Author: Samikhsya Bureau

ବିଛା- ଶୀଘ୍ର କୈଣସି କାମ କରନ୍ତୁ ନାହିଁ । ପରିସ୍ଥିତିକୁ ନେଇ ଟଙ୍କା ଚିନ୍ତା କରିବାକୁ ପଡିବ। ଆପଣଙ୍କର ଅନାବଶ୍ୟକ ଖର୍ଚ୍ଚ ଥାଇପାରେ। ଚାକିରି ଏବଂ ବ୍ୟବସାୟରେ ଦ୍ୱନ୍ଦ୍ୱ ବଢିପାରେ। ଟଙ୍କା ମାମଲାରେ ଯତ୍ନବାନ ହେବାକୁ ପଡିବ। ବୃଷ- କାରବାର ଏବଂ ସଞ୍ଚୟ ପ୍ରସଙ୍ଗରେ ଆପଣଙ୍କୁ ଗମ୍ଭୀର ହେବାକୁ ପଡିବ । ଆପଣଙ୍କ ପାଇଁ ଭଲ ଭବିଷ୍ୟତ ଯୋଜନାଗୁଡିକ ପ୍ରତି ଧ୍ୟାନ ଦିଅନ୍ତୁ । ଆପଣଙ୍କ ସାଥୀଙ୍କ ସହିତ ମତଭେଦ ଦୂର କରିବାକୁ ଏକ ପ୍ରୟାସ ହୋଇପାରେ, ଆପଣ ଏଥିରେ ସଫଳତା ପାଇପାରନ୍ତି ।

Read More

ମକର- ଆଜି ରୋଗ ପାଇଁ ବିଶ୍ରାମ ନେଇପାରନ୍ତି। ଅନେକ ଦିନ ଧରି ବନ୍ଦ ହୋଇ ଯାଇଥିବା କାର୍ଯ୍ୟଗୁଡ଼ିକ ମଧ୍ୟ ସଂପୂର୍ଣ୍ଣ ହୋଇପାରିବ । ପାରିବାରିକ ସମ୍ପର୍କ ଆନ୍ତରିକ ହେବ। କନ୍ୟା- ଦୈନିକ କାର୍ଯ୍ୟଗୁଡିକ କିଛି ବିପଦ ବହନ କରିପାରେ। ଚାକିରିରେ ସମସ୍ୟା ହୋଇପାରେ। ଯଦି ଆପଣ ଜିଦି କରନ୍ତି ତେବେ କାହା ସହିତ ବିବାଦ ହେବାର ସମ୍ଭାବନା ଅଛି ।

Read More

ଭୋପାଳ: ଗୋମୁତ୍ର କରୋନା ସଂକ୍ରମଣରୁ ରକ୍ଷା କରିପାରିବ। କରୋନାରେ ସଂକ୍ରମିତ ଫୁସଫୁସକୁ ଗୋମୁତ୍ର ଚିକିତ୍ସା ଦ୍ଵାରା ସୁସ୍ଥ କରାଯାଇପାରିବ। ବିଜେପି ସାଂସଦ ପ୍ରଜ୍ଞା ସିଂହ ଠାକୁର ଏଭଳି ଏକ ମନ୍ତବ୍ୟ ରଖିଛନ୍ତି। ପ୍ରଜ୍ଞା କହିଛନ୍ତି ଯେ, ସେ ଦୈନିକ ଗୋମୁତ୍ର ପିଉଛନ୍ତି। ଯାହାଫଳରେ ସେ କରୋନା ଭୂତାଣୁ ଠାରୁ ରକ୍ଷା ପାଇଛନ୍ତି। ସେଥିପାଇଁ ଦୈନିକ ଗୋମୁତ୍ର ପିଇବାକୁ ସେ ଏକ କାର୍ଯ୍ୟକ୍ରମରେ ଲୋକଙ୍କୁ ପରାମର୍ଶ ଦେଇଛନ୍ତି। ତେବେ ପୂର୍ବରୁ ଗୋମୁତ୍ରକୁ ପିଇବା ଦ୍ଵାରା ଅନେକ ବଡ ବଡ ରୋଗ ଭଲ ହୋଇଥାଏ ବୋଲି ସେ ଦାବି କରିଛନ୍ତି। ଗୋମୁତ୍ର ଦ୍ଵାରା କ୍ୟାନ୍ସର ଭଳି ରୋଗ ମଧ୍ୟ ଭଲ ହୋଇଥାଏ ବୋଲି ପ୍ରଜ୍ଞା କହିଛନ୍ତି। ସେ ଗୋମୁତ୍ର ପିଇ କ୍ୟାନ୍ସରକୁ ହରାଇଛନ୍ତି ବୋଲି ନିଜେ ଯୁକ୍ତି ବାଢିଛନ୍ତି। କିନ୍ତୁ ଗୋମୁତ୍ର ଦ୍ଵାରା କରୋନା ଆକ୍ରାନ୍ତ ସୁସ୍ଥ ହେବାକୁ ନେଇ ଏଯାଏଁ ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କୁ କୌଣସି ପ୍ରମାଣ ମିଳି ନାହିଁ।

