ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୧୧୨୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୧୧୨୦ ଆକ୍ରାନ୍ତଙ୍କ ମଧ୍ୟରୁ ୧୫୯ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୯୬୧ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୫ ହଜାର ୬୯୪ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୯୨୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୫୨ ହଜାର ୮୩୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୨ ହଜାର ୫୩୦ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୩୦୪ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।
Author: Samikhsya Bureau
ଭୁବନେଶ୍ବର: କରୋନା କାଳରେ ବ୍ଲାକ ଫଙ୍ଗସ୍ ଏବେ ବଡ ସମସ୍ୟା ହୋଇ ଠିଆ ହୋଇଛି। ଏହି ରୋଗ ଏବେ ଧୀରେ ଧୀରେ ବ୍ୟାପିବାରେ ଲାଗିଛି। ରାଜସ୍ଥାନରେ ସର୍ବାଧିକ ୭୦୦ ରୋଗୀ ଚିହ୍ନଟ ହୋଇଥିବା ବେଳେ ମହାରାଷ୍ଟ୍ରରେ ୯୦ ବ୍ଲାକ ଫଙ୍ଗସ୍ ରୋଗୀ ଚିକିତ୍ସିତ ହେଉଛନ୍ତି। ସେହିଭଳି ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ମଧ୍ୟପ୍ରଦେଶ ଭଳି କେତେକ ରାଜ୍ୟରେ ବ୍ଲାକ ଫଙ୍ଗସ୍ ରୋଗୀ ଚିହ୍ନଟ ହୋଇଛନ୍ତି। ଏହାକୁ ଦେଖି ରାଜସ୍ଥାନ ସରକାର ବ୍ଲାକ ଫଙ୍ଗସ୍ କୁ ମହାମାରୀ ଘୋଷଣା କରିଛି। ତେବେ ଓଡିଶାରେ ବ୍ଲାକ ଫଙ୍ଗସ୍ ସଂକ୍ରମଣ ଆଶଙ୍କାରେ ରାଜ୍ୟ ସରକାର ଆଗୁଆ ପଦକ୍ଷେପ ନେଇଛନ୍ତି। ବ୍ଲାକ ଫଙ୍ଗସ୍ ମହାମାରୀ ଭାବେ ଆଜି ରାଜ୍ୟ ସରକାର ଘୋଷଣା କରିଛନ୍ତି। ମହାମାରୀ ବ୍ୟାଧି ଆଇନ ୧୯୮୭ ଅନୁଯାୟୀ ଏହାକୁ ମହାମାରୀ ଘୋଷଣା କରାଯାଇଛି। ଏନେଇ ରାଜ୍ୟସରକାର ପକ୍ଷରୁ ବିଦ୍ଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।
ସୀତାରାମ ଅଗ୍ରୱାଲ ଚିଲିକା: ଚିଲିକା ନିର୍ବାଚନମଣ୍ଡଳୀର ଜନସାଧାରଣଙ୍କ ପାଇଁ ଖୁସି ଖବର। ଆଜି ବିବାହ ପାଇଁ ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକ ଗାଇଡ଼ଲାଇନକୁ କୋହଳ କରିଛନ୍ତି। ବିବାହ ପାଇଁ ପୂର୍ବରୁ ଆବେଦନକାରୀଙ୍କୁ ଏକ କୋର୍ଟ ଆଫିଡେଭିଟ ନିକଟସ୍ଥ ପୋଲିସ ଥାନାରେ ଦାଖଲ କରିବାକୁ ପଡୁଥିଲା। ତେବେ ଲକଡ଼ାଉନ ସମୟରେ ଜନସାଧାରଣମାନେ ଉକ୍ତ ଆଫିଡେଭିଟ ପାଇଁ ବହୁତ ହଇରାଣ ହରକତ ହେଉଥୁବାର ଦେଖିବାକୁ ମିଳୁଥିଲା। ବର୍ତ୍ତମାନ ଗ୍ରୀଷ୍ମକାଳୀନ ଅବସର ଉପଲକ୍ଷେ ବାଣପୁର କୋର୍ଟ ବନ୍ଦ ରହିଥିବା ବେଳେ ଓକିଲ, ନୋଟାରୀ, କୋର୍ଟ ପେପର ପାଇଁ ଜନସାଧାରଣମାନେ ବହୁ ସମସ୍ୟାରେ ପଡୁଥିଲେ। ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ଆଫିଡେଭିଟ ପ୍ରସ୍ତୁତ କରି ଥାନାରେ ଦାଖିଲ କରିବାରେ ଲୋକଙ୍କୁ ବହୁ ହଇରାଣ ହେବାକୁ ପଡୁଥିଲା। ତେବେ ଏହି ସମସ୍ୟାକୁ ହୃଦୟଙ୍ଗମ କରିଛନ୍ତି ଏସଡ଼ିପିଓ ଶ୍ରୀ ବାରିକ। ଏହି ପରିପ୍ରେକ୍ଷୀରେ ଏବେଠାରୁ ଆବେଦନକାରୀଙ୍କୁ ବିବାହ ପାଇଁ ନିଜ ନିଜ ଥାନାରେ କେବଳ ଦରଖାସ୍ତ, ଆଧାର କାର୍ଡ…
ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୯ ହଜାର ୮୭୦ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧାରୁ ୧୬୭୩, ସୁନ୍ଦରଗଡରୁ ୭୮୯, ନୂଆପଡାରୁ ୬୫୦, କଟକରୁ ୬୪୬, ଅନୁଗୁଳରୁ ୫୯୨, ବଲାଙ୍ଗୀରିରୁ ୪୨୫, ଝାରସୁଗୁଡାରୁ ୩୫୭, ସମ୍ବଲପୁରରୁ ୩୫୬, ନବରଙ୍ଗପୁରରୁ ୩୫୪, ଗଞ୍ଜାମରୁ ୩୨୫, ବାଲେଶ୍ବରରୁ ୩୧୩, ବରଗଡରୁ ୨୬୪, ଜଗତସିଂହପୁରରୁ ୨୩୩, ମୟୂରଭଞ୍ଜରୁ ୨୩୩, କଳାହାଣ୍ଡିରୁ ୨୧୫, ବୌଦ୍ଧରୁ ୨୧୪, ସୋନପୁରରୁ ୨୦୫, କେନ୍ଦୁଝରରୁ ୨୦୩, କୋରାପୁଟରୁ ୧୯୨, କେନ୍ଦ୍ରାପଡାରୁ ୧୮୫, ଯାଜପୁରରୁ ୧୮୪, ନୟାଗଡରୁ ୧୮୪, ରାୟଗଡାରୁ ୧୬୯, ଦେବଗଡରୁ ୧୧୮, ପୁରୀରୁ ୧୧୫, ଢେଙ୍କାନାଳରୁ ୧୦୨, ଗଜପତିରୁ ୧୦୦, କନ୍ଧମାଳରୁ ୮୬, ମାଲକାନଗିରିରୁ ୬୬, ଭଦ୍ରକରୁ ୫୨ ଏବଂ ଷ୍ଟେଟ ପୁଲରୁ ୨୮୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୫…
ନୂଆଦିଲ୍ଲୀ, ବର୍ତ୍ତମାନ କରୋନା ଟେଷ୍ଟ କରିବା ପାଇଁ ଆଉ ଲମ୍ବା ଲାଇନରେ ଛିଡା ହେବାକୁ ପଡିବା ନାହିଁ। ଏଣିକି ଆପଣମାନେ ଘରେ ବସି ଟେଷ୍ଟ କରି ଜାଣିପାରିବେ ପଜେଟିଭ ନା ନେଗେଟିଭ। ଏହି ପରୀକ୍ଷା ପାଇଁ ବାହାରିଥିବା କିଟ୍ କୁ ଆଜି ଆଇସିଏମଆର ଅନୁମତି ପ୍ରଦାନ କରିଛି। ତେବେ ଏହି କିଟ୍ ଭାରତର ଏକମାତ୍ର କଂପାନୀ ପ୍ରସ୍ତୁତ କରିଛି ଯାହାକୁ ସରକାର ଅନୁମତି ପ୍ରଦାନ କରିଛନ୍ତି। ସେହି କଂପାନୀ ହେଲା ପୁନେସ୍ଥିତ ମାଇଁ ଲାବ ଡିସକଭରୀ ସଲ୍ୟୁସନ ଲିମିଟେଡ। ଏହି କଂପାନୀ ଦ୍ବାରା ପ୍ରସ୍ତୁତ କୋଭିସେଲ୍ଫ କିଟ ମାଧ୍ୟମରେ ଲୋକମାନେ ଘରେ ଏହି ଟେଷ୍ଟ କରିପାରିବେ।
ଭୁବନେଶ୍ବର, କୋଭିଡ଼୧୯ ସଂକ୍ରମଣର ବୃଦ୍ଧିକୁ ଦୃଷ୍ଟିରେ ରଖି ସଂକ୍ରମଣର ଶୃଙ୍ଖଳା ଭାଙ୍ଗିବା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଏହାର ପରିସୀମା ମଧ୍ୟରେ ଚଳାଚଳ କରୁଥିବା କେତେକ ଦୂରଗାମୀ ଟ୍ରେନ ସହିତ ସ୍ଥାନୀୟ MEMU ଏବଂ ପାସେଞ୍ଜର ଟ୍ରେନ୍ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି। ସେହି