ଅହମ୍ମଦାବାଦ: ଗୁଜୁରାଟର ଶ୍ରୀ ସ୍ଵାମୀନାରାୟଣ ଗୁରୁକୁଳ ବିଶ୍ଵବିଦ୍ୟା ପ୍ରତିଷ୍ଠାନ ଦ୍ଵାରା କରୋନା ଦାୟୁରୁ ରକ୍ଷା ପାଇବା ପାଇଁ ଗାଈ ଗୋବରକୁ ବ୍ୟବହାର କରାଯାଉଥିବା ଦେଖାଯାଇଛି। ସେଠାରେ କିଛି ଲୋକ ନିଜ ଶରୀରରେ ଗାଈ ଗୋବରର ଲେପ ଦେଇ କରୋନାରୁ ରକ୍ଷା ମିଳିବ ବୋଲି ଦାବି କରିଛନ୍ତି। ଏହା ଦ୍ଵାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହେବ ବୋଲି ସେମାନେ ଦାବି କରିଛନ୍ତି। କିନ୍ତୁ ଏହାକୁ ନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି। ଶରୀରରେ ଗୋବର ଲେପ ଦେଲେ ବ୍ଲାକ ଫଙ୍ଗସ୍ ଭଳି ଅନେକ ପ୍ରକାରର ରୋଗ ଦେଖାଯିବ ବୋଲି କୁହାଯାଇଛି। ଉଲ୍ଲେଖ ଯୋଗ୍ୟ ଯେ, ଶ୍ରୀ ସ୍ଵାମୀନାରାୟଣ ଗୁରୁକୁଳର ଗାଈଶାଳାରେ ୨୦୦ରୁ ଅଧିକ ଗାଈ ଅଛନ୍ତି। ସେଠାର କର୍ମଚାରୀଙ୍କ କହିବା ଅନୁଯାୟୀ, ଗତ କିଛି ମାସ ହେଲା ପାଖାପାଖି ୧୫ ଜଣ ଲୋକ ପ୍ରତ୍ୟେକ ରବିବାର ଦିନ ଗୋବର ଏବଂ ମୁତ୍ର ର ଲେପ ନେଇଥାନ୍ତି। ପରେ ସେମାନଙ୍କୁ ଗାଈ କ୍ଷୀରରେ…
Author: Samikhsya Bureau
ସୀତାରାମ ଅଗ୍ରୱାଲ ଚିଲିକା: ସରକାରୀ ପୋଖରୀ ଖୋଳି ପଥର ନେବା ମହଙ୍ଗା ପଡିଛି। ଏହି ଘଟଣାରେ ମୋଟା ଅଙ୍କର ଜରିମାନା ଆଦାୟ ହେବା ସହ ଗାଡି ଜବତ ହୋଇଛି। ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ଚିଲିକା ତହସିଲ ଅଞ୍ଚଳରେ ଏପରି ଘଟଣା ଘଟିଛି। ଦୀର୍ଘ ଦିନ ହେବ ଚିଲିକା ତହସିଲ ଅଞ୍ଚଳରେ ପଥର ମାଫିଆ ମାନେ ସରକାରୀ ଜାଗାରୁ ପଥର ଚୋରି କରିନେଉଥିବାର ବାରମ୍ବାର ଅଭିଯୋଗ ହେଉଥିଲା। ସ୍ଥାନୀୟ ତହସିଲଦାର ପୁନମ ମହାପାତ୍ର ବାରମ୍ବାର ଚଢ଼ାଉ ଜାରି ରଖିଥିଲେ ମଧ୍ୟ ମାଫିଆ ଧରା ପଡୁନଥିଲେ। ହେଲେ ଆଜି ସକାଳ ୬ ଘଟିକାରେ ତହସିଲଦାରଙ୍କ ନିର୍ଦ୍ଦେଶକ୍ରମେ ବଉଳାବନ୍ଧ ଗ୍ରାମର ମାଣ୍ଡିଆମେରୁ ସାହିର ପୋଖରୀରୁ ମାଫିଆମାନେ ପଥର ଖୋଳି ଟ୍ରାକ୍ଟରରେ ନେଉଥିବା ବେଳେ ନାଚୁଣୀ ଫାଣ୍ଡି ଅଧିକାରୀ ଏବଂ ତହସିଲ କର୍ମଚାରୀଙ୍କ ହାତରେ ଧରା ପଡିଛନ୍ତି। ତେବେ ମାଫିଆଙ୍କ ଉପରେ ତହସିଲଦାର କଠୋର କାର୍ଯ୍ୟାନୁଷ୍ଠାନ ମୁତାବକ ୪୫ ହଜାର ଟଙ୍କା ଜରିମାନା ଆଦାୟ ହେବା ସହ…