Read More

ଭୁବନେଶ୍ବର: ଆଜି ରାଜଧାନୀ ଭୁବନେଶ୍ବରରୁ ୮୬୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆଜିର ୮୬୪ ଆକ୍ରାନ୍ତଙ୍କ ମଧ୍ୟରୁ ୧୩୪ ଜଣ କ୍ଵାରେଣ୍ଟିନରୁ ଚିହ୍ନଟ ହୋଇଥିବା ବେଳେ ୭୩୦ ଜଣ ସ୍ଥାନୀୟ ଆକ୍ରାନ୍ତ। ଆଜିର ଆକ୍ରାନ୍ତଙ୍କୁ ମିଶାଇ ଭୁବନେଶ୍ବରର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୨ ହଜାର ୪୯୮ କୁ ବୃଦ୍ଧି ହୋଇଛି। ସେହିପରି ଆଜି ଭୁବନେଶ୍ବରରୁ ୯୩୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଏହି ସୁସ୍ଥ ଆକ୍ରାନ୍ତକୁ ମିଶାଇ ମୋଟ ୫୦ ହଜାର ୧୬୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୧୨ ହଜାର ୨୧ ଜଣ ସକ୍ରିୟ ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ଏବଂ ୨୯୬ ଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି।

Read More

ଭୁବନେଶ୍ବର: ସମଗ୍ର ଦେଶ ଗତ ଏକ ବର୍ଷରୁ ଅଧିକ ସମୟ ଧରି କରୋନା ସହ ଲଢୁଛି। କରୋନାର ଏହି ଦ୍ବିତୀୟ ଲହରୀ ସାରା ଦେଶରେ ଗୁରୁତର ଜନସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିବା ସହ ବିପୁଳ କ୍ଷତି କରିଚାଲିଛି। ଏହି ପରିପ୍ରେକ୍ଷୀରେ ସମସ୍ତଙ୍କ ସହଯୋଗରେ କରୋନା ବିରୋଧରେ ଆମର ଲଢେଇକୁ ଆହୁରି ମଜବୁତ କରିବା ପାଇଁ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଗତ ଏକ ମାସରୁ ଉର୍ଦ୍ଧ୍ବ ସମୟ ଧରି ଓଡିଶାରେ ସଂକ୍ରମଣ ବଢୁଛି। ମହାପ୍ରଭୁଙ୍କ ଆଶୀର୍ବାଦରୁ ଆମେ ପରିସ୍ଥିତିକୁ ମୋଟାମୋଟି ଭାବରେ ନିୟନ୍ତ୍ରଣରେ ରଖିବା ସହ ରୋଗୀକୁ ସେବା ଯୋଗାଇ ଦେବା ଦିଗରେ କାମ କରିଚାଲିଛୁ। ଆମ ପ୍ରଶାସନ ଓ ସ୍ବାସ୍ଥ୍ୟକର୍ମୀ ମାନେ ଯେପରି ଦିନରାତି କାମ କରିଚାଲିଛନ୍ତି, ସେଥିପାଇଁ ମୁଖ୍ୟମନ୍ତ୍ରୀ ଏହି ଅବସରରେ ସେମାନଙ୍କର ଉଚ୍ଚପ୍ରଶଂସା କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ…