ଅନୁସାରେ ଯେଉଁ ଟ୍ରେନ ବାତିଲ ପାଇଁ ନିଷ୍ପତି ନିଆଯାଇଛି ସେଗୁଡିକ ହେଲା.. ଭୁବନେଶ୍ୱରରୁ ନୂଆଦିଲ୍ଲୀ କୁ ଯାତ୍ରା କରୁଥିବା ରାଜଧାନୀ ବିଶେଷ ଟ୍ରେନ୍ ଗୁଡିକ ମଇ ମାସ ଶେଷ ପର୍ଯ୍ୟନ୍ତ ସପ୍ତାହକୁ ସବୁଦିନ ପରିବର୍ତ୍ତେ ଦୁଇଦିନ ଚଳାଚଳ କରିବ। ● 02823 ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ ସ୍ପେସାଲ ଭାୟା ଟାଟା ମଇ ମାସ ୨୧ ତାରିଖ ଠାରୁ ୩୧ ତାରିଖ ପର୍ଯ୍ୟନ୍ତ କେବଳ ମଙ୍ଗଳବାର ମାନଙ୍କରେ ନୂଆଦିଲ୍ଲୀ ଯାତ୍ରା କରିବ | ଅବଶିଷ୍ଟ ଦିନ ମାନଙ୍କରେ ଏହି ଟ୍ରେନ ଭୁବନେଶ୍ୱର ଠାରୁ ବାତିଲ ରହିବ। ଫେରିବା ମାର୍ଗରେ 02824 ନୂଆ ଦିଲ୍ଲୀ-ଭୁବନେଶ୍ୱର ଭାୟା ଟାଟା ମଇ…
ଭୁବନେଶ୍ବର, ଯେ କୌଣସି ମାଧ୍ୟମରେ ମହାରାଷ୍ଟ୍ର ରାଜ୍ୟକୁ ପ୍ରବେଶ କରୁଥିବା ବ୍ୟକ୍ତିଙ୍କୁ ଏକ ନେଗେଟିଭ ଆରଟିପିସିଆର (RT-PCR) ପରୀକ୍ଷା ରିପୋର୍ଟ ବହନ କରିବାକୁ ପଡିବ। ମହାରାଷ୍ଟ୍ରରେ ପ୍ରବେଶ କରିବାର ସର୍ବାଧିକ 48 ଘଣ୍ଟା ମଧ୍ୟରେ ପରୀକ୍ଷା ହୋଇଥିବା ଆବଶ୍ୟକ। ଏ ନେଇ ମହାରାଷ୍ଟ୍ର ସରକାର ପଦକ୍ଷେପ ନେଇଥିବା ବେଳେ ରେଳ ବିଭାଗ ତାହାକୁ ଅନୁକରଣ କରି ପଦକ୍ଷେପ ଗ୍ରହଣ କରିଛି। ସମ୍ବେଦନଶୀଳ ଅଞ୍ଚଳରୁ ଅର୍ଥାତ କେରଳ, ଗୋଆ, ରାଜସ୍ଥାନ, ଗୁଜୁରାଟ, ଦିଲ୍ଲୀ ଏବଂ ଏନସିଆର ଅଞ୍ଚଳ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ଏବଂ ଉତ୍ତରପ୍ରଦେଶରୁ ଆସୁଥିବା ବ୍ୟକ୍ତିଙ୍କ ସହିତ ଭାରତର ଯେକୌଣସି ଅଞ୍ଚଳରୁ ମହାରାଷ୍ଟ୍ର ଆସୁଥିବା ଯାତ୍ରୀ ମାନଙ୍କ ପାଇଁ ଏପ୍ରିଲ ମାସ ୧୮ ତାରିଖ ଓ ମଇ ମାସ ପହିଲା ଆଦେଶନାମା ଅନୁଯାୟୀ ସମସ୍ତ ପ୍ରତିବନ୍ଧକ ପ୍ରଯୁଜ୍ୟ ହେବ। ଦୂରଗାମୀ ଟ୍ରେନରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କୁ ପରାମର୍ଶ ଦିଆଯାଉଅଛି ଯେ ସେମାନେ ଯାତ୍ରା କରିବା ପୂର୍ବରୁ କୋଭିଡ ୧୯ ଯାତ୍ରା ଆଦେଶନାମା ଏବଂ…
ନୂଆଦିଲ୍ଲୀ: ଉତ୍ତରପ୍ରଦେଶରେ କରୋନା ସଂକ୍ରମଣ ଯୋଗୁଁ ଲୋକଙ୍କ ସମସ୍ୟାକୁ ନେଇ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ବାଡ୍ରା ଚିନ୍ତା ପ୍ରକଟ କରିଛନ୍ତି। ଏହି ମହାମାରୀ ସମୟରେ ଲୋକଙ୍କ ସମସ୍ୟା ବୁଝିବା ପାଇଁ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥଙ୍କୁ ଅନୁରୋଧ କରିଛନ୍ତି। ଘରୋଇ ହସ୍ପିଟାଲରେ ହେଉଥିବା କରୋନା ରୋଗୀଙ୍କଚିକିତ୍ସା ଖର୍ଚ୍ଚ ପ୍ରସ୍ତୁତ କରିବା, ଦର ବୃଦ୍ଧି ଉପରେ ନିୟନ୍ତ୍ରଣ କରିବା, ବିଦ୍ୟୁତ ବିଲ ଦର ବଢାଇବା ଉପରେ ରୋକ୍ ଲଗାଇବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଛନ୍ତି। ପ୍ରିୟଙ୍କା ଏକ ଚିଠି ମାଧ୍ୟମରେ କହିଛନ୍ତି ଯେ, କରୋନାର ଦ୍ଵିତୀୟ ଲହରୀରେ ପାଇଁ ଯୋଗୀ ସରକାର କୌଣସି ପ୍ରସ୍ତୁତ ନଥିଲେ। ଯେଉଁମାନେ ସଚ୍ଚା ଉପାୟରେ ପରିଶ୍ରମ କରି ନିଜ ପରିବାର ପ୍ରତିପୋଷଣ କରୁଥିଲେ, ଏଭଳି ମାହାମାରୀ ସମୟରେ ସେମାନଙ୍କର ସ୍ଥିତିକୁ ଦେଖି କିଛି ଜନମଙ୍ଗଳକାରୀ ପଦକ୍ଷେପ ଉଠାଇବା ଉଚିତ୍। ଯେଉଁଥିରେ ସେମାନଙ୍କୁ କିଛି ଉପଶମ ମିଳିବ। ସେହିଭଳି କରୋନାରୁ ସୁସ୍ଥ ହେବା ପାଇଁ ଲୋକେ କରଜ କରୁଛନ୍ତି। ତେଣୁ…
ଭୁବନେଶ୍ୱର: ବିଶିଷ୍ଟ ସ୍ଥପତି ତଥା ସାଂସଦ ପଦ୍ମଭୂଷଣ ସ୍ବର୍ଗତ ରଘୁନାଥ ମହାପାତ୍ରଙ୍କ ବଡ ପୁଅ ଯଶୋବନ୍ତ ମହାପାତ୍ରଙ୍କର ଆଜି ବିୟୋଗ ଘଟିଛି। ଭୁବନେଶ୍ୱର ଏମ୍ସ ରେ ଚିକିତ୍ସାଧୀନ ଥିବା ଯଶୋବନ୍ତ ଅତ୍ୟନ୍ତ ସଙ୍କଟାପନ୍ନ ଅବସ୍ଥାରେ ଗତକାଲି ସମ କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ତେବେ ସମ କୋଭିଡର ଡାକ୍ତର ଓ ନର୍ସ ମାନଙ୍କର ସମସ୍ତ ପ୍ରଚେଷ୍ଟା ଓ ନିରବଛିନ୍ନ ଚିକିତ୍ସା ସତ୍ତ୍ୱେ ତାଙ୍କର ଆଜି ଦିନ ୧ ଘଟିକାରେ ତାଙ୍କର ମୃତ୍ୟୁ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୫୨ ବର୍ଷ ବୟସ ହୋଇଥିଲା। ଗତକାଲି କୋଭିଡ ଆକ୍ରାନ୍ତ ଥିବା ତାଙ୍କ ସାନ ଭାଇ ତଥା କ୍ରିକେଟର ପ୍ରଶାନ୍ତ ମହାପାତ୍ରଙ୍କର ଏମ୍ସ ରେ ମୃତ୍ୟୁ ଘଟିଥିବା ବେଳେ ୧୨ ଦିନ ତଳେ ବାପା ରଘୁନାଥ ମହାପାତ୍ର ମଧ୍ୟ କରୋନା ସଂକ୍ରମଣ ଯୋଗୁଁ ମୃତ୍ୟୁ ବରଣ କରିଛନ୍ତି।
ସୀତାରାମ ଅଗ୍ରୱାଲ ଚିଲିକା: ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଚିଲିକା ନିର୍ବାଚନମଣ୍ଡଳୀରେ କରୋନା ସ୍ଥିତି ଦିନକୁ ଦିନ ସଂଗୀନ ହେବାରେ ଲାଗିଛି। ଆଜି ଚିଲିକାରେ ମୋଟ ୫୮ ଜଣ ନୂଆ କୋଭିଡ ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି। ତନ୍ମଧ୍ୟରୁ ବାଣପୁରରୁ ୩୦ ଜଣ ଚିହ୍ନଟ ହୋଇଥିବା ବେଳେ ବାଲୁଗାଁ-ଚିଲିକାରୁ ୨୮ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସ୍ଥାନୀୟ ଏବଂ ଜିଲ୍ଲା ପ୍ରଶାସନର ଆପ୍ରାଣ ଉଦ୍ୟମ ସତ୍ତ୍ୱେ କରୋନା ଆକ୍ରାନ୍ତଙ୍କ ସଂଖ୍ୟାରେ ବ୍ରେକ ଲାଗିପାରୁନି। ତେବେ ଟେଷ୍ଟିଙ୍ଗ, ଟ୍ରେସିଂ ଉପରେ ଆହୁରି ଅଧିକ ଗୁରୁତ୍ୱ ଦେବା ସହ ପ୍ରବାସୀମାନଙ୍କୁ ଚି଼ହ୍ନଟ କରି ସେମାନଙ୍କ ଟେଷ୍ଟିଙ୍ଗ କରିବା ଅପରିହାର୍ଯ୍ୟ ହୋଇପଡିଛି। ଅନୁରୂପ ଭାବେ ଗତକାଲି ବାଣପୁର ଏନଏସି ଅନ୍ତର୍ଗତ ୧୫ ନମ୍ବର ୱାର୍ଡ କୋଟବିଦ୍ୟାଧରପୁର ଗ୍ରାମରୁ ୨ ଜଣ ପଜିଟିଭ ଚି଼ହ୍ନଟ ହେବାପରେ ଖୋର୍ଦ୍ଧା ଉପଜିଲ୍ଲାପାଳ ଉକ୍ତ ଅଞ୍ଚଳକୁ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି। ଉକ୍ତ ୱାର୍ଡର ତ୍ରିନାଥ ସାହୁଙ୍କ ଘର ଠାରୁ ସୂର୍ଯ୍ୟନାରାୟଣ ଷଡ଼ଙ୍ଗୀଙ୍କ…