ନୂଆଦିଲ୍ଲୀ, କୋଭିଡ ପରବର୍ତ୍ତୀ ଜଟିଳତା ମ୍ୟୁକୋମାୟୋସିସ ବା ବ୍ଲାକ ଫଙ୍ଗସ ପୀଡିତଙ୍କୁ ଡାକ୍ତରମାନେ ଆମ୍ଫୋଟେରିସିନ-ବି ଔଷଧ ଖାଇବାକୁ ପରାମର୍ଶ ଦେଉଥିବାରୁ କିଛି ରାଜ୍ୟରେ ଏହାର ଆବଶ୍ୟକତା ସୃଷ୍ଟି ହୋଇଛି । ତେଣୁ ଏହି ଔଷଧର ଉତ୍ପାଦନ ବଢାଇବା ପାଇଁ ଭାରତ ସରକାର ଉତ୍ପାଦକମାନଙ୍କ ସହ ଆଲୋଚନା ଜାରି ରଖିଛନ୍ତି । ଅଧିକ ଆମଦାନୀ ହେବା ସହ ଦେଶରେ ଏହି ଔଷଧର ଉତ୍ପାଦନ ବଢିଲେ ଯୋଗାଣ ସ୍ଥିତି ସୁଧୁରିବ । ଉତ୍ପାଦକ ବା ଆମଦାନୀକାରୀଙ୍କ ସହ ଷ୍ଟକ ସ୍ଥିତିର ସମୀକ୍ଷା କରି ଗତକାଲିଠାରୁ ସମ୍ଭାବ୍ୟ ଆବଶ୍ୟକତା ଆଧାରରେ ଆମ୍ଫୋଟେରିସିନ-ବି ଔଷଧ ବିଭାଗ ଦ୍ୱାରା ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ଆବଣ୍ଟିତ କରାଯାଉଛି । ସରକାରୀ, ବେସରକାରୀ ଡାକ୍ତରଖାନା ଓ ସ୍ୱାସ୍ଥ୍ୟ ସେବା ସଂସ୍ଥାନଗୁଡିକ ମଧ୍ୟରେ ଏହି ଔଷଧର ସୁଷମ ବଣ୍ଟନ ବ୍ୟବସ୍ଥା କରିବାକୁ ରାଜ୍ୟଗୁଡିକୁ ଅନୁରୋଧ କରାଯାଇଛି । ଆବଣ୍ଟିତ ଔଷଧ ସଂଗ୍ରହ ପାଇଁ ସରକାରୀ ଓ ବେସରକାରୀ ଡାକ୍ତରଖାନାଗୁଡିକୁ ଯୋଗାଯୋଗ ବିନ୍ଦୁ…
Hinjili Police in Ganjam creating awareness and appealed to people of Hinjili to wear masks at all time when outside & maintain social distancing for controlling the spread of #COVID19. Despite the current challenges we’re all facing together.
ଭୁବନେଶ୍ବର: କୋଭିସିଲ୍ଡ ଟୀକାର ଦ୍ଵିତୀୟ ଡୋଜ ଟୀକାର ସମୟ ଅବଧିକୁ ବୃଦ୍ଧି କରାଯାଇଛି। ଏଣିକି ୪୨ ଦିନ ପରେ କୋଭିସିଲ୍ଡର ଦ୍ଵିତୀୟ ଡୋଜ ଟୀକା ନେବା ପାଇଁ ନିର୍ଦ୍ଦେଶ ହୋଇଛି। ଏହାପୂର୍ବରୁ ୪ ସପ୍ତାହ ପରେ ଏହି ଟୀକାର ଦ୍ଵିତୀୟ ଡୋଜ ନେବା ପାଇଁ ସମୟ ନିର୍ଦ୍ଧାରଣ ହୋଇଥିଲା। କିନ୍ତୁ ଏବେ ୪ ସପ୍ତାହ ନୁହେଁ, ୬ ସପ୍ତାହ ପରେ କୋଭିସିଲ୍ଡ ଟୀକା ନେବା ପାଇଁ କୁହାଯାଇଛି। ପ୍ରଥମ ଡୋଜ ନେବାର ୪୨ ଦିନ ପରେ ଦ୍ଵିତୀୟ ଡୋଜ ଟୀକା ନିଆଯାଇପାରିବ। ଟୀକାକରଣରେ ସମ୍ପୃକ୍ତ ଅଧିକାରୀଙ୍କୁ ଏନେଇ ଜଣାଇବାକୁ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି। ଏନେଇ ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ସ୍ୱାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି।