Read More

ଭୁବନେଶ୍ବର: ଆଜି ରାଜ୍ୟରୁ ଆଉ ୧୧ ହଜାର ୮୨୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ସୂଚନା ଦେଇଛି। ଆଜି ସର୍ବାଧିକ ସୁନ୍ଦରଗଡରୁ ୧୯୨୧, ଖୋର୍ଦ୍ଧାରୁ ୧୫୯୬, କଟକରୁ ୧୦୫୨, କଳାହାଣ୍ଡିରୁ ୫୭୫, ଅନୁଗୁଳରୁ ୫୬୨, ସମ୍ବଲପୁରରୁ ୫୩୩, ବରଗଡରୁ ୪୫୭, ଝାରସୁଗୁଡାରୁ ୪୪୨, ପୁରୀରୁ ୪୩୩, ବଲାଙ୍ଗୀରିରୁ ୩୧୮, ନବରଙ୍ଗପୁରରୁ ୩୧୬, କେନ୍ଦୁଝରରୁ ୩୧୫, ବୌଦ୍ଧରୁ ୨୭୮, ଯାଜପୁରରୁ ୨୩୭, ଗଞ୍ଜାମରୁ ୨୩୩, ନୂଆପଡାରୁ ୨୨୯, କେନ୍ଦ୍ରାପଡାରୁ ୨୦୩, ଦେବଗଡରୁ ୧୯୯, ମୟୂରଭଞ୍ଜରୁ ୧୭୯, ନୟାଗଡରୁ ୧୭୪, ଜଗତସିଂହପୁରରୁ ୧୪୨, ରାୟଗଡାରୁ ୧୩୭, ସୋନପୁରରୁ ୧୩୪, ଢେଙ୍କାନାଳରୁ ୧୨୯, ଗଜପତିରୁ ୧୨୦, କୋରାପୁଟରୁ ୧୨୦, କନ୍ଧମାଳରୁ ୮୫, ଭଦ୍ରକରୁ ୮୩, ମାଲକାନାଗିରିରୁ ୫୮ ଏବଂ ଷ୍ଟେଟ ପୁଲରୁ ୩୦୧ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏହି ସୁସ୍ଥ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ ୫ ଲକ୍ଷ ୨୬…

Read More

ସୀତାରାମ ଅଗ୍ରୱାଲ ବାଣପୁର: ଆଜି ଖୋର୍ଦ୍ଧା ଜିଲ୍ଲା ଅରାକ୍ଷୀ ଅଧିକ୍ଷକଙ୍କ ଅନୁମୋଦନ କ୍ରମେ ଜିଲ୍ଲାର ବହୁ ଥାନାର ଆଇଆଇସିମାନଙ୍କୁ ଅଦଳ ବଦଳ କରାଯିବା ସହ କେତେ ଗୋଟି ଥାନାରେ ନୂଆ ଆଇଆଇସି ନିଯୁକ୍ତି ଦିଆଯାଇଛି। ଏହି କ୍ରମରେ ଖୋର୍ଦ୍ଧା ଜିଲ୍ଲାର ସବୁଠାରୁ ବୃହତ ଏବଂ ବ୍ୟସ୍ତବହୁଳ ଥାନା ରୂପେ ପରିଗଣିତ ବାଣପୁର ଥାନାର ଆଇଆଇସି ସଞ୍ଜୟ କୁମାର ପଟ୍ଟନାୟକଙ୍କ ବଦଳି ହୋଇଛି। ତାଙ୍କର ଖୋର୍ଦ୍ଧା ଟାଉନ ଥାନା ଆଇଆଇସି ରୂପେ ବଦଳି ହୋଇଛି। ତାଙ୍କ ଜାଗାରେ ବାଣପୁର ଥାନା ଭାର ସମ୍ଭାଳିବେ ବେଗୁନିଆ ଥାନା ଆଇଆଇସି ରଶ୍ମିରଂଜନ ସାହୁ। ତେବେ ଦୀର୍ଘ ଦୁଇ ବର୍ଷରୁ ଉର୍ଦ୍ଧ୍ଵ ହେଲା ଶ୍ରୀ ପଟ୍ଟନାୟକ ଅତ୍ୟନ୍ତ ନିଷ୍ଠାର ସହ ବାଣପୁର ଥାନାରେ ନିଜ କାର୍ଯ୍ୟନିର୍ବାହ କରିଥିବାବେଳେ ବାଣପୁରବାସିଙ୍କ ପ୍ରିୟଭାଜନ ମଧ୍ୟ ହୋଇପାରିଛନ୍ତି। ତାଙ୍କ କାର୍ଯ୍ୟକାଳ ମଧ୍ୟରେ ବାଣପୁର ଥାନାର ବହୁ ଜଟିଳ ମାମଲାଗୁଡିକର ସମାଧାନ କରିପାରିଛନ୍ତି ଶ୍ରୀ ପଟ୍ଟନାୟକ। ଜଣେ ଶାନ୍ତ, ମିଷ୍ଟଭାସି ଏବଂ ନିଆରା…