ନୂଆଦିଲ୍ଲୀ: କରୋନା ସଂକ୍ରମଣ ଭିତରେ ବ୍ଲାକ ଫଙ୍ଗସ୍ ରୋଗ ଏବେ ଚିନ୍ତା ବଢାଇଦେଇଛି। ଦେଶର କେତୋଟି ରାଜ୍ୟରେ ଏହି ରୋଗରେ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି। କେବଳ ରାଜସ୍ଥାନରେ ୭୦୦ ଜଣ ବ୍ଲାକ ଫଙ୍ଗସ୍ ରୋଗୀ ଚିହ୍ନଟ ହୋଇଛନ୍ତି। ରାଜସ୍ଥାନର ଗୋଟିଏ ହସ୍ପିଟାଲରେ ଏବେ ୧୦୦ ଜଣ ବ୍ଲାକ ଫଙ୍ଗସ୍ ରୋଗୀଙ୍କୁ ଚିକିତ୍ସା କରାଯାଉଛି। ତେଣୁ ବ୍ଲାକ ଫଙ୍ଗସ୍ କୁ ରାଜସ୍ଥାନ ସରକାର ମହାମାରୀ ଭାବେ ଘୋଷଣା କରିଛି। ମୁଖ୍ୟମନ୍ତ୍ରୀ ଅଶୋକ ଗହଲୋତ ଏନେଇ ଜରୁରୀ ପଦକ୍ଷେପ ନେବା ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ରାଜସ୍ଥାନ ବ୍ୟତୀତ ଦେଶର ଅନ୍ୟ ରାଜ୍ୟରେ ମଧ୍ୟ ଏହି ରୋଗରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ବର୍ତ୍ତମାନ ମହାରାଷ୍ଟ୍ରରେ ୯୦ ଜଣ ବ୍ଲାକ ଫଙ୍ଗସ୍ ରୋଗୀ ଚିକିତ୍ସିତ ହେଉଥିବା ବେଳେ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଉତ୍ତରାଖଣ୍ଡ, ଦିଲ୍ଲୀ ଭଳି ରାଜ୍ୟରେ ନିୟମିତ ବ୍ୟବଧାନରେ ବ୍ଲାକ ଫଙ୍ଗସ୍ ରୋଗୀ ଚିହ୍ନଟ ହେଉଛନ୍ତି। ଏହି ରୋଗକୁ ନେଇ ବିଶେଷଜ୍ଞଙ୍କ…
ପୁରୀ: ପୁରୀ ରଥ ଖଳାରୁ ପୁଣି ୬ କରୋନା ଆକ୍ରାନ୍ତ ହୋଇଛନ୍ତି। ୬ ଜଣଙ୍କ ମଧ୍ୟରୁ ୫ ଜଣ ଭୋଇ ସେବକ ଏବଂ ଜଣେ ବିଶ୍ଵକର୍ମା ସେବକ ପଜିଟିଭ ଚିହ୍ନଟ ହୋଇଛନ୍ତି। ତେବେ ଆଜିର ୬ ଜଣ ଆକ୍ରାନ୍ତଙ୍କୁ ମିଶାଇ ପୁରୀ ରଥ ଖଳାରୁ ମୋଟ ୮୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜିର ଚିହ୍ନଟ ସମସ୍ତ ଆକ୍ରାନ୍ତଙ୍କୁ ଚିକିତ୍ସା ପାଇଁ କୋଭିଡ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।
ସୀତାରାମ ଅଗ୍ରୱାଲ ଚିଲିକା: ଗତକାଲି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଚିଲିକା ନିର୍ବାଚନମଣ୍ଡଳୀରେ ରେକର୍ଡ ସଂଖ୍ୟକ ବିବାହ କାର୍ଯ୍ୟ ଅନୁଷ୍ଠିତ ହୋଇଛି। ବାଣପୁର ଏବଂ ବାଲୁଗାଁ ଥାନା ଅଧୀନରେ ଥିବା ଅଞ୍ଚଳଗୁଡିକରେ ସର୍ବମୋଟ ୯୮ ଗୋଟି ବିବାହ କାର୍ଯ୍ୟ ଅନୁଷ୍ଠିତ ହୋଇଥିବାବେଳେ ତନ୍ମଧ୍ୟରୁ କେବଳ ବାଣପୁର ଥାନା ଅଧୀନସ୍ଥ ଅଞ୍ଚଳରେ ୮୪ ଗୋଟି ବିବାହ ଅନୁଷ୍ଠିତ ହୋଇଛି। ତେବେ ପ୍ରାୟତଃ ସବୁ ସ୍ଥାନରେ କୋଭିଡ଼ ଗାଇଡଲାଇନ ଅନୁଯାୟୀ ବିବାହ କାର୍ଯ୍ୟ ଅନୁଷ୍ଠିତ ହୋଇଥିବା ବେଳେ କେତେକ ସ୍ଥାନରେ ଗାଇଡଲାଇନର ଖୋଲାଖୋଲି ଉଲଂଘନ ହୋଇଥିବା ଅଭିଯୋଗ ହୋଇଥିଲା। ସେଥିପାଇଁ ଗତକାଲି ଦିନ ଏବଂ ରାତି ତମାମ ଉକ୍ତ ଅଞ୍ଚଳଗୁଡିକରେ ଉଭୟ ତହସିଲଦାର, ଅତିରିକ୍ତ ତହସିଲଦାର ଏବଂ ପୋଲିସ ପ୍ରଶାସନର ମିଳିତ ଚଢ଼ାଉ ଜାରି ରହିଥିଲା। କାର୍ଯ୍ୟାନୁଷ୍ଠାନସ୍ୱରୂପ ଉଲଂଘନକାରୀଙ୍କଠାରୁ ଉଭୟ ପ୍ରଶାସନ ମିଳିତ ଭାବେ ୨୯ ହଜାର ୫୦୦ ଟଙ୍କା ଜରିମାନା ଆଦାୟ କରିବା ସହ ୧ଟି ମାମଲା ମଧ୍ୟ ରୁଜୁ ହୋଇଛି। ସେଥିମଧ୍ୟରୁ ବାଣପୁର…
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୨ ଲକ୍ଷ ୭୬ ହଜାର ୧୧୦ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୩ ହଜାର ୮୭୪ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୨ କୋଟି ୫୭ ଲକ୍ଷ ୭୨ ହଜାର ୪୪୦ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୮୪ ହଜାର ୧୩୨ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୨୩ ଲକ୍ଷ ୫୫ ହଜାର ୪୪୦ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୩୧ ଲକ୍ଷ ୨୯ ହଜାର ୮୭୮ ଆକ୍ଟିଭ୍ କେସ୍ ରହିଛି।
ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୨୫ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୨୫ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୪୦୩ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ଖୋର୍ଦ୍ଧା ଓ କଳାହାଣ୍ଡି ଜିଲ୍ଲାରୁ ୪ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଅନୁଗୁଳ ଜିଲ୍ଲାରୁ ୩ ଜଣ, ଗଞ୍ଜାମ, ରାୟଗଡା ଓ ସୁନ୍ଦରଗଡ ଜିଲ୍ଲାରୁ ୨ ଜଣ ଲେଖାଏଁ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଛି। ସେହିଭଳି ବଲାଙ୍ଗୀରି, ବୌଦ୍ଧ, ବରଗଡ, ବାଲେଶ୍ଵର, କଟକ, ଢେଙ୍କାନାଳ, କେନ୍ଦୁଝର ଏବଂ ପୁରୀ ଜିଲ୍ଲାରୁ ଜଣେ ଲେଖାଏବ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୫୫ ହଜାର ୮୯୯ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୫ ଲକ୍ଷ ୪୬ ହଜାର ୬୩୧ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧…
