗ ଛୁଇଁବ। ଏହି ଖବର ସାରା ଦେଶରେ ହଇଚଇ ସୃଷ୍ଟି କରିବାରେ ଲାଗିଛି। ଏପରି ସମୟରେ ଏହି ପ୍ରଭାମଣ୍ଡଳ ଦେଖାଦେବା ନେଇ ଲୋକମାନେ ଭିନ୍ନ ଭିନ୍ନ କଥା ଆଶଙ୍କା କରିବାରେ ଲାଗିଛନ୍ତି। ତେବେ ବିଶେଷଜ୍ଞଙ୍କ ଅନୁସାରେ ବାତ୍ୟା ସହିତ ଏହି ପ୍ରଭାମଣ୍ଡଳର କୌଣସି ସଂପର୍କ ନାହିଁ ।

Share. Facebook Twitter LinkedIn Email WhatsApp Copy Link

Related Posts

ପୁଟିନଙ୍କ ସହ ଭାରତ ଗସ୍ତ କରିବେ କି ସି ଜିନପିଙ୍ଗ?: ଡୋଭାଲଙ୍କ ଚୀନଗସ୍ତରୁ ହେବ ସ୍ପଷ୍ଟ

August 24, 2026

ଚଣ୍ଡିଗଡ଼ରେ ଆତଙ୍କବାଦୀ ଯୋଜନା ପଣ୍ଡ: ୫ କିଗ୍ରା ଜିଲେଟିନ୍ ସହିତ ୩ ଗିରଫ

August 24, 2026

ଅଯୋଧ୍ୟାରେ କଂଗ୍ରେସର ମାଛ ଭୋଜି!: ବିରୋଧ କଲେ ସାଧୁ, ସନ୍ଥ ଏବଂ ବିଜେପି ନେତା

August 24, 2026

ବିଜେପି ଛାଡିଲେ ମାଲାୟଲମ ଅଭିନେତା: ଟିଭିକେରେ ଯୋଗଦେବା ପାଇଁ କଲେ ଘୋଷଣା

August 24, 2026
Latest News

ପୁଟିନଙ୍କ ସହ ଭାରତ ଗସ୍ତ କରିବେ କି ସି ଜିନପିଙ୍ଗ?: ଡୋଭାଲଙ୍କ ଚୀନଗସ୍ତରୁ ହେବ ସ୍ପଷ୍ଟ

August 24, 2026

ଚଣ୍ଡିଗଡ଼ରେ ଆତଙ୍କବାଦୀ ଯୋଜନା ପଣ୍ଡ: ୫ କିଗ୍ରା ଜିଲେଟିନ୍ ସହିତ ୩ ଗିରଫ

August 24, 2026

ଅଯୋଧ୍ୟାରେ କଂଗ୍ରେସର ମାଛ ଭୋଜି!: ବିରୋଧ କଲେ ସାଧୁ, ସନ୍ଥ ଏବଂ ବିଜେପି ନେତା

August 24, 2026

ବିଜେପି ଛାଡିଲେ ମାଲାୟଲମ ଅଭିନେତା: ଟିଭିକେରେ ଯୋଗଦେବା ପାଇଁ କଲେ ଘୋଷଣା

August 24, 2026

ଦକ୍ଷିଣ ଓଡ଼ିଶା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ତୁରନ୍ତ ସ୍ୱତନ୍ତ୍ର ପ୍ୟାକେଜ୍ ଓ ବୈଠକ ଦାବି କଲେ ​ବ୍ରହ୍ମପୁର ସାଂସଦ

August 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.