Read More

ଭୁବନେଶ୍ବର, ବର୍ତ୍ତମାନ କୋଭିଡି ପାଇଁ ଲକଡାଉନ ଚାଲିଥିବାରୁ ରାଜ୍ୟର ସମସ୍ତ ଅଙ୍ଗନବାଡି ବନ୍ଦ ରହିଛି। ତେବେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଅଙ୍ଗନବାଡି କାର୍ଯ୍ୟ ଚାଲୁ କରିବା ପାଇଁ ଆଜି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ନିର୍ଦ୍ଦେଶ ଦେଇଛନ୍ତି। କରୋନା ପରିସ୍ଥିତିରେ ଶିଶୁ ତଥା ଗର୍ଭବତୀ ମହିଳାଙ୍କର ସ୍ବତନ୍ତ୍ର ଯତ୍ନର ଆବଶ୍ୟକତା ରହିଛି। ସେଥିପାଇଁ ଅଙ୍ଗନବାଡି କର୍ମିଙ୍କର ନିହାତି ଆବଶ୍ୟକତା ରହିଛି। କରୋନା ନିୟମକୁ ଅନୁପାଳନ କରି ଅଙ୍ଗନବାଡି କର୍ମିମାନେ ସେମାନଙ୍କର କାମ କରିବା ପାଇଁ ମନ୍ତ୍ରୀ କହିଛନ୍ତି। ଆଜି ଭିଡିଓ କଂନଫ୍ରେସିଂ ମାଧ୍ୟମରେ ମନ୍ତ୍ରୀ ବିଭାଗୟୀ ଅଧିକାରୀଙ୍କ ସହିତ ଆଲୋଚନା କରିଛନ୍ତି। ଏଥିସହିତ ମମତା ଯୋଜନାରେ ପଂଜୀକରଣ ଅବଧୀକୁ ତିନିମାସରୁ ସାତ ମାସକୁ ବୃଦ୍ଧି କରିଛନ୍ତି। ବାହାରୁ ଆସୁଥିବା ମହିଳା ଏବଂ ଶିଶୁଙ୍କୁ ଧ୍ୟାନ ରଖିବା ପାଇଁ ମଧ୍ୟ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

Read More

ନୂଆଦିଲ୍ଲୀ, ଖୁବ୍ ଶିଘ୍ର ସିବିଆଇ ନିର୍ଦ୍ଦେଶକ ପଦବୀରେ ବସିବେ ଜଣେ ଓଡିଶାରେ ଜନ୍ମିତ ଆଇପିଏସ ଅଫିସର। ତାଙ୍କ ନାମ କୁଆଡେ ଚୁଡାନ୍ତ ହୋଇ ସାରିଛି ବୋଲି ନୂଆଦିଲ୍ଲୀରେ ବେଶ ଚର୍ଚ୍ଚା ଚାଲିଛି। ସେ ହେଉଛନ୍ତି କେରଳରେ ଡିଜିପି ଥିବା ଓଡିଶାର ଲୋକନାଥ ବେହେରା। ଏ ନେଇ ଆସନ୍ତା 24 ତାରିଖରେ ନିଯୁକ୍ତି କମିଟ ବୈଠକ ବସୁଛି। ଏହି କମିଟରେ ଖୋଦ ପ୍ରଧାନମନ୍ତ୍ରୀ ଅଧ୍ୟକ୍ଷ ଥିବା ବେଳେ ସୁପ୍ରିମ କୋର୍ଟ ମୁଖ୍ୟ ବିଚାରପତି ଏନ ଭି ରମନା ଏବଂ ବିରୋଧୀ ଦଳର ନେତା ଅଧିର ରଂଜନ ଚୌଧୁରୀ ସଦସ୍ୟ ଅଛନ୍ତି। ଏହି ବୈଠକରେ ପ୍ରଧାନମନ୍ତ୍ରୀ କେରଳ ଡିଜିପି ଲୋକନାଥ ବେହେରାଙ୍କ ନାମ ସୁପାରିଶ କରିବେ ବୋଲି ଜଣାପଡିଛି। ଲୋକନାଥ ବେହେରା ହେଉଛନ୍ତି କେରଳ କ୍ୟାଡରର 1985 ବ୍ୟାଚର ଆଇପିଏସ ଅଫିସର। ସେ କେରଳର ବହୁ ଗୁରୁତ୍ବପୂର୍ଣ୍ଣ ଅଧିକାରୀ ଭାବେ କାର୍ଯ୍ୟ କରିଛନ୍ତି। ସେ ପ୍ରଥମେ କେରଳର ଅଲ୍ଲାପ୍ପୁଝାର ଏସିପି ଭାବେ କାର୍ଯ୍ୟ ଆରମ୍ଭ…