ଭୁବନେଶ୍ବର, ପୁଣିଥରେ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହି ଜିଲ୍ଲାରୁ ଗତକାଲି 14 ଶହ 97 ଜଣ ଚିହ୍ନଟ ହୋଇଛନ୍ତି। ସେହିପରି କଟକ ଜିଲ୍ଲାରୁ 11 ଶହ 7 ଜଣ ଚିହ୍ନଟ ହୋଇଛନ୍ତି। ତେବେ ସୁନ୍ଦରଗଡ ଜିଲ୍ଲାର ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ବିଭିନ୍ନ ଜିଲ୍ଲାର ଆକ୍ରାନ୍ତ ସଂଖ୍ୟା ହେଲା Khurda: 1497 Cuttack: 1107 Angul: 867 Sundargarh: 703 Mayurbhanj: 538 Balasore: 524 Puri: 424 Bargarh: 395 Sambalpur: 393 Nayagarh: 382 Jajpur: 378 Nawarangpur: 346 Jagatsinghpur: 325 Boudh: 313 Balangir: 294 Koraput: 266 Dhenkanal: 251 Jharsuguda: 247 Rayagada: 233 Ganjam: 228 Sonepur: 227 Kalahandi: 205 Kendrapada: 204 Keonjhar: 193 Nuapada: 152 Bhadrak: 134 Deogarh: 114 Malkangiri: 110 Kandhamal: 101 Gajapati: 86…
ଭୁବନେଶ୍ବର, ସୂଚନା ଓ ଲୋକ ସଂପର୍କ ବିଭାଗର ସୂଚନା ଅନୁସାରେ ରାଜ୍ୟରୁ ମୋଟ 11 ହଜାର 4 ଶହ 98 ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତକାଲିର ରିପୋର୍ଟ ଅନୁସାରେ ଏହି ସଂଖ୍ୟା ଥିଲା 11 ହଜାର 99। ଅର୍ଥାତ ଆଜିର ରିପୋର୍ଟ ଅନୁସାରେ ଏହି ସଂଖ୍ୟା ପ୍ରାୟ 4 ଶହ ବୃଦ୍ଧି ପାଇଛି। ତେବେ ଆଜିର ପଜେଟିଭି ମଧ୍ୟରୁ କ୍ବାରଣ୍ଟାଇନରେ 6 ହଜାର 4 ଶହ 39 ଥିବା ବେଳେ ସ୍ଥାନୀୟ ସଂକ୍ରାମଣ ସଂଖ୍ୟା ହେଲା 5 ହଜାର 59।
ଭୁବନେଶ୍ବର, ମୋହିନୀ ଏକାଦଶୀ ସମସ୍ତ ଏକାଦଶୀ ମଧ୍ୟରେ ସ୍ୱତନ୍ତ୍ର ବିବେଚନା କରାଯାଏ। କାରଣ ଧାର୍ମିକ ବିଶ୍ୱାସ ଅନୁଯାୟୀ, ଏହି ଦିନ ଭଗବାନ ବିଷ୍ଣୁ ଦେବତାମାନଙ୍କୁ ଅମୃତ ପିଇବା ପାଇଁ ମୋହିନୀ ରୂପ ଧାରଣ କରିଥିଲେ। ସେଥିପାଇଁ ଏହି ଏକାଦଶୀ ଭଗବାନ ବିଷ୍ଣୁଙ୍କୁ ଉତ୍ସର୍ଗ କରାଯାଇ ମୋହିନୀ ଏକାଦଶୀ ବୋଲି କରାଯାଇଛି। ଲୋକମାନେ ବିଶ୍ବାସ କରନ୍ତି ଯେ ଏହି ଏକାଦଶୀକୁ ନିଷ୍ଠାର ସହିତ ପାଳନ ଭଗବାନ ବିଷ୍ଣୁ ସମସ୍ତ ଇଚ୍ଛା ପୂରଣ କରିଥାନ୍ତି ଏବଂ ଜୀବନରେ ସୁଖ ଏବଂ ସମୃଦ୍ଧି ପ୍ରାପ୍ତ ହୁଏ। ଶାସ୍ତ୍ରରେ ମୋହିନୀ ଏକାଦଶୀଙ୍କୁ ବିଶେଷ ଗୁରୁତ୍ୱ ଦିଆଯାଇଛି। ଏକାଦଶୀ ଉପବାସକୁ ସବୁଠାରୁ କଷ୍ଟଦାୟକ ଉପବାସ ଭାବରେ ବିବେଚନା କରାଯାଏ । କୁହାଯାଏ ଯେ ଏହି ଉପବାସକୁ ପାଳନ କରିବା ଦ୍ୱାରା ଜଣେ ସକରାତ୍ମକ ଶକ୍ତି ପାଇଥାଏ ଏବଂ ଦାମ୍ପତ୍ୟ ଜୀବନ ସୁଖଦ ହୋଇଥାଏ । ଜୀବନରେ ସମ୍ମୁଖୀନ ହେଉଥିବା ସମସ୍ୟାଗୁଡିକ ମଧ୍ୟ ମୋହିନୀ ଏକାଦାଶୀ ଉପବାସରେ ଉପକାରୀ ବୋଲି…