ନୂଆଦିଲ୍ଲୀ: ଗତକାଲି ଭାରତରେ ୨ ରୁ ୧୮ ବର୍ଷ ବର୍ଗର ପିଲାଙ୍କ ଉପରେ କୋଭାକ୍ସିନ ଟୀକା ପରୀକ୍ଷା ପାଇଁ ଏକ ବିଶେଷଜ୍ଞ କମିଟି ଅନୁମତି ଦେଇଛି। ଏହି ପରୀକ୍ଷା ଦିଲ୍ଲୀ, ପାଟଣା ଏମ୍ସ ଏବଂ ନାଗପୁରସ୍ଥିତ ମେଡିଟ୍ରିନା ଚିକିତ୍ସା ବିଜ୍ଞାନ ସଂସ୍ଥା ସମତେ ବିଭିନ୍ନ ସ୍ଥାନ ଦ୍ଵାରା କରାଯିବ। ଏହି ବର୍ଗର ପିଲାଙ୍କ ଉପରେ ଟୀକା ପରୀକ୍ଷଣ ପାଇଁ ପୂର୍ବରୁ ଭାରତ ବାୟୋଟେକ ଆବେଦନ କରିଥିଲା। ୨ ରୁ ୧୮ ବର୍ଷ ପିଲାଙ୍କ ସୁରକ୍ଷା ଏବଂ ରୋଗ ପ୍ରତିରୋଧକ କ୍ଷମତା ବୃଦ୍ଧି ସମେତ ଅନ୍ୟ ବିଷୟରେ ଆକାଳନ କରିବା ପାଇଁ ଦ୍ଵିତୀୟ-ତୃତୀୟ ପର୍ଯ୍ୟାୟ ପରୀକ୍ଷା ଲାଗି ଭାରତ ବାୟୋଟେକ ଅନୁମତି ମାଗିଥିଲା। ତେବେ ସିଡିଏସସିଓ ର କୋଭିଡ-୧୯ ବିଶେଷଜ୍ଞ କମିଟି ଗତକାଲି ଏହା ଉପରେ ଆଲୋଚନା କରି ଭାରତ ବାୟୋଟେକକୁ ଟୀକା ପରୀକ୍ଷା ପାଇଁ ଅନୁମତି ଦେଇଛି।
ଭୁବନେଶ୍ବର: ରାଜ୍ୟ ସରକାର ଆଜି ଏକ ବଡ ନିଷ୍ପତ୍ତି ନେଇଛନ୍ତି। ସାଧୁ, ସନ୍ଥ, ଅସହାୟ, ଭିକାରୀ, ମାନସିକ ବିକୃତ ଲୋକଙ୍କୁ ଏଥର ଟୀକା ଦେବା ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି। ରାଜ୍ୟରେ ଏଭଳି ଲୋକଙ୍କୁ ଚିହ୍ନଟ କରାଯାଇ ଟୀକାଦେବା ପାଇଁ ବ୍ୟବସ୍ଥା ପାଇ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ଏନେଇ ସବୁ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନରଙ୍କୁ ସ୍ୱାସ୍ଥ୍ୟ ଏସିଏସ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି। ତେବେ ଟୀକା ପାଇଁ ୭ ଟି ପରିଚୟ ମଧ୍ୟରୁ ଗୋଟିଏ ଦେଖାଇବାକୁ ପଡୁଥିବା ବେଳେ ଏଭଳି କିଛି ଲୋକଙ୍କ ପାଖରେ କୌଣସି ପରିଚୟ ନଥାଏ। ସେମାନଙ୍କୁ ମଧ୍ୟ ସଂକ୍ରମଣ ଭୟ ଥିବାରୁ ଚିହ୍ନଟ କରାଯାଇ ଟୀକାକରଣ କରାଯାଉ ବୋଲି ସ୍ୱାସ୍ଥ୍ୟ ଏସିଏସ ନିର୍ଦ୍ଦେଶ ଦେଇଛନ୍ତି।
ନୂଆଦିଲ୍ଲୀ: କରୋନା କେବଳ ସହରରେ ସୀମିତ ନାହିଁ। ଗ୍ରାମାଞ୍ଚଳରେ ଏବେ କରୋନା କାୟା ବିସ୍ତାର କରିଚାଲିଛି। ଯେଉଁଭଳି ଭାବେ କରୋନା ଗ୍ରାମାଞ୍ଚଳରେ ତାଣ୍ଡବ ସୃଷ୍ଟି କରିଛି, ଦେଖିଲେ ହୃଦୟ ଥରି ଉଠିବ। ଗ୍ରାମାଞ୍ଚଳରେ ନୂଆ ନୂଆ ଦୁଃଖଦ ଘଟଣାମାନ ସାମ୍ନାକୁ ଆସୁଛି। ତେବେ ପଶ୍ଚିମ ନୋଏଡାର ଜଲାଲପୁର ଗାଁରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି। ଯାହା ଛାତିକୁ ଥରାଇଦେବ। ସେହି ଗ୍ରାମର ବାଡୁଅ ପୁଅର ମୁଖାଗ୍ନି ଦେଇ ଘରକୁ ଫେରିଲା ପରେ ଦ୍ଵିତୀୟ ପୁଅର ମୃତ ଦେହକୁ ଘରେ ପଡିଥିବାର ଜଣେ ବାପା ଦେଖିବାକୁ ପାଇଲେ। ପ୍ରଥମ ପୁଅର କରୋନାରେ ମୃତ୍ୟୁ ହୋଇଥିବା ବେଳେ ଦ୍ଵିତୀୟ ପୁଅ ମଧ୍ୟ ଆକ୍ରାନ୍ତ ହୋଇ ଘରେ ପୃଥକବାସରେ ରହୁଥିଲେ। ହେଲେ ପ୍ରଥମ ପୁଅର ଚିତା ଲିଭିବା ପୂର୍ବରୁ ଦ୍ଵିତୀୟ ପୁଅର ଜୀବନ ଚାଲିଗଲା। ବାପା କେବେ ସ୍ଵପ୍ନରେ ବି ଭାବିନଥିବେ ଯେ ପ୍ରଥମ ପୁଅର ମୃତ୍ୟୁର କିଛି ଘଣ୍ଟା ପରେ ଦ୍ଵିତୀୟ ପୁଅ…