Read More

ଦୁଷ୍ମନ୍ତ କୁମାର ପଣ୍ଡା କଳାହାଣ୍ଡି: କଳାହାଣ୍ଡି ଜିଲ୍ଲା ନର୍ଲା ନିର୍ବାଚନ ମଣ୍ଡଳୀରେ ଏବେ କରୋନା ସଂକ୍ରମଣ ସଂଖ୍ୟା ଉପର ମୁହାଁ ହେଉଛି। ପ୍ରତ୍ୟେକ ଦିନ ଅଂଚଳରେ ଶହ ଶହ ଜଣଙ୍କ କରୋନା ଟେଷ୍ଟ କରାଯାଉଛି। କଳାହାଣ୍ଡି ଜିଲ୍ଲାରେ କରୋନା ଗ୍ରାଫ ଉପର ମୁହାଁ ହେଇଛି ଏବଂ ରେଡ଼ ଜୋନରେ ଅଛି। ପ୍ରତ୍ୟେକ ଦିନ କେସିଙ୍ଗା, କର୍ଲାମୁଣ୍ଡା, ମ.ରାମପୁର ଏବଂ ନର୍ଲା ବ୍ଲକ ମାନଙ୍କରୁ ଅଧିକ ଲୋକ ପଜିଟିଭ ହେଉଥିବା ବେଳେ ରିପୋର୍ଟରେ କମ୍ ଆସୁଥିବା କୁହାଯାଉଛି। କରୋନା କାଳରେ ଲୋକେ ଅସହାୟ ମଣୁଛନ୍ତି। ଅସହାୟ କାଳରେ ସାହା ହେବା ପାଇଁ ଲୋକେ ନିଜର ମୂଲ୍ୟବାନ ଭୋଟ ଖଣ୍ଡେ ଜନପ୍ରତିନିଧି ମାନଙ୍କୁ ଦେଇ ନିର୍ବାଚିତ କଲେ ହେଲେ ଏପରି ବିପଦ କାଳେ ସ୍ଥାନୀୟ ବିଧାୟକ କି ସାଂସଦଙ୍କର ଦେଖା ନାହିଁ। ଭୋଟ ସମୟରେ ଆମେ ଆପଣଙ୍କର ସବୁ କାମରେ ଆସିବୁ। ନିର୍ବାଚନ ମଣ୍ଡଳିର କୋଣ ଅନୁକୋଣ ରେ ଶିକ୍ଷା, ସ୍ବାସ୍ଥ୍ୟ, ପାନିୟ ଜଳ…

Read More

ଭୁବନେଶ୍ବର, ପ୍ରଖ୍ୟାତ ସଂଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତିଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ସେ ଟୁଇଟି କରି କହିଛନ୍ତି ଯେ, ‘ ପ୍ରଖ୍ୟାତ ସଙ୍ଗୀତ ନିର୍ଦ୍ଦେଶକ ଅମରେନ୍ଦ୍ର ମହାନ୍ତିଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ସ୍ୱତନ୍ତ୍ର ସଂଗୀତ ସଂଯୋଜନା ଶୈଳୀ ମାଧ୍ୟମରେ ଭଜନ ଓ ଚଳଚ୍ଚିତ୍ର ଜଗତରେ ସେ ଛାଡି ଯାଇଥିବା ଛାପ ସର୍ବଦା ସ୍ମରଣୀୟ। ତାଙ୍କ ଅମର ଆତ୍ମାର ସଦଗତି କାମନା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଉଛି।’

Read More

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ପୁଣିଥରେ ରାଜନୈତିକ ବିବାଦ ଆରମ୍ଭ ହୋଇଯାଇଛି। ମମତା ବାନାର୍ଜୀଙ୍କ ଦୁଇ ମନ୍ତ୍ରୀ ଫରହଦ ହକିମ ଏବଂ ସୁବ୍ରତ ମୁଖାର୍ଜୀଙ୍କୁ ନାରଦା ଷ୍ଟିଙ୍ଗ ଅପରେସନ ମାମଲାରେ ସିବିଆଇ ଆଜି ଗିରଫ କରିଛି। ସେହି ଦୁଇଜଣଙ୍କ ବ୍ୟତୀତ ବରିଷ୍ଠ ବିଧାୟକ ମଦନ ମିତ୍ରା ଏବଂ ପୂର୍ବତନ ମେୟର ଶୋଭନ ଚାଟର୍ଜୀଙ୍କୁ ମଧ୍ୟ ସିବିଆଇ ଗିରଫ କରିଛି। ନିଜ ମନ୍ତ୍ରୀ ଏବଂ ବିଧାୟକଙ୍କ ଗିରଫ ପରେ ସିବିଆଇ କାର୍ଯ୍ଯାଳୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପହଞ୍ଚି ବିରୋଧ କରିଛନ୍ତି। ଏବଂ ଏହି ଘଟଣାରେ ତାଙ୍କୁ ଗିରଫ କରିବା ପାଇଁ ମଧ୍ୟ ସିବିଆଇକୁ କହିଛନ୍ତି। ମମତା ପାଖାପାଖି ୪୫ ମିନିଟ ପର୍ଯ୍ୟନ୍ତ ସିବିଆଇ କାର୍ଯ୍ଯାଳୟରେ ରହି ବିରୋଧ କରିଥିଲେ। ଉଲ୍ଲେଖ ଯୋଗ୍ୟ ଯେ, ନାରଦା ଷ୍ଟିଙ୍ଗ ଅପରେସନ ମାମଲାରେ କାର୍ଯ୍ୟାନୁଷ୍ଠାନ ପାଇଁ ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡଙ୍କ ଠାରୁ ସିବିଆଇ ଅନୁମତି ମାଗିଥିଲା। ନିର୍ବାଚନ ପରେ ରାଜ୍ୟପାଳ ଏହି ମାମଲାରେ କାର୍ଯ୍ୟାନୁଷ୍ଠାନ ପାଇଁ ଅନୁମତି ଦେଇଥିଲେ।…