ମେଷ- ଆପଣଙ୍କର ବୁଝାମଣା ଏବଂ ପ୍ରୟାସ ନିଶ୍ଚିତ ଭାବରେ ଆପଣଙ୍କୁ ସଫଳ କରିବ । ଆପଣ କଳାକ୍ଷେତ୍ର ପ୍ରଦର୍ଶନରୁ ଖ୍ୟାତି ଏବଂ ସମ୍ମାନ ପାଇବେ। ସାମାଜିକ ଦୃଷ୍ଟିରୁ, ବୃତ୍ତିଗତ କ୍ଷେତ୍ରରେ ମଧ୍ୟ ଆପଣଙ୍କ ଅଂଶୀଦାରମାନଙ୍କ ପାଇଁ ସମୟ ଅନୁକୂଳ ଅଟେ। ଆପଣ ମନୋରଞ୍ଜନ କ୍ଷେତ୍ରରେ ଆଗ୍ରାହୀ ରହିବେ ସହିତ ମନୋରଞ୍ଜନକୁ ଉପଭୋଗ କରିବେ । ବୃଷ- ଆପଣଙ୍କ ଘରେ ଧାର୍ମିକ କାର୍ଯ୍ୟ ହେବ, ପରିବାରରେ ଖୁସିର ପରିବେଶ ରହିବ। ସଫଳତା ପାଇବେ। ଶାରୀରିକ ଏବଂ ମାନସିକ ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ। ନୂତନ କାର୍ଯ୍ୟ ପାଇଁ ଖୁସି ହେବେ। ମଧ୍ୟଭାଗ ପରେ କ୍ରୋଧ ଆପଣଙ୍କ ପ୍ରକୃତିରେ ଅଧିକ ରହିବ । ତେଣୁ ଆପଣ ବକ୍ତବ୍ୟ ଏବଂ ଆଚରଣକୁ ସନ୍ତୁଳିତ ରଖିବା ଆବଶ୍ୟକ । ମିଥୁନ- ମଧ୍ୟାହ୍ନ ସମୟ ଆପଣଙ୍କ ପାଇଁ ଫଳପ୍ରଦ ହେବ। ନୈତିକତା ଉପରେ ସଂଯମତା ଏବଂ ଅନୈତିକ କାର୍ଯ୍ୟରୁ ଦୂରରେ ରହିବାର ଆବଶ୍ୟକତା ଅଛି। ଶାରୀରିକ ଏବଂ ମାନସିକ ପରିଶ୍ରମ ଅଧିକ ହେବ।…
ଭୁବନେଶ୍ୱର, ଭାରତୀୟ ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ ଉତ୍ତର ଆଣ୍ଡାମାନ ସାଗର ଓ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରର ପାଶ୍ୱର୍ବର୍ତ୍ତୀ ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ଅଛି । ଆସନ୍ତା ୨୨ ତାରିଖରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇ ୭୨ ଘଣ୍ଟା ମଧ୍ୟରେ ୨୫ ତାରିଖ ସୁଦ୍ଧା ସାମୁଦ୍ରିକ ବାତ୍ୟାର ରୂପ ନେବାର ପୂର୍ବାନୁମାନ କରାଯାଇଛି । ଏହା ଘନୀଭୂତ ହୋଇ ବାତ୍ୟାରେ ପରିଣତ ହେଲେ ଏହା ଓଡ଼ିଶା ଓ ପଶ୍ଚିମବଙ୍ଗ ଉପକୂଳ ଦେଇ ଅତିକ୍ରମ କରିବାର ସମ୍ଭାବନା ରହିଛି । ଏହି ବାତ୍ୟାର ନାମ ରଖାଯାଇଛି ୟଶ୍। ସମ୍ଭାବ୍ୟ ବାତ୍ୟା ପରିସ୍ଥିତିକୁ ସାମନା କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ ଏବଂ ସ୍ୱତନ୍ତ୍ର ରିଲିଫ୍ କମିଶନର ପ୍ରଦୀପ କୁମାର ଜେନା ପ୍ରକାଶ କରିଛନ୍ତି । ଏହି ସମ୍ଭାବନାକୁ ଭିତ୍ତିକରି ପ୍ରାକ୍ ଆକଳନ ସ୍ୱରୂପ ସମସ୍ତ…
ମେଷ- ଆପଣଙ୍କର ବୁଝାମଣା ଏବଂ ପ୍ରୟାସ ନିଶ୍ଚିତ ଭାବରେ ଆପଣଙ୍କୁ ସଫଳ କରିବ । ଆପଣ କଳାକ୍ଷେତ୍ର ପ୍ରଦର୍ଶନରୁ ଖ୍ୟାତି ଏବଂ ସମ୍ମାନ ପାଇବେ। ସାମାଜିକ ଦୃଷ୍ଟିରୁ, ବୃତ୍ତିଗତ କ୍ଷେତ୍ରରେ ମଧ୍ୟ ଆପଣଙ୍କ ଅଂଶୀଦାରମାନଙ୍କ ପାଇଁ ସମୟ ଅନୁକୂଳ ଅଟେ। କର୍କଟ- ଯେଉଁମାନେ ଟଙ୍କା ବିନିଯୋଗ କରନ୍ତି ସେମାନଙ୍କ ପାଇଁ ସତର୍କ ରହିବା ଆବଶ୍ୟକ। ଅର୍ଥ ଏବଂ ଖ୍ୟାତି ହରାଇବାର ସମ୍ଭାବନା ରହିଛି। କିନ୍ତୁ ମଧ୍ୟଭାଗ ପରେ ଆପଣଙ୍କ ମନ ସୃଜନଶୀଳ ପ୍ରବୃତ୍ତି ପ୍ରତି ଆକର୍ଷିତ ହେବ ଏବଂ ଖୁସି ଅନୁଭବ କରିବେ ।