ଭୁବନେଶ୍ବର: ଭୁବନେଶ୍ବର ମହାନଗର ନିଗମର କମିଶନରଙ୍କ ବଦଳି ହୋଇଛି। ପ୍ରେମଚନ୍ଦ୍ର ଚୌଧୁରୀଙ୍କ ସ୍ଥାନରେ ନୂତନ କମିଶନର ନିଯୁକ୍ତି ପାଇଛନ୍ତି। ସଞ୍ଜୟ କୁମାର ସିଂହ ଏବେ ନୂଆ ବିଏମସି କମିଶନର। ପ୍ରେମଚନ୍ଦ୍ରଙ୍କ ପରେ ନୂଆ ବିଏମସି କମିଶନର ଭାବେ ସେ ଦାୟିତ୍ଵ ନେବେ। ୧୯୯୭ ବ୍ୟାଚର ଆଇଏଏସ ସଞ୍ଜୟ କୁମାରଙ୍କୁ ନୂଆ ଦାୟିତ୍ଵ ମିଳିବ। ସଞ୍ଜୟ କୁମାର ଏବେ ବୈଷୟିକ ଶିକ୍ଷା ଓ ଦକ୍ଷତା ବିଭାଗର ଦାୟିତ୍ଵରେ ଅଛନ୍ତି। କମିଶନର ସହ ତାଙ୍କୁ ବିଡିଏ ଉପାଧ୍ୟକ୍ଷ ଭାବେ ଅତିରିକ୍ତ ଦାୟିତ୍ଵ ମିଳିଛି। ଏହାସହ ସଞ୍ଜୟଙ୍କୁ ଭୁବନେଶ୍ବର ସ୍ମାର୍ଟ ସିଟି ସିଇଓ ଭାବେ ଅତିରିକ୍ତ ଦାୟିତ୍ଵ ମଧ୍ୟ ଦିଆଯାଇଛି। ପ୍ରେମଚନ୍ଦ୍ର କମିଶନରଙ୍କୁ ଜିଏ ବିଭାଗର ଓଏସଡି ଦାୟିତ୍ଵ ମିଳିଛି। ସେହିଭଳି ହେମନ୍ତ ଶର୍ମାଙ୍କୁ ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ଅତିରିକ୍ତ ଦାୟିତ୍ଵ ମିଳିଥିବା ବେଳେ ବିଷ୍ଣୁପଦ ସେଠୀଙ୍କୁ ସୂଚନା ଓ ଲୋକସମ୍ପର୍କ ବିଭାଗ ଅତିରିକ୍ତ ଦାୟିତ୍ଵ ଏବଂ ଡାଃ. କ୍ରିଷନ କୁମାରଙ୍କୁ ଇଡକୋ ସିଏମଡି ଭାବେ…
ନୂଆଦିଲ୍ଲୀ: ଗୁଜୁରାଟ ଭାବନଗରର ଏକ ହୋଟେଲକୁ କୋଭିଡ କେୟାର ସେଣ୍ଟର ଭାବେ ବ୍ୟବହାର କରାଯାଉଥିଲା। ହେଲେ ଆଜି ସେଠାରେ ଅଚାନକ ଅଗ୍ନିକାଣ୍ଡ ଘଟିଯାଇଛି। ସେହି କେୟାର ସେଣ୍ଟରରେ କୌଣସି କ୍ଷୟକ୍ଷତି ହୋଇନଥିବା ଜଣେ ଅଧିକାରୀ କହିଛନ୍ତି। ଅଧିକାରୀଙ୍କ ମୁତାବକ, ଅଗ୍ନିକାଣ୍ଡ ଏତେ ଭୀଷଣ ନଥିଲା। ଧୂଆଁ ଉଠିବା ମାତ୍ରେ ତୁରନ୍ତ ପଦକ୍ଷେପ ନିଆଯାଇଥିଲା। ଚିକିତ୍ସିତ ହେଉଥିବା ୬୧ ଜଣ ଆକ୍ରାନ୍ତଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି। ଏବଂ ବାକି ୭ ଜଣ ଆକ୍ରାନ୍ତଙ୍କୁ ସ୍ଥାନାନ୍ତରିତ ପାଇଁ ବ୍ୟବସ୍ଥା ଜାରି ରହିଛି। ସମସ୍ତେ ଏବେ ସୁରକ୍ଷିତ ଅଛନ୍ତି।
ରମେଶ ମହାନ୍ତି ଜଗତସିଂହପୁର: ରାଜ୍ୟ ସରକାରଙ୍କ ତରଫରୁ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟରେ ବେଡ୍ ସଂଖ୍ୟା ୩୦୦କୁ ବୃଦ୍ଧି କରାଯାଇଛି। ଏହି ଚିକିତ୍ସାଳୟରେ ପ୍ରଥମରୁ ୧୨୬ଟି ବେଡ୍ ରହିଥିବା ବେଳେ ବର୍ତ୍ତମାନ ଏହାକୁ ୩୦୦କୁ ବୃଦ୍ଧି କରାଯାଇଛି। ଏଥିସହିତ ଚିକିତ୍ସାଳୟର ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥାର ଉନ୍ନତି କରାଯିବ ବୋଲି ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସୂଚନା ପ୍ରଦାନ କରିଛନ୍ତି। କିଛିଦିନ ପୂର୍ବରୁ ରାଜ୍ୟ ସରକାରଙ୍କ ତରଫରୁ ଜଗତସିଂହପୁରରେ (ଏମ୍.ସି.ଏଚ୍) ୧୦୦ ବେଡ୍ ହସପିଟାଲର ମଧ୍ୟ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିବା ବେଳେ ଏହାର କାର୍ଯ୍ୟ ଆଗେଇ ଚାଲିଛି। ଏନେଇ ଜିଲ୍ଲାବାସୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ଜିଲ୍ଲାପାଳ ଧନ୍ୟବାଦ ଜ୍ଞାପନ କରିଛନ୍ତି।
ସୀତାରାମ ଅଗ୍ରୱାଲ ଚିଲିକା: କରୋନା ମହାମାରୀ ବର୍ତ୍ତମାନ ସାରା ଦେଶକୁ ଏମିତି ଗ୍ରାସିଛି ଯେ ମଣିଷ ମାନବିକତା ଭୁଲିଯାଉଛି। ଏହି ସମୟରେ ଏମିତି ଅନେକ ଦୃଶ୍ୟ ସାମ୍ନାକୁ ଆସୁଛି ଯାହା ମନକୁ ବିଚଳିତ କରିଦେଉଛି। କେଉଁଠି ନିଜ ପୁଅ ବାପାର ଶବକୁ ଛୁଁଉନି ତ କେଉଁଠି ବାପା ପୁଅର ଶବକୁ ଛୁଇଁବାକୁ ଡରୁଛି। କରୋନା ସଂକ୍ରମଣକୁ ଡରି ନିଜ ସମ୍ପର୍କୀୟମାନେ ଅନ୍ତ୍ୟେଷ୍ଟି କ୍ରିୟାରେ ଯୋଗ ଦେଉନଥିବା ଅନେକ ସ୍ଥାନରେ ଦେଖିବାକୁ ମିଳୁଛି। ମଣିଷକୁ ମଣିଷର ଘୃଣା ଏତେ ପରିମାଣର ବଢିଯାଇଛି ଯେ, ସେ ଭୁଲିଯାଉଛି ମାନବିକତା। ଏପରି ଏକ ହୃଦୟବିଦାରକ ଦୃଶ୍ୟ ଗତକାଲି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଦେଖିବାକୁ ମିଳିଛି। କରୋନା ସନ୍ଦେହରେ ଜଣେ ମୃତ ବ୍ୟକ୍ତିଙ୍କୁ ତାଙ୍କ ସମ୍ପର୍କୀୟ ଦେଖିବାକୁ ପାଖ ମାଡିଲେନି ଏପରିକି ଗ୍ରାମବାସୀ ମାନେ ସ୍ମଶାନରେ ଦାହ ପାଇଁ ଅନୁମତି ମଧ୍ୟ ଦେଲେନି। ଶେଷରେ ଦେବଦୁତ ଭାବେ ବାଲୁଗାଁ ଏସଡ଼ିପିଓ ମାନସ ରଞ୍ଜନ ବାରିକଙ୍କ ଉଦ୍ୟମ…
ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୩ ଲକ୍ଷ ୪୮ ହଜାର ୪୨୧ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ୪ ହଜାର ୨୦୫ ଜଣଙ୍କ ମୃତ୍ୟୁ ଘଟିଛି। ଏହା ସହିତ ଦେଶରେ କରୋନାର ମୋଟ ମାମଲା ୨ କୋଟି ୩୩ ଲକ୍ଷ ୪୦ ହଜାର ୯୩୮ ରେ ପହଞ୍ଚିଛି। ସେହିପରି ଦେଶରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨ ଲକ୍ଷ ୫୪ ହଜାର ୧୫୭ ରେ ପହଞ୍ଚିଛି। ଦେଶରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୧ କୋଟି ୯୩ ଲକ୍ଷ ୮୨ ହଜାର ୬୪୨ ରେ ପହଁଞ୍ଚିଛି। ସେହିପରି ଦେଶରେ କରୋନାରୁ ୩୭ ଲକ୍ଷ ୪ ହଜାର ୯୯ ଆକ୍ଟିଭ୍ କେସ୍ ରହିଛି।