Read More

ସୀତାରାମ ଅଗ୍ରୱାଲ ଚିଲିକା: ରାଜ୍ୟରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଦୀର୍ଘ ୧୩ ଦିନ ହେଲା ଲକଡାଉନ କଟକଣା ଜାରି ରହିଛି। ଏହି ସମୟରେ ଅତ୍ୟାବଶ୍ୟକ ସାମଗ୍ରୀ ଯଥା ପନିପରିବା, ଗ୍ରସେରୀ ସାମଗ୍ରୀ କିଣିବା ପାଇଁ ଅନୁମତି ମିଳିଛି। କୌଣସି ବ୍ୟକ୍ତି ନିଜର ଗାଡି ମାଧ୍ୟମରେ ଏଭଳି ସାମଗ୍ରୀ କିଣିବା ପାଇଁ ଯିବାକୁ ବାରଣ ହୋଇଛି। ଚାଲି ଚାଲି ଯାଇ ନିକଟସ୍ଥ ଦୋକାନରୁ କିଣିବା ପାଇଁ ଲୋକଙ୍କୁ ନିର୍ଦ୍ଦେଶ ହୋଇଛି। ହେଲେ କିଛି ଲୋକ ଏହି ନିୟମକୁ ଅବମାନନା କରୁଥିବା ଦେଖାଯାଉଛି। ସେଥିପାଇଁ ସେଭଳି ଅମାନିଆଙ୍କ ଉପରେ ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଉଛି। ତେବେ ଆଜି ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ନାଚୁଣୀ ବଜାରରେ କିଛି ଅମାନିଆ ବିନା କାରଣରେ ଗାଡି ଧରି ବୁଲୁଥିବାର ଦେଖିବାକୁ ମିଳିଥିଲା। ଯାହା ଫଳରେ ନାଚୁଣୀ ଫାଣ୍ଡି ଅଧିକାରୀ ଏହି ଅମାନିଆଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ଆଜି ସକାଳେ ନାଚୁଣୀ ବଜାରରେ ଲୋକଙ୍କ…

Read More

ଭୁବନେଶ୍ବର: ବିଶିଷ୍ଟ ସଙ୍ଗୀତଜ୍ଞ ଅମରେନ୍ଦ୍ର ମହାନ୍ତିଙ୍କ ଆଜି ପରଲୋକ ହୋଇଯାଇଛି। ସେ କରୋନାରେ ଆକ୍ରାନ୍ତ ହୋଇ ଘରୋଇ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ସ୍ବାସ୍ଥ୍ୟବସ୍ଥା ଗୁରୁତର ହେବାରୁ ସେ ୩ ଦିନ ହେଲା ଭେଣ୍ଟିଲେଟରରେ ଥିଲେ। ହେଲେ ମାତ୍ର ୬୩ ବର୍ଷ ବୟସରେ ସେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି। ବହୁ ଓଡିଆ ଚଳଚ୍ଚିତ୍ରରେ ଅମରେନ୍ଦ୍ର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ତାଙ୍କର ବିୟୋଗରେ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି।

Read More

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୨ ଲକ୍ଷ ୮୧ ହଜାର ୩୮୬ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୪ ହଜାର ୧୦୬ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୨ କୋଟି ୪୯ ଲକ୍ଷ ୬୫ ହଜାର ୪୬୩ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୭୪ ହଜାର ୩୯୦ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୨ କୋଟି ୧୧ ଲକ୍ଷ ୭୪ ହଜାର ୭୬ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୩୫ ଲକ୍ଷ ୧୬ ହଜାର ୯୯୭ ଆକ୍ଟିଭ୍‌ କେସ୍ ରହିଛି।

Read More

ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୨୨ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୨୨ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୩୩୫ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ସର୍ବାଧିକ ଖୋର୍ଦ୍ଧା, ବୌଦ୍ଧ, କୋରାପୁଟ, ନୂଆପଡା, ରାୟଗଡା ଏବଂ ସୁନ୍ଦରଗଡ ଜିଲ୍ଲାରୁ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ସେହିଭଳି ଅନୁଗୁଳ ଜିଲ୍ଲାରୁ ୨ ଜଣ ଆକ୍ରାନ୍ତଙ୍କ ପ୍ରାଣହାନୀ ଘଟିଥିବା ବେଳେ ଗଜପତି ଏବଂ ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ତେବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୨୨ ହଜାର ୯୮୧ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୫ ଲକ୍ଷ ୧୪ ହଜାର ୫୩୨ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧ ଲକ୍ଷ ୬ ହଜାର ୬୧ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା…

Read More

ଭୁବନେଶ୍ବର: ଆଜି ରାଜ୍ୟରେ ୧୦ ହଜାର ୭୫୭ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍‌ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍‌ କେନ୍ଦ୍ରରୁ ୬୦୨୪ ଜଣ ଚିହ୍ନଟ ହୋଇଥିବା ବେଳେ ୪୭୩୩ ଟି ଲୋକାଲ କେସ୍‌ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ୨୨ ହଜାର ୯୮୧ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୫ ଲକ୍ଷ ୧୪ ହଜାର ୫୩୨ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୧ ଲକ୍ଷ ୬ ହଜାର ୬୧ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୩୧୩ କୁ ବୃଦ୍ଧି ହୋଇଛି। ଆଜି ମୋଟ ୩୦ ଟି ଜିଲ୍ଲାରୁ ୧୦ ହଜାର ୭୫୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ କଟକ ଜିଲ୍ଲାରୁ ୯୭୩, ଖୋର୍ଦ୍ଧା ଜିଲ୍ଲାରୁ ୯୦୯ ଜଣ, ଅନୁଗୁଳ…

Read More

ମେଷ: ଜୀବନସାଥୀଙ୍କୁ କହିବା କଷ୍ଟକର ହୋଇପାରେ । ବଡ ସମ୍ପତ୍ତି କାରବାର ବହୁତ ଲାଭ ଦେଇପାରେ । ବେକାରୀ ଦୂର ହେବ । ଆପଣ କ୍ୟାରିୟର କରିବାକୁ ସୁଯୋଗ ପାଇବେ । ଚାକିରିରେ ପ୍ରଶଂସା ପାଇବେ । ପାରିବାରିକ ସହାୟତା କାର୍ଯ୍ୟକୁ ସହଜ କରିବ । ଅନ୍ୟମାନଙ୍କ କାର୍ଯ୍ୟରେ ହସ୍ତକ୍ଷେପ କରନ୍ତୁ ନାହିଁ । ଉପହାସରୁ ଦୂରେଇ ରୁହନ୍ତୁ । ବୃଷ : ବୌଦ୍ଧିକ କାର୍ଯ୍ୟ ସଫଳ ହେବ । ଲାଭର ସଫଲତା ହାତକୁ ଆସିବ । ଭ୍ରମଣ ସମୟରେ ସାବଧାନ ରୁହନ୍ତୁ । ଏକ ପାରିବାରିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବାର ସୁଯୋଗ ମିଳିବ । ସୁସ୍ୱାଦୁ ଖାଦ୍ୟ ଉପଭୋଗ ହେବ । ମୂଲ୍ୟବାନ ସାମଗ୍ରୀକୁ ସୁରକ୍ଷିତ ରଖନ୍ତୁ। ଶତ୍ରୁମାନେ ପରାସ୍ତ ହେବେ। ବିବାଦ କରନ୍ତୁ ନାହିଁ । ଅସ୍ଥିରତା ଦେଖାଯିବ । ମିଥୁନ : ସ୍ୱାସ୍ଥ୍ୟ ଦୁର୍ବଳ ହେବ। ବକ୍ତବ୍ୟରେ ହାଲୁକା ଶବ୍ଦ ବ୍ୟବହାର କରିବା ଠାରୁ ଦୂରେଇ ରୁହନ୍ତୁ।…

Read More

ଭୁବନେଶ୍ବର, ଭୁବନେଶ୍ଵର ମହାନଗର ନିଗମ କମିଶନର ସଞ୍ଜୟ କୁମାର ସିଂହ ଏକ ପ୍ରେସ ବିବୃତ୍ତିରେ କହିଛନ୍ତି ଯେ, ଆମ୍ଭେମାନେ ବର୍ତ୍ତମାନ ଏକ ଗଭୀର ସମସ୍ୟା ମଧ୍ୟରେ ଗତି କରୁଛନ୍ତି । କରୋନା ଭଳି ଏକ ଆଦେଖା ଶତ୍ରୁ ସହ ଲଢେଇ କରୁଛନ୍ତି । ଆପଣମାନଙ୍କ ସହଯୋଗ ଏହି ଲଢେଇକୁ ଫଳପ୍ରସୂ କରିବ । କରୋନା ଆକ୍ରାନ୍ତ ବ୍ୟକ୍ତିଙ୍କୁ ସୂଚନା ଓ ଡାକ୍ତରୀ ପରାମର୍ଶ ଦେବା ପାଇଁ ୧୯୨୯ କଲ୍ ସେଣ୍ଟରକୁ ଆହୁରି ସୁଦୃଢ କରାଯାଇଛି । ଏଥିରେ ଥିବା ୨୫ ଟି ଲାଇନ ସହ ବର୍ତ୍ତମାନ ଆଉ ୫ଟି ଲାଇନ ଯୋଡା ଯାଇଛି । ଏକାକୀ ରହୁଥିବା ୬୦ ବର୍ଷ ବୟସରୁ ଊର୍ଦ୍ଧ୍ଵ ବରିଷ୍ଠ ନାଗରିକଙ୍କର କରୋନା ପରୀକ୍ଷା, ଚିକିତ୍ସା ଏବଂ ଟୀକାକରଣ ଆଦି ନିମନ୍ତେ ବିଶେଷ ବ୍ୟବସ୍ଥା କରାଯାଉଛି । ଏହି ବରିଷ୍ଠ ନାଗରିକମାନେ ୧୯୨୯ ର ସାହାଯ୍ୟ ନେଇପାରିବେ । ସେମାନଙ୍କ ଠାରୁ ମୋବାଇଲ ଭ୍ୟାନ ମାଧ୍ୟମରେ ସ୍ଵାବ…

Read More

ଭୁବନେଶ୍ବର, 2021 ର ପ୍ରଥମ ଚନ୍ଦ୍ରଗ୍ରହଣ 26 ମଇରେ ହେବ । ଚନ୍ଦ୍ରଗ୍ରହଣ ଦିନ ବୁଦ୍ଧ ପୂର୍ଣ୍ଣିମା ବା ବୈଷ୍ଣବ ପୂର୍ଣ୍ଣିମା ମଧ୍ୟ ଅଛି । ଚନ୍ଦ୍ର ଗ୍ରହଣ ଜ୍ୟୋତିଷ ଶାସ୍ତ୍ର ସହିତ ବୈଜ୍ଞାନିକ ମହତ୍ତ୍ୱ ମଧ୍ୟ ରହିଛି । ଏହି ଚନ୍ଦ୍ର ଗ୍ରହଣ ହେଉଛି ବର୍ଷର ପ୍ରଥମ ଚନ୍ଦ୍ର ଗ୍ରହଣ। ଭାରତରେ ଚନ୍ଦ୍ର ଗ୍ରହଣ ଅପରାହ୍ନ 2.17 ରୁ ଆରମ୍ଭ ହୋଇ ସନ୍ଧ୍ୟା 07.19 ରେ ଶେଷ ହେବ । ତେବେ ଏହି ଚନ୍ଦ୍ର ଗ୍ରହଣରେ ଚନ୍ଦ୍ର ବେଶ୍ ଲାଲ ବା ରକ୍ତ ରଂଗର ଦେଖାଯିବେ, ଯାହାକୁ ରକ୍ତ ଚନ୍ଦ୍ର ବୋଲି କୁହାଯାଏ ରକ୍ତ ଚନ୍ଦ୍ର କ’ଣ ଯେତେବେଳେ ପୃଥିବୀ , ସୂର୍ଯ୍ୟ ଏବଂ ଚନ୍ଦ୍ର ମଧ୍ୟରେ ଆସନ୍ତି, ସେତେବେଳେ ଏହି ଗ୍ରହଣ ସୃଷ୍ଟି ହୋଇଥାଏ। ଏହାକୁ ଚନ୍ଦ୍ର ଗର୍ହଣ କୁହାଯାଇଥାଏ। ଏହି ସମୟରେ ପୃଥିବୀ ରହୁଥିବାରୁ ସୂର୍ଯ୍ୟ କିରଣ ଚନ୍ଦ୍ରକୁ ଯାଇପାରେ ନାହିଁ। ଫଳରେ ଚନ୍ଦ୍ର କିଛି ସମୟ…

Read More