ଭୁବନେଶ୍ବର: ଆଜି ରାଜ୍ୟରେ ଆଉ ୧୭ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଆଜିର ୧୭ ଜଣ ମୃତକଙ୍କୁ ମିଶାଇ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୨୩୧ ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ଆଜି ଅନୁଗୁଳ ଏବଂ ଖୋର୍ଦ୍ଧା ଜିଲ୍ଲାରୁ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ କଳାହାଣ୍ଡି, ନୂଆପଡା ଓ ସୁନ୍ଦରଗଡ ଜିଲ୍ଲାରୁ ୨ ଜଣ ଲେଖାଏଁ ଆକ୍ରାନ୍ତଙ୍କ କରୋନାରେ ପ୍ରାଣହାନୀ ଘଟିଛି। ସେହିଭଳି ବାଲେଶ୍ଵର, ବୌଦ୍ଧ, ଢେଙ୍କାନାଳ, ଗଞ୍ଜାମ ଏବଂ ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୬୫ ହଜାର ୬୪୮ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୪ ଲକ୍ଷ ୬୫ ହଜାର ୧୩୩ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୯୮ ହଜାର ୨୩୦ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା…
ଭୁବନେଶ୍ବର: ଆଜି ରାଜ୍ୟରେ ୧୦ ହଜାର ୯୮୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ରହିଛି। ଆଜି ଚିହ୍ନଟ ମୋଟ୍ ଆକ୍ରାନ୍ତଙ୍କ ମଧ୍ୟରୁ କ୍ବାରେଣ୍ଟିନ୍ କେନ୍ଦ୍ରରୁ ୬୧୪୯ ଜଣ ଚିହ୍ନଟ ହୋଇଥିବା ବେଳେ ୪୮୩୩ ଟି ଲୋକାଲ କେସ୍ ରହିଛି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଏବେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ୬୫ ହଜାର ୬୪୮ କୁ ବୃଦ୍ଧି ହୋଇଥିବାବେଳେ ସୁସ୍ଥ ହୋଇଛନ୍ତି ୪ ଲକ୍ଷ ୬୫ ହଜାର ୧୩୩ ଜଣ। ରାଜ୍ୟରେ ଏବେ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ୯୮ ହଜାର ୨୩୦ ଜଣ। ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୨୨୧୪ କୁ ବୃଦ୍ଧି ହୋଇଛି। ଆଜି ମୋଟ ୩୦ ଟି ଜିଲ୍ଲାରୁ ୧୦ ହଜାର ୯୮୨ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଦ୍ଧା ଜିଲ୍ଲାରୁ ୧୫୩୯ ଜଣ, ସୁନ୍ଦରଗଡ ଜିଲ୍ଲାରୁ ୯୬୪ ଜଣ, ଅନୁଗୁଳ ଜିଲ୍ଲାରୁ…
ଭୁବନେଶ୍ବର, ସୁବିଧା ଉପାୟରେ କିପରି କୋଭିଡ ଟିକାକରଣ କରାଯିବ ସେ ନେଇ ଭୁବନେଶ୍ବର ମହାନଗର ତରଫରୁ ନିଆଯାଇଛି ଭିନ୍ନ ପଦକ୍ଷେପ। କାର ପାର୍କିଂଗୁଡିକ ଏହି ଟିକାକରଣ ପାଇଁ ନିର୍ଦ୍ଧାରିଣ କରାଯାଇଛି। ଯେଉଁମାନେ 45 ବର୍ଷରୁ ଉର୍ଦ୍ଧ ଏବଂ 2ୟ ଡୋଜ ନେବେ, ସେମାନେ ଏହି ପାର୍କିଂ ଭ୍ୟାକିସନର ସୁବିଧା କରାଯାଇଛି। ଏଥିପାଇଁ ବିଏମସି ଭୁବନେଶ୍ବରର କେତେକ ପାର୍କିଂ ସ୍ଥାନକୁ ନିର୍ଦ୍ଧାରଣ କରିଛି। ସେଗୁଡିକ ହେଲା କଳ୍ପନା ଛକରେ ଥିବା ଉତ୍କଳ କନିକା ଗ୍ୟାଲେରିଆ, ସିମ୍ପୋନୀ ମଲ, କିଟ୍ କ୍ରିକେଟ ଷ୍ଟାଣ୍ଡିୟମ, ଡିଏନ ରିଗାଲିଆ। ପ୍ରଥମେ ଏକ୍ସପ୍ଲାନେଟରେ ଏହି ଆରମ୍ଭ ହୋଇଯାଇଛି। ଏହାଦ୍ବାରା ଟିକା ନେଉଥିବା ବ୍ୟକ୍ତିଙ୍କ ମଧ୍ୟରେ ସାମାଜିକ ଦୂରତା ରହିବା ସହିତ ସ୍ବାସ୍ଥ୍ୟ କର୍ମିମାନଙ୍କ ପାଇଁ ଏହା ଭଲ ହୋଇପାରିଛି।
ନୂଆଦିଲ୍ଲୀ, କେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରଣାଳୟ ପକ୍ଷରୁ ଭାରତର ଗ୍ରାମାଞ୍ଚଳରେ କୋଭିଡ଼ ୧୯ ମହାମାରୀର ସଂକ୍ରମଣକୁ ରୋକିବା ନିମନ୍ତେ ତୁରନ୍ତ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରିବା ଲାଗି ସମସ୍ତ ରାଜ୍ୟ ସରକାରଙ୍କୁ ପତ୍ର ଲେଖାଯାଇଛି । ମନ୍ତ୍ରଣାଳୟ ପକ୍ଷରୁ ଲେଖାଯାଇଥିବା ଏହି ପତ୍ରରେ କୋଭିଡ଼ ୧୯ ମହାମାରୀ ବିରୁଦ୍ଧରେ ସଂଗ୍ରାମ ନିମନ୍ତେ ଚାଲେଞ୍ଜକୁ ସମ୍ମୁଖୀନ ହେବା ଲାଗି ପଞ୍ଚାୟତ ଏବଂ ସ୍ଥାନୀୟ ଅଞ୍ଚଳକୁ ସମ୍ବେଦନଶୀଳ କରିବା ଏବଂ ସବୁ ପ୍ରକାର ସୁବିଧା ସୁଯୋଗ ଉପଲବ୍ଧ କରାଇବା ପାଇଁ ମଧ୍ୟ ପରାମର୍ଶ ଦିଆଯାଇଛି । ମନ୍ତ୍ରଣାଳୟ ପକ୍ଷରୁ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ (ଏମଓଏଚଏଫଡ଼ବ୍ଲୁ) ଚିକିତ୍ସକମାନଙ୍କୁ ଏବଂ ଚିକିତ୍ସା ସଂସ୍ଥାନ ଆଦିଙ୍କୁ ପରାମର୍ଶ କ୍ରମରେ କୋଭିଡ଼ ସଂକ୍ରମଣ ର ପ୍ରକୃତି ଓ ଏହାକୁ ନିୟନ୍ତ୍ରଣ କରିବା ସକାଶେ ଉପଯୁକ୍ତ ଉପାୟ ଗ୍ରାମାଞ୍ଚଳରେ ବସବାସ କରୁଥିବା ଜନସାଧାରଣମାନଙ୍କ ନିକଟରେ ଉପଲବ୍ଧ କରିବାକୁ କୁହାଯାଇଛି । ଏଥିପାଇଁ ବ୍ୟାପକ ଭାବେ ଜନ ସଂଚାର ଅଭିଯାନ ଚଳାଇବା…
ମେଷ- ସାଥୀ ସହିତ ମତ ପାର୍ଥକ୍ୟ ସମାପ୍ତ ହେବ। ଚାକିରିରେ ଆପଣ ଅଧିକାରୀଙ୍କ ସମର୍ଥନ ଏବଂ ବିଶ୍ୱାସ ପାଇବେ। ପରିବାର କାର୍ଯ୍ୟରେ ବ୍ୟସ୍ତ ରହିବେ। ଆକସ୍ମିକ ଖର୍ଚ୍ଚ ଚାପ ସୃଷ୍ଟି କରିବ। ଆପେକ୍ଷିକ କାର୍ଯ୍ୟଗୁଡ଼ିକ ବିଳମ୍ବ ହେବ। ଚତୁରତାର ସହିତ କାର୍ଯ୍ୟ କରନ୍ତୁ। ପାରିବାରିକ ପରିଦର୍ଶନ ସହିତ ସ୍ଥାନୀୟ ତୀର୍ଥଯାତ୍ରା କରାଯିବ। ବୃଷ- ନୂଆ ଦାୟିତ୍ବ ଗ୍ରହଣ କରାଯିବ। ବ୍ୟବସାୟ ଯାତ୍ରା ସଫଳ ହେବ। ଲାଭ ସୁଯୋଗ ମିଳିବ। ଶତ୍ରୁଙ୍କୁ ଭୟ ରହିବ । ବ୍ୟବସାୟ ପାଇଁ ଅଂଶୀଦାର ହେବା ଭଲ ହେବ। କାର୍ଯ୍ୟ ଆଚରଣ, ସଚ୍ଚୋଟତା ଚାକିରିରେ ପ୍ରଶଂସିତ ହେବେ। ଆପ୍ରାଣ ଚେଷ୍ଟା କରିବା କାର୍ଯ୍ୟ ଭବିଷ୍ୟତରେ ସାହାଯ୍ୟ କରିବ। ଚିନ୍ତିତ ହେବେ। ଶତ୍ରୁମାନେ ପରାସ୍ତ ହେବେ। ମିଥୁନ- ବ୍ୟବସାୟ ନୂତନ ଚୁକ୍ତି ହେବ। ଏକ ନୂତନ ଯୋଜନା ପ୍ରସ୍ତୁତ ହେବ। ଆଜି ଆପଣ ସମ୍ମାନ ପାଇବେ । ବକ୍ତବ୍ୟର ନିୟନ୍ତ୍ରଣ କରନ୍ତୁ। ମହିଳାମାନଙ୍କର ଯନ୍ତ୍ରଣା ହୋଇପାରେ। ମତଭେଦରୁ ଦୂରେଇ…
ବିଛା- କାରବାରରେ ସାବଧାନ ରୁହନ୍ତୁ। ଆପଣ ପାର୍ଟୀ ଏବଂ ପିକନିକ୍ ଉପଭୋଗ କରିବେ। ଛାତ୍ରଛାତ୍ରୀ ସଫଳତା ହାସଲ କରିବେ। ଶତ୍ରୁ ଉପରେ ବିଜୟ ହେବେ। ଖୁସି ଖବର ପାଇବାର ସମ୍ଭାବନା। କୁସଙ୍ଗରୁ କ୍ଷତି ହେବ। ଧନପ୍ରାପ୍ତ ଆନନ୍ଦଦାୟକ ହେବ। ମୀନ- ରୋଜଗାର ବୃଦ୍ଧି ପାଇବ। ବ୍ୟବସାୟ ଯାତ୍ରା ସଫଳ ହେବ। ପରିବାରକୁ ନେଇ ଚିନ୍ତିତ ହେବେ । ବ୍ୟବସାୟରେ ଉପକୃତ ହେବେ। ଅସୁସ୍ଥତା ଅନୁଭବ କରିବେ। ଆପଣ ଚିନ୍ତାରୁ ମୁକ୍ତି ପାଇବେ ନାହିଁ ।
ମେଷ- ସାଥୀ ସହିତ ମତ ପାର୍ଥକ୍ୟ ସମାପ୍ତ ହେବ। ଚାକିରିରେ ଆପଣ ଅଧିକାରୀଙ୍କ ସମର୍ଥନ ଏବଂ ବିଶ୍ୱାସ ପାଇବେ। ପରିବାର କାର୍ଯ୍ୟରେ ବ୍ୟସ୍ତ ରହିବେ। ଆକସ୍ମିକ ଖର୍ଚ୍ଚ ଚାପ ସୃଷ୍ଟି କରିବ। ଆପେକ୍ଷିକ କାର୍ଯ୍ୟଗୁଡ଼ିକ ବିଳମ୍ବ ହେବ। କର୍କଟ- ଯାତ୍ରା ସଫଳ ହେବ। ବିବାଦ କରନ୍ତୁ ନାହିଁ । କାରବାରରେ ସାବଧାନ ରୁହନ୍ତୁ। ଆଇନଗତ ପ୍ରତିବନ୍ଧକ ହଟାଯିବ। ଭଗବାନ ନାମକୁ ସ୍ମରଣ କରି କାର୍ଯ୍ୟ କରନ୍ତୁ। ସରକାରୀ ଲାଭବାନ ହେବାର ସମ୍ଭାବନା। ମାତୃ ଚିନ୍ତା ରହିବ।
କୁମ୍ଭ- ଭଲ ଖବର ଗ୍ରହଣ କରାଯିବ। ପୁରୁଣା ବନ୍ଧୁ ଏବଂ ସମ୍ପର୍କୀୟମାନେ ଭେଟିବେ । ସ୍ୱାସ୍ଥ୍ୟ ଦୁର୍ବଳ ରହିବ। ଆୟ ବୃଦ୍ଧି ପାଇବ। ପ୍ରତିରୋଧର ସମ୍ଭାବନା, ଅର୍ଥ ହରାଇବେ, ପରିବାରରେ ବ୍ୟାଘାତ, ରୋଗ ଦ୍ୱାରା ଘେରି ରହିବାର ସମ୍ଭାବନା, କିଛି ସଫଳତାର ସମ୍ଭାବନା। ମକର- ଜୀବନସାଥୀଙ୍କ ସ୍ୱାସ୍ଥ୍ୟ ଚିନ୍ତିତ ହେବେ। ଘର ବାହାରେ ବିଶୃଙ୍ଖଳା ହୋଇପାରେ । ପ୍ରୟାସ ସଫଳ ହେବ। ଭଲ ଯୋଗ ଗଠନ ହେବ। କିଛି ଦୁଃଖର ସମ୍ଭାବନା ରହିଛି। ଲାଭ ଯୋଗ କରାଯିବ। ମହିଳାମାନଙ୍କ ପାଇଁ ଅସୁବିଧା। କୁସାଙ୍ଗ ସହିତ ଅସୁବିଧା ହେବ